ODIA PAGE 1263

ਜਿਨਿ ਐਸਾ ਨਾਮੁ ਵਿਸਾਰਿਆ ਮੇਰਾ ਹਰਿ ਹਰਿ ਤਿਸ ਕੈ ਕੁਲਿ ਲਾਗੀ ਗਾਰੀ ॥
ଯିଏ ମୋର ପ୍ରଭୁଙ୍କ ନାମ ଭୁଲି ଯାଇଛି, ତାହାର ବଂଶକୁ କଳଙ୍କ ଲାଗି ଯାଇଛି।        

ਹਰਿ ਤਿਸ ਕੈ ਕੁਲਿ ਪਰਸੂਤਿ ਨ ਕਰੀਅਹੁ ਤਿਸੁ ਬਿਧਵਾ ਕਰਿ ਮਹਤਾਰੀ ॥੨॥
ହେ ହରି! ସେହି କୁଳରେ ସନ୍ତାନ ଜନ୍ମ ହେବା ଉଚିତ ନୁହେଁ, ଯେଉଁଠି ଜନ୍ମ ଦେବା ବାଲା ମା’ ବିଧବା ହେବା ହିଁ ଉତ୍ତମ ଅଟେ, ଯେପରି ସନ୍ତାନ ଜନ୍ମ ଦେଇ ପାରିବ ନାହିଁ||2||                                                                                                                            

ਹਰਿ ਹਰਿ ਆਨਿ ਮਿਲਾਵਹੁ ਗੁਰੁ ਸਾਧੂ ਜਿਸੁ ਅਹਿਨਿਸਿ ਹਰਿ ਉਰਿ ਧਾਰੀ ॥
ହେ ପରମେଶ୍ଵର! ମୋତେ ସେହି ସଚ୍ଚା ଗୁରୁଙ୍କ ସହିତ ମିଳାଇ ଦିଅ, ଯିଏ ହୃଦୟରେ ତୋର ନାମର ଧ୍ୟାନ କରିଥାଏ।

ਗੁਰਿ ਡੀਠੈ ਗੁਰ ਕਾ ਸਿਖੁ ਬਿਗਸੈ ਜਿਉ ਬਾਰਿਕੁ ਦੇਖਿ ਮਹਤਾਰੀ ॥੩॥
ଗୁରୁଙ୍କ ଦର୍ଶନ କରି ଗୁରୁଙ୍କ ଶିଷ୍ୟ ଖୁସି ହୋଇଥାଏ, ଯେପରି ମାତାକୁ ଦେଖି ସନ୍ତାନ ପ୍ରସନ୍ନ ହୋଇଥାଏ||3||

ਧਨ ਪਿਰ ਕਾ ਇਕ ਹੀ ਸੰਗਿ ਵਾਸਾ ਵਿਚਿ ਹਉਮੈ ਭੀਤਿ ਕਰਾਰੀ ॥
ଜୀବ-ସ୍ତ୍ରୀର ନିବାସ ପତି-ପ୍ରଭୁଙ୍କ ସହିତ ହିଁ ହୋଇଥାଏ, ପରନ୍ତୁ ମଧ୍ୟରେ ଅହଙ୍କାରର ଶକ୍ତ ପ୍ରାଚୀର ରହିଥାଏ।                             

ਗੁਰਿ ਪੂਰੈ ਹਉਮੈ ਭੀਤਿ ਤੋਰੀ ਜਨ ਨਾਨਕ ਮਿਲੇ ਬਨਵਾਰੀ ॥੪॥੧॥
ହେ ନାନକ! ଯେତେବେଳେ ପୂର୍ଣ୍ଣ ଗୁରୁ ଅହଙ୍କାରର ଶକ୍ତ ପ୍ରାଚୀର ଭାଙ୍ଗି ଦେଇଥାନ୍ତି, ପ୍ରଭୁଙ୍କ ସହିତ ମିଳନ ହୋଇଯାଏ||4||1||                                      

ਮਲਾਰ ਮਹਲਾ ੪ ॥
ମଲାର ମହଲା 4॥ 

ਗੰਗਾ ਜਮੁਨਾ ਗੋਦਾਵਰੀ ਸਰਸੁਤੀ ਤੇ ਕਰਹਿ ਉਦਮੁ ਧੂਰਿ ਸਾਧੂ ਕੀ ਤਾਈ ॥
ଗଙ୍ଗା, ଯମୁନା, ଗୋଦାବରୀ ଏବଂ ସରସ୍ଵତୀ ଆଦି ପବିତ୍ର ନଦୀ ମଧ୍ୟ ସାଧୁଙ୍କ ଚରଣ ଧୂଳି ପାଇବାକୁ ପ୍ରୟାସ କରିଥାନ୍ତି।

