Odia Page 44

ਸਾਧੂ ਸੰਗੁ ਮਸਕਤੇ ਤੂਠੈ ਪਾਵਾ ਦੇਵ ॥
ହେ ଗୁରୁଦେବ! ଆପଣଙ୍କ ପ୍ରସନ୍ନତାରୁ ହିଁ ସାଧୁ-ସଙ୍ଗତି ଏବଂ ନାମ ସ୍ମରଣର କଠିନ ପରିଶ୍ରମ କରାଯାଇପାରେ।

ਸਭੁ ਕਿਛੁ ਵਸਗਤਿ ਸਾਹਿਬੈ ਆਪੇ ਕਰਣ ਕਰੇਵ ॥
ସୃଷ୍ଟିର ସମସ୍ତ କାର୍ଯ୍ୟ ସଚ୍ଚା ବାଦଶାହଙ୍କ ଅଧିନ ଅଟେ, ସେ ସ୍ଵୟଂ ହିଁ ସବୁ କିଛି କରିବା ଏବଂ କରାଇବା ବାଲା ଅଟନ୍ତି।

ਸਤਿਗੁਰ ਕੈ ਬਲਿਹਾਰਣੈ ਮਨਸਾ ਸਭ ਪੂਰੇਵ ॥੩॥
ମୁଁ ସେହି ସଦଗୁରୁ ପ୍ରତି ଉତ୍ସର୍ଗିତ ଅଛି, ଯିଏ ସମସ୍ତଙ୍କ କାମନା ପୂର୍ଣ୍ଣ କରନ୍ତି ॥3॥

ਇਕੋ ਦਿਸੈ ਸਜਣੋ ਇਕੋ ਭਾਈ ਮੀਤੁ ॥
ହେ ମୋର ମିତ୍ର! ମୋତେ ସେହି ପରମାତ୍ମା ହିଁ କେବଳ ନିଜ ସଜ୍ଜନ ଦେଖାଯାଉଅଛି, ଆଉ କେବଳ ଏକ ହିଁ ମୋର ଭ୍ରାତା ତଥା ମିତ୍ର ଅଟେ।

ਇਕਸੈ ਦੀ ਸਾਮਗਰੀ ਇਕਸੈ ਦੀ ਹੈ ਰੀਤਿ ॥
ସଂପୂର୍ଣ୍ଣ ବ୍ରହ୍ମାଣ୍ଡର ସବୁ ସାମଗ୍ରୀ ଏକ ପରମେଶ୍ଵରଙ୍କ ହିଁ ଅଟେ ଆଉ କେବଳ ସେହି ହରି ହିଁ ପ୍ରତ୍ୟେକ ବସ୍ତୁକୁ ନିୟମବଦ୍ଧ କରିଛନ୍ତି।

ਇਕਸ ਸਿਉ ਮਨੁ ਮਾਨਿਆ ਤਾ ਹੋਆ ਨਿਹਚਲੁ ਚੀਤੁ ॥
ଏକ ପରମେଶ୍ଵରଙ୍କ ଠାରେ ହିଁ ମୋର ମନ ଲୀନ ହୋଇଯାଇଛି, ମୋର ମନ ନିଶ୍ଚଳ ହୋଇଅଛି।

ਸਚੁ ਖਾਣਾ ਸਚੁ ਪੈਨਣਾ ਟੇਕ ਨਾਨਕ ਸਚੁ ਕੀਤੁ ॥੪॥੫॥੭੫॥
ହେ ନାନକ! ସତ୍ୟ ନାମ ହିଁ ତାହାଙ୍କ ମନର ଆହାର ଅଟେ, ସତ୍ୟ ନାମ ତାହାର ପୋଷକ ଆଉ ସତ୍ୟ ନାମକୁ ହିଁ ସେ ନିଜର ଆଶ୍ରା ବନାଇଛନ୍ତି ॥4॥5॥75॥

ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥

ਸਭੇ ਥੋਕ ਪਰਾਪਤੇ ਜੇ ਆਵੈ ਇਕੁ ਹਥਿ ॥
ଏକ ପରମେଶ୍ଵରଙ୍କ ପ୍ରାପତିରୁ ଜୀବନର ସମସ୍ତ ବସ୍ତୁ( ଆନନ୍ଦ-ଉଲ୍ଲାସ) ପ୍ରାପ୍ତ ହୋଇଯାଏ।

