ODIA PAGE 1240

ਆਖਣਿ ਅਉਖਾ ਨਾਨਕਾ ਆਖਿ ਨ ਜਾਪੈ ਆਖਿ ॥੨॥
ଗୁରୁ ନାନକ କହନ୍ତି ଯେ ଈଶ୍ଵରଙ୍କ ମହିମାର ବର୍ଣ୍ଣନା ବଡ କଷ୍ଟକର ଅଟେ, ମାତ୍ର ବର୍ଣ୍ଣନା କରିଲେ ତାହାଙ୍କ ମହିମାର ଅନୁଭବ କରି ହୁଏନାହିଁ||2||

ਪਉੜੀ ॥
ପଉଡୀ॥ 

ਨਾਇ ਸੁਣਿਐ ਮਨੁ ਰਹਸੀਐ ਨਾਮੇ ਸਾਂਤਿ ਆਈ ॥
ହରିନାମର ମହିମା ଶୁଣିବା ଦ୍ଵାରା ମନ ପ୍ରସନ୍ନ ହୋଇଯାଏ, ଏହାଦ୍ୱାରା ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ। 

ਨਾਇ ਸੁਣਿਐ ਮਨੁ ਤ੍ਰਿਪਤੀਐ ਸਭ ਦੁਖ ਗਵਾਈ ॥
ହରିନାମର ମହିମା ଶୁଣିବା ଦ୍ଵାରା ମନ ତୃପ୍ତ ହୋଇଯାଏ ଏବଂ ସବୁ ଦୁଃଖ ଦୂର ହୋଇଯାଏ। 

ਨਾਇ ਸੁਣਿਐ ਨਾਉ ਊਪਜੈ ਨਾਮੇ ਵਡਿਆਈ ॥
ହରିନାମର ମହିମା ଶୁଣିବା ଦ୍ଵାରା ଜଗତରେ ଖ୍ୟାତି ହୋଇଥାଏ, ସଂପୂର୍ଣ୍ଣ ସୃଷ୍ଟିରେ ହରିନାମର ଗୌରବ ଗାନ ଥାଏ। 

ਨਾਮੇ ਹੀ ਸਭ ਜਾਤਿ ਪਤਿ ਨਾਮੇ ਗਤਿ ਪਾਈ ॥
ହରିନାମ ହିଁ ଜାତି-ପ୍ରତିଷ୍ଠା ଅଟେ ଏବଂ ଏହା ଦ୍ଵାରା ମୁକ୍ତି ହୋଇଥାଏ। 

ਗੁਰਮੁਖਿ ਨਾਮੁ ਧਿਆਈਐ ਨਾਨਕ ਲਿਵ ਲਾਈ ॥੬॥
ଗୁରୁ ନାନକଙ୍କ ମତ ଯେ ଗୁରୁମୁଖୀ ବନି ହରିନାମର ଧ୍ୟାନ କର, ନାମରେ ହିଁ ଲଗ୍ନ ଲଗାଅ||6||

ਸਲੋਕ ਮਹਲਾ ੧ ॥
ଶ୍ଳୋକ ମହଲା 1॥ 

ਜੂਠਿ ਨ ਰਾਗੀਂ ਜੂਠਿ ਨ ਵੇਦੀਂ ॥
ଗୀତ-ସଙ୍ଗୀତରେ କୌଣସି ଲାଭ ନାହିଁ ଆଉ ନା ଉଚ୍ଚ ସ୍ଵରରେ ବେଦ ପାଠ କରିଲେ କୌଣସି ଲାଭ ଥାଏ। 

ਜੂਠਿ ਨ ਚੰਦ ਸੂਰਜ ਕੀ ਭੇਦੀ ॥
ସୂର୍ଯ୍ୟ ଓ ଚନ୍ଦ୍ର ଯୋଗୁଁ ହେବାକୁ ଥିବା ଜଳବାୟୁରେ କୌଣସି ପରିବର୍ତ୍ତନ ହୁଏନାହିଁ। 

