ਮਃ ੪ ॥
ମହଲା 4॥
ਅਖੀ ਪ੍ਰੇਮਿ ਕਸਾਈਆ ਹਰਿ ਹਰਿ ਨਾਮੁ ਪਿਖੰਨੑਿ ॥
ଏହି ନେତ୍ର ହରି-ପ୍ରେମରେ ଅନୁରକ୍ତ ରହିଥାଏ ଏବଂ ପ୍ରଭୁଙ୍କ ଦର୍ଶନ କରିଥାଏ।
ਜੇ ਕਰਿ ਦੂਜਾ ਦੇਖਦੇ ਜਨ ਨਾਨਕ ਕਢਿ ਦਿਚੰਨੑਿ ॥੨॥
ହେ ନାନକ! ଯଦି ପ୍ରଭୁଙ୍କ ବିନା ଅନ୍ୟ କାହାକୁ ଦେଖିଥାଏ, ଏପରି ନେତ୍ରକୁ ବାହାର କରି ଦେବା ଉଚିତ||2||
ਪਉੜੀ ॥
ପଉଡୀ॥
ਜਲਿ ਥਲਿ ਮਹੀਅਲਿ ਪੂਰਨੋ ਅਪਰੰਪਰੁ ਸੋਈ ॥
ଜଳ, ଧରିତ୍ରୀ, ଆକାଶ ସର୍ବତ୍ର ଈଶ୍ଵର ହିଁ ବ୍ୟାପ୍ତ ଅଛନ୍ତି।
ਜੀਅ ਜੰਤ ਪ੍ਰਤਿਪਾਲਦਾ ਜੋ ਕਰੇ ਸੁ ਹੋਈ ॥
ସେହି ଜୀବଜନ୍ତୁ ସବୁଙ୍କ ପୋଷଣ କରିଥାନ୍ତି ଏବଂ ଯାହା କରିଥାନ୍ତି, ତାହା ହୋଇଥାଏ।
ਮਾਤ ਪਿਤਾ ਸੁਤ ਭ੍ਰਾਤ ਮੀਤ ਤਿਸੁ ਬਿਨੁ ਨਹੀ ਕੋਈ ॥
ସେ ଆମର ମାତା-ପିତା, ପୁତ୍ର, ଭାଇ ଏବଂ ମିତ୍ର ଅଟନ୍ତି, ତାହାଙ୍କ ବିନା ଅନ୍ୟ କେହି କୃପାଳୁ ନାହାନ୍ତି।
ਘਟਿ ਘਟਿ ਅੰਤਰਿ ਰਵਿ ਰਹਿਆ ਜਪਿਅਹੁ ਜਨ ਕੋਈ ॥
ସେ ପ୍ରତି ଘଟରେ ରମଣ କରିଥାନ୍ତି ଏବଂ କେହି ବିରଳ ହିଁ ତାହାଙ୍କ ଜପ କରିଥାଏ।
ਸਗਲ ਜਪਹੁ ਗੋਪਾਲ ਗੁਨ ਪਰਗਟੁ ਸਭ ਲੋਈ ॥੧੩॥
ସମସ୍ତେ ପରମାତ୍ମାଙ୍କ ସ୍ତୁତିଗାନ କର, ସବୁ ଲୋକରେ ସେ ହିଁ ବିଦ୍ୟମାନ ଅଛନ୍ତି||13||
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4॥
ਗੁਰਮੁਖਿ ਮਿਲੇ ਸਿ ਸਜਣਾ ਹਰਿ ਪ੍ਰਭ ਪਾਇਆ ਰੰਗੁ ॥
ଯାହାକୁ ସଜ୍ଜନ ଗୁରୁ ମିଳିଥାନ୍ତି, ତାହାକୁ ହିଁ ପ୍ରଭୁଙ୍କ ପ୍ରେମ ପ୍ରାପ୍ତ ହୋଇଥାଏ।
ਜਨ ਨਾਨਕ ਨਾਮੁ ਸਲਾਹਿ ਤੂ ਲੁਡਿ ਲੁਡਿ ਦਰਗਹਿ ਵੰਞੁ ॥੧॥
