ODIA PAGE 320

ਪਉੜੀ ॥
ପଉଡି॥

ਤਿਸੈ ਸਰੇਵਹੁ ਪ੍ਰਾਣੀਹੋ ਜਿਸ ਦੈ ਨਾਉ ਪਲੈ ॥
ହେ ପ୍ରାଣୀ! ସେହି ଗୁରୁଙ୍କ ସେବା କର, ଯାହାର ପାଖରେ ଈଶ୍ଵରଙ୍କ ନାମ ଅଛି।

ਐਥੈ ਰਹਹੁ ਸੁਹੇਲਿਆ ਅਗੈ ਨਾਲਿ ਚਲੈ ॥
ଏହିପରି ତୁମେ ଈହଲୋକରେ ସୁଖପୂର୍ବକ ରହିବ ତଥା ତୁମ ସାଥିରେ ନାମ ପରଲୋକକୁ ମଧ୍ୟ ଯାଇ ପାରିବ।

ਘਰੁ ਬੰਧਹੁ ਸਚ ਧਰਮ ਕਾ ਗਡਿ ਥੰਮੁ ਅਹਲੈ ॥
ସତ୍ୟ ଧର୍ମର ଅଟଳ ସ୍ତମ୍ଭ ସ୍ଥାପିତ କରି ଭକ୍ତିର ଘର ବନାଅ,

ਓਟ ਲੈਹੁ ਨਾਰਾਇਣੈ ਦੀਨ ਦੁਨੀਆ ਝਲੈ ॥
ସେହି ନାରାୟଣଙ୍କ ଆଶ୍ରୟ ନିଅ, ଯିଏ ଦୀନ ଏବଂ ଦୁନିଆର ସାହାରା ଅଟନ୍ତି।

ਨਾਨਕ ਪਕੜੇ ਚਰਣ ਹਰਿ ਤਿਸੁ ਦਰਗਹ ਮਲੈ ॥੮॥
ହେ ନାନକ! ଯେଉଁ ପ୍ରାଣୀ ଈଶ୍ଵରଙ୍କ ଚରଣ ଧରି ଅଛି, ସେ ତାହାର ଦରବାରକୁ ସବୁଦିନ ପାଇଁ ପ୍ରାପ୍ତ କରିଥାଏ ॥8॥

ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥

ਜਾਚਕੁ ਮੰਗੈ ਦਾਨੁ ਦੇਹਿ ਪਿਆਰਿਆ ॥
ହେ ମୋର ପ୍ରିୟତମ! ମୁଁ ଭିକାରି ଦାନ ମାଗୁଅଛି, ମୋତେ ଭିକ୍ଷା ଦିଅ।

ਦੇਵਣਹਾਰੁ ਦਾਤਾਰੁ ਮੈ ਨਿਤ ਚਿਤਾਰਿਆ ॥
ଦାନ ଦେଉଥିବା ଦାତା, ମୁଁ ତୁମକୁ ସର୍ବଦା ସ୍ମରଣ କରିଥାଏ।

ਨਿਖੁਟਿ ਨ ਜਾਈ ਮੂਲਿ ਅਤੁਲ ਭੰਡਾਰਿਆ ॥
(ହେ ପ୍ରଭୁ!) ତୋର ଖଜଣା ଅପାର ଏବଂ ଅତୁଳନୀୟ ଅଟେ, ଯାହା କେବେ ସମାପ୍ତ ହୁଏନାହିଁ।

ਨਾਨਕ ਸਬਦੁ ਅਪਾਰੁ ਤਿਨਿ ਸਭੁ ਕਿਛੁ ਸਾਰਿਆ ॥੧॥
ହେ ନାନକ! ଶବ୍ଦ ଅପାର ଅଟେ, ଏହି ଶବ୍ଦ ମୋର ପ୍ରତ୍ୟେକ କାର୍ଯ୍ୟ ସଫଳ କରାଇଛନ୍ତି ॥1॥

ਮਃ ੫ ॥
ମହଲା 5॥

ਸਿਖਹੁ ਸਬਦੁ ਪਿਆਰਿਹੋ ਜਨਮ ਮਰਨ ਕੀ ਟੇਕ ॥
ହେ ପ୍ରିୟ ସଜ୍ଜନ! ଶବ୍ଦର ସାଧନା କର, କାରଣ ଏହା ଜୀବନ ଏବଂ ମୃତ୍ୟୁ ଦୁଇଟିର ସାହାରା ଅଟେ।

