ODIA PAGE 1300

ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥ 

ਸਾਧ ਸਰਨਿ ਚਰਨ ਚਿਤੁ ਲਾਇਆ ॥
ସାଧୁ-ମହାପୁରୁଷଙ୍କ ଚରଣ-କମଳରେ ମନ ଲଗାଇଛି।          

ਸੁਪਨ ਕੀ ਬਾਤ ਸੁਨੀ ਪੇਖੀ ਸੁਪਨਾ ਨਾਮ ਮੰਤ੍ਰੁ ਸਤਿਗੁਰੂ ਦ੍ਰਿੜਾਇਆ ॥੧॥ ਰਹਾਉ ॥
ମୁଁ ଦୁନିଆର ସ୍ଵପ୍ନ କଥା ଶୁଣିଥିଲି, ବର୍ତ୍ତମାନ ସଚ୍ଚା ଗୁରୁ ନାମ ଉପଦେଶ ଦେଇଛନ୍ତି ଯେ ଏହା ସ୍ଵପ୍ନ ହି ଅଟେ॥1॥ରୁହ॥           

ਨਹ ਤ੍ਰਿਪਤਾਨੋ ਰਾਜ ਜੋਬਨਿ ਧਨਿ ਬਹੁਰਿ ਬਹੁਰਿ ਫਿਰਿ ਧਾਇਆ ॥
ରାଜ୍ୟ, ଯୌବନ, ଧନ-ଦୌଲତ ଇତ୍ୟାଦି ଦ୍ଵାରା ବ୍ୟକ୍ତି ତୃପ୍ତ ହୁଏନାହିଁ ଏବଂ ବାରମ୍ବାର ଅଧିକ ପାଇବାର ଲାଳସା କରିଥାଏ।                            

ਸੁਖੁ ਪਾਇਆ ਤ੍ਰਿਸਨਾ ਸਭ ਬੁਝੀ ਹੈ ਸਾਂਤਿ ਪਾਈ ਗੁਨ ਗਾਇਆ ॥੧॥
ପରମାତ୍ମାଙ୍କ ଗୁଣଗାନ ଦ୍ଵାରା ଶାନ୍ତି ପ୍ରାପ୍ତ ହୋଇଥାଏ, ସବୁ ତୃଷ୍ଣା ମେଣ୍ଟିଯାଏ ଏବଂ ସୁଖ ହିଁ ସୁଖ ମିଳିଥାଏ||1||

ਬਿਨੁ ਬੂਝੇ ਪਸੂ ਕੀ ਨਿਆਈ ਭ੍ਰਮਿ ਮੋਹਿ ਬਿਆਪਿਓ ਮਾਇਆ ॥
ସତ୍ୟକୁ ବୁଝିବା ବିନା ଜୀବ ପଶୁ ଭଳି ହୋଇଥାଏ ଏବଂ ଭ୍ରମ, ମୋହ ଓ ମାୟାରେ ଲିପ୍ତ ରହିଥାଏ।                                                 

ਸਾਧਸੰਗਿ ਜਮ ਜੇਵਰੀ ਕਾਟੀ ਨਾਨਕ ਸਹਜਿ ਸਮਾਇਆ ॥੨॥੧੦॥
ହେ ନାନକ! ସାଧୁ-ପୁରୁଷଙ୍କ ସହିତ ଆମର ମୃତ୍ୟୁର ଜଞ୍ଜିର କଟି ଯାଇଥାଏ ଏବଂ ସ୍ଵାଭାବିକ ଭାବରେ ସତ୍ୟରେ ଲୀନ ରହିଥାଏ||2||10||               

ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥ 

ਹਰਿ ਕੇ ਚਰਨ ਹਿਰਦੈ ਗਾਇ ॥
ହୃଦୟରେ ପରମାତ୍ମାଙ୍କ ଚରଣର ସ୍ତୁତିଗାନ କର,                           

ਸੀਤਲਾ ਸੁਖ ਸਾਂਤਿ ਮੂਰਤਿ ਸਿਮਰਿ ਸਿਮਰਿ ਨਿਤ ਧਿਆਇ ॥੧॥ ਰਹਾਉ ॥
ଶୀତଳ ସୁଖ-ଶାନ୍ତିର ମୂର୍ତ୍ତି ପ୍ରଭୁଙ୍କ ସ୍ମରଣ ନିତ୍ୟ କର॥1॥ରୁହ॥                                            

ਸਗਲ ਆਸ ਹੋਤ ਪੂਰਨ ਕੋਟਿ ਜਨਮ ਦੁਖੁ ਜਾਇ ॥੧॥
ତାହା ଫଳରେ ସମସ୍ତ ଆଶା ପୂର୍ଣ୍ଣ ହୋଇଥାଏ ଏବଂ କୋଟି କୋଟି ଜନ୍ମର ଦୁଃଖ ଦୂର ହୋଇଯାଏ||1||            

