ਭਗਤਿ ਕਰਹਿ ਮੂਰਖ ਆਪੁ ਜਣਾਵਹਿ ॥
କିଛି ମୂର୍ଖ ବ୍ୟକ୍ତି ରାସ ପ୍ରଦର୍ଶନ କରି ଭକ୍ତି କରନ୍ତି ଆଉ ସ୍ଵୟଂ କୁ ଭକ୍ତ ହେବା ଦେଖାଇ ଥାଆନ୍ତି।
ਨਚਿ ਨਚਿ ਟਪਹਿ ਬਹੁਤੁ ਦੁਖੁ ਪਾਵਹਿ ॥
ସେ ନିରନ୍ତର ନୃତ୍ୟ କରନ୍ତି ଓ ଡିଅଁନ୍ତି ଆଉ ବହୁତ ଦୁଃଖ ସହ୍ଯ କରନ୍ତି।
ਨਚਿਐ ਟਪਿਐ ਭਗਤਿ ਨ ਹੋਇ ॥
ନୃତ୍ୟ କରିବା ଓ ଡେଇଁବା ଦ୍ଵାରା ପ୍ରଭୁଙ୍କ ଭକ୍ତି ହୁଏ ନାହିଁ।
ਸਬਦਿ ਮਰੈ ਭਗਤਿ ਪਾਏ ਜਨੁ ਸੋਇ ॥੩॥
ପ୍ରଭୁଙ୍କ ଭକ୍ତି ସେହି ବ୍ୟକ୍ତି ପ୍ରାପ୍ତ କରିଥାଏ, ଯିଏ ଗୁରୁଙ୍କ ଶବ୍ଦ ଦ୍ଵାରା ନିଜର ଅହଙ୍କାର ନାଶ କରିଥାଏ।
ਭਗਤਿ ਵਛਲੁ ਭਗਤਿ ਕਰਾਏ ਸੋਇ ॥
ଭକ୍ତ ବତ୍ସଳ ପ୍ରଭୁ ସ୍ଵୟଂ ହିଁ ଭକ୍ତ ଦ୍ଵାରା ନିଜର ଭକ୍ତି କରାନ୍ତି।
ਸਚੀ ਭਗਤਿ ਵਿਚਹੁ ਆਪੁ ਖੋਇ ॥
ନିଜର ଅନ୍ତଃ ମନରୁ ସେ ଅହଙ୍କାର ନାଶ କରିବା ହିଁ ପବିତ୍ର ଭକ୍ତି।
ਮੇਰਾ ਪ੍ਰਭੁ ਸਾਚਾ ਸਭ ਬਿਧਿ ਜਾਣੈ ॥
ମୋ ସତ୍ୟ ସ୍ଵରୂପ ପ୍ରଭୁ ଜୀବଙ୍କ ଦ୍ଵାରା ଭକ୍ତି କରାଇବାର ସମସ୍ତ ବିଧି ଜାଣିଥାନ୍ତି।
ਨਾਨਕ ਬਖਸੇ ਨਾਮੁ ਪਛਾਣੈ ॥੪॥੪॥੨੪॥
ହେ ନାନକ! ଭଗବାନ ତାହାକୁ କ୍ଷମା କରିଥାନ୍ତି ଯିଏ ତାହାଙ୍କ ନାମ ଚିହ୍ନି ପାରିଥାଏ। ।।4।।4।।24।।
ਗਉੜੀ ਗੁਆਰੇਰੀ ਮਹਲਾ ੩ ॥
ଗଉଡି ଗୁଆରେରୀ ମହଲା 3
ਮਨੁ ਮਾਰੇ ਧਾਤੁ ਮਰਿ ਜਾਇ ॥
ଯେତେବେଳେ ମନୁଷ୍ଯ ନିଜର ମନକୁ ନିୟନ୍ତ୍ରଣରେ ରଖି ଥାଏ, ସେତେବେଳେ ତାହାର ସମସ୍ତ ଦ୍ୱିଧା ସମାପ୍ତ ହୋଇଯାଇ ଥାଏ।
ਬਿਨੁ ਮੂਏ ਕੈਸੇ ਹਰਿ ਪਾਇ ॥
ମନକୁ ନିୟନ୍ତ୍ରଣରେ ରଖିବା ବିନା ଭାଗବାନଙ୍କ ପ୍ରାପ୍ତି କିପରି ହୋଇପାରିବ?