ਜੂਠਿ ਨ ਅੰਨੀ ਜੂਠਿ ਨ ਨਾਈ ॥
ଖାଦ୍ୟ ଏବଂ ତୀର୍ଥ ସ୍ନାନରେ ମଧ୍ୟ କୌଣସି ପବିତ୍ରତା ନଥାଏ। 

ਜੂਠਿ ਨ ਮੀਹੁ ਵਰ੍ਹਿਐ ਸਭ ਥਾਈ ॥
ସବୁସ୍ଥାନରେ ବର୍ଷା ହୋଇଥାଏ, ଏହାଦ୍ୱାରା ମଧ୍ୟ କିଛି ଲାଭ ହୋଇନଥାଏ। 

ਜੂਠਿ ਨ ਧਰਤੀ ਜੂਠਿ ਨ ਪਾਣੀ ॥
ସ୍ଥଳ ଓ ଜଳରେ ମଧ୍ୟ ଭ୍ରମ ଦୂର ହୁଏନାହିଁ। 

ਜੂਠਿ ਨ ਪਉਣੈ ਮਾਹਿ ਸਮਾਣੀ ॥
ସବୁଆଡେ ବହୁଥିବା ବାୟୁରେ ମଧ୍ୟ ଅପବିତ୍ରତା ନଥାଏ। 

ਨਾਨਕ ਨਿਗੁਰਿਆ ਗੁਣੁ ਨਾਹੀ ਕੋਇ ॥
ଗୁରୁ ନାନକ କହନ୍ତି ଯେ ଗୁରୁହୀନ ଜୀବ ପାଖରେ କୌଣସି ଗୁଣ ନଥାଏ। 

ਮੁਹਿ ਫੇਰਿਐ ਮੁਹੁ ਜੂਠਾ ਹੋਇ ॥੧॥
ଗୁରୁଙ୍କ ଠାରୁ ବିମୁଖ ହେବା କାରଣରୁ ମୁଖ ଅପବିତ୍ର ହୋଇଥାଏ||1||

ਮਹਲਾ ੧ ॥
ମହଲା 1॥ 

ਨਾਨਕ ਚੁਲੀਆ ਸੁਚੀਆ ਜੇ ਭਰਿ ਜਾਣੈ ਕੋਇ ॥
ଗୁରୁ ନାନକ ଉପଦେଶ ଦେଇଥାନ୍ତି ଯେ ଯଦି କେହି ଉଚିତ ଭାବରେ ଜାଣିଥାଏ, ତାହାହେଲେ ହିଁ ଶୁଦ୍ଧ ଓ ଉପଯୋଗୀ ଅଟେ। 

ਸੁਰਤੇ ਚੁਲੀ ਗਿਆਨ ਕੀ ਜੋਗੀ ਕਾ ਜਤੁ ਹੋਇ ॥
ବିଦ୍ଵାନର ସଙ୍କଳ୍ପ ଜ୍ଞାନ ଦେବା ଅଟେ ଏବଂ ଯୋଗୀର କର୍ତ୍ତବ୍ୟ ବ୍ରହ୍ମଚର୍ଯ୍ୟ ଅଟେ। 

ਬ੍ਰਹਮਣ ਚੁਲੀ ਸੰਤੋਖ ਕੀ ਗਿਰਹੀ ਕਾ ਸਤੁ ਦਾਨੁ ॥
ବ୍ରାହ୍ମଣର କର୍ତ୍ତବ୍ୟ ସନ୍ତୋଷ ଅଟେ ଏବଂ ଗୃହସ୍ଥିର ସତ୍ୟାଚରଣ ଏବଂ ଦାନ-ପୂଣ୍ୟ ଅଟେ। 

ਰਾਜੇ ਚੁਲੀ ਨਿਆਵ ਕੀ ਪੜਿਆ ਸਚੁ ਧਿਆਨੁ ॥
ରାଜାଙ୍କ କର୍ତ୍ତବ୍ୟ ସଚ୍ଚା ନ୍ୟାୟ କରିବା ଅଟେ ଏବଂ ଶିକ୍ଷିତର ସତ୍ୟ ଏବଂ ଧ୍ୟାନ ଲଗାଇବା ଉଚିତ।

