ODIA PAGE 124

ਇਕਿ ਕੂੜਿ ਲਾਗੇ ਕੂੜੇ ਫਲ ਪਾਏ ॥
ଅନେକ ବ୍ୟକ୍ତି ମିଥ୍ୟା ମାୟାର ମୋହରେ ଫସିଥାନ୍ତି। ସେ ମିଥ୍ୟା ମାୟା ରୂପୀ ଫଳ ହିଁ ପ୍ରାପ୍ତ କରିଥାଏ।

ਦੂਜੈ ਭਾਇ ਬਿਰਥਾ ਜਨਮੁ ਗਵਾਏ ॥
ଦୈତ୍ୟ-ଭାବରେ ଫସି ସେ ନିଜର ଜୀବନ ବ୍ୟର୍ଥରେ ହରାଇ ଦିଏ।

ਆਪਿ ਡੁਬੇ ਸਗਲੇ ਕੁਲ ਡੋਬੇ ਕੂੜੁ ਬੋਲਿ ਬਿਖੁ ਖਾਵਣਿਆ ॥੬॥
ସେ ସ୍ଵୟଂ ଭବସାଗରରେ ଡୁବି ଯାଏ ଆଉ ନିଜ ସମୂହ ବଂଶକୁ ମଧ୍ୟ ଡୁବାଇ ଦିଏ। ମିଥ୍ୟା କହି ସେ ମାୟା ରୂପୀ ବିଷ ସେବନ କରିଥାଏ ॥6॥

ਇਸੁ ਤਨ ਮਹਿ ਮਨੁ ਕੋ ਗੁਰਮੁਖਿ ਦੇਖੈ ॥
ଗୁରୁଙ୍କ ମାଧ୍ୟମରୁ କେହି ବିରଳ ପୁରୁଷ ହିଁ ନିଜ ଶରୀରରେ ନିଜ ମନକୁ ଦେଖିଥାଏ।

ਭਾਇ ਭਗਤਿ ਜਾ ਹਉਮੈ ਸੋਖੈ ॥
ଯେବେ ସେ ନିଜ ଅହଂକାରକୁ ଦୂର କରିଦିଏ, ତାହାହେଲେ ତାହାର ଅନ୍ତଃ ମନରେ ଭଗବାନଙ୍କ ପ୍ରେମ ଭକ୍ତି ଉତ୍ପର୍ଣ୍ଣ ହୋଇଥାଏ। ପ୍ରେମ-ଭକ୍ତି ଦ୍ଵାରା ତାହାର ଅହଂକାର ଶୁଖିଯାଏ।

ਸਿਧ ਸਾਧਿਕ ਮੋਨਿਧਾਰੀ ਰਹੇ ਲਿਵ ਲਾਇ ਤਿਨ ਭੀ ਤਨ ਮਹਿ ਮਨੁ ਨ ਦਿਖਾਵਣਿਆ ॥੭॥
ସିଦ୍ଧ, ସାଧକ ଆଉ ମୌନଧାରୀ ମନ ଲଗାଇ ଥକି ଯାଇଛନ୍ତି। ସେମାନେ ମଧ୍ୟ ନିଜ ତନରେ ମନକୁ ଦେଖିନାହାନ୍ତି। ॥7॥

ਆਪਿ ਕਰਾਏ ਕਰਤਾ ਸੋਈ ॥
ସେ ସୃଷ୍ଟିକର୍ତ୍ତା ପ୍ରଭୁ ସ୍ଵୟଂ ହିଁ ଜୀବଙ୍କ ଦ୍ଵାରା କାର୍ଯ୍ୟ କରାନ୍ତି।

ਹੋਰੁ ਕਿ ਕਰੇ ਕੀਤੈ ਕਿਆ ਹੋਈ ॥
ଅନ୍ୟ କେହି କଣ କରିପାରିବ ? ପ୍ରଭୁଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ଜୀବ ଦ୍ଵାରା କରିଲେ କଣ ହୋଇପାରିବ?

