odia page 158

ਮਨਿ ਨਿਰਮਲਿ ਵਸੈ ਸਚੁ ਸੋਇ ॥
ଏହିପରି ମନ ନିର୍ମଳ ହୋଇଥାଏ ଆଉ ସତ୍ୟ ସ୍ଵରୂପ ପରମେଶ୍ଵର ସେଥିରେ ନିବାସ କରିଥାନ୍ତି।

ਸਾਚਿ ਵਸਿਐ ਸਾਚੀ ਸਭ ਕਾਰ ॥
ଯଦି ମନୁଷ୍ୟ ସତ୍ୟରେ କରି ନିଅନ୍ତି ତାହାହେଲେ ତାହାର କର୍ମ ସ୍ଵଚ୍ଛ ଏବଂ ଶ୍ରେଷ୍ଠ ହୋଇଥାଏ।

ਊਤਮ ਕਰਣੀ ਸਬਦ ਬੀਚਾਰ ॥੩॥
ଇଶ୍ୱରଙ୍କ ନାମ ସ୍ମରଣ ହିଁ ଶୁଭ କର୍ମ ହୋଇଥାଏ। ।।3।।

ਗੁਰ ਤੇ ਸਾਚੀ ਸੇਵਾ ਹੋਇ ॥
ଗୁରୁଙ୍କ ଦ୍ୱାରା ସତ୍ୟ ସ୍ଵରୂପ ପ୍ରଭୁଙ୍କ ସେବା ଭକ୍ତି କରା ଯାଇଥାଏ।

ਗੁਰਮੁਖਿ ਨਾਮੁ ਪਛਾਣੈ ਕੋਇ ॥
ଗୁରୁଙ୍କ କୃପାରୁ କେହି ବିରଳ ପୁରୁଷ ହିଁ ହରିନାମ କୁ ଜାଣି ଥାଏ।

ਜੀਵੈ ਦਾਤਾ ਦੇਵਣਹਾਰੁ ॥
ସମସ୍ତ ଜୀବଙ୍କୁ ଦେଉଥିବା ଦାତା ସର୍ବଦା ଜୀବିତ ରହିଥାନ୍ତି।

ਨਾਨਕ ਹਰਿ ਨਾਮੇ ਲਗੈ ਪਿਆਰੁ ॥੪॥੧॥੨੧॥
ହେ ନାନକ! ମନୁଷ୍ଯର ହରିନାମ ସହିତ ହିଁ ପ୍ରେମ ହୋଇଯାଏ। ।4।।1।।21।।

ਗਉੜੀ ਗੁਆਰੇਰੀ ਮਹਲਾ ੩ ॥
ଗଉଡି ଗୁଆରେରୀ ମହଲା 3 ।।

ਗੁਰ ਤੇ ਗਿਆਨੁ ਪਾਏ ਜਨੁ ਕੋਇ ॥
କେହି ବିରଳ ପୁରୁଷ ହିଁ ଗୁରୁଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରିଥାଏ।

ਗੁਰ ਤੇ ਬੂਝੈ ਸੀਝੈ ਸੋਇ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଠାରୁ ଇଶ୍ୱରଙ୍କ ଜ୍ଞାନ ପ୍ରାପ୍ତ କରିଥାଏ, ତାହାର ଜୀବନ ମନୋରଥ ସିଦ୍ଧ ହୋଇଥାଏ।

ਗੁਰ ਤੇ ਸਹਜੁ ਸਾਚੁ ਬੀਚਾਰੁ ॥
ଗୁରୁଙ୍କ ଦ୍ଵାରା ହିଁ ସତ୍ୟ ସ୍ଵରୂପ ପରମାତ୍ମାଙ୍କ ନାମ ସ୍ମରଣ ପ୍ରାପ୍ତ ହୋଇଥାଏ।

