ਮਹਲਾ ੨ ॥
ମହଲା 2॥
ਕੀਤਾ ਕਿਆ ਸਾਲਾਹੀਐ ਕਰੇ ਸੋਇ ਸਾਲਾਹਿ ॥
ଦୁନିଆର ପ୍ରଶଂସା କଣ କରିବ? ଯିଏ ବନାଇଛନ୍ତି, ସେହି ପରମାତ୍ମାଙ୍କ ପ୍ରଶଂସା କର।
ਨਾਨਕ ਏਕੀ ਬਾਹਰਾ ਦੂਜਾ ਦਾਤਾ ਨਾਹਿ ॥
ହେ ନାନକ! ଏକ ଈଶ୍ଵରଙ୍କ ବିନା ଅନ୍ୟ କେହି ଦାତା ନାହାନ୍ତି।
ਕਰਤਾ ਸੋ ਸਾਲਾਹੀਐ ਜਿਨਿ ਕੀਤਾ ਆਕਾਰੁ ॥
ସେହି ସ୍ରଷ୍ଟାଙ୍କ ସ୍ତୁତି କର, ଯିଏ ସୃଷ୍ଟି ରଚନା କରିଛନ୍ତି।
ਦਾਤਾ ਸੋ ਸਾਲਾਹੀਐ ਜਿ ਸਭਸੈ ਦੇ ਆਧਾਰੁ ॥
ସେହି ଦାତାଙ୍କ ପ୍ରଶଂସା କର, ଯିଏ ସବୁଙ୍କୁ ଆଶ୍ରା ଦେଇଛନ୍ତି।
ਨਾਨਕ ਆਪਿ ਸਦੀਵ ਹੈ ਪੂਰਾ ਜਿਸੁ ਭੰਡਾਰੁ ॥
ନାନକ କହନ୍ତି ଯେ ସେ ସର୍ବଦା ରହିବା ବାଲା ଅଟନ୍ତି, ତାହାଙ୍କ ଭଣ୍ଡାର ପୂର୍ଣ୍ଣ ଅଟେ।
ਵਡਾ ਕਰਿ ਸਾਲਾਹੀਐ ਅੰਤੁ ਨ ਪਾਰਾਵਾਰੁ ॥੨॥
ଏଣୁ ବଡ ମାନି ତାହାଙ୍କ ସ୍ତୁତି କର, ଯାହାଙ୍କ କୌଣସି ଅନ୍ତ ନାହିଁ||2||
ਪਉੜੀ ॥
ପଉଡୀ ॥
ਹਰਿ ਕਾ ਨਾਮੁ ਨਿਧਾਨੁ ਹੈ ਸੇਵਿਐ ਸੁਖੁ ਪਾਈ ॥
ପରମାତ୍ମାଙ୍କ ନାମ ସୁଖର ନିଧି ଅଟେ, ତାହାଙ୍କ ଭକ୍ତି ଦ୍ଵାରା ସୁଖ ପ୍ରାପ୍ତ ହୋଇଥାଏ।
ਨਾਮੁ ਨਿਰੰਜਨੁ ਉਚਰਾਂ ਪਤਿ ਸਿਉ ਘਰਿ ਜਾਂਈ ॥
ପବିତ୍ର ହରିନାମ ଉଚ୍ଚାରଣ ଦ୍ଵାରା ମନୁଷ୍ୟ ସମ୍ମାନପୂର୍ବକ ସଚ୍ଚା ଘରକୁ ଯାଇଥାଏ।
ਗੁਰਮੁਖਿ ਬਾਣੀ ਨਾਮੁ ਹੈ ਨਾਮੁ ਰਿਦੈ ਵਸਾਈ ॥
ଗୁରୁଙ୍କ ବାଣୀ ନାମ ଅଟେ, ନାମକୁ ହୃଦୟରେ ସ୍ଥାପନ କରିବା ଉଚିତ।
ਮਤਿ ਪੰਖੇਰੂ ਵਸਿ ਹੋਇ ਸਤਿਗੁਰੂ ਧਿਆਈਂ ॥
ସଦଗୁରୁଙ୍କ ଧ୍ୟାନ କରିବା ଦ୍ଵାରା ମତି ରୂପୀ ପକ୍ଷୀ ବଶରେ ଆସିଥାଏ।
ਨਾਨਕ ਆਪਿ ਦਇਆਲੁ ਹੋਇ ਨਾਮੇ ਲਿਵ ਲਾਈ ॥੪॥
ହେ ନାନକ! ଯାହା ଉପରେ ଭଗବାନ ଦୟାଳୁ ହୋଇଥାନ୍ତି, ସେ ନାମ ଭଜନରେ ଲୀନ ରହିଥାଏ||4||
