ਤਨ ਮਹਿ ਹੋਤੀ ਕੋਟਿ ਉਪਾਧਿ ॥
ଏହି ଶରୀରରେ କୋଟି କୋଟି ରୋଗ ଥିଲା,
ਉਲਟਿ ਭਈ ਸੁਖ ਸਹਜਿ ਸਮਾਧਿ ॥
ଈଶ୍ବରଙ୍କ ନାମ ସ୍ମରଣ କରି ଏବେ ଏହା ସ୍ଵାଭାବିକ ସୁଖ ଓ ସମାଧିରେ ବଦଳି ଯାଇଛି।
ਆਪੁ ਪਛਾਨੈ ਆਪੈ ਆਪ ॥
ମୋର ମନ ନିଜର ଯଥାର୍ଥ ସ୍ଵରୁପକୁ ଜାଣି ଦେଇଛି,
ਰੋਗੁ ਨ ਬਿਆਪੈ ਤੀਨੌ ਤਾਪ ॥੨॥
ଏବେ ଏହାକୁ ଇଶ୍ଵର ହିଁ ଇଶ୍ଵର ଦୃଷ୍ଟିମାନ ହେଉଛନ୍ତି, ରୋଗ ଏବଂ ତିନି ତାପ ପ୍ରଭାବିତ କରିପାରେ ନାହିଁ ॥2॥
ਅਬ ਮਨੁ ਉਲਟਿ ਸਨਾਤਨੁ ਹੂਆ ॥
ଏବେ ମୋର ମନ ସନାତନ(ଈଶ୍ଵରଙ୍କ ରୂପ) ହୋଇଯାଇଛି,
ਤਬ ਜਾਨਿਆ ਜਬ ਜੀਵਤ ਮੂਆ ॥
ଏହି କଥାର ଜ୍ଞାନ ସେତେବେଳେ ହୋଇଥାଏ, ଯେତେବେଳେ ଏହି ମନ ମାୟାରେ ବିଚରଣ କରି ମଧ୍ୟ ମାୟା ଠାରୁ ଉର୍ଦ୍ଧ୍ଵରେ ଥାଏ।
ਕਹੁ ਕਬੀਰ ਸੁਖਿ ਸਹਜਿ ਸਮਾਵਉ ॥
ହେ କବୀର! ଏବେ ମୁଁ ସ୍ଵାଭାବିକ ସୁଖରେ ଅଛି।
ਆਪਿ ਨ ਡਰਉ ਨ ਅਵਰ ਡਰਾਵਉ ॥੩॥੧੭॥
ଏଥିପାଇଁ, ଏବେ ମୁଁ ଅନ୍ୟ କାହାଠାରୁ ଭୟଭୀତ ନୁହଁ ଆଉ ନା ମୁଁ କାହାକୁ ଭୟଭୀତ କରୁଅଛି। ॥3॥17॥
ਗਉੜੀ ਕਬੀਰ ਜੀ ॥
ଗଉଡି କବୀର ଜୀ ॥
ਪਿੰਡਿ ਮੂਐ ਜੀਉ ਕਿਹ ਘਰਿ ਜਾਤਾ ॥
(ପ୍ରଶ୍ନ) ଯେବେ କୌଣସି ମହାପୁରୁଷ ଶରୀର ତ୍ୟାଗ କରିଥାନ୍ତି , ସେତେବେଳେ ଆତ୍ମା କେଉଁଠିକୁ ଯାଏ?
