ODIA PAGE 1293

ਮਲਾਰ ਬਾਣੀ ਭਗਤ ਰਵਿਦਾਸ ਜੀ ਕੀ
ମଲାର ବାଣୀ ଭକ୍ତ ରବିଦାସ                                                           

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।                                             

ਨਾਗਰ ਜਨਾਂ ਮੇਰੀ ਜਾਤਿ ਬਿਖਿਆਤ ਚੰਮਾਰੰ ॥
ହେ ନଗରର ଲୋକମାନେ! ଏହି କଥା ବିଖ୍ୟାତ ଯେ ମୋର ଜାତି ଚମାର ଅଟେ (ଯାହାକୁ ଆପଣ ନୀଚ ମନେ କରନ୍ତି, କିନ୍ତୁ)           

ਰਿਦੈ ਰਾਮ ਗੋਬਿੰਦ ਗੁਨ ਸਾਰੰ ॥੧॥ ਰਹਾਉ ॥
ମୋର ହୃଦୟରେ ପରମାତ୍ମା ହିଁ ବାସ କରିଥାନ୍ତି, ତାହାଙ୍କ ଗୁଣଗାନ କରିଥାଏ॥1॥ରୁହ॥                                                                               

ਸੁਰਸਰੀ ਸਲਲ ਕ੍ਰਿਤ ਬਾਰੁਨੀ ਰੇ ਸੰਤ ਜਨ ਕਰਤ ਨਹੀ ਪਾਨੰ ॥
ଗଙ୍ଗାଜଳରେ ପ୍ରସ୍ତୁତ ହୋଇଥିବା ପାନୀୟ ଭକ୍ତଜଣ ପାନ କରନ୍ତି ନାହିଁ।           

ਸੁਰਾ ਅਪਵਿਤ੍ਰ ਨਤ ਅਵਰ ਜਲ ਰੇ ਸੁਰਸਰੀ ਮਿਲਤ ਨਹਿ ਹੋਇ ਆਨੰ ॥੧॥
କିନ୍ତୁ ଅପବିତ୍ର ପାନୀୟ ଏବଂ ଦୂଷିତ ପାଣି ମଧ୍ୟ ହେଉ, ଗଙ୍ଗାରେ ମିଶି ଅଲଗା ହୁଏନାହିଁ, ବରଂ ଗଙ୍ଗା ହିଁ ହୋଇଯାଏ||1||               

ਤਰ ਤਾਰਿ ਅਪਵਿਤ੍ਰ ਕਰਿ ਮਾਨੀਐ ਰੇ ਜੈਸੇ ਕਾਗਰਾ ਕਰਤ ਬੀਚਾਰੰ ॥
ତାଡ ଗଛ ଅପବିତ୍ର ମାନା ଯାଇଥାଏ, ସେହି ଗଛରୁ କାଗଜ ପ୍ରସ୍ତୁତ ହୋଇଥାଏ।              

ਭਗਤਿ ਭਾਗਉਤੁ ਲਿਖੀਐ ਤਿਹ ਊਪਰੇ ਪੂਜੀਐ ਕਰਿ ਨਮਸਕਾਰੰ ॥੨॥
ଯେତେବେଳେ ଭଗବାନଙ୍କ ଭକ୍ତି-ସ୍ତୁତି ତାହା ଉପରେ ଲେଖି ଦିଆଯାଏ, ସେ ପୂଜନୀୟ ବନି ଯାଇଥାଏ ଏବଂ ଲୋକମାନେ ତାହାକୁ ମୁଣ୍ଡିଆ ମାରିଥାନ୍ତି ||2||                                                       

ਮੇਰੀ ਜਾਤਿ ਕੁਟ ਬਾਂਢਲਾ ਢੋਰ ਢੋਵੰਤਾ ਨਿਤਹਿ ਬਾਨਾਰਸੀ ਆਸ ਪਾਸਾ ॥
ମୋର ଜାତିର ଲୋକମାନେ ବର୍ତ୍ତମାନ ମଧ୍ୟ ବନାରସ ପାଖରେ ନିତ୍ୟ ମୃତ ପଶୁ ଧୋଇ ଥାଆନ୍ତି।                             

