ਨਰ ਨਿਹਕੇਵਲ ਨਿਰਭਉ ਨਾਉ ॥
ପ୍ରାଣୀ ନିର୍ଭୀକ ପ୍ରଭୁଙ୍କ ନାମ ସ୍ମରଣ କରି ପବିତ୍ର ଏବଂ ନିର୍ଭୀକ ହୋଇଯାଏ।
ਅਨਾਥਹ ਨਾਥ ਕਰੇ ਬਲਿ ਜਾਉ ॥
ପ୍ରଭୁ ନିରାଶ୍ରିତକୁ ଆଶ୍ରୟବାନ ବଣାଇ ଦିଅନ୍ତି, ମୁଁ ତାହାଙ୍କ ପାଖରେ ସମର୍ପିତ ଅଟେ।
ਪੁਨਰਪਿ ਜਨਮੁ ਨਾਹੀ ਗੁਣ ਗਾਉ ॥੫॥
ତାହାଙ୍କ ଗୁଣସ୍ତୁତି କରିଲେ ମନୁଷ୍ୟ ଏହି ସଂସାରରେ ପୁନଃ ଜନ୍ମ ନିଏ ନାହିଁ। ॥5॥
ਅੰਤਰਿ ਬਾਹਰਿ ਏਕੋ ਜਾਣੈ ॥
ଯିଏ ଭିତରେ ଏବଂ ବାହାରେ ଏକ ଈଶ୍ଵରଙ୍କୁ ଜାଣିଥାଏ
ਗੁਰ ਕੈ ਸਬਦੇ ਆਪੁ ਪਛਾਣੈ ॥
ଆଉ ଯିଏ ଗୁରୁଙ୍କ ଶବ୍ଦ ଦ୍ଵାରା ନିଜକୁ ନିଜେ ବୁଝିଥାଏ,
ਸਾਚੈ ਸਬਦਿ ਦਰਿ ਨੀਸਾਣੈ ॥੬॥
ପ୍ରଭୁଙ୍କ ଦରବାରରେ ତାହାଙ୍କ ଉପରେ ସତ୍ୟନାମର ଚିହ୍ନ ଥାଏ ॥6॥
ਸਬਦਿ ਮਰੈ ਤਿਸੁ ਨਿਜ ਘਰਿ ਵਾਸਾ ॥
ଯିଏ ଶବ୍ଦ ଉପରେ ମରିଥାଏ, ତାହାର ନିବାସ ସର୍ବଦା ଆତ୍ମସ୍ଵରୂପରେ ଥାଏ।
ਆਵੈ ਨ ਜਾਵੈ ਚੂਕੈ ਆਸਾ ॥
ତାହାର ତୃଷ୍ଣା ଦୂର ହୋଇଯାଏ ଆଉ ସେ ଜନ୍ମ ମୃତ୍ୟୁ ଚକ୍ରରେ ପଡେ ନାହି ।
ਗੁਰ ਕੈ ਸਬਦਿ ਕਮਲੁ ਪਰਗਾਸਾ ॥੭॥
ଗୁରୁଙ୍କ ଶବ୍ଦ ଦ୍ଵାରା ତାହାର ହୃଦୟ କମଳ ପ୍ରଫୁଲ୍ଲିତ ହୋଇଯାଏ ॥7॥
ਜੋ ਦੀਸੈ ਸੋ ਆਸ ਨਿਰਾਸਾ ॥
ଯିଏ ମଧ୍ୟ ଦେଖାଦିଏ, ସେ ଆଶା, ନିରାଶ,
ਕਾਮ ਕ੍ਰੋਧ ਬਿਖੁ ਭੂਖ ਪਿਆਸਾ ॥
କାମ ଚେଷ୍ଟା, କ୍ରୋଧ, ମାୟାର କ୍ଷୁଧାର ତୃଷ୍ଣା ଅଟେ।
ਨਾਨਕ ਬਿਰਲੇ ਮਿਲਹਿ ਉਦਾਸਾ ॥੮॥੭॥
ହେ ନାନକ! କେହି ବିରଳ ଜଗତର ତ୍ୟାଗୀ ହିଁ ପ୍ରଭୁଙ୍କୁ ମିଶିଥାଏ ॥8॥7॥
ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1 ॥
ਐਸੋ ਦਾਸੁ ਮਿਲੈ ਸੁਖੁ ਹੋਈ ॥
ଏପରି ସେବକକୁ ମିଳିବା ଦ୍ଵାରା ସୁଖ ପ୍ରାପ୍ତ ହୋଇଥାଏ ଏବଂ
ਦੁਖੁ ਵਿਸਰੈ ਪਾਵੈ ਸਚੁ ਸੋਈ ॥੧॥
