ਸੋ ਬੂਝੈ ਜਿਸੁ ਆਪਿ ਬੁਝਾਏ ॥
ଯେଉଁ ଇଶ୍ଵର ଜ୍ଞାନ ପ୍ରଦାନ କରିଥାନ୍ତି, କେବଳ ସେହି ମନୁଷ୍ୟ ଏହି ଭେଦକୁ ବୁଝିଥାଏ।
ਗੁਰ ਪਰਸਾਦੀ ਸੇਵ ਕਰਾਏ ॥੧॥
ଗୁରୁଙ୍କ କୃପାରୁ ହିଁ ମନୁଷ୍ୟ ପ୍ରଭୁଙ୍କ ସେବା ଭକ୍ତି କରିଥାଏ ॥1॥
ਗਿਆਨ ਰਤਨਿ ਸਭ ਸੋਝੀ ਹੋਇ ॥
ଗୁରୁଙ୍କ ପ୍ରଦତ୍ତ ଜ୍ଞାନ ରତ୍ନ ଦ୍ଵାରା ହିଁ ମନୁଷ୍ୟକୁ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇଥାଏ।
ਗੁਰ ਪਰਸਾਦਿ ਅਗਿਆਨੁ ਬਿਨਾਸੈ ਅਨਦਿਨੁ ਜਾਗੈ ਵੇਖੈ ਸਚੁ ਸੋਇ ॥੧॥ ਰਹਾਉ ॥
ଗୁରୁଙ୍କ ପ୍ରସାଦରୁ ଅଜ୍ଞାନତା ନାଶ ହୋଇଯାଏ, ମନୁଷ୍ୟ ସର୍ବଦା ସତର୍କ ରହିଥାଏ ଆଉ ସତ୍ୟ ପ୍ରଭୁଙ୍କୁ ଦେଖିଥାଏ ॥1॥ରୁହ॥
ਮੋਹੁ ਗੁਮਾਨੁ ਗੁਰ ਸਬਦਿ ਜਲਾਏ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ମୋହ ଏବଂ ଅଭିମାନ ଜଳିଯାଏ ଆଉ
ਪੂਰੇ ਗੁਰ ਤੇ ਸੋਝੀ ਪਾਏ ॥
ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ମନୁଷ୍ୟକୁ ଜ୍ଞାନ ପ୍ରାପ୍ତ ହୋଇଥାଏ।
ਅੰਤਰਿ ਮਹਲੁ ਗੁਰ ਸਬਦਿ ਪਛਾਣੈ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ମନୁଷ୍ୟ ନିଜ ଅନ୍ତର୍ମନରେ ଆତ୍ମସ୍ଵରୂପକୁ ଜାଣିଥାଏ,
ਆਵਣ ਜਾਣੁ ਰਹੈ ਥਿਰੁ ਨਾਮਿ ਸਮਾਣੇ ॥੨॥
ତାହାର ଜନ୍ମ ମରଣ ଚକ୍ର ଦୂର ହୋଇଯାଏ, ସେ ସ୍ଥିର ଚିତ୍ତ ହୋଇ ପ୍ରଭୁଙ୍କ ନାମରେ ରହିଥାଏ ॥2॥
ਜੰਮਣੁ ਮਰਣਾ ਹੈ ਸੰਸਾਰੁ ॥
ଏହି ସଂସାର ଜନ୍ମ ମରଣ ହିଁ ଅଟେ, ପରନ୍ତୁ
ਮਨਮੁਖੁ ਅਚੇਤੁ ਮਾਇਆ ਮੋਹੁ ਗੁਬਾਰੁ ॥
ସ୍ଵେଛାଚାରୀ ମୂର୍ଖ ମନୁଷ୍ୟ ମାୟା ମୋହର ଅନ୍ଧକାରରେ ଫସି ରହିଥାଏ
ਪਰ ਨਿੰਦਾ ਬਹੁ ਕੂੜੁ ਕਮਾਵੈ ॥
ଏପରି ସ୍ଵେଛାଚାରୀ ମନୁଷ୍ୟ ଅନ୍ୟର ନିନ୍ଦା କରି ସବୁ ପ୍ରକାର ମିଥ୍ୟା ଆଚରଣ କରିଥାଏ।
ਵਿਸਟਾ ਕਾ ਕੀੜਾ ਵਿਸਟਾ ਮਾਹਿ ਸਮਾਵੈ ॥੩॥
ସେ ବିଷ୍ଟାର କୀଡା ବନି ବିଷ୍ଟାରେ ରହିଥାଏ ॥3॥