ਨਾਨਕ ਜਿਸੁ ਨਾਮੁ ਦੇਵੈ ਸੋ ਲੇਵੈ ਨਾਮੋ ਮੰਨਿ ਵਸਾਵਣਿਆ ॥੮॥੨੩॥੨੪॥
ହେ ନାନକ! ଯାହାକୁ ପ୍ରଭୁ ନିଜ ନାମର ଅନୁକମ୍ପା କରିଥାନ୍ତି, ସେ ତାହାଙ୍କୁ ପାଇଥାଏ ଆଉ ସେହି ମନୁଷ୍ୟ ନାମକୁ ସର୍ବଦା ନିଜ ହୃଦୟରେ ବସାଇ ଥାଏ ॥8॥23॥24॥

ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥

ਇਸੁ ਗੁਫਾ ਮਹਿ ਅਖੁਟ ਭੰਡਾਰਾ ॥
ଏହି ଶରୀର ରୂପୀ ଗୁମ୍ଫାରେ ନାମର ଅମୂଲ୍ୟ ଭଣ୍ଡାର ମହଜୁଦ ଅଛି।

ਤਿਸੁ ਵਿਚਿ ਵਸੈ ਹਰਿ ਅਲਖ ਅਪਾਰਾ ॥
ଏହି ଗୁମ୍ଫାରେ ହିଁ ଅଲକ୍ଷ୍ୟ ଏବଂ ଅପାର ପ୍ରଭୁ ନିବାସ କରିଥାନ୍ତି।

ਆਪੇ ਗੁਪਤੁ ਪਰਗਟੁ ਹੈ ਆਪੇ ਗੁਰ ਸਬਦੀ ਆਪੁ ਵੰਞਾਵਣਿਆ ॥੧॥
ସେ ସ୍ଵୟଂ ହିଁ ଅପ୍ରତ୍ୟକ୍ଷ ଏବଂ ସ୍ଵୟଂ ହିଁ ପ୍ରତ୍ୟକ୍ଷ ଥାଆନ୍ତି, ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ଆତ୍ମାଭିମାନ ନଷ୍ଟ ହୋଇଯାଇଛି ॥1॥

ਹਉ ਵਾਰੀ ਜੀਉ ਵਾਰੀ ਅੰਮ੍ਰਿਤ ਨਾਮੁ ਮੰਨਿ ਵਸਾਵਣਿਆ ॥
ମୁଁ ତାହାଙ୍କ ଉପରେ ତନ ମନରେ ସମର୍ପିତ ଅଟେ ଯିଏ ଅମୃତ ନାମକୁ ନିଜ ହୃଦୟରେ ବସାଇ ଥାଏ।

ਅੰਮ੍ਰਿਤ ਨਾਮੁ ਮਹਾ ਰਸੁ ਮੀਠਾ ਗੁਰਮਤੀ ਅੰਮ੍ਰਿਤੁ ਪੀਆਵਣਿਆ ॥੧॥ ਰਹਾਉ ॥
ସେହି ଅମୃତ ନାମ ମହାରସ ଅଟେ ଆଉ ତାହାର ସ୍ଵାଦ ବଡ ମଧୁର ଅଟେ। ଏହି ନାମ ରୂପୀ ଅମୃତ ଗୁରୁଙ୍କ ଉପଦେଶ ଦ୍ଵାରା ପାନ କରାଯାଇପାରେ ॥1॥ରୁହ॥

ਹਉਮੈ ਮਾਰਿ ਬਜਰ ਕਪਾਟ ਖੁਲਾਇਆ ॥
ଯେଉଁ ବ୍ୟକ୍ତି ନିଜ ଅହଂକାରକୁ ନଷ୍ଟ କରି ବଜ୍ର କବାଟ ଖୋଲିଦେଇଥାଏ,

ਨਾਮੁ ਅਮੋਲਕੁ ਗੁਰ ਪਰਸਾਦੀ ਪਾਇਆ ॥
ସେ ଗୁରୁଙ୍କ କୃପାରୁ ଅମୂଲ୍ୟ ନାମକୁ ପ୍ରାପ୍ତ କରିଥାଏ।

ਬਿਨੁ ਸਬਦੈ ਨਾਮੁ ਨ ਪਾਏ ਕੋਈ ਗੁਰ ਕਿਰਪਾ ਮੰਨਿ ਵਸਾਵਣਿਆ ॥੨॥
ଗୁରୁଙ୍କ ଶବ୍ଦ ବିନା କାହାକୁ ମଧ୍ୟ ନାମ ପ୍ରାପ୍ତ ହୁଏ ନାହିଁ। ନାମକୁ ଗୁରୁଙ୍କ ଦୟାରୁ ହିଁ ହୃଦୟରେ ବସାଇ ପାରିବ ॥2॥

