ਕਲਿ ਕਲੇਸ ਗੁਰ ਸਬਦਿ ਨਿਵਾਰੇ ॥
ଗୁରୁଙ୍କ ବାଣୀ ମାନସିକ କ୍ଲେଶ ଏବଂ କଷ୍ଟକୁ ଦୂର କରିଦେଇଥାଏ।
ਆਵਣ ਜਾਣ ਰਹੇ ਸੁਖ ਸਾਰੇ ॥੧॥
ଗୁରୁଙ୍କ ବାଣୀର ଫଳ ସ୍ୱରୂପ ଜନ୍ମ ମରଣ ଚକ୍ର ଦୂର ହୁଏ ଓ ସର୍ବ ସୁଖ ପ୍ରାପ୍ତ ହୋଇଥାଏ ॥1॥
ਭੈ ਬਿਨਸੇ ਨਿਰਭਉ ਹਰਿ ਧਿਆਇਆ ॥
ନିର୍ଭୀକ ଈଶ୍ଵରଙ୍କୁ ଧ୍ୟାନ କରି ମୋର ଭୟ ଦୂର ହୋଇଯାଇଛି।
ਸਾਧਸੰਗਿ ਹਰਿ ਕੇ ਗੁਣ ਗਾਇਆ ॥੧॥ ਰਹਾਉ ॥
ସନ୍ଥଙ୍କ ସଙ୍ଗତିରେ ମୁଁ ଈଶ୍ବରଙ୍କ ଗୁଣସ୍ତୁତି କରିଥାଏ ॥1॥ରୁହ॥
ਚਰਨ ਕਵਲ ਰਿਦ ਅੰਤਰਿ ਧਾਰੇ ॥
ଈଶ୍ବରଙ୍କ ଚରଣ କମଳ ମୁଁ ନିଜ ହୃଦୟରେ ରଖିଛି।
ਅਗਨਿ ਸਾਗਰ ਗੁਰਿ ਪਾਰਿ ਉਤਾਰੇ ॥੨॥
ଗୁରୁ ମୋତେ ତୃଷ୍ଣାର ଅଗ୍ନି ସାଗରରୁ ପାର କରିଛନ୍ତି ॥2॥
ਬੂਡਤ ਜਾਤ ਪੂਰੈ ਗੁਰਿ ਕਾਢੇ ॥
ମୁଁ ଭବସାଗରରେ ବୁଡିରହିଥିଲି, ପରନ୍ତୁ, ପୂର୍ଣ୍ଣ ଗୁରୁ ମୋର ରକ୍ଷା କରିଛନ୍ତି।
ਜਨਮ ਜਨਮ ਕੇ ਟੂਟੇ ਗਾਢੇ ॥੩॥
ଗୁରୁ ମୋତେ ପ୍ରଭୁଙ୍କ ସହିତ ମିଳନ କରାଇଛନ୍ତି, ଯାହାଙ୍କ ଠାରୁ ମୁଁ ଜନ୍ମ ଜନ୍ମାନ୍ତରରେ ବିଛେଦ ଥିଲି ॥3॥
ਕਹੁ ਨਾਨਕ ਤਿਸੁ ਗੁਰ ਬਲਿਹਾਰੀ ॥
ହେ ନାନକ! ମୁଁ ସେହି ଗୁରୁଙ୍କ ପାଖରେ ସମର୍ପିତ ଅଟେ,
ਜਿਸੁ ਭੇਟਤ ਗਤਿ ਭਈ ਹਮਾਰੀ ॥੪॥੫੬॥੧੨੫॥
ଯାହାଙ୍କ ସହିତ ମିଶି ମୋର ମୁକ୍ତି ହୋଇଯାଇଛି ॥4॥56॥125॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਸਾਧਸੰਗਿ ਤਾ ਕੀ ਸਰਨੀ ਪਰਹੁ ॥
ହେ ଭାଇ! ସନ୍ଥଙ୍କ ସଭାରେ ତାହାଙ୍କ ଶରଣରେ ପଡ।
ਮਨੁ ਤਨੁ ਅਪਨਾ ਆਗੈ ਧਰਹੁ ॥੧॥
ନିଜ ମନ ଏବଂ ତନ ଈଶ୍ଵରଙ୍କ ସମ୍ମୁଖରେ ସମର୍ପଣ କରି ଦିଅ ॥1॥
ਅੰਮ੍ਰਿਤ ਨਾਮੁ ਪੀਵਹੁ ਮੇਰੇ ਭਾਈ ॥