ਮੁਖ ਊਜਲ ਸਦਾ ਸੁਖੀ ਨਾਨਕ ਸਿਮਰਤ ਏਕ ॥੨॥
ହେ ନାନକ! ଏକ ଈଶ୍ଵରଙ୍କୁ ସ୍ମରଣ କରିଲେ ମୁଖ ଉଜ୍ଜଳ ହୋଇଥାଏ ଆଉ ସର୍ବଦା ସୁଖ ଉପଲବ୍ଧ ହୋଇଥାଏ ॥2॥

ਪਉੜੀ ॥
ପଉଡି॥

ਓਥੈ ਅੰਮ੍ਰਿਤੁ ਵੰਡੀਐ ਸੁਖੀਆ ਹਰਿ ਕਰਣੇ ॥
ସେଠାରେ ସତସଙ୍ଗରେ ସମସ୍ତଙ୍କୁ ସୁଖୀ କରିବା ବାଲା ଅମୃତ ବଣ୍ଟା ଯାଏ।

ਜਮ ਕੈ ਪੰਥਿ ਨ ਪਾਈਅਹਿ ਫਿਰਿ ਨਾਹੀ ਮਰਣੇ ॥
ତାହାକୁ ଯମର ମାର୍ଗରେ ପକା ଯାଏ ନାହିଁ, ପୁନଃ ମୃତ୍ୟୁର ଭୟ ତାହାକୁ ସ୍ପର୍ଶ କରେ ନାହିଁ।

ਜਿਸ ਨੋ ਆਇਆ ਪ੍ਰੇਮ ਰਸੁ ਤਿਸੈ ਹੀ ਜਰਣੇ ॥
ଯେଉଁ ବ୍ୟକ୍ତିକୁ ହରିନାମର ପ୍ରେମର ସ୍ଵାଦ ଆସିଥାଏ, ସେ ଏହି ସ୍ଵାଦକୁ ଭିତରେ ରଖିଥାଏ।

ਬਾਣੀ ਉਚਰਹਿ ਸਾਧ ਜਨ ਅਮਿਉ ਚਲਹਿ ਝਰਣੇ ॥
ସାଧୁଜନ ବାଣୀ ଉଚ୍ଚାରଣ କରିଥାଏ, ସେଠାରେ ଅମୃତର ଝରଣା ଚାଲିଥାଏ।

ਪੇਖਿ ਦਰਸਨੁ ਨਾਨਕੁ ਜੀਵਿਆ ਮਨ ਅੰਦਰਿ ਧਰਣੇ ॥੯॥
ନାନକ ମଧ୍ୟ ସେହି ମହାପୁରୁଷଙ୍କ ଦର୍ଶନ କରି ଜୀବିତ ଅଛନ୍ତି, ଯାହାର ହୃଦୟରେ ନାମ ସ୍ଥାପିତ ହୋଇଥାଏ ॥6॥

ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥

ਸਤਿਗੁਰਿ ਪੂਰੈ ਸੇਵਿਐ ਦੂਖਾ ਕਾ ਹੋਇ ਨਾਸੁ ॥
ପୂର୍ଣ୍ଣ ସଦଗୁରୁଙ୍କ ସେବା କରିଲେ ଦୁଃଖ ନାଶ ହୋଇଯାଏ।

ਨਾਨਕ ਨਾਮਿ ਅਰਾਧਿਐ ਕਾਰਜੁ ਆਵੈ ਰਾਸਿ ॥੧॥
ହେ ନାନକ! ଈଶ୍ଵରଙ୍କ ନାମର ଆରାଧନା କରିଲେ ସବୁ କାର୍ଯ୍ୟ ସଫଳ ହୋଇଯାଏ ॥1॥

ਮਃ ੫ ॥
ମହଲା 5॥

ਜਿਸੁ ਸਿਮਰਤ ਸੰਕਟ ਛੁਟਹਿ ਅਨਦ ਮੰਗਲ ਬਿਸ੍ਰਾਮ ॥
ଯେଉଁ ଭଗବାନଙ୍କ ସ୍ମରଣ କରିଲେ ସଙ୍କଟ ଦୂର ହୋଇଯାଏ ଆଉ ମନୁଷ୍ୟ ଆନନ୍ଦରେ ରହିଥାଏ,