ਗੁਰ ਗਿਆਨ ਅੰਜਨੁ ਸਚੁ ਨੇਤ੍ਰੀ ਪਾਇਆ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଜ୍ଞାନ ରୂପୀ ସଚ୍ଚା ସୁରମା ନିଜ ନେତ୍ରରେ ରଖିଥାଏ,

ਅੰਤਰਿ ਚਾਨਣੁ ਅਗਿਆਨੁ ਅੰਧੇਰੁ ਗਵਾਇਆ ॥
ତାହାର ହୃଦୟରେ ଜ୍ଞାନର ପ୍ରକାଶ ହୋଇଯାଏ ଆଉ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ।

ਜੋਤੀ ਜੋਤਿ ਮਿਲੀ ਮਨੁ ਮਾਨਿਆ ਹਰਿ ਦਰਿ ਸੋਭਾ ਪਾਵਣਿਆ ॥੩॥
ତାହାର ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇଯାଏ ତଥା ତାହାର ମନ ନାମ-ସ୍ମରଣ ଦ୍ଵାରା ସନ୍ତୁଷ୍ଟ ହୋଇଯାଏ ଆଉ ଭଗବାନଙ୍କ ଦରବାରରେ ସେ ବଡ ଶୋଭା ପ୍ରାପ୍ତ କରିଥାଏ ॥3॥

ਸਰੀਰਹੁ ਭਾਲਣਿ ਕੋ ਬਾਹਰਿ ਜਾਏ ॥
ଯଦି କେହି ବ୍ୟକ୍ତି ନିଜ ଶରୀରରୁ ବାହାରକୁ ଅନ୍ୟ ସ୍ଥାନକୁ ପ୍ରଭୁଙ୍କ ସନ୍ଧାନରେ ଯାଏ,

ਨਾਮੁ ਨ ਲਹੈ ਬਹੁਤੁ ਵੇਗਾਰਿ ਦੁਖੁ ਪਾਏ ॥
ତାହାହେଲେ ସେ ନାମ ପାଏ ନାହିଁ, ତେଣୁ, ସେ ଅଧିକ କଷ୍ଟ ସହ୍ୟ କରିଥାଏ।

ਮਨਮੁਖ ਅੰਧੇ ਸੂਝੈ ਨਾਹੀ ਫਿਰਿ ਘਿਰਿ ਆਇ ਗੁਰਮੁਖਿ ਵਥੁ ਪਾਵਣਿਆ ॥੪॥
ଜ୍ଞାନହୀନ ମନମୁଖ ବ୍ୟକ୍ତି ଏପଟ ସେପଟ ବୁଲିବା ପରେ ପୁଣି ନିଜ ଘରକୁ ଆସେ , କିନ୍ତୁ, ତାହା ପାଖରେ ନାମର ଜ୍ଞାନ ନଥାଏ। ପରନ୍ତୁ, ସଦଗୁରୁ ଦ୍ଵାରା ସେ ଅସଲି ପଦାର୍ଥକୁ ଭିତରେ ହିଁ ପ୍ରାପ୍ତ କରିନିଏ ॥4॥

ਗੁਰ ਪਰਸਾਦੀ ਸਚਾ ਹਰਿ ਪਾਏ ॥
ଗୁରୁଙ୍କ କୃପାରୁ ସେ ସତ୍ୟସ୍ଵରୂପ ପରମାତ୍ମାଙ୍କୁ ପାଇଥାଏ।

ਮਨਿ ਤਨਿ ਵੇਖੈ ਹਉਮੈ ਮੈਲੁ ਜਾਏ ॥
ତାହାର ଅହଙ୍କାରର ମଳିନତା ଦୂର ହୋଇଯାଏ ଆଉ ନିଜ ମନ ଏବଂ ତନରେ ସେ ପ୍ରଭୁଙ୍କ ହିଁ ଦର୍ଶନ କରିଥାଏ।

