ਜਿਸ ਨੋ ਮੰਨੇ ਆਪਿ ਸੋਈ ਮਾਨੀਐ ॥
ହେ ସାହିବ! ଯାହାକୁ ତୁ ସ୍ଵୟଂ ସ୍ଵୀକାର କରୁ, କେବଳ ତାହାକୁ ମାନ-ସମ୍ମାନ ପ୍ରାପ୍ତ ହୋଇଥାଏ।
ਪ੍ਰਗਟ ਪੁਰਖੁ ਪਰਵਾਣੁ ਸਭ ਠਾਈ ਜਾਨੀਐ ॥੩॥
ଏପରି ସ୍ଵୀକୃତ ପ୍ରସିଦ୍ଧ ବ୍ୟକ୍ତି ସର୍ବତ୍ର ଲୋକପ୍ରିୟ ହୋଇଯାଏ ॥3॥
ਦਿਨਸੁ ਰੈਣਿ ਆਰਾਧਿ ਸਮ੍ਹ੍ਹਾਲੇ ਸਾਹ ਸਾਹ ॥
ଦିନ ରାତି ତୋର ଆରାଧନା କରି ତୋତେ ପ୍ରତି ଶ୍ଵାସରେ ସ୍ଥାପନ କରିଥାଏ,
ਨਾਨਕ ਕੀ ਲੋਚਾ ਪੂਰਿ ਸਚੇ ਪਾਤਿਸਾਹ ॥੪॥੬॥੧੦੮॥
ହେ ସଚ୍ଚା ବାଦଶାହ! ନାନକଙ୍କ ଏହି ଇଚ୍ଛା ପୂର୍ଣ୍ଣ କର ॥4॥6॥108॥
ਆਸਾ ਮਹਲਾ ੫ ॥
ଆଶା ମହଲା 5॥
ਪੂਰਿ ਰਹਿਆ ਸ੍ਰਬ ਠਾਇ ਹਮਾਰਾ ਖਸਮੁ ਸੋਇ ॥
ଆମର ମାଲିକ ପ୍ରଭୁ ସବୁ ଜାଗାରେ ମହଜୁଦ ଅଛନ୍ତି।
ਏਕੁ ਸਾਹਿਬੁ ਸਿਰਿ ਛਤੁ ਦੂਜਾ ਨਾਹਿ ਕੋਇ ॥੧॥
ସବୁଙ୍କ ମାଲିକ ଏକ ଅଟନ୍ତି, ଯାହାଙ୍କ ମସ୍ତକ ଉପରେ ସ୍ଵାମୀତ୍ଵର ଛତ୍ର ଝୁଲୁଥାଏ, ତାହାଙ୍କ ସମକକ୍ଷ ଅନ୍ୟ କେହି ନାହାନ୍ତି ॥1॥
ਜਿਉ ਭਾਵੈ ਤਿਉ ਰਾਖੁ ਰਾਖਣਹਾਰਿਆ ॥
ହେ ସବୁଙ୍କ ରଖୁଆଳ ! ତୋତେ ଯେପରି ଭଲ ଲାଗିଥାଏ, ମୋର ରକ୍ଷା ସେପରି ହିଁ କର।
ਤੁਝ ਬਿਨੁ ਅਵਰੁ ਨ ਕੋਇ ਨਦਰਿ ਨਿਹਾਰਿਆ ॥੧॥ ਰਹਾਉ ॥
ତୋର ବିନା ନିଜ ନେତ୍ରରେ ମୁଁ କାହାକୁ ଦେଖେ ନାହିଁ ॥1॥ରୁହ॥
ਪ੍ਰਤਿਪਾਲੇ ਪ੍ਰਭੁ ਆਪਿ ਘਟਿ ਘਟਿ ਸਾਰੀਐ ॥
ପ୍ରଭୁ ସ୍ଵୟଂ ହିଁ ଜୀବଙ୍କ ପାଳନ ପୋଷଣ କରିଥାନ୍ତି ଆଉ ସବୁଙ୍କ ହୃଦୟ ବୁଝିଥାନ୍ତି।
ਜਿਸੁ ਮਨਿ ਵੁਠਾ ਆਪਿ ਤਿਸੁ ਨ ਵਿਸਾਰੀਐ ॥੨॥
ହାଙ୍କ ମନରେ ସେ ସ୍ଵୟଂ ବାସ କରିଥାନ୍ତି, ତାହାଙ୍କୁ କେବେ ବିସ୍ମୃତ କରନ୍ତି ନାହିଁ ॥2॥
ਜੋ ਕਿਛੁ ਕਰੇ ਸੁ ਆਪਿ ਆਪਣ ਭਾਣਿਆ ॥
