ਬੇਦ ਪੁਰਾਨ ਸਾਧ ਮਗ ਸੁਨਿ ਕਰਿ ਨਿਮਖ ਨ ਹਰਿ ਗੁਨ ਗਾਵੈ ॥੧॥ ਰਹਾਉ ॥
ମନୁଷ୍ୟ ବେଦ-ପୂରଣ ଏବଂ ସନ୍ଥଜନଙ୍କ ଉପଦେଶ ଶୁଣିଥାଏ, ପରନ୍ତୁ, ପୁଣି ସେ ଏକ କ୍ଷଣ ପାଇଁ ମଧ୍ୟ ପ୍ରଭୁଙ୍କ ଗୁଣାନୁବାଦ କରିନଥାଏ ॥1॥ରୁହ॥
ਦੁਰਲਭ ਦੇਹ ਪਾਇ ਮਾਨਸ ਕੀ ਬਿਰਥਾ ਜਨਮੁ ਸਿਰਾਵੈ ॥
ଦୁର୍ଲଭ ମାନବ ଜୀବନ ପ୍ରାପ୍ତ କରି ଜୀବନକୁ ବ୍ୟର୍ଥରେ ହରାଇ ଦିଏ ।
ਮਾਇਆ ਮੋਹ ਮਹਾ ਸੰਕਟ ਬਨ ਤਾ ਸਿਉ ਰੁਚ ਉਪਜਾਵੈ ॥੧॥
ଏହି ଦୁନିଆ ମୋହ-ମାୟାର ସଙ୍କଟରେ ଭରି ରହିଥିବା ଏକ ଜଙ୍ଗଲ ଅଟେ , ତଥାପି ମନୁଷ୍ୟ ସେଥିରେ ହିଁ ରୁଚି ରଖିଥାଏ ॥1॥
ਅੰਤਰਿ ਬਾਹਰਿ ਸਦਾ ਸੰਗਿ ਪ੍ਰਭੁ ਤਾ ਸਿਉ ਨੇਹੁ ਨ ਲਾਵੈ ॥
ପ୍ରଭୁ ହୃଦୟର ଭିତରେ ଓ ବାହାରେ ସର୍ବଦା ପ୍ରାଣୀଙ୍କ ସାଥିରେ ହିଁ ରହିଥାନ୍ତି, ପରନ୍ତୁ, ପ୍ରାଣୀ ପ୍ରଭୁଙ୍କ ଠାରେ ବୃତ୍ତି ଲଗାଏ ନାହିଁ।
ਨਾਨਕ ਮੁਕਤਿ ਤਾਹਿ ਤੁਮ ਮਾਨਹੁ ਜਿਹ ਘਟਿ ਰਾਮੁ ਸਮਾਵੈ ॥੨॥੬॥
ହେ ନାନକ! ସେହି ବ୍ୟକ୍ତିକୁ ହିଁ ମୁକ୍ତି ମିଳେ ଭାବ, ଯାହାର ହୃଦୟରେ ରାମ ବାସ କରିଥାନ୍ତି ॥2॥6॥
ਗਉੜੀ ਮਹਲਾ ੯ ॥
ଗଉଡି ମହଲା 9 ॥
ਸਾਧੋ ਰਾਮ ਸਰਨਿ ਬਿਸਰਾਮਾ ॥
ହେ ସନ୍ଥଜନ! ରାମଙ୍କ ଶରଣରେ ଆସିଲେ ହିଁ ସୁଖ ଉପଲବ୍ଧ ହୋଇଥାଏ ।
ਬੇਦ ਪੁਰਾਨ ਪੜੇ ਕੋ ਇਹ ਗੁਨ ਸਿਮਰੇ ਹਰਿ ਕੋ ਨਾਮਾ ॥੧॥ ਰਹਾਉ ॥
