ਚਰਨ ਠਾਕੁਰ ਕੈ ਮਾਰਗਿ ਧਾਵਉ ॥੧॥
ଚରଣ ଦ୍ଵାରା ମୁଁ ଠାକୁରଙ୍କ ମାର୍ଗ ଅନୁସରଣ କରିଥାଏ ॥1॥
ਭਲੋ ਸਮੋ ਸਿਮਰਨ ਕੀ ਬਰੀਆ ॥
ଜୀବନର ସେହି ସମୟ ବଡ ଶୁଭ ଅଟେ, ଯେତେବେଳେ ଭଗବାନଙ୍କ ସ୍ମରଣ କରିବା ଅବସର ମିଳିଥାଏ।
ਸਿਮਰਤ ਨਾਮੁ ਭੈ ਪਾਰਿ ਉਤਰੀਆ ॥੧॥ ਰਹਾਉ ॥
ଭଗବାନଙ୍କ ନାମ ସ୍ମରଣ ଦ୍ଵାରା ଭୟାନକ ସାଗରରୁ ପାର କରି ହୁଏ। ॥1॥ରୁହ॥
ਨੇਤ੍ਰ ਸੰਤਨ ਕਾ ਦਰਸਨੁ ਪੇਖੁ ॥
ହେ ଭାଇ! ନିଜ ନେତ୍ରରେ ସନ୍ଥଙ୍କ ଦର୍ଶନ କର।
ਪ੍ਰਭ ਅਵਿਨਾਸੀ ਮਨ ਮਹਿ ਲੇਖੁ ॥੨॥
ଅବିନାଶୀ ପ୍ରଭୁଙ୍କୁ ନିଜ ହୃଦୟରେ ଧାରଣ କରି ନିଅ ॥2॥
ਸੁਣਿ ਕੀਰਤਨੁ ਸਾਧ ਪਹਿ ਜਾਇ ॥
ସନ୍ଥଙ୍କ ପାଖକୁ ଯାଇ ଈଶ୍ବରଙ୍କ ଭଜନ ଶୁଣ
ਜਨਮ ਮਰਣ ਕੀ ਤ੍ਰਾਸ ਮਿਟਾਇ ॥੩॥
ଆଉ ଏହି ପ୍ରକାରେ ତୋର ଜନ୍ମ ମରଣ ଭୟ ଦୂର ହୋଇଯିବ ॥3॥
ਚਰਣ ਕਮਲ ਠਾਕੁਰ ਉਰਿ ਧਾਰਿ ॥
ହେ ଭାଇ! ଠାକୁର ଜୀଙ୍କ ସୁନ୍ଦର ଚରଣକୁ ନିଜ ହୃଦୟରେ ବସାଇ ରଖ।
ਦੁਲਭ ਦੇਹ ਨਾਨਕ ਨਿਸਤਾਰਿ ॥੪॥੫੧॥੧੨੦॥
ହେ ନାନକ! ଏହିପରି ନିଜର ଅମୂଲ୍ୟ ମାନବ ଶରୀରର କଲ୍ୟାଣ କର ॥4॥51॥120॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਜਾ ਕਉ ਅਪਨੀ ਕਿਰਪਾ ਧਾਰੈ ॥
ଯେଉଁ ବ୍ୟକ୍ତି ଉପରେ ଇଶ୍ଵର ନିଜ କୃପା କରିଥାନ୍ତି,
ਸੋ ਜਨੁ ਰਸਨਾ ਨਾਮੁ ਉਚਾਰੈ ॥੧॥
ସେ ନିଜ ଇଚ୍ଛାରେ ଭଗବାନଙ୍କ ନାମ ଜପ କରିଥାଏ ॥1॥
ਹਰਿ ਬਿਸਰਤ ਸਹਸਾ ਦੁਖੁ ਬਿਆਪੈ ॥
ହରିଙ୍କୁ ବିସ୍ମୃତ କରି ସନ୍ଦେହ ଏବଂ ଦୁଃଖ ପ୍ରାଣିକୁ ଘାରିଦିଏ।
ਸਿਮਰਤ ਨਾਮੁ ਭਰਮੁ ਭਉ ਭਾਗੈ ॥੧॥ ਰਹਾਉ ॥
କିନ୍ତୁ, ନାମ-ସ୍ମରଣ କରିଲେ ଭ୍ରମ ଏବଂ ଭୟ ଦୂର ହୋଇଯାଏ ॥1॥ରୁହ॥