ਬੈਸਿ ਸੁਥਾਨਿ ਸਦ ਹਰਿ ਗੁਣ ਗਾਵੈ ਸਚੈ ਸਬਦਿ ਸਮਾਵਣਿਆ ॥੫॥
ଶ୍ରେଷ୍ଠ ସ୍ଥାନ ସତସଙ୍ଗରେ ବିରାଜମାନ ହୋଇ ସେ ସର୍ବଦା ପ୍ରଭୁଙ୍କ ଯଶୋଗାନ କରିଥାଏ ଆଉ ସତ୍ୟ- ପରମେଶ୍ଵରଙ୍କ ଠାରେ ଲୀନ ହୋଇଯାଏ। ॥5॥

ਨਉ ਦਰ ਠਾਕੇ ਧਾਵਤੁ ਰਹਾਏ ॥
ଶରୀର ରୂପୀ ଘରେ ନେତ୍ର, କାନ, ନାକ , ମୁହଁ, ମଳଦ୍ଵାର, ପରିସ୍ରା ଦ୍ଵାରରେ ସବୁ କବାଟ ଲାଗିଅଛି। ଏହା ଦ୍ଵାରା ହିଁ ମନ ବାହାରେ ପଥଭ୍ରଷ୍ଟ ହୋଇଥାଏ।

ਦਸਵੈ ਨਿਜ ਘਰਿ ਵਾਸਾ ਪਾਏ ॥
ଯେଉଁ ବ୍ୟକ୍ତି ଏହି ଦ୍ଵାରକୁ ବନ୍ଦ କରି ପଥଭ୍ରଷ୍ଟ ମନକୁ ନିୟନ୍ତ୍ରିତ କରନ୍ତି, ତାହାର ମନ ନିଜ ଆତ୍ମସ୍ଵରୂପରେ ନିବାସ କରିଥାଏ।

ਓਥੈ ਅਨਹਦ ਸਬਦ ਵਜਹਿ ਦਿਨੁ ਰਾਤੀ ਗੁਰਮਤੀ ਸਬਦੁ ਸੁਣਾਵਣਿਆ ॥੬॥
ସେଠାରେ ଦିନ ରାତି ଅନାହତ ଶବ୍ଦ ଗୁଞ୍ଜନ କରିଥାଏ। ଅନାହତ ଶବ୍ଦକୁ ଗୁରୁଙ୍କ ମତି ଦ୍ଵାରା ହିଁ ଶୁଣା ଯାଇପାରେ। ॥6॥

ਬਿਨੁ ਸਬਦੈ ਅੰਤਰਿ ਆਨੇਰਾ ॥
ଶବ୍ଦ ବିନା ଅନ୍ତଃ ମନରେ ଅଜ୍ଞାନତାର ଅନ୍ଧକାର ବନି ରହିଥାଏ।

ਨ ਵਸਤੁ ਲਹੈ ਨ ਚੂਕੈ ਫੇਰਾ ॥
ମନୁଷ୍ୟକୁ ନାମରୂପି ବସ୍ତୁ ପ୍ରାପ୍ତ ହୁଏନାହିଁ ଆଉ ତାହାର ଜନ୍ମ ମରଣ ଚକ୍ର ଦୂର ହୁଏନାହିଁ।

ਸਤਿਗੁਰ ਹਥਿ ਕੁੰਜੀ ਹੋਰਤੁ ਦਰੁ ਖੁਲੈ ਨਾਹੀ ਗੁਰੁ ਪੂਰੈ ਭਾਗਿ ਮਿਲਾਵਣਿਆ ॥੭॥
ସଦଗୁରୁଙ୍କ ବ୍ରହ୍ମ ବିଦ୍ୟା ରୂପୀ ପୁଞ୍ଜି ଅଛି, ଅନ୍ୟ କିଛି ବିଧି ଦ୍ଵାରା ଏହି ଦ୍ଵାର ଖୋଲେ ନାହିଁ ଆଉ ଗୁରୁ ପୂର୍ଣ୍ଣ ଭାଗ୍ୟରୁ ହିଁ ମିଳିଥାନ୍ତି ॥7॥

ਗੁਪਤੁ ਪਰਗਟੁ ਤੂੰ ਸਭਨੀ ਥਾਈ ॥
ହେ ଇଶ୍ଵର! ତୁ ଗୁପ୍ତ ଅଥବା ପ୍ରତ୍ୟକ୍ଷ ରୂପରେ ସର୍ବତ୍ର ବିଦ୍ୟମାନ ଅଛୁ।

