ਏਹਾ ਭਗਤਿ ਜਨੁ ਜੀਵਤ ਮਰੈ ॥
ସଚ୍ଚା ଭକ୍ତି ଏହା ଯେ ପରମାତ୍ମାଙ୍କ ଦାସ ଜୀବନର ଅହଂତ୍ଵ ପ୍ରତି ମନ ରଖ।
ਗੁਰ ਪਰਸਾਦੀ ਭਵਜਲੁ ਤਰੈ ॥
ଗୁରୁଙ୍କ କୃପାରୁ ଏପରି ଦାସ ସଂସାର ସାଗରରୁ ପାର ହୋଇଯାଏ।
ਗੁਰ ਕੈ ਬਚਨਿ ਭਗਤਿ ਥਾਇ ਪਾਇ ॥
ଗୁରୁଙ୍କ ବଚନ ଦ୍ଵାରା ହୋଇଥିବା ଭକ୍ତି ସଫଳ ହୋଇଯାଏ।
ਹਰਿ ਜੀਉ ਆਪਿ ਵਸੈ ਮਨਿ ਆਇ ॥੪॥
ପୂଜ୍ୟ ପରମେଶ୍ଵର ସ୍ଵୟଂ ଆସି ହୃଦୟରେ ବାସ କରିଥାନ୍ତି ॥4॥
ਹਰਿ ਕ੍ਰਿਪਾ ਕਰੇ ਸਤਿਗੁਰੂ ਮਿਲਾਏ ॥
ଯେବେ ପ୍ରଭୁ କୃପା ଧାରଣ କରିଥାନ୍ତି, ସେତେବେଳେ ସେ ମନୁଷ୍ୟକୁ ସଦଗୁରୁ ପ୍ରଦାନ କରିଥାନ୍ତି।
ਨਿਹਚਲ ਭਗਤਿ ਹਰਿ ਸਿਉ ਚਿਤੁ ਲਾਏ ॥
ତେବେ, ତାହାର ଭକ୍ତି ଅଟଳ ହୋଇଯାଏ ଆଉ ସେ ଈଶ୍ଵରଙ୍କ ସହିତ ନିଜ ଚିତ୍ତ ଲଗାଇ ଥାଏ।
ਭਗਤਿ ਰਤੇ ਤਿਨੑ ਸਚੀ ਸੋਇ ॥
ଯେଉଁ ମନୁଷ୍ୟ ପ୍ରଭୁଙ୍କ ଭକ୍ତିରେ ରଙ୍ଗୀନ ହୋଇଥାଏ, ତାହାର ଶୋଭା ମଧ୍ୟ ସଚ୍ଚା ହୋଇଥାଏ।
ਨਾਨਕ ਨਾਮਿ ਰਤੇ ਸੁਖੁ ਹੋਇ ॥੫॥੧੨॥੫੧॥
ହେ ନାନକ! ନାମରେ ଅନୁରକ୍ତ ହେଲେ ହିଁ ମନୁଷ୍ୟକୁ ସୁଖ ପ୍ରାପ୍ତ ହୋଇଥାଏ ॥5॥12॥51॥
ਆਸਾ ਘਰੁ ੮ ਕਾਫੀ ਮਹਲਾ ੩
ଆଶା ଘର 8 କାଫି ମହଲା 3॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਹਰਿ ਕੈ ਭਾਣੈ ਸਤਿਗੁਰੁ ਮਿਲੈ ਸਚੁ ਸੋਝੀ ਹੋਈ ॥
ହରିଙ୍କ ଇଚ୍ଛାରେ ହିଁ ସଦଗୁରୁ ମିଳିଥାନ୍ତି ଆଉ ସତ୍ୟର ଜ୍ଞାନ ପ୍ରାପ୍ତ ହୋଇଥାଏ।
ਗੁਰ ਪਰਸਾਦੀ ਮਨਿ ਵਸੈ ਹਰਿ ਬੂਝੈ ਸੋਈ ॥੧॥
