ਤਨੁ ਮਨੁ ਅਰਪੇ ਸਤਿਗੁਰ ਸਰਣਾਈ ॥
ସେ ନିଜ ମନ ତନ ସଦଗୁରୁଙ୍କୁ ଅର୍ପଣ କରିଦେଇଥାଏ ଆଉ ତାହାଙ୍କ ଆଶ୍ରୟ ନେଇଥାଏ।
ਹਿਰਦੈ ਨਾਮੁ ਵਡੀ ਵਡਿਆਈ ॥
ତାହାର ବଡ ମହାନତା ଏହା ଯେ ତାହାର ହୃଦୟରେ ହରିଙ୍କ ନାମ ବିଦ୍ୟମାନ ଅଛି।
ਸਦਾ ਪ੍ਰੀਤਮੁ ਪ੍ਰਭੁ ਹੋਇ ਸਖਾਈ ॥੧॥
ପ୍ରିୟତମ ପ୍ରଭୁ ସର୍ବଦା ତାହର ସଖା-ସହାୟକ ରହିଥାନ୍ତି॥1॥
ਸੋ ਲਾਲਾ ਜੀਵਤੁ ਮਰੈ ॥
ହେ ବନ୍ଧୁ! କେବଳ ସେ ପ୍ରଭୁଙ୍କ ସେବକ ଅଟେ ଯିଏ ସାଂସାରିକ କାର୍ଯ୍ୟ କରିଥାଏ ଓ ବାସନାରେ ନିର୍ଲିପ୍ତ ରହିଥାଏ
ਸੋਗੁ ਹਰਖੁ ਦੁਇ ਸਮ ਕਰਿ ਜਾਣੈ ਗੁਰ ਪਰਸਾਦੀ ਸਬਦਿ ਉਧਰੈ ॥੧॥ ਰਹਾਉ ॥
ସେ ସୁଖ ଦୁଃଖ ଦୁଇଟିକୁ ଏକ ସମାନ ଭାବିଥାଏ ଆଉ ଗୁରୁଙ୍କ କୃପାରୁ ଶବ୍ଦ ଦ୍ଵାରା ତାହାର ଉଦ୍ଧାର ହୋଇଯାଏ ॥1॥ରୁହ॥
ਕਰਣੀ ਕਾਰ ਧੁਰਹੁ ਫੁਰਮਾਈ ॥
ପରମାତ୍ମା ଆରମ୍ଭରୁ ହିଁ ଜୀବଙ୍କୁ ଶୁଭ କର୍ମ କରିବା ପାଇଁ ହୁକୁମ ଦେଇଛନ୍ତି।
ਬਿਨੁ ਸਬਦੈ ਕੋ ਥਾਇ ਨ ਪਾਈ ॥
ଶବ୍ଦ ସାଧନା ବିନା ଜୀବନ ସଫଳ ହୁଏନାହିଁ।
ਕਰਣੀ ਕੀਰਤਿ ਨਾਮੁ ਵਸਾਈ ॥
ପ୍ରଭୁଙ୍କ ଯଶୋଗାନ କରିବା ଦ୍ଵାରା ନାମ ଜୀବ ମନରେ ବାସ କରିଥାଏ।
ਆਪੇ ਦੇਵੈ ਢਿਲ ਨ ਪਾਈ ॥੨॥
ଇଶ୍ଵର ସ୍ଵୟଂ ଯଶୋଗାନର ଦାନ ପ୍ରଦାନ କରିଛନ୍ତି ଆଉ ବିଳମ୍ବ କରନ୍ତି ନାହିଁ ॥2॥
ਮਨਮੁਖਿ ਭਰਮਿ ਭੁਲੈ ਸੰਸਾਰੁ ॥
ସ୍ଵେଛାଚାରୀ ମନୁଷ୍ୟ ମାୟାର ଦ୍ଵିଧାରେ ଫସି ଜଗତରେ କୁମାର୍ଗଗାମୀ ହୋଇଯାଏ।
