Odia Page 33

ਸਤਗੁਰਿ ਮਿਲਿਐ ਸਦ ਭੈ ਰਚੈ ਆਪਿ ਵਸੈ ਮਨਿ ਆਇ ॥੧॥
ସଦଗୁରୁଙ୍କ ମିଳନ ଦ୍ଵାରା ପ୍ରାୟତଃ ହୃଦୟରେ ପରମାତ୍ମାଙ୍କ ଭୟ ରହିଥାଏ ଆଉ ସେ ସ୍ଵୟଂ ହିଁ ମନକୁ ଆସି ନିବାସ କରନ୍ତି॥1॥

ਭਾਈ ਰੇ ਗੁਰਮੁਖਿ ਬੂਝੈ ਕੋਇ ॥
ହେ ଜୀବ! ଗୁରୁମୁଖ ହୋଇ କୌଣସି ବିରଳ ହିଁ ଏହି ଭେଦକୁ ଜାଣିପାରେ। 

ਬਿਨੁ ਬੂਝੇ ਕਰਮ ਕਮਾਵਣੇ ਜਨਮੁ ਪਦਾਰਥੁ ਖੋਇ ॥੧॥ ਰਹਾਉ ॥
ଏହି ଭେଦକୁ  ନ ବୁଝି କର୍ମ କରିଲେ ସଂପୂର୍ଣ୍ଣ ଜୀବନ ବ୍ୟର୍ଥ ହୋଇଯାଏ॥1॥ରୁହ॥

ਜਿਨੀ ਚਾਖਿਆ ਤਿਨੀ ਸਾਦੁ ਪਾਇਆ ਬਿਨੁ ਚਾਖੇ ਭਰਮਿ ਭੁਲਾਇ ॥
ଯିଏ ନାମ ରସକୁ ଚାଖିଛି, ସେ ଏହାର ସ୍ଵାଦ ପାଇଛି, ଅର୍ଥାତ ଯେଉଁ ଜୀବ ପ୍ରଭୁ ନାମକୁ ସ୍ମରଣ କରିଛି, ସେ ତାହାର ଆନନ୍ଦ ଅନୁଭବ କରିଅଛି, ନାମ ରସ ଚାଖିବା ବିନା ସେ ଭ୍ରମରେ ହିଁ ଥାଏ।

ਅੰਮ੍ਰਿਤੁ ਸਾਚਾ ਨਾਮੁ ਹੈ ਕਹਣਾ ਕਛੂ ਨ ਜਾਇ ॥
ପରମାତ୍ମାଙ୍କ ସତ୍ୟ ନାମ ଅମୃତ ସମାନ ଅଟେ, ତାହାର ଆନନ୍ଦ ବର୍ଣ୍ଣନା କରାଯାଇପାରିବ ନାହିଁ।

ਪੀਵਤ ਹੂ ਪਰਵਾਣੁ ਭਇਆ ਪੂਰੈ ਸਬਦਿ ਸਮਾਇ ॥੨॥
ଯେଉଁ ଜୀବ ଏହି ନାମ ଅମୃତ ପାନ କରିଛି, ସେ ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହୋଇଅଛି ତଥା ସେ ପରିପୂର୍ଣ୍ଣ ପରଂବ୍ରହ୍ମଙ୍କ ଠାରେ ଲୀନ ହୋଇଛି॥2॥

ਆਪੇ ਦੇਇ ਤ ਪਾਈਐ ਹੋਰੁ ਕਰਣਾ ਕਿਛੂ ਨ ਜਾਇ ॥
ପ୍ରଭୁ ସ୍ଵୟଂ କୃପାଳୁ ହୋଇ ଯଦି ଏହି ନାମ ପ୍ରଦାନ କରନ୍ତି ତାହାହେଲେ ମିଳିଥାଏ, ଅନ୍ୟଥା ଆଉ କିଛି କରାଯାଇପାରିବ ନାହିଁ।

