ODIA PAGE 1319

ਰਾਗੁ ਕਲਿਆਨ ਮਹਲਾ ੪
ରାଗ କଲ୍ୟାଣ ମହଲା 4॥ 

ੴ ਸਤਿਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥
ପରମାତ୍ମା ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ ଗୁରୁ-କୃପା ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ।      

ਰਾਮਾ ਰਮ ਰਾਮੈ ਅੰਤੁ ਨ ਪਾਇਆ ॥
ପରମାତ୍ମା ସର୍ବତ୍ର ବ୍ୟାପ୍ତ ଅଟନ୍ତି, କେହି ମଧ୍ୟ ତାହାଙ୍କ ରହସ୍ୟ ପ୍ରାପ୍ତ କରି ପାରନ୍ତି ନାହିଁ। 

ਹਮ ਬਾਰਿਕ ਪ੍ਰਤਿਪਾਰੇ ਤੁਮਰੇ ਤੂ ਬਡ ਪੁਰਖੁ ਪਿਤਾ ਮੇਰਾ ਮਾਇਆ ॥੧॥ ਰਹਾਉ ॥
ହେ ସ୍ରଷ୍ଟା! ଆମ ଭଳି ଶିଶୁକୁ ତୁ ହିଁ ପାଳନ-ପୋଷଣ କରିବା ବାଲା ଅଟୁ, ତୁ ମହାନ ଅଟୁ, ତୁମେ ହିଁ ଆମର ମାତା-ପିତା ଅଟ॥1॥ରୁହ॥

ਹਰਿ ਕੇ ਨਾਮ ਅਸੰਖ ਅਗਮ ਹਹਿ ਅਗਮ ਅਗਮ ਹਰਿ ਰਾਇਆ ॥
ଈଶ୍ଵରଙ୍କ ଅସଂଖ୍ୟ ନାମ ଅଛି, ସେ ଅଗମ୍ୟ, ଅସୀମ ଏବଂ ଅପହଞ୍ଚ ଅଟନ୍ତି।

ਗੁਣੀ ਗਿਆਨੀ ਸੁਰਤਿ ਬਹੁ ਕੀਨੀ ਇਕੁ ਤਿਲੁ ਨਹੀ ਕੀਮਤਿ ਪਾਇਆ ॥੧॥
ଗୁଣବାନ ଏବଂ ଜ୍ଞାନୀ ଲୋକ ବହୁତ ମନନ କରିଥାଏ, କିନ୍ତୁ ତିଳେମାତ୍ର ରହସ୍ୟ ପ୍ରାପ୍ତ କରି ପାରନ୍ତି ନାହିଁ||1|| 

ਗੋਬਿਦ ਗੁਣ ਗੋਬਿਦ ਸਦ ਗਾਵਹਿ ਗੁਣ ਗੋਬਿਦ ਅੰਤੁ ਨ ਪਾਇਆ ॥
ସେ ସର୍ବଦା ପରମାତ୍ମାଙ୍କ ଗୁଣଗାନ କରିଥାନ୍ତି, କିନ୍ତୁ ତାହାଙ୍କ ଗୁଣର ଭେଦ ପ୍ରାପ୍ତ ହୁଏନାହିଁ। 

ਤੂ ਅਮਿਤਿ ਅਤੋਲੁ ਅਪਰੰਪਰ ਸੁਆਮੀ ਬਹੁ ਜਪੀਐ ਥਾਹ ਨ ਪਾਇਆ ॥੨॥
ହେ ସ୍ଵାମୀ! ତୁ ଅସୀମ, ଅତୁଳନୀୟ ଏବଂ ଉର୍ଦ୍ଧ୍ଵରୁ ମଧ୍ୟ ଉର୍ଦ୍ଧ୍ଵରେ ଅଟନ୍ତି, କେତେ ଜପ କରିଲେ ମଧ୍ୟ ତାହାଙ୍କ ଗଭୀରତା ପ୍ରାପ୍ତ କରାଯାଇ ପାରେ ନାହିଁ||2|| 