ਬਿਨੁ ਰਾਸੀ ਕੂੜਾ ਕਰੇ ਵਾਪਾਰੁ ॥
ନାମ ପୁଞ୍ଜି ବିନା ସେ ମିଥ୍ୟା ବ୍ୟାପାର କରିଥାଏ।
ਵਿਣੁ ਰਾਸੀ ਵਖਰੁ ਪਲੈ ਨ ਪਾਇ ॥
ନାମ ପୁଞ୍ଜି ବିନା ସଉଦା ପ୍ରାପ୍ତ ହୁଏନାହିଁ।
ਮਨਮੁਖਿ ਭੁਲਾ ਜਨਮੁ ਗਵਾਇ ॥੩॥
ଦ୍ଵିଧାରେ ପଡିଥିବା ମନମୁଖୀ ବ୍ୟକ୍ତି ଏହିପରି ନିଜ ଜୀବନ ବ୍ୟର୍ଥରେ ହରାଇଥାଏ ॥3॥
ਸਤਿਗੁਰੁ ਸੇਵੇ ਸੁ ਲਾਲਾ ਹੋਇ ॥
ଯେଉଁ ମନୁଷ୍ୟ ସଦଗୁରୁଙ୍କ ସେବା କରିଥାଏ, ସେ ପ୍ରଭୁଙ୍କ ସେବକ ହୋଇଥାଏ।
ਊਤਮ ਜਾਤੀ ਊਤਮੁ ਸੋਇ ॥
ତାହାର ଜାତି ଉତାମ ଅଟେ ଏବଂ ମାନ ପ୍ରତିଷ୍ଠା ମଧ୍ୟ ଉତ୍ତମ ଅଟେ।
ਗੁਰ ਪਉੜੀ ਸਭ ਦੂ ਊਚਾ ਹੋਇ ॥
ଗୁରୁଙ୍କ ସିଢିର ଆଶ୍ରୟ ନେଇ ସେ ସର୍ବୋତ୍ତମ ବନିଯାଏ।
ਨਾਨਕ ਨਾਮਿ ਵਡਾਈ ਹੋਇ ॥੪॥੭॥੪੬॥
ହେ ନାନକ! ଈଶ୍ଵରଙ୍କ ନାମ ସ୍ମରଣ ଦ୍ଵାରା ପ୍ରଶଂସା ମିଳିଥାଏ ॥4॥7॥46॥
ਆਸਾ ਮਹਲਾ ੩ ॥
ଆଶା ମହଲା 3॥
ਮਨਮੁਖਿ ਝੂਠੋ ਝੂਠੁ ਕਮਾਵੈ ॥
ସ୍ଵେଛାଚାରୀ ଜୀବାତ୍ମା କେବଳ ମିଥ୍ୟା ଆଚରଣ କରିଥାଏ।
ਖਸਮੈ ਕਾ ਮਹਲੁ ਕਦੇ ਨ ਪਾਵੈ ॥
ଏଥିପାଇଁ ତାହାକୁ ପରମେଶ୍ଵରଙ୍କ ମହଲ କଦାପି ପ୍ରାପ୍ତ ହୁଏନାହିଁ
ਦੂਜੈ ਲਗੀ ਭਰਮਿ ਭੁਲਾਵੈ ॥
ମୋହ ମାୟାରେ ଫସି ସେ ଦ୍ଵିଧାରେ ପଥଭ୍ରଷ୍ଟ ରହିଥାଏ।
ਮਮਤਾ ਬਾਧਾ ਆਵੈ ਜਾਵੈ ॥੧॥
ମୋହ ମମତାରେ ଫସିଥିବା ସେ ଜନ୍ମ ମରଣ ଚକ୍ରରେ ପଡି ଥାଏ॥1॥
ਦੋਹਾਗਣੀ ਕਾ ਮਨ ਦੇਖੁ ਸੀਗਾਰੁ ॥
ହେ ମନ! ପରିତ୍ୟକ୍ତ ନାରୀର ହାର ଶୃଙ୍ଗାର ଦେଖ।
