odia page 157

ਕਰਮਾ ਉਪਰਿ ਨਿਬੜੈ ਜੇ ਲੋਚੈ ਸਭੁ ਕੋਇ ॥੩॥
ସବୁ ମନୁଷ୍ୟ ଧନର ତୃଷ୍ଣାରେ ରହନ୍ତି କିନ୍ତୁ ତାହାଙ୍କ ଭାଗ୍ୟ କର୍ମ ଅନୁସାରେ ହିଁ ହୋଇଥାଏ। ।। 3 ।।

ਨਾਨਕ ਕਰਣਾ ਜਿਨਿ ਕੀਆ ਸੋਈ ਸਾਰ ਕਰੇਇ ॥
ହେ ନାନକ! ଯିଏ ସୃଷ୍ଟିର ରଚନା କରିଛନ୍ତି ,ସେ ସବୁଙ୍କୁ ପାଳନ ପୋଷଣ କରିଥାନ୍ତି।

ਹੁਕਮੁ ਨ ਜਾਪੀ ਖਸਮ ਕਾ ਕਿਸੈ ਵਡਾਈ ਦੇਇ ॥੪॥੧॥੧੮॥
ମାଲିକ ପ୍ରଭୁଙ୍କ ହୁକୁମ ଜାଣି ହେବ ନାହିଁ ଯେ ସେ କାହାକୁ ମହାନତା ପ୍ରଦାନ କରିଥାନ୍ତି। ।।4।।1।।18।।

ਗਉੜੀ ਬੈਰਾਗਣਿ ਮਹਲਾ ੧ ॥
ଗଉଡି ବୈରାଗଣି ମହଲା 1।।

ਹਰਣੀ ਹੋਵਾ ਬਨਿ ਬਸਾ ਕੰਦ ਮੂਲ ਚੁਣਿ ਖਾਉ ॥
ଯଦି ମୋତେ ମୃଗୁଣୀ ହୋଇ ଜଙ୍ଗଲରେ ରହିବାକୁ ପଡିବ, ତାହାହେଲେ ମୁଁ ସେଠାରେ କନ୍ଦମୂଳ ବାଛି ବାଛି ଖାଇବି।

ਗੁਰ ਪਰਸਾਦੀ ਮੇਰਾ ਸਹੁ ਮਿਲੈ ਵਾਰਿ ਵਾਰਿ ਹਉ ਜਾਉ ਜੀਉ ॥੧॥
ଯଦି ଗୁରୁଙ୍କ କୃପାରୁ ମୋତେ ମୋ ପତି ପ୍ରଭୁ ମିଳି ଯାଆନ୍ତି, ତାହାହେଲେ ମୁଁ ବାରମ୍ବାର ତାଙ୍କ ପାଖରେ ସମର୍ପିତ ହେବି। ।1।।

ਮੈ ਬਨਜਾਰਨਿ ਰਾਮ ਕੀ ॥
ମୁଁ ରାମଙ୍କ ବେପାରୀ ଅଟେ।

ਤੇਰਾ ਨਾਮੁ ਵਖਰੁ ਵਾਪਾਰੁ ਜੀ ॥੧॥ ਰਹਾਉ ॥
ହେ ପ୍ରଭୁ! ତୋହର ନାମ ହିଁ ବ୍ୟାପାର କରିବା ମୋର ସଉଦା ଅଟେ। ।।1।।ରୁହ।।

ਕੋਕਿਲ ਹੋਵਾ ਅੰਬਿ ਬਸਾ ਸਹਜਿ ਸਬਦ ਬੀਚਾਰੁ ॥
ଯଦି ମୋତେ କୋଇଲି ହୋଇ ଆମ୍ବ ଗଛରେ ରହିବାକୁ ପଡେ, ତାହାହେଲେ ମଧ୍ୟ ମୁଁ ସ୍ଵାଭାବିକ ଭାବରେ ନାମର ଆରାଧନା କରିବି।

ਸਹਜਿ ਸੁਭਾਇ ਮੇਰਾ ਸਹੁ ਮਿਲੈ ਦਰਸਨਿ ਰੂਪਿ ਅਪਾਰੁ ॥੨॥
ଯଦି ମୋତେ ସ୍ୱାଭାବିକ ସ୍ଵଭାବ ମୋର ପତି ପ୍ରଭୁ ମିଳି ଯାଆନ୍ତି, ତାହାହେଲେ ତାଙ୍କର ଅପାର ରୂପର ଦର୍ଶନ କରିବି। ।2।

