ਮਃ ੫ ॥
ମହଲା 5॥
ਦਾਮਨੀ ਚਮਤਕਾਰ ਤਿਉ ਵਰਤਾਰਾ ਜਗ ਖੇ ॥
ବିଜୁଳି ଭଳି ଦୁନିଆର ବ୍ୟବହାର ଅଟେ,
ਵਥੁ ਸੁਹਾਵੀ ਸਾਇ ਨਾਨਕ ਨਾਉ ਜਪੰਦੋ ਤਿਸੁ ਧਣੀ ॥੨॥
ହେ ନାନକ! କେବଳ ସେହି ବସ୍ତୁ ସୁନ୍ଦର ଅଟେ, ଯାହା ସେହି ମାଲିକ ପ୍ରଭୁଙ୍କ ନାମ ଜପିଥାଏ॥2॥
ਪਉੜੀ ॥
ପଉଡି॥
ਸਿਮ੍ਰਿਤਿ ਸਾਸਤ੍ਰ ਸੋਧਿ ਸਭਿ ਕਿਨੈ ਕੀਮ ਨ ਜਾਣੀ ॥
ମନୁଷ୍ୟ ସ୍ମୃତି, ଶାସ୍ତ୍ର ଦେଖିଅଛି, ପରନ୍ତୁ, କେହି ମଧ୍ୟ ଈଶ୍ଵରଙ୍କ ମୂଲ୍ୟାଙ୍କନ ଜାଣେ ନାହିଁ।
ਜੋ ਜਨੁ ਭੇਟੈ ਸਾਧਸੰਗਿ ਸੋ ਹਰਿ ਰੰਗੁ ਮਾਣੀ ॥
ଯେଉଁ ବ୍ୟକ୍ତି ସନ୍ଥଙ୍କ ସଙ୍ଗତିରେ ମିଶିଥାଏ, ସେ ପ୍ରଭୁଙ୍କ ପ୍ରୀତିର ଆନନ୍ଦ ଭୋଗ କରିଥାଏ।
ਸਚੁ ਨਾਮੁ ਕਰਤਾ ਪੁਰਖੁ ਏਹ ਰਤਨਾ ਖਾਣੀ ॥
ସୃଷ୍ଟିର ରଚୟିତା ଈଶ୍ଵରଙ୍କ ସତ୍ୟ ନାମ, ରତ୍ନର ଖଣି ଅଟେ।
ਮਸਤਕਿ ਹੋਵੈ ਲਿਖਿਆ ਹਰਿ ਸਿਮਰਿ ਪਰਾਣੀ ॥
ଯାହାର ମସ୍ତକ ଉପରେ ଶୁଭ କର୍ମର ଭାଗ୍ୟ ଅଛି, ସେହି ମନୁଷ୍ୟ ଭଗବାନଙ୍କ ଚିନ୍ତନ କରିଥାଏ।
ਤੋਸਾ ਦਿਚੈ ਸਚੁ ਨਾਮੁ ਨਾਨਕ ਮਿਹਮਾਣੀ ॥੪॥
ହେ ସ୍ଵାମୀ! ନାନକଙ୍କ ଆତିଥ୍ୟ ସତ୍କାର ଏହା ଯେ ନିଜ ସତ୍ୟ ନାମ ପରଲୋକ ପାଇଁ ଖର୍ଚ୍ଚ ଭାବେ ଦିଅନ୍ତି .4॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5 ॥
ਅੰਤਰਿ ਚਿੰਤਾ ਨੈਣੀ ਸੁਖੀ ਮੂਲਿ ਨ ਉਤਰੈ ਭੁਖ ॥
ଯେଉଁ ବ୍ୟକ୍ତିର ମନରେ ଚିନ୍ତା ଥାଏ, କିନ୍ତୁ, ଆଖିରେ ଦେଖିବାକୁ ସୁଖୀ ପ୍ରତୀତ ହୋଇଥାଏ, ତାହାର ମାୟାର କ୍ଷୁଧା ଦୂର ହୁଏନାହିଁ।