ଗୁରୁଙ୍କ କୃପାରୁ ଯାହାର ହୃଦୟରେ ନାମ ନିବାସ କରିଥାଏ, ସେ ପ୍ରଭୁଙ୍କୁ ବୁଝିଥାଏ ॥1॥
ਮੈ ਸਹੁ ਦਾਤਾ ਏਕੁ ਹੈ ਅਵਰੁ ਨਾਹੀ ਕੋਈ ॥
ଏକ ପତି-ପ୍ରଭୁ ହିଁ ମୋର ମାଲିକ ଏବଂ ଦାତା ଅଟନ୍ତି ଆଉ ତାହାଙ୍କ ବିନା କେହି ନାହାନ୍ତି।
ਗੁਰ ਕਿਰਪਾ ਤੇ ਮਨਿ ਵਸੈ ਤਾ ਸਦਾ ਸੁਖੁ ਹੋਈ ॥੧॥ ਰਹਾਉ ॥
ଗୁରୁଙ୍କ କୃପାରୁ ଯେତେବେଳେ ସେ ମନରେ ନିବାସ କରିଥାନ୍ତି, ସେତେବେଳେ ସଦା ସୁଖ ମିଳିଥାଏ ॥1॥ରୁହ॥
ਇਸੁ ਜੁਗ ਮਹਿ ਨਿਰਭਉ ਹਰਿ ਨਾਮੁ ਹੈ ਪਾਈਐ ਗੁਰ ਵੀਚਾਰਿ ॥
ଏହି ଯୁଗରେ ନିର୍ଭୟ କରିବା ବାଲା ହରିଙ୍କ ନାମ ଅଛି ଆଉ ଗୁରୁଙ୍କ ବିଚାର ଅର୍ଥାତ ଉପଦେଶ ଦ୍ଵାରା ଏହା ପ୍ରାପ୍ତ ହୋଇଥାଏ।
ਬਿਨੁ ਨਾਵੈ ਜਮ ਕੈ ਵਸਿ ਹੈ ਮਨਮੁਖਿ ਅੰਧ ਗਵਾਰਿ ॥੨॥
ନାମ ବିହୀନ ମନୁଷ୍ୟ ଯମଦୂତର ବଶରେ ରହିଥାଏ ଆଉ ଏପରି ସ୍ଵେଚ୍ଛାଚାରୀ ମନୁଷ୍ୟକୁ ଅନ୍ଧ ଏବଂ ମୂର୍ଖ କୁହାଯାଏ ॥2
ਹਰਿ ਕੈ ਭਾਣੈ ਜਨੁ ਸੇਵਾ ਕਰੈ ਬੂਝੈ ਸਚੁ ਸੋਈ ॥
ଯେଉଁ ସେବକ ହରିଙ୍କ ଇଚ୍ଛା ଭାବି ସେବା କରିଥାଏ, ସେ ଏହି ସତ୍ୟକୁ ବୁଝିଥାଏ।
ਹਰਿ ਕੈ ਭਾਣੈ ਸਾਲਾਹੀਐ ਭਾਣੈ ਮੰਨਿਐ ਸੁਖੁ ਹੋਈ ॥੩॥
ହରିଙ୍କ ଇଚ୍ଛାରେ ହିଁ ତାହାଙ୍କ ଧ୍ୟାନ କରିବା ଉଚିତ, କାରଣ ତାହାଙ୍କ ଇଚ୍ଛା ଭାବିଲେ ସୁଖ ପ୍ରାପ୍ତ ହୋଇଥାଏ ॥3॥
ਹਰਿ ਕੈ ਭਾਣੈ ਜਨਮੁ ਪਦਾਰਥੁ ਪਾਇਆ ਮਤਿ ਊਤਮ ਹੋਈ ॥
ହରିଙ୍କ ଇଚ୍ଛାରେ ହିଁ ମାନବ ଜନ୍ମ ରୂପୀ ଉତ୍ତମ ପଦାର୍ଥ ମିଳିଥାଏ ଆଉ ବୁଦ୍ଧି ମଧ୍ୟ ଶ୍ରେଷ୍ଠ ହୋଇଯାଏ।