ଦୁଃଖ ଦୂର ହୋଇଯାଏ, ଯିଏ ସତ୍ୟସ୍ଵରୂପ ଈଶ୍ଵରଙ୍କୁ ପାଇଛି ॥1॥
ਦਰਸਨੁ ਦੇਖਿ ਭਈ ਮਤਿ ਪੂਰੀ ॥
ତାହାଙ୍କ ଡାଏଷ୍ଣ କରି ମୋର ବୁଦ୍ଧି ପୂର୍ଣ୍ଣ ହୋଇଯାଇଛି।
ਅਠਸਠਿ ਮਜਨੁ ਚਰਨਹ ਧੂਰੀ ॥੧॥ ਰਹਾਉ ॥
ତାହାଙ୍କ ଚରଣ ଧୁଳି ଅଠଷଠି ତୀର୍ଥର ସ୍ନାନ ଅଟେ॥1॥ରୁହ ॥
ਨੇਤ੍ਰ ਸੰਤੋਖੇ ਏਕ ਲਿਵ ਤਾਰਾ ॥
ଏକ ଈଶ୍ବରଙ୍କ ଠାରେ ସୁରତି ଲଗାଇ ମୋର ମିତ୍ର ସନ୍ତୁଷ୍ଟ ହୋଇଛନ୍ତି।
ਜਿਹਵਾ ਸੂਚੀ ਹਰਿ ਰਸ ਸਾਰਾ ॥੨॥
ହରି ରସରେ ମୋର ଜିହ୍ଵା ଶୁଦ୍ଧ ହୋଇଯାଇଛି ॥2॥
ਸਚੁ ਕਰਣੀ ਅਭ ਅੰਤਰਿ ਸੇਵਾ ॥
ମୋର କର୍ମ ସତ୍ୟ ଅଟେ ଆଉ ମୋର ହୃଦୟରେ ପ୍ରଭୁଙ୍କ ସେବା ବିଦ୍ୟମାନ ଅଛି।
ਮਨੁ ਤ੍ਰਿਪਤਾਸਿਆ ਅਲਖ ਅਭੇਵਾ ॥੩॥
ଅଲକ୍ଷ୍ୟ ତଥା ଅକଳ୍ପନୀୟ ପ୍ରଭୁଙ୍କ ଦ୍ଵାରା ମୋର ମନ ସନ୍ତୁଷ୍ଟ ହୋଇଯାଇଛି ॥3॥
ਜਹ ਜਹ ਦੇਖਉ ਤਹ ਤਹ ਸਾਚਾ ॥
ଯେଉଁ ଆଡେ ମୁଁ ଦେଖୁଛି, ସେଠାରେ ସତ୍ୟସ୍ଵରୂପ ଈଶ୍ବରଙ୍କ ଦର୍ଶନ କରୁଅଛି।
ਬਿਨੁ ਬੂਝੇ ਝਗਰਤ ਜਗੁ ਕਾਚਾ ॥੪॥
ପ୍ରଭୁଙ୍କ ଜ୍ଞାନ ବିନା ମିଥ୍ୟା ସଂସାର ବିବାଦ କରିଥାଏ ॥4॥
ਗੁਰੁ ਸਮਝਾਵੈ ਸੋਝੀ ਹੋਈ ॥
ଯେତେବେଳେ ଗୁରୁ ଉପଦେଶ ପ୍ରଦାନ କରିଥାନ୍ତି , ସେତେବେଳେ ଜ୍ଞାନ ପ୍ରାପ୍ତ ହୋଇଯାଏ।
ਗੁਰਮੁਖਿ ਵਿਰਲਾ ਬੂਝੈ ਕੋਈ ॥੫॥
କେହି ବିରଳ ଗୁରୁମୁଖୀ ହିଁ ପ୍ରଭୁଙ୍କୁ ଜାଣିଥାଏ ॥5॥
ਕਰਿ ਕਿਰਪਾ ਰਾਖਹੁ ਰਖਵਾਲੇ ॥
ହେ ରଖୁଆଳ ପ୍ରଭୁ! କୃପା କରି ମୋର ରକ୍ଷା କର।
ਬਿਨੁ ਬੂਝੇ ਪਸੂ ਭਏ ਬੇਤਾਲੇ ॥੬॥
ପ୍ରଭୁଙ୍କ ଜ୍ଞାନ ବିନା ପ୍ରାଣୀ ପଶୁ ଏବଂ ପ୍ରେତ ବୃତ୍ତିରେ ରହିଥାଏ ॥6॥
ਗੁਰਿ ਕਹਿਆ ਅਵਰੁ ਨਹੀ ਦੂਜਾ ॥
ଗୁରୁଜୀ କହିଛନ୍ତି, ଇଶ୍ଵର ବିନା ଆଉ କେହି ନାହାନ୍ତି।
ਕਿਸੁ ਕਹੁ ਦੇਖਿ ਕਰਉ ਅਨ ਪੂਜਾ ॥੭॥
