ਮੁੰਧੇ ਕੂੜਿ ਮੁਠੀ ਕੂੜਿਆਰਿ ॥
ଜୀବ ରୂପୀ ମୁଗ୍ଧ ସ୍ତ୍ରୀ! ତୁ ମରୀଚିକା ଦ୍ଵାରା ପ୍ରଭାବିତ ହୋଇ ମିଥ୍ୟା ହୋଇଯାଉଛୁ।
ਪਿਰੁ ਪ੍ਰਭੁ ਸਾਚਾ ਸੋਹਣਾ ਪਾਈਐ ਗੁਰ ਬੀਚਾਰਿ ॥੧॥ ਰਹਾਉ ॥
ସତ୍ୟ ଓ ସୁନ୍ଦର ପତି-ପରମାତ୍ମା ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ପ୍ରାପ୍ତ କରାଯାଇପାରେ॥1॥ରୁହ॥
ਮਨਮੁਖਿ ਕੰਤੁ ਨ ਪਛਾਣਈ ਤਿਨ ਕਿਉ ਰੈਣਿ ਵਿਹਾਇ ॥
ସ୍ଵେଚ୍ଛାଚାରୀ ଜୀବ ରୂପୀ ସ୍ତ୍ରୀ ପତି-ପରମେଶ୍ଵରଙ୍କୁ ଜାଣନ୍ତି ନାହିଁ, ଏଥିପାଇଁ ତାହାର ଜୀବନ ରୂପୀ ରାତି କେମିତି ଅତିବାହିତ ହେବ?
ਗਰਬਿ ਅਟੀਆ ਤ੍ਰਿਸਨਾ ਜਲਹਿ ਦੁਖੁ ਪਾਵਹਿ ਦੂਜੈ ਭਾਇ ॥
ଅହଂକାରରେ ପୂର୍ଣ୍ଣ ରୂପରେ ଭରି ରହିଥିବା ସେହି ସ୍ତ୍ରୀ, ତୃଷ୍ଣାଗ୍ନିରେ ଜଳିଥାଏ ତଥା ଦୈତ୍ୟ-ଭାବରେ ଦୁଃଖ ପାଇଥାଏ।
ਸਬਦਿ ਰਤੀਆ ਸੋਹਾਗਣੀ ਤਿਨ ਵਿਚਹੁ ਹਉਮੈ ਜਾਇ ॥
ଯେଉଁ ସୁହାଗବତୀ ସ୍ତ୍ରୀ ଗୁରୁ ଉପଦେଶରେ ରତ ଥାଏ, ତାହାର ହୃଦୟରୁ ଅହଂତ୍ଵ ନଷ୍ଟ ହୋଇଯାଏ।
ਸਦਾ ਪਿਰੁ ਰਾਵਹਿ ਆਪਣਾ ਤਿਨਾ ਸੁਖੇ ਸੁਖਿ ਵਿਹਾਇ ॥੨॥
ସେ ନିଜର ପତି-ପରମେଶ୍ଵର ଆନନ୍ଦକୁ ସର୍ବଦା ଭୋଗିଥାଏ॥2॥
ਗਿਆਨ ਵਿਹੂਣੀ ਪਿਰ ਮੁਤੀਆ ਪਿਰਮੁ ਨ ਪਾਇਆ ਜਾਇ ॥
ଯେଉଁ ସ୍ତ୍ରୀ(ଜୀବ) ଜ୍ଞାନ ରହିତ ଅଟେ, ତାହାକୁ ପତି-ପରମାତ୍ମା ଦ୍ଵାରା ପରିତ୍ୟକ୍ତ କରାଯାଏ ଆଉ ସେ ପତି ପରମାତ୍ମାଙ୍କ ପ୍ରେମ ଗ୍ରହଣ କରିପାରେ ନାହିଁ।
ਅਗਿਆਨ ਮਤੀ ਅੰਧੇਰੁ ਹੈ ਬਿਨੁ ਪਿਰ ਦੇਖੇ ਭੁਖ ਨ ਜਾਇ ॥