ਨਾਨਕ ਨਾਮੁ ਸਲਾਹਿ ਤੂੰ ਗੁਰਮੁਖਿ ਗਤਿ ਹੋਈ ॥੪॥੩੯॥੧੩॥੫੨॥
ହେ ନାନକ! ତୁ ପ୍ରଭୁ ନାମର ସ୍ତୁତି କର, କାରଣ ଗୁରୁମୁଖୀ ବନି ହିଁ ଗତି ପ୍ରାପ୍ତ ହୋଇଥାଏ ॥4॥36॥13॥52॥
ਆਸਾ ਮਹਲਾ ੪ ਘਰੁ ੨
ଆଶା ମହଲା 4 ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਤੂੰ ਕਰਤਾ ਸਚਿਆਰੁ ਮੈਡਾ ਸਾਂਈ ॥
ହେ ମାଲିକ ତୁ ଜଗତର ରଚୟିତା ଅଟୁ, ତୁ ସର୍ବଦା ସତ୍ୟ ଅଟୁ ଆଉ
ਜੋ ਤਉ ਭਾਵੈ ਸੋਈ ਥੀਸੀ ਜੋ ਤੂੰ ਦੇਹਿ ਸੋਈ ਹਉ ਪਾਈ ॥੧॥ ਰਹਾਉ ॥
ତୋତେ ଯାହା ଭଲ ଲାଗିଥାଏ, କେବଳ ତାହା ହିଁ ହୋଇଥାଏ, ତୁମେ ମୋତେ ଯାହା କିଛି ଦିଅ, ମୁଁ ତାହା ପ୍ରାପ୍ତ କରିଥାଏ॥1॥ରୁହ॥
ਸਭ ਤੇਰੀ ਤੂੰ ਸਭਨੀ ਧਿਆਇਆ ॥
ଏହି ସାରା ଦୁନିଆ ତୋ’ ଦ୍ଵାରା ଜାତ ହୋଇଛି ଆଉ ସବୁ ଜୀବ ତୋତେ ହିଁ ସ୍ମରଣ କରୁଛନ୍ତି।
ਜਿਸ ਨੋ ਕ੍ਰਿਪਾ ਕਰਹਿ ਤਿਨਿ ਨਾਮ ਰਤਨੁ ਪਾਇਆ ॥
ଯାହା ଉପରେ ତୁମେ ଦୟା ଧାରଣ କରୁଅଛ, ସେ ତୋର ନାମ ରତ୍ନକୁ ପାଇ ନିଏ।
ਗੁਰਮੁਖਿ ਲਾਧਾ ਮਨਮੁਖਿ ਗਵਾਇਆ ॥
ଗୁରୁମୁଖୀ ନାମ ପ୍ରାପ୍ତ କରିଥାଏ ଆଉ ସ୍ଵେଚ୍ଛାଚାରୀ ଏହାକୁ ହରାଇ ଥାଏ।
ਤੁਧੁ ਆਪਿ ਵਿਛੋੜਿਆ ਆਪਿ ਮਿਲਾਇਆ ॥੧॥
ଏହା ସତ୍ୟ ଯେ ତୁ ସ୍ଵୟଂ ହିଁ ଜୀବଙ୍କୁ ନିଜ ଠାରୁ ଅଲଗା କରିଛୁ ଆଉ ସ୍ଵୟଂ ହିଁ ଭକ୍ତଗଣକୁ ନିଜ ସାଥିରେ ମିଳାଇଛୁ ॥1॥
ਤੂੰ ਦਰੀਆਉ ਸਭ ਤੁਝ ਹੀ ਮਾਹਿ ॥
ହେ ପ୍ରଭୁ! ତୁ ଦରିଆ ଆଉ ସମସ୍ତେ ତୋ’ ପାଖରେ ଅଛନ୍ତି।