ਸਲੋਕ ਮਹਲਾ ੨ ॥
ଶ୍ଳୋକ ମହଲା 2॥
ਤਿਸੁ ਸਿਉ ਕੈਸਾ ਬੋਲਣਾ ਜਿ ਆਪੇ ਜਾਣੈ ਜਾਣੁ ॥
ତାହାଙ୍କ ସମ୍ମୁଖରେ କଣ କହିବା, ଯିଏ ସ୍ଵୟଂ ଅନ୍ତର୍ଯାମୀ ଅଟନ୍ତି।
ਚੀਰੀ ਜਾ ਕੀ ਨਾ ਫਿਰੈ ਸਾਹਿਬੁ ਸੋ ਪਰਵਾਣੁ ॥
ବାସ୍ତବରେ ତାହାଙ୍କୁ ହିଁ ମାଲିକ ମାନିବା ଉଚିତ, ଯାହାଙ୍କ ହୁକୁମକୁ ଟାଳି ହୁଏନାହିଁ।
ਚੀਰੀ ਜਿਸ ਕੀ ਚਲਣਾ ਮੀਰ ਮਲਕ ਸਲਾਰ ॥
ସେ ହିଁ ନେତା, ଶାସକ ଏବଂ ସେନା ନାୟକ ଅଟନ୍ତି, ଯାହାଙ୍କ ଆଜ୍ଞାରେ ସମସ୍ତେ ଚାଲିଥାନ୍ତି।
ਜੋ ਤਿਸੁ ਭਾਵੈ ਨਾਨਕਾ ਸਾਈ ਭਲੀ ਕਾਰ ॥
ନାନକ କହନ୍ତି ଯେ ଯାହା ଈଶ୍ଵରଙ୍କୁ ଭଲ ଲାଗିଥାଏ, ସେହି କାର୍ଯ୍ୟ ଭଲ ଅଟେ।
ਜਿਨੑਾ ਚੀਰੀ ਚਲਣਾ ਹਥਿ ਤਿਨੑਾ ਕਿਛੁ ਨਾਹਿ ॥
ଯିଏ ସଂସାରରୁ ଚାଲିଯିବା ହୁକୁମ ଆଣିଥାଏ, ତାହାର ହାତରେ କିଛି ମଧ୍ୟ ହୁଏନାହିଁ।
ਸਾਹਿਬ ਕਾ ਫੁਰਮਾਣੁ ਹੋਇ ਉਠੀ ਕਰਲੈ ਪਾਹਿ ॥
ମାଲିକଙ୍କ ହୁକୁମ ଆସିବା ମାତ୍ରେ ସେ ଉଠି ଚାଲି ଯାଇଥାଏ।
ਜੇਹਾ ਚੀਰੀ ਲਿਖਿਆ ਤੇਹਾ ਹੁਕਮੁ ਕਮਾਹਿ ॥
ଯେପରି ମୃତ୍ୟୁର ଚିଠି ଲେଖା ହୋଇଥାଏ, ସେପରି ହିଁ ତାହାଙ୍କ ହୁକୁମକୁ ମାନିବାକୁ ପଡିଥାଏ।
ਘਲੇ ਆਵਹਿ ਨਾਨਕਾ ਸਦੇ ਉਠੀ ਜਾਹਿ ॥੧॥
ହେ ନାନକ! ଈଶ୍ଵର ପଠାଇବା ପରେ ଜୀବ ଜନ୍ମ ନେଇଥାଏ ଏବଂ ମୃତ୍ୟୁ ଆସିବା ମାତ୍ରେ ଶରୀର ତ୍ୟାଗ କରିଥାଏ||1||
ਮਹਲਾ ੨ ॥
ମହଲା 2॥
ਸਿਫਤਿ ਜਿਨਾ ਕਉ ਬਖਸੀਐ ਸੇਈ ਪੋਤੇਦਾਰ ॥
ଯାହାକୁ ଈଶ୍ଵରଙ୍କ ସ୍ତୁତିର ଦାନ ପ୍ରାପ୍ତ ହୋଇଥାଏ, ସେ ହିଁ ପୁଞ୍ଜିପତି ଅଟେ।
ਕੁੰਜੀ ਜਿਨ ਕਉ ਦਿਤੀਆ ਤਿਨੑਾ ਮਿਲੇ ਭੰਡਾਰ ॥