ਮਨੁ ਮਰੈ ਦਾਰੂ ਜਾਣੈ ਕੋਇ ॥
କେହି ବିରଳ ପୁରୁଷ ହିଁ ମନକୁ ନିୟନ୍ତ୍ରଣରେ ରଖିବାର ଔଷଧ ଜାଣି ଥାଏ।
ਮਨੁ ਸਬਦਿ ਮਰੈ ਬੂਝੈ ਜਨੁ ਸੋਇ ॥੧॥
ମନ ଭାଗବାନଙ୍କ ନାମ ଦ୍ଵାରା ହିଁ ନିୟନ୍ତ୍ରଣରେ ରହିଥାଏ, ପରନ୍ତୁ, ଏହି ଭେଦକୁ ସେ ଜାଣି ଥାଏ ଯିଏ ନାମ ସ୍ମରଣ କରିଥାଏ। ।।1।।
ਜਿਸ ਨੋ ਬਖਸੇ ਦੇ ਵਡਿਆਈ ॥
ଇଶ୍ଵର ଯାହାଙ୍କୁ କ୍ଷମା କରି ଦିଅନ୍ତି , ତାହାକୁ ହିଁ ସେ ଶୋଭା ପ୍ରଦାନ କରିଥାନ୍ତି।
ਗੁਰ ਪਰਸਾਦਿ ਹਰਿ ਵਸੈ ਮਨਿ ਆਈ ॥੧॥ ਰਹਾਉ ॥
ଗୁରୁଙ୍କ କୃପାରୁ ଇଶ୍ଵର ଆସି ତାହାର ହୃଦୟରେ ନିବାସ କରିଥାନ୍ତି। ।।1।।
ਗੁਰਮੁਖਿ ਕਰਣੀ ਕਾਰ ਕਮਾਵੈ ॥
ଯେଉଁ ବ୍ୟକ୍ତି ମନମୁଖୀ ବନି ଶୁଭ କର୍ମର ଆଚରଣର ଅର୍ଜନ କରିଥାଏ,
ਤਾ ਇਸੁ ਮਨ ਕੀ ਸੋਝੀ ਪਾਵੈ ॥
ତାହାକୁ ହିଁ ମନର ସ୍ବଭାବର ଜ୍ଞାନ ହୋଇଥାଏ।
ਮਨੁ ਮੈ ਮਤੁ ਮੈਗਲ ਮਿਕਦਾਰਾ ॥
ମନୁଷ୍ଯର ମନ ମଦିରାରେ ମସ୍ତ ହାତୀ ଭଳି।
ਗੁਰੁ ਅੰਕਸੁ ਮਾਰਿ ਜੀਵਾਲਣਹਾਰਾ ॥੨॥
ଗୁରୁ ହିଁ ଆତ୍ମିକ ରୂପରେ ମୃତ ଏହି ମନକୁ ନିଜର ବାଣୀ ଦ୍ଵାରା ଅଙ୍କୁଶ ଲଗାଇ ଆତ୍ମିକ ଜୀବନ ପ୍ରଦାନ କରିବାରେ ସମର୍ଥ ଅଟନ୍ତି। ।।2।।
ਮਨੁ ਅਸਾਧੁ ਸਾਧੈ ਜਨੁ ਕੋਇ ॥
ଏହି ମନ ସ୍ୱାଭାବିକ ଭାବେ ନିୟନ୍ତ୍ରଣକୁ ଆସିବା ବାଲା ନାହିଁ। କେହି ବିରଳ ପୁରୁଷ ହିଁ ଏହାକୁ ନିୟନ୍ତ୍ରଣ କରିଥାଏ।
ਅਚਰੁ ਚਰੈ ਤਾ ਨਿਰਮਲੁ ਹੋਇ ॥
ଯଦି ମନୁଷ୍ଯ ମନର ସ୍ବେଚ୍ଛା ଆଚରଣକୁ ନାଶ କରିଦିଅନ୍ତି, କେବଳ ସେତେବେଳେ ହିଁ ଏହି ମନ ପବିତ୍ର ହୋଇଥାଏ।