ਨਾਨਕ ਜਪੀਐ ਸਦਾ ਹਰਿ ਨਿਮਖ ਨ ਬਿਸਰਉ ਨਾਮੁ ॥੨॥
ହେ ନାନକ! ସେହି ଭଗବାନଙ୍କ ନାମକୁ ସର୍ବଦା ଜପ କରିବା ଉଚିତ ଆଉ ଏକ କ୍ଷଣ ପାଇଁ ମଧ୍ୟ ତାହାଙ୍କ ନାମ ଭୁଲିବା ଉଚିତ ନୁହେଁ ॥2॥

ਪਉੜੀ ॥
ପଉଡି॥

ਤਿਨ ਕੀ ਸੋਭਾ ਕਿਆ ਗਣੀ ਜਿਨੀ ਹਰਿ ਹਰਿ ਲਧਾ ॥
ଯେଉଁ ମହାପୁରୁଷଙ୍କୁ ଭଗବାନ ମିଲିଯାଇଛନ୍ତି, ତାହାଙ୍କ ଶୋଭା ବର୍ଣ୍ଣନା କରାଯାଇ ପାରିବ ନାହିଁ।

ਸਾਧਾ ਸਰਣੀ ਜੋ ਪਵੈ ਸੋ ਛੁਟੈ ਬਧਾ ॥
ଯେଉଁ ବ୍ୟକ୍ତି ସନ୍ଥଙ୍କ ଶରଣରେ ଆସେ, ସେ ମାୟାର ବନ୍ଧନରୁ ମୁକ୍ତି ପ୍ରାପ୍ତ କରିଥାଏ।

ਗੁਣ ਗਾਵੈ ਅਬਿਨਾਸੀਐ ਜੋਨਿ ਗਰਭਿ ਨ ਦਧਾ ॥
ଯେଉଁ ବ୍ୟକ୍ତି ଅନଶ୍ଵର ପରମାତ୍ମାଙ୍କ ଗୁଣ ଗାନ କରିଥାଏ, ସେ ଗର୍ଭ, ଯୋନିରେ ପଡେ ନାହିଁ।

ਗੁਰੁ ਭੇਟਿਆ ਪਾਰਬ੍ਰਹਮੁ ਹਰਿ ਪੜਿ ਬੁਝਿ ਸਮਧਾ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ସହିତ ମିଶିଥାଏ, ସେ ଈଶ୍ଵରଙ୍କ ବିଷୟରେ ପଢି ଏବଂ ବୁଝି ସମାଧି ନେଇଥାଏ।

ਨਾਨਕ ਪਾਇਆ ਸੋ ਧਣੀ ਹਰਿ ਅਗਮ ਅਗਧਾ ॥੧੦॥
ହେ ନାନକ! ସେ ଅଗମ୍ୟ ଏବଂ ଅଥଳ ହରି-ପ୍ରଭୁଙ୍କୁ ପ୍ରାପ୍ତ କରିଛି ॥10॥

ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥

ਕਾਮੁ ਨ ਕਰਹੀ ਆਪਣਾ ਫਿਰਹਿ ਅਵਤਾ ਲੋਇ ॥
ମନୁଷ୍ୟ ନିଜ ଜୀବନର ଯଥାର୍ଥ କାର୍ଯ୍ୟ (ଭଗବାନଙ୍କ ଭଜନ) କରେ ନାହିଁ, ଦୁନିଆରେ ସ୍ଵେଚ୍ଛାଚାରୀ ବନି ବୁଲୁଥାଏ।

ਨਾਨਕ ਨਾਇ ਵਿਸਾਰਿਐ ਸੁਖੁ ਕਿਨੇਹਾ ਹੋਇ ॥੧॥
ହେ ନାନକ! ଭଗବାନଙ୍କ ନାମକୁ ଭୁଲି ତାହାକୁ କିପରି ସୁଖ ଉପଲବ୍ଧ ହୋଇପାରେ? ॥1॥

ਮਃ ੫ ॥
ମହଲା5॥

ਬਿਖੈ ਕਉੜਤਣਿ ਸਗਲ ਮਾਹਿ ਜਗਤਿ ਰਹੀ ਲਪਟਾਇ ॥
ବିଷର ବିଷାକ୍ତତା ସବୁ ପ୍ରାଣୀଙ୍କ ଠାରେ ଅଛି, ଯାହା ସଂସାରର ସବୁଙ୍କୁ ଗ୍ରାସ କରିଛି।