ନାନକଙ୍କ କଥନ ଯେ ପରମାତ୍ମାଙ୍କ ସ୍ତୁତି କର ଏବଂ ଖୁସିରେ ପ୍ରଭୁଙ୍କ ଦରବାରକୁ ଯାଅ||1||
ਮਃ ੪ ॥
ମହଲା 4॥
ਹਰਿ ਤੂਹੈ ਦਾਤਾ ਸਭਸ ਦਾ ਸਭਿ ਜੀਅ ਤੁਮ੍ਹ੍ਹਾਰੇ ॥
ହେ ଇଶ୍ଵର! ଏକମାତ୍ର ତୁ ହିଁ ସବୁଙ୍କ ଦାତା ଅଟୁ, ସବୁ ଜୀବ ତୁମର ହିଁ ଅଟେ।
ਸਭਿ ਤੁਧੈ ਨੋ ਆਰਾਧਦੇ ਦਾਨੁ ਦੇਹਿ ਪਿਆਰੇ ॥
ସମସ୍ତେ ତୁମର ଆରାଧନା କରିଥାନ୍ତି, ହେ ପ୍ରିୟ! ତୁ ହିଁ ଦେବା ବାଲା ଅଟୁ।
ਹਰਿ ਦਾਤੈ ਦਾਤਾਰਿ ਹਥੁ ਕਢਿਆ ਮੀਹੁ ਵੁਠਾ ਸੈਸਾਰੇ ॥
ଦାତା ପ୍ରଭୁ ଦେବା ପାଇଁ ହାତ ବାହାର କରିଲେ ସଂସାରରେ ବର୍ଷା ହୋଇଥାଏ।
ਅੰਨੁ ਜੰਮਿਆ ਖੇਤੀ ਭਾਉ ਕਰਿ ਹਰਿ ਨਾਮੁ ਸਮ੍ਹ੍ਹਾਰੇ ॥
ପ୍ରେମର ଫସଲ କରିବା ବାଲାର ଅନ୍ତର୍ମନରେ ନାମ ରୂପୀ ଅନ୍ନ ଉତ୍ପନ୍ନ ହୋଇଥାଏ, ସମସ୍ତେ ପ୍ରଭୁଙ୍କ ନାମ ସ୍ମରଣ କରିଥାନ୍ତି।
ਜਨੁ ਨਾਨਕੁ ਮੰਗੈ ਦਾਨੁ ਪ੍ਰਭ ਹਰਿ ਨਾਮੁ ਅਧਾਰੇ ॥੨॥
ନାନକ କହନ୍ତି ଯେ ସେ ହରିନାମର ଆଶ୍ରା ମାଗିଥାନ୍ତି||2||
ਪਉੜੀ ॥
ପଉଡୀ॥
ਇਛਾ ਮਨ ਕੀ ਪੂਰੀਐ ਜਪੀਐ ਸੁਖ ਸਾਗਰੁ ॥
ସୁଖର ସାଗର ଈଶ୍ଵରଙ୍କ ଜପ କରିବା ଦ୍ଵାରା ମନର ସବୁ କାମନା ପୁରା ହୋଇଥାଏ।
ਹਰਿ ਕੇ ਚਰਨ ਅਰਾਧੀਅਹਿ ਗੁਰ ਸਬਦਿ ਰਤਨਾਗਰੁ ॥
ପରମାତ୍ମାଙ୍କ ଚରଣର ଆରାଧନା କର, ଗୁରୁଙ୍କ ଶବ୍ଦ ରତ୍ନର ଭଣ୍ଡାର ଅଟେ।
ਮਿਲਿ ਸਾਧੂ ਸੰਗਿ ਉਧਾਰੁ ਹੋਇ ਫਾਟੈ ਜਮ ਕਾਗਰੁ ॥
ସାଧୁ ପୁରୁଷଙ୍କ ସଙ୍ଗତରେ ମୁକ୍ତି ପ୍ରାପ୍ତ ହୋଇଥାଏ ଏବଂ ଯମରାଜର ହିସାବ ସମାପ୍ତ ହୋଇଯାଏ।
ਜਨਮ ਪਦਾਰਥੁ ਜੀਤੀਐ ਜਪਿ ਹਰਿ ਬੈਰਾਗਰੁ ॥