ਹਰਿ ਕੀਰਤਨੁ ਸੁਣੈ ਹਰਿ ਕੀਰਤਨੁ ਗਾਵੈ ॥
ଯେଉଁ ବ୍ୟକ୍ତି ଈଶ୍ବରଙ୍କ ଭଜନ ଶୁଣି ଥାଏ ଆଉ ଈଶ୍ବରଙ୍କ ଭଜନ ଗାନ କରିଥାଏ,
ਤਿਸੁ ਜਨ ਦੂਖੁ ਨਿਕਟਿ ਨਹੀ ਆਵੈ ॥੨॥
ସେହି ବ୍ୟକ୍ତିଙ୍କ ନିକଟରେ କୌଣସି ବିପଦ ଆସେ ନାହିଁ ॥2॥
ਹਰਿ ਕੀ ਟਹਲ ਕਰਤ ਜਨੁ ਸੋਹੈ ॥
ଈଶ୍ଵରଙ୍କ ସେବକ ତାହାଙ୍କ ସେବା କରି ସୁନ୍ଦର ଲାଗିଥାଏ।
ਤਾ ਕਉ ਮਾਇਆ ਅਗਨਿ ਨ ਪੋਹੈ ॥੩॥
ତାହାଙ୍କୁ ମାୟାର ଅଗ୍ନି ସ୍ପର୍ଶ କରେ ନାହିଁ ॥3॥
ਮਨਿ ਤਨਿ ਮੁਖਿ ਹਰਿ ਨਾਮੁ ਦਇਆਲ ॥
ହେ ନାନକ! ଦୟାର ଘର ଈଶ୍ଵରଙ୍କ ନାମ ଯେଉଁ ବ୍ୟକ୍ତିର ହୃଦୟ ଏବଂ ମୁଖରେ ବାସ କରିଥାଏ,
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਛਾਡਿ ਸਿਆਨਪ ਬਹੁ ਚਤੁਰਾਈ ॥
ହେ ଭାଇ! ନିଜ ବୁଦ୍ଧିମତ୍ତା ଏବଂ ଅଧିକ ଚତୁରତାକୁ ତ୍ୟାଗ କର
ਗੁਰ ਪੂਰੇ ਕੀ ਟੇਕ ਟਿਕਾਈ ॥੧॥
ପୂର୍ଣ୍ଣ ଗୁରୁଙ୍କ ଶରଣ ନିଅ ॥1॥
ਦੁਖ ਬਿਨਸੇ ਸੁਖ ਹਰਿ ਗੁਣ ਗਾਇ ॥
ଏହିପରି ବ୍ୟକ୍ତି ଭଗବାନଙ୍କ ଗୁଣାନୁବାଦ କରି ସୁଖୀ ହୋଇଥାଏ ଆଉ ତାହାର ସବୁ ଦୁଃଖ ନାଶ ହୋଇଯାଏ,
ਗੁਰੁ ਪੂਰਾ ਭੇਟਿਆ ਲਿਵ ਲਾਇ ॥੧॥ ਰਹਾਉ ॥
ଯେଉଁ ଗୁରୁଙ୍କ ସହିତ ପୂର୍ଣ ଗୁରୁଙ୍କ ସାକ୍ଷାତ ହୋଇଯାଏ, ସେ ଗୁରୁଙ୍କ କୃପାରୁ ଭଗବାନଙ୍କ ଠାରେ ସୁରତି ଲଗାଇ ଥାଏ ॥1॥ରୁହ॥
ਹਰਿ ਕਾ ਨਾਮੁ ਦੀਓ ਗੁਰਿ ਮੰਤ੍ਰੁ ॥
ଗୁରୁ ମୋତେ ଇଶ୍ଵରଙ୍କ ନାମର ମନ୍ତ୍ର ପ୍ରଦାନ କରିଛନ୍ତି,
ਮਿਟੇ ਵਿਸੂਰੇ ਉਤਰੀ ਚਿੰਤ ॥੨॥
ଯେଉଁଥିରେ ମୋର ଚିନ୍ତା ଦୂର ହୋଇଯାଇଛି ଆଉ ବ୍ୟାକୁଳତା ଦୂର ହୋଇଯାଇଛି ॥2॥
ਅਨਦ ਭਏ ਗੁਰ ਮਿਲਤ ਕ੍ਰਿਪਾਲ ॥
