Odia Page 43

ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥

ਭਲਕੇ ਉਠਿ ਪਪੋਲੀਐ ਵਿਣੁ ਬੁਝੇ ਮੁਗਧ ਅਜਾਣਿ ॥
ମନୁଷ୍ୟ ପ୍ରତିଦିନ ପ୍ରାତଃ କାଳରେ ଉଠି ନିଜ ଦେହର ପାଳନ ପୋଷଣ କରିଥାଏ, କିନ୍ତୁ ଯେ ପର୍ଯ୍ୟନ୍ତ ଈଶ୍ଵରଙ୍କ ବିଷୟରେ ଜ୍ଞାନ ହୋଇନଥାଏ, ସେ ମୂର୍ଖ ତଥା ଅବୁଝା ହୋଇ ରହିଥାଏ।

ਸੋ ਪ੍ਰਭੁ ਚਿਤਿ ਨ ਆਇਓ ਛੁਟੈਗੀ ਬੇਬਾਣਿ ॥
ଯଦି ପରମେଶ୍ଵରଙ୍କୁ ସ୍ମରଣ କରି ନାହଁ ତାହାହେଲେ ଏହି ବ୍ୟର୍ଥ ଶରୀର ଶ୍ମଶାନରେ ଫୋପାଡି ଦିଆଯାଏ।

ਸਤਿਗੁਰ ਸੇਤੀ ਚਿਤੁ ਲਾਇ ਸਦਾ ਸਦਾ ਰੰਗੁ ਮਾਣਿ ॥੧॥
ଯଦି ଏହି ଶରୀରରେ ଅର୍ଥାତ ମାନବ ଯୋନିରେ ରହନ୍ତି ଆମେ ସଦଗୁରୁଙ୍କ ହୃଦୟରେ ବାସ କଲେ ସବୁ ଦିନ ପାଇଁ ଆନନ୍ଦ ପ୍ରାପ୍ତି ହେବ ॥1॥

ਪ੍ਰਾਣੀ ਤੂੰ ਆਇਆ ਲਾਹਾ ਲੈਣਿ ॥
ହେ ନଶ୍ଵର ପ୍ରାଣୀ! ତୁମେ ମାନବ ଯୋନିକୁ ଲାଭ ପ୍ରାପ୍ତି ପାଇଁ ଆସିଅଛ।

ਲਗਾ ਕਿਤੁ ਕੁਫਕੜੇ ਸਭ ਮੁਕਦੀ ਚਲੀ ਰੈਣਿ ॥੧॥ ਰਹਾਉ ॥
ହେ ପ୍ରାଣୀ! ତୁମେ ବ୍ୟର୍ଥ କର୍ମରେ ସଂଲଗ୍ନ କାହିଁକି ହୋଇଅଛ? ଯାହା ଦ୍ଵାରା ଧୀରେ ଧୀରେ ତୋର ସାରା ଜୀବନ ରାତ୍ରି ସମାପ୍ତ ହୋଇଯାଇଥାଏ ॥1॥ରୁହ॥

ਕੁਦਮ ਕਰੇ ਪਸੁ ਪੰਖੀਆ ਦਿਸੈ ਨਾਹੀ ਕਾਲੁ ॥
ଯେଉଁ ପ୍ରକାରେ ପଶୁ-ପକ୍ଷୀ କ୍ରିଡା ମଗ୍ନ ରହିଥାନ୍ତି ଆଉ ମୃତ୍ୟୁ ବିଷୟରେ କିଛି ଜାଣିନଥାନ୍ତି।

ਓਤੈ ਸਾਥਿ ਮਨੁਖੁ ਹੈ ਫਾਥਾ ਮਾਇਆ ਜਾਲਿ ॥
ଏହି ପ୍ରକାର ମନୁଷ୍ୟ ଅଛି ଯିଏ ମୋହ ମାୟାର ଜାଲରେ ଛନ୍ଦି ହୋଇ ରହିଥାଏ।

ਮੁਕਤੇ ਸੇਈ ਭਾਲੀਅਹਿ ਜਿ ਸਚਾ ਨਾਮੁ ਸਮਾਲਿ ॥੨॥
ଯେଉଁ ପ୍ରାଣୀ ସଚ୍ଚା ପରମେଶ୍ଵରଙ୍କ ନାମର ଆରାଧନା କରିଥାନ୍ତି, ସିଏ ହିଁ ମୋକ୍ଷ ପ୍ରାପ୍ତି କରିଥାଏ ॥2॥