ବେଦ ଓ ପୁରାଣର ଅଧ୍ୟୟନର ଲାଭ ଏହା ଯେ ପ୍ରାଣୀ ଭଗବାନଙ୍କ ନାମର ସ୍ମରଣ କରିଥାଏ ॥1॥ରୁହ॥
ਲੋਭ ਮੋਹ ਮਾਇਆ ਮਮਤਾ ਫੁਨਿ ਅਉ ਬਿਖਿਅਨ ਕੀ ਸੇਵਾ ॥
ଲୋଭ, ମୋହ , ମାୟା ମମତା, ବିଷୟର ସେବା ଏବଂ
ਹਰਖ ਸੋਗ ਪਰਸੈ ਜਿਹ ਨਾਹਨਿ ਸੋ ਮੂਰਤਿ ਹੈ ਦੇਵਾ ॥੧॥
ହର୍ଷ ଓ ଶୋକ ଯାହାକୁ ସ୍ପର୍ଶ କରେ ନାହିଁ, ସେହି ପୁରୁଷ ପ୍ରଭୁଙ୍କ ସ୍ଵରୂପ ଅଟେ ॥1॥
ਸੁਰਗ ਨਰਕ ਅੰਮ੍ਰਿਤ ਬਿਖੁ ਏ ਸਭ ਤਿਉ ਕੰਚਨ ਅਰੁ ਪੈਸਾ ॥
ଯେଉଁ ବ୍ୟକ୍ତିକୁ ସ୍ଵର୍ଗ, ନର୍କ, ଅମୃତ ଏବଂ ବିଷ ଏକ ଭଳି ପ୍ରତୀତ ହୋଇଥାଏ ଆଉ ଯେଉଁ ମନୁଷ୍ୟକୁ ସୁନା ଓ ତମ୍ବା ଏକ ଭଳି ପ୍ରତୀତ ହୋଇଥାଏ,
ਉਸਤਤਿ ਨਿੰਦਾ ਏ ਸਮ ਜਾ ਕੈ ਲੋਭੁ ਮੋਹੁ ਫੁਨਿ ਤੈਸਾ ॥੨॥
ଯାହାର ହୃଦୟରେ ପ୍ରଶଂସା ଏବଂ ନିନ୍ଦା ସମାନ ଅତେ, ଯାହାର ହୃଦୟରେ ଲୋଭ ତଥା ମୋହ କିଛି ପ୍ରଭାବ ପକାଏ ନାହିଁ ॥2॥
ਦੁਖੁ ਸੁਖੁ ਏ ਬਾਧੇ ਜਿਹ ਨਾਹਨਿ ਤਿਹ ਤੁਮ ਜਾਨਉ ਗਿਆਨੀ ॥
ଯାହାକୁ ସୁଖ ଅଥବା ଦୁଃଖ ବନ୍ଧନରେ ବାନ୍ଧି ପାରେ ନାହିଁ, ତାହାକୁ ଜ୍ଞାନୀ ଭାବ।
ਨਾਨਕ ਮੁਕਤਿ ਤਾਹਿ ਤੁਮ ਮਾਨਉ ਇਹ ਬਿਧਿ ਕੋ ਜੋ ਪ੍ਰਾਨੀ ॥੩॥੭॥
ହେ ନାନକ ! ସେହି ପ୍ରାଣୀକୁ ମୋକ୍ଷ ମିଳେ ଭାବ, ଯେଉଁ ପ୍ରାଣୀ ଏହି ଜୀବନ ଆଚରଣ ବାଲା ଅଟ ॥3॥7॥
ਗਉੜੀ ਮਹਲਾ ੯ ॥
ଗଉଡି ମହଲା 9 ॥
ਮਨ ਰੇ ਕਹਾ ਭਇਓ ਤੈ ਬਉਰਾ ॥
ହେ ମୋର ମନ! ତୁ କାହିଁକି ବାଉଳା ହେଉଛୁ?