ਅਬ ਬਿਪ੍ਰ ਪਰਧਾਨ ਤਿਹਿ ਕਰਹਿ ਡੰਡਉਤਿ ਤੇਰੇ ਨਾਮ ਸਰਣਾਇ ਰਵਿਦਾਸੁ ਦਾਸਾ ॥੩॥੧॥
ରବିଦାସ କହନ୍ତି ଯେ ହେ ପରମାତ୍ମା! ତୋର ନାମ ଓ ଶରଣ କାରଣରୁ ବର୍ତ୍ତମାନ ବଡ-ବଡ ବ୍ରାହ୍ମଣ ଆମକୁ ଦଣ୍ଡବତ କରୁଛନ୍ତି||3||1||                                   

ਮਲਾਰ ॥
ମଲାର ॥

ਹਰਿ ਜਪਤ ਤੇਊ ਜਨਾ ਪਦਮ ਕਵਲਾਸ ਪਤਿ ਤਾਸ ਸਮ ਤੁਲਿ ਨਹੀ ਆਨ ਕੋਊ ॥
ଯିଏ ଶ୍ରୀହରିଙ୍କ ଜପ କରିଥାଏ, ତାହାଙ୍କ ଚରଣ ପୂଜା କରିଥାଏ, ଏପରି ଭକ୍ତ ସମାନ ଆଉ କେହି ନାହାନ୍ତି।                  

ਏਕ ਹੀ ਏਕ ਅਨੇਕ ਹੋਇ ਬਿਸਥਰਿਓ ਆਨ ਰੇ ਆਨ ਭਰਪੂਰਿ ਸੋਊ ॥ ਰਹਾਉ ॥
ସେ ଏକ ହିଁ ଅଟନ୍ତି ଏବଂ ଏକ ସେ ହିଁ ଅନେକ ରୂପରେ ପ୍ରସାରିତ ହୋଇଥାନ୍ତି, ତାହାଙ୍କୁ ହୃଦୟରେ ସ୍ଥାପନ କର ॥ରୁହ॥ 

ਜਾ ਕੈ ਭਾਗਵਤੁ ਲੇਖੀਐ ਅਵਰੁ ਨਹੀ ਪੇਖੀਐ ਤਾਸ ਕੀ ਜਾਤਿ ਆਛੋਪ ਛੀਪਾ ॥
ଯାହା ଘରେ ଭଗବାନଙ୍କ ଭଜନ ହୋଇଥାଏ, ଅନ୍ୟ କିଛି ଦେଖାଯାଏ ନାହିଁ, ସେହି ନାମଦେବଙ୍କ ଜାତି ଅସ୍ପୃଶ୍ୟ ଅଟେ।                                    

ਬਿਆਸ ਮਹਿ ਲੇਖੀਐ ਸਨਕ ਮਹਿ ਪੇਖੀਐ ਨਾਮ ਕੀ ਨਾਮਨਾ ਸਪਤ ਦੀਪਾ ॥੧॥
ବ୍ୟାସଙ୍କ ଓ ସନକଙ୍କ ରଚନାରେ ହରିନାମର କୀର୍ତ୍ତି ଅଛି, ଯାହା ସାତ ଦ୍ଵୀପରେ ପ୍ରସାରିତ ହୋଇଛି||1||             

ਜਾ ਕੈ ਈਦਿ ਬਕਰੀਦਿ ਕੁਲ ਗਊ ਰੇ ਬਧੁ ਕਰਹਿ ਮਾਨੀਅਹਿ ਸੇਖ ਸਹੀਦ ਪੀਰਾ ॥
ଯେଉଁଠି ଗୋ-ବଧ ହେଉଥିଲା, ସେମାନେ ବର୍ତ୍ତମାନ ବୁଝି ସାରିଲେଣି,          

ਜਾ ਕੈ ਬਾਪ ਵੈਸੀ ਕਰੀ ਪੂਤ ਐਸੀ ਸਰੀ ਤਿਹੂ ਰੇ ਲੋਕ ਪਰਸਿਧ ਕਬੀਰਾ ॥੨॥
ଯାହାର ପିତା ଏହିସବୁ କରୁଥିଲେ, ତାହାଙ୍କ ପୁତ୍ର ଏହା କରି ଦେଇଛନ୍ତି , ସେହି କବୀର ସାରା ଦୁନିଆରେ ପ୍ରସିଦ୍ଧ ହୋଇ ଯାଇଛନ୍ତି||2||