ਜੋ ਘਰੁ ਛਡਿ ਗਵਾਵਣਾ ਸੋ ਲਗਾ ਮਨ ਮਾਹਿ ॥
ସେହି ଘର ଯାହା ତ୍ୟାଗ କରି ଖାଲି କରିବାକୁ ପଡିବ, ତାହା ମନରେ ଯୋଡି ହୋଇଥାଏ।

ਜਿਥੈ ਜਾਇ ਤੁਧੁ ਵਰਤਣਾ ਤਿਸ ਕੀ ਚਿੰਤਾ ਨਾਹਿ ॥
ତୁମକୁ ତାହାଙ୍କର କୌଣସି ଚିନ୍ତା ନାହିଁ, ଯେଉଁଠିକୁ ଯାଇ ତୁମେ ନିବାସ କରିବାକୁ ହେବ।

ਫਾਥੇ ਸੇਈ ਨਿਕਲੇ ਜਿ ਗੁਰ ਕੀ ਪੈਰੀ ਪਾਹਿ ॥੩॥
ଯେଉଁ ପ୍ରାଣୀ ଗୁରୁଙ୍କ ଚରଣର ଅଶ୍ରାରେ ଆସିଥାଏ, ସେ ଜନ୍ମ ମୃତ୍ୟୁ ଚକ୍ରରୁ ମୋକ୍ଷ ପ୍ରାପ୍ତ କରିଥାଏ ॥3॥

ਕੋਈ ਰਖਿ ਨ ਸਕਈ ਦੂਜਾ ਕੋ ਨ ਦਿਖਾਇ ॥
ଗୁରୁଙ୍କ ବିନା ଆଉ କେହି ରକ୍ଷା କରିପାରିବେ ନାହିଁ , ମୋତେ ଆଉ କେହି ଦେଖାଯାଉନାହାନ୍ତି।

ਚਾਰੇ ਕੁੰਡਾ ਭਾਲਿ ਕੈ ਆਇ ਪਇਆ ਸਰਣਾਇ ॥
ମୁଁ ଚାରିଦିଗରୁ ଖୋଜାଖୋଜି କରି ଗୁରୁଙ୍କ ଚରଣକୁ ଆସିଯାଇଛି।

ਨਾਨਕ ਸਚੈ ਪਾਤਿਸਾਹਿ ਡੁਬਦਾ ਲਇਆ ਕਢਾਇ ॥੪॥੩॥੭੩॥
ହେ ନାନକ! ମୁଁ ବୁଡି ଯାଉଥିଲି, ପରନ୍ତୁ ସଚ୍ଚା ବାଦଶାହ ମୋତେ ରକ୍ଷା କରି ପାର କରିଦେଇଛନ୍ତି ॥4॥3॥

ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥

ਘੜੀ ਮੁਹਤ ਕਾ ਪਾਹੁਣਾ ਕਾਜ ਸਵਾਰਣਹਾਰੁ ॥
ତୁମେ କିଛି ସମୟ ପାଇଁ ଅତିଥି ବନି ଦୁନିଆକୁ ଆସିଅଛ, ଏଣୁ ନିଜ ସ୍ମରଣ ରୂପୀ କାର୍ଯ୍ୟ କରି ଚାଲ।

ਮਾਇਆ ਕਾਮਿ ਵਿਆਪਿਆ ਸਮਝੈ ਨਾਹੀ ਗਾਵਾਰੁ ॥
କିନ୍ତୁ ଜୀବ ମୋହ- ମାୟା, କାମ, ବାସନାରେ ଲିପ୍ତ ଅଟେ ଆଉ ଜୀବନର ଅସଲ ମନୋରଥକୁ ଏହି ମୂର୍ଖ ବୁଝେ ନାହିଁ।

ਉਠਿ ਚਲਿਆ ਪਛੁਤਾਇਆ ਪਰਿਆ ਵਸਿ ਜੰਦਾਰ ॥੧॥
ଯେତେବେଳେ ଏଥିରେ ଲିପ୍ତ ରହି ଯମର ବଶକୁ ଆସିବ, ସେତେବେଳେ ସେ ପଶ୍ଚାତାପ କରିବ ॥1॥

