ਬਿਨੁ ਸਤਿਗੁਰ ਕਿਨੈ ਨ ਪਾਇਓ ਕਰਿ ਵੇਖਹੁ ਮਨਿ ਵੀਚਾਰਿ ॥
ସଦଗୁରୁଙ୍କ ବିନା ପରମାତ୍ମାଙ୍କୁ କେହି ମଧ୍ୟ ପାଇନାହାନ୍ତି, ନିସନ୍ଦେହରେ, ନିଜ ହୃଦୟରେ ବିଚାର କରି ଦେଖ।
ਮਨਮੁਖ ਮੈਲੁ ਨ ਉਤਰੈ ਜਿਚਰੁ ਗੁਰ ਸਬਦਿ ਨ ਕਰੇ ਪਿਆਰੁ ॥੧॥
ଯେ ପର୍ଯ୍ୟନ୍ତ ଜୀବ ଗୁରୁଙ୍କ ଉପଦେଶରେ ପ୍ରୀତି କରେ ନାହିଁ, ଅର୍ଥାତ ନିଜ ମନ ଗୁରୁଙ୍କ ଉପଦେଶରେ ସ୍ଥିର ହୁଏ ନାହିଁ, ଏପରି ମନମୁଖର ହୃଦୟରେ ସେ ପର୍ଯ୍ୟନ୍ତ ବିକାରର ମଇଳା ନଷ୍ଟ ହୁଏ ନାହିଁ॥1॥
ਮਨ ਮੇਰੇ ਸਤਿਗੁਰ ਕੈ ਭਾਣੈ ਚਲੁ ॥
ହେ ମୋର ମନ! ତୁମେ ସଦଗୁରୁଙ୍କ ଇଚ୍ଛା ଅନୁସାରେ ଚାଲ
ਨਿਜ ਘਰਿ ਵਸਹਿ ਅੰਮ੍ਰਿਤੁ ਪੀਵਹਿ ਤਾ ਸੁਖ ਲਹਹਿ ਮਹਲੁ ॥੧॥ ਰਹਾਉ ॥
ସେତେବେଳେ ହିଁ ନିଜ ସ୍ଵରୂପରେ ରହି ନାମାମୃତ ପାନ କରିପାରିବ ତଥା ସୁଖ ଧାମକୁ ପ୍ରାପ୍ତ କରିବ॥1॥ରୁହ॥
ਅਉਗੁਣਵੰਤੀ ਗੁਣੁ ਕੋ ਨਹੀ ਬਹਣਿ ਨ ਮਿਲੈ ਹਦੂਰਿ ॥
ଯେଉ ଜୀବ ଠାରେ ଅବଗୁଣ ହିଁ ବିଦ୍ୟମାନ ଅଛି, କୌଣସି ଭଲ ଗୁଣ ନାହିଁ, ତାହାକୁ ପ୍ରଭୁଙ୍କ ସମ୍ମୁଖରେ ବସିବାର ଅବସର ପ୍ରାପ୍ତ ହୁଏ ନାହିଁ।
ਮਨਮੁਖਿ ਸਬਦੁ ਨ ਜਾਣਈ ਅਵਗਣਿ ਸੋ ਪ੍ਰਭੁ ਦੂਰਿ ॥
ଏପରି ସ୍ଵେଚ୍ଛାଚାରୀ ଜୀବ ଗୁରୁଙ୍କ ଉପଦେଶକୁ ଜାଣେ ନାହିଁ ତଥା ଅବଗୁଣ କାରଣରୁ ସେ ପରମାତ୍ମାଙ୍କ ଠାରୁ ଦୂରରେ ରହେ।
ਜਿਨੀ ਸਚੁ ਪਛਾਣਿਆ ਸਚਿ ਰਤੇ ਭਰਪੂਰਿ ॥
ଯିଏ ସତ୍ୟ ନାମକୁ ଜାଣେ, ସେ ସେହି ସତ୍ୟ-ସ୍ୱରୂପ ଠାରେ ପୂର୍ଣ୍ଣ ଭାବରେ ଅନୁରକ୍ତ ଅଟେ।
ਗੁਰ ਸਬਦੀ ਮਨੁ ਬੇਧਿਆ ਪ੍ਰਭੁ ਮਿਲਿਆ ਆਪਿ ਹਦੂਰਿ ॥੨॥