ਮਛੁਲੀ ਹੋਵਾ ਜਲਿ ਬਸਾ ਜੀਅ ਜੰਤ ਸਭਿ ਸਾਰਿ ॥
ଯଦି ମୋତେ ମାଛ ହୋଇ ଜଳରେ ନିବାସ କରିବାକୁ ପଡିବ ତାହାହେଲେ ମଧ୍ୟ ମୁଁ ତାହାଙ୍କ ଆରାଧନା କରିବି, ଯିଏ ସମସ୍ତ ଜୀବ ଜନ୍ତୁଙ୍କ ପାଳନ ପୋଷଣ କରିଥାନ୍ତି।

ਉਰਵਾਰਿ ਪਾਰਿ ਮੇਰਾ ਸਹੁ ਵਸੈ ਹਉ ਮਿਲਉਗੀ ਬਾਹ ਪਸਾਰਿ ॥੩॥
ପ୍ରିୟତମ ପ୍ରଭୁ ( ଏହି ସଂସାରର ଅଥଳ ଜଳରେ) ଚାରି ଆଡେ ନିବାସ କରିଥାନ୍ତି। ମୁଁ ମୋର ହାତ ଟେକି ତାହାଙ୍କ ସହିତ ମିଶିବି। ।।3।।

ਨਾਗਨਿ ਹੋਵਾ ਧਰ ਵਸਾ ਸਬਦੁ ਵਸੈ ਭਉ ਜਾਇ ॥
ଯଦି ମୋତେ ନାଗୁଣୀ ହୋଇ ପୃଥିବୀରେ ନିବାସ କରିବାକୁ ପଡିବ ତାହାହେଲେ ମଧ୍ୟ ମୁଁ ନିଜ ପ୍ରଭୁଙ୍କର ନାମରେ ହିଁ ନିବାସ କରିବି ଆଉ ମୋର ଭୟ ନିବୃତ୍ତ ହୋଇଯିବ।

ਨਾਨਕ ਸਦਾ ਸੋਹਾਗਣੀ ਜਿਨ ਜੋਤੀ ਜੋਤਿ ਸਮਾਇ ॥੪॥੨॥੧੯॥
ହେ ନାନକ! ସେହି ଜୀବ ସ୍ତ୍ରୀ ସଦା ସୁହାଗିନୀ ଅଟେ, ଯାହାର ଜ୍ୟୋତି ପ୍ରଭୁ ଜ୍ୟୋତି ରେ ମିଶି ରହିଥାଏ। ।4।।2।।19।।

ਗਉੜੀ ਪੂਰਬੀ ਦੀਪਕੀ ਮਹਲਾ ੧
ଗଉଡି ପୂରବୀ ଦୀପକ ମହଲା 1 ।।

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ପାରିବା।

ਜੈ ਘਰਿ ਕੀਰਤਿ ਆਖੀਐ ਕਰਤੇ ਕਾ ਹੋਇ ਬੀਚਾਰੋ ॥
ଯେଉଁ ସତସଙ୍ଗତି ରେ ପରମାତ୍ମାଙ୍କ କୀର୍ତ୍ତିରାଜିର ଗାନ ହୋଇଥାଏ ଆଉ ସୃଷ୍ଟି କର୍ତ୍ତାଙ୍କ ମହିମା ଚିନ୍ତନ କରାଯାଏ,

ਤਿਤੁ ਘਰਿ ਗਾਵਹੁ ਸੋਹਿਲਾ ਸਿਵਰਹੁ ਸਿਰਜਣਹਾਰੋ ॥੧॥
ସେହି ସତସଙ୍ଗତି ରୂପୀ ଘରକୁ ଯାଇ ଯଶ ଗାନ କର ଆଉ ସେହି କର୍ତ୍ତାଙ୍କ ହିଁ ଆରାଧନା କର ।।1।।

ਤੁਮ ਗਾਵਹੁ ਮੇਰੇ ਨਿਰਭਉ ਕਾ ਸੋਹਿਲਾ ॥
ହେ ମନ! ତୁ ସତସଙ୍ଗ ସହିତ ମିଶି ନିର୍ଭୀକ ପ୍ରଭୁଙ୍କ ସ୍ତୁତି ଗାନ କର।

ਹਉ ਵਾਰੀ ਜਾਉ ਜਿਤੁ ਸੋਹਿਲੈ ਸਦਾ ਸੁਖੁ ਹੋਇ ॥੧॥ ਰਹਾਉ ॥
ମୁଁ ସେହି ସ୍ତୁତି ପ୍ରତି ଉତ୍ସର୍ଗୀକୃତ ଅଟେ, ଯାହା ଦ୍ୱାରା ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ। ।।1।।ରୁହ।।