ਗੁਰ ਤੇ ਪਾਏ ਮੁਕਤਿ ਦੁਆਰੁ ॥੧॥
ଗୁରୁଙ୍କ ଦ୍ଵାରା ହିଁ ମୋକ୍ଷର ଦ୍ଵାର ପାଇ ହୁଏ। ।।1।।

ਪੂਰੈ ਭਾਗਿ ਮਿਲੈ ਗੁਰੁ ਆਇ ॥
ଗୁରୁ ତାହାକୁ ହିଁ ମିଳିଥାନ୍ତି, ଯାହାର ପୂର୍ଣ୍ଣ ଭାଗ୍ୟ ଥାଏ।

ਸਾਚੈ ਸਹਜਿ ਸਾਚਿ ਸਮਾਇ ॥੧॥ ਰਹਾਉ ॥
ସେ ପରମାତ୍ମାଙ୍କ ସ୍ମରଣ କରି ସ୍ୱାଭାବିକ ଭାବେ ସତ୍ୟରେ ରହିଥାଏ। ।।1।।ରୁହ।।

ਗੁਰਿ ਮਿਲਿਐ ਤ੍ਰਿਸਨਾ ਅਗਨਿ ਬੁਝਾਏ ॥
ଗୁରୁଙ୍କୁ ମିଳନ ଦ୍ଵାରା ତୃଷ୍ଣାର ଅଗ୍ନି ଲିଭି ଯାଏ

ਗੁਰ ਤੇ ਸਾਂਤਿ ਵਸੈ ਮਨਿ ਆਏ ॥
ଗୁରୁଙ୍କ ଦ୍ଵାରା ସୁଖ ଶାନ୍ତି ଆସି ମନରେ ନିବାସ କରିଥାଏ।

ਗੁਰ ਤੇ ਪਵਿਤ ਪਾਵਨ ਸੁਚਿ ਹੋਇ ॥
ଗୁରୁଙ୍କ ଦ୍ବାରା ମନୁଷ୍ଯ ପବିତ୍ର ଏବଂ ନିର୍ମଳ ହୋଇଥାଏ।

ਗੁਰ ਤੇ ਸਬਦਿ ਮਿਲਾਵਾ ਹੋਇ ॥੨॥
ଗୁରୁଙ୍କ ଦ୍ଵାରା ହିଁ ପ୍ରଭୁଙ୍କ ସହିତ ସହିତ ମିଳନ ହୋଇଥାଏ

ਬਾਝੁ ਗੁਰੂ ਸਭ ਭਰਮਿ ਭੁਲਾਈ ॥
ଗୁରୁଙ୍କ ବିନା ସାରା ଦୁନିଆ ଭ୍ରମରେ ପଥଭ୍ରଷ୍ଟ ରହିଥାଏ।

ਬਿਨੁ ਨਾਵੈ ਬਹੁਤਾ ਦੁਖੁ ਪਾਈ ॥
ନାମ ବିନା ପ୍ରାଣୀ ବହୁତ କଷ୍ଟ ସହ୍ଯ କରିଥାଏ।

ਗੁਰਮੁਖਿ ਹੋਵੈ ਸੁ ਨਾਮੁ ਧਿਆਈ ॥
ଯେଉଁ ପ୍ରାଣୀ ଗୁରୁମୁଖୀ ହୋଇଯାଏ, ସେହି ବ୍ୟକ୍ତି ଇଶ୍ୱରଙ୍କ ନାମ ଧ୍ୟାନ କରିଥାଏ।

ਦਰਸਨਿ ਸਚੈ ਸਚੀ ਪਤਿ ਹੋਈ ॥੩॥
ସଦପୁରୁଷ ଙ୍କ ଦର୍ଶନ ଦ୍ଵାରା ମନୁଷ୍ୟକୁ ପବିତ୍ର ଶୋଭା ପ୍ରାପ୍ତ ହୋଇଥାଏ। ।।3।।

ਕਿਸ ਨੋ ਕਹੀਐ ਦਾਤਾ ਇਕੁ ਸੋਈ ॥
କେବଳ ଏକ ସେହି ଦାତା ଅଛନ୍ତି, ଅନ୍ୟ କାହାକୁ କାହିଁକି ପଚାରିବା?