ପ୍ରେମର ମୂର୍ତ୍ତି ପରମାତ୍ମାଙ୍କ ଭଜନ କରିବା ଦ୍ଵାରା ଜୀବନ ସାର୍ଥକ ହୋଇଥାଏ।
ਸਭਿ ਪਵਹੁ ਸਰਨਿ ਸਤਿਗੁਰੂ ਕੀ ਬਿਨਸੈ ਦੁਖ ਦਾਗਰੁ ॥੧੪॥
ସମସ୍ତେ ଗୁରୁଙ୍କ ଶରଣରେ ପଡି ରୁହ, ଏହାଦ୍ଵାରା ସବୁ ଦୁଃଖ-କ୍ଲେଶ ନଷ୍ଟ ହୋଇଯାଏ||14||
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4॥
ਹਉ ਢੂੰਢੇਂਦੀ ਸਜਣਾ ਸਜਣੁ ਮੈਡੈ ਨਾਲਿ ॥
ମୁଁ ସଜ୍ଜନ ପ୍ରଭୁଙ୍କୁ ଖୋଜିଥାଏ, ପରନ୍ତୁ ପ୍ରିୟ ସଜ୍ଜନ ମୋର ଆଖପାଖରେ ଥାଆନ୍ତି।
ਜਨ ਨਾਨਕ ਅਲਖੁ ਨ ਲਖੀਐ ਗੁਰਮੁਖਿ ਦੇਹਿ ਦਿਖਾਲਿ ॥੧॥
ହେ ନାନକ! ସେ ଅଦୃଷ୍ଟ ଅଟନ୍ତି, ଦେଖା ଦିଅନ୍ତି ନାହିଁ ଏବଂ ଗୁରୁ ହିଁ ତାହାଙ୍କ ଦର୍ଶନ କରାଇ ଥାଆନ୍ତି||1||
ਮਃ ੪ ॥
ମହଲା 4॥
ਨਾਨਕ ਪ੍ਰੀਤਿ ਲਾਈ ਤਿਨਿ ਸਚੈ ਤਿਸੁ ਬਿਨੁ ਰਹਣੁ ਨ ਜਾਈ ॥
ନାନକ କହନ୍ତି ଯେ ସଚ୍ଚା ପ୍ରଭୁଙ୍କ ସହିତ ଏପରି ପ୍ରେମ ଲଗାଇଛି ଯେ ତାହାଙ୍କ୍ମ ବିନା ବର୍ତ୍ତମାନ ରହିପାରୁ ନାହିଁ।
ਸਤਿਗੁਰੁ ਮਿਲੈ ਤ ਪੂਰਾ ਪਾਈਐ ਹਰਿ ਰਸਿ ਰਸਨ ਰਸਾਈ ॥੨॥
ସଦଗୁରୁଙ୍କ ସହିତ ସାକ୍ଷାତ ହେଲେ ପୂର୍ଣ୍ଣ ପରମେଶ୍ଵର ପ୍ରାପ୍ତ ହୋଇଥାନ୍ତି ଏବଂ ଜିହ୍ଵା ହରିଙ୍କ ଗୁଣଗାନରେ ଲୀନ ରହିଥାଏ||2||
ਪਉੜੀ ॥
ପଉଡୀ॥
ਕੋਈ ਗਾਵੈ ਕੋ ਸੁਣੈ ਕੋ ਉਚਰਿ ਸੁਨਾਵੈ ॥
କେହି ଜିଜ୍ଞାସୁ ହରିଙ୍କ ଗୁଣଗାନ କରିଥାଏ, କେହି ଶ୍ରଦ୍ଧାଳୁ ହରି-ସଙ୍କୀର୍ତ୍ତନ ଶୁଣିଥାଏ, କେହି ପରମ ଭକ୍ତ ନାମ ଉଚ୍ଚାରଣ କରି ଜିଜ୍ଞାସୁଙ୍କୁ ଶୁଣାଇ ଥାଏ।
ਜਨਮ ਜਨਮ ਕੀ ਮਲੁ ਉਤਰੈ ਮਨ ਚਿੰਦਿਆ ਪਾਵੈ ॥