ਸਤਸੰਗਤਿ ਮਿਲਿ ਸਭ ਸੋਝੀ ਪਾਏ ॥
ସତସଙ୍ଗତିରେ ସମ୍ମିଳିତ ହୋଇ ମନୁଷ୍ୟକୁ ପୂର୍ଣ୍ଣ ଗୁରୁ ପ୍ରାପ୍ତ ହୋଇଯାନ୍ତି।
ਗੁਰ ਕਾ ਸਬਦੁ ਹਰਿ ਭਗਤਿ ਦ੍ਰਿੜਾਏ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ଚିତ୍ତରେ ଭକ୍ତି ଦୃଢ ହୋଇଥାଏ।
ਭਾਣਾ ਮੰਨੇ ਸਦਾ ਸੁਖੁ ਹੋਇ ॥
ଯିଏ ପ୍ରଭୁଙ୍କ ଇଚ୍ଛାକୁ ମାନିଥାଏ, ସେ ସଦା ସୁଖୀ ରହିଥାଏ।
ਨਾਨਕ ਸਚਿ ਸਮਾਵੈ ਸੋਇ ॥੪॥੧੦॥੪੯॥
ହେ ନାନକ! ଏପରି ମନୁଷ୍ୟ ସତ୍ୟରେ ହିଁ ରହିଥାଏ ॥4॥10॥46॥
ਆਸਾ ਮਹਲਾ ੩ ਪੰਚਪਦੇ ॥
ଆଶା ମହଲା 3 ପଞ୍ଚପଦୀ॥
ਸਬਦਿ ਮਰੈ ਤਿਸੁ ਸਦਾ ਅਨੰਦ ॥
ଯେଉଁ ବ୍ୟକ୍ତି ପ୍ରଭୁ-ଶବ୍ଦରେ ଯୋଡି ହୋଇ ଆତ୍ମାଭିମାନକୁ ମାରି ଥାଏ, ସେ ସଦା ଆନନ୍ଦ ପ୍ରାପ୍ତ କରିଥାଏ।
ਸਤਿਗੁਰ ਭੇਟੇ ਗੁਰ ਗੋਬਿੰਦ ॥
ସେ ସଚ୍ଚା ଗୁରୁଙ୍କ ସହିତ ମିଶି ପରମାତ୍ମାଙ୍କ ସହିତ ମିଳନ କରିଥାଏ।
ਨਾ ਫਿਰਿ ਮਰੈ ਨ ਆਵੈ ਜਾਇ ॥
ପୁଣି ସେ ପୁନର୍ବାର ମରିନଥାଏ ଆଉ ଜନ୍ମ ମରଣ ଚକ୍ର ଦୂର ହୋଇଯାଏ।
ਪੂਰੇ ਗੁਰ ਤੇ ਸਾਚਿ ਸਮਾਇ ॥੧॥
ପୂର୍ଣ୍ଣ ଗୁରୁଙ୍କ ମାଧ୍ୟମରୁ ସେ ସତ୍ୟରେ ରହିଥାଏ। ॥1॥
ਜਿਨੑ ਕਉ ਨਾਮੁ ਲਿਖਿਆ ਧੁਰਿ ਲੇਖੁ ॥
ଯାହାର କପାଳରେ ବିଧାତା ନାମ ସ୍ମରଣ ଲେଖା ଲେଖିଥାନ୍ତି,
ਤੇ ਅਨਦਿਨੁ ਨਾਮੁ ਸਦਾ ਧਿਆਵਹਿ ਗੁਰ ਪੂਰੇ ਤੇ ਭਗਤਿ ਵਿਸੇਖੁ ॥੧॥ ਰਹਾਉ ॥
ସେ ସର୍ବଦା ସ୍ମରଣ କରିଥାଏ ଆଉ ପୂର୍ଣ୍ଣ ଗୁରୁଙ୍କ ମାଧ୍ୟମରୁ ତାହାକୁ ପ୍ରଭୁ ଭକ୍ତିର ଦାନ ପ୍ରାପ୍ତ ହୋଇଥାଏ ॥1॥ରୁହ॥
ਜਿਨੑ ਕਉ ਹਰਿ ਪ੍ਰਭੁ ਲਏ ਮਿਲਾਇ ॥
ଯାହାକୁ ହରି-ପ୍ରଭୁ ନିଜ ସାଥିରେ ମିଳନ କରାଇଥାନ୍ତି,
ਤਿਨੑ ਕੀ ਗਹਣ ਗਤਿ ਕਹੀ ਨ ਜਾਇ ॥
ਪੂਰੈ ਸਤਿਗੁਰ ਦਿਤੀ ਵਡਿਆਈ ॥
ପୂର୍ଣ୍ଣ ସଦଗୁରୁ ତାହାକୁ ନାମର ମହାନତା ପ୍ରଦାନ କରିଛନ୍ତି।
ਊਤਮ ਪਦਵੀ ਹਰਿ ਨਾਮਿ ਸਮਾਈ ॥੨॥