ਦੇਵਣ ਵਾਲੇ ਕੈ ਹਥਿ ਦਾਤਿ ਹੈ ਗੁਰੂ ਦੁਆਰੈ ਪਾਇ ॥
ତାହା ଦେବା ବାଲା ପ୍ରଭୁଙ୍କ ହାତରେ ଏହି ଆଶୀର୍ବାଦ ଅଛି, କିନ୍ତୁ ସେହି ଦାନକୁ ଗୁରୁ ଦ୍ଵାରା ହିଁ ପ୍ରାପ୍ତ କରାଯାଇପାରିବ। 

ਜੇਹਾ ਕੀਤੋਨੁ ਤੇਹਾ ਹੋਆ ਜੇਹੇ ਕਰਮ ਕਮਾਇ ॥੩॥
ଜୀବ ପୂର୍ବ ଜନ୍ମରେ ଯେଉଁ କର୍ମ କରିଛି, ତାହା ଅନୁସାରେ ହିଁ ଫଳ ପ୍ରାପ୍ତ ହୋଇଛି ଆଉ ବର୍ତ୍ତମାନ ଯେଉଁ କର୍ମ କରୁଛି ତାହାର ଫଳ ଭବିଷ୍ୟତରେ ପ୍ରାପ୍ତି ହେବ॥3॥ 

ਜਤੁ ਸਤੁ ਸੰਜਮੁ ਨਾਮੁ ਹੈ ਵਿਣੁ ਨਾਵੈ ਨਿਰਮਲੁ ਨ ਹੋਇ ॥
ସଂଯମତା, ସତ୍ୟ, ଆଉ ଇନ୍ଦ୍ରିୟ-ନିବୃତ୍ତି, ଏହି ସବୁ ନାମ ଅନ୍ତର୍ଗତ ଆସୁଅଛି, ନାମ ବିନା ମନ ନିର୍ମଳ ହୁଏ ନାହିଁ।

ਪੂਰੈ ਭਾਗਿ ਨਾਮੁ ਮਨਿ ਵਸੈ ਸਬਦਿ ਮਿਲਾਵਾ ਹੋਇ ॥
ସୌଭାଗ୍ୟରୁ ହିଁ ଜୀବର ମନରେ ନାମ ବାସ କରିଥାଏ, ଯାହା ଦ୍ଵାରା ପରମାତ୍ମାଙ୍କ ସହିତ ମିଳନ ହୋଇଥାଏ।

ਨਾਨਕ ਸਹਜੇ ਹੀ ਰੰਗਿ ਵਰਤਦਾ ਹਰਿ ਗੁਣ ਪਾਵੈ ਸੋਇ ॥੪॥੧੭॥੫੦॥
ନାନକ ଜୀ କହନ୍ତି ଯେ ଯେଉଁ ଜୀବ ସ୍ଵାଭାବିକ ରୂପରେ ହିଁ ପ୍ରଭୁଙ୍କ ପ୍ରେମ ରଙ୍ଗରେ ରମନ କରିଥାଏ, ସେ ହଋ-ଗୁଣକୁ ପ୍ରାପ୍ତ କରିଥାଏ॥4॥17॥50॥ 

ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥

ਕਾਂਇਆ ਸਾਧੈ ਉਰਧ ਤਪੁ ਕਰੈ ਵਿਚਹੁ ਹਉਮੈ ਨ ਜਾਇ ॥
ଯଦି ଜୀବ ଶରୀର ଦ୍ଵାରା ସାଧନା କରେ, କଠିନ ତପ କରେ, କିନ୍ତୁ ଏହା ସବୁ କରିଲେ ତାହାର ଅନ୍ତରରୁ ଅହଂତ୍ଵ ଯାଏ ନାହିଁ।

ਅਧਿਆਤਮ ਕਰਮ ਜੇ ਕਰੇ ਨਾਮੁ ਨ ਕਬ ਹੀ ਪਾਇ ॥
ଆତ୍ମ ଜ୍ଞାନ ପାଇଁ କରାଯାଉଥିବା ବାହ୍ୟ କର୍ମ ମଧ୍ୟ କରେ, ତାହାହେଲେ ମଧ୍ୟ କେବେ ପ୍ରଭୁ ନାମ ପ୍ରାପ୍ତି କରାଯାଇପାରିବ ନାହିଁ।