ତାହାର ବୁଦ୍ଧିରେ ଅଜ୍ଞାନତାର ଅନ୍ଧକାର ଥାଏ, ପରମାତ୍ମାଙ୍କୁ ନ ଦେଖିଲେ ଭୌତିକ ପଦାର୍ଥର କ୍ଷୁଧା ଯାଏ ନାହିଁ।
ਆਵਹੁ ਮਿਲਹੁ ਸਹੇਲੀਹੋ ਮੈ ਪਿਰੁ ਦੇਹੁ ਮਿਲਾਇ ॥
ହେ ସତସଙ୍ଗିନୀ! ସତସଙ୍ଗରେ ଆସ ଆଉ ମିଶି ବିନତି କର ଯେ ମୋତେ ମଧ୍ୟ ପରମାତ୍ମାଙ୍କ ସହିତ ମିଳନ କରାଇ ଦିଅ।
ਪੂਰੈ ਭਾਗਿ ਸਤਿਗੁਰੁ ਮਿਲੈ ਪਿਰੁ ਪਾਇਆ ਸਚਿ ਸਮਾਇ ॥੩॥
ଯେଉଁ ଜୀବ ରୂପୀ ସ୍ତ୍ରୀକୁ ସୌଭାଗ୍ୟରୁ ସଦଗୁରୁଙ୍କୁ ପ୍ରାପ୍ତ ହୋଇଥାଏ, ସିଏ ହିଁ ପତି-ପରମାତ୍ମାଙ୍କୁ ପ୍ରାପ୍ତ କରିଅଛି ଆଉ ସେ ସତ୍ୟ ସ୍ଵରୂପରେ ଲୀନ ହୋଇଯାଏ॥2॥
ਸੇ ਸਹੀਆ ਸੋਹਾਗਣੀ ਜਿਨ ਕਉ ਨਦਰਿ ਕਰੇਇ ॥
ସେ ସତୀ ସୁହାଗିନୀ ହୋଇଥାଏ, ଯାହା ଉପରେ ପରମାତ୍ମା କୃପାଦୃଷ୍ଟି କରିଥାନ୍ତି।
ਖਸਮੁ ਪਛਾਣਹਿ ਆਪਣਾ ਤਨੁ ਮਨੁ ਆਗੈ ਦੇਇ ॥
ସେ ନିଜର ତନ-ମନ ଅର୍ପଣ କରି ପତି-ପରମେଶ୍ଵରଙ୍କୁ ଜାଣିଅଛି।
ਘਰਿ ਵਰੁ ਪਾਇਆ ਆਪਣਾ ਹਉਮੈ ਦੂਰਿ ਕਰੇਇ ॥
ଗୁରୁ କୃପା ଦ୍ଵାରା ଅହଂକାର ଦୂର କରି ନିଜ ହୃଦୟ ରୂପୀ ଘରେ ପତି-ପରମାତ୍ମାଙ୍କୁ ପାଇ ନିଏ।
ਨਾਨਕ ਸੋਭਾਵੰਤੀਆ ਸੋਹਾਗਣੀ ਅਨਦਿਨੁ ਭਗਤਿ ਕਰੇਇ ॥੪॥੨੮॥੬੧॥
ଗୁରୁଜୀ କହନ୍ତି ଯେ ସେ ଯଶସ୍ଵୀ ସୁହାଗିନୀ ହୋଇଥାଏ ଯିଏ ପ୍ରତିଦିନ ପତି-ପରମାତ୍ମାଙ୍କ ଚିନ୍ତନ କରିଥାଏ॥4॥28॥61॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥
ਇਕਿ ਪਿਰੁ ਰਾਵਹਿ ਆਪਣਾ ਹਉ ਕੈ ਦਰਿ ਪੂਛਉ ਜਾਇ ॥
କେତେ ଜୀବ ରୂପୀ ସ୍ତ୍ରୀ ପତି-ପରମାତ୍ମାଙ୍କ ସାଥିରେ ସୁଖ ମାନନ୍ତି, କିନ୍ତୁ ମୁଁ କାହାର ଦ୍ଵାରକୁ ଯାଇ ପ୍ରଭୁ।ମିଳନର ଯୁକ୍ତି ପଚାରିବି?