ਪੁਤ੍ਰ ਕਲਤਿ ਧਨਿ ਮਾਇਆ ਚਿਤੁ ਲਾਏ ਝੂਠੁ ਮੋਹੁ ਪਾਖੰਡ ਵਿਕਾਰੁ ॥੧॥ ਰਹਾਉ ॥
ଯିଏ ପୁତ୍ର, ସ୍ତ୍ରୀ ଏବଂ ମାୟା-ଧନରେ ଚିତ୍ତ ଲଗାଇ ଥାଏ, ସେ ମିଥ୍ୟା, ମୋହ, ପ୍ରବଞ୍ଚନା ଏବଂ ବିକାରରେ ହିଁ ଫସି ରହିଥାଏ ॥1॥ରୁହ॥
ਸਦਾ ਸੋਹਾਗਣਿ ਜੋ ਪ੍ਰਭ ਭਾਵੈ ॥
ଯେଉଁ ଜୀବାତ୍ମା ପ୍ରଭୁଙ୍କୁ ଭଲ ଲାଗିଥାଏ, ସେ ସଦା ସୌଭାଗ୍ୟଶାଳିନୀ ହୋଇଥାଏ।
ਗੁਰ ਸਬਦੀ ਸੀਗਾਰੁ ਬਣਾਵੈ ॥
ଗୁରୁଙ୍କ ଶବ୍ଦକୁ ସେ ନିଜର ହାର-ଶୃଙ୍ଗାର ବନାଇ ଥାଏ।
ਸੇਜ ਸੁਖਾਲੀ ਅਨਦਿਨੁ ਹਰਿ ਰਾਵੈ ॥
ତାହାର ଶେଯ ସୁଖଦାୟକ ଅଟେ ଆଉ ସର୍ବଦା ସେ ନିଜ ପ୍ରଭୁ-ପତିଙ୍କ ସହିତ ରମଣ କରିଥାଏ
ਮਿਲਿ ਪ੍ਰੀਤਮ ਸਦਾ ਸੁਖੁ ਪਾਵੈ ॥੨॥
ନିଜର ପ୍ରିୟତମ ପ୍ରଭୁଙ୍କ ସହିତ ମିଶି ସେ ସର୍ବଦା ସୁଖ ପାଇଥାଏ ॥2॥
ਸਾ ਸੋਹਾਗਣਿ ਸਾਚੀ ਜਿਸੁ ਸਾਚਿ ਪਿਆਰੁ ॥
ସେହି ସୁହାଗିନୀ ସଚ୍ଚା ଅଟେ, ଯିଏ ସତ୍ୟସ୍ଵରୂପ ପ୍ରଭୁଙ୍କ ସହିତ ପ୍ରେମ କରିଥାଏ।
ਅਪਣਾ ਪਿਰੁ ਰਾਖੈ ਸਦਾ ਉਰ ਧਾਰਿ ॥
ନିଜ କାନ୍ତ-ପ୍ରଭୁଙ୍କୁ ସେ ସର୍ବଦା ନିଜ ଚିତ୍ତରେ ଲଗାଇ ରଖିଥାଏ।
ਨੇੜੈ ਵੇਖੈ ਸਦਾ ਹਦੂਰਿ ॥
ସେ ତାହାର ନିକଟରେ ନାହାନ୍ତି, ତଥାପି ସର୍ବଦା ପ୍ରତ୍ୟକ୍ଷ ଦେଖିଥାଏ।
ਮੇਰਾ ਪ੍ਰਭੁ ਸਰਬ ਰਹਿਆ ਭਰਪੂਰਿ ॥੩॥
ମୋର ପ୍ରଭୁ ସବୁ ଜାଗାରେ ଅଛନ୍ତି ॥3॥
ਆਗੈ ਜਾਤਿ ਰੂਪੁ ਨ ਜਾਇ ॥
ପରଲୋକକୁ ଜାତି ଏବଂ ସୌନ୍ଦର୍ଯ୍ୟ ମନୁଷ୍ୟ ସାଥିରେ ଯାଏ ନାହିଁ, ଏଣୁ,