ਗੁਰ ਕੈ ਸਬਦਿ ਜੀਵਤੁ ਮਰੈ ਹਰਿ ਨਾਮੁ ਵਸੈ ਮਨਿ ਆਇ ॥੧॥
ପରନ୍ତୁ ଯେଉଁ ଜୀବ ଗୁରୁ ଉପଦେଶ ଦ୍ଵାରା ଜୀବିତ ମରୁଥାଏ ଅର୍ଥାତ ମୋହ-ମାୟାରେ ଅନାସକ୍ତ ହୋଇଥାଏ, ତାହାରି ହୃଦାୟରେ ପ୍ରଭୁଙ୍କ ନାମ ଆସି ବାସ କରେ॥1॥ 

ਸੁਣਿ ਮਨ ਮੇਰੇ ਭਜੁ ਸਤਗੁਰ ਸਰਣਾ ॥
ହେ ମୋର ଜୀବ ରୂପୀ ମନ! ଶୁଣ ତୁମେ ସଦଗୁରୁଙ୍କ ଶରଣରେ ଯାଅ।

ਗੁਰ ਪਰਸਾਦੀ ਛੁਟੀਐ ਬਿਖੁ ਭਵਜਲੁ ਸਬਦਿ ਗੁਰ ਤਰਣਾ ॥੧॥ ਰਹਾਉ ॥
ଗୁରୁଙ୍କ କୃପା ଦ୍ଵାରା ହିଁ ମାୟାର ମୋହରୁ ବଞ୍ଚିପାରିବା ଆଉ ବିକାରରେ ଲିପ୍ତ ଭବସାଗରରୁ ପାର କରିପାରିବା॥1॥ରୁହ॥

ਤ੍ਰੈ ਗੁਣ ਸਭਾ ਧਾਤੁ ਹੈ ਦੂਜਾ ਭਾਉ ਵਿਕਾਰੁ ॥
ସମସ୍ତ ଜୀବ ତ୍ରିଗୁଣାତ୍ମକ ମାୟା ଆଡକୁ ଯାଆନ୍ତି, ଏଥିରେ ଯେଉଁ ଦୈତ୍ୟ-ଭାବ ଅଛି, ତାହା ବିକାରର ଉତ୍ପତ୍ତି କରାଏ।

ਪੰਡਿਤੁ ਪੜੈ ਬੰਧਨ ਮੋਹ ਬਾਧਾ ਨਹ ਬੂਝੈ ਬਿਖਿਆ ਪਿਆਰਿ ॥
ବେଦ ଶାସ୍ତ୍ରକୁ ପଢିଥିବା ପଣ୍ଡିତ ମଧ୍ୟ ମୋହ ପାଖରେ ବାନ୍ଧି ହୋଇଛି, ତଥା ମାୟାର ବଶରେ ହେବା କାରଣରୁ ପରମାତ୍ମାଙ୍କୁ ମଧ୍ୟ ବୁଝିପାରେ ନାହିଁ।

ਸਤਗੁਰਿ ਮਿਲਿਐ ਤ੍ਰਿਕੁਟੀ ਛੂਟੈ ਚਉਥੈ ਪਦਿ ਮੁਕਤਿ ਦੁਆਰੁ ॥੨॥
ସଦଗୁରୁଙ୍କ ମିଳନ ଦ୍ଵାରା ମାୟାର ତ୍ରିକୁଟୀ ଦୂର ହୋଇଯାଏ ତଥା ମୋକ୍ଷ ଦ୍ଵାର ପ୍ରାପ୍ତି ହୋଇଥାଏ॥2॥

ਗੁਰ ਤੇ ਮਾਰਗੁ ਪਾਈਐ ਚੂਕੈ ਮੋਹੁ ਗੁਬਾਰੁ ॥
 ଯଦି ଗୁରୁଙ୍କ ଉପଦେଶ ଦ୍ଵାରା ଜ୍ଞାନ-ଭକ୍ତି ରୂପୀ ମାର୍ଗରେ ଜୀବ ଚାଲେ ତାହେହେଲେ ମୋହ ରୂପୀ ଅନ୍ଧାର ଦୂର ହୋଇଯାଏ।