ଯାହାକୁ ଚାବି ପ୍ରାପ୍ତ ହୋଇଥାଏ, ତାହାକୁ ହିଁ ଭଣ୍ଡାର ମିଳିଥାଏ।
ਜਹ ਭੰਡਾਰੀ ਹੂ ਗੁਣ ਨਿਕਲਹਿ ਤੇ ਕੀਅਹਿ ਪਰਵਾਣੁ ॥
ସେ ହିଁ ଦରବାରରେ ମାନ୍ୟ ହୋଇଥାଏ, ଯାହା ପାଖରେ ଗୁଣ ମହଜୁଦ ଥାଏ।
ਨਦਰਿ ਤਿਨੑਾ ਕਉ ਨਾਨਕਾ ਨਾਮੁ ਜਿਨੑਾ ਨੀਸਾਣੁ ॥੨॥
ହେ ନାନକ! ତାହା ଉପରେ ହିଁ କୃପା ଦ୍ରୁଷ୍ଟି ହୋଇଥାଏ, ଯାହା ପାଖରେ ହରିନାମର ଚିହ୍ନ ଥାଏ||2||
ਪਉੜੀ ॥
ପଉଡୀ ॥
ਨਾਮੁ ਨਿਰੰਜਨੁ ਨਿਰਮਲਾ ਸੁਣਿਐ ਸੁਖੁ ਹੋਈ ॥
ପବିତ୍ର ହରିନାମର ସଙ୍କୀର୍ତ୍ତନ ଶୁଣିବା ଦ୍ଵାରା ସୁଖ ପ୍ରାପ୍ତ ହୋଇଥାଏ।
ਸੁਣਿ ਸੁਣਿ ਮੰਨਿ ਵਸਾਈਐ ਬੂਝੈ ਜਨੁ ਕੋਈ ॥
ହରିନାମ ଶୁଣି ଶୁଣି ମନରେ ସ୍ଥାପନ କରିବା ଉଚିତ, ଯାହା କେହି ବିରଳ ହିଁ ବୁଝିଥାଏ।
ਬਹਦਿਆ ਉਠਦਿਆ ਨ ਵਿਸਰੈ ਸਾਚਾ ਸਚੁ ਸੋਈ ॥
ଉଠିବା-ବସିବା ସମୟରେ ସଚ୍ଚା ହରିନାମ ଭୁଲିବା ଉଚିତ ନୁହେଁ।
ਭਗਤਾ ਕਉ ਨਾਮ ਅਧਾਰੁ ਹੈ ਨਾਮੇ ਸੁਖੁ ਹੋਈ ॥
ଭକ୍ତର ଆଶ୍ରା କେବଳ ହରିନାମ ହିଁ ଅଟେ ଏବଂ ନାମ ଉଚ୍ଚାରଣ ଦ୍ଵାରା ହିଁ ସୁଖୀ ରହିଥାଏ।
ਨਾਨਕ ਮਨਿ ਤਨਿ ਰਵਿ ਰਹਿਆ ਗੁਰਮੁਖਿ ਹਰਿ ਸੋਈ ॥੫॥
ହେ ନାନକ! ଗୁରୁମୁଖୀର ମନ-ତନରେ ଈଶ୍ଵର ହିଁ ବାସ କରିଥାନ୍ତି||5||
ਸਲੋਕ ਮਹਲਾ ੧ ॥
ଶ୍ଳୋକ ମହଲା 1॥
ਨਾਨਕ ਤੁਲੀਅਹਿ ਤੋਲ ਜੇ ਜੀਉ ਪਿਛੈ ਪਾਈਐ ॥
ଗୁରୁ ନାନକ କହନ୍ତି ଯେ ହୃଦୟର ଭାବନାକୁ ତରାଜୁରେ ରଖାଯାଏ, ଓଜନ ସଂପୂର୍ଣ୍ଣ ହୋଇଥାଏ (ମାତ୍ର ପୂଜା-ପାଠ ଦ୍ଵାରା ତଉଲିବା ସମ୍ଭବ ନୁହେଁ)।
ਇਕਸੁ ਨ ਪੁਜਹਿ ਬੋਲ ਜੇ ਪੂਰੇ ਪੂਰਾ ਕਰਿ ਮਿਲੈ ॥
ପରମାତ୍ମାଙ୍କ ଉପାସନା ସହିତ କୌଣସି ଜପ-ତପ, ମନ୍ତ୍ର ନାହିଁ, ନିଷ୍ଠା ପୂର୍ବକ ନାମ ଉଚ୍ଚାରଣ, ନାମ ଉପାସନା ଦ୍ଵାରା ହିଁ ପ୍ରଭୁଙ୍କ ସହିତ ମିଳନ କରାଯାଇ ପାରେ।