ହେ ମୋର ଭାଇ! ଅମୃତ ରୂପୀ ନାମ ପାନ କର।
ਸਿਮਰਿ ਸਿਮਰਿ ਸਭ ਤਪਤਿ ਬੁਝਾਈ ॥੧॥ ਰਹਾਉ ॥
ପ୍ରଭୁଙ୍କ ସ୍ତୁତି ଆରାଧନା କରିଲେ ମୋହ-ମାୟାର ଅଗ୍ନି ସମ୍ପୂର୍ଣ୍ଣ ଭାବରେ ଲିଭିଯାଏ ॥1॥ରୁହ॥
ਤਜਿ ਅਭਿਮਾਨੁ ਜਨਮ ਮਰਣੁ ਨਿਵਾਰਹੁ ॥
ନିଜର ଅଭିମାନ ତ୍ୟାଗ କରି ନିଜର ଜନ୍ମ ମରଣ ସମାପ୍ତ କର
ਹਰਿ ਕੇ ਦਾਸ ਕੇ ਚਰਣ ਨਮਸਕਾਰਹੁ ॥੨॥
ଈଶ୍ଵରଙ୍କ ସେବକର ଚରଣରେ ପ୍ରଣାମ କର ॥2॥
ਸਾਸਿ ਸਾਸਿ ਪ੍ਰਭੁ ਮਨਹਿ ਸਮਾਲੇ ॥
ପ୍ରତି ଶ୍ଵାସରେ ନିଜ ମନରେ ପ୍ରଭୁଙ୍କ ସ୍ମରଣ କର।
ਸੋ ਧਨੁ ਸੰਚਹੁ ਜੋ ਚਾਲੈ ਨਾਲੇ ॥੩॥
ହେ ଭାଇ! ସେହି ନାମ ଧନ ସଞ୍ଚୟ କର ଯାହା ତୁମ ସହିତ ପରଲୋକ ଯିବ ॥3॥
ਤਿਸਹਿ ਪਰਾਪਤਿ ਜਿਸੁ ਮਸਤਕਿ ਭਾਗੁ ॥
କେବଳ ସେହି ବ୍ୟକ୍ତି ନାମର ଧନକୁ ପାଇଥାଏ, ଯାହାର କପାଳରେ ବିଧାତା ଦ୍ଵାରା ଭାଗ୍ୟରେଖା ବିଦ୍ୟମାନ ଅଛି।
ਕਹੁ ਨਾਨਕ ਤਾ ਕੀ ਚਰਣੀ ਲਾਗੁ ॥੪॥੫੭॥੧੨੬॥
ହେ ନାନକ! ତୁ ତାହାଙ୍କ ଚରଣରେ ଲାଗ ॥4॥57॥126॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਸੂਕੇ ਹਰੇ ਕੀਏ ਖਿਨ ਮਾਹੇ ॥
ନୀରସ (ସୁଖ)କୁ ଗୁରୁଦେବ କ୍ଷଣରେ ହିଁ ପ୍ରଫୁଲ୍ଲିତ କରିଦିଅନ୍ତି।
ਅੰਮ੍ਰਿਤ ਦ੍ਰਿਸਟਿ ਸੰਚਿ ਜੀਵਾਏ ॥੧॥
ତାହାଙ୍କ ଅମୃତ ରୂପୀ ଦୃଷ୍ଟି ତାହା ଠାରେ ସିଞ୍ଚନ କରି ଠକାଉ ପୁନର୍ଜୀବିତ କରିଦିଅନ୍ତି ॥1॥
ਕਾਟੇ ਕਸਟ ਪੂਰੇ ਗੁਰਦੇਵ ॥
ପୂର୍ଣ୍ଣ ଗୁରୁଦେବ ମୋର କଷ୍ଟ ଦୂର କରିଦେଇଛନ୍ତି।
ਸੇਵਕ ਕਉ ਦੀਨੀ ਅਪੁਨੀ ਸੇਵ ॥੧॥ ਰਹਾਉ ॥
ନିଜ ସେବକକଙ୍କୁ ସେ ନିଜ ସେବା ପ୍ରଦାନ କରିଥାନ୍ତି ॥1॥ରୁହ॥