ਅਹਿਨਿਸਿ ਅਉਧ ਘਟੈ ਨਹੀ ਜਾਨੈ ਭਇਓ ਲੋਭ ਸੰਗਿ ਹਉਰਾ ॥੧॥ ਰਹਾਉ ॥
ତୁ କାହିଁକି ଭାବୁନାହି ଯେ ତୋର ଜୀବନ ଅବଧି କମି ଯାଉଛି , ଲୋଭ ସହିତ ତୁ ତୁଚ୍ଛ ହୋଇଯାଇଛୁ ॥1॥ରୁହ॥
ਜੋ ਤਨੁ ਤੈ ਅਪਨੋ ਕਰਿ ਮਾਨਿਓ ਅਰੁ ਸੁੰਦਰ ਗ੍ਰਿਹ ਨਾਰੀ ॥
“(ହେ ମନ!) ସେହି ଶରୀର ଏବଂ ଘରର ସୁନ୍ଦର ନାରୀକୁ ତୁ ନିଜର ଭାବୁଅଛୁ,
ਇਨ ਮੈਂ ਕਛੁ ਤੇਰੋ ਰੇ ਨਾਹਨਿ ਦੇਖੋ ਸੋਚ ਬਿਚਾਰੀ ॥੧॥
ଏଥିରେ ତୋର କିଛି ନାହିଁ, ଦେଖ ଆଉ ଧ୍ୟାନପୂର୍ବକ ବିଚାର କର ॥1॥
ਰਤਨ ਜਨਮੁ ਅਪਨੋ ਤੈ ਹਾਰਿਓ ਗੋਬਿੰਦ ਗਤਿ ਨਹੀ ਜਾਨੀ ॥
ତୁମେ ନିଜର ଅମୂଲ୍ୟ ଜୀବନ ହରାଇ ଦେଇଛ ଆଉ ସୃଷ୍ଟିର ସ୍ଵାମୀ ଗୋବିନ୍ଦଙ୍କ ଗତିକୁ ଜାଣି ନାହଁ।
ਨਿਮਖ ਨ ਲੀਨ ਭਇਓ ਚਰਨਨ ਸਿਂਉ ਬਿਰਥਾ ਅਉਧ ਸਿਰਾਨੀ ॥੨॥
ଏକ କ୍ଷଣ ପାଇଁ ତୁ ପ୍ରଭୁଙ୍କ ଚରଣରେ ରହୁ ନାହୁଁ, ତୋର ଅବସ୍ଥା ବ୍ୟର୍ଥରେ ହିଁ ବିତିଯାଇଛି ॥2॥
ਕਹੁ ਨਾਨਕ ਸੋਈ ਨਰੁ ਸੁਖੀਆ ਰਾਮ ਨਾਮ ਗੁਨ ਗਾਵੈ ॥
ହେ ନାନକ! ସେହି ବ୍ୟକ୍ତି ସୁଖୀ ଅଟେ, ଯିଏ ରାମ ନାମର ଯଶ ଗାନ କରିଥାଏ,
ਅਉਰ ਸਗਲ ਜਗੁ ਮਾਇਆ ਮੋਹਿਆ ਨਿਰਭੈ ਪਦੁ ਨਹੀ ਪਾਵੈ ॥੩॥੮॥
ଅନ୍ୟ ସମସ୍ତେ ମାୟାରେ ମୁଗ୍ଧ ହୋଇଛନ୍ତି ଆଉ ନିର୍ଭୟ ପଦ ପ୍ରାପ୍ତ କରିପାରନ୍ତି ନାହିଁ ॥3॥8॥
ਗਉੜੀ ਮਹਲਾ ੯ ॥
ଗଉଡି ମହଲା 9 ॥
ਨਰ ਅਚੇਤ ਪਾਪ ਤੇ ਡਰੁ ਰੇ ॥
ହେ ଚେତନହୀନ ପ୍ରାଣୀ! ତୁ ପାପକୁ ଭୟ କର,
ਦੀਨ ਦਇਆਲ ਸਗਲ ਭੈ ਭੰਜਨ ਸਰਨਿ ਤਾਹਿ ਤੁਮ ਪਰੁ ਰੇ ॥੧॥ ਰਹਾਉ ॥
ସେହି ଦିନଦୟାଳୁ ଏବଂ ସମସ୍ତ ଭୟ ନାଶ କରିବା ବାଲା ପ୍ରଭୁଙ୍କ ଶରଣ ନିଅ ॥1॥ରୁହ॥