ਸਬਦਿ ਮਰੈ ਤਾ ਉਧਰੈ ਪਾਏ ਮੋਖ ਦੁਆਰੁ ॥
ଯଦି ଜୀବ ଗୁରୁଙ୍କ ଉପଦେଶରେ ଲୀନ ହୋଇ ମାୟାର ମୋହ ଠାରୁ ମୃତ ହୋଇଗଲେ ଭବସାଗରରୁ ତରି ଯାଇଥାଏ।

ਗੁਰ ਪਰਸਾਦੀ ਮਿਲਿ ਰਹੈ ਸਚੁ ਨਾਮੁ ਕਰਤਾਰੁ ॥੩॥
ଗୁରୁଙ୍କ କୃପା ଦ୍ଵାରା ହିଁ ମାନବ ଜୀବ ସତ୍ୟ ନାମ ବାଲା ପରମାତ୍ମାଙ୍କ ସହିତ ମିଳନ କରିପାରେ॥3॥

ਇਹੁ ਮਨੂਆ ਅਤਿ ਸਬਲ ਹੈ ਛਡੇ ਨ ਕਿਤੈ ਉਪਾਇ ॥
ଏହି ଚଞ୍ଚଳ ମନ ଅତ୍ୟନ୍ତ ବଳଶାଳୀ ଅଟେ, କୌଣସି ପ୍ରକାର ଯତ୍ନ ଦ୍ଵାରା ଏହି ମନ ଜୀବକୁ ଛାଡେ ନାହିଁ।

ਦੂਜੈ ਭਾਇ ਦੁਖੁ ਲਾਇਦਾ ਬਹੁਤੀ ਦੇਇ ਸਜਾਇ ॥
ଦୈତ୍ୟ-ଭାବ ବାଲାକୁ ଏହି ମନ କଷ୍ଟ ଦେଇଥାଏ ତଥା ବହୁତ ଯାତନା ଦେଇଥାଏ।

ਨਾਨਕ ਨਾਮਿ ਲਗੇ ਸੇ ਉਬਰੇ ਹਉਮੈ ਸਬਦਿ ਗਵਾਇ ॥੪॥੧੮॥੫੧॥
ଗୁରୁଜୀ କହନ୍ତି ଯେ ଯେଉଁ ଜୀବ ଗୁରୁ ଉପଦେଶ ଦ୍ଵାରା ଅହଂତ୍ଵକୁ ତ୍ୟାଗ କରି ନାମ ସ୍ମରଣରେ ଲୀନ ରହିଥାଏ, ସେ ଯମର ଯାତନାରୁ ବଞ୍ଚିଯାଏ॥4॥18॥51॥

ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3॥

ਕਿਰਪਾ ਕਰੇ ਗੁਰੁ ਪਾਈਐ ਹਰਿ ਨਾਮੋ ਦੇਇ ਦ੍ਰਿੜਾਇ ॥
ଯେତେବେଳେ ପରମେଶ୍ଵର କୃପା କରନ୍ତି, ସେତେବେଳେ ଗୁରୁଙ୍କୁ ପ୍ରାପ୍ତି ହୋଇଥାଏ, ଆଉ ଗୁରୁ ହରିନାମକୁ ସ୍ଥାପନ କରିଦେଇଥାନ୍ତି। 

ਬਿਨੁ ਗੁਰ ਕਿਨੈ ਨ ਪਾਇਓ ਬਿਰਥਾ ਜਨਮੁ ਗਵਾਇ ॥
କେହି ମଧ୍ୟ ଗୁରୁ ବିନା ହରିନାମକୁ ପ୍ରାପ୍ତ କରିନାହିଁ ଆଉ ନାମହୀନ ବ୍ୟକ୍ତି ନିଜ ଜୀବନ ବ୍ୟର୍ଥ କରିଦିଏ। 

ਮਨਮੁਖ ਕਰਮ ਕਮਾਵਣੇ ਦਰਗਹ ਮਿਲੈ ਸਜਾਇ ॥੧॥
ନିଜ ମନର କଥା ମାନି ଯେଉଁ ବ୍ୟକ୍ତି କର୍ମ କରିଥାଏ, ତାହାକୁ ପରମାତ୍ମାଙ୍କ ସଭାରେ ଦଣ୍ଡ ମିଳିଥାଏ॥1॥