ਮਿਟਿ ਗਈ ਚਿੰਤ ਪੁਨੀ ਮਨ ਆਸਾ ॥
ମୋର ଚିନ୍ତା ଦୂର ହୋଇଯାଇଛି ଆଉ ମନୋକାମନା ପୂର୍ଣ୍ଣ ହୋଇଯାଇଛି
ਕਰੀ ਦਇਆ ਸਤਿਗੁਰਿ ਗੁਣਤਾਸਾ ॥੨॥
ଯେବେ ଗୁଣର ଭଣ୍ଡାର, ସଦଗୁରୁ ନିଜ ଦୟା କରିଛନ୍ତି ॥2॥
ਦੁਖ ਨਾਠੇ ਸੁਖ ਆਇ ਸਮਾਏ ॥
ଦୁଃଖ ଚାଲିଯାଏ ଏବଂ ସୁଖ ଆସି ତାହାର ସ୍ଥାନ ନେଇଥାଏ।
ਢੀਲ ਨ ਪਰੀ ਜਾ ਗੁਰਿ ਫੁਰਮਾਏ ॥੩॥
ଯେବେ ଗୁରୁଜୀ ଆଜ୍ଞା କରିଥାନ୍ତି, ତାହାହେଲେ ଏଥିରେ କିଛି ବିଳମ୍ବ ହୁଏନାହିଁ ॥3॥
ਇਛ ਪੁਨੀ ਪੂਰੇ ਗੁਰ ਮਿਲੇ ॥
ଯେଉଁ ପୁରୁଷଙ୍କୁ ପୂର୍ଣ୍ଣ ଗୁରୁ ମିଳିଯାନ୍ତି,
ਨਾਨਕ ਤੇ ਜਨ ਸੁਫਲ ਫਲੇ ॥੪॥੫੮॥੧੨੭॥
ହେ ନାନକ! ତାହାର ସବୁ ଇଚ୍ଛା ପୂର୍ଣ୍ଣ ହୋଇଯାଏ ଆଉ ସେ ଶ୍ରେଷ୍ଠ ଫଳରେ ପ୍ରଫୁଲ୍ଲିତ ହୋଇଯାଏ ॥4॥58॥127॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਤਾਪ ਗਏ ਪਾਈ ਪ੍ਰਭਿ ਸਾਂਤਿ ॥
ପ୍ରଭୁ ସୁଖ-ଶାନ୍ତି ପ୍ରଦାନ କରିଛନ୍ତି ଯାହା ଦ୍ଵାରା ପାପ ଦୂର ହୋଇଯାଇଛି।
ਸੀਤਲ ਭਏ ਕੀਨੀ ਪ੍ਰਭ ਦਾਤਿ ॥੧॥
ଯାହାକୁ ପ୍ରଭୁ ନାମ ପ୍ରଦାନ କରିଛନ୍ତି, ଯାହାଦ୍ୱାରା ସେ ଶୀତଳ ହୋଇଯାଇଛି॥1॥
ਪ੍ਰਭ ਕਿਰਪਾ ਤੇ ਭਏ ਸੁਹੇਲੇ ॥
ପ୍ରଭୁଙ୍କ କୃପାରୁ ଆମେ ସୁଖୀ ହୋଇଯାଇଛୁ।
ਜਨਮ ਜਨਮ ਕੇ ਬਿਛੁਰੇ ਮੇਲੇ ॥੧॥ ਰਹਾਉ ॥
ଜନ୍ମ-ଜନ୍ମାନ୍ତରରୁ ବିଚ୍ଛେଦ ହୋଇଥିବା ଈଶ୍ଵରଙ୍କ ସହିତ ମିଳାଇ ଦେଇଛନ୍ତି ॥1॥ରୁହ॥
ਸਿਮਰਤ ਸਿਮਰਤ ਪ੍ਰਭ ਕਾ ਨਾਉ ॥
ଈଶ୍ବରଙ୍କ ନାମର ସ୍ତୁତି ଆରାଧନା କରିବା ଦ୍ଵାରା
ਸਗਲ ਰੋਗ ਕਾ ਬਿਨਸਿਆ ਥਾਉ ॥੨॥
ସମସ୍ତ ରୋଗର ସ୍ଥାନ ନଷ୍ଟ ହୋଇଯାଇଛି ॥2॥
ਸਹਜਿ ਸੁਭਾਇ ਬੋਲੈ ਹਰਿ ਬਾਣੀ ॥