ਉਸਤਤਿ ਕਰਹਿ ਤੁਮਰੀ ਜਨ ਮਾਧੌ ਗੁਨ ਗਾਵਹਿ ਹਰਿ ਰਾਇਆ ॥
ହେ ମାଧବ! ଭକ୍ତଜନ ତୁମର ସ୍ତୁତି କରିଥାନ୍ତି, ତୋର ଗୁଣଗାନ କରିଥାନ୍ତି। 

ਤੁਮ੍ਹ੍ਹ ਜਲ ਨਿਧਿ ਹਮ ਮੀਨੇ ਤੁਮਰੇ ਤੇਰਾ ਅੰਤੁ ਨ ਕਤਹੂ ਪਾਇਆ ॥੩॥
ତୁମେ ସାଗର ଅଟ, ଆମେ ତୁମର ମାଛ ଅଟୁ, ତୋହର ରହସ୍ୟ ପ୍ରାପ୍ତ କରିପାରି ନାହୁଁ||3|| 

ਜਨ ਕਉ ਕ੍ਰਿਪਾ ਕਰਹੁ ਮਧਸੂਦਨ ਹਰਿ ਦੇਵਹੁ ਨਾਮੁ ਜਪਾਇਆ ॥
ହେ ଦୁଷ୍ଟ ନାଶକ! ସେବକ ଉପରେ କୃପା କର, ନିଜ ନାମର ଜପ କରିବା ପାଇଁ, ବଳ ପ୍ରଦାନ କର। 

ਮੈ ਮੂਰਖ ਅੰਧੁਲੇ ਨਾਮੁ ਟੇਕ ਹੈ ਜਨ ਨਾਨਕ ਗੁਰਮੁਖਿ ਪਾਇਆ ॥੪॥੧॥
ନାନକ କହନ୍ତି ଯେ ମୋ’ ଭଳି ମୂର୍ଖ ଏବଂ ଅଜ୍ଞାନ ଅନ୍ଧର ହରିନାମ ହିଁ ଏକମାତ୍ର ସାହାରା ଅଟେ, ଯାହା ଗୁରୁଙ୍କ ଠାରୁ ମୋତେ ପ୍ରାପ୍ତ ହୋଇଛି||4||1||

ਕਲਿਆਨੁ ਮਹਲਾ ੪ ॥
କଲ୍ୟାଣ ମହଲା 4॥ 

ਹਰਿ ਜਨੁ ਗੁਨ ਗਾਵਤ ਹਸਿਆ ॥
ହରି-ଭକ୍ତ କେବଳ ହରିଙ୍କ ଗୁଣଗାନ କରି ନିଜ ଖୁସିରେ ମଗ୍ନ ରହିଥାଏ। 

ਹਰਿ ਹਰਿ ਭਗਤਿ ਬਨੀ ਮਤਿ ਗੁਰਮਤਿ ਧੁਰਿ ਮਸਤਕਿ ਪ੍ਰਭਿ ਲਿਖਿਆ ॥੧॥ ਰਹਾਉ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ହରି-ଭକ୍ତିରେ ପ୍ରୀତି ଲଗାଇଛି, ବାସ୍ତବରେ ପ୍ରାରମ୍ଭରୁ ହିଁ ଭାଗ୍ୟରେ ଏପରି ଲେଖା ହୋଇଛି॥1॥ରୁହ॥ 

ਗੁਰ ਕੇ ਪਗ ਸਿਮਰਉ ਦਿਨੁ ਰਾਤੀ ਮਨਿ ਹਰਿ ਹਰਿ ਹਰਿ ਬਸਿਆ ॥
ଦିନରାତି ସଦଗୁରୁଙ୍କ ଚରଣର ସ୍ମରଣ କରିଥାଏ, ଯାହାଦ୍ୱାରା ମନରେ ଭଗବାନ ବାସ କରିଥାନ୍ତି।

ਹਰਿ ਹਰਿ ਹਰਿ ਕੀਰਤਿ ਜਗਿ ਸਾਰੀ ਘਸਿ ਚੰਦਨੁ ਜਸੁ ਘਸਿਆ ॥੧॥
ଯେପରି ଚନ୍ଦନ କାଠକୁ ଘଷି ବାସ୍ନା ପ୍ରାପ୍ତ କରାଯାଇ ଥାଏ, ସେପରି ହିଁ ଭଗବାନଙ୍କ କୀର୍ତ୍ତି ସଂପୂର୍ଣ୍ଣ ଜଗତରେ ପ୍ରସାର ହୋଇଥାଏ||1|| 