ਵਡਾ ਆਖਣੁ ਭਾਰਾ ਤੋਲੁ ॥
ପରମାତ୍ମାଙ୍କୁ ବଡ ମାନିବା ଅଥବା ଯଶୋଗାନ ହିଁ ଉଚିତ ଅଟେ।
ਹੋਰ ਹਉਲੀ ਮਤੀ ਹਉਲੇ ਬੋਲ ॥
ଅନ୍ୟ କିଛି ବୋଲିବା ଓ ଚତୁରତା ହାଲୁକା ଭାବରେ ସିଦ୍ଧ ହୋଇଥାଏ।
ਧਰਤੀ ਪਾਣੀ ਪਰਬਤ ਭਾਰੁ ॥
ଈଶ୍ଵରଙ୍କ ସ୍ତୁତିଗାନ ଧରିତ୍ରୀ, ପାଣି ଏବଂ ପର୍ବତ ଠାରୁ ମଧ୍ୟ ଭାରି ଅଟେ।
ਕਿਉ ਕੰਡੈ ਤੋਲੈ ਸੁਨਿਆਰੁ ॥
ସୁନାରୀର ତାରଯୁରେ ମଧ୍ୟ ଏହାକୁ ତଉଲା ଯାଇପାରିବ ନାହିଁ।
ਤੋਲਾ ਮਾਸਾ ਰਤਕ ਪਾਇ ॥
ବାସ୍ତବରେ ପୂଣ୍ୟ ଫଳ ଦ୍ଵାରା ବୁଝାଇବାକୁ ପ୍ରୟାସ କରାଯାଇ ଥାଏ।
ਨਾਨਕ ਪੁਛਿਆ ਦੇਇ ਪੁਜਾਇ ॥
ନାନକ କହନ୍ତି ଯେ କର୍ମକାଣ୍ଡ ଏପରି ଅଟେ।
ਮੂਰਖ ਅੰਧਿਆ ਅੰਧੀ ਧਾਤੁ ॥
ମୂର୍ଖ ଅଜ୍ଞାନର କଥା ମଧ୍ୟ ଅନ୍ଧ ହୋଇଥାଏ।
ਕਹਿ ਕਹਿ ਕਹਣੁ ਕਹਾਇਨਿ ਆਪੁ ॥੧॥
କହି କହି ଆତ୍ମ-ପ୍ରଶଂସା ସିଦ୍ଧ କରିଥାଏ||1||
ਮਹਲਾ ੧ ॥
ମହଲା 1॥
ਆਖਣਿ ਅਉਖਾ ਸੁਨਣਿ ਅਉਖਾ ਆਖਿ ਨ ਜਾਪੀ ਆਖਿ ॥
ଈଶ୍ଵରଙ୍କ ମହିମାକୁ କହିବା ଓ ଶୁଣିବା କଷ୍ଟକର ଅଟେ, ତାହାଙ୍କ ମହିମା କରି ତାହାଙ୍କ ରହସ୍ୟର ଅନୁଭବ କରି ହୁଏନାହିଁ।
ਇਕਿ ਆਖਿ ਆਖਹਿ ਸਬਦੁ ਭਾਖਹਿ ਅਰਧ ਉਰਧ ਦਿਨੁ ਰਾਤਿ ॥
କେହି ଦିନରାତି ଓଲଟି ରହି ଶବ୍ଦ ରଟନା କରିଥାଏ।
ਜੇ ਕਿਹੁ ਹੋਇ ਤ ਕਿਹੁ ਦਿਸੈ ਜਾਪੈ ਰੂਪੁ ਨ ਜਾਤਿ ॥
ଯଦି ତାହାଙ୍କ ଏକ ରୂପ ହୋଇଥାଏ, କିଛି ଦେଖା ଯାଇଥାନ୍ତା, ତାହାଙ୍କ ରୂପ-ଜ୍ୟୋତି କିଛି ନାହିଁ।
ਸਭਿ ਕਾਰਣ ਕਰਤਾ ਕਰੇ ਘਟ ਅਉਘਟ ਘਟ ਥਾਪਿ ॥
ସବୁ ଈଶ୍ଵର ହିଁ କରିଥାନ୍ତି, ସେ ହିଁ ଛୋଟ ବଡ ସବୁ ବନାଇ ଥାଆନ୍ତି; ସେ ସର୍ବକର୍ତ୍ତା ଅଟନ୍ତି।