ਨਾਨਕ ਸਚੇ ਨਾਮ ਬਿਨੁ ਕਿਸੈ ਨ ਲਥੋ ਦੁਖੁ ॥੧॥
ହେ ନାନକ! ସତ୍ୟ ନାମର ଅତିରିକ୍ତ କାହାର ମଧ୍ୟ ଦୁଃଖ ଦୂର ହୁଏନାହିଁ ॥1॥
ਮਃ ੫ ॥
ମହଲା 5॥
ਮੁਠੜੇ ਸੇਈ ਸਾਥ ਜਿਨੀ ਸਚੁ ਨ ਲਦਿਆ ॥
ସେହି (ଜୀବ) ବ୍ୟାପାରୀ ସମସ୍ତେ ଲୁଟ ହୋଇଥାନ୍ତି, ଯିଏ ଈଶ୍ଵରଙ୍କ ନାମ ରୂପୀ ସଉଦା ଆଣି ନାହିଁ।
ਨਾਨਕ ਸੇ ਸਾਬਾਸਿ ਜਿਨੀ ਗੁਰ ਮਿਲਿ ਇਕੁ ਪਛਾਣਿਆ ॥੨॥
“(ପରନ୍ତୁ) ହେ ନାନକ! ଯିଏ ହେଲେ ଗୁରୁଙ୍କ ସହିତ ମିଶି ଈଶ୍ଵରଙ୍କୁ ଜାଣିଥାଏ, ତାହାକୁ ଶୁଭ କାମନା ମିଳିଥାଏ ॥2॥
ਪਉੜੀ ॥
ପଉଡି॥
ਜਿਥੈ ਬੈਸਨਿ ਸਾਧ ਜਨ ਸੋ ਥਾਨੁ ਸੁਹੰਦਾ ॥
ଯେଉଁଠି ସାଧୁଜନ ବିରାଜମାନ ହୋଇଥାନ୍ତି, ସେହି ସ୍ଥାନ ଅତି ସୁନ୍ଦର ଅଟେ।
ਓਇ ਸੇਵਨਿ ਸੰਮ੍ਰਿਥੁ ਆਪਣਾ ਬਿਨਸੈ ਸਭੁ ਮੰਦਾ ॥
କାରଣ ଏପରି ବ୍ୟକ୍ତି ନିଜର ସମର୍ଥ ପ୍ରଭୁଙ୍କୁ ସ୍ମରଣ କରିଥାଏ, ଯାହା ଦ୍ଵାରା ତାହାର ମନରୁ ସବୁ ପାପ ଦୂର ହୋଇଯାଏ।
ਪਤਿਤ ਉਧਾਰਣ ਪਾਰਬ੍ਰਹਮ ਸੰਤ ਬੇਦੁ ਕਹੰਦਾ ॥
ହେ ପରଂବ୍ରହ୍ମ! ତୁମେ ପତିତ ପ୍ରାଣୀର ଉଦ୍ଧାର କରୁଅଛ, ଏହି କଥା ସନ୍ଥଜନ ଆଉ ବେଦ ମଧ୍ୟ କହିଛନ୍ତି।
ਭਗਤਿ ਵਛਲੁ ਤੇਰਾ ਬਿਰਦੁ ਹੈ ਜੁਗਿ ਜੁਗਿ ਵਰਤੰਦਾ ॥
ତୋର ହୃଦୟ ଭକ୍ତ ବତ୍ସଳ ହୋଇଥାଏ, ଯାହା ଯୁଗ ଯୁଗରୁ ପ୍ରେମ କରିଥାଏ।
ਨਾਨਕੁ ਜਾਚੈ ਏਕੁ ਨਾਮੁ ਮਨਿ ਤਨਿ ਭਾਵੰਦਾ ॥੫॥