ਕਿਲਵਿਖ ਮੈਲੁ ਭਰੇ ਪਰੇ ਹਮਰੈ ਵਿਚਿ ਹਮਰੀ ਮੈਲੁ ਸਾਧੂ ਕੀ ਧੂਰਿ ਗਵਾਈ ॥੧॥
ବାସ୍ତବରେ, ଏହା କୁହାଯାଇ ଥାଏ ଯେ ଆମ ଭିତରେ ପାପର ମଇଳା ଭରି ରହିଥାଏ, ଲୋକମାନେ ସ୍ନାନ କରି ଏବଂ ଆମର ମଇଳାକୁ ସାଧୁଙ୍କ ଚରଣ ଧୂଳି ହିଁ ସମାପ୍ତ କରିଥାଏ||1||                                                   

ਤੀਰਥਿ ਅਠਸਠਿ ਮਜਨੁ ਨਾਈ ॥
ହରିନାମ ଅଠଷଠି ତୀର୍ଥର ସ୍ନାନର ଫଳ ଅଟେ।                                                          

ਸਤਸੰਗਤਿ ਕੀ ਧੂਰਿ ਪਰੀ ਉਡਿ ਨੇਤ੍ਰੀ ਸਭ ਦੁਰਮਤਿ ਮੈਲੁ ਗਵਾਈ ॥੧॥ ਰਹਾਉ ॥
ଯେତେବେଳେ ସତସଙ୍ଗତିର ଧୂଳି ଉଡି ଆଖିରେ ପଡିଥାଏ, ଦୁର୍ମତିର ସବୁ ମଇଳା ଦୂର ହୋଇଯାଏ॥1॥ରୁହ॥  

ਜਾਹਰਨਵੀ ਤਪੈ ਭਾਗੀਰਥਿ ਆਣੀ ਕੇਦਾਰੁ ਥਾਪਿਓ ਮਹਸਾਈ ॥
ରାଜା ଭାଗୀରଥ କଠୋର ତପସ୍ୟା କରି ଗଙ୍ଗାକୁ ପୃଥିବୀକୁ ଆଣିଛନ୍ତି, ଶିବଶଙ୍କର କେଦାରନାଥର ସ୍ଥାପନ କରିଛନ୍ତି। 

ਕਾਂਸੀ ਕ੍ਰਿਸਨੁ ਚਰਾਵਤ ਗਾਊ ਮਿਲਿ ਹਰਿ ਜਨ ਸੋਭਾ ਪਾਈ ॥੨॥
କାଶୀ ଏବଂ ବୃନ୍ଦାବନ, ଯେଉଁଠି ଶ୍ରୀକୃଷ୍ଣ ଗାଈ ଚରାଇ ଥାଆନ୍ତି, ଏହି ସବୁ ତୀର୍ଥ ହରିଭକ୍ତ ଦ୍ଵାରା ହିଁ ଶୋଭା ପ୍ରାପ୍ତ କରିଥାଏ||2||                                    

ਜਿਤਨੇ ਤੀਰਥ ਦੇਵੀ ਥਾਪੇ ਸਭਿ ਤਿਤਨੇ ਲੋਚਹਿ ਧੂਰਿ ਸਾਧੂ ਕੀ ਤਾਈ ॥
ଯେତେ ତୀର୍ଥ ଦେବୀ-ଦେବତା ସ୍ଥାପନ କରିଛନ୍ତି, ସମସ୍ତେ ସାଧୁ-ପୁରୁଷଙ୍କ ଚରଣ-ଧୂଳିର ଆକାଂକ୍ଷା କରିଥାନ୍ତି।                                         

ਹਰਿ ਕਾ ਸੰਤੁ ਮਿਲੈ ਗੁਰ ਸਾਧੂ ਲੈ ਤਿਸ ਕੀ ਧੂਰਿ ਮੁਖਿ ਲਾਈ ॥੩॥
ଏହି ତୀର୍ଥର କଥନ ଯେ ଯଦି ଈଶ୍ଵରଙ୍କ ଭକ୍ତ, ସାଧୁ ଏବଂ ଗୁରୁ ମିଳି ଯାଆନ୍ତି, ଆମେ ତାହାଙ୍କ ଚରଣ-ଧୂଳି ମୁଖରେ ଲାଗିଥାଏ||3||                     