ਜਾ ਕੇ ਕੁਟੰਬ ਕੇ ਢੇਢ ਸਭ ਢੋਰ ਢੋਵੰਤ ਫਿਰਹਿ ਅਜਹੁ ਬੰਨਾਰਸੀ ਆਸ ਪਾਸਾ ॥
ଯାହାର ପରିବାରର ବଂଶଜ ବର୍ତ୍ତମାନ ମଧ୍ୟ ବନାରସ ପାଖରେ ପଶୁ ଧୋଇ ଥାନ୍ତି,                                                                      

ਆਚਾਰ ਸਹਿਤ ਬਿਪ੍ਰ ਕਰਹਿ ਡੰਡਉਤਿ ਤਿਨ ਤਨੈ ਰਵਿਦਾਸ ਦਾਸਾਨ ਦਾਸਾ ॥੩॥੨॥
ଦାସର ଦାସ ରବିଦାସଙ୍କୁ ବ୍ରାହ୍ମଣ ସମାଜ ଆଦର ପୂର୍ବକ ଦଣ୍ଡବତ ପ୍ରଣାମ କରିଥାନ୍ତି||3||2||

ਮਲਾਰ
ମଲାର 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।                                             

ਮਿਲਤ ਪਿਆਰੋ ਪ੍ਰਾਨ ਨਾਥੁ ਕਵਨ ਭਗਤਿ ਤੇ ॥
ପ୍ରାଣ ଠାରୁ ପ୍ରିୟ ପ୍ରଭୁ କେଉଁ ଭକ୍ତି ଦ୍ଵାରା ମିଳିଥାନ୍ତି ଆଉ                                                                          

ਸਾਧਸੰਗਤਿ ਪਾਈ ਪਰਮ ਗਤੇ ॥ ਰਹਾਉ ॥
ସାଧୁଙ୍କ ସଙ୍ଗତରେ ପରମ ଗତି ସମ୍ଭବ ଅଟେ॥2॥ରୁହ॥       

ਮੈਲੇ ਕਪਰੇ ਕਹਾ ਲਉ ਧੋਵਉ ॥
ପରନିନ୍ଦା ଦ୍ଵାରା ମଇଳା କପଡା କେଉଁ ପର୍ଯ୍ୟନ୍ତ ଧୋଇ ଚାଲିଥିବି।                                                                                   

ਆਵੈਗੀ ਨੀਦ ਕਹਾ ਲਗੁ ਸੋਵਉ ॥੧॥
ନିଦ୍ରା ଆସିଲେ କେଉଁଠି ଶୟନ କରିବି ||1||                                                                                          

ਜੋਈ ਜੋਈ ਜੋਰਿਓ ਸੋਈ ਸੋਈ ਫਾਟਿਓ ॥
ଯାହା କିଛି କୁଟିଳ କର୍ମ କରି ଲେଖା-ଜୋଖା ଏକାଠି କରିଥିଲି,ତାହା ନଷ୍ଟ ହୋଇ ଯାଇଛି।         

ਝੂਠੈ ਬਨਜਿ ਉਠਿ ਹੀ ਗਈ ਹਾਟਿਓ ॥੨॥
ମିଥ୍ୟା ବ୍ୟାପାରର ଦୋକାନ ବନ୍ଦ ହୋଇ ଯାଇଛି||2||         

ਕਹੁ ਰਵਿਦਾਸ ਭਇਓ ਜਬ ਲੇਖੋ ॥
ରବିଦାସ କହନ୍ତି ଯେ ଯେତେବେଳେ କର୍ମର ହିସାବ ହୋଇଥାଏ, ସେତେବେଳେ                                                                            

ਜੋਈ ਜੋਈ ਕੀਨੋ ਸੋਈ ਸੋਈ ਦੇਖਿਓ ॥੩॥੧॥੩॥
ଯାହା ଯାହା ଶୁଭ କର୍ମ କରିଥିଲି, ଦେଖା ଦେଇଥାଏ||3||1||3||                 

error: Content is protected !!