ତାହାର ହୃଦୟ ଗୁରୁଙ୍କ ଉପଦେଶ ଦ୍ଵାରା ବିନ୍ଧା ଯାଇଛି ତଥା ପରମାତ୍ମା ସ୍ଵୟଂ ପ୍ରତ୍ୟକ୍ଷ ରୂପରେ ମିଳିଛନ୍ତି॥2॥
ਆਪੇ ਰੰਗਣਿ ਰੰਗਿਓਨੁ ਸਬਦੇ ਲਇਓਨੁ ਮਿਲਾਇ ॥
ପ୍ରଭୁ ସ୍ଵୟଂ ଜୀବକୁ ନିଜ ରଙ୍ଗରେ ରଙ୍ଗୀନ କରିଛନ୍ତି ତଥା ଗୁରୁ ଉପଦେଶ ଦ୍ଵାରା ନିଜ ସାଥିରେ ମିଳନ କରିଛନ୍ତି।
ਸਚਾ ਰੰਗੁ ਨ ਉਤਰੈ ਜੋ ਸਚਿ ਰਤੇ ਲਿਵ ਲਾਇ ॥
ଯିଏ ଲୀନ ହୋଇ ପରମାତ୍ମାଙ୍କ ସହିତ ଯୋଡି ରୁହେ, ତାହାର ନାମ ରୂପୀ ସତ୍ୟ ରଙ୍ଗ ବାହାରେ ନାହିଁ।
ਚਾਰੇ ਕੁੰਡਾ ਭਵਿ ਥਕੇ ਮਨਮੁਖ ਬੂਝ ਨ ਪਾਇ ॥
ସ୍ଵେଚ୍ଛାଚାରୀ ଜୀବ ସଂପୂର୍ଣ୍ଣ ସୃଷ୍ଟିରେ ପଥଭ୍ରଷ୍ଟ ହୋଇ ଥକିଯାଏ, କିନ୍ତୁ ତାହାକୁ କେଉଁଠାରୁ ମଧ୍ୟ ପରମାତ୍ମାଙ୍କ ରହସ୍ୟ ଜଣାପଡେ ନାହିଁ।
ਜਿਸੁ ਸਤਿਗੁਰੁ ਮੇਲੇ ਸੋ ਮਿਲੈ ਸਚੈ ਸਬਦਿ ਸਮਾਇ ॥੩॥
ଯେଉଁ ଜୀବକୁ ସତ୍ୟ ଗୁରୁ ମିଳିଯାଏ, ସେ ସତ୍ୟ ବ୍ରହ୍ମରେ ଅଭେଦ ହୋଇଯାଏ॥3॥
ਮਿਤ੍ਰ ਘਣੇਰੇ ਕਰਿ ਥਕੀ ਮੇਰਾ ਦੁਖੁ ਕਾਟੈ ਕੋਇ ॥
ଜୀବ ରୂପୀ ସ୍ତ୍ରୀ କୁହେ ଯେ ମୁଁ ମୁଁ ସଂସାରରେ ଅନେକ ଅନେକ ବ୍ୟକ୍ତିଙ୍କୁ ମିତ୍ର ବନାଇ ଥକି ଯାଇଛି ଯେ କେହି ବି ମୋର ଦୁଃଖ ନିବୃତ୍ତି କରିବ।
ਮਿਲਿ ਪ੍ਰੀਤਮ ਦੁਖੁ ਕਟਿਆ ਸਬਦਿ ਮਿਲਾਵਾ ਹੋਇ ॥
ଅନ୍ତତଃ ପ୍ରିୟତମ ପ୍ରଭୁଙ୍କ ସହିତ ମିଶି ଦୁଃଖ ନିବୃତ୍ତ ହୋଇଥାଏ, ଯାହାର ମିଳନ ଗୁରୁ ଉପଦେଶ ଦ୍ଵାରା ହିଁ ସମ୍ଭବ ଅଟେ।
ਸਚੁ ਖਟਣਾ ਸਚੁ ਰਾਸਿ ਹੈ ਸਚੇ ਸਚੀ ਸੋਇ ॥
ସତ୍ୟ ଶ୍ରଦ୍ଧା ରୂପୀ ପୁଞ୍ଜି ଦ୍ଵାରା ଯିଏ ସତ୍ୟ-ନାମ ରୂପୀ ପଦାର୍ଥକୁ ଅର୍ଜନ କରିଛି, ସେହି ସତ୍ୟର ସତ୍ୟ ଶୋଭା ହୋଇଥାଏ।
