ODIA PAGE 1301

ਗੁਣ ਰਮੰਤ ਦੂਖ ਨਾਸਹਿ ਰਿਦ ਭਇਅੰਤ ਸਾਂਤਿ ॥੩॥
ତାହାଙ୍କ ଗୁଣାନୁନାବ କରିବା ଦ୍ଵାରା ଦୁଃଖ ନାଶ ହୋଇଯାଏ ଏବଂ ହୃଦୟକୁ ଶାନ୍ତି ପ୍ରାପ୍ତ ହୋଇଥାଏ||3||

ਅੰਮ੍ਰਿਤਾ ਰਸੁ ਪੀਉ ਰਸਨਾ ਨਾਨਕ ਹਰਿ ਰੰਗਿ ਰਾਤ ॥੪॥੪॥੧੫॥
ନାନକଙ୍କ ବିନତି ଯେ ଈଶ୍ଵରଙ୍କ ରଙ୍ଗରେ ଲୀନ ରହି ଜିହ୍ଵାରେ ହରିନାମ ରୂପୀ ଅମୃତ ରସର ପାନ କର||4||4||15||        

ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥ 

ਸਾਜਨਾ ਸੰਤ ਆਉ ਮੇਰੈ ॥੧॥ ਰਹਾਉ ॥
ହେ ସଜ୍ଜନ, ସନ୍ଥ ପୁରୁଷ! ମୋର ପାଖକୁ ଆସ॥1॥ରୁହ॥                                        

ਆਨਦਾ ਗੁਨ ਗਾਇ ਮੰਗਲ ਕਸਮਲਾ ਮਿਟਿ ਜਾਹਿ ਪਰੇਰੈ ॥੧॥
ସନ୍ଥଙ୍କ ସହିତ ପରମାତ୍ମାଙ୍କ ଗୁଣାନୁବାଦ କରିବା ଦ୍ଵାରା ଆନନ୍ଦ ଏବଂ ଖୁସି ମିଳିଥାଏ ଏବ, ସମସ୍ତ ପାପ-ଦୋଷ ଦୂର ହୋଇଯାଏ||1||

ਸੰਤ ਚਰਨ ਧਰਉ ਮਾਥੈ ਚਾਂਦਨਾ ਗ੍ਰਿਹਿ ਹੋਇ ਅੰਧੇਰੈ ॥੨॥
ସନ୍ଥଙ୍କ ଚରଣରେ ନତମସ୍ତକ ହେବା ଦ୍ଵାରା ଅନ୍ଧକାରରେ ଆଲୋକ ଆସିଯାଏ||2||                                                                   

ਸੰਤ ਪ੍ਰਸਾਦਿ ਕਮਲੁ ਬਿਗਸੈ ਗੋਬਿੰਦ ਭਜਉ ਪੇਖਿ ਨੇਰੈ ॥੩॥
ସନ୍ଥଙ୍କ କୃପାରୁ ହୃଦୟ କମଳ ପ୍ରସନ୍ନ ହୋଇ ଉଠେ ଏବଂ ଈଶ୍ଵରଙ୍କୁ ନିକଟ ମାନି ତାହାଙ୍କ ଭଜନ ହୋଇଥାଏ||3|| 

ਪ੍ਰਭ ਕ੍ਰਿਪਾ ਤੇ ਸੰਤ ਪਾਏ ਵਾਰਿ ਵਾਰਿ ਨਾਨਕ ਉਹ ਬੇਰੈ ॥੪॥੫॥੧੬॥
ହେ ନାନକ! ପ୍ରଭୁଙ୍କ କୃପାରୁ ଯେତେବେଳେ ସନ୍ଥଙ୍କୁ ପ୍ରାପ୍ତ କରିଥିଲି, ସେହି ଶୁଭ ସମୟ ପ୍ରତି ସମର୍ପିତ ଯାଇଥାଏ||4||5||16||  

ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥ 

ਚਰਨ ਸਰਨ ਗੋਪਾਲ ਤੇਰੀ ॥
ହେ ଈଶ୍ଵର! ମୁଁ ତୋର ଚରଣର ଶରଣରେ ଆସିଛି।                

ਮੋਹ ਮਾਨ ਧੋਹ ਭਰਮ ਰਾਖਿ ਲੀਜੈ ਕਾਟਿ ਬੇਰੀ ॥੧॥ ਰਹਾਉ ॥
ମୋହ, ଅଭିମାନ, ଧୋକା ଏବଂ ଭ୍ରମର ଜଞ୍ଜିର କାଟି ମୋତେ ରକ୍ଷା କର॥1॥ରୁହ॥  

ਬੂਡਤ ਸੰਸਾਰ ਸਾਗਰ ॥
ମୁଁ ସଂସାର-ସାଗରରେ ବୁଡି ରହିଥିଲି, କିନ୍ତୁ                                                 

ਉਧਰੇ ਹਰਿ ਸਿਮਰਿ ਰਤਨਾਗਰ ॥੧॥
ପରମାତ୍ମାଙ୍କ ସ୍ମରଣ ଦ୍ଵାରା ସଂସାର-ସାଗରରୁ ପାର ହୋଇ ଯାଇଛି||1||                                                                                                