ਜਿਤਨੀ ਸ੍ਰਿਸਟਿ ਤੁਮਰੀ ਮੇਰੇ ਸੁਆਮੀ ਸਭ ਤਿਤਨੀ ਲੋਚੈ ਧੂਰਿ ਸਾਧੂ ਕੀ ਤਾਈ ॥
ହେ ମୋର ସ୍ଵାମୀ! ତୁମର ଯେତେ ସୃଷ୍ଟି ଅଛି, ସୃଷ୍ଟିର ସମସ୍ତେ ସାଧୁଙ୍କ ଚରଣ-ଧୂଳି ହିଁ ଚାହିଁ ଥାଆନ୍ତି।

ਨਾਨਕ ਲਿਲਾਟਿ ਹੋਵੈ ਜਿਸੁ ਲਿਖਿਆ ਤਿਸੁ ਸਾਧੂ ਧੂਰਿ ਦੇ ਹਰਿ ਪਾਰਿ ਲੰਘਾਈ ॥੪॥੨॥
ନାନକ କହନ୍ତି ଯେ ଯାହାର କପାଳରେ ଭାଗ୍ୟ ଲେଖା ହୋଇଥାଏ, ଈଶ୍ଵର ତାହାଙ୍କୁ ସାଧୁଙ୍କ ଚରଣ-ଧୂଳି ଦେଇ ସଂସାର ସାଗରରୁ ମୁକ୍ତ କରାଇ ଦେଇଛନ୍ତି||4||2||

ਮਲਾਰ ਮਹਲਾ ੪ ॥
ମଲାର ମହଲା 4॥ 

ਤਿਸੁ ਜਨ ਕਉ ਹਰਿ ਮੀਠ ਲਗਾਨਾ ਜਿਸੁ ਹਰਿ ਹਰਿ ਕ੍ਰਿਪਾ ਕਰੈ ॥
ଯାହା ଉପରେ ପରମାତ୍ମା ନିଜ କୃପା କରିଥାନ୍ତି, ସେହି ବ୍ୟକ୍ତି ପାଖରେ ହିଁ ସେ ଉତ୍ତମ ଗୁଣ ଦେଇଥାନ୍ତି।          

ਤਿਸ ਕੀ ਭੂਖ ਦੂਖ ਸਭਿ ਉਤਰੈ ਜੋ ਹਰਿ ਗੁਣ ਹਰਿ ਉਚਰੈ ॥੧॥
ଯିଏ ପରମାତ୍ମାଙ୍କ ସ୍ତୁତିଗାନ ଏବଂ ନାମ ଉଚ୍ଚାରଣ କରିଥାଏ, ତାହାର ସବୁ କ୍ଷୁଧା ଏବଂ ତୃଷ୍ଣା ଦୂର ହୋଇଯାଏ||1||                                                

ਜਪਿ ਮਨ ਹਰਿ ਹਰਿ ਹਰਿ ਨਿਸਤਰੈ ॥
ହେ ମନ! ଈଶ୍ଵରଙ୍କ ନାମ ଜପିବା ଦ୍ଵାରା ହିଁ ମୁକ୍ତି ହୋଇଥାଏ।                                                                                                         

ਗੁਰ ਕੇ ਬਚਨ ਕਰਨ ਸੁਨਿ ਧਿਆਵੈ ਭਵ ਸਾਗਰੁ ਪਾਰਿ ਪਰੈ ॥੧॥ ਰਹਾਉ ॥
ଯିଏ ଗୁରୁଙ୍କ ବଚନକୁ ଶୁଣି ମନନ କରିଥାଏ, ସେ ସଂସାର-ସାଗରରୁ ପାର ହୋଇଯାଏ॥1॥ରୁହ॥                                

ਤਿਸੁ ਜਨ ਕੇ ਹਮ ਹਾਟਿ ਬਿਹਾਝੇ ਜਿਸੁ ਹਰਿ ਹਰਿ ਕ੍ਰਿਪਾ ਕਰੈ ॥
ଯାହା ଉପରେ ପରମାତ୍ମାଙ୍କ କୃପା ହୋଇଥାଏ, ସେହି ଭକ୍ତ ପାଇଁ ଆମେ ବଜାରରେ ବିକ୍ରି ହେବା ପାଇଁ ପ୍ରସ୍ତୁତ ଅଛୁ।              

ਹਰਿ ਜਨ ਕਉ ਮਿਲਿਆਂ ਸੁਖੁ ਪਾਈਐ ਸਭ ਦੁਰਮਤਿ ਮੈਲੁ ਹਰੈ ॥੨॥
ହରିଭକ୍ତକୁ ମିଶିଲେ ପରମ-ସୁଖ ପ୍ରାପ୍ତ ହୋଇଥାଏ ଏବଂ ସେ ଦୁର୍ମତିର ସବୁ ମଇଳା ଦୂର କରି ଦେଇଥାଏ||2||  

