ਹਰਿ ਹਰਿ ਨਿਕਟਿ ਵਸੈ ਸਭ ਜਗ ਕੈ ਅਪਰੰਪਰ ਪੁਰਖੁ ਅਤੋਲੀ ॥
ଅନନ୍ତ, ସର୍ବଶକ୍ତିମାନ ଏବଂ ଅତୁଳନୀୟ ପ୍ରଭୁ-ପରମେଶ୍ଵର ସାରା ଜଗତର ନିକଟରେ ହି ଅଛନ୍ତି।
ਹਰਿ ਹਰਿ ਪ੍ਰਗਟੁ ਕੀਓ ਗੁਰਿ ਪੂਰੈ ਸਿਰੁ ਵੇਚਿਓ ਗੁਰ ਪਹਿ ਮੋਲੀ ॥੩॥
ସେହି ଈଶ୍ଵରଙ୍କୁ ମୋର ହୃଦୟରେ ପୂର୍ଣ୍ଣ ଗୁରୁ ହିଁ ପ୍ରକଟ କରିଛନ୍ତି,(ଏଥିପାଇଁ) ମୁଁ ନିଜ ମସ୍ତକ ଗୁରୁଙ୍କୁ ବିକ୍ରୟ କରିଦେଇଛି ॥3॥
ਹਰਿ ਜੀ ਅੰਤਰਿ ਬਾਹਰਿ ਤੁਮ ਸਰਣਾਗਤਿ ਤੁਮ ਵਡ ਪੁਰਖ ਵਡੋਲੀ ॥
ହେ ପୂଜ୍ୟ ପରମେଶ୍ଵର! ତୁ ଜୀବର ଭିତରେ ବାହାରେ ସର୍ବତ୍ର ବିଦ୍ୟମାନ ଅଛୁ ଆଉ ମୁଁ ଭିତରେ ଓ ବାହାରେ ତୋର ଶରଣରେ ଅଛି, ତୁମେ ଦୁନିଆର ସବୁଠାରୁ ବଡ ମହାପୁରୁଷ ଅଟ।
ਜਨੁ ਨਾਨਕੁ ਅਨਦਿਨੁ ਹਰਿ ਗੁਣ ਗਾਵੈ ਮਿਲਿ ਸਤਿਗੁਰ ਗੁਰ ਵੇਚੋਲੀ ॥੪॥੧॥੧੫॥੫੩॥
ଜନ ନାନକ ମଧ୍ୟସ୍ଥ-ସଦଗୁରୁଙ୍କ ସହିତ ମିଶି ରାତି ଦିନ ପ୍ରଭୁଙ୍କ ମହିମା ସ୍ତୁତି କରିଥାଏ ॥4॥1॥15॥53॥
ਗਉੜੀ ਪੂਰਬੀ ਮਹਲਾ ੪ ॥
ଗଉଡି ପୁରବୀ ମହଲା 4 ॥
ਜਗਜੀਵਨ ਅਪਰੰਪਰ ਸੁਆਮੀ ਜਗਦੀਸੁਰ ਪੁਰਖ ਬਿਧਾਤੇ ॥
ହେ ପ୍ରଭୁ! ତୁ ଜଗତର ଜୀବନ, ଅପାର ଏବଂ ଆମ ସବୁଙ୍କ ସ୍ଵାମୀ ଅଟୁ, ହେ ଜଗଦୀଶ୍ଵର! ତୁମେ ସର୍ବଶକ୍ତିମାନ ଏବଂ ଭାଗ୍ୟ ବିଧାତା ଅଟୁ।
ਜਿਤੁ ਮਾਰਗਿ ਤੁਮ ਪ੍ਰੇਰਹੁ ਸੁਆਮੀ ਤਿਤੁ ਮਾਰਗਿ ਹਮ ਜਾਤੇ ॥੧॥
ହେ ମୋର ସ୍ଵାମୀ! ଆମେ ପ୍ରାଣୀକୁ ତୁମେ ଯେଉଁ ମାର୍ଗରେ ପ୍ରେରଣା କରୁଅଛ, ଆମେ ସେହି ମାର୍ଗରେ ଚାଲୁଅଛୁ ॥1॥
ਰਾਮ ਮੇਰਾ ਮਨੁ ਹਰਿ ਸੇਤੀ ਰਾਤੇ ॥
ହେ ମୋର ରାମ! ମୋର ମନ ପ୍ରଭୁଙ୍କ ହୋଇଯାଇଛି।
ਸਤਸੰਗਤਿ ਮਿਲਿ ਰਾਮ ਰਸੁ ਪਾਇਆ ਹਰਿ ਰਾਮੈ ਨਾਮਿ ਸਮਾਤੇ ॥੧॥ ਰਹਾਉ ॥
