ODIA PAGE 1154

ਭੈਰਉ ਮਹਲਾ ੩ ਘਰੁ ੨
ଭୈରଉ ମହଲା 3 ଘର 2

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ। 

ਤਿਨਿ ਕਰਤੈ ਇਕੁ ਚਲਤੁ ਉਪਾਇਆ ॥
ଈଶ୍ଵର ଏକ ଲୀଳା ରଚନା କରି

ਅਨਹਦ ਬਾਣੀ ਸਬਦੁ ਸੁਣਾਇਆ ॥
ଅନାହତ ବାଣୀକୁ ଶବ୍ଦ ରୂପରେ ଶୁଣାଇଛନ୍ତି।

ਮਨਮੁਖਿ ਭੂਲੇ ਗੁਰਮੁਖਿ ਬੁਝਾਇਆ ॥
ମନମୁଖୀ ଜୀବ ଶୁଣି ମଧ୍ୟ ଧ୍ୟାନ ଦିଏନାହିଁ, କିନ୍ତୁ ଗୁରୁମୁଖୀ ରହସ୍ୟ ବୁଝି ନେଇଥାଏ ଯେ 

ਕਾਰਣੁ ਕਰਤਾ ਕਰਦਾ ਆਇਆ ॥੧॥
ପ୍ରଭୁ ସ୍ଵୟଂ ହିଁ କର୍ତ୍ତା ଅଟନ୍ତି ଆଉ ସୃଷ୍ଟି କରି ଚାଲିଥାନ୍ତି||1||

ਗੁਰ ਕਾ ਸਬਦੁ ਮੇਰੈ ਅੰਤਰਿ ਧਿਆਨੁ ॥
ମୋର ମନରେ ଗୁରୁ ଉପଦେଶ ପ୍ରତି ହିଁ ଧ୍ୟାନ ରହିଛି ଏବଂ 

ਹਉ ਕਬਹੁ ਨ ਛੋਡਉ ਹਰਿ ਕਾ ਨਾਮੁ ॥੧॥ ਰਹਾਉ ॥
ହରିନାମ ସ୍ମରଣକୁ କଦାପି ତ୍ୟାଗ କରି ପାରିବି ନାହିଁ॥1॥ରୁହ॥ 

ਪਿਤਾ ਪ੍ਰਹਲਾਦੁ ਪੜਣ ਪਠਾਇਆ ॥
ପିତା ହିରଣ୍ୟକାଶ୍ୟପୁ ପ୍ରହଲାଦକୁ ପଢିବା ପାଇଁ ପାଠଶାଳା ପଠାଇଲେ ଏବଂ 

ਲੈ ਪਾਟੀ ਪਾਧੇ ਕੈ ਆਇਆ ॥
ସେ ପଟା ନେଇ ଶିକ୍ଷକ ପାଖକୁ ଆସିଥିଲେ। 

ਨਾਮ ਬਿਨਾ ਨਹ ਪੜਉ ਅਚਾਰ ॥
ସେ ଆଗ୍ରହ କରିଲେ ଯେ ପ୍ରଭୁ-ନାମ ବିନା ଅନ୍ୟ କିଛି ପଢିବେ ନାହିଁ,  

ਮੇਰੀ ਪਟੀਆ ਲਿਖਿ ਦੇਹੁ ਗੋਬਿੰਦ ਮੁਰਾਰਿ ॥੨॥
ଏଣୁ ପଟାରେ ଈଶ୍ଵରଙ୍କ ନାମ ଲେଖିଦିଅ||2||

ਪੁਤ੍ਰ ਪ੍ਰਹਿਲਾਦ ਸਿਉ ਕਹਿਆ ਮਾਇ ॥
ମା’ ପୁତ୍ର ପ୍ରହଲାଦକୁ କହିଲେ,

ਪਰਵਿਰਤਿ ਨ ਪੜਹੁ ਰਹੀ ਸਮਝਾਇ ॥
ତୁମେ ଅନ୍ୟ ରୀତିରେ ପଡ ନାହିଁ, ଶିକ୍ଷକ କହିବା ମାନି ନିଅ।

ਨਿਰਭਉ ਦਾਤਾ ਹਰਿ ਜੀਉ ਮੇਰੈ ਨਾਲਿ ॥
ପ୍ରହଲାଦ ଉତ୍ତର ଦେଲେ, ‘ ପ୍ରେମସ୍ଵରୂପ, ସବୁଙ୍କୁ ଦେବା ବାଲା ଈଶ୍ଵର ମୋର ସାଥିରେ ଅଛନ୍ତି’, 