ਸਤਿਗੁਰੁ ਸੇਵੀ ਭਾਉ ਕਰਿ ਮੈ ਪਿਰੁ ਦੇਹੁ ਮਿਲਾਇ ॥
ଗୁରୁଜୀ କହନ୍ତି ଯେ ହେ ପ୍ରାଣୀ! ତୁ ଶ୍ରଦ୍ଧା ପୂର୍ବକ ସଚ୍ଚା ହୃଦୟ ସହିତ ନିଜ ସଦଗୁରୁଙ୍କ ସେବା କର ଆଉ ସଦଗୁରୁ ତୋ ଉପରେ ଅପାର କୃପା କରି ତୋର ପତି-ପରମାତ୍ମାଙ୍କ ସହିତ ମିଳନ କରିଦେବେ।
ਸਭੁ ਉਪਾਏ ਆਪੇ ਵੇਖੈ ਕਿਸੁ ਨੇੜੈ ਕਿਸੁ ਦੂਰਿ ॥
ଅକାଳ ପୁରୁଷ ସମସ୍ତ ଜୀବଙ୍କ ରକ୍ଷକ ଅଟନ୍ତି ଆଉ ତାଙ୍କରି ପାଇଁ କିଏ ନିକଟ ଏବଂ ଦୂର ନାହିଁ।
ਜਿਨਿ ਪਿਰੁ ਸੰਗੇ ਜਾਣਿਆ ਪਿਰੁ ਰਾਵੇ ਸਦਾ ਹਦੂਰਿ ॥੧॥
ଯେଉଁ ପ୍ରାଣୀ ନିଜ ପତି-ପରମାତ୍ମାଙ୍କୁ ପାଇଯାଏ, ସେ ତାହାର ସଙ୍ଗତିର ସର୍ବଦା ଆନନ୍ଦ ପ୍ରାପ୍ତ କରିଥାଏ॥1॥
ਮੁੰਧੇ ਤੂ ਚਲੁ ਗੁਰ ਕੈ ਭਾਇ ॥
ହେ ଜ୍ଞାନହୀନ ପ୍ରାଣୀ! ତୁ ନିଜ ଗୁରୁଙ୍କ ଆଜ୍ଞା ଅନୁସାରେ କର୍ମ କରି ଚାଲ, ଗୁରୁଙ୍କ ଉପଦେଶ ଅନୁସାରେ ଚାଲିଲେ ହେ ପ୍ରାଣୀ!
ਅਨਦਿਨੁ ਰਾਵਹਿ ਪਿਰੁ ਆਪਣਾ ਸਹਜੇ ਸਚਿ ਸਮਾਇ ॥੧॥ ਰਹਾਉ ॥
ତୁମକୁ ରାତି ଦିନ ସୁଖ ଅନୁଭବ ହେବ ଆଉ ତୁ ପ୍ରଭୁଙ୍କ ହୃଦୟରେ ଲୀନ ହୋଇଯିବୁ॥1॥ରୁହ॥
ਸਬਦਿ ਰਤੀਆ ਸੋਹਾਗਣੀ ਸਚੈ ਸਬਦਿ ਸੀਗਾਰਿ ॥
ଯେଉଁ ଜୀବାତ୍ମା ଗୁରୁ ଶବ୍ଦରେ ଲୀନ ଥାଏ, ସେ ସୁହାଗିନୀ ଅଟେ। ସେ ସତ୍ୟନାମ ସହିତ ଶୃଙ୍ଗାର କରେ।
ਹਰਿ ਵਰੁ ਪਾਇਨਿ ਘਰਿ ਆਪਣੈ ਗੁਰ ਕੈ ਹੇਤਿ ਪਿਆਰਿ ॥
ସେ ଗୁରୁଙ୍କ ସାଥିରେ ପ୍ରେମରେ ରହିବା ଯୋଗୁଁ ଅନ୍ତରରେ ହଋ ରୂପୀ ବର ପ୍ରାପ୍ତ କରିନିଏ।
ਸੇਜ ਸੁਹਾਵੀ ਹਰਿ ਰੰਗਿ ਰਵੈ ਭਗਤਿ ਭਰੇ ਭੰਡਾਰ ॥