ସତସଙ୍ଗରେ ମିଶି ମୁଁ ରାମ ରସ ପ୍ରାପ୍ତ କରିଅଛି ଆଉ ଏବେ ମୋର ମନ ହରି-ରାମଙ୍କ ନାମରେ ଲୀନ ରହିଛି ॥1॥ରୁହ॥
ਹਰਿ ਹਰਿ ਨਾਮੁ ਹਰਿ ਹਰਿ ਜਗਿ ਅਵਖਧੁ ਹਰਿ ਹਰਿ ਨਾਮੁ ਹਰਿ ਸਾਤੇ ॥
ହରି-ପରମେଶ୍ଵରଙ୍କ ନାମ ଜଗତର ସମସ୍ତ ରୋଗର ଔଷଧ ଅଟେ, ହରି-ପରମେଶ୍ଵରଙ୍କ ନାମ ସର୍ବଦା ସତ୍ୟ ଅଟେ।
ਤਿਨ ਕੇ ਪਾਪ ਦੋਖ ਸਭਿ ਬਿਨਸੇ ਜੋ ਗੁਰਮਤਿ ਰਾਮ ਰਸੁ ਖਾਤੇ ॥੨॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଉପଦେଶ ଦ୍ଵାରା ରାମ ରସକୁ ଚାଖିଅଛି, ତାହାର ସବୁ ପାପ ଏବଂ ଦୋଷ ନାଶ ହୋଇଯାଇଛି ॥2॥
ਜਿਨ ਕਉ ਲਿਖਤੁ ਲਿਖੇ ਧੁਰਿ ਮਸਤਕਿ ਤੇ ਗੁਰ ਸੰਤੋਖ ਸਰਿ ਨਾਤੇ ॥
ଯାହାର କପାଳରେ ବିଧାତା ପ୍ରାରମ୍ଭରୁ ହିଁ ଏପରି ଭାଗ୍ୟ ଲେଖିଛନ୍ତି, ସେ ଗୁରୁ ରୂପୀ ସନ୍ତୋଷ ସରୋବରରେ ସ୍ନାନ କରିଥାଏ।
ਦੁਰਮਤਿ ਮੈਲੁ ਗਈ ਸਭ ਤਿਨ ਕੀ ਜੋ ਰਾਮ ਨਾਮ ਰੰਗਿ ਰਾਤੇ ॥੩॥
ଯିଏ ରାମ ନାମ ପ୍ରେମରେ ମଗ୍ନ ରହିଥାଏ, ତାହାର ମନ୍ଦ ବୁଦ୍ଧି ଓ ପାପର ମଇଳା ଦୂର ହୋଇଯାଇଥାଏ। ॥3॥
ਰਾਮ ਤੁਮ ਆਪੇ ਆਪਿ ਆਪਿ ਪ੍ਰਭੁ ਠਾਕੁਰ ਤੁਮ ਜੇਵਡ ਅਵਰੁ ਨ ਦਾਤੇ ॥
ହେ ମୋର ରାମ! ତୁମେ ସ୍ଵୟଂ ହିଁ ସବୁ କିଛି ଅଟ, ତୁମେ ସ୍ଵୟଂ ହିଁ ସମସ୍ତ ଜୀବଙ୍କ ଠାକୁର ଅଟ ଆଉ ତୋର ଭଳି ମହାନ ଦାତା ଆଉ କେହି ନାହାନ୍ତି।
ਜਨੁ ਨਾਨਕੁ ਨਾਮੁ ਲਏ ਤਾਂ ਜੀਵੈ ਹਰਿ ਜਪੀਐ ਹਰਿ ਕਿਰਪਾ ਤੇ ॥੪॥੨॥੧੬॥੫੪॥
ନାନକ କେବଳ ଈଶ୍ବରଙ୍କ ନାମ ନେଇ ବଞ୍ଚିଛନ୍ତି, ପ୍ରଭୁଙ୍କ ଦୟାରୁ ହିଁ ପ୍ରଭୁଙ୍କ ଜପ ହୋଇଥାଏ ॥4॥2॥16॥54॥
ਗਉੜੀ ਪੂਰਬੀ ਮਹਲਾ ੪ ॥
ଗଉଡି ପୁରବୀ ମହଲା 4 ॥