ਜੇ ਹਰਿ ਛੋਡਉ ਤਉ ਕੁਲਿ ਲਾਗੈ ਗਾਲਿ ॥੩॥
ଯଦି ତାହାଙ୍କୁ ତ୍ୟାଗ କରିବି, ସଂପୂର୍ଣ୍ଣ କୁଳକୁ ଦାଗ ଲାଗିଯିବ||3||

ਪ੍ਰਹਲਾਦਿ ਸਭਿ ਚਾਟੜੇ ਵਿਗਾਰੇ ॥
ଶିକ୍ଷକ ପିତାଙ୍କ ନିକଟରେ ଅଭିଯୋଗ କଲେ ଯେ ପ୍ରହଲାଦ ସବୁ ସହପାଠୀଙ୍କୁ ବିଗାଡି ଦେଇଛି ଏବଂ

ਹਮਾਰਾ ਕਹਿਆ ਨ ਸੁਣੈ ਆਪਣੇ ਕਾਰਜ ਸਵਾਰੇ ॥
ଆମ କହିବା କଥା ମାନୁ ନାହିଁ, ଏଣୁ ନିଜ କାର୍ଯ୍ୟ (ଭକ୍ତି) କରୁଅଛି। 

ਸਭ ਨਗਰੀ ਮਹਿ ਭਗਤਿ ਦ੍ਰਿੜਾਈ ॥
ସଂପୂର୍ଣ୍ଣ ନଗରରେ ଭକ୍ତିର କଥା କରୁଅଛି ଏବଂ 

ਦੁਸਟ ਸਭਾ ਕਾ ਕਿਛੁ ਨ ਵਸਾਈ ॥੪॥
ତାହା ଉପରେ କୌଣସି ପ୍ରଭାବ ପଡୁ ନାହିଁ||4||

ਸੰਡੈ ਮਰਕੈ ਕੀਈ ਪੂਕਾਰ ॥
ଶିକ୍ଷକ ଷଣ୍ଡ ଏବଂ ଅମରକ ରାଜା ହିରଣ୍ୟକାଶ୍ୟପୁ ଅଭିଯୋଗ କରିଛନ୍ତି ଯେ 

ਸਭੇ ਦੈਤ ਰਹੇ ਝਖ ਮਾਰਿ ॥
ସବୁ ଦୈତ୍ୟ ସମୟ ନିରର୍ଥକ ଭାବରେ ବରବାଦ କରୁଛନ୍ତି। 

ਭਗਤ ਜਨਾ ਕੀ ਪਤਿ ਰਾਖੈ ਸੋਈ ॥
ଯେତେବେଳେ ଭକ୍ତର ପ୍ରତିଷ୍ଠା ଓ ପ୍ରାଣ ସ୍ଵୟଂ ଈଶ୍ଵର ରକ୍ଷା କରିଥାନ୍ତି,

ਕੀਤੇ ਕੈ ਕਹਿਐ ਕਿਆ ਹੋਈ ॥੫॥
ତାହାଙ୍କ ଦ୍ଵାରା ଉତ୍ପନ୍ନ ହୋଇଥିବା ଜୀବର କୌଣସି ବଳ ନଥାଏ||5||

ਕਿਰਤ ਸੰਜੋਗੀ ਦੈਤਿ ਰਾਜੁ ਚਲਾਇਆ ॥
କର୍ମ ସଂଯୋଗରୁ ଦୈତ୍ୟ ଶାସନ କରିବାକୁ ଲାଗିଲା,

ਹਰਿ ਨ ਬੂਝੈ ਤਿਨਿ ਆਪਿ ਭੁਲਾਇਆ ॥
ସେ ଈଶ୍ଵରଙ୍କ ରହସ୍ୟକୁ ବୁଝିଲା ନାହିଁ ଏବଂ ଈଶ୍ଵର ସ୍ଵୟଂ ହିଁ ତାହାକୁ ଭୁଲାଇ ଦେଇଛନ୍ତି। 