ਤੇਹਾ ਹੋਵੈ ਜੇਹੇ ਕਰਮ ਕਮਾਇ ॥
ଯେପରି କର୍ମ ମନୁଷ୍ୟ କରିଥାଏ, ସେପରି ହିଁ ତାହାର ଜୀବନ ବନିଯାଏ।
ਸਬਦੇ ਊਚੋ ਊਚਾ ਹੋਇ ॥
ଶବ୍ଦ ଦ୍ଵାରା ମନୁଷ୍ୟ ଉଚ୍ଚ ହୋଇଯାଏ।
ਨਾਨਕ ਸਾਚਿ ਸਮਾਵੈ ਸੋਇ ॥੪॥੮॥੪੭॥
ହେ ନାନକ! ସେ ସତ୍ୟରେ ହିଁ ରହିଥାଏ ॥4॥8॥47॥
ਆਸਾ ਮਹਲਾ ੩ ॥
ଆଶା ମହଲା 3॥
ਭਗਤਿ ਰਤਾ ਜਨੁ ਸਹਜਿ ਸੁਭਾਇ ॥
ଯେଉଁ ଭକ୍ତ ପ୍ରଭୁ-ଭକ୍ତିର ରଙ୍ଗରେ ସ୍ଵାଭାବିକ ଭାବରେ ରଙ୍ଗୀନ ହୋଇଥାଏ,
ਗੁਰ ਕੈ ਭੈ ਸਾਚੈ ਸਾਚਿ ਸਮਾਇ ॥
ସେ ଗୁରୁଙ୍କ ଭୟ ଦ୍ଵାରା ନିଶ୍ଚିତ ଭାବରେ ସତ୍ୟରେ ରହିଥାଏ
ਬਿਨੁ ਗੁਰ ਪੂਰੇ ਭਗਤਿ ਨ ਹੋਇ ॥
ପୂର୍ଣ୍ଣ ଗୁରୁଙ୍କ ବିନା ପ୍ରଭୁଙ୍କ ଭକ୍ତି ହୁଏନାହିଁ ଆଉ
ਮਨਮੁਖ ਰੁੰਨੇ ਅਪਨੀ ਪਤਿ ਖੋਇ ॥੧॥
ସ୍ଵେଛାଚାରୀ ମନୁଷ୍ୟ ନିଜ ମାନ ସମ୍ମାନ ହରାଇ ବିଳାପ କରିଥାଏ ॥1॥
ਮੇਰੇ ਮਨ ਹਰਿ ਜਪਿ ਸਦਾ ਧਿਆਇ ॥
ହେ ମୋର ମନ! ସର୍ବଦା ହରିଙ୍କ ଜପ ଓ ଧ୍ୟାନ କର
ਸਦਾ ਅਨੰਦੁ ਹੋਵੈ ਦਿਨੁ ਰਾਤੀ ਜੋ ਇਛੈ ਸੋਈ ਫਲੁ ਪਾਇ ॥੧॥ ਰਹਾਉ ॥
ପୁଣି ତୋତେ ସଦା ଆନନ୍ଦ ମିଳିବ, ଇଚ୍ଛା ଅନୁସାରେ ଫଳ ମିଳିବ ॥1॥ରୁହ॥
ਗੁਰ ਪੂਰੇ ਤੇ ਪੂਰਾ ਪਾਏ ॥
ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ପୂର୍ଣ୍ଣ ଗୁଣଦାତା ପ୍ରଭୁ ପ୍ରାପ୍ତ ହୋଇଥାଏ।
ਹਿਰਦੈ ਸਬਦੁ ਸਚੁ ਨਾਮੁ ਵਸਾਏ ॥
ତାହାର ହୃଦୟରେ ଗୁରୁଙ୍କ ଶବ୍ଦ ଆଉ ସତ୍ୟନାମ ବାସ କରିଥାଏ।