ਕਰਹੁ ਕ੍ਰਿਪਾ ਜਗਜੀਵਨ ਦਾਤੇ ਮੇਰਾ ਮਨੁ ਹਰਿ ਸੇਤੀ ਰਾਚੇ ॥
ହେ ଜଗଜୀବନ! ହେ ଦାତା! ମୋ’ ଉପରେ ଏପରି କୃପାକର ଯେ ମୋର ମନ ପ୍ରଭୁଙ୍କ ସ୍ମରଣରେ ଲୀନ ରହିବ।
ਸਤਿਗੁਰਿ ਬਚਨੁ ਦੀਓ ਅਤਿ ਨਿਰਮਲੁ ਜਪਿ ਹਰਿ ਹਰਿ ਹਰਿ ਮਨੁ ਮਾਚੇ ॥੧॥
ସଦଗୁରୁ ମୋତେ ଅତ୍ୟନ୍ତ ନିର୍ମଳ ବଚନ କରିଛନ୍ତି ଆଉ ହରି-ପରମେଶ୍ଵରଙ୍କ ନାମର ଜପ କରି ମୋର ମନ ପ୍ରସନ୍ନ ହୋଇଯାଇଛି ॥1॥
ਰਾਮ ਮੇਰਾ ਮਨੁ ਤਨੁ ਬੇਧਿ ਲੀਓ ਹਰਿ ਸਾਚੇ ॥
ହେ ମୋର ରାମ! ମୋର ମନ ଏବଂ ତନ ସଚ୍ଚା ପରମେଶ୍ଵର ବାନ୍ଧି ଦେଇଛନ୍ତି।
ਜਿਹ ਕਾਲ ਕੈ ਮੁਖਿ ਜਗਤੁ ਸਭੁ ਗ੍ਰਸਿਆ ਗੁਰ ਸਤਿਗੁਰ ਕੈ ਬਚਨਿ ਹਰਿ ਹਮ ਬਾਚੇ ॥੧॥ ਰਹਾਉ ॥
ହେ ହରି- ପରମେଶ୍ଵର ! ଗୁରୁ-ସଦଗୁରୁଙ୍କ ଉପଦେଶରୁ ସେହି କାଳ(ମୃତ୍ୟୁ)ରୁ ବଞ୍ଚିଯାଇଛି, ଯାହାର ପଞ୍ଜାରେ ସାରା ଜଗତ ଫସିଯାଇଛି ॥1॥ରୁହ॥
ਜਿਨ ਕਉ ਪ੍ਰੀਤਿ ਨਾਹੀ ਹਰਿ ਸੇਤੀ ਤੇ ਸਾਕਤ ਮੂੜ ਨਰ ਕਾਚੇ ॥
ଯାହାର ପ୍ରୀତି ପରମେଶ୍ଵରଙ୍କ ସହିତ ନାହିଁ, ସେ ଅଧର୍ମୀ, ମୂର୍ଖ ଏବଂ ମିଥ୍ୟା ପୁରୁଷ ଅଟେ
ਤਿਨ ਕਉ ਜਨਮੁ ਮਰਣੁ ਅਤਿ ਭਾਰੀ ਵਿਚਿ ਵਿਸਟਾ ਮਰਿ ਮਰਿ ਪਾਚੇ ॥੨॥
ସେ ଜନ୍ମ ମୃତ୍ୟୁର ଅତି ଭାରି ଦୁଃଖ ଉଠାଇଥାଏ ଆଉ ବାରମ୍ବାର ଜନ୍ମ ମରଣ ନେଇ ବିଷ୍ଟାରେ ସଢି ରହିଥାଏ ॥2॥
ਤੁਮ ਦਇਆਲ ਸਰਣਿ ਪ੍ਰਤਿਪਾਲਕ ਮੋ ਕਉ ਦੀਜੈ ਦਾਨੁ ਹਰਿ ਹਮ ਜਾਚੇ ॥
ହେ ପ୍ରଭୁ! ତୁମେ ଦୟାର ଘର ଏବଂ ଶରଣାର୍ଥୀଙ୍କ ପାଳନ କର୍ତ୍ତା ଅଟ, ହେ ଠାକୁର! ମୁଁ ଯାଚନା କରେ ଯେ ମୋତେ ନିଜର ପ୍ରେମ ପ୍ରଦାନ କର।
ਹਰਿ ਕੇ ਦਾਸ ਦਾਸ ਹਮ ਕੀਜੈ ਮਨੁ ਨਿਰਤਿ ਕਰੇ ਕਰਿ ਨਾਚੇ ॥੩॥