ਸਚਿ ਮਿਲੇ ਸੇ ਨ ਵਿਛੁੜਹਿ ਨਾਨਕ ਗੁਰਮੁਖਿ ਹੋਇ ॥੪॥੨੬॥੫੯॥
ନାନକ ଜୀ କହନ୍ତି ଯେ ଯେଉଁ ଜୀବ ଗୁରୁମୁଖ ବନି ସତ୍ୟ ସ୍ଵରୂପରେ ମିଳନ ହୋଇଛି, ପୁଣି କେବେ ମଧ୍ୟ ସତ୍ୟ-ସ୍ୱରୂପ ଠାରୁ ଦୂରେଇଯାଏ ନାହିଁ॥4॥26॥51॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥
ਆਪੇ ਕਾਰਣੁ ਕਰਤਾ ਕਰੇ ਸ੍ਰਿਸਟਿ ਦੇਖੈ ਆਪਿ ਉਪਾਇ ॥
ପରମାତ୍ମା ସ୍ଵୟଂ ହିଁ କାରଣ ଏବଂ ସ୍ଵୟଂ ହିଁ କର୍ତ୍ତା, ଯିଏ ସୃଷ୍ଟିକୁ ଉତ୍ପର୍ଣ୍ଣ ଆଉ ପାଳନ କରିଛନ୍ତି।
ਸਭ ਏਕੋ ਇਕੁ ਵਰਤਦਾ ਅਲਖੁ ਨ ਲਖਿਆ ਜਾਇ ॥
ସମସ୍ତ ପ୍ରାଣୀଙ୍କ ଠାରେ ସେ ଏକ ହିଁ ବିଦ୍ୟମାନ ଅଟନ୍ତି, ପୁନଃ ସେ ଅଲକ୍ଷ ମଧ୍ୟ ଅଟନ୍ତି ଯାହାକୁ ବୁଝି ହେବ ନାହିଁ।
ਆਪੇ ਪ੍ਰਭੂ ਦਇਆਲੁ ਹੈ ਆਪੇ ਦੇਇ ਬੁਝਾਇ ॥
ସ୍ଵୟଂ ପରମାତ୍ମା ଦୟାଳୁ ମଧ୍ୟ ଅଟନ୍ତି ଯିଏ ନିଜ କୃପାଦୃଷ୍ଟିରେ ନିଜ ସ୍ୱରୂପ ବୁଝାଇ ମଧ୍ୟ ଦିଅନ୍ତି।
ਗੁਰਮਤੀ ਸਦ ਮਨਿ ਵਸਿਆ ਸਚਿ ਰਹੇ ਲਿਵ ਲਾਇ ॥੧॥
ଗୁରୁଙ୍କ ଉପଦେଶ ଦ୍ଵାରା ଯେଉଁ ଜୀବର ମନରେ ସେହି ପରମାତ୍ମା ବ୍ୟାପ୍ତ ରହିଥାନ୍ତି, ସେ ସେହି ସତ୍ୟ ସ୍ୱରୂପ ଠାରେ ସଦା ଲୀନ ରହିଥାଏ॥1॥
ਮਨ ਮੇਰੇ ਗੁਰ ਕੀ ਮੰਨਿ ਲੈ ਰਜਾਇ ॥
ହେ ମୋର ମନ! ତୁମେ ଗୁରୁଙ୍କ ଆଜ୍ଞା ମାନି ଚାଲ।
ਮਨੁ ਤਨੁ ਸੀਤਲੁ ਸਭੁ ਥੀਐ ਨਾਮੁ ਵਸੈ ਮਨਿ ਆਇ ॥੧॥ ਰਹਾਉ ॥
ଏପରି କଲେ ତନ-ମନ ଶାନ୍ତ ହୋଇଯାଏ ଆଉ ନାମ ଆସି ମନରେ ବାସ କରନ୍ତି॥1॥ରୁହ॥
ਜਿਨਿ ਕਰਿ ਕਾਰਣੁ ਧਾਰਿਆ ਸੋਈ ਸਾਰ॥
ଯେଉଁ ପ୍ରଭୁ ଏହି ସୃଷ୍ଟିକୁ ମୂଳ ରୂପରେ ରଚନା କରି ସମ୍ଭାଳି ରଖିଛନ୍ତି, ସେ ଏହାର ଧ୍ୟାନ ରଖିଥାନ୍ତି।