ନାନକ କେବଳ ତୋର ହିଁ ନାମ ମାଗିଥାଏ, ଯାହା ତାହାର ମନ ଓ ଶରୀରକୁ ଭଲ ଲାଗିଥାଏ ॥5॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਚਿੜੀ ਚੁਹਕੀ ਪਹੁ ਫੁਟੀ ਵਗਨਿ ਬਹੁਤੁ ਤਰੰਗ ॥
ସକାଳ ହେଲେ ପକ୍ଷୀ ରାବ କରିଥାନ୍ତି ଆଉ ସେହି ସମୟ ଭକ୍ତଙ୍କ ହୃଦୟରେ ସ୍ମରଣର ଲହରୀ ଉଠିଥାଏ।
ਅਚਰਜ ਰੂਪ ਸੰਤਨ ਰਚੇ ਨਾਨਕ ਨਾਮਹਿ ਰੰਗ ॥੧॥
ହେ ନାନକ! ଯେଉଁ ସନ୍ଥଜନଙ୍କ ଇଶ୍ଵର ସହିତ ପ୍ରେମ ହୋଇଥାଏ, ସେମାନେ ପ୍ରାତଃ କାଳରେ ଧ୍ୟାନ କରିଥାନ୍ତି ॥1॥
ਮਃ ੫ ॥
ମହଲା 5॥
ਘਰ ਮੰਦਰ ਖੁਸੀਆ ਤਹੀ ਜਹ ਤੂ ਆਵਹਿ ਚਿਤਿ ॥
ହେ ଇଶ୍ଵର! ସେହି ଘର, ମନ୍ଦିରରେ ହର୍ଷ ଉଲ୍ଲାସ ହୋଇଥାଏ, ଯେଉଁଠି ତୁ ମନକୁ ଆସୁ।
ਦੁਨੀਆ ਕੀਆ ਵਡਿਆਈਆ ਨਾਨਕ ਸਭਿ ਕੁਮਿਤ ॥੨॥
ହେ ନାନକ! ଯଦି ଇଶ୍ଵରଙ୍କୁ ଭୁଲି ଯାଉ, ତାହାହେଲେ ଦୁନିଆର ସବୁ ଐଶ୍ଚର୍ଯ୍ୟ- ବୈଭବ ମନ୍ଦ ମିତ୍ର ସମାନ ଅଟେ ॥2॥
ਪਉੜੀ ॥
ପଉଡି॥
ਹਰਿ ਧਨੁ ਸਚੀ ਰਾਸਿ ਹੈ ਕਿਨੈ ਵਿਰਲੈ ਜਾਤਾ ॥
ହେ ଭାଇ! ଈଶ୍ଵରଙ୍କ ନାମ ରୂପୀ ଧନ ହିଁ ସଚ୍ଚା ପୁଞ୍ଜି ଅଟେ, କିନ୍ତୁ, କେହି ବିରଳ ବ୍ୟକ୍ତି ହିଁ ଏହି କଥା ବୁଝିଥାଏ,
ਤਿਸੈ ਪਰਾਪਤਿ ਭਾਇਰਹੁ ਜਿਸੁ ਦੇਇ ਬਿਧਾਤਾ ॥
କେବଳ ଏହି ପୁଞ୍ଜି ତାହାକୁ ପ୍ରାପ୍ତ ହୋଇଥାଏ, ଯାହାକୁ ବିଧାତା ସ୍ଵୟଂ ପ୍ରଦାନ କରିଥାନ୍ତି।
ਮਨ ਤਨ ਭੀਤਰਿ ਮਉਲਿਆ ਹਰਿ ਰੰਗਿ ਜਨੁ ਰਾਤਾ ॥
ଈଶ୍ଵରଙ୍କ ସେବକ (ଯାହାକୁ ନାମ ରାଶି ମିଳିଥାଏ), ଈଶ୍ଵରଙ୍କ ରଙ୍ଗରେ ମଗ୍ନ ହୋଇଯାଏ, ସେ ନିଜ ତନ ମନରେ କୃତାର୍ଥ ହୋଇଯାଏ।