ਹਰਿ ਜਨ ਹਰਿ ਹਰਿ ਹਰਿ ਲਿਵ ਲਾਈ ਸਭਿ ਸਾਕਤ ਖੋਜਿ ਪਇਆ ॥
ହରି-ଭକ୍ତ ହରିଙ୍କ ଠାରେ ଲଗ୍ନ ଲଗାଇଥାଏ, ଅନଶ୍ଵରବାଦ ଇର୍ଷା ଅଥବା ବିରୋଧ କରିଥାଏ।

ਜਿਉ ਕਿਰਤ ਸੰਜੋਗਿ ਚਲਿਓ ਨਰ ਨਿੰਦਕੁ ਪਗੁ ਨਾਗਨਿ ਛੁਹਿ ਜਲਿਆ ॥੨॥
ଯେପରି କର୍ମ ଅନୁସାରେ ନିନ୍ଦୁକ ବ୍ୟକ୍ତି ଜୀବନ ଚଲାଇ ଥାଏ, ସେପରି ହିଁ ଇର୍ଷାର ଅଗ୍ନିରେ ଜଳିଥାଏ, ଯେପରି ନାଗୁଣୀର ଡଙ୍କରେ ମୃତ୍ୟୁ ହୋଇଯାଏ||2||

ਜਨ ਕੇ ਤੁਮ੍ਹ੍ਹ ਹਰਿ ਰਾਖੇ ਸੁਆਮੀ ਤੁਮ੍ਹ੍ਹ ਜੁਗਿ ਜੁਗਿ ਜਨ ਰਖਿਆ ॥
ହେ ସ୍ଵାମୀ ହରି! ତୁମେ ନିଜ ଭକ୍ତର ରଖୁଆଳ ଅଟ, ଯୁଗ ଯୁଗରୁ ରକ୍ଷା କରି ଆସୁଅଛ। 

ਕਹਾ ਭਇਆ ਦੈਤਿ ਕਰੀ ਬਖੀਲੀ ਸਭ ਕਰਿ ਕਰਿ ਝਰਿ ਪਰਿਆ ॥੩॥
ଦୈତ୍ୟ ହିରଣ୍ୟକଶିପୁ ନିନ୍ଦା କରିଛନ୍ତି, କିନ୍ତୁ କଣ ବିଗିଡି ଯାଇଛି, ସମସ୍ତ ଚେଷ୍ଟା କରିବା ପରେ ମଧ୍ୟ ଶେଷରେ ମୃତ୍ୟୁର ନିଦ୍ରାରେ ଶୟନ କରିଛନ୍ତି||3||

ਜੇਤੇ ਜੀਅ ਜੰਤ ਪ੍ਰਭਿ ਕੀਏ ਸਭਿ ਕਾਲੈ ਮੁਖਿ ਗ੍ਰਸਿਆ ॥
ଯେତେ ଜୀବ-ଜନ୍ତୁ ପ୍ରଭୁ ଜାତ କରିଛନ୍ତି, ସମସ୍ତେ ମୃତ୍ୟୁର ମୁଖକୁ ଯିବାକୁ ହିଁ ପଡିବ।

ਹਰਿ ਜਨ ਹਰਿ ਹਰਿ ਹਰਿ ਪ੍ਰਭਿ ਰਾਖੇ ਜਨ ਨਾਨਕ ਸਰਨਿ ਪਇਆ ॥੪॥੨॥
ନାନକ କହନ୍ତି ଯେ ପରମାତ୍ମା ସର୍ବଦା ଭକ୍ତର ରକ୍ଷା କରିଛନ୍ତି ଏବଂ ଭକ୍ତଜନ ତାହାଙ୍କ ଶରଣରେ ପଡି ରହିଛନ୍ତି||4||2|| 

ਕਲਿਆਨ ਮਹਲਾ ੪ ॥
କଲ୍ୟାଣ ମହଲା 4॥ 

error: Content is protected !!