ਸੀਤਲਾ ਹਰਿ ਨਾਮੁ ਤੇਰਾ ॥
ହେ ପରମେଶ୍ଵର! ତୋର ନାମ ମନକୁ ଶୀତଳତା ପ୍ରଦାନ କରିବା ଅଟେ,                                                       

ਪੂਰਨੋ ਠਾਕੁਰ ਪ੍ਰਭੁ ਮੇਰਾ ॥੨॥
ତୁ ହିଁ ମୋର ପୂର୍ଣ୍ଣ ମାଲିକ ଅଟୁ||2||                                                         

ਦੀਨ ਦਰਦ ਨਿਵਾਰਿ ਤਾਰਨ ॥
ତୁ ଦୀନର ଯନ୍ତ୍ରଣା ଦୂର କରି ପାର କରାଇବା ବାଲା ଅଟୁ।                     

ਹਰਿ ਕ੍ਰਿਪਾ ਨਿਧਿ ਪਤਿਤ ਉਧਾਰਨ ॥੩॥
ପରମାତ୍ମା କୃପାର ଭଣ୍ଡାର ଅଟନ୍ତି, ପତିତର ଉଦ୍ଧାର କରିବା ବାଲା ଅଟନ୍ତି||3||                                               

ਕੋਟਿ ਜਨਮ ਦੂਖ ਕਰਿ ਪਾਇਓ ॥
କୋଟି କୋଟି ଜନ୍ମ ଦୁଃଖ ହିଁ ପାଇଥିଲି,              

ਸੁਖੀ ਨਾਨਕ ਗੁਰਿ ਨਾਮੁ ਦ੍ਰਿੜਾਇਓ ॥੪॥੬॥੧੭॥
ନାନକ କହନ୍ତି ଯେ ଯେବେ ଠାରୁ ଗୁରୁ ହରିନାମ ଦୃଢ କରାଇଛନ୍ତି, ମୁଁ ଖୁସି ହୋଇ ଯାଇଛି||4||6||17||                                

ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥ 

ਧਨਿ ਉਹ ਪ੍ਰੀਤਿ ਚਰਨ ਸੰਗਿ ਲਾਗੀ ॥
ପରମାତ୍ମାଙ୍କ ଚରଣରେ ଲାଗିଥିବା ପ୍ରେମ ଧନ୍ୟ ଅଟେ।                                                      

ਕੋਟਿ ਜਾਪ ਤਾਪ ਸੁਖ ਪਾਏ ਆਇ ਮਿਲੇ ਪੂਰਨ ਬਡਭਾਗੀ ॥੧॥ ਰਹਾਉ ॥
ଏହାଦ୍ୱାରା କୋଟି କୋଟି ଜପ, ତପସ୍ୟାର ଫଳ ଏବଂ ସୁଖ ପ୍ରାପ୍ତ ହୋଇଥାଏ ଏବଂ ପୂର୍ଣ୍ଣ ଭାଗ୍ୟଶାଳୀ ଅଟେ, ଯିଏ ପ୍ରଭୁଙ୍କୁ ମିଳିଥାଏ॥1॥ରୁହ॥

ਮੋਹਿ ਅਨਾਥੁ ਦਾਸੁ ਜਨੁ ਤੇਰਾ ਅਵਰ ਓਟ ਸਗਲੀ ਮੋਹਿ ਤਿਆਗੀ ॥
ହେ ପ୍ରଭୁ! ମୁଁ ଅନାଥ, ତୋର ଦାସ ଅଟେ, ମୁଁ ଅନ୍ୟ ସବୁ ଆଶ୍ରା ତ୍ୟାଗ କରି ଦେଇଛି।                 

ਭੋਰ ਭਰਮ ਕਾਟੇ ਪ੍ਰਭ ਸਿਮਰਤ ਗਿਆਨ ਅੰਜਨ ਮਿਲਿ ਸੋਵਤ ਜਾਗੀ ॥੧॥
ପ୍ରଭୁଙ୍କ ସ୍ମରଣ ଦ୍ଵାରା ସାମାନ୍ୟ ଭ୍ରମ ମଧ୍ୟ ଦୂର ହୋଇ ଯାଇଛି ଏବଂ ଜ୍ଞାନର ଅଞ୍ଜନ ଲଗାଇବା ଦ୍ଵାରା ମୋହ-ମାୟାର ନିଦ୍ରାରୁ ଜାଗି ଉଠିଛି||1||          

ਤੂ ਅਥਾਹੁ ਅਤਿ ਬਡੋ ਸੁਆਮੀ ਕ੍ਰਿਪਾ ਸਿੰਧੁ ਪੂਰਨ ਰਤਨਾਗੀ ॥
ତୁ ଅଥଳ ଅଟୁ, ବହୁତ ବଡ ସ୍ଵାମୀ ଅଟୁ, କୃପାର ସମୁଦ୍ର ଏବଂ ପୂର୍ଣ୍ଣ ରତ୍ନର ଭଣ୍ଡାର ଅଟୁ।                                                       