ਅੰਧੇ ਤੂੰ ਬੈਠਾ ਕੰਧੀ ਪਾਹਿ ॥
ହେ ଅଜ୍ଞାନ ମନୁଷ୍ୟ! ତୁ କାଳ ରୂପୀ ନଦୀ ତଟରେ ବିରାଜମାନ ଅଛୁ, ଅର୍ଥାତ ମୃତ୍ୟୁ ରୂପୀ ସାଗର ତଟରେ ବସିଅଛୁ।

ਜੇ ਹੋਵੀ ਪੂਰਬਿ ਲਿਖਿਆ ਤਾ ਗੁਰ ਕਾ ਬਚਨੁ ਕਮਾਹਿ ॥੧॥ ਰਹਾਉ ॥
ଯଦି ତୋର ପୂର୍ବ କର୍ମ ଶୁଭ ଅଛି , ତାହାହେଲେ ତୁ ଗୁରୁଙ୍କ ଉପଦେଶ ପାଇପାରିବୁ ॥1॥ରୁହ॥

ਹਰੀ ਨਾਹੀ ਨਹ ਡਡੁਰੀ ਪਕੀ ਵਢਣਹਾਰ ॥
ଯେପରି କଞ୍ଚା ଫସଲ, କଞ୍ଚା-ପାଚିଲା ଫସଲ ଅଥବା ପୂର୍ଣ୍ଣ ପାଚିଲା ଫସଲ କୌଣସି ଅବସ୍ଥାରେ କଟା ଯାଇପାରେ, ସେପରି ହିଁ ବାଲ୍ୟାବସ୍ଥା, ଯୁବାବସ୍ଥା ଅଥବା ବୃଦ୍ଧାବସ୍ଥାରେ କେବେ ମଧ୍ୟ ମୃତ୍ୟୁ ଆସିପାରେ।

ਲੈ ਲੈ ਦਾਤ ਪਹੁਤਿਆ ਲਾਵੇ ਕਰਿ ਤਈਆਰੁ ॥
ଯେପରି ଫସଲ କାଟିବା ବାଲା ଦାଆ ନେଇ କୃଶକ କହିବା ପରେ ଫସଲ କାଟିବା ପାଇ ପ୍ରସ୍ତୁତ ହୋଇଯାନ୍ତି, ସେପରି ହିଁ ଯମର ଆଦେଶ ପରେ ଯମଦୂତ ଯେ କୌଣସି ସମୟରେ ଫାଶ ନେଇ ମନୁଷ୍ୟକୁ ନେବା ପାଇଁ ଆସିଯାଏ।

ਜਾ ਹੋਆ ਹੁਕਮੁ ਕਿਰਸਾਣ ਦਾ ਤਾ ਲੁਣਿ ਮਿਣਿਆ ਖੇਤਾਰੁ ॥੨॥
ଯେତେବେଳେ କୃଷକର ଆଦେଶ ହୁଏ ସ୍ଫସଲ କାଟିବା ବାଲା ସବୁ ଫସଲ କାଟିଦିଅନ୍ତି ଆଉ ନିଜ ପାରିଶ୍ରମିକ ନିଅନ୍ତି, ସେପରି ହିଁ କୃଷକ ରୂପୀ ପରମାତ୍ମାଙ୍କ ଆଦେଶ ହେବା ମାତ୍ରେ ହିଁ ଯମଦୂତ ମାନବ ଜୀବର ଶରୀର ରୂପୀ ଖେତ କାଟିଦିଏ, ଅର୍ଥାତ ଶ୍ଵାସକୁ ଗଣେ ଆଉ ଶ୍ଵାସ ପୁରା ହେବା ମାତ୍ରେ ଶରୀର ରୂପୀ ଖେତକୁ ଶ୍ଵାସ ରୂପୀ ଫସଲରୁ ମୁକ୍ତ କରିଦିଏ ॥2॥

ਪਹਿਲਾ ਪਹਰੁ ਧੰਧੈ ਗਇਆ ਦੂਜੈ ਭਰਿ ਸੋਇਆ ॥
ମାନବ ଜୀବନର ପ୍ରଥମ ଭାଗ ବାଲ୍ୟାବସ୍ଥା କ୍ରୀଡାରେ ଅତିବାହିତ ହୋଇଯାଇଛି ତଥା ଦ୍ଵିତୀୟ ଭାଗ କିଶୋରାବସ୍ଥା ଘନ ନିଦ୍ରାରେ ଚାଲିଯାଇଛି।