ਨਿਤ ਨਿਤ ਜੀਅੜੇ ਸਮਾਲੀਅਨਿ ਦੇਖੈਗਾ ਦੇਵਣਹਾਰੁ ॥
ହେ ମାନବ! ଯେଉଁ ପାଳନ କର୍ତ୍ତା ଇଶ୍ଵର ନିତ୍ୟ ଅନେକ ଅନେକ ଜୀବଙ୍କୁ ପୋଷଣ କରିଥାନ୍ତି, ସେ ତୁମ ଉପରେ ହିଁ କୃପା ଦୃଷ୍ଟି କରିବେ।

ਤੇਰੇ ਦਾਨੈ ਕੀਮਤਿ ਨਾ ਪਵੈ ਤਿਸੁ ਦਾਤੇ ਕਵਣੁ ਸੁਮਾਰੁ ॥੨॥
ସେହି ଇଶ୍ଵର ଙ୍କ ଦ୍ଵାରା ପ୍ରଦତ୍ତ ପଦାର୍ଥର କୌଣସି ମୂଲ୍ୟ ନାହିଁ, ସେ ଅନନ୍ତ ଅଟନ୍ତି। ।।2।।

ਸੰਬਤਿ ਸਾਹਾ ਲਿਖਿਆ ਮਿਲਿ ਕਰਿ ਪਾਵਹੁ ਤੇਲੁ ॥
ଏହି ମୃତ୍ୟୁ ଲୋକରୁ ଯିବା ସମୟ ନିଶ୍ଚିତ ହୋଇଛି , ଅର୍ଥାତ୍, ଏହି ଲୋକରୁ ଯିବା ପାଇଁ ଡ଼ାକରା ସନ୍ଦେଶ ଦିନ ସମୟ କ୍ଷଣ ଲେଖା ହୋଇ ଆସୁଛି, ଏଥିପାଇଁ ଭାଗବାନଙ୍କ ସହିତ ମିଳନ ପାଇଁ ସତସଙ୍ଗ ସହିତ ମିଶି ସଗୁଣ କର, ଅର୍ଥାତ୍, ମୃତ୍ୟୁ ପୂର୍ବରୁ ଶୁଭ କର୍ମ କର।

ਦੇਹੁ ਸਜਣ ਆਸੀਸੜੀਆ ਜਿਉ ਹੋਵੈ ਸਾਹਿਬ ਸਿਉ ਮੇਲੁ ॥੩॥
ହେ ସଜ୍ଜନ! ମୋତେ ନିଜ ଆଶୀର୍ବାଦ ପ୍ରଦାନ କର ଯେ ମୋର ପ୍ରଭୁ ପତି ସହିତ ମିଳନ ହୋଇ ଯିବ। ।।3।।

ਘਰਿ ਘਰਿ ਏਹੋ ਪਾਹੁਚਾ ਸਦੜੇ ਨਿਤ ਪਵੰਨਿ ॥
ପ୍ରତ୍ୟେକ ଘରକୁ ଏହି ସନ୍ଦେଶ ପଠାଯାଉଛି, ନିତ୍ୟ ଏହି ସନ୍ଦେଶ କାହାରି ନା କାହା ଘରକୁ ପଠାଯାଉଛି , ଅର୍ଥାତ୍ ନିତ୍ୟ କେହି ନା କେହିମୃତ୍ୟୁ ବରଣ କରୁଛି।

ਸਦਣਹਾਰਾ ਸਿਮਰੀਐ ਨਾਨਕ ਸੇ ਦਿਹ ਆਵੰਨਿ ॥੪॥੧॥੨੦॥
ନାନକ କହନ୍ତି ଯେ ହେ ଜୀବ! ମୃତ୍ୟୁର ନିମନ୍ତ୍ରଣ ଦେଇଥିବା ବାଲାକୁ ସ୍ମରଣ କର, କାରଣ ସେ ଦିନ ନିକଟ ଆସୁଅଛି। ।4।।1।।20।।

ਰਾਗੁ ਗਉੜੀ ਗੁਆਰੇਰੀ ॥
ରାଗ ଗଉଡି ଗୁଆରେରି ।।

ਮਹਲਾ ੩ ਚਉਪਦੇ ॥
ମହଲା 3 ଚୌପଦୀ।।

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ପାରିବା।

ਗੁਰਿ ਮਿਲਿਐ ਹਰਿ ਮੇਲਾ ਹੋਈ ॥
ଯଦି ଗୁରୁ ମିଳି ଯାଆନ୍ତି ତାହାହେଲେ ଇଶ୍ୱରଙ୍କ ସହିତ ମିଳନ ହୋଇଯାଏ।