ਪੁਤ੍ਰ ਪ੍ਰਹਲਾਦ ਸਿਉ ਵਾਦੁ ਰਚਾਇਆ ॥
ସେ ନିଜ ପୁତ୍ର ପ୍ରହଲାଦ ସହିତ ଝଗଡା କରିବାକୁ ଲାଗିଲା,

ਅੰਧਾ ਨ ਬੂਝੈ ਕਾਲੁ ਨੇੜੈ ਆਇਆ ॥੬॥
କିନ୍ତୁ ଅନ୍ଧ ଦୈତ୍ୟ ଏହା ବୁଝିଲା ନାହିଁ ଯେ ମୃତ୍ୟୁ ତାହାର ନିକଟ ହେଉଛି||6||

ਪ੍ਰਹਲਾਦੁ ਕੋਠੇ ਵਿਚਿ ਰਾਖਿਆ ਬਾਰਿ ਦੀਆ ਤਾਲਾ ॥
ପୁଣି ପ୍ରହଳଦକୁ କୋଠରିରେ ବନ୍ଦ କରି ତାଲା ପକାଇ ଦିଆଗଲା। 

ਨਿਰਭਉ ਬਾਲਕੁ ਮੂਲਿ ਨ ਡਰਈ ਮੇਰੈ ਅੰਤਰਿ ਗੁਰ ਗੋਪਾਲਾ ॥
ନିର୍ଭୀକ ବାଳକ ମାନିଲା ଯେ ଈଶ୍ଵର ଅନ୍ତର୍ମନରେ ହିଁ ଅଛନ୍ତି, ଏଥିପାଇଁ ସେ ଆଦୌ ଡରିଲା ନାହିଁ।

ਕੀਤਾ ਹੋਵੈ ਸਰੀਕੀ ਕਰੈ ਅਨਹੋਦਾ ਨਾਉ ਧਰਾਇਆ ॥
ଈଶ୍ଵରଙ୍କ ଦ୍ଵାରା ସୃଷ୍ଟ ଜୀବ ଈଶ୍ଵରଙ୍କ ସମକକ୍ଷ ଭାବିଥାଏ, ତାହାହେଲେ 

ਜੋ ਧੁਰਿ ਲਿਖਿਆ ਸੋੁ ਆਇ ਪਹੁਤਾ ਜਨ ਸਿਉ ਵਾਦੁ ਰਚਾਇਆ ॥੭॥
କର୍ମ ଫଳ ଅବଶ୍ୟ ପାଇବ, ଏଣୁ ଭକ୍ତ ପ୍ରହଲାଦ ସହିତ ଦୈତ୍ୟ ଝଗଡା କରିନେଲା||7||

ਪਿਤਾ ਪ੍ਰਹਲਾਦ ਸਿਉ ਗੁਰਜ ਉਠਾਈ ॥
ପିତା ପୁତ୍ରର ବଧ କରିବା ପାଇଁ ଗଦା ଉଠାଇଲା ଏବଂ 

ਕਹਾਂ ਤੁਮ੍ਹ੍ਹਾਰਾ ਜਗਦੀਸ ਗੁਸਾਈ ॥
ଚିତ୍କାର କରି କହିଲା, ” ତୁମର ଜଗଦୀଶ କେଉଁଠି ଅଛନ୍ତି?”