ਤੀਜੈ ਝਾਖ ਝਖਾਇਆ ਚਉਥੈ ਭੋਰੁ ਭਇਆ ॥
ତୃତୀୟ ଭାଗ ଯୁବାବସ୍ଥା ସାଂସାରିକ ବ୍ୟର୍ଥ କାର୍ଯ୍ୟରେ ବିତି ଯାଇଛି ତଥା ଚତୁର୍ଥ ଭାଗ ବୃଦ୍ଧାବସ୍ଥା ଆସିବା ମାତ୍ରେ କାଳ ରୂପୀ ଦିନ ଉଦୟ ହୋଇଯାଇଛି।

ਕਦ ਹੀ ਚਿਤਿ ਨ ਆਇਓ ਜਿਨਿ ਜੀਉ ਪਿੰਡੁ ਦੀਆ ॥੩॥
ଏତେ ଲମ୍ବା ସମୟରେ ସେହି ପରମାତ୍ମା ସ୍ମରଣ ହୁଅନ୍ତି ନାହିଁ, ଯିଏ ଏହି ମାନବ ଶରୀର ପ୍ରଦାନ କରିଛନ୍ତି ॥3॥

ਸਾਧਸੰਗਤਿ ਕਉ ਵਾਰਿਆ ਜੀਉ ਕੀਆ ਕੁਰਬਾਣੁ ॥
ଗୁରୁଜୀ କହନ୍ତି କି ମୁଁ ତ ସାଧୁ-ସଗନ୍ତି ଉପରେ ଜୀବନ ଉଚ୍ଛର୍ଗ କରିଦେଇଛି ।

ਜਿਸ ਤੇ ਸੋਝੀ ਮਨਿ ਪਈ ਮਿਲਿਆ ਪੁਰਖੁ ਸੁਜਾਣੁ ॥
ମୋତେ ଏପରି ସଦଗୁରୁ ରୂପୀ ମିତ୍ର ମିଳିଯାଇଛି , ଯାହାଠୁ ମୋର ଅନ୍ତରମନରେ ସେହି ପରମାତ୍ମାଙ୍କ ଜ୍ଞାନ ପ୍ରକାଶ ଉଦୟ ହେଲା ।

ਨਾਨਕ ਡਿਠਾ ਸਦਾ ਨਾਲਿ ਹਰਿ ਅੰਤਰਜਾਮੀ ਜਾਣੁ ॥੪॥੪॥੭੪॥
ହେ ନାନକ ! ସେହି ଅନ୍ତର୍ଯ୍ୟାମି ପରମାତ୍ମାଙ୍କୁ ଜାଣିପକ , ଯିଏ ସମସ୍ତଙ୍କ ସାଙ୍ଗରେ ଅଛନ୍ତି ।

ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥

ਸਭੇ ਗਲਾ ਵਿਸਰਨੁ ਇਕੋ ਵਿਸਰਿ ਨ ਜਾਉ ॥
ମୁଁ ପ୍ରତ୍ୟେକ କଥା ଭୁଲିଜିବି , ପରନ୍ତୁ ଏକ ଇଶ୍ଵରଙ୍କୁ କଦାପି ବିସ୍ମରଣ କରିପାରିବିନି ।

ਧੰਧਾ ਸਭੁ ਜਲਾਇ ਕੈ ਗੁਰਿ ਨਾਮੁ ਦੀਆ ਸਚੁ ਸੁਆਉ ॥
ଗୁରୁ ସମସ୍ତ ଧନ୍ଦା କୁ ନଷ୍ଟ କରି ସତ୍ୟ ଆନନ୍ଦ କୁ ପ୍ରାପ୍ତ କରିବାବାଲା ପରମେଶ୍ଵରଙ୍କ ନାମ ପ୍ରଦାନ କରିଛନ୍ତି ।

ਆਸਾ ਸਭੇ ਲਾਹਿ ਕੈ ਇਕਾ ਆਸ ਕਮਾਉ ॥
ମନର ସବୁ ଆଶା ତ୍ୟାଗ କରି କେବଳ ଏକ ହିଁ ଆଶା ପ୍ରଭୁ-ମିଲନର ଆଶା ମୁଁ ଅର୍ଜିତ କରିବି ।