କୃପାର ଘର ଗୁରୁଙ୍କୁ ମିଳିବା ଦ୍ଵାରା ଆନନ୍ଦ ପ୍ରାପ୍ତ ହୋଇଯାଇଛି।
ਕਰਿ ਕਿਰਪਾ ਕਾਟੇ ਜਮ ਜਾਲ ॥੩॥
ନିଜ କୃପା ଧାର୍ଣ କରି ଗୁରୁ ଯମଦୂତଙ୍କ ଫନ୍ଦା କାଟି ଦେଇଛନ୍ତି ॥3॥
ਕਹੁ ਨਾਨਕ ਗੁਰੁ ਪੂਰਾ ਪਾਇਆ ॥
ହେ ନାନକ! ମୁଁ ପୂର୍ଣ୍ଣ ଗୁରୁଙ୍କୁ ପାଇଯାଇଛି,
ਤਾ ਤੇ ਬਹੁਰਿ ਨ ਬਿਆਪੈ ਮਾਇਆ ॥੪॥੫੩॥੧੨੨॥
ଏଥିପାଇଁ ମାୟା ମୋତେ ପୁନଃ ପୀଡିତ କରିବ ନାହିଁ ॥4॥53॥122॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਰਾਖਿ ਲੀਆ ਗੁਰਿ ਪੂਰੈ ਆਪਿ ॥
ପୂର୍ଣ୍ଣ ଗୁରୁ ସ୍ଵୟଂ ମୋର ରକ୍ଷା କରିଛନ୍ତି।
ਮਨਮੁਖ ਕਉ ਲਾਗੋ ਸੰਤਾਪੁ ॥੧॥
କିନ୍ତୁ, ସ୍ଵେଚ୍ଛାଚାରୀ ଉପରେ ବିପଦର ପାହାଡ ମାଡି ଆସେ ॥1॥
ਗੁਰੂ ਗੁਰੂ ਜਪਿ ਮੀਤ ਹਮਾਰੇ ॥
ହେ ମୋର ମିତ୍ର! ଗୁରୁଙ୍କୁ ସର୍ବଦା ସ୍ମରଣ କର।
ਮੁਖ ਊਜਲ ਹੋਵਹਿ ਦਰਬਾਰੇ ॥੧॥ ਰਹਾਉ ॥
ପ୍ରଭୁଙ୍କ ଦରବାରରେ ତୋର ମୁଖ ଉଜ୍ଜଳ ହେବ ॥1॥ରୁହ॥
ਗੁਰ ਕੇ ਚਰਣ ਹਿਰਦੈ ਵਸਾਇ ॥
ହେ ମିତ୍ର! ତୁ ଗୁରୁଙ୍କ ଚରଣ ନିଜ ହୃଦୟରେ ବସା,
ਦੁਖ ਦੁਸਮਨ ਤੇਰੀ ਹਤੈ ਬਲਾਇ ॥੨॥
ତୋର ଦୁଃଖ, ଶତ୍ରୁ ଏବଂ ଆପଦ ନଷ୍ଟ ହୋଇଯିବ ॥2॥
ਗੁਰ ਕਾ ਸਬਦੁ ਤੇਰੈ ਸੰਗਿ ਸਹਾਈ ॥
ଗୁରୁଙ୍କ ଶବ୍ଦ ହିଁ ତୋର ସାଥି ଏବଂ ସହାୟକ ଅଟେ।
ਦਇਆਲ ਭਏ ਸਗਲੇ ਜੀਅ ਭਾਈ ॥੩॥
ହେ ଭାଇ! ସବୁ ଲୋକ ତୋ ଉପରେ ଦୟାଳୁ ହେବେ ॥3॥
ਗੁਰਿ ਪੂਰੈ ਜਬ ਕਿਰਪਾ ਕਰੀ ॥
ହେ ନାନକ! ଯେବେ ପୂର୍ଣ୍ଣ ଗୁରୁ ନିଜ କୃପା ଦୃଷ୍ଟି କରିଛନ୍ତି,
ਭਨਤਿ ਨਾਨਕ ਮੇਰੀ ਪੂਰੀ ਪਰੀ ॥੪॥੫੪॥੧੨੩॥