ਆਪੇ ਮੇਲਿ ਮਿਲਾਵੈ ਸੋਈ ॥
ସେହି ଇଶ୍ଵର ସ୍ଵୟଂ ହିଁ ଗୁରୁଙ୍କ ସହିତ ମିଳନ କରାଇ ନିଜ ସାଥିରେ ମିଳନ କରାନ୍ତି।

ਮੇਰਾ ਪ੍ਰਭੁ ਸਭ ਬਿਧਿ ਆਪੇ ਜਾਣੈ ॥
ମୋର ପ୍ରଭୁ ଜୀବଙ୍କୁ ନିଜ ସାଥିରେ ମିଳନ କରାଇବା ପାଇଁ ସମସ୍ତ ଯୁକ୍ତି ଜାଣିଥାନ୍ତି।

ਹੁਕਮੇ ਮੇਲੇ ਸਬਦਿ ਪਛਾਣੈ ॥੧॥
ନିଜର ହୁକୁମ ଦ୍ଵାରା ସେ ତାହାଙ୍କୁ ନିଜ ସାଥିରେ ମିଳନ କରାନ୍ତି, ଯିଏ ତାଙ୍କ ନାମକୁ ଜାଣି ଥାଏ।1।।

ਸਤਿਗੁਰ ਕੈ ਭਇ ਭ੍ਰਮੁ ਭਉ ਜਾਇ ॥
ସଦଗୁରୁଙ୍କ ଭୟ ଆଦରରେ ରହିବା ଦ୍ଵାରା ସଂଶୟ ଏବଂ ଅନ୍ୟ ଭୟ ଲୁପ୍ତ ହୋଇଯାଏ।

ਭੈ ਰਾਚੈ ਸਚ ਰੰਗਿ ਸਮਾਇ ॥੧॥ ਰਹਾਉ ॥
ଯିଏ ଗୁରୁଙ୍କ ଭୟରେ ହର୍ଷିତ ରହିଥାଏ, ସେ ସତ୍ୟର ପ୍ରେମରେ ଲୀନ ରହିଥାଏ। ।1।।ରୁହ।।

ਗੁਰਿ ਮਿਲਿਐ ਹਰਿ ਮਨਿ ਵਸੈ ਸੁਭਾਇ ॥
ଯଦି ଗୁରୁ ମିଳି ଯାଆନ୍ତି ତାହାହେଲେ ଇଶ୍ଵର ସ୍ଵାଭାବିକ ଭାବରେ ହିଁ ମନୁଷ୍ଯର ହୃଦୟରେ ନିବାସ କରିଥାନ୍ତି।

ਮੇਰਾ ਪ੍ਰਭੁ ਭਾਰਾ ਕੀਮਤਿ ਨਹੀ ਪਾਇ ॥
ମୋର ପ୍ରଭୁ ମହାନ୍ ଅଟନ୍ତି, ତାହାଙ୍କ ମୂଲ୍ୟାୟନ କରି ପାରିବା ନାହିଁ।

ਸਬਦਿ ਸਾਲਾਹੈ ਅੰਤੁ ਨ ਪਾਰਾਵਾਰੁ ॥
ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ମୁଁ ପ୍ରଭୁଙ୍କ ପ୍ରସଂଶା କରିଥାଏ, ଯାହାଙ୍କର କୌଣସି ଅନ୍ତ ନାହିଁ, ତାହାଙ୍କ ଅସ୍ତିତ୍ବ ଦେଖା ଯାଇ ପାରିବ ନାହିଁ।

ਮੇਰਾ ਪ੍ਰਭੁ ਬਖਸੇ ਬਖਸਣਹਾਰੁ ॥੨॥
ମୋର ପରମେଶ୍ଵର କ୍ଷମାଶୀଲ ଅଟନ୍ତି। ସେ ଦୋଷୀ ଜୀବଙ୍କୁ ମଧ୍ୟ କ୍ଷମା କରି ଦିଅନ୍ତି। ।।2।।

ਗੁਰਿ ਮਿਲਿਐ ਸਭ ਮਤਿ ਬੁਧਿ ਹੋਇ ॥
ଗୁରୁଙ୍କ ମିଳନ ଦ୍ଵାରା ସମସ୍ତ ଚତୁରତା ଏବଂ ସଦବୁଦ୍ଧି ପ୍ରାପ୍ତ ହୋଇଥାଏ।

error: Content is protected !!