ਸਾਧਸੰਗਿ ਗੁਣ ਗਾਇਆ ਸਭਿ ਦੋਖਹ ਖਾਤਾ ॥
ସତସଙ୍ଗରେ ସେ ଭଗବାନଙ୍କ ପ୍ରଶଂସା କରିଥାଏ ଆଉ ଏହି ପ୍ରକାରେ ସବୁ ଦୁଃଖରୁ ମୁକ୍ତି ପ୍ରାପ୍ତ କରିଥାଏ।
ਨਾਨਕ ਸੋਈ ਜੀਵਿਆ ਜਿਨਿ ਇਕੁ ਪਛਾਤਾ ॥੬॥
ହେ ନାନକ! କେବଳ ସେହି ମନୁଷ୍ୟ ଜିତିଥାଏ, ଯିଏ ଏକ ଈଶ୍ଵରଙ୍କୁ ଜାଣିଥାଏ ॥6॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਖਖੜੀਆ ਸੁਹਾਵੀਆ ਲਗੜੀਆ ਅਕ ਕੰਠਿ ॥
ଫୁଲ ସେ ପର୍ଯ୍ୟନ୍ତ ସୁନ୍ଦର ଥାଏ, ଯେ ପର୍ଯ୍ୟନ୍ତ ତାହା ଡାଳରେ ଲାଗିଥାଏ,
ਬਿਰਹ ਵਿਛੋੜਾ ਧਣੀ ਸਿਉ ਨਾਨਕ ਸਹਸੈ ਗੰਠਿ ॥੧॥
(ପରନ୍ତୁ) ହେ ନାନକ! ନିଜ ମାଲିକ ଠାରୁ ପ୍ରୀତି ଭାଙ୍ଗିବା ପରେ ତାହାର ହଜାର ଟୁକୁଡା ହୋଇଯାଏ ॥1॥
ਮਃ ੫ ॥
ମହଲା 5॥
ਵਿਸਾਰੇਦੇ ਮਰਿ ਗਏ ਮਰਿ ਭਿ ਨ ਸਕਹਿ ਮੂਲਿ ॥
ଈଶ୍ଵରଙ୍କୁ ଭୁଲିଥିବା ପ୍ରାଣୀ ପ୍ରାଣ ତ୍ୟାଗ କରିଥାଏ, ପରନ୍ତୁ, ସେ ଭଲ ଭାବରେ ମରିପାରେ ନାହିଁ।
ਵੇਮੁਖ ਹੋਏ ਰਾਮ ਤੇ ਜਿਉ ਤਸਕਰ ਉਪਰਿ ਸੂਲਿ ॥੨॥
ଯିଏ ରାମଙ୍କ ଠାରୁ ବିମୁଖ ହୋଇଛି, ସେ ଏହି ପ୍ରକାର, ଯେପରି ଶୂଳିରେ ଚଢାଇଥିବା ଚୋର ଅଟେ ॥2॥
ਪਉੜੀ ॥
ପଉଡି॥
ਸੁਖ ਨਿਧਾਨੁ ਪ੍ਰਭੁ ਏਕੁ ਹੈ ਅਬਿਨਾਸੀ ਸੁਣਿਆ ॥
ଏକ ଇଶ୍ଵର ହିଁ ସର୍ବ ସୁଖର ଭଣ୍ଡାର ଅଟନ୍ତି ଯେ ଅବିନାଶୀ ଭାବରେ ଶୁଣା ଯାଆନ୍ତି।
ਜਲਿ ਥਲਿ ਮਹੀਅਲਿ ਪੂਰਿਆ ਘਟਿ ਘਟਿ ਹਰਿ ਭਣਿਆ ॥
ଇଶ୍ଵର ସାଗର, ପୃଥିବୀ, ଗଗନ ସବୁ ଜାଗାରେ ସର୍ବ ବ୍ୟାପକ ଅଛନ୍ତି, ସେ କୋଣ କୋଣରେ ମହଜୁଦ ଥାଆନ୍ତି,