ସେତେବେଳେ ମୋର ଜୀବନ ପରିପୂର୍ଣ୍ଣ ହୋଇଯାଇଛି ॥4॥54॥123॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਅਨਿਕ ਰਸਾ ਖਾਏ ਜੈਸੇ ਢੋਰ ॥
ମନୁଷ୍ୟ ଅଧିକ ସ୍ଵାଦିଷ୍ଟ ପଦାର୍ଥ ପଶୁ ଭଳି ସେବନ କରିଥାଏ
ਮੋਹ ਕੀ ਜੇਵਰੀ ਬਾਧਿਓ ਚੋਰ ॥੧॥
ଆଉ ସାଂସାରିକ ମୋହର ରସିରେ ସେ ଚୋର ଭଳି ବାନ୍ଧି ହୋଇ ରହେ ॥1॥
ਮਿਰਤਕ ਦੇਹ ਸਾਧਸੰਗ ਬਿਹੂਨਾ ॥
ହେ ଭାଇ! ଯେଉଁ ବ୍ୟକ୍ତି ସନ୍ଥଙ୍କ ସଙ୍ଗତି ଠାରୁ ଅଲଗା ରହିଥାଏ, ତାହାର ଶରୀର ମୃତ ହୋଇଥାଏ ।
ਆਵਤ ਜਾਤ ਜੋਨੀ ਦੁਖ ਖੀਨਾ ॥੧॥ ਰਹਾਉ ॥
ଏପରି ବ୍ୟକ୍ତି ଯୋନିରେ ଫସି ଜନ୍ମ ମୃତ୍ୟୁ ଚକ୍ରରେ ପଡି ରହିଥାନ୍ତି ଆଉ ଦୁଃଖରେ ନଷ୍ଟ ହୋଇଯାନ୍ତି ॥1॥ରୁହ॥
ਅਨਿਕ ਬਸਤ੍ਰ ਸੁੰਦਰ ਪਹਿਰਾਇਆ ॥
ମନୁଷ୍ୟ ମୋହ ବଶତଃ ବିଭିନ୍ନ ପ୍ରକାର ସୁନ୍ଦର ପୋଷାକ ଧାରଣ କରିଥାଏ,
ਜਿਉ ਡਰਨਾ ਖੇਤ ਮਾਹਿ ਡਰਾਇਆ ॥੨॥
ପରନ୍ତୁ, ନିର୍ଦ୍ଧନ ପାଇଁ ସେ ଏହିପରି ହୋଇଥାଏ ଯେପରି ଫସଲରେ ପଶୁଙ୍କୁ ଡରାଇବା ପାଇଁ ପାଳଭୂତ କରାଯାଇଥାଏ ॥2॥
ਸਗਲ ਸਰੀਰ ਆਵਤ ਸਭ ਕਾਮ ॥
ଅନ୍ୟ ପଶୁ ଇତ୍ୟାଦିର ଶରୀର କାମରେ ଲାଗିଯାଏ।
ਨਿਹਫਲ ਮਾਨੁਖੁ ਜਪੈ ਨਹੀ ਨਾਮ ॥੩॥
କିନ୍ତୁ, ଯେଉଁ ବ୍ୟକ୍ତି ଭଗବାନଙ୍କ ନାମର ଜପ କରେ ନାହିଁ, ତାହାର ଦୁନିଆକୁ ଆସିବା ନିଷ୍ଫଳ ହୋଇଯାଏ ॥3॥
ਕਹੁ ਨਾਨਕ ਜਾ ਕਉ ਭਏ ਦਇਆਲਾ ॥
ହେ ନାନକ! ଭଗବାନ ଯେଉଁ ବ୍ୟକ୍ତି ଉପରେ ଦୟାଳୁ ହୋଇଯାନ୍ତି,
ਸਾਧਸੰਗਿ ਮਿਲਿ ਭਜਹਿ ਗੋੁਪਾਲਾ ॥੪॥੫੫॥੧੨੪॥
ସେ ସନ୍ଥଙ୍କ ସଙ୍ଗତିରେ ସାମିଲ ହୋଇ ଗୋପାଳର ଭଜନ କରିଥାଏ ॥4॥55॥124॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