ਜਗਜੀਵਨੁ ਦਾਤਾ ਅੰਤਿ ਸਖਾਈ ॥
ପ୍ରହଲାଦ ପ୍ରତ୍ୟୁତ୍ତର ଦେଲା,” ସଂସାରର ଜୀବନ ଦାତା ଅନ୍ତ ପର୍ଯ୍ୟନ୍ତ ମୋର ସହାୟକ ଏବଂ 

ਜਹ ਦੇਖਾ ਤਹ ਰਹਿਆ ਸਮਾਈ ॥੮॥
ମୁଁ ଯେଉଁଠି ଦେଖିଥାଏ, ସେଠାରେ ବ୍ୟାପ୍ତ ଅଛନ୍ତି”||8||

ਥੰਮ੍ਹ੍ਹੁ ਉਪਾੜਿ ਹਰਿ ਆਪੁ ਦਿਖਾਇਆ ॥
ତତକ୍ଷଣ ସ୍ତମ୍ଭ ଫାଡି ନୃସିଂହ ରୂପରେ ସ୍ଵୟଂ ଈଶ୍ଵର ଉଭା ହେଲେ ଏବଂ 

ਅਹੰਕਾਰੀ ਦੈਤੁ ਮਾਰਿ ਪਚਾਇਆ ॥
ଅହଙ୍କାରୀ ରାକ୍ଷସକୁ ମୃତ୍ୟୁ ଦଣ୍ଡ ଦେଲେ। 

ਭਗਤਾ ਮਨਿ ਆਨੰਦੁ ਵਜੀ ਵਧਾਈ ॥
ଏହିପରି ଭକ୍ତର ମନରେ ଆନନ୍ଦ ଆସିଗଲା ଏବଂ 

ਅਪਨੇ ਸੇਵਕ ਕਉ ਦੇ ਵਡਿਆਈ ॥੯॥
ନିଜ ସେବକକୁ ସେ ବଡିମା ପ୍ରଦାନ କରିଲେ||9||

ਜੰਮਣੁ ਮਰਣਾ ਮੋਹੁ ਉਪਾਇਆ ॥
ଜନ୍ମ, ମରଣ, ମୋହ ସବୁ ଈଶ୍ଵର ହିଁ ଉତ୍ପନ୍ନ କରିଛନ୍ତି ଆଉ 

ਆਵਣੁ ਜਾਣਾ ਕਰਤੈ ਲਿਖਿ ਪਾਇਆ ॥
ଜନ୍ମ-ମରଣର ଲେଖା ଲେଖି ଦେଇଛନ୍ତି।

ਪ੍ਰਹਲਾਦ ਕੈ ਕਾਰਜਿ ਹਰਿ ਆਪੁ ਦਿਖਾਇਆ ॥
ଭକ୍ତ ପ୍ରହଲାଦର କାର୍ଯ୍ୟ ପାଇଁ ଭଗବାନ ସ୍ଵୟଂକୁ ପ୍ରକଟ କରିଲେ ଏବଂ 

ਭਗਤਾ ਕਾ ਬੋਲੁ ਆਗੈ ਆਇਆ ॥੧੦॥
ଭକ୍ତର ବଚନ ପୁରା ହେଲା||10||

ਦੇਵ ਕੁਲੀ ਲਖਿਮੀ ਕਉ ਕਰਹਿ ਜੈਕਾਰੁ ॥
ପୁଣି ସବୁ ଦେବତା ଲକ୍ଷ୍ମୀଙ୍କ ବନ୍ଦନା କରି ବିନତି କରିଲେ,

ਮਾਤਾ ਨਰਸਿੰਘ ਕਾ ਰੂਪੁ ਨਿਵਾਰੁ ॥
ହେ ମାତା!  ଭଗବାନଙ୍କୁ ନୃସିଂହ ରୂପ ତ୍ୟାଗ କରିବାକୁ କୁହ।

ਲਖਿਮੀ ਭਉ ਕਰੈ ਨ ਸਾਕੈ ਜਾਇ ॥
କିନ୍ତୁ ଲକ୍ଷ୍ମୀ ମଧ୍ୟ ଡରି ଡରି ତାହାଙ୍କ ପାଖକୁ ଯାଇ ପାରିଲେ ନାହିଁ। 

error: Content is protected !!