ଯାହା କିଛି ପରମାତ୍ମା କରନ୍ତି, ସେ ସ୍ଵୟଂ ନିଜ ଇଚ୍ଛାରେ କରିଥାନ୍ତି।
ਭਗਤਾ ਕਾ ਸਹਾਈ ਜੁਗਿ ਜੁਗਿ ਜਾਣਿਆ ॥੩॥
ଯୁଗ-ଯୁଗାନ୍ତରରୁ ସେ ନିଜ ଭକ୍ତର ସହାୟକ ଭାବେ ଜଣା ଯାଆନ୍ତି ॥3॥
ਜਪਿ ਜਪਿ ਹਰਿ ਕਾ ਨਾਮੁ ਕਦੇ ਨ ਝੂਰੀਐ ॥
ଯେଉଁ ବ୍ୟକ୍ତି ସର୍ବଦା ହରିଙ୍କ ନାମ ଜପିଥାଏ, ସେ କେବେ ଦୁଃଖୀ ହୁଏନାହିଁ।
ਨਾਨਕ ਦਰਸ ਪਿਆਸ ਲੋਚਾ ਪੂਰੀਐ ॥੪॥੭॥੧੦੯॥
ହେ ପ୍ରଭୁ! ନାନକଙ୍କ ତୋର ଦର୍ଶନର ତୃଷ୍ଣା ଅଛି, ଏଥିପାଇଁ, ଏହି ଅଭିଳାଷ ପୂର୍ଣ୍ଣ କର ॥4॥7॥106॥
ਆਸਾ ਮਹਲਾ ੫ ॥
ଆଶା ମହଲା 5॥
ਕਿਆ ਸੋਵਹਿ ਨਾਮੁ ਵਿਸਾਰਿ ਗਾਫਲ ਗਹਿਲਿਆ ॥
ହେ ବେଖାତିର ପ୍ରାଣୀ! ତୁ ପ୍ରଭୁନାମକୁ ଭୁଲି କାହିଁକି ଅଜ୍ଞାନତାର ନିଦରେ ଶୋଇଛୁ?
ਕਿਤੀਂ ਇਤੁ ਦਰੀਆਇ ਵੰਞਨੑਿ ਵਹਦਿਆ ॥੧॥
ନାମ ବିହୀନ ପ୍ରାଣୀ ଏହି ଜୀବନ ନଦୀରେ ବହି ଯାଉଛି ॥1॥
ਬੋਹਿਥੜਾ ਹਰਿ ਚਰਣ ਮਨ ਚੜਿ ਲੰਘੀਐ ॥
ହେ ମନ! ହରିଙ୍କ ସୁନ୍ଦର ଚରଣ ରୂପୀ ଜାହାଜ ଉପରେ ସବାର ହୋଇ ସଂସାର ସାଗରରୁ ପାର ହୋଇପାରିବା।
ਆਠ ਪਹਰ ਗੁਣ ਗਾਇ ਸਾਧੂ ਸੰਗੀਐ ॥੧॥ ਰਹਾਉ ॥
ସାଧୁଙ୍କ ସଙ୍ଗତିରେ ମିଶି ଆଠ ପହର ଭଗବାନଙ୍କ ଗୁଣ ଗାନ କର ॥1॥ରୁହ॥
ਭੋਗਹਿ ਭੋਗ ਅਨੇਕ ਵਿਣੁ ਨਾਵੈ ਸੁੰਞਿਆ ॥
ଯେଉଁ ମନୁଷ୍ୟ ଅନେକ ଭୋଗ କରିଥାଏ, ସେ ପ୍ରଭୁଙ୍କ ନାମ ବିନା ଜଗତରୁ ଖାଲି ହାତରେ ଚାଲିଯାଏ।
ਹਰਿ ਕੀ ਭਗਤਿ ਬਿਨਾ ਮਰਿ ਮਰਿ ਰੁੰਨਿਆ ॥੨॥
ହରିଙ୍କ ଭକ୍ତି ବିନା ସେ ମାୟା ଦ୍ଵାରା ବହୁତ କାନ୍ଦିଥାଏ ଆଉ ଦୁଃଖୀ ହୋଇଥାଏ ॥2॥
ਕਪੜ ਭੋਗ ਸੁਗੰਧ ਤਨਿ ਮਰਦਨ ਮਾਲਣਾ ॥
ଯେଉଁ ବ୍ୟକ୍ତି ସୁନ୍ଦର ବସ୍ତ୍ର ପିନ୍ଧିଥାଏ, ସ୍ଵାଦିଷ୍ଟ ଭୋଜନ ଖାଇଥାଏ, ନିଜ ଶରୀରରେ ସୁଗନ୍ଧିତ ଅତର ଲଗାଇଥାଏ,