ਸਬਦਿ ਅਤੀਤਿ ਅਨਾਹਦਿ ਰਾਤਾ ॥
(ଉତ୍ତର)- ଏହି ପବିତ୍ର ଆତ୍ମା ଶବ୍ଦର ପ୍ରଭାବରୁ ଅମର ପ୍ରଭୁଙ୍କ ଠାରେ ଲୀନ ହୋଇଯାଏ।
ਜਿਨਿ ਰਾਮੁ ਜਾਨਿਆ ਤਿਨਹਿ ਪਛਾਨਿਆ ॥
ଯିଏ ରାମଙ୍କୁ ବୁଝିଥାଏ, ସେ ତାହାଙ୍କ ସ୍ଵାଦକୁ ଅନୁଭବ କରିଥାଏ,
ਜਿਉ ਗੂੰਗੇ ਸਾਕਰ ਮਨੁ ਮਾਨਿਆ ॥੧॥
ଯେପରି ଜଡା ମନୁଷ୍ୟ ମିଠା ଖାଇ ସନ୍ତୁଷ୍ଟ ହୋଇଯାଏ, କିନ୍ତୁ ବର୍ଣ୍ଣନା କରିପାରେ ନାହିଁ ॥1॥
ਐਸਾ ਗਿਆਨੁ ਕਥੈ ਬਨਵਾਰੀ ॥
ଏପରି ଜ୍ଞାନ ଇଶ୍ଵର ହିଁ ପ୍ରକଟ କରିଥାନ୍ତି।
ਮਨ ਰੇ ਪਵਨ ਦ੍ਰਿੜ ਸੁਖਮਨ ਨਾਰੀ ॥੧॥ ਰਹਾਉ ॥
ହେ ମନ! ପ୍ରତି ଶ୍ଵାସରେ ଆମ ସ୍ମରଣ କର, ଏହା ସୁଷୁମ୍ନ ନାଡିର ଅଭ୍ୟାସ ଅଟେ ॥1॥ରୁହ॥
ਸੋ ਗੁਰੁ ਕਰਹੁ ਜਿ ਬਹੁਰਿ ਨ ਕਰਨਾ ॥
ଏପରି ଗୁରୁ ଧାରଣ କର ଯାହା ଫଳରେ ତୋତେ ପୁନଃ ଗୁରୁ ଧାରଣର ଆବଶ୍ୟକତା ପଡିବ ନାହିଁ:
ਸੋ ਪਦੁ ਰਵਹੁ ਜਿ ਬਹੁਰਿ ਨ ਰਵਨਾ ॥
ଏପରି ଶବ୍ଦ ଉଚ୍ଚାରଣ କର, କାରଣ ଯାହା ତୋତେ ପୁନଃ ଉଚ୍ଚାରଣ କରିବାକୁ ପଡିବ ନାହିଁ।
ਸੋ ਧਿਆਨੁ ਧਰਹੁ ਜਿ ਬਹੁਰਿ ਨ ਧਰਨਾ ॥
ଏପରି ଧ୍ୟାନ ଲଗାଅ ଯେ ପୁଣି ଧ୍ୟାନ ଲଗାଅ ଯେ ପୁନଃ ଧ୍ୟାନର ଆବଶ୍ୟକତା ପଡିବ ନାହିଁ:
ਐਸੇ ਮਰਹੁ ਜਿ ਬਹੁਰਿ ਨ ਮਰਨਾ ॥੨॥
ଏହି ବିଧିରେ ମର ଯେ ତୋତେ ଜନ୍ମ-ମରଣର ଚକ୍ରରେ ପଡିବ ନାହିଁ ॥2॥
ਉਲਟੀ ਗੰਗਾ ਜਮੁਨ ਮਿਲਾਵਉ ॥
ମୁଁ ନିଜ ମନର ଧ୍ୟାନ ବଦଳାଇ ଦେଇଛି, ଏହି ପ୍ରକାରେ ଗଙ୍ଗା ଓ ଯମୁନା ସହିତ ମିଳନ ହୋଇଛି।