ਪੁੰਨ ਦਾਨ ਅਨੇਕ ਕਿਰਿਆ ਸਾਧੂ ਸੰਗਿ ਸਮਾਇ ॥
ସାଧୁଜନଙ୍କ ସହିତ ଦାନ-ପୂଣ୍ୟ ଏବଂ ଅନେକ କର୍ମର ଫଳ ଥାଏ।                                                                  

ਤਾਪ ਸੰਤਾਪ ਮਿਟੇ ਨਾਨਕ ਬਾਹੁੜਿ ਕਾਲੁ ਨ ਖਾਇ ॥੨॥੧੧॥
ହେ ନାନକ! ଏହିପରି ସବୁ ତାପ-ସଂତାପ ଦୂର ହୋଇଯାଏ ଏବଂ ପୁନଃ ମୃତ୍ୟୁ ଗ୍ରାସ କରେନାହିଁ||2||11||                                                     

ਕਾਨੜਾ ਮਹਲਾ ੫ ਘਰੁ ੩
କାନଡା ମହଲା 5 ଘର 3

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।

ਕਥੀਐ ਸੰਤਸੰਗਿ ਪ੍ਰਭ ਗਿਆਨੁ ॥
ସନ୍ଥ-ମହାପୁରୁଷଙ୍କ ସହିତ ପ୍ରଭୁଙ୍କ ଜ୍ଞାନ କଥନ କରିବା ଉଚିତ।                           

ਪੂਰਨ ਪਰਮ ਜੋਤਿ ਪਰਮੇਸੁਰ ਸਿਮਰਤ ਪਾਈਐ ਮਾਨੁ ॥੧॥ ਰਹਾਉ ॥
ପୂର୍ଣ୍ଣ ପରମ ଜ୍ୟୋତି ପରମେଶ୍ଵରଙ୍କ ସ୍ମରଣ କରିବା ଦ୍ଵାରା ମାନ-ସମ୍ମାନ ପ୍ରାପ୍ତ ହୋଇଥାଏ॥1॥ରୁହ॥                                                       

ਆਵਤ ਜਾਤ ਰਹੇ ਸ੍ਰਮ ਨਾਸੇ ਸਿਮਰਤ ਸਾਧੂ ਸੰਗਿ ॥
ସାଧୁଙ୍କ ସଙ୍ଗତରେ ଭଗବାନଙ୍କ ସ୍ମରଣ କରିବା ଦ୍ଵାରା ଜନ୍ମ-ମରଣ ଦୂର ହୋଇଯାଏ ଏବଂ ସମସ୍ତ ଶ୍ରମ ନଷ୍ଟ ହୋଇଯାଏ।                

ਪਤਿਤ ਪੁਨੀਤ ਹੋਹਿ ਖਿਨ ਭੀਤਰਿ ਪਾਰਬ੍ਰਹਮ ਕੈ ਰੰਗਿ ॥੧॥
ପରଂବ୍ରହ୍ମଙ୍କ ରଙ୍ଗରେ ଲୀନ ହେବା ବାଲା ପାପୀ ମଧ୍ୟ ଏକ କ୍ଷଣରେ ପବିତ୍ର ହୋଇଯାଏ|1||                                                     

ਜੋ ਜੋ ਕਥੈ ਸੁਨੈ ਹਰਿ ਕੀਰਤਨੁ ਤਾ ਕੀ ਦੁਰਮਤਿ ਨਾਸ ॥
ଯିଏ ଯିଏ ହରିଙ୍କ କୀର୍ତ୍ତନ ଶୁଣିଥାଏ ଅଥବା କଥନ କରିଥାଏ, ତାହାର ଦୁର୍ମତି ନାଶ ହୋଇଯାଏ।

ਸਗਲ ਮਨੋਰਥ ਪਾਵੈ ਨਾਨਕ ਪੂਰਨ ਹੋਵੈ ਆਸ ॥੨॥੧॥੧੨॥
ହେ ନାନକ! ସେମାନେ ସମସ୍ତେ ମନୋରଥ ପ୍ରାପ୍ତ କରିଥାନ୍ତି ଏବଂ ତାହାଙ୍କ ସମସ୍ତ ଆଶା ପୂର୍ଣ୍ଣ ହୋଇଥାଏ||2||1||12||      

ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥ 

ਸਾਧਸੰਗਤਿ ਨਿਧਿ ਹਰਿ ਕੋ ਨਾਮ ॥
ସାଧୁ-ପୁରୁଷଙ୍କ ସଙ୍ଗତରେ ସୁଖର ଭଣ୍ଡାର ହରିନାମ ଥାଏ,                                             

ਸੰਗਿ ਸਹਾਈ ਜੀਅ ਕੈ ਕਾਮ ॥੧॥ ਰਹਾਉ ॥
ସେ ହିଁ ସଚ୍ଚା ସାଥି ଏବଂ ସହାୟକ ଅଟନ୍ତି, ଯାହା ଜୀବର କାମରେ ଆସିଥାଏ॥1॥ରୁହ॥                       