ତାହାର ଶେଜ ଅତି ସୁନ୍ଦର ଅଟେ, ଯାହା ଉପରେ ପରମାତ୍ମା ରୂପୀ ପତି ସହିତ ତାହାର ମିଳନ ହୋଇଥାଏ ଆଉ ତାହା ପାଖରେ ଭକ୍ତିର ଅମୂଲ୍ୟ ଭଣ୍ଡାର ବିଦ୍ୟମାନ ହୋଇଥାଏ।
ਸੋ ਪ੍ਰਭੁ ਪ੍ਰੀਤਮੁ ਮਨਿ ਵਸੈ ਜਿ ਸਭਸੈ ਦੇਇ ਅਧਾਰੁ ॥੨॥
ସେହି ପ୍ରୀତିପୂର୍ଣ୍ଣ ପ୍ରଭୁ ଯିଏ ସଂସାରର ସମସ୍ତ ଜୀବର ଆଶ୍ରୟ ଅଟେ, ସେ ତାହାଙ୍କ ହୃଦୟରେ ନିବାସ କରିଥାଏ।
ਪਿਰੁ ਸਾਲਾਹਨਿ ਆਪਣਾ ਤਿਨ ਕੈ ਹਉ ਸਦ ਬਲਿਹਾਰੈ ਜਾਉ ॥
ଗୁରୁଜୀ କହନ୍ତି ଯେ ମୁଁ ସେହି ଜୀବାତ୍ମା (ପ୍ରଭୁ ଭକ୍ତ) ପାଖରେ ସମର୍ପିତ ଅଟେ ଯିଏ ନିଜ ସ୍ଵାମୀର ପ୍ରଶଂସା କରିଥାଏ॥2॥
ਮਨੁ ਤਨੁ ਅਰਪੀ ਸਿਰੁ ਦੇਈ ਤਿਨ ਕੈ ਲਾਗਾ ਪਾਇ ॥
ମୁଁ ସେହି ପ୍ରଭୁ ଭକ୍ତ ପାଖରେ ନିଜ ତନ-ମନ ସମର୍ପଣ କରିଥାଏ ଆଉ ମୁଣ୍ଡ ନୂଆଇ ସମ୍ମାନ ଜଣାଏ।
ਜਿਨੀ ਇਕੁ ਪਛਾਣਿਆ ਦੂਜਾ ਭਾਉ ਚੁਕਾਇ ॥
ଯିଏ ବିକାର ଏବଂ ଦୈତ୍ୟ ଭାବନା ତ୍ୟାଗ କରି ଏକ ପରବ୍ରହ୍ମକୁ ଚିହ୍ନି ନିଜର କରି ନେଇଛି, ସେ ଦୈତ୍ୟବାଦର ପ୍ରେମକୁ ଅସ୍ଵୀକୃତ କରିଦେଇଥାଏ।
ਗੁਰਮੁਖਿ ਨਾਮੁ ਪਛਾਣੀਐ ਨਾਨਕ ਸਚਿ ਸਮਾਇ ॥੩॥੨੯॥੬੨॥
ଗୁରୁଜୀ ବଚନ କରନ୍ତି ଯେ ହେ ନାନକ! ଗୁରୁ ଉପଦେଶ ଦ୍ଵାରା ହିଁ ପରବ୍ରହ୍ମଙ୍କ ଜ୍ଞାନ ପ୍ରାପ୍ତ ହୋଇଥାଏ ଆଉ ଗୁରୁଙ୍କ କୃପାରୁ ସେ ଈଶ୍ବରଙ୍କ ଠାରେ ଲୀନ ହୋଇଯାଏ॥3॥26॥62॥
ਸਿਰੀਰਾਗੁ ਮਹਲਾ ੩ ॥
ଶ୍ରୀରାଗ ମହଲା ।
ਹਰਿ ਜੀ ਸਚਾ ਸਚੁ ਤੂ ਸਭੁ ਕਿਛੁ ਤੇਰੈ ਚੀਰੈ ॥
ହେ ପୂଜ୍ୟ – ପରମେଶ୍ଵର ! ତୁ ହିଁ ସତ୍ୟ ଏବଂ ସବୁ କିଛି ତୋର ବିଶ୍ଵରେ ଅଛି ।
ਲਖ ਚਉਰਾਸੀਹ ਤਰਸਦੇ ਫਿਰੇ ਬਿਨੁ ਗੁਰ ਭੇਟੇ ਪੀਰੈ ॥