ਗੁਰਮੁਖਿ ਇਹੁ ਮਨੁ ਲਇਆ ਸਵਾਰਿ ॥
ଗୁରୁମୁଖୀ ଏହି ମନକୁ ସୁନ୍ଦର ବନାଇ ଅଛି
ਹਉਮੈ ਵਿਚਹੁ ਤਜੇ ਵਿਕਾਰ ॥੩॥
ସେ ନିଜ ଭିତରୁ ଅହଙ୍କାର ରୂପୀ ବିକାରକୁ ବାହାର କରି ଦିଏ। ।।3।।
ਜੋ ਧੁਰਿ ਰਾਖਿਅਨੁ ਮੇਲਿ ਮਿਲਾਇ ॥
ଯେଉଁ ଲୋକଙ୍କୁ ପରମାତ୍ମା ଆଦିରୁ ହିଁ ସାଧୁଙ୍କ ସହିତ ମିଳନ କରାଇ ରଖିଛନ୍ତି,
ਕਦੇ ਨ ਵਿਛੁੜਹਿ ਸਬਦਿ ਸਮਾਇ ॥
ସେ କଦାଚିତ୍ ଆଲଗା ହୁଏନାହିଁ ଆଉ ଇଶ୍ୱରଙ୍କ ଠାରେ ହିଁ ଲୀନ ହୋଇଥାନ୍ତି।
ਆਪਣੀ ਕਲਾ ਆਪੇ ਹੀ ਜਾਣੈ ॥
ସର୍ବ କଳା ସମ୍ପର୍ଣ୍ଣ ପରମାତ୍ମା ନିଜ କଳା ( ଶକ୍ତି) ସ୍ଵୟଂ ହିଁ ଜାଣିଥାଆନ୍ତି।
ਨਾਨਕ ਗੁਰਮੁਖਿ ਨਾਮੁ ਪਛਾਣੈ ॥੪॥੫॥੨੫॥
ହେ ନାନକ! ଗୁରୁମୁଖୀ ହିଁ ନାମକୁ ଜାଣି ଥାଏ । ।।4।।5।।25।।
ਗਉੜੀ ਗੁਆਰੇਰੀ ਮਹਲਾ ੩ ॥
ଗଉଡି ଗୁଆରେରୀ ମହଲା 3 ।।
ਹਉਮੈ ਵਿਚਿ ਸਭੁ ਜਗੁ ਬਉਰਾਨਾ ॥
ସାରା ଦୁନିଆ ଅହଙ୍କାରରେ ଫସି ପାଗଳ ହୋଇଯାଇଛି।
ਦੂਜੈ ਭਾਇ ਭਰਮਿ ਭੁਲਾਨਾ ॥
ତଥା ଦୈତ୍ୟ ଭାବ କାରଣରୁ ଭ୍ରମରେ ପଡି କୁମାର୍ଗରେ ରହିଥାଏ।
ਬਹੁ ਚਿੰਤਾ ਚਿਤਵੈ ਆਪੁ ਨ ਪਛਾਨਾ ॥
ଚିନ୍ତାରେ ପଡି ଲୋକେ ବହୁତ ଚିନ୍ତା କରିଥାନ୍ତି, ପରନ୍ତୁ, ନିଜ ସ୍ୱରୂପକୁ ଜାଣି ପାରେ ନାହିଁ।
ਧੰਧਾ ਕਰਤਿਆ ਅਨਦਿਨੁ ਵਿਹਾਨਾ ॥੧॥
ନିଜ କର୍ମ କରି ଅନେକ ରାତି ଦିନ ବିତିଯାଏ। ।।1
ਹਿਰਦੈ ਰਾਮੁ ਰਮਹੁ ਮੇਰੇ ਭਾਈ ॥
ହେ ମୋର ଭାଇ! ନିଜ ହୃଦୟରେ ରାମଙ୍କ ସ୍ମରଣ କର।
ਗੁਰਮੁਖਿ ਰਸਨਾ ਹਰਿ ਰਸਨ ਰਸਾਈ ॥੧॥ ਰਹਾਉ ॥