ਕਿਰਪਾ ਕਰੇ ਸਬਦਿ ਮਿਲਾਵਾ ਹੋਈ ॥
ଯେଉଁ ବ୍ୟକ୍ତି ଉପରେ ପ୍ରଭୁ କୃପା କରିଥାନ୍ତି, ତାହାଙ୍କ ଶବ୍ଦ ଦ୍ୱାରା ତାହାଙ୍କ ସହିତ ମିଳନ ହୋଇଯାଏ।

ਮਿਲਿ ਪ੍ਰੀਤਮ ਸਾਚੇ ਗੁਣ ਗਾਵਾ ॥
ମୁଁ ନିଜ ପ୍ରିୟତମ ଗୁରୁଙ୍କ ସହିତ ମିଶି ସତ୍ୟ ସ୍ଵରୂପ ପରମାତ୍ମାଙ୍କ ଗୁଣ ସ୍ତୁତି କରୁଅଛି।

ਨਾਨਕ ਸਾਚੇ ਸਾਚਿ ਸਮਾਵਾ ॥੪॥੨॥੨੨॥
ହେ ନାନକ! ମୁଁ ପବିତ୍ର ଗୁରୁଙ୍କ କୃପାରୁ ସତ୍ୟ ସ୍ଵରୂପ ପରମାତ୍ମାଙ୍କ ଠାରେ ରହିଅଛି। ।।4।।2।।22।।

ਗਉੜੀ ਗੁਆਰੇਰੀ ਮਹਲਾ ੩ ॥
ଗଉଡି ଗୁଆରେରୀ ମହଲା 3 ।।

ਸੁ ਥਾਉ ਸਚੁ ਮਨੁ ਨਿਰਮਲੁ ਹੋਇ ॥
ସେହି ( ସତସଙ୍ଗ ର) ସ୍ଥାନ ସତ୍ୟର ପବିତ୍ର ସ୍ଥଳ ଅଟେ, ଯେଉଁଠି ମନ ନିର୍ମଳ ହୋଇଥାଏ।

ਸਚਿ ਨਿਵਾਸੁ ਕਰੇ ਸਚੁ ਸੋਇ ॥
ସେହି ନିବାସ ମଧ୍ୟ ସତ୍ୟ ଅଟେ, ଯେଉଁଠି ସତ୍ୟ ସ୍ଵରୂପ ପରମାତ୍ମା ନିବାସ କରିଥାନ୍ତି।

ਸਚੀ ਬਾਣੀ ਜੁਗ ਚਾਰੇ ਜਾਪੈ ॥
ପବିତ୍ର ବାଣୀ ଚାରି ଯୁଗରେ ପ୍ରସିଦ୍ଧ ଅଟେ।

ਸਭੁ ਕਿਛੁ ਸਾਚਾ ਆਪੇ ਆਪੈ ॥੧॥
ସତ୍ୟ ସ୍ଵରୂପ ପରମାତ୍ମା ସ୍ଵୟଂ ହିଁ ସବୁ କିଛି ଅଟନ୍ତି। ।।1।।

ਕਰਮੁ ਹੋਵੈ ਸਤਸੰਗਿ ਮਿਲਾਏ ॥
ଯଦି ପରମାତ୍ମାଙ୍କ କୃପା ହୋଇଯାଏ ତାହାହେଲେ ମନୁଷ୍ଯକୁ ସନ୍ଥଙ୍କ ସଂଗତି ମିଳିଯାଏ।

ਹਰਿ ਗੁਣ ਗਾਵੈ ਬੈਸਿ ਸੁ ਥਾਏ ॥੧॥ ਰਹਾਉ ॥
ତାପରେ ସେ ସେହି ଶ୍ରେଷ୍ଠ ସ୍ଥାନରେ ବିରାଜମାନ ହୋଇ ଭଗବାନଙ୍କ ମହିମା ସ୍ତୁତି କରିଥାଏ। ।।1।।ରୁହ।।

ਜਲਉ ਇਹ ਜਿਹਵਾ ਦੂਜੈ ਭਾਇ ॥
ଏହି ଜିହ୍ଵା ଜଳିଯାଉ, ଯିଏ ଅନ୍ୟ ସ୍ବାଦରେ ଲାଗିଥାଏ, ଅର୍ଥାତ୍, ଅନ୍ୟର ପ୍ରୀତିକୁ ଚାହିଁ ଥାଏ।