ਬੇਦ ਪੁਰਾਨ ਜਾਸ ਗੁਨ ਗਾਵਤ ਤਾ ਕੋ ਨਾਮੁ ਹੀਐ ਮੋ ਧਰੁ ਰੇ ॥
ନିଜ ହୃଦୟରେ ସେହି ପ୍ରଭୁଙ୍କ ନାମକୁ ବସାଅ, ଯାହାର ମହିମା ବେଦ ଓ ପୁରାଣ ମଧ୍ୟ ଗାନ କରିଥାଏ।
ਪਾਵਨ ਨਾਮੁ ਜਗਤਿ ਮੈ ਹਰਿ ਕੋ ਸਿਮਰਿ ਸਿਮਰਿ ਕਸਮਲ ਸਭ ਹਰੁ ਰੇ ॥੧॥
ଈଶ୍ବରଙ୍କ ନାମ ଏହି ସଂସାରରେ ପବିତ୍ର ଅଟେ, ତାହାଙ୍କ ଭଜନ ସ୍ମରଣ କରି ତୁ ସବୁ ପାପ ନିବୃତ୍ତ କର ॥1॥
ਮਾਨਸ ਦੇਹ ਬਹੁਰਿ ਨਹ ਪਾਵੈ ਕਛੂ ਉਪਾਉ ਮੁਕਤਿ ਕਾ ਕਰੁ ਰੇ ॥
ହେ ପ୍ରାଣୀ! ମାନବ ଦେହ ପୁନର୍ବାର ତୋତେ ପ୍ରାପ୍ତ ହେବ ନାହିଁ, ଏଥିପାଇଁ ନିଜ ମୁକ୍ତି ପାଇଁ କିଛି ଉପାୟ କର।
ਨਾਨਕ ਕਹਤ ਗਾਇ ਕਰੁਨਾ ਮੈ ਭਵ ਸਾਗਰ ਕੈ ਪਾਰਿ ਉਤਰੁ ਰੇ ॥੨॥੯॥੨੫੧॥
ନାନକ କହନ୍ତି, ହେ ଜୀବ! କରୁଣାନିଧି ପରମେଶ୍ଵରଙ୍କ ଭଜନ ଗାନ କରି ଭାବସାଗରରୁ ପାର ହୋଇଯାଅ ॥2॥6॥251॥
ਰਾਗੁ ਗਉੜੀ ਅਸਟਪਦੀਆ ਮਹਲਾ ੧ ਗਉੜੀ ਗੁਆਰੇਰੀ
ରାଗ ଗଉଡି ଅଷ୍ଟପଦୀ ମହଲା 1 ଗଉଡି ଗୁଆରେରୀ
ੴ ਸਤਿਨਾਮੁ ਕਰਤਾ ਪੁਰਖੁ ਗੁਰ ਪ੍ਰਸਾਦਿ ॥
ଏକ ପ୍ରଭୁଙ୍କୁ ଗୁରୁଙ୍କ ପ୍ରାସାଦରୁ ଉପଲବ୍ଧି ହୁଏ
ਨਿਧਿ ਸਿਧਿ ਨਿਰਮਲ ਨਾਮੁ ਬੀਚਾਰੁ ॥
ନବନିଧି ଏବଂ (ଅଠର) ସିଦ୍ଧି ପବିତ୍ର ନାମର ଚିନ୍ତନରେ ଥାଏ।
ਪੂਰਨ ਪੂਰਿ ਰਹਿਆ ਬਿਖੁ ਮਾਰਿ ॥
ମାୟାର ବିଷର ନାଶ କରି ମନୁଷ୍ୟ ପରମାତ୍ମାଙ୍କୁ ସର୍ବବ୍ୟାପକ ଦେଖିଥାଏ ।
ਤ੍ਰਿਕੁਟੀ ਛੂਟੀ ਬਿਮਲ ਮਝਾਰਿ ॥
ପବିତ୍ର ପ୍ରଭୁଙ୍କ ଠାରେ ବାସ କରି ମୁଁ ତିନି ଗୁଣରୁ ମୁକ୍ତି ପ୍ରାପ୍ତ କରିଛି ।