ਮਨ ਰੇ ਦੂਜਾ ਭਾਉ ਚੁਕਾਇ ॥
ହେ ମନ! ତୁ ଦୈତ୍ୟ-ଭାବକୁ ଦୂର କରେ

ਅੰਤਰਿ ਤੇਰੈ ਹਰਿ ਵਸੈ ਗੁਰ ਸੇਵਾ ਸੁਖੁ ਪਾਇ ॥ ਰਹਾਉ ॥
କାରଣ ତୋର ଅନ୍ତରରେ ହରିଙ୍କ ବାସ ଅଛି, ତାହାଙ୍କୁ ପ୍ରାପ୍ତି ପାଇଁ ଗୁରୁଙ୍କ ସେବା କର, ତାହାହେଲେ ହିଁ ସୁଖ ପ୍ରାପ୍ତି ହେବ॥ରୁହ॥

ਸਚੁ ਬਾਣੀ ਸਚੁ ਸਬਦੁ ਹੈ ਜਾ ਸਚਿ ਧਰੇ ਪਿਆਰੁ ॥
ଯେତେବେଳେ ଜୀବ ସତ୍ୟ-ସ୍ୱରୂପ ପରମାତ୍ମାଙ୍କ ଠାରେ ପ୍ରେମ କରିଥାଏ, ସେତେବେଳେତାହାଙ୍କ ବଚନ ଓ କର୍ମ ସତ୍ୟ ହୋଇଯାଏ।

ਹਰਿ ਕਾ ਨਾਮੁ ਮਨਿ ਵਸੈ ਹਉਮੈ ਕ੍ਰੋਧੁ ਨਿਵਾਰਿ ॥
ପରମାତ୍ମାଙ୍କ ନାମ ନାମ ମନରେ ବାସ କରିଲେ ଅହଂ ଓ କ୍ରୋଧ ଆଦି ସମସ୍ତ ବିକାର ନିବୃତ୍ତ ହୋଇଯାଏ।

ਮਨਿ ਨਿਰਮਲ ਨਾਮੁ ਧਿਆਈਐ ਤਾ ਪਾਏ ਮੋਖ ਦੁਆਰੁ ॥੨॥
ନିର୍ମଳ ମନରେ ପ୍ରଭୁଙ୍କ ନାମର ଧ୍ୟାନ କରିଲେ ହିଁ ଜୀବ ମୋକ୍ଷ ଦ୍ଵାରକୁ ପ୍ରାପ୍ତ କରିଥାଏ॥2॥

ਹਉਮੈ ਵਿਚਿ ਜਗੁ ਬਿਨਸਦਾ ਮਰਿ ਜੰਮੈ ਆਵੈ ਜਾਇ ॥
ଅହଂକାର ଯୋଗୁଁ ହିଁ ସଂପୂର୍ଣ୍ଣ ଜଗତ ନଷ୍ଟ ହୋଇଯାଇଥାଏ ତଥା ପୁନଃ ପୁନଃ ଜନ୍ମ-ମୃତ୍ୟୁ ଚକ୍ରରେ ପଡିରହିଥାଏ।

ਮਨਮੁਖ ਸਬਦੁ ਨ ਜਾਣਨੀ ਜਾਸਨਿ ਪਤਿ ਗਵਾਇ ॥
ସ୍ଵେଚ୍ଛାଚାରୀ ଜୀବ ଗୁରୁ ଉପଦେଶକୁ ଜାଣେ ନାହିଁ, ଏଥିପାଇଁ ସେ ନିଜ ସମ୍ମାନ ହରାଇ ଚାଲେ।

ਗੁਰ ਸੇਵਾ ਨਾਉ ਪਾਈਐ ਸਚੇ ਰਹੈ ਸਮਾਇ ॥੩॥
ଗୁରୁ ସେବା ଦ୍ଵାରା ପ୍ରଭୁ ନାମ ପ୍ରାପ୍ତି ହୋଇଥାଏ ଆଉ ସେହି ସତ୍ୟ-ସ୍ୱରୂପ ପରମାତ୍ମାଙ୍କ ଠାରେ ଲୀନ ହୋଇଥାଏ॥3

error: Content is protected !!