ସେ ହରିନାମରେ ଲୀନ ରହିଥାଏ ଆଉ ସେ ଉତ୍ତମ ପଦବୀ ପାଇଛି ॥2॥
ਜੋ ਕਿਛੁ ਕਰੇ ਸੁ ਆਪੇ ਆਪਿ ॥
ପ୍ରଭୁ ଯାହା କିଛି କରିଥାନ୍ତି, ତାହାକୁ ସେ ନିଜେ କରିଥାନ୍ତି।
ਏਕ ਘੜੀ ਮਹਿ ਥਾਪਿ ਉਥਾਪਿ ॥
ଏକ କ୍ଷଣରେ ସେ ସୃଷ୍ଟି କରି ବିନାଶ କରିଥାନ୍ତି।
ਕਹਿ ਕਹਿ ਕਹਣਾ ਆਖਿ ਸੁਣਾਏ ॥
କେବଳ କଥା କରିବା ଏବଂ ଶୁଣିବା ଦ୍ଵାରା
ਜੇ ਸਉ ਘਾਲੇ ਥਾਇ ਨ ਪਾਏ ॥੩॥
ସହସ୍ର ବାର କରିଥିବା ପରିଶ୍ରମ ମଧ୍ୟ ସତ୍ୟର ଦରବାରରେ ସ୍ଵୀକୃତ ହୁଏନାହିଁ।
ਜਿਨੑ ਕੈ ਪੋਤੈ ਪੁੰਨੁ ਤਿਨੑਾ ਗੁਰੂ ਮਿਲਾਏ ॥
ଯାହାର ପ୍ରାରବ୍ଧର ଭଣ୍ଡାରରେ ପୂଣ୍ୟ ଥାଏ, ତାହାକୁ ହିଁ ଗୁରୁ ମିଳିଥାନ୍ତି।
ਸਚੁ ਬਾਣੀ ਗੁਰੁ ਸਬਦੁ ਸੁਣਾਏ ॥
ସେ ସଚ୍ଚା ବାଣୀ ଏବଂ ଗୁରୁଶବ୍ଦ ଶୁଣିଥାଏ।
ਜਹਾਂ ਸਬਦੁ ਵਸੈ ਤਹਾਂ ਦੁਖੁ ਜਾਏ ॥
ଯେଉଁଠି ନାମର ନିବାସ ଥାଏ, ସେଠାରେ ଦୁଃଖ ଦୂର ହୋଇଯାଏ।
ਗਿਆਨਿ ਰਤਨਿ ਸਾਚੈ ਸਹਜਿ ਸਮਾਏ ॥੪॥
ଜ୍ଞାନ ରତ୍ନର ମାଧ୍ୟମରୁ ମନୁଷ୍ୟ ସ୍ଵାଭାବିକ ଭାବରେ ସତ୍ୟରେ ରହିଥାଏ ॥4॥
ਨਾਵੈ ਜੇਵਡੁ ਹੋਰੁ ਧਨੁ ਨਾਹੀ ਕੋਇ ॥
ପ୍ରଭୁ ନାମ ପରି ଅନ୍ୟ କିଛି ଧନ ନାହିଁ।
ਜਿਸ ਨੋ ਬਖਸੇ ਸਾਚਾ ਸੋਇ ॥
ପରନ୍ତୁ, ଏହି ଧନ ତାହାକୁ ହିଁ ପ୍ରାପ୍ତ ହୋଇଥାଏ, ଯାହାକୁ ସତ୍ୟ ପ୍ରଭୁ ପ୍ରଦାନ କରିଥାନ୍ତି।
ਪੂਰੈ ਸਬਦਿ ਮੰਨਿ ਵਸਾਏ ॥
ପୂର୍ଣ୍ଣ ଶବ୍ଦ ଦ୍ଵାରା ନାମ ଚିତ୍ତରେ ବାସ କରିଥାଏ।
ਨਾਨਕ ਨਾਮਿ ਰਤੇ ਸੁਖੁ ਪਾਏ ॥੫॥੧੧॥੫੦॥
ହେ ନାନକ! ନାମରେ ଅନୁରକ୍ତ ରହିଲେ ମନୁଷ୍ୟ ସୁଖ ପ୍ରାପ୍ତ କରିଥାଏ ॥5॥11॥50॥
ਆਸਾ ਮਹਲਾ ੩ ॥
ଆଶା ମହଲା 3॥
ਨਿਰਤਿ ਕਰੇ ਬਹੁ ਵਾਜੇ ਵਜਾਏ ॥
ଯେଉଁ ମନୁଷ୍ୟ ନୃତ୍ୟ କରିଥାଏ ଆଉ ଅନେକ ପ୍ରକାରର ବାଦ୍ୟଯନ୍ତ୍ର ବଜାଇ ଥାଏ,
ਇਹੁ ਮਨੁ ਅੰਧਾ ਬੋਲਾ ਹੈ ਕਿਸੁ ਆਖਿ ਸੁਣਾਏ ॥
ତାହାର ମନ ଜ୍ଞାନହୀନ ଓ ବଧିର ଅଟେ, ତେବେ, ସେ କହି କାହାକୁ ଶୁଣାଉଛି?