ਬਿਨੁ ਜਲ ਸੰਗਮ ਮਨ ਮਹਿ ਨੑਾਵਉ ॥
ଏହି ପ୍ରକାରେ (ମୁଁ ସେହି ମନ-ରୂପୀ ତ୍ରିବେଣୀ) ସଙ୍ଗମରେ ସ୍ନାନ କରୁଅଛି, ଯେଉଁଠି (ଗଙ୍ଗା, ଯମୁନା, ସରସ୍ଵତୀ ବାଲା) ଜଳ ନଥାଏ,
ਲੋਚਾ ਸਮਸਰਿ ਇਹੁ ਬਿਉਹਾਰਾ ॥
ଏବେ ମୁଁ ଏହି ନେତ୍ରରେ ସବୁଙ୍କୁ ଏକା ଭଳି ଦେଖୁଅଛି, ଏହା ମୋର ଜୀବନ ବ୍ୟବହାର ଅଟେ।
ਤਤੁ ਬੀਚਾਰਿ ਕਿਆ ਅਵਰਿ ਬੀਚਾਰਾ ॥੩॥
ଏକ ଈଶ୍ଵରଙ୍କ ଚିନ୍ତନ କର, ଆଉ ଚିନ୍ତନର ଆବଶ୍ୟକତା ପଡିବ ନାହିଁ॥3॥
ਅਪੁ ਤੇਜੁ ਬਾਇ ਪ੍ਰਿਥਮੀ ਆਕਾਸਾ ॥ ਐਸੀ ਰਹਤ ਰਹਉ ਹਰਿ ਪਾਸਾ ॥
ଈଶ୍ଵରଙ୍କ ଚରଣରେ ଲଗାଇ ମୁଁ ଏହି ପ୍ରକାର ଜୀବନ ଆଚରଣ କରୁଅଛି, ଯେପରି ଜଳ, ଅଗ୍ନି, ପବନ, ଧରିତ୍ରୀ ଏବଂ ଆକାଶ
ਕਹੈ ਕਬੀਰ ਨਿਰੰਜਨ ਧਿਆਵਉ ॥
କବୀର ଜୀ କହନ୍ତି ଯେ ତୁ ନିରାଞ୍ଜ୍ନ ପ୍ରଭୁଙ୍କ ଧ୍ୟାନ କର,
ਤਿਤੁ ਘਰਿ ਜਾਉ ਜਿ ਬਹੁਰਿ ਨ ਆਵਉ ॥੪॥੧੮॥
ଯାହା ଦ୍ଵାରା ଘରେ ପହଞ୍ଚିବ ଯେଉଁ ଠାରୁ ଫେରି ଆସିବାକୁ ଆବଶ୍ୟକତା ପଡିବ ନାହିଁ:॥4॥18॥
ਗਉੜੀ ਕਬੀਰ ਜੀ ਤਿਪਦੇ ॥
ଗଉଡି କବୀର ଜୀ ତିପଦେ ॥
ਕੰਚਨ ਸਿਉ ਪਾਈਐ ਨਹੀ ਤੋਲਿ ॥
ନିଜ ଓଜନ ସମାନ ସୁନା ଦାନ କଲେ ଭଗବାନ ପ୍ରାପ୍ତ ହୁଅନ୍ତି ନାହିଁ।
ਮਨੁ ਦੇ ਰਾਮੁ ਲੀਆ ਹੈ ਮੋਲਿ ॥੧॥
ମୁଁ ନିଜ ମନକୁ ମୂଲ୍ୟ ରୂପରେ ଦେଇ ରାମଙ୍କୁ ପ୍ରାପ୍ତ କରିଅଛି ॥1॥
ਅਬ ਮੋਹਿ ਰਾਮੁ ਅਪੁਨਾ ਕਰਿ ਜਾਨਿਆ ॥
ଏବେ ମୋତେ ବିଶ୍ୱାସ ହୋଇଯାଇଛି ଯେ ରାମ ମୋର ନିଜର ହିଁ ଅଟନ୍ତି,
ਸਹਜ ਸੁਭਾਇ ਮੇਰਾ ਮਨੁ ਮਾਨਿਆ ॥੧॥ ਰਹਾਉ ॥