ਸੰਤ ਰੇਨੁ ਨਿਤਿ ਮਜਨੁ ਕਰੈ ॥
ନିତ୍ୟ ସନ୍ଥଙ୍କ ଚରଣ ଧୂଳିରେ ସ୍ନାନ କରିବା ଉଚିତ,         

ਜਨਮ ਜਨਮ ਕੇ ਕਿਲਬਿਖ ਹਰੈ ॥੧॥
ଏହା ଦ୍ଵାରା ଜନ୍ମ-ଜନ୍ମାନ୍ତରର ପାପ ସମାପ୍ତ ହୋଇଯାଏ||1||                                                       

ਸੰਤ ਜਨਾ ਕੀ ਊਚੀ ਬਾਨੀ ॥
ସନ୍ଥଜନଙ୍କ ବାଣୀ ବହୁତ ଉଚ୍ଚ ଅଟେ,                                                

ਸਿਮਰਿ ਸਿਮਰਿ ਤਰੇ ਨਾਨਕ ਪ੍ਰਾਨੀ ॥੨॥੨॥੧੩॥
ହେ ନାନକ! ସ୍ମରଣ କରୁଥିବା ପ୍ରାଣୀ ସଂସାର ସମୁଦ୍ରରୁ ପାର ହୋଇଯାଏ||2||2||13||                                                                   

ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥ 

ਸਾਧੂ ਹਰਿ ਹਰੇ ਗੁਨ ਗਾਇ ॥
ହେ ସାଧୁ-ପୁରୁଷ! ପରମାତ୍ମାଙ୍କ ଗୁଣଗାନ କର।                                           

ਮਾਨ ਤਨੁ ਧਨੁ ਪ੍ਰਾਨ ਪ੍ਰਭ ਕੇ ਸਿਮਰਤ ਦੁਖੁ ਜਾਇ ॥੧॥ ਰਹਾਉ ॥
ମାନ-ସମ୍ମାନ, ତନ, ଧନ, ପ୍ରାଣ ସବୁ ସେ ହିଁ ଅଟନ୍ତି ଏବଂ ପ୍ରଭୁଙ୍କ ସ୍ମରଣ ଦ୍ଵାରା ସବୁ ଦୁଃଖ ଦୂର ହୋଇଯାଏ॥1॥ରୁହ॥                        

ਈਤ ਊਤ ਕਹਾ ਲੋੁਭਾਵਹਿ ਏਕ ਸਿਉ ਮਨੁ ਲਾਇ ॥੧॥
ଏଣେତେଣେ କାହିଁକି ଲୋଭ କରୁଅଛ, ଏକ ଈଶ୍ଵରଙ୍କ ଠାରେ ମନ ଲଗାଅ||1||                

ਮਹਾ ਪਵਿਤ੍ਰ ਸੰਤ ਆਸਨੁ ਮਿਲਿ ਸੰਗਿ ਗੋਬਿਦੁ ਧਿਆਇ ॥੨॥
ସନ୍ଥଙ୍କ ସ୍ଥାନ ମହା ପବିତ୍ର ଅଟେ, ତାହାଙ୍କ ସହିତ ମିଶି ଈଶ୍ଵରଙ୍କ ଚିନ୍ତନ କର||2||                                                                   

ਸਗਲ ਤਿਆਗਿ ਸਰਨਿ ਆਇਓ ਨਾਨਕ ਲੇਹੁ ਮਿਲਾਇ ॥੩॥੩॥੧੪॥
ନାନକଙ୍କ ବିନତି ଯେ ମୁଁ ସବୁ ତ୍ୟାଗ କରି ଶରଣରେ ଆସିଛି, ସାଥିରେ ମିଳନ କରାଇ ଦିଅ||3||3||14||                                       

ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥ 

ਪੇਖਿ ਪੇਖਿ ਬਿਗਸਾਉ ਸਾਜਨ ਪ੍ਰਭੁ ਆਪਨਾ ਇਕਾਂਤ ॥੧॥ ਰਹਾਉ ॥
ମୁଁ ନିଜ ସଜ୍ଜନ ପ୍ରଭୁଙ୍କୁ ଦେଖି ଖୁସି ହୋଇଥାଏ॥1॥ରୁହ॥                                                

ਆਨਦਾ ਸੁਖ ਸਹਜ ਮੂਰਤਿ ਤਿਸੁ ਆਨ ਨਾਹੀ ਭਾਂਤਿ ॥੧॥
ସେ ଆନନ୍ଦ ଓ ପରମ ସୁଖର ମୂର୍ତ୍ତି ଅଟନ୍ତି, ତାହାଙ୍କ ବିନା ଅନ୍ୟ କିଛି ଭଲ ଲାଗେ ନାହିଁ||1||             

ਸਿਮਰਤ ਇਕ ਬਾਰ ਹਰਿ ਹਰਿ ਮਿਟਿ ਕੋਟਿ ਕਸਮਲ ਜਾਂਤਿ ॥੨॥
ଥରେ ମାତ୍ର ପରମାତ୍ମାଙ୍କ ସ୍ମରଣ କରିବା ଦ୍ଵାରା କୋଟି କୋଟି ପାପ ନଷ୍ଟ ହୋଇଯାଏ||2||                 

error: Content is protected !!