ਊਚ ਨੀਚ ਸਭ ਇਕ ਸਮਾਨਿ ਕੀਟ ਹਸਤੀ ਬਣਿਆ ॥
ସେ ଉଚ୍ଚ-ନୀଚ ସବୁ ଜୀବଙ୍କ ଠାରେ ଏକା ଭଳି ବିଦ୍ୟମାନ ଅଛନ୍ତି, କୀଡାରୁ ଆରମ୍ଭ କରି ହାତୀ ପର୍ଯ୍ୟନ୍ତ ସବୁଠାରେ ଇଶ୍ଵର ଅଛନ୍ତି।
ਮੀਤ ਸਖਾ ਸੁਤ ਬੰਧਿਪੋ ਸਭਿ ਤਿਸ ਦੇ ਜਣਿਆ ॥
ମିତ୍ର, ସାଥୀ, ପୁତ୍ର, ସମ୍ବନ୍ଧୀୟ ସବୁ ସେହି ଈଶ୍ଵରଙ୍କ ଦ୍ଵାରା ହିଁ ଜାତ ହୋଇଛନ୍ତି।
ਤੁਸਿ ਨਾਨਕੁ ਦੇਵੈ ਜਿਸੁ ਨਾਮੁ ਤਿਨਿ ਹਰਿ ਰੰਗੁ ਮਣਿਆ ॥੭॥
ହେ ନାନକ! ଯାହାକୁ ଇଶ୍ଵର ନିଜ ପ୍ରସନ୍ନତା ଦ୍ଵାରା ନିଜ ନାମ ପ୍ରଦାନ କରିଛନ୍ତି, ସେ ତାହାର ପ୍ରୀତିର ଆନନ୍ଦ ପ୍ରାପ୍ତ କରିଥାଏ ॥7॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਜਿਨਾ ਸਾਸਿ ਗਿਰਾਸਿ ਨ ਵਿਸਰੈ ਹਰਿ ਨਾਮਾਂ ਮਨਿ ਮੰਤੁ ॥
ଯେଉଁ ଲୋକ ପ୍ରତି ଶ୍ଵାସ ଏବଂ ଗ୍ରାସ ସମୟରେ କେବେ ଈଶ୍ଵରଙ୍କୁ ଭୁଲେ ନାହିଁ, ଯାହାର ହୃଦୟରେ ହରିନାମ ରୂପୀ ମନ୍ତ୍ର ଥାଏ,
ਧੰਨੁ ਸਿ ਸੇਈ ਨਾਨਕਾ ਪੂਰਨੁ ਸੋਈ ਸੰਤੁ ॥੧॥
ହେ ନାନକ! ଏପରି ବ୍ୟକ୍ତି ହିଁ ପୂର୍ଣ୍ଣ ସନ୍ଥ ଅଟେ ॥1॥
ਮਃ ੫ ॥
ମହଲା 5॥
ਅਠੇ ਪਹਰ ਭਉਦਾ ਫਿਰੈ ਖਾਵਣ ਸੰਦੜੈ ਸੂਲਿ ॥
ଯେଉଁ ବ୍ୟକ୍ତି ପୋଷଣ ଦୁଃଖରେ ଦିନ ରାତି ବୁଲୁଥାଏ,
ਦੋਜਕਿ ਪਉਦਾ ਕਿਉ ਰਹੈ ਜਾ ਚਿਤਿ ਨ ਹੋਇ ਰਸੂਲਿ ॥੨॥
ଏପରି ବ୍ୟକ୍ତି ନର୍କରେ ପଡିବାରୁ କୌଣସି ପ୍ରକାରେ ବଞ୍ଚିଯାଏ, ଯଦି ସେ ନିଜ ହୃଦୟରେ ଗୁରୁଙ୍କ ମାଧ୍ୟମରୁ ଈଶ୍ଵରଙ୍କୁ ହିଁ ସ୍ମରଣ କରେ ନାହିଁ ॥2॥