କୁହ , ଆଉ କାହାକୁ ଦେଖିବା ଆଉ କାହାକୁ ପୂଜା କରିବା? ॥7॥
ਸੰਤ ਹੇਤਿ ਪ੍ਰਭਿ ਤ੍ਰਿਭਵਣ ਧਾਰੇ ॥
ସନ୍ଥଜନ ପାଇଁ ଇଶ୍ଵର ତିନି ଲୋକ ସ୍ଥାପିତ କରିଛନ୍ତି।
ਆਤਮੁ ਚੀਨੈ ਸੁ ਤਤੁ ਬੀਚਾਰੇ ॥੮॥
ଯିଏ ନିଜ ଆତ୍ମସ୍ଵରୂପକୁ ବୁଝିଥାଏ, ସେ ବାସ୍ତବିକତାକୁ ବୁଝିନିଏ ॥8॥
ਸਾਚੁ ਰਿਦੈ ਸਚੁ ਪ੍ਰੇਮ ਨਿਵਾਸ ॥
ଯାହାର ହୃଦୟରେ ସତ୍ୟ ନିବାସ କରିଥାଏ, ଈଶ୍ବରଙ୍କ ପ୍ରେମ ତାହାର ହୃଦୟରେ ରହିଥାଏ।
ਪ੍ਰਣਵਤਿ ਨਾਨਕ ਹਮ ਤਾ ਕੇ ਦਾਸ ॥੯॥੮॥
ନାନକ ପ୍ରାର୍ଥନା କରନ୍ତି, ମୁଁ ମଧ୍ୟ ତାହାଙ୍କ ଦାସ ଅଟେ ॥6॥8॥
ਗਉੜੀ ਮਹਲਾ ੧ ॥
ਬ੍ਰਹਮੈ ਗਰਬੁ ਕੀਆ ਨਹੀ ਜਾਨਿਆ ॥
ବ୍ରହ୍ମା ଅଭିମାନ କରିଛନ୍ତି (ଯେ ସେ ମହାନ ଅଟନ୍ତି, ପୁଣି କମଳ ନାଭିରୁ କିପରି ଜାତ ହୋଇପାରିବେ), ସେ ଭଗବାନଙ୍କ ମହିମାକୁ ବୁଝନ୍ତି ନାହିଁ।
ਬੇਦ ਕੀ ਬਿਪਤਿ ਪੜੀ ਪਛੁਤਾਨਿਆ ॥
ଯେତେବେଳେ ତାହାଙ୍କ ଗର୍ବ ଭାଙ୍ଗିବା ପାଇଁ ତାଙ୍କ ଉପରେ ବେଦ ଚୋରୀ ବିପଦ ପଡିଲା, ସେତେବେଳ ସେ ପଶ୍ଚାତପ କରିଛନ୍ତି।
ਜਹ ਪ੍ਰਭ ਸਿਮਰੇ ਤਹੀ ਮਨੁ ਮਾਨਿਆ ॥੧॥
ଯେତେବେଳେ ସେ ଈଶ୍ଵରଙ୍କୁ ସ୍ମରଣ କରିଛନ୍ତି ସେତେବେଳେ ତାହାଙ୍କୁ ଆସ୍ଥା ହେଲା ଯେ ଇଶ୍ଵର ହିଁ ମହାନ ଅଟନ୍ତି ॥1॥
ਐਸਾ ਗਰਬੁ ਬੁਰਾ ਸੰਸਾਰੈ ॥
ଦୁନିଆରେ ଅହଙ୍କାରର ବିକାର ବହୁତ ମନ୍ଦ ଅଟେ,
ਜਿਸੁ ਗੁਰੁ ਮਿਲੈ ਤਿਸੁ ਗਰਬੁ ਨਿਵਾਰੈ ॥੧॥ ਰਹਾਉ ॥
ଯାହାକୁ ଗୁରୁଜୀ ମିଳିଯାନ୍ତି, ସେ ତାହାର ଅହଂକାର ଦୂର କରିଦେଇଥାଏ ॥1॥ରୁହ॥
ਬਲਿ ਰਾਜਾ ਮਾਇਆ ਅਹੰਕਾਰੀ ॥
ରାଜା ବଳୀକୁ ଧନ-ଦଉଲତର ବହୁତ ଅଭିମାନ ଥିଲା,
ਜਗਨ ਕਰੈ ਬਹੁ ਭਾਰ ਅਫਾਰੀ ॥
ସେ ବହୁତ ଯଜ୍ଞ କରିଛି, ଅହଙ୍କାରବଶତଃ ବଡ ଗର୍ବୀ ଥିଲା
ਬਿਨੁ ਗੁਰ ਪੂਛੇ ਜਾਇ ਪਇਆਰੀ ॥੨॥