ਹਰਿ ਜਨ ਕਉ ਹਰਿ ਭੂਖ ਲਗਾਨੀ ਜਨੁ ਤ੍ਰਿਪਤੈ ਜਾ ਹਰਿ ਗੁਨ ਬਿਚਰੈ ॥
ହରିଭକ୍ତକୁ ହରିଭକ୍ତିର ଲାଳସା ଲାଗି ରହିଥାଏ, ଯେତେବେଳେ ସେ ହରିଙ୍କ କୀର୍ତ୍ତିଗାନ କରିଥାଏ, ତୃପ୍ତ ହୋଇଯାଏ।                                                

ਹਰਿ ਕਾ ਜਨੁ ਹਰਿ ਜਲ ਕਾ ਮੀਨਾ ਹਰਿ ਬਿਸਰਤ ਫੂਟਿ ਮਰੈ ॥੩॥
ହରିଙ୍କ ଭକ୍ତ ହରିନାମ ରୂପୀ ଜଳର ମାଛ ଭଳି ଅଟେ ଏବଂ ହାରୀଙ୍କୁ ଭୁଲି ଜଳ ବିନା ମାଛ ଭଳି ମରିଯାଇ ଥାଏ।||3|| 

ਜਿਨਿ ਏਹ ਪ੍ਰੀਤਿ ਲਾਈ ਸੋ ਜਾਨੈ ਕੈ ਜਾਨੈ ਜਿਸੁ ਮਨਿ ਧਰੈ ॥
ଯେଉଁ ଈଶ୍ଵର ଏହି ପ୍ରେମ ଲଗାଇଛନ୍ତି, ସେ ହିଁ ଜାଣିଥାନ୍ତି କିମ୍ବା ଯେଉଁ ବ୍ୟକ୍ତି ମନରେ ଧାରଣ କରିଥାଏ, ତାହାକୁ ହିଁ ଜ୍ଞାତ ହୋଇଥାଏ।

ਜਨੁ ਨਾਨਕੁ ਹਰਿ ਦੇਖਿ ਸੁਖੁ ਪਾਵੈ ਸਭ ਤਨ ਕੀ ਭੂਖ ਟਰੈ ॥੪॥੩॥
ହେ ନାନକ! ଏପରି ବ୍ୟକ୍ତି ଈଶ୍ଵରଙ୍କ ଦର୍ଶନ ଦ୍ଵାରା ସୁଖର ଅନୁଭୂତି କରିଥାଏ ଏବଂ ତାହାର ମନର ସବୁ କ୍ଷୁଧା ସମାପ୍ତ ହୋଇଯାଏ||4||3||         

ਮਲਾਰ ਮਹਲਾ ੪ ॥
ମଲାର ମହଲା 4 ॥ 

ਜਿਤਨੇ ਜੀਅ ਜੰਤ ਪ੍ਰਭਿ ਕੀਨੇ ਤਿਤਨੇ ਸਿਰਿ ਕਾਰ ਲਿਖਾਵੈ ॥
ଯେତେ ଜୀବ-ଜନ୍ତୁ ପ୍ରଭୁ ଜାତ କରିଛନ୍ତି, ସମସ୍ତେ ନିଜ କର୍ମ ଲେଖାଇ ସଂସାରକୁ ଆସିଥାନ୍ତି।  

ਹਰਿ ਜਨ ਕਉ ਹਰਿ ਦੀਨੑ ਵਡਾਈ ਹਰਿ ਜਨੁ ਹਰਿ ਕਾਰੈ ਲਾਵੈ ॥੧॥
ପରମାତ୍ମା ନିଜ ଭକ୍ତକୁ କୀର୍ତ୍ତି ପ୍ରଦାନ କରିଛନ୍ତି, ଭକ୍ତଜନ ଭକ୍ତିରେ ଲୀନ ରହିଥାଏ ଏବଂ ସବୁ ଲୋକଙ୍କୁ ଭକ୍ତିରେ ଲଗାଇ ଥାଏ||1||                               

ਸਤਿਗੁਰੁ ਹਰਿ ਹਰਿ ਨਾਮੁ ਦ੍ਰਿੜਾਵੈ ॥
ସଚ୍ଚା ଗୁରୁ ନାମ ସ୍ମରଣ ଦୃଢ କରାଇ ଥାଆନ୍ତି।      

error: Content is protected !!