ਹਰਿ ਰਸੁ ਨ ਚਾਖੈ ਫੀਕਾ ਆਲਾਇ ॥
ସେ ହରି ରସର ଚାଖି ନଥାଏ ଆଉ ମନ୍ଦ ବଚନ ବୋଲୁଥାଏ।

ਬਿਨੁ ਬੂਝੇ ਤਨੁ ਮਨੁ ਫੀਕਾ ਹੋਇ ॥
ଇଶ୍ବରଙ୍କୁ ବୁଝିବା ବିନା ଶରୀର ଓ ମନ ବିଚଳିତ ହୋଇ ଯାଏ।

ਬਿਨੁ ਨਾਵੈ ਦੁਖੀਆ ਚਲਿਆ ਰੋਇ ॥੨॥
ସ୍ଵାମୀଙ୍କ ନାମ ବିନା ଦୁଃଖୀ ହୋଇ ମନୁଷ୍ଯ ବିଳାପ କରି ଦୁନିଆ ରୁ ଚାଲିଯାଏ। ।।2।

ਰਸਨਾ ਹਰਿ ਰਸੁ ਚਾਖਿਆ ਸਹਜਿ ਸੁਭਾਇ ॥
ଯାହାର ଜିହ୍ଵା ସ୍ୱାଭାବିକ ଭାବେ ହରି ରସ ପାନ କରିଥାଏ,

ਗੁਰ ਕਿਰਪਾ ਤੇ ਸਚਿ ਸਮਾਇ ॥
ସେ ଗୁରୁଙ୍କ କୃପାରୁ ସତ୍ୟରେ ରହିଥାଏ।

ਸਾਚੇ ਰਾਤੀ ਗੁਰ ਸਬਦੁ ਵੀਚਾਰ ॥
ସେ ଗୁରୁଙ୍କ ଶବ୍ଦର ଚିନ୍ତନ କରିଥାଏ ଆଉ ସତ୍ୟରେ ହିଁ ମଗ୍ନ ରହିଥାଏ।

ਅੰਮ੍ਰਿਤੁ ਪੀਵੈ ਨਿਰਮਲ ਧਾਰ ॥੩॥
ତାପରେ, ସେ ଅମୃତ ରସର ନିର୍ମଳ ଧାରା ପାନ କରିଥାଏ।

ਨਾਮਿ ਸਮਾਵੈ ਜੋ ਭਾਡਾ ਹੋਇ ॥
ଭଗବାନଙ୍କ ନାମ ସେହି ବ୍ୟକ୍ତି ର ହୃଦୟ ରୂପୀ ବର୍ତ୍ତନ ରେ ସେତେବେଳେ ରହିଥାଏ, ଯଦି ସେ ଶୁଦ୍ଧ ହୋଇଥାଏ

ਊਂਧੈ ਭਾਂਡੈ ਟਿਕੈ ਨ ਕੋਇ ॥
ଅଶୁଦ୍ଧ ହୃଦୟ ରୂପୀ ବର୍ତ୍ତନ ରେ କିଛି ମଧ୍ୟ ରହେ ନାହିଁ।

ਗੁਰ ਸਬਦੀ ਮਨਿ ਨਾਮਿ ਨਿਵਾਸੁ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ମନରେ ଭାଗବାନଙ୍କ ନାମର ନିବାସ ହୋଇଯାଏ।

ਨਾਨਕ ਸਚੁ ਭਾਂਡਾ ਜਿਸੁ ਸਬਦ ਪਿਆਸ ॥੪॥੩॥੨੩॥
He ନାନକ! ଯେଉଁ ବ୍ୟକ୍ତି ର ହୃଦୟ ରେ ପ୍ରଭୁ ନାମକୁ ପାନ କରିବାର ତୀବ୍ର ଲାଳସା ଥାଏ, ତାହାର ହିଁ ହୃଦୟ ରୂପୀ ବର୍ତ୍ତନ ଶୁଦ୍ଧ ହୋଇଥାଏ। ।4।।3।।23।।