ଏହା ଦ୍ଵାରା ମୋର ମନ ସ୍ଵାଭାବିକ ଭାବରେ ପ୍ରସନ୍ନ ହୋଇଛି ॥1॥ରୁହ॥
ਬ੍ਰਹਮੈ ਕਥਿ ਕਥਿ ਅੰਤੁ ਨ ਪਾਇਆ ॥
ଯେଉଁ ଈଶ୍ଵରଙ୍କ ଗୁଣ ବତାଇ ବତାଇ ବ୍ରହ୍ମା ମଧ୍ୟ ଅନ୍ତ ପାଇ ନାହାନ୍ତି,
ਰਾਮ ਭਗਤਿ ਬੈਠੇ ਘਰਿ ਆਇਆ ॥੨॥
ସେହି ଇଶ୍ଵର ମୋର ଭକ୍ତି ଦ୍ଵାରା ମୋର ହୃଦୟରେ ବାସ କରିଛନ୍ତି ॥2॥
ਕਹੁ ਕਬੀਰ ਚੰਚਲ ਮਤਿ ਤਿਆਗੀ ॥
ହେ କବୀର! ମୁଁ ନିଜ ଚଞ୍ଚଳ ମନ ତ୍ୟାଗ କରିଦେଇଛି,”
ਕੇਵਲ ਰਾਮ ਭਗਤਿ ਨਿਜ ਭਾਗੀ ॥੩॥੧॥੧੯॥
କେବଳ ରାମଙ୍କ ଭକ୍ତି ହିଁ ମୋର ନିଜ ଭାଗ୍ୟରେ ଆସିଅଛି ॥3॥1॥19॥
ਗਉੜੀ ਕਬੀਰ ਜੀ ॥
ଗଉଡି କବୀର ଜୀ ॥
ਜਿਹ ਮਰਨੈ ਸਭੁ ਜਗਤੁ ਤਰਾਸਿਆ ॥
ଯେଉଁ ମୃତ୍ୟୁ ଦ୍ଵାରା ସାରା ଦୁନିଆ ଭୟଭୀତ ହୋଇ ରହିଛି,
ਸੋ ਮਰਨਾ ਗੁਰ ਸਬਦਿ ਪ੍ਰਗਾਸਿਆ ॥੧॥
ସେହି ମୃତ୍ୟୁର ଯଥାର୍ଥତା ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରକଟ ହୋଇଯାଇଛି (ଯେ ମୃତ୍ୟୁ ବାସ୍ତବରେ କଣ ଅଟେ) ॥1॥
ਅਬ ਕੈਸੇ ਮਰਉ ਮਰਨਿ ਮਨੁ ਮਾਨਿਆ ॥
ଏବେ ମୁଁ କିପରି ଜନ୍ମ ମରଣ ଚକ୍ରରେ ପଡିବି?
ਮਰਿ ਮਰਿ ਜਾਤੇ ਜਿਨ ਰਾਮੁ ਨ ਜਾਨਿਆ ॥੧॥ ਰਹਾਉ ॥
ମୋର ମନ ମୃତ୍ୟୁକୁ ବଶ କରିଅଛି, ଯିଏ ରାମଙ୍କୁ ଜାଣେ ନାହିଁ, ସେ ବାରମ୍ବାର ଜନ୍ମ ମରଣ ଚକ୍ରରେ ପଡିଥାଏ ॥1॥ରୁହ॥
ਮਰਨੋ ਮਰਨੁ ਕਹੈ ਸਭੁ ਕੋਈ ॥
ଦୁନିଆର ପ୍ରତ୍ୟେକ ପ୍ରାଣୀ ମୃତ୍ୟୁ ମୃତ୍ୟୁ କହୁଛନ୍ତି,
ਸਹਜੇ ਮਰੈ ਅਮਰੁ ਹੋਇ ਸੋਈ ॥੨॥