ਪਾਣੀ ਚਿਤੁ ਨ ਧੋਪਈ ਮੁਖਿ ਪੀਤੈ ਤਿਖ ਜਾਇ ॥
ପାଣିରେ ମନ ସଫା ହୁଏନାହିଁ, ପାଣି ପିଇବା ଦ୍ଵାରା ତୃଷ୍ଣା ହିଁ ମେଣ୍ଟିଥାଏ।

ਪਾਣੀ ਪਿਤਾ ਜਗਤ ਕਾ ਫਿਰਿ ਪਾਣੀ ਸਭੁ ਖਾਇ ॥੨॥
ପାଣିକୁ ଜଗତର ପିତା ମାନା ଯାଇଥାଏ ଏବଂ ପାଣି ହିଁ ମୃତ୍ୟୁର କାରଣ ମଧ୍ୟ ବନିଯାଏ||2||

ਪਉੜੀ ॥
ପଉଡୀ॥

ਨਾਇ ਸੁਣਿਐ ਸਭ ਸਿਧਿ ਹੈ ਰਿਧਿ ਪਿਛੈ ਆਵੈ ॥
ପରମାତ୍ମାଙ୍କ ନାମ ଶୁଣିବା ଦ୍ଵାରା ସବୁ ରିଦ୍ଧି-ସିଦ୍ଧି ପ୍ରାପ୍ତ ହୋଇଯାଏ।

ਨਾਇ ਸੁਣਿਐ ਨਉ ਨਿਧਿ ਮਿਲੈ ਮਨ ਚਿੰਦਿਆ ਪਾਵੈ ॥
ହରିନାମ ଶୁଣିବା ଦ୍ଵାରା ନବନିଧି ପ୍ରାପ୍ତ ହୋଇଥାଏ ଏବଂ ମନର ସମସ୍ତ କାମନା ପୁରା ହୋଇଥାଏ। 

ਨਾਇ ਸੁਣਿਐ ਸੰਤੋਖੁ ਹੋਇ ਕਵਲਾ ਚਰਨ ਧਿਆਵੈ ॥
ହରିନାମ ଶୁଣିବା ଦ୍ଵାରା ସନ୍ତୋଷ ହୋଇଥାଏ ଏବଂ ଧନ-ଦୌଲତ ମିଳିଥାଏ। 

ਨਾਇ ਸੁਣਿਐ ਸਹਜੁ ਊਪਜੈ ਸਹਜੇ ਸੁਖੁ ਪਾਵੈ ॥
ହରିନାମ ଶୁଣିବା ଦ୍ଵାରା ସ୍ଵାଭାବିକ ଶାନ୍ତି ଉତ୍ପନ୍ନ ହୋଇଥାଏ ଏବଂ ସୁଖ ପ୍ରାପ୍ତି ହୋଇଥାଏ। 

ਗੁਰਮਤੀ ਨਾਉ ਪਾਈਐ ਨਾਨਕ ਗੁਣ ਗਾਵੈ ॥੭॥
ଗୁରୁଙ୍କ ଶିକ୍ଷା ଦ୍ଵାରା ହିଁ ହରିନାମ ପ୍ରାପ୍ତ କରାଯାଇ ଥାଏ, ନାନକ ହରିନାମର ଗୁଣଗାନ କରିଥାନ୍ତି||7||

ਸਲੋਕ ਮਹਲਾ ੧ ॥
ଶ୍ଳୋକ ମହଲା 1॥

ਦੁਖ ਵਿਚਿ ਜੰਮਣੁ ਦੁਖਿ ਮਰਣੁ ਦੁਖਿ ਵਰਤਣੁ ਸੰਸਾਰਿ ॥
ଦୁଃଖରେ ଜନ୍ମ ହୋଇଥାଏ ଏବଂ ଦୁଃଖରେ ହିଁ ମୃତ୍ୟୁ ହୋଇଥାଏ। 