ଏହା ଫଳରେ ସବୁଙ୍କ ଜନ୍ମ ଜନ୍ମର ପାପର ମଇଳା ଦୂର ହୋଇଥାଏ ଏବଂ ମନୋବାଞ୍ଚିତ ଫଳ ପ୍ରାପ୍ତ ହୋଇଥାଏ।
ਆਵਣੁ ਜਾਣਾ ਮੇਟੀਐ ਹਰਿ ਕੇ ਗੁਣ ਗਾਵੈ ॥
ପରମାତ୍ମାଙ୍କ ଗୁଣାନୁବାଦ ଦ୍ଵାରା ଜନ୍ମ-ମରଣ ଦୂର ହୋଇଯାଏ।
ਆਪਿ ਤਰਹਿ ਸੰਗੀ ਤਰਾਹਿ ਸਭ ਕੁਟੰਬੁ ਤਰਾਵੈ ॥
ହରି-ଭକ୍ତ ସ୍ଵୟଂ ସଂସାର-ସାଗରରୁ ପାର ହୋଇଥାଏ,ନିଜ ସାଙ୍ଗ-ସାଥୀ ଓ ପରିବାରକୁ ପାର କରାଇ ଥାଏ।
ਜਨੁ ਨਾਨਕੁ ਤਿਸੁ ਬਲਿਹਾਰਣੈ ਜੋ ਮੇਰੇ ਹਰਿ ਪ੍ਰਭ ਭਾਵੈ ॥੧੫॥੧॥ ਸੁਧੁ ॥
ଗୁରୁ ନାନକ କହନ୍ତି ଯେ ଯାହା ମୋର ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହା ଉପରେ ମୁଁ ସଦା ସମର୍ପିତ ଅଟେ॥15॥1॥ଶୁଦ୍ଧ॥
ਰਾਗੁ ਕਾਨੜਾ ਬਾਣੀ ਨਾਮਦੇਵ ਜੀਉ ਕੀ
ରାଗ କାନଡା ବାଣୀ ନାମଦେବ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਐਸੋ ਰਾਮ ਰਾਇ ਅੰਤਰਜਾਮੀ ॥
ଅନ୍ତର୍ଯାମୀ ପରମେଶ୍ଵର ଏପରି ଦୃଷ୍ଟିଗତ ହୋଇଥାନ୍ତି,
ਜੈਸੇ ਦਰਪਨ ਮਾਹਿ ਬਦਨ ਪਰਵਾਨੀ ॥੧॥ ਰਹਾਉ ॥
ଯେପରି ଦର୍ପଣରେ ଚେହେରା ସ୍ପଷ୍ଟ ଦେଖା ଯାଇଥାଏ॥1॥ରୁହ॥
ਬਸੈ ਘਟਾ ਘਟ ਲੀਪ ਨ ਛੀਪੈ ॥
ସେ ପ୍ରତି ଘଟରେ ବ୍ୟାପ୍ତ ଅଟନ୍ତି, ତାହାକୁ ମୋହ-ମାୟାର କୌଣସି ଦୋଷ ଲାଗେ ନାହିଁ।
ਬੰਧਨ ਮੁਕਤਾ ਜਾਤੁ ਨ ਦੀਸੈ ॥੧॥
ସେ ସଂସାରର ବନ୍ଧନରୁ ମୁକ୍ତ ଅଟନ୍ତି, ଶାଶ୍ଵତ ଅଟନ୍ତି||1||
ਪਾਨੀ ਮਾਹਿ ਦੇਖੁ ਮੁਖੁ ਜੈਸਾ ॥
ଯେପରି ପାଣିରେ ମୁଖ ସଫା ଦେଖା ଯାଇଥାଏ,
ਨਾਮੇ ਕੋ ਸੁਆਮੀ ਬੀਠਲੁ ਐਸਾ ॥੨॥੧॥
ନାମଦେବଙ୍କ ସ୍ଵାମୀ ପ୍ରଭୁ ମଧ୍ୟ ଏପରି ହିଁ ସାକ୍ଷାତ ଦେଖାଯାଇ ଥାଆନ୍ତି||2||1||