ଚଉରାଳିଶି ଲକ୍ଷ ଯୋନିରେ ପ୍ରାଣୀ ଗୁରୁ-ମିଳନର ବିନା ସର୍ବତ୍ର ପଥଭ୍ରଷ୍ଟ ହେଉଅଛି ଆଉ ପ୍ରଭୁ ପ୍ରାପ୍ତି ପାଇଁ ଡହଳ ବିକଳ ହୋଇ ବୁଲିଥାଉଛି ।
ਹਰਿ ਜੀਉ ਬਖਸੇ ਬਖਸਿ ਲਏ ਸੂਖ ਸਦਾ ਸਰੀਰੈ ॥
ପରମାତ୍ମାଙ୍କ କୃପା-ଦୃଷ୍ଟି ଯଦି ଅଛି ତାହାହେଲେ କ୍ଷମା କରିଲେ ମନୁଷ୍ୟ ଦେହ ଦୁଖରୁ ନିବୃତ୍ତ ହୋଇ ସଦା ସୁଖ ସାଗରରେ ରହିଥାଏ।
ਗੁਰ ਪਰਸਾਦੀ ਸੇਵ ਕਰੀ ਸਚੁ ਗਹਿਰ ਗੰਭੀਰੈ ॥੧॥
ଗୁରୁଙ୍କ ଦୟା-ଦୃଷ୍ଟିରୁ ହିଁ ପ୍ରାଣୀ ସଚ୍ଚା , ଗହୀର, ଗମ୍ଭୀର ପରମ ସତ୍ୟକୁ ପ୍ରାପ୍ତ କରୁଅଛି॥1॥
ਮਨ ਮੇਰੇ ਨਾਮਿ ਰਤੇ ਸੁਖੁ ਹੋਇ ॥
ସେଥିପାଇଁ ମୋର ମନ ! ଭଗବାନଙ୍କ ନାମରେ ମଗ୍ନ ହେଲେ ସୁଖର ଉପଲବ୍ଧି ହେଉଉଛି ।
ਗੁਰਮਤੀ ਨਾਮੁ ਸਲਾਹੀਐ ਦੂਜਾ ਅਵਰੁ ਨ ਕੋਇ ॥੧॥ ਰਹਾਉ ॥
ଗୁରୁ ଉପଦେଶାନୁସାରେ ପରମାତ୍ମାଙ୍କ ନାମର ଯଶ ଗାନ କରିଯାଉଥାଅ , କାରଣ ଏହା ଅତିରିକ୍ତ ଆଉ କିଛି ଅନ୍ୟ ଉପାୟ ନାହିଁ॥1॥ରୁହ॥
ਧਰਮ ਰਾਇ ਨੋ ਹੁਕਮੁ ਹੈ ਬਹਿ ਸਚਾ ਧਰਮੁ ਬੀਚਾਰਿ ॥
ଧରମରାଜଙ୍କୁ ସତ୍ୟ ନ୍ୟାୟର ଉପଦେଶ ସେହି ପରମାତ୍ମା ପ୍ରଦାନ କରିଥିଲେ ଯେ ସମସ୍ତଙ୍କ ସାଙ୍ଗରେ ବସି ଗୋଟେ ସତ୍ୟ-ନ୍ୟାୟ କର ।
ਦੂਜੈ ਭਾਇ ਦੁਸਟੁ ਆਤਮਾ ਓਹੁ ਤੇਰੀ ਸਰਕਾਰ ॥
ସେହି ମହାନ ପରମାତ୍ମା ଧର୍ମରାଜଙ୍କୁ ଅଧିକାର ପ୍ରଦାନ କରିଥିଲେ କି ଦୁଷ୍ଟ ଆତ୍ମାମାନେ ଯିଏ ଲୋଭ,ମୋହ,ଅହଂକାର ଇତ୍ୟାଦି ବିକାରରେ ଗ୍ରସ୍ତ ସେମାନେ ତୋର ନର୍କର ପ୍ରଜା ଅଟନ୍ତି।
ਅਧਿਆਤਮੀ ਹਰਿ ਗੁਣ ਤਾਸੁ ਮਨਿ ਜਪਹਿ ਏਕੁ ਮੁਰਾਰਿ ॥
ଆଧ୍ୟାତ୍ମିକ ପ୍ରାଣୀ ଯିଏ ଗୁଣର ଭଣ୍ଡାର ତଥା ପରମେଶ୍ଵରଙ୍କ ସ୍ମରଣ କରନ୍ତି ।