ਨਾਨਕੁ ਜਾਚਕੁ ਹਰਿ ਹਰਿ ਨਾਮੁ ਮਾਂਗੈ ਮਸਤਕੁ ਆਨਿ ਧਰਿਓ ਪ੍ਰਭ ਪਾਗੀ ॥੨॥੭॥੧੮॥
ନାନକ ବିନତି କରନ୍ତି ଯେ ହେ ପ୍ରଭୁ! ମୁଁ ଯାଚକ ବନି ହରିନାମ ହିଁ ମାଗିଥାଏ ଏବଂ ନିଜ ମସ୍ତକ ମଧ୍ୟ ତୋର ଚରଣରେ ରଖିଥାଏ||2||7||18||              

ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥ 

ਕੁਚਿਲ ਕਠੋਰ ਕਪਟ ਕਾਮੀ ॥
ମୁଁ ମଇଳା, ପଥର ହୃଦୟ, ଧୋକାବାଜ ଏବଂ କାମୁକ ଅଟେ।                             

ਜਿਉ ਜਾਨਹਿ ਤਿਉ ਤਾਰਿ ਸੁਆਮੀ ॥੧॥ ਰਹਾਉ ॥
ହେ ସ୍ଵାମୀ! ଯେପରି ମଧ୍ୟ ଠିକ ଲାଗିଥାଏ, ମୋତେ ସଂସାର-ସାଗରରୁ ମୁକ୍ତ କରିଦିଅ॥1॥ରୁହ॥           

ਤੂ ਸਮਰਥੁ ਸਰਨਿ ਜੋਗੁ ਤੂ ਰਾਖਹਿ ਅਪਨੀ ਕਲ ਧਾਰਿ ॥੧॥
ତୁ ସମର୍ଥ ଅଟୁ, ଶରଣ ଦେବା ଯୋଗ୍ୟ ଅଟୁ, ନିଜ ଶକ୍ତି ଦ୍ଵାରା ମୋତେ ରକ୍ଷା କର||1||               

ਜਾਪ ਤਾਪ ਨੇਮ ਸੁਚਿ ਸੰਜਮ ਨਾਹੀ ਇਨ ਬਿਧੇ ਛੁਟਕਾਰ ॥
ପୂଜା-ପାଠ, ତପସ୍ୟା, ନିୟମ, ଶୁଦ୍ଧତା ଏବଂ ସଂଯମତା ଇତ୍ୟାଦି ଦ୍ଵାରା ମୁକ୍ତି ସମ୍ଭବ ନୁହେଁ।

ਗਰਤ ਘੋਰ ਅੰਧ ਤੇ ਕਾਢਹੁ ਪ੍ਰਭ ਨਾਨਕ ਨਦਰਿ ਨਿਹਾਰਿ ॥੨॥੮॥੧੯॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ମୁଁ ମାୟାର ଘୋର ଅନ୍ଧକାରରେ ଅଛି, କୃପା-ଦୃଷ୍ଟି ଦେଇ ବାହାର କର||2||8||19||                           

ਕਾਨੜਾ ਮਹਲਾ ੫ ਘਰੁ ੪
କାନଡା ମହଲା 5ଘର 4

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ

ਨਾਰਾਇਨ ਨਰਪਤਿ ਨਮਸਕਾਰੈ ॥
ଯିଏ ନାରାୟଣ ସ୍ୱରୂପ ପରମ ପରମେଶ୍ଵରଙ୍କୁ ପ୍ରଣାମ କରିଥାଏ, 

ਐਸੇ ਗੁਰ ਕਉ ਬਲਿ ਬਲਿ ਜਾਈਐ ਆਪਿ ਮੁਕਤੁ ਮੋਹਿ ਤਾਰੈ ॥੧॥ ਰਹਾਉ ॥
ଏପରି ଗୁରୁଙ୍କ ପ୍ରତି ସମର୍ପିତ ଯାଇଥାଏ, ଯିଏ ସ୍ଵୟଂ ସଂସାରର ବନ୍ଧନରୁ ମୁକ୍ତ ଅଟନ୍ତି, ମୋତେ ପାର କରାଇ ଦେଇଥାନ୍ତି॥1॥ରୁହ॥                   

ਕਵਨ ਕਵਨ ਕਵਨ ਗੁਨ ਕਹੀਐ ਅੰਤੁ ਨਹੀ ਕਛੁ ਪਾਰੈ ॥
ତାହାଙ୍କ କେଉଁ କେଉଁ ଗୁଣର କଥନ କରାଯିବ, କୌଣସି ଅନ୍ତ ଏବଂ ସୀମା ନାହିଁ।                      

ਲਾਖ ਲਾਖ ਲਾਖ ਕਈ ਕੋਰੈ ਕੋ ਹੈ ਐਸੋ ਬੀਚਾਰੈ ॥੧॥
ଲକ୍ଷ ଏବଂ କୋଟି କୋଟି ମଧ୍ୟରେ କେହି ଥାଏ, ଯିଏ ସବୁର ବିଚାର କରିଥାଏ||1||

error: Content is protected !!