ଗୁରୁମୁଖୀଙ୍କ ଜିହ୍ଵା ହରି ରସର ଆନନ୍ଦ ପ୍ରାପ୍ତ କରିଥାଏ ।।1।।ରୁହ।।
ਗੁਰਮੁਖਿ ਹਿਰਦੈ ਜਿਨਿ ਰਾਮੁ ਪਛਾਤਾ ॥
ଯେଉଁ ଗୁରୁମୁଖୀ ନିଜ ହୃଦୟରେ ରାମଙ୍କୁ ଚିହ୍ନି ଦେଇଛି ,
ਜਗਜੀਵਨੁ ਸੇਵਿ ਜੁਗ ਚਾਰੇ ਜਾਤਾ ॥
ସେ ଜଗତ ଜୀବନ ପ୍ରଭୁଙ୍କ ସେବା କରି ଚାରି ଯୁଗରେ ପ୍ରସିଦ୍ଧ ହୋଇଯାଏ।
ਹਉਮੈ ਮਾਰਿ ਗੁਰ ਸਬਦਿ ਪਛਾਤਾ ॥
ସିଏ ନିଜ ଅହଙ୍କାର ନାଶ କରି ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରଭୁଙ୍କୁ ବୁଝି ନିଏ।
ਕ੍ਰਿਪਾ ਕਰੇ ਪ੍ਰਭ ਕਰਮ ਬਿਧਾਤਾ ॥੨॥
କର୍ମ ବିଧାତା ପ୍ରଭୁ ତାହା ଉପରେ ନିଜ କୃପା କରିଥାନ୍ତି। ।।2।।
ਸੇ ਜਨ ਸਚੇ ਜੋ ਗੁਰ ਸਬਦਿ ਮਿਲਾਏ ॥
ଯେଉଁ ଲୋକଙ୍କୁ ଗୁରୁଙ୍କ ଶବ୍ଦ ଦ୍ଵାରା ଭଗବାନ ନିଜ ସାଥିରେ ମିଳନ କରାନ୍ତି,ସେହି ବ୍ୟକ୍ତି ସତ୍ୟବାଦୀ ଅଟନ୍ତି ।
ਧਾਵਤ ਵਰਜੇ ਠਾਕਿ ਰਹਾਏ ॥
ସେ ନିଜ ମନକୁ ବିକାର ଆଡ଼କୁ ଦଉଡାଇବା ଠାରୁ ଦୂରେଇ ଯାଏ ତାହା ଉପରେ ବିରାମ ଲଗାଇଥାଏ ।
ਨਾਮੁ ਨਵ ਨਿਧਿ ਗੁਰ ਤੇ ਪਾਏ ॥
ନବ ନିଧି ପ୍ରଦାନ କରିବା ବାଲା ନାମକୁ ଗୁରୁଙ୍କ ଠାରୁ ପାଇଥାଏ।
ਹਰਿ ਕਿਰਪਾ ਤੇ ਹਰਿ ਵਸੈ ਮਨਿ ਆਏ ॥੩॥
ଭାଗବାନ ନିଜେ କୃପା କରି ତାହାର ମନରେ ଆସି ନିବାସ କରିଥାନ୍ତି। ।।3।।
ਰਾਮ ਰਾਮ ਕਰਤਿਆ ਸੁਖੁ ਸਾਂਤਿ ਸਰੀਰ ॥
‘ରାମ ରାମ ‘ ନାମକୁ ସ୍ମରଣ କରିବା ଦ୍ଵାରା ଶରୀରକୁ ବଡ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ।
ਅੰਤਰਿ ਵਸੈ ਨ ਲਾਗੈ ਜਮ ਪੀਰ ॥