ସେ ସ୍ଵାଭାବିକ ଭାବରେ ହରିଙ୍କ ବାଣୀ ବୋଲିଥାଏ।
ਆਠ ਪਹਰ ਪ੍ਰਭ ਸਿਮਰਹੁ ਪ੍ਰਾਣੀ ॥੩॥
ହେ ପ୍ରାଣୀ! ଦିନର ଆଠ ପହର ହରିଙ୍କ ସ୍ମରଣ କର।
ਦੂਖੁ ਦਰਦੁ ਜਮੁ ਨੇੜਿ ਨ ਆਵੈ ॥
ଦୁଃଖ, ଯନ୍ତ୍ରଣା ଏବଂ ଯମଦୂତ ତାହାର ନିକଟକୁ ଆସେ ନାହିଁ
ਕਹੁ ਨਾਨਕ ਜੋ ਹਰਿ ਗੁਨ ਗਾਵੈ ॥੪॥੫੯॥੧੨੮॥
ହେ ନାନକ! ଯେଉଁ ବ୍ୟକ୍ତି ଈଶ୍ଵରଙ୍କ ଯଶୋଗାନ କରିଥାଏ ॥4॥59॥128॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਭਲੇ ਦਿਨਸ ਭਲੇ ਸੰਜੋਗ ॥
ସେହି ଦିନ ବଡ ଶୁଭ ହୋଇଥାଏ ଆଉ ତାହାର ସଂଯୋଗ ମଧ୍ୟ ଭଲ ଅଟେ,
ਜਿਤੁ ਭੇਟੇ ਪਾਰਬ੍ਰਹਮ ਨਿਰਜੋਗ ॥੧॥
ଯେବେ ମୋତେ ନିର୍ଲିପ୍ତ ପରଂବ୍ରହ୍ମ ମିଲିଯାଇଛନ୍ତି ॥1॥
ਓਹ ਬੇਲਾ ਕਉ ਹਉ ਬਲਿ ਜਾਉ ॥
ସେହି ସମୟ ଉପରେ ମୁଁ ସମର୍ପିତ।
ਜਿਤੁ ਮੇਰਾ ਮਨੁ ਜਪੈ ਹਰਿ ਨਾਉ ॥੧॥ ਰਹਾਉ ॥
ଯେବେ ମୋର ମୋନ ଈଶ୍ଵରଙ୍କ ନାମର ଆରାଧନା କରିଥାଏ ॥1॥ରୁହ॥
ਸਫਲ ਮੂਰਤੁ ਸਫਲ ਓਹ ਘਰੀ ॥
ସେହି ମୂହୁର୍ତ୍ତ ଆଉ ସେ ଘଡି ମଧ୍ୟ ସଫଳ ହୋଇଯାଇଛି,
ਜਿਤੁ ਰਸਨਾ ਉਚਰੈ ਹਰਿ ਹਰੀ ॥੨॥
ଯେବେ ମୋର ଜିହ୍ଵା ହରି-ପ୍ରଭୁଙ୍କ ନାମ ଉଚ୍ଚାରଣ କରିଥାଏ ॥2॥
ਸਫਲੁ ਓਹੁ ਮਾਥਾ ਸੰਤ ਨਮਸਕਾਰਸਿ ॥
ସେହି ମସ୍ତକ ଭାଗ୍ୟବାନ ଅଟେ ଯିଏ ସନ୍ଥଙ୍କ ସମ୍ମୁଖରେ ନତମସ୍ତକ ହୋଇଥାଏ।
ਚਰਣ ਪੁਨੀਤ ਚਲਹਿ ਹਰਿ ਮਾਰਗਿ ॥੩॥
ସେହି ଚରଣ ପବିତ୍ର ହୋଇଯାଏ ଯିଏ ପ୍ରଭୁ-ମାର୍ଗର ଅନୁସରଣ କରିଥାଏ ॥3॥
ਕਹੁ ਨਾਨਕ ਭਲਾ ਮੇਰਾ ਕਰਮ ॥
ହେ ନାନକ! ମୋର ଭାଗ୍ୟ ଭଲ ଅଛି,
ਜਿਤੁ ਭੇਟੇ ਸਾਧੂ ਕੇ ਚਰਨ ॥੪॥੬੦॥੧੨੯॥
ଯାହାର ଫଳ ସ୍ୱରୂପ ମୁଁ ସନ୍ଥଙ୍କ ଚରଣ ଆଶ୍ରୟରେ ଲାଗିଅଛି ॥4॥60॥129॥