କେବଳ ସେହି (ମନୁଷ୍ୟ) ଅମର ହୋଇଥାଏ, ଯିଏ ଜ୍ଞାନ ସହିତ ମରିଥାଏ ॥2॥
ਕਹੁ ਕਬੀਰ ਮਨਿ ਭਇਆ ਅਨੰਦਾ ॥
ହେ କବୀର! ମୋର ମନରେ ଆନନ୍ଦ ଉତ୍ପନ୍ନ ହୋଇଯାଇଛି।
ਗਇਆ ਭਰਮੁ ਰਹਿਆ ਪਰਮਾਨੰਦਾ ॥੩॥੨੦॥
ମୋର ଭ୍ରମ ନାଶ ହୋଇଯାଇଛି ଆଉ ହୃଦୟରେ ପରମାନନ୍ଦ ସ୍ଥିତ ଅଛନ୍ତି ॥3॥20॥
ਗਉੜੀ ਕਬੀਰ ਜੀ ॥
ଗଉଡି କବୀର ଜୀ ॥
ਕਤ ਨਹੀ ਠਉਰ ਮੂਲੁ ਕਤ ਲਾਵਉ ॥
ଏହି ଶରୀରରେ କୌଣସି ବିଶେଷ ସ୍ଥାନ ମିଳେନାହିଁ, ଯେଉଁଠି ଆତ୍ମାକୁ ପୀଡା ହୋଇଥାଏ, ତାହାହେଲେ ମୁଁ ଔଷଧ କେଉଁଠି ବ୍ୟବହାର କରିବି?
ਖੋਜਤ ਤਨ ਮਹਿ ਠਉਰ ਨ ਪਾਵਉ ॥੧॥
ମୁଁ ନିଜ ଶରୀରର ସନ୍ଧାନ କରିଅଛି, ପରନ୍ତୁ, ମୋତେ ଏପରି କୌଣସି ସ୍ଥାନ ମିଳିନାହିଁ॥1॥
ਲਾਗੀ ਹੋਇ ਸੁ ਜਾਨੈ ਪੀਰ ॥
ଯାହାକୁ ପୀଡା ଅନୁଭବ ହୋଇଛି, ସେ ତାହା ଜାଣିଥାଏ।
ਰਾਮ ਭਗਤਿ ਅਨੀਆਲੇ ਤੀਰ ॥੧॥ ਰਹਾਉ ॥
ରାମଙ୍କ ଭକ୍ତିର ବାଣ ବଡ ତୀକ୍ଷଣ ଅଟେ॥1॥ରୁହ॥
ਏਕ ਭਾਇ ਦੇਖਉ ਸਭ ਨਾਰੀ ॥
ମୁଁ ସମସ୍ତ ନାରୀ (ଜୀବ-ସ୍ତ୍ରୀକୁ) ଏକ ଦୃଷ୍ଟିରେ ଦେଖିଥାଏ
ਕਿਆ ਜਾਨਉ ਸਹ ਕਉਨ ਪਿਆਰੀ ॥੨॥
ପରନ୍ତୁ, ମୁଁ କିପରି ଜାଣିବି ଯେ କେଉଁ ନାରୀ (ଜୀବ-ସ୍ତ୍ରୀ) ପତି-ପ୍ରଭୁଙ୍କ ପ୍ରିୟା ଅଟେ ॥2॥
ਕਹੁ ਕਬੀਰ ਜਾ ਕੈ ਮਸਤਕਿ ਭਾਗੁ ॥
ହେ କବୀର! ଯେଉଁ ନାରୀ (ଜୀବ-ସ୍ତ୍ରୀ) କପାଳରେ ଶୁଭ ଭାଗ୍ୟ ଅଛି,
ਸਭ ਪਰਹਰਿ ਤਾ ਕਉ ਮਿਲੈ ਸੁਹਾਗੁ ॥੩॥੨੧॥
ପତି-ପ୍ରଭୁ ସବୁଙ୍କୁ ଛାଡି ତାହା ସହିତ ଆସି ମିଳନ କରିଥାନ୍ତି ॥3॥21॥