ନିଜ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ପଚାରିବା ବିନା ସେ ବିଷ୍ଣୁ ଅବତାର ଭଗବାନ ବାମନକୁ ଦାନ ଦେବା ସ୍ଵୀକାର କରିଦେଇଥିଲା, ଯାହାର କାରଣରୁ ତାହାକୁ ପାତାଳ ଯିବାକୁ ପଡିଲା ॥2॥
ਹਰੀਚੰਦੁ ਦਾਨੁ ਕਰੈ ਜਸੁ ਲੇਵੈ ॥
ରାଜା ହରିଶଚନ୍ଦ୍ର ବହୁତ ଦାନ କରିଛନ୍ତି ଆଉ ବଡ ଯଶ ପ୍ରାପ୍ତ କରିଛନ୍ତି।
ਬਿਨੁ ਗੁਰ ਅੰਤੁ ਨ ਪਾਇ ਅਭੇਵੈ ॥
କିନ୍ତୁ, ଗୁରୁଙ୍କ ବିନା ସେ ଈଶ୍ବରଙ୍କ ଅନ୍ତର ଭେଦ ଜାଣି ପାରିଲା ନାହିଁ।
ਆਪਿ ਭੁਲਾਇ ਆਪੇ ਮਤਿ ਦੇਵੈ ॥੩॥
ପ୍ରଭୁ ସ୍ଵୟଂ ହିଁ ଭ୍ରମ ଜାତ କରିଥାନ୍ତି ଆଉ ସ୍ଵୟଂ ହିଁ ଜ୍ଞାନ ପ୍ରଦାନ କରିଥାନ୍ତି ॥3॥
ਦੁਰਮਤਿ ਹਰਣਾਖਸੁ ਦੁਰਾਚਾਰੀ ॥
ଦୁର୍ବୁଦ୍ଧି ହିରଣ୍ୟକଶିପୁ ବଡ ଅତ୍ୟାଚାରୀ ଥିଲା,
ਪ੍ਰਭੁ ਨਾਰਾਇਣੁ ਗਰਬ ਪ੍ਰਹਾਰੀ ॥
ନାରାୟଣ ସ୍ଵୟଂ ହିଁ ଅହଙ୍କାରୀର ଅହଂକାର ନାଶ କରିଥାନ୍ତି।
ਪ੍ਰਹਲਾਦ ਉਧਾਰੇ ਕਿਰਪਾ ਧਾਰੀ ॥੪॥
କୃପାର ଘର ନାରାୟଣ ନୃସିଂହ ଅବତାର ଧାରଣ କରି ନିଜ ଭକ୍ତ ପ୍ରହଲାଦକୁ ଉଦ୍ଧାର କରିଛନ୍ତି ॥4॥
ਭੂਲੋ ਰਾਵਣੁ ਮੁਗਧੁ ਅਚੇਤਿ ॥
ମୂର୍ଖ ଏବଂ ଚେତନା ରହିତ ରାବଣ ପ୍ରଭୁଙ୍କୁ ବିସ୍ମୃତ କରିଥିଲା,
ਲੂਟੀ ਲੰਕਾ ਸੀਸ ਸਮੇਤਿ ॥
ତାହାର ସୁନାର ଲଙ୍କା ଲୁଟ ହୋଇଗଲା ଆଉ ତାହାର ମସ୍ତକ ମଧ୍ୟ କଟି ଗଲା।
ਗਰਬਿ ਗਇਆ ਬਿਨੁ ਸਤਿਗੁਰ ਹੇਤਿ ॥੫॥
ଅହଙ୍କାରବଶତଃ ଗୁରୁଙ୍କ ଶରଣ ବିନା ରାବଣର ବିନାଶ ହୋଇଥିଲା ॥5॥
ਸਹਸਬਾਹੁ ਮਧੁ ਕੀਟ ਮਹਿਖਾਸਾ ॥
ਹਰਣਾਖਸੁ ਲੇ ਨਖਹੁ ਬਿਧਾਸਾ ॥
ਦੈਤ ਸੰਘਾਰੇ ਬਿਨੁ ਭਗਤਿ ਅਭਿਆਸਾ ॥੬॥
ਜਰਾਸੰਧਿ ਕਾਲਜਮੁਨ ਸੰਘਾਰੇ ॥
ਰਕਤਬੀਜੁ ਕਾਲੁਨੇਮੁ ਬਿਦਾਰੇ ॥
ਦੈਤ ਸੰਘਾਰਿ ਸੰਤ ਨਿਸਤਾਰੇ ॥੭॥
ਆਪੇ ਸਤਿਗੁਰੁ ਸਬਦੁ ਬੀਚਾਰੇ ॥