ਬਿਨੁ ਸਿਮਰਨ ਤਨੁ ਛਾਰੁ ਸਰਪਰ ਚਾਲਣਾ ॥੩॥
ପ୍ରଭୁ ସ୍ମରଣ ବିନା ତାହାର ଶରୀର ପାଉଁଶ ବନିଯାଏ ଆଉ ଅନ୍ତତଃ ସେ ନିଶ୍ଚିତ ଭାବରେ ସଂସାରରୁ ଚାଲିଯିବାକୁ ହୋଇଥାଏ ॥3॥
ਮਹਾ ਬਿਖਮੁ ਸੰਸਾਰੁ ਵਿਰਲੈ ਪੇਖਿਆ ॥
ଏହି ସଂସାର ସାଗର ପାର କରିବା ପାଇଁ ମହା ବିଷମ ଅଟେ ଆଉ ବିରଳ ବ୍ୟକ୍ତି ହିଁ ଏହାକୁ ଅନୁଭବ କରିଥାଏ।
ਛੂਟਨੁ ਹਰਿ ਕੀ ਸਰਣਿ ਲੇਖੁ ਨਾਨਕ ਲੇਖਿਆ ॥੪॥੮॥੧੧੦॥
ହେ ନାନକ! ହରିଙ୍କ ଶରଣ ନେଲେ ହିଁ ଜୀବ ଜନ୍ମ ମୃତ୍ୟୁ ଚକ୍ରରୁ ବର୍ତ୍ତିଥାଏ, ଆଉ ମୁକ୍ତି ପାଇଥାଏ, ଯାହାର ଭାଗ୍ୟରେ ଲେଖା ହୋଇଥାଏ ॥4॥7॥110॥
ਆਸਾ ਮਹਲਾ ੫ ॥
ଆଶା ମହଲା 5 ॥
ਕੋਇ ਨ ਕਿਸ ਹੀ ਸੰਗਿ ਕਾਹੇ ਗਰਬੀਐ ॥
ଦୁନିଆରେ କେହି କାହା ସାଥିରେ ନାହାନ୍ତି, ଏଥିପାଇଁ, ନିଜ ସମ୍ପର୍କକୁ କେହି କାହିଁକି ଅହଂକାର କରିବ?
ਏਕੁ ਨਾਮੁ ਆਧਾਰੁ ਭਉਜਲੁ ਤਰਬੀਐ ॥੧॥
ଏକ ପରମାତ୍ମାଙ୍କ ନାମ ହିଁ ଜୀବନର ଆଧାର ଅଟେ, ଯାହା ଦ୍ଵାରା ଭୟାନକ ସଂସାର ସାଗରରୁ ପାର ହୋଇପାରେ ॥1॥
ਮੈ ਗਰੀਬ ਸਚੁ ਟੇਕ ਤੂੰ ਮੇਰੇ ਸਤਿਗੁਰ ਪੂਰੇ ॥
ହେ ମୋର ପୂର୍ଣ୍ଣ ସଦଗୁରୁ! ଏକ ତୁ ହିଁ ମୁଁ ଗରିବର ସଚ୍ଚା ସାହାରା ଅଟୁ।
ਦੇਖਿ ਤੁਮ੍ਹ੍ਹਾਰਾ ਦਰਸਨੋ ਮੇਰਾ ਮਨੁ ਧੀਰੇ ॥੧॥ ਰਹਾਉ ॥
ତୋର ଦର୍ଶନ କରି ମୁଁ ଧୈର୍ଯ୍ୟବାନ ହୋଇଯାଏ ॥1॥ରୁହ॥
ਰਾਜੁ ਮਾਲੁ ਜੰਜਾਲੁ ਕਾਜਿ ਨ ਕਿਤੈ ਗਨੋੁ ॥
ରାଜ୍ୟ, ଧନ-ପଦାର୍ଥ ଏବଂ ଜଞ୍ଜାଳ କୌଣସି କାମରେ ଗଣା ଯାଏ ନାହିଁ।
ਹਰਿ ਕੀਰਤਨੁ ਆਧਾਰੁ ਨਿਹਚਲੁ ਏਹੁ ਧਨੋੁ ॥੨॥
ହରିଙ୍କ ଭଜନ ହିଁ ମୋର ଆଧାର ଅଟେ ଆଉ ଏହି ଧନ ସର୍ବଦା ସ୍ଥିର ଅଟେ ॥2॥
ਜੇਤੇ ਮਾਇਆ ਰੰਗ ਤੇਤ ਪਛਾਵਿਆ ॥