ਗਉੜੀ ਗੁਆਰੇਰੀ ਮਹਲਾ ੩ ॥
ଗଉଡି ଗୁଆରେରୀ ମହଲା 3।।

ਇਕਿ ਗਾਵਤ ਰਹੇ ਮਨਿ ਸਾਦੁ ਨ ਪਾਇ ॥
କିଛି ବ୍ୟକ୍ତି ପ୍ରଭୂଙ୍କ ଯଶ ଗାନ କରିଥାନ୍ତି, ପରନ୍ତୁ, ତାହାର ହୃଦୟରେ ଆନନ୍ଦ ଆସେ ନାହିଁ।

ਹਉਮੈ ਵਿਚਿ ਗਾਵਹਿ ਬਿਰਥਾ ਜਾਇ ॥
ଯେଉଁ ବ୍ୟକ୍ତି ଅହଙ୍କାରରେ ଗାନ କରିଥାଏ, ତାହାର ସବୁ କିଛି ବ୍ୟର୍ଥ ହୋଇଯାଏ। ଅର୍ଥାତ୍, ତାହାକୁ କୌଣସି ଫଳ ମିଳେ ନାହିଁ।

ਗਾਵਣਿ ਗਾਵਹਿ ਜਿਨ ਨਾਮ ਪਿਆਰੁ ॥
ଯେଉଁ ବ୍ୟକ୍ତି ଇଶ୍ୱରଙ୍କ ନାମ ସହିତ ପ୍ରେମ କରିଥାଏ, ଅସଲରେ ପ୍ରଭୁଙ୍କ ଗୀତ ଗାନ କରିଥାଏ।

ਸਾਚੀ ਬਾਣੀ ਸਬਦ ਬੀਚਾਰੁ ॥੧॥
ସେ ପବିତ୍ର ବାଣୀ ଏବଂ ଶବ୍ଦ ର ଚିନ୍ତନ କରିଥାଏ. ।।1।।

ਗਾਵਤ ਰਹੈ ਜੇ ਸਤਿਗੁਰ ਭਾਵੈ ॥
ଯଦି ସଦଗୁରୁଙ୍କୁ ଭଲ ଲାଗିଥାଏ ତାହାହେଲେ ମନୁଷ୍ଯ ପ୍ରଭୁଙ୍କ ଯଶ ଗାନ କରିଥାଏ।

ਮਨੁ ਤਨੁ ਰਾਤਾ ਨਾਮਿ ਸੁਹਾਵੈ ॥੧॥ ਰਹਾਉ ॥
ତାହାର ମନ ଏବଂ ଶରୀର ନାମରେ ମଗ୍ନ ହୋଇଯାଏ ଆଉ ନାମ ଦ୍ଵାରା ତାହାର ଜୀବନ ସୁନ୍ଦର ବନି ଯାଏ। ।।1।।ରୁହ।।

ਇਕਿ ਗਾਵਹਿ ਇਕਿ ਭਗਤਿ ਕਰੇਹਿ ॥
କିଛି ପ୍ରାଣୀ ପ୍ରଭୁଙ୍କ ଗୁଣ ଗାନ କରିଥାନ୍ତି ଆଉ କିଛି ଭକ୍ତି କରିଥାନ୍ତି।

ਨਾਮੁ ਨ ਪਾਵਹਿ ਬਿਨੁ ਅਸਨੇਹ ॥
ପରନ୍ତୁ ମନରେ ପ୍ରେମ ନହେବା କାରଣରୁ ତାହାକୁ ନାମ ପ୍ରାପ୍ତ ହୁଏ ନାହିଁ।

ਸਚੀ ਭਗਤਿ ਗੁਰ ਸਬਦ ਪਿਆਰਿ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଶବ୍ଦ ସହିତ ପ୍ରେମ କରିଥାଏ ତାହାର ହିଁ ଭକ୍ତି ପବିତ୍ର ହୋଇଥାଏ।

ਅਪਨਾ ਪਿਰੁ ਰਾਖਿਆ ਸਦਾ ਉਰਿ ਧਾਰਿ ॥੨॥
ଏପରି ବ୍ୟକ୍ତି ସର୍ବଦା ହିଁ ନିଜର ପ୍ରିୟତମ ପ୍ରଭୁ ଙ୍କୁ ନିଜ ହୃଦୟ ରେ ବସାଇ ଥାଏ। ।।2।।

error: Content is protected !!