ਤੁਝ ਬਿਨੁ ਦੂਜਾ ਕੋਈ ਨਾਹਿ ॥
ତୋ’ ବିନା ଆଉ କେହି ନାହାନ୍ତି।
ਜੀਅ ਜੰਤ ਸਭਿ ਤੇਰਾ ਖੇਲੁ ॥
(ସୃଷ୍ଟିର) ସବୁ ଜୀବ ଜନ୍ତୁ ତୋର ହିଁ ଖେଳ ଅଟେ।
ਵਿਜੋਗਿ ਮਿਲਿ ਵਿਛੁੜਿਆ ਸੰਜੋਗੀ ਮੇਲੁ ॥੨॥
ବିଯୋଗ କର୍ମ କାରଣରୁ ପ୍ରାଣୀ ବିଚ୍ଛେଦ ହୋଇଥାଏ ଆଉ ସଂଯୋଗବଶତଃ ପୁନଃ ପ୍ରଭୁଙ୍କ ସହିତ ମିଳନ ପ୍ରାପ୍ତ କରିଥାଏ ॥2॥
ਜਿਸ ਨੋ ਤੂ ਜਾਣਾਇਹਿ ਸੋਈ ਜਨੁ ਜਾਣੈ ॥
ହେ ପ୍ରଭୁ! ଯେଉଁ ମନୁଷ୍ୟକୁ ତୁମେ ଗୁରୁ ଦ୍ଵାରା ସୁମତି ପ୍ରଦାନ କରିଛ, ସେହି ମନୁଷ୍ୟ ଏହା ବୁଝିଥାଏ ଆଉ
ਹਰਿ ਗੁਣ ਸਦ ਹੀ ਆਖਿ ਵਖਾਣੈ ॥
ସର୍ବଦା ହିଁ ତୋର ଗୁଣସ୍ତୁତିର ବର୍ଣ୍ଣନା କରିଥାଏ।
ਜਿਨਿ ਹਰਿ ਸੇਵਿਆ ਤਿਨਿ ਸੁਖੁ ਪਾਇਆ ॥
ଯେଉଁ ମନୁଷ୍ୟ ହରିଙ୍କ ସେବା ଭକ୍ତି କରିଛି, ତାହାକୁ ସୁଖ ପ୍ରାପ୍ତ ହୋଇଛି।
ਸਹਜੇ ਹੀ ਹਰਿ ਨਾਮਿ ਸਮਾਇਆ ॥੩॥
ସେ ସ୍ଵାଭାବିକ ଭାବରେ ହରିନାମରେ ରହିଛି ॥3॥
ਤੂ ਆਪੇ ਕਰਤਾ ਤੇਰਾ ਕੀਆ ਸਭੁ ਹੋਇ ॥
ହେ ପ୍ରଭୁ! ତୁମେ ସ୍ଵୟଂ ହିଁ ରଚୟିତା ଅଟ ଆଉ ସଂସାରରେ ସବୁ କିଛି ତୋ’ ଦ୍ଵାରା ହୋଇଛି।
ਤੁਧੁ ਬਿਨੁ ਦੂਜਾ ਅਵਰੁ ਨ ਕੋਇ ॥
ତୋର ଅତିରିକ୍ତ ଆଉ କେହି ବଡ ନାହାନ୍ତି।
ਤੂ ਕਰਿ ਕਰਿ ਵੇਖਹਿ ਜਾਣਹਿ ਸੋਇ ॥
ହେ ପ୍ରଭୁ! ତୁମେ ହିଁ ସୃଷ୍ଟିର ଉତ୍ପତ୍ତି କରି ଦେଖୁଅଛ ଏବଂ ବୁଝୁଅଛ।
ਜਨ ਨਾਨਕ ਗੁਰਮੁਖਿ ਪਰਗਟੁ ਹੋਇ ॥੪॥੧॥੫੩॥
ହେ ନାନକ! ଏହି ଭେଦ ଗୁରୁମୁଖୀର ଅନ୍ତରରେ ପ୍ରକାଶମାନ ହୋଇଥାଏ ॥4॥1॥53॥