ਅੰਤਰੁ ਨਿਰਮਲੁ ਅੰਮ੍ਰਿਤ ਸਰਿ ਨਾਏ ॥
ଯେଉଁ ମନୁଷ୍ୟ ଅମୃତ ସରୋବରରେ ସ୍ନାନ କରିଥାଏ, ତାହାର ହୃଦୟ ପବିତ୍ର ହୋଇଯାଏ।
ਸਦਾ ਸੂਚੇ ਸਾਚਿ ਸਮਾਏ ॥੨॥
ସର୍ବଦା ପବିତ୍ର ହେବା କାରଣରୁ ସେ ଅତ୍ୟରେ ଲୀନ ହୋଇଯାଏ ॥2॥
ਹਰਿ ਪ੍ਰਭੁ ਵੇਖੈ ਸਦਾ ਹਜੂਰਿ ॥
ହରି ପ୍ରଭୁ ଜୀବଙ୍କୁ ସର୍ବଦା ଦେଖିଥାନ୍ତି।
ਗੁਰ ਪਰਸਾਦਿ ਰਹਿਆ ਭਰਪੂਰਿ ॥
ଗୁରୁଙ୍କ ଦୟାରୁ ଜୀବ ପ୍ରଭୁଙ୍କୁ ସର୍ବବ୍ୟାପକ ପାଇଥାଏ।
ਜਹਾ ਜਾਉ ਤਹ ਵੇਖਾ ਸੋਇ ॥
ସବୁଆଡେ ପ୍ରଭୁଙ୍କୁ ଦେଖୁଥାଏ।
ਗੁਰ ਬਿਨੁ ਦਾਤਾ ਅਵਰੁ ਨ ਕੋਇ ॥੩॥
ଗୁରୁଙ୍କ ବିନା ଅନ୍ୟ କୌଣସି ଦାତା ନାହାନ୍ତି ॥3॥
ਗੁਰੁ ਸਾਗਰੁ ਪੂਰਾ ਭੰਡਾਰ ॥
ଗୁରୁ ସାଗର ଅଟନ୍ତି, ତାହାର ପୂର୍ଣ୍ଣ ଭଣ୍ଡାର
ਊਤਮ ਰਤਨ ਜਵਾਹਰ ਅਪਾਰ ॥
ଅପାର ଏବଂ ବହୁମୂଲ୍ୟ ରତ୍ନ ଏବଂ ହୀରାରେ ଭରପୁର ଅଟେ।
ਗੁਰ ਪਰਸਾਦੀ ਦੇਵਣਹਾਰੁ ॥
ଗୁରୁଙ୍କ କୃପାରୁ ହିଁ ଜୀବଙ୍କୁ ପ୍ରଭୁ ଦାନ ଦିଅନ୍ତି।
ਨਾਨਕ ਬਖਸੇ ਬਖਸਣਹਾਰੁ ॥੪॥੯॥੪੮॥
ହେ ନାନକ! କ୍ଷମାଶୀଳ ପରମାତ୍ମା ଜୀବଙ୍କୁ କ୍ଷମା କରି ଦିଅନ୍ତି ॥4॥6॥48॥
ਆਸਾ ਮਹਲਾ ੩ ॥
ଆଶା ମହଲା 3॥
ਗੁਰੁ ਸਾਇਰੁ ਸਤਿਗੁਰੁ ਸਚੁ ਸੋਇ ॥
ଗୁରୁ ହିଁ ଗୁଣର ସାଗର ଅଟନ୍ତି ଆଉ ସେ ସଚ୍ଚା ପ୍ରଭୁ ସ୍ଵୟଂ ହିଁ ସଦଗୁରୁ ଅଟନ୍ତି।
ਪੂਰੈ ਭਾਗਿ ਗੁਰ ਸੇਵਾ ਹੋਇ ॥
ପୂର୍ଣ୍ଣ ଭାଗ୍ୟରୁ ହିଁ ଗୁରୁଙ୍କ ସେବା ହୋଇଥାଏ।