ਦੁਖੁ ਦੁਖੁ ਅਗੈ ਆਖੀਐ ਪੜ੍ਹ੍ਹਿ ਪੜ੍ਹ੍ਹਿ ਕਰਹਿ ਪੁਕਾਰ ॥
ଜନ୍ମ-ମରଣ ଦୁଃଖ ହିଁ ଦୁଃଖ ଅଟେ, ଏହିଭଳି ସଂସାରର ବ୍ୟବହାର ଦୁଃଖମୟ ଅଟେ।

ਦੁਖ ਕੀਆ ਪੰਡਾ ਖੁਲ੍ਹ੍ਹੀਆ ਸੁਖੁ ਨ ਨਿਕਲਿਓ ਕੋਇ ॥
ପ୍ରତ୍ୟେକ ବ୍ୟକ୍ତି ଦୁଃଖ ହିଁ ଦୁଃଖ ପ୍ରକାଶ କରୁଛନ୍ତି, ପଢି ପଢି ପ୍ରସନ୍ନ ଆସିଥାଏ।

ਦੁਖ ਵਿਚਿ ਜੀਉ ਜਲਾਇਆ ਦੁਖੀਆ ਚਲਿਆ ਰੋਇ ॥
ସବୁ ଆଡୁ ଦୁଃଖର ଗଣ୍ଠିଲି ଖୋଲି ଯାଇଛି ଏବଂ କୌଣସି ସୁଖ ଦେଖା ଦିଏ ନାହିଁ।

ਨਾਨਕ ਸਿਫਤੀ ਰਤਿਆ ਮਨੁ ਤਨੁ ਹਰਿਆ ਹੋਇ ॥
ଜୀବ ଦୁଃଖରେ ହୃଦୟ ଜଳାଉଛି ଏବଂ ଦୁଃଖୀର ମୃତ୍ୟୁ ହେଉଛି। 

ਦੁਖ ਕੀਆ ਅਗੀ ਮਾਰੀਅਹਿ ਭੀ ਦੁਖੁ ਦਾਰੂ ਹੋਇ ॥੧॥
ଗୁରୁ ନାନକ କହନ୍ତି ଯେ ପରମାତ୍ମାଙ୍କ ସ୍ତୁତିରେ ଲୀନ ରହିବା ଦ୍ଵାରା ମନ ତନ ପ୍ରସନ୍ନ ହୋଇଥାଏ ଏବଂ ଦୁଃଖର ଅଗ୍ନିରେ ଜଳୁଥିବା ମନୁଷ୍ୟର ଔଷଧ ମଧ୍ୟ ଦୁଃଖ ହି ଅଟେ||1||

ਮਹਲਾ ੧ ॥
ମହଲା 1॥ 

ਨਾਨਕ ਦੁਨੀਆ ਭਸੁ ਰੰਗੁ ਭਸੂ ਹੂ ਭਸੁ ਖੇਹ ॥
ଗୁରୁ ନାନକ କହନ୍ତି ଯେ ଏହି ଦୁନିଆ ଧୂଳି ଅଟେ, ଏହାର ଖେଳ-ତମାସା ଖୁସିର ଧୂଳି ମାତ୍ର ଅଟେ।

ਭਸੋ ਭਸੁ ਕਮਾਵਣੀ ਭੀ ਭਸੁ ਭਰੀਐ ਦੇਹ ॥
ଦୁନିଆର ଅର୍ଜନ ମଧ୍ୟ ଧୂଳି ସମାନ ଅଟେ, ଏହି ଶରୀର ମଧ୍ୟ ଅନ୍ତରେ ଧୂଳି ହୋଇଯାଏ।

ਜਾ ਜੀਉ ਵਿਚਹੁ ਕਢੀਐ ਭਸੂ ਭਰਿਆ ਜਾਇ ॥
ଯଦି ଶରୀରରୁ ପ୍ରାଣ ବାହାର କରି ଦିଆଯାଏ, ଏହା ଧୂଳି ମାଟି ହୋଇଯାଏ। 