ମୋତେ ପ୍ରଭୁଙ୍କ ସେବକର ସେବକ ବନାଇ ଦିଅ, କାରଣ ମୋର ମନ ପ୍ରେମ ଧାରଣ କରି ନୃତ୍ୟ କରୁଅଛି ॥3॥
ਆਪੇ ਸਾਹ ਵਡੇ ਪ੍ਰਭ ਸੁਆਮੀ ਹਮ ਵਣਜਾਰੇ ਹਹਿ ਤਾ ਚੇ ॥
ହେ ମୋର ସ୍ଵାମୀ ପ୍ରଭୁ! ତୁ ସ୍ଵୟଂ ହିଁ ବଡ ସାହୁକାର ଅଟ ଆଉ ମୁଁ ତୋର ବ୍ୟାପାରୀ ଅଟେ।
ਮੇਰਾ ਮਨੁ ਤਨੁ ਜੀਉ ਰਾਸਿ ਸਭ ਤੇਰੀ ਜਨ ਨਾਨਕ ਕੇ ਸਾਹ ਪ੍ਰਭ ਸਾਚੇ ॥੪॥੩॥੧੭॥੫੫॥
ମୋର ମନ, ତନ ଏବଂ ଜୀବନ ସବୁ କିଛି ତୋର ହିଁ ପୁଞ୍ଜି ଅଟେ, ସଚ୍ଚା ପ୍ରଭୁ! ତୁମେ ନାନକଙ୍କ ସାହୁକାର ଅଟ ॥4॥3॥17॥55॥
ਗਉੜੀ ਪੂਰਬੀ ਮਹਲਾ ੪ ॥
ଗଉଡି ପୁରବୀ ମହଲା 4 ॥
ਤੁਮ ਦਇਆਲ ਸਰਬ ਦੁਖ ਭੰਜਨ ਇਕ ਬਿਨਉ ਸੁਨਹੁ ਦੇ ਕਾਨੇ ॥
ହେ ପ୍ରଭୁ! ତୁମେ ବଡ ଦୟାଳୁ ଏବଂ ସର୍ବ ଦୁଃଖନାଶକ ଅଟ, ଏଣୁ, ମୋର ଏକ ପ୍ରାର୍ଥନା ଧ୍ୟାନପୂର୍ବକ ଶୁଣ,
ਜਿਸ ਤੇ ਤੁਮ ਹਰਿ ਜਾਨੇ ਸੁਆਮੀ ਸੋ ਸਤਿਗੁਰੁ ਮੇਲਿ ਮੇਰਾ ਪ੍ਰਾਨੇ ॥੧॥
ହେ ମୋର ସ୍ଵାମୀ ହରି! ମୋତେ ସେହି ସଦଗୁରୁଙ୍କ ସହିତ ମିଳନ କରାଅ, ଯାହାଙ୍କ କୃପାରୁ ତୁମକୁ ଜାଣିଛି ଆଉ ଯିଏ ମୋର ପ୍ରାଣ ଅଟନ୍ତି। ॥1॥
ਰਾਮ ਹਮ ਸਤਿਗੁਰ ਪਾਰਬ੍ਰਹਮ ਕਰਿ ਮਾਨੇ
ହେ ମୋର ରାମ! ମୁଁ ସଦଗୁରୁଙ୍କୁ ପରଂବ୍ରହ୍ମ କହି ମାନିଥାଏ
ਹਮ ਮੂੜ ਮੁਗਧ ਅਸੁਧ ਮਤਿ ਹੋਤੇ ਗੁਰ ਸਤਿਗੁਰ ਕੈ ਬਚਨਿ ਹਰਿ ਹਮ ਜਾਨੇ ॥੧॥ ਰਹਾਉ ॥
ମୁଁ ମୂର୍ଖ, ବୋକା ଔ ମନ୍ଦ ବୁଦ୍ଧି ବାଲା ଅଟେ, ହେ ଇଶ୍ଵର! ମୁଁ ତୁମକୁ ସଦଗୁରୁଙ୍କ ବାଣୀରୁ ଜାଣିଛି ॥1॥ରୁହ॥
ਜਿਤਨੇ ਰਸ ਅਨ ਰਸ ਹਮ ਦੇਖੇ ਸਭ ਤਿਤਨੇ ਫੀਕ ਫੀਕਾਨੇ ॥
ସଂସାରରେ ଯେତେ ମଧ୍ୟ ବିଭିନ୍ନ ରସ ଅଛି, ମୁଁ ଦେଖିଛି, କିନ୍ତୁ, ଏହା ସବୁ ସଂପୂର୍ଣ୍ଣ ଫିକା ଅଟେ।