ଯେଉଁ ପ୍ରାଣୀଙ୍କ ହୃଦୟ ରେ ପ୍ରଭୁ ଆସି ବାସ କରିଥାନ୍ତି, ତାହାକୁ ମୃତ୍ୟୁ ର ପୀଡା ସ୍ପର୍ଶ କରେ ନାହିଁ।
ਆਪੇ ਸਾਹਿਬੁ ਆਪਿ ਵਜੀਰ ॥
ଇଶ୍ଵର ସ୍ଵୟଂ ହିଁ ଜଗତର ସ୍ଵାମୀ ଅଟନ୍ତି ଆଉ ସ୍ଵୟଂ ହିଁ ମନ୍ତ୍ରୀ ଅଟନ୍ତି।
ਨਾਨਕ ਸੇਵਿ ਸਦਾ ਹਰਿ ਗੁਣੀ ਗਹੀਰ ॥੪॥੬॥੨੬॥
ହେ ନାନକ! ସର୍ବଦା ଗୁଣର ଭଣ୍ଡାର ଭାଗବାନ ଙ୍କ ସେବା କରୁଥିବ। ।।4।।
ਗਉੜੀ ਗੁਆਰੇਰੀ ਮਹਲਾ ੩ ॥
ଗଉଡି ଗୁଆରେରୀ ମହଲା 3 ।।
ਸੋ ਕਿਉ ਵਿਸਰੈ ਜਿਸ ਕੇ ਜੀਅ ਪਰਾਨਾ ॥
ସେହି ଭଗବାନଙ୍କୁ ଆମେ କାହିଁକି ବିସ୍ମୃତ କରିବା? ଯିଏ ଆମକୁ ଏହି ଆତ୍ମା ଓ ପ୍ରାଣ ଦେଇଛନ୍ତି।
ਸੋ ਕਿਉ ਵਿਸਰੈ ਸਭ ਮਾਹਿ ਸਮਾਨਾ ॥
ତାହାଙ୍କୁ ଆମେ କାହିଁକି ବିସ୍ମୃତ କରିବା? ଯିଏ ସମସ୍ତ ଜୀବଙ୍କ ଠାରେ ରହିଛନ୍ତି।
ਜਿਤੁ ਸੇਵਿਐ ਦਰਗਹ ਪਤਿ ਪਰਵਾਨਾ ॥੧॥
ଯାହାଙ୍କ ସେବା ଭକ୍ତି କରିବା ଦ୍ଵାରା ଜୀବ ତାଙ୍କର ଦରବାରରେ ସ୍ୱୀକାର ହୋଇଯାଏ ତଥା ସେଠାରେ ତାହାକୁ ବଡ ଆଦର ସତ୍କାର ମିଳିଥାଏ। ।।1।।
ਹਰਿ ਕੇ ਨਾਮ ਵਿਟਹੁ ਬਲਿ ਜਾਉ ॥
ମୁଁ ହରିଙ୍କ ନାମରେ ସମର୍ପିତ ଅଟେ।
ਤੂੰ ਵਿਸਰਹਿ ਤਦਿ ਹੀ ਮਰਿ ਜਾਉ ॥੧॥ ਰਹਾਉ ॥
ହେ ମୋର ପ୍ରଭୁ! ମୁଁ ଯେତେବେଳେ ତୋତେ ବିସ୍ମୃତ କରେ, ସେହି କ୍ଷଣରେ ହିଁ ମୁଁ ପ୍ରାଣ ତ୍ୟାଗ କରିଦିଏ। ।।1।।ରୁହ। ।
ਤਿਨ ਤੂੰ ਵਿਸਰਹਿ ਜਿ ਤੁਧੁ ਆਪਿ ਭੁਲਾਏ ॥
ହେ ପରମାତ୍ମା! ତୁ ତାହାକୁ ହିଁ ବିସ୍ମୃତ ହୋଇଥାଉ, ଯାହାକୁ ତୁ ସ୍ଵୟଂ ହିଁ କୁମାର୍ଗକୁ ନେଉ।