ਅਗੈ ਲੇਖੈ ਮੰਗਿਐ ਹੋਰ ਦਸੂਣੀ ਪਾਇ ॥੨॥
ଯେତେବେଳେ କର୍ମର ହିସାବ ମଗାଯାଏ, ଆହୁରି ଦଶ ଗୁଣ ଧୂଳି ପ୍ରାପ୍ତ ହୋଇଥାଏ||2||

ਪਉੜੀ ॥
ପଉଡୀ॥ 

ਨਾਇ ਸੁਣਿਐ ਸੁਚਿ ਸੰਜਮੋ ਜਮੁ ਨੇੜਿ ਨ ਆਵੈ ॥
ହରିନାମ ଶୁଣିବା ଦ୍ଵାରା ଶୁଦ୍ଧତା ଓ ସଂଯମତା ପ୍ରାପ୍ତ ହୋଇଥାଏ ଏବଂ ଯମ ମଧ୍ୟ ପାଖକୁ ଆସେ ନାହିଁ।

ਨਾਇ ਸੁਣਿਐ ਘਟਿ ਚਾਨਣਾ ਆਨੑੇਰੁ ਗਵਾਵੈ ॥
ହରିନାମ ଶୁଣିବା ଦ୍ଵାରା ହୃଦୟରେ ଜ୍ଞାନର ଆଲୋକ ହୋଇଯାଏ ଏବଂ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ। 

ਨਾਇ ਸੁਣਿਐ ਆਪੁ ਬੁਝੀਐ ਲਾਹਾ ਨਾਉ ਪਾਵੈ ॥
ହରିନାମ ଶୁଣିବା ଦ୍ଵାରା ଆତ୍ମ-ଜ୍ଞାନର ପ୍ରାପ୍ତି ହୋଇଥାଏ ଏବଂ ନାମ ଦ୍ଵାରା ହିଁ ଲାଭ ମିଳିଥାଏ। 

ਨਾਇ ਸੁਣਿਐ ਪਾਪ ਕਟੀਅਹਿ ਨਿਰਮਲ ਸਚੁ ਪਾਵੈ ॥
ହରିନାମ ଶୁଣିବା ଦ୍ଵାରା ସବୁ ପାପ କଟିଯାଏ ଏବଂ ନିର୍ମଳ ଜୀବନ-ଆଚରଣ ପ୍ରାପ୍ତ ହୋଇଥାଏ।

ਨਾਨਕ ਨਾਇ ਸੁਣਿਐ ਮੁਖ ਉਜਲੇ ਨਾਉ ਗੁਰਮੁਖਿ ਧਿਆਵੈ ॥੮॥
ଗୁରୁ ନାନକ କହନ୍ତି ଯେ ହରିନାମ ଶୁଣିବା ଦ୍ଵାରା ମାନ-ପ୍ରତିଷ୍ଠା ମିଳିଥାଏ, ଗୁରୁ-ମତାନୁସାରେ ଚାଲିବା ବାଲା ପ୍ରଭୁ-ନାମର ଧ୍ୟାନ କରିଥାଏ||8||

ਸਲੋਕ ਮਹਲਾ ੧ ॥
ଶ୍ଳୋକ ମହଲା 1॥ 

ਘਰਿ ਨਾਰਾਇਣੁ ਸਭਾ ਨਾਲਿ ॥
ପୂଜାରୀ ନିଜ ଘର ଅଥବା ମନ୍ଦିରରେ ଅନ୍ୟ ଦେବୀ-ଦେବତା ସହିତ ନାରାୟଣଙ୍କ ମୂର୍ତ୍ତି ରଖିଥାଏ।

ਪੂਜ ਕਰੇ ਰਖੈ ਨਾਵਾਲਿ ॥
ସେ ନିତ୍ୟ ତାହାଙ୍କ ପୂଜା ଅର୍ଚ୍ଚନା କରିଥାଏ ଏବଂ ସ୍ନାନ ମଧ୍ୟ କରାଇ ଥାଏ।

error: Content is protected !!