ਗੁਰ ਪਰਸਾਦੀ ਮਿਲਿ ਸੋਝੀ ਪਾਈ ॥
ଗୁରୁଙ୍କ କୃପାରୁ ପ୍ରଭୁଙ୍କୁ ମିଳିବା ଦ୍ଵାରା ହିଁ ମନୁଷ୍ୟକୁ ଏହି ଭେଦର ଜ୍ଞାନ ହୋଇଥାଏ।

ਨਾਨਕ ਨਾਮੁ ਸਲਾਹਿ ਸਦਾ ਤੂੰ ਗੁਰਮੁਖਿ ਮੰਨਿ ਵਸਾਵਣਿਆ ॥੮॥੨੪॥੨੫॥
ହେ ନାନକ! ତୁ ସର୍ବଦା ଭଗବାନଙ୍କ ନାମର ମହିମା ସ୍ତୁତି କରିଅଛ, କାରଣ ଗୁରୁଙ୍କ ମାଧ୍ୟମରୁ ହିଁ ମନୁଷ୍ୟର ମନରେ ନାମ ନିବାସ କରିଥାଏ ॥8॥24॥25॥

ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥

ਗੁਰਮੁਖਿ ਮਿਲੈ ਮਿਲਾਏ ਆਪੇ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଚରଣକୁ ଆସିଥାଏ, ତାହାକୁ ଭଗବାନ ମିଳିଯାନ୍ତି ଆଉ ଭଗବାନ ସ୍ଵୟଂ ହିଁ ଗୃଙ୍କ ସହିତ ମିଶାଇ ନିଜ ସାଥିରେ ମିଳନ କରାନ୍ତି।

ਕਾਲੁ ਨ ਜੋਹੈ ਦੁਖੁ ਨ ਸੰਤਾਪੇ ॥
ଏପରି ବ୍ୟକ୍ତିକୁ ମୃତ୍ୟୁ ଦେଖି ମଧ୍ୟ ପାରେନାହିଁ ଆଉ ଡୁହକୁ, କ୍ଲେଶ ତାହାକୁ ପୀଡିତ କରି ପାରେନାହିଁ।

ਹਉਮੈ ਮਾਰਿ ਬੰਧਨ ਸਭ ਤੋੜੈ ਗੁਰਮੁਖਿ ਸਬਦਿ ਸੁਹਾਵਣਿਆ ॥੧॥
ଏପରି ବ୍ୟକ୍ତି ନିଜ ଅହଂକାରକୁ ନଷ୍ଟ କରି ମାୟାର ସବୁ ବନ୍ଧନକୁ ଛିଣ୍ଡାଇ ଦେଇଥାଏ। ଗୁରୁଙ୍କ ଶରଣରେ ରହିବା ବାଲା ବ୍ୟକ୍ତି ନାମ ଦ୍ଵାରା ସୁଶୋଭିତ ହୋଇଯାଏ ॥1॥

ਹਉ ਵਾਰੀ ਜੀਉ ਵਾਰੀ ਹਰਿ ਹਰਿ ਨਾਮਿ ਸੁਹਾਵਣਿਆ ॥
ମୁଁ ତାହା ଉପରେ ମନ ତନରେ ସମର୍ପିତ ଯିଏ ହରି-ପ୍ରଭୁଙ୍କ ନାମ ଦ୍ଵାରା ସୁନ୍ଦର ବନିଯାଏ।

ਗੁਰਮੁਖਿ ਗਾਵੈ ਗੁਰਮੁਖਿ ਨਾਚੈ ਹਰਿ ਸੇਤੀ ਚਿਤੁ ਲਾਵਣਿਆ ॥੧॥ ਰਹਾਉ ॥
ଗୁରୁମୁଖ ଭଗବାନଙ୍କ ମହିମା-ସ୍ତୁତି କରିଥାଏ ଆଉ ମସ୍ତ ହୋଇ ନାଚିଥାଏ ଏବଂ ସେ ଭଗବାନଙ୍କ ସହିତ ନିଜ ଚିତ୍ତ ଲଗାଇ ରଖିଥାଏ। ॥1॥ରୁହ॥

error: Content is protected !!