ਅੰਤਰਿ ਲੋਭੁ ਭਰਮੁ ਅਨਲ ਵਾਉ ॥
ତାହାର ଅନ୍ତର୍ମନରେ ତୃଷ୍ଣାର ଅଗ୍ନି ଏବଂ ଭ୍ରମର ଝଡ ଥାଏ।
ਦੀਵਾ ਬਲੈ ਨ ਸੋਝੀ ਪਾਇ ॥੧॥
ଏଥିପାଇଁ ଜ୍ଞାନର ଦୀପକ ପ୍ରଜ୍ଜ୍ଵଳିତ ହୁଏନାହିଁ ଆଉ ନା ତାହାକୁ ଜ୍ଞାନ ପ୍ରାପ୍ତ ହୋଇଥାଏ ॥1॥
ਗੁਰਮੁਖਿ ਭਗਤਿ ਘਟਿ ਚਾਨਣੁ ਹੋਇ ॥
ଗୁରୁମୁଖୀର ମନରେ ଭକ୍ତିର ପ୍ରକାଶ ଥାଏ।
ਆਪੁ ਪਛਾਣਿ ਮਿਲੈ ਪ੍ਰਭੁ ਸੋਇ ॥੧॥ ਰਹਾਉ ॥
ସେ ନିଜ ଆତ୍ମସ୍ଵରୂପକୁ ଜାଣି ଈଶ୍ଵରଙ୍କ ସହିତ ମିଳନ କରିଥାଏ ॥1॥ରୁହ॥
ਗੁਰਮੁਖਿ ਨਿਰਤਿ ਹਰਿ ਲਾਗੈ ਭਾਉ ॥
ଗୁରୁମୁଖୀ ପାଇଁ ପ୍ରଭୁଙ୍କ ସହିତ ପ୍ରେମ କରିବା ହିଁ ନୃତ୍ୟ ଅଟେ ଆଉ
ਪੂਰੇ ਤਾਲ ਵਿਚਹੁ ਆਪੁ ਗਵਾਇ ॥
ଅନ୍ତର୍ମନରେ ଅହଂକାରକୁ ମାରିବା ହିଁ ସୂର ଓ ତାଳ ଭଳି ଅଟେ।
ਮੇਰਾ ਪ੍ਰਭੁ ਸਾਚਾ ਆਪੇ ਜਾਣੁ ॥
ମୋର ସଚ୍ଚା ପ୍ରଭୁ ସ୍ଵୟଂ ହିଁ ସବୁ କିଛି ଜାଣିଥାନ୍ତି।
ਗੁਰ ਕੈ ਸਬਦਿ ਅੰਤਰਿ ਬ੍ਰਹਮੁ ਪਛਾਣੁ ॥੨॥
(ହେ ଭାଇ!) ଗୁରୁଙ୍କ ଶବ୍ଦ ଦ୍ଵାରା ବ୍ରହ୍ମାଙ୍କୁ ଅନ୍ତର୍ମନରେ ଚିହ୍ନ ॥2॥
ਗੁਰਮੁਖਿ ਭਗਤਿ ਅੰਤਰਿ ਪ੍ਰੀਤਿ ਪਿਆਰੁ ॥
ଅନ୍ତର୍ମନରେ ଈଶ୍ଵରଙ୍କ ପାଇଁ ପ୍ରେମ ଓ ପ୍ରୀତି ହିଁ ଗୁରୁମୁଖୀଙ୍କ ଭକ୍ତି ଅଟେ।
ਗੁਰ ਕਾ ਸਬਦੁ ਸਹਜਿ ਵੀਚਾਰੁ ॥
ସେ ସ୍ଵାଭାବିକ ଭାବରେ ହିଁ ଗୁରୁଙ୍କ ଶବ୍ଦ ଚିନ୍ତନ କରିଥାଏ।
ਗੁਰਮੁਖਿ ਭਗਤਿ ਜੁਗਤਿ ਸਚੁ ਸੋਇ ॥
ଗୁରୁମୁଖୀର ଭକ୍ତି ଏବଂ ଜୀବନ-ଯୁକ୍ତି ସତ୍ୟ ଅଟେ।
ਪਾਖੰਡਿ ਭਗਤਿ ਨਿਰਤਿ ਦੁਖੁ ਹੋਇ ॥੩॥
ପ୍ରବଞ୍ଚନର ଭକ୍ତି ଏବଂ ନୃତ୍ୟ ଦ୍ଵାରା ଦୁଃଖ ହିଁ ମିଳିଥାଏ ॥3॥