ਗੁਰ ਕੈ ਸਬਦਿ ਪਛਾਣੀਐ ਜਾ ਆਪੇ ਨਦਰਿ ਕਰੇਇ ॥
ଯଦି ଗୁରୁଙ୍କ ଆଦେଶକୁ ଉପଲବ୍ଧି କର, ତାହାହେଲେ ସେହି ପରମାତ୍ମା ସ୍ଵୟଂ କୃପା-ଦୃଷ୍ଟି କରନ୍ତି।
ਸੇ ਜਨ ਸਬਦੇ ਸੋਹਣੇ ਤਿਤੁ ਸਚੈ ਦਰਬਾਰਿ ॥
ସେହି ମାନବ ଜୀବ ଗୁରୁ ଉପଦେଶ ଦ୍ଵାରା ହିଁ ସେହି ସତ୍ୟ ପରମାତ୍ମାଙ୍କ ଦ୍ଵାରରେ ଶୋଭନୀୟ ହୋଇଥାଏ।
ਗੁਰਮੁਖਿ ਸਚੈ ਸਬਦਿ ਰਤੇ ਆਪਿ ਮੇਲੇ ਕਰਤਾਰਿ ॥੨॥
ଗୁରୁମୁଖ ଜୀବ ସେହି ସତ୍ୟ ଉପଦେଶରେ ଲୀନ ରହିଥାଏ, ସେହି ଜୀବଙ୍କୁ କର୍ତ୍ତା ପୁରୁଷ (ପରମାତ୍ମା) ନିଜ ଶ୍ରୀ ଚରଣରେ ଯୋଡି ରଖିଛନ୍ତି॥2॥
ਗੁਰਮਤੀ ਸਚੁ ਸਲਾਹਣਾ ਜਿਸ ਦਾ ਅੰਤੁ ਨ ਪਾਰਾਵਾਰੁ ॥
ହେ ଜୀବ ଗୁରୁଙ୍କ ଉପଦେଶ ଗ୍ରହଣ କରିସେହି ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଗୁଣଗାନ କର, ଯାହାର ଗୁଣର କୌଣସି ସୀମା ନାହିଁ।
ਘਟਿ ਘਟਿ ਆਪੇ ਹੁਕਮਿ ਵਸੈ ਹੁਕਮੇ ਕਰੇ ਬੀਚਾਰੁ ॥
ସର୍ବବ୍ୟାପକ ପରମାତ୍ମ ନିଜର ଆଦେଶରେ ପ୍ରତ୍ୟେକ ହୃଦୟରେ ବିଦ୍ୟମାନ ହୋଇଥାନ୍ତି ତଥା ନିଜ ଆଦେଶ ଦ୍ଵାରା ହିଁ ଜୀବର ପାଳନର ବିଚାର କରିଥାନ୍ତି।
ਗੁਰ ਸਬਦੀ ਸਾਲਾਹੀਐ ਹਉਮੈ ਵਿਚਹੁ ਖੋਇ ॥
ହେ ମାନବ! ଗୁରୁ ଉପଦେଶ ଦ୍ଵାରା ନିଜ ହୃଦୟରୁ ଅହଂକାର ତ୍ୟାଗ କର ସେହି ସର୍ବ-ସମ୍ପର୍ଣ୍ଣ ପରମାତ୍ମାଙ୍କ ସ୍ତୁତି କର।
ਸਾ ਧਨ ਨਾਵੈ ਬਾਹਰੀ ਅਵਗਣਵੰਤੀ ਰੋਇ ॥੩॥
ଯିଏ ନାମ-ବିହୀନ ଜୀବ ରୂପୀ ସ୍ତ୍ରୀ ଅଟେ, ସେ ଅବଗୁଣବାଲୀ କ୍ରନ୍ଦନ କରି ରହିଥାଏ॥3॥
ਸਚੁ ਸਲਾਹੀ ਸਚਿ ਲਗਾ ਸਚੈ ਨਾਇ ਤ੍ਰਿਪਤਿ ਹੋਇ ॥