ମାୟାର ଯେତେ ମଧ୍ୟ ରଙ୍ଗ ଥାଏ, ତାହା କେବଳ ପ୍ରଚ୍ଛାୟା ସହିତ ସମାନ ଅଟେ।
ਸੁਖ ਕਾ ਨਾਮੁ ਨਿਧਾਨੁ ਗੁਰਮੁਖਿ ਗਾਵਿਆ ॥੩॥
ପରମାତ୍ମାଙ୍କ ନାମ ସୁଖର ଭଣ୍ଡାର ଅଟେ, ଗୁରୁମୁଖୀ ତାହାଙ୍କ ଯଶୋଗାନ କରିଥାଏ ॥3॥
ਸਚਾ ਗੁਣੀ ਨਿਧਾਨੁ ਤੂੰ ਪ੍ਰਭ ਗਹਿਰ ਗੰਭੀਰੇ ॥
ହେ ପ୍ରଭୁ! ତୁ ଗହନ ଗମ୍ଭୀର ଏବଂ ସଚ୍ଚା ଗୁଣୀ ନିଧାନ ଅଟୁ।
ਆਸ ਭਰੋਸਾ ਖਸਮ ਕਾ ਨਾਨਕ ਕੇ ਜੀਅਰੇ ॥੪॥੯॥੧੧੧॥
ପ୍ରଭୁଙ୍କ ଆଶା ଏବଂ ଭରସା ନାନକଙ୍କ ମନରେ ଅଛି ॥4॥6॥111॥
ਆਸਾ ਮਹਲਾ ੫ ॥
ଆଶା ମହଲା 5 ॥
ਜਿਸੁ ਸਿਮਰਤ ਦੁਖੁ ਜਾਇ ਸਹਜ ਸੁਖੁ ਪਾਈਐ ॥
ଯାହାଙ୍କ ସ୍ମରଣ କରିଲେ ଦୁଃଖ ଦୂର ହୋଇଯାଏ ଆଉ ସ୍ଵାଭାବିକ ସୁଖ ପ୍ରାପ୍ତି ହୋଇଥାଏ,
ਰੈਣਿ ਦਿਨਸੁ ਕਰ ਜੋੜਿ ਹਰਿ ਹਰਿ ਧਿਆਈਐ ॥੧॥
ରାତି ଦିନ ହାତ ଯୋଡି ସେହି ହରି-ପ୍ରଭୁଙ୍କ ହିଁ ଧ୍ୟାନ କରିବା ଉଚିତ ॥1॥
ਨਾਨਕ ਕਾ ਪ੍ਰਭੁ ਸੋਇ ਜਿਸ ਕਾ ਸਭੁ ਕੋਇ ॥
ନାନକଙ୍କ ପ୍ରଭୁ ସେ ଅଟନ୍ତି ଯାହାଙ୍କ ସାରା ସୃଷ୍ଟି ଅଟେ।
ਸਰਬ ਰਹਿਆ ਭਰਪੂਰਿ ਸਚਾ ਸਚੁ ਸੋਇ ॥੧॥ ਰਹਾਉ ॥
କେବଳ ସେହି ସଚ୍ଚା ପରମାତ୍ମା ହିଁ ସତ୍ୟ ଅଟନ୍ତି ଆଉ ସେ ସବୁ ଜୀବଙ୍କ ଠାରେ ରହିଥାନ୍ତି ॥1॥ରୁହ॥
ਅੰਤਰਿ ਬਾਹਰਿ ਸੰਗਿ ਸਹਾਈ ਗਿਆਨ ਜੋਗੁ ॥
ଭିତରେ ଏବଂ ବାହାରେ ସେ ମୋର ସାଥି ଏବଂ ସହାୟକ ଅଟନ୍ତି, ସେହି ଜ୍ଞାନ ପ୍ରାପ୍ତ କରିବା ଯୋଗ୍ୟ ଅଟେ।
ਤਿਸਹਿ ਅਰਾਧਿ ਮਨਾ ਬਿਨਾਸੈ ਸਗਲ ਰੋਗੁ ॥੨॥
ହେ ମୋର ମନ! ତାହାଙ୍କ ହିଁ ଆରାଧନା କର, ତୋର ସବୁ ରୋଗ ଦୂର ହୋଇଯିବ ॥2॥
ਰਾਖਨਹਾਰੁ ਅਪਾਰੁ ਰਾਖੈ ਅਗਨਿ ਮਾਹਿ ॥
ସବୁଙ୍କ ରକ୍ଷା କରିବା ବାଲା ପ୍ରଭୁ ଅପାର ଅଟନ୍ତି, ସେ ମାତାଙ୍କୁ ଗର୍ଭର ଅଗ୍ନିରୁ ମଧ୍ୟ ଜୀବଙ୍କ ରକ୍ଷା କରିଥାନ୍ତି।