ਨਾਨਕ ਜਨਿ ਵੀਚਾਰਿਆ ਮੀਠਾ ਹਰਿ ਕਾ ਨਾਉ ॥੨॥
ହେ ନାନକ! ସେବକ ଏହା ବିଚାର କରିଛି ଯେ ଈଶ୍ଵରଙ୍କ ନାମ ହିଁ ମିଠା ଅଟେ ॥2॥

ਪਉੜੀ ॥
ପଉଡି॥

ਇਹ ਨੀਸਾਣੀ ਸਾਧ ਕੀ ਜਿਸੁ ਭੇਟਤ ਤਰੀਐ ॥
ସନ୍ଥଙ୍କ ଲକ୍ଷ୍ୟ ଏହା ଯେ ତାହାଙ୍କ ସହିତ ମିଶି ମନୁଷ୍ୟ ଭବସାଗରରୁ ପାର ହୋଇ ଯାଉ।

ਜਮਕੰਕਰੁ ਨੇੜਿ ਨ ਆਵਈ ਫਿਰਿ ਬਹੁੜਿ ਨ ਮਰੀਐ ॥
ଯମଦୂତ ତାହାନର ନିକଟକୁ ଆସେ ନାହିଁ ଆଉ ବାରମ୍ବାର ମରିବାକୁ ପଡେ ନାହିଁ।

ਭਵ ਸਾਗਰੁ ਸੰਸਾਰੁ ਬਿਖੁ ਸੋ ਪਾਰਿ ਉਤਰੀਐ ॥
ସେ ଏହି ଭୟାନକ ବିଷାକ୍ତ ଭବସାଗରରୁ ପାର ହୋଇ ଯାଉ।

ਹਰਿ ਗੁਣ ਗੁੰਫਹੁ ਮਨਿ ਮਾਲ ਹਰਿ ਸਭ ਮਲੁ ਪਰਹਰੀਐ ॥
ହେ ମାନବ! ହୃଦୟରେ ଈଶ୍ଵରଙ୍କ ଗୁଣର ମାୟା ଗୁନ୍ଥ, ଏହା ଦ୍ଵାରା ହୃଦୟର ସବୁ ମଇଳା ଦୂର ହୋଇଯିବ।

ਨਾਨਕ ਪ੍ਰੀਤਮ ਮਿਲਿ ਰਹੇ ਪਾਰਬ੍ਰਹਮ ਨਰਹਰੀਐ ॥੧੧॥
ହେ ନାନକ! (ଯେଉଁ ମନୁଷ୍ୟ ଏହି ମାଲା ଗୁନ୍ଥିଅଛି) ସେ ପରଂବ୍ରହ୍ମ ପ୍ରଭୁଙ୍କ ଠାରେ ବିଲୀନ ହୋଇ ରହିଅଛି ॥11॥

ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥

ਨਾਨਕ ਆਏ ਸੇ ਪਰਵਾਣੁ ਹੈ ਜਿਨ ਹਰਿ ਵੁਠਾ ਚਿਤਿ ॥
ହେ ନାନକ! ସେହି ଲୋକର ଏହି ଦୁନିଆରେ ଜନ୍ମ ନେବା ସଫଳ ଅଟେ, ଯାହାର ମନରେ ଭଗବାନ ଆସି ବାସ କରିଥାନ୍ତି।

ਗਾਲ੍ਹ੍ਹੀ ਅਲ ਪਲਾਲੀਆ ਕੰਮਿ ਨ ਆਵਹਿ ਮਿਤ ॥੧॥
ହେ ମିତ୍ର! ବ୍ୟର୍ଥ କଥା କାହାର କାମରେ ଆସେ ନାହିଁ ॥1॥

ਮਃ ੫ ॥
ମହଲା 5॥

ਪਾਰਬ੍ਰਹਮੁ ਪ੍ਰਭੁ ਦ੍ਰਿਸਟੀ ਆਇਆ ਪੂਰਨ ਅਗਮ ਬਿਸਮਾਦ ॥
ମୋତେ ସର୍ବବ୍ୟାପକ, ଅଗମ୍ୟ ଏବଂ ଅଦ୍ଭୁତ ପ୍ରଭୁଙ୍କ ନଜର ମିଳିଛି।

error: Content is protected !!