ମୁଁ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଚିନ୍ତନ କରେ, ସତ୍ୟରେ ଲୀନ ରହେ ତଥା ସତ୍ୟ ନାମ ଦ୍ଵାରା ତୃପ୍ତ ରହେ।
ਗੁਣ ਵੀਚਾਰੀ ਗੁਣ ਸੰਗ੍ਰਹਾ ਅਵਗੁਣ ਕਢਾ ਧੋਇ ॥
ଶୁଭ ଗୁଣର ବିଚାର କରେ, ଶୁଭ ଗୁଣକୁ ହିଁ ଏକତ୍ର କରେ, ଅବଗୁଣର ମଇଳାକୁ ନାମ ଜଳରେ ଧୋଇ ବାହାର କରିଦିଏ।
ਆਪੇ ਮੇਲਿ ਮਿਲਾਇਦਾ ਫਿਰਿ ਵੇਛੋੜਾ ਨ ਹੋਇ ॥
ସେତେବେଳେ ପରମେଶ୍ଵର ସ୍ଵୟଂ ହିଁ ମିଳିଯାନ୍ତି ଆଉ ପୁନଃ ବିଯାଗ ହୁଏ ନାହିଁ।
ਨਾਨਕ ਗੁਰੁ ਸਾਲਾਹੀ ਆਪਣਾ ਜਿਦੂ ਪਾਈ ਪ੍ਰਭੁ ਸੋਇ ॥੪॥੨੭॥੬੦॥
ନାନକ ଜୀ କହନ୍ତି ଯେ ନିଜ ପୂର୍ଣ୍ଣ ଗୁରୁଙ୍କ ଶ୍ଲାଘା କରୁ, ଯାହା ଦ୍ୱାରା ପ୍ରଭୁ ପ୍ରାପ୍ତ ହୋଇଥାନ୍ତି॥4॥27॥60॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3॥
ਸੁਣਿ ਸੁਣਿ ਕਾਮ ਗਹੇਲੀਏ ਕਿਆ ਚਲਹਿ ਬਾਹ ਲੁਡਾਇ ॥
ହେ କାମନାରେ ଗ୍ରସ୍ତ ଜୀବ ରୂପୀ ସ୍ତ୍ରୀ! ଶୁଣ, ତୁମେ ଏତେ ବେଖାତିର ଭାବରେ କାହିଁକି ଚାଲୁଅଛ?
ਆਪਣਾ ਪਿਰੁ ਨ ਪਛਾਣਹੀ ਕਿਆ ਮੁਹੁ ਦੇਸਹਿ ਜਾਇ ॥
ଏହି ଲୋକରେ ତ ତୁମେ ନିଜ ପତି-ପରମାତ୍ମାଙ୍କୁ ଜାଣି ନାହଁ, ପରଲୋକକୁ ଯାଇ ମୁହଁ କେମିତି ଦେଖାଇବ?
ਜਿਨੀ ਸਖੀ ਕੰਤੁ ਪਛਾਣਿਆ ਹਉ ਤਿਨ ਕੈ ਲਾਗਉ ਪਾਇ ॥
ଯେଉଁ ଜ୍ଞାନବାନ ସଖୀ ନିଜର ପତି-ପରମାତ୍ମାଙ୍କୁ ଜାଣିଦେଇଛି, ଗୁରୁଜୀ କହନ୍ତି ଯେ ମୁଁ ତାଙ୍କରି ପଦରେ ଲାଗିବି
ਤਿਨ ਹੀ ਜੈਸੀ ਥੀ ਰਹਾ ਸਤਸੰਗਤਿ ਮੇਲਿ ਮਿਲਾਇ ॥੧॥
ମୁଁ ତାଙ୍କରି ସତସଙ୍ଗରେ ମିଳନ ଦ୍ଵାରା ତାହାଙ୍କ ଭଳି ହୋଇଯାଏ॥1॥