ਜਿਨੀ ਸਤਿਗੁਰੁ ਸੇਵਿਆ ਤਿਨ ਅਗੈ ਮਿਲਿਆ ਥਾਉ ॥੧॥
ଯେଉଁ ପ୍ରାଣୀ ସଦଗୁରୁଙ୍କ ଭରପୁର ସେବା କରୁଛନ୍ତି, ତାଙ୍କୁ ପରଲୋକରେ ପ୍ରଭୁଙ୍କ ଦରବାରରେ ବସିବାର ସମ୍ମାନ ପ୍ରାପ୍ତ ହୋଇଥାଏ ।

ਮਨ ਮੇਰੇ ਕਰਤੇ ਨੋ ਸਾਲਾਹਿ ॥
ହେ ମୋର ମନ ! ସୃଷ୍ଟିକର୍ତାଙ୍କ ଗୁଣଗାନ କର ।

ਸਭੇ ਛਡਿ ਸਿਆਣਪਾ ਗੁਰ ਕੀ ਪੈਰੀ ਪਾਹਿ ॥੧॥ ਰਹਾਉ ॥
ନିଜ ସମସ୍ତ ଚତୁରଙ୍କୁ ତ୍ୟାଗ କର ଗୁରୁଙ୍କ ଚରଣର ଶରଣ ଗ୍ରହଣ କର ।

ਦੁਖ ਭੁਖ ਨਹ ਵਿਆਪਈ ਜੇ ਸੁਖਦਾਤਾ ਮਨਿ ਹੋਇ ॥
ଯଦି ସର୍ବଗୁଣ ସମ୍ପନ୍ନ ସୁଖଦାତା ପରମେଶ୍ଵର ହୃଦୟରେ ବସିଥାନ୍ତି ତ ଦୁଖ ଏବଂ ତୃଷ୍ଣାର ଲାଳସାରୁ ମୁକ୍ତି ମିଳିଯାଉଛି ।

ਕਿਤ ਹੀ ਕੰਮਿ ਨ ਛਿਜੀਐ ਜਾ ਹਿਰਦੈ ਸਚਾ ਸੋਇ ॥
ଯଦି ସେହି ସତ୍ୟବାଦୀ ସ୍ଵାମୀ ମନୁଷ୍ୟଙ୍କ ହୃଦୟରେ ବାସ କରିଯାନ୍ତି ତ ତାକୁ କୌଣସି କାର୍ଯ୍ୟରେ ଅସଫଳତା ମିଳୁନାହିଁ ।

ਜਿਸੁ ਤੂੰ ਰਖਹਿ ਹਥ ਦੇ ਤਿਸੁ ਮਾਰਿ ਨ ਸਕੈ ਕੋਇ ॥
ପରମ-ପରମେଶ୍ଵର ଯାହାକୁ ମଧ୍ୟ ନିଜର ହାଥ ଦେଇ ରକ୍ଷା କରୁଛନ୍ତି , ତାକୁ କିଏ ହେଲେ ମାରିପାରିବନି ।

ਸੁਖਦਾਤਾ ਗੁਰੁ ਸੇਵੀਐ ਸਭਿ ਅਵਗਣ ਕਢੈ ਧੋਇ ॥੨॥
ସୁଖର ଦାତା ଗୁରୁଙ୍କ ଆଜ୍ଞାନ୍ନୁସାରେ ଆଚରଣ କରିବା ହିଁ ସର୍ବଉତ୍ତମ, କାରଣ ସେହି ପ୍ରାଣୀଙ୍କୁ ସମସ୍ତ ଅବଗୁଣଙ୍କୁ ଧୋଇ ନିର୍ମଲ କରିଦେଉଛନ୍ତି ।

ਸੇਵਾ ਮੰਗੈ ਸੇਵਕੋ ਲਾਈਆਂ ਅਪੁਨੀ ਸੇਵ ॥
ଭକ୍ତଜନ ଭଗବାନଙ୍କ ସମକ୍ଷ ବିନତି କରିବ କି ହେ ପ୍ରଭୁ ! ଏହି ସେବକ ତାଙ୍କ ସେବା କରିବାକୁ ଚାହୁଁଛି , ଯେଉନମାନଙ୍କୁ ତୁ ନିଜ ସେବାରେ ଲଗାଇଛୁ ।

error: Content is protected !!