ਜਨਮੁ ਪਦਾਰਥੁ ਸਫਲੁ ਹੈ ਜੇ ਸਚਾ ਸਬਦੁ ਕਥਿ ॥
ଯଦି ପ୍ରଭୁଙ୍କ ନାମ ସ୍ମରଣ କରାଯାଇଛି ତାହାହେଲେ ଅମୂଲ୍ୟ ମନୁଷ୍ୟ ଜୀବନ ମଧ୍ୟ ଫଳଦାୟକ ହୋଇଯାଏ।

ਗੁਰ ਤੇ ਮਹਲੁ ਪਰਾਪਤੇ ਜਿਸੁ ਲਿਖਿਆ ਹੋਵੈ ਮਥਿ ॥੧॥
ଯାହାର କପାଳରେ ଶ୍ରେଷ୍ଠ ଭାଗ୍ୟ ଲେଖାଯାଇଛି, ସେହି ଗୁରୁଙ୍କ କୃପା ଦୃଷ୍ଟିରେ ପରମେଶ୍ଵରଙ୍କୁ ପ୍ରାପ୍ତ କରିନିଏ ॥1॥

ਮੇਰੇ ਮਨ ਏਕਸ ਸਿਉ ਚਿਤੁ ਲਾਇ ॥
ହେ ମୋର ମନ! ଏକ ପ୍ରଭୁଙ୍କ ସ୍ମରଣରେ ମୁଁ ନିଜ ଚିତ୍ତ ଲଗାଅ।

ਏਕਸ ਬਿਨੁ ਸਭ ਧੰਧੁ ਹੈ ਸਭ ਮਿਥਿਆ ਮੋਹੁ ਮਾਇ ॥੧॥ ਰਹਾਉ ॥
ଏକ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କର୍ମ-ଧର୍ମ ସମସ୍ତ ବିପଦ ହିଁ ଅଟେ। ଧନ-ଦୌଲତର ଲାଳସା ସବୁ ମିଥ୍ୟା ଅଟେ ॥1॥ରୁହ॥

ਲਖ ਖੁਸੀਆ ਪਾਤਿਸਾਹੀਆ ਜੇ ਸਤਿਗੁਰੁ ਨਦਰਿ ਕਰੇਇ ॥
ଯଦି ସଦଗୁରୁଙ୍କ କୃପା-ଦୃଷ୍ଟି ହୋଇଯାଏ ତାହାହେଲେ ଅନେକ ଅନେକ ସାମ୍ରାଜ୍ୟ ଏବଂ ଐଶ୍ଚର୍ଯ୍ୟ-ବୈଭବର ଆନନ୍ଦ ଚରଣ ତଳକୁ ଆସେ।

ਨਿਮਖ ਏਕ ਹਰਿ ਨਾਮੁ ਦੇਇ ਮੇਰਾ ਮਨੁ ਤਨੁ ਸੀਤਲੁ ਹੋਇ ॥
ଯଦି ଏକ କ୍ଷଣ ମାତ୍ର ପାଇଁ ମୋତେ ପରମଶ୍ବରଙ୍କ ନାମର ଅନୁକମ୍ପା କରିଦିଅନ୍ତି ତାହାହେଲେ ମୋର ଆତ୍ମା ଏବଂ ଦେହ ଶୀତଳ ହୋଇଯିବ।

ਜਿਸ ਕਉ ਪੂਰਬਿ ਲਿਖਿਆ ਤਿਨਿ ਸਤਿਗੁਰ ਚਰਨ ਗਹੇ ॥੨॥
ଯେଉଁ ପ୍ରାଣୀଙ୍କ ଭାଗ୍ୟରେ ପୂର୍ବ-କର୍ମର ଭାଗ୍ୟ ଫଳ ଲେଖା ହୋଇଛି, ସେହି ସଦଗୁରୁଙ୍କ ଚରଣର ଶରଣ ନେଉଅଛି॥2॥

ਸਫਲ ਮੂਰਤੁ ਸਫਲਾ ਘੜੀ ਜਿਤੁ ਸਚੇ ਨਾਲਿ ਪਿਆਰੁ ॥
ସେ ମୂହର୍ତ୍ତ ସମୟ ମଧ୍ୟଫଳଦାୟକ ଅଟେ, ଯେତେବେଳେ ସତ୍ୟ ସ୍ୱରୂପ ପରମେଶ୍ଵର ସହିତ ପ୍ରେମ କରାଯାଏ।

ਦੂਖੁ ਸੰਤਾਪੁ ਨ ਲਗਈ ਜਿਸੁ ਹਰਿ ਕਾ ਨਾਮੁ ਅਧਾਰੁ ॥
ଯେଉଁ ପ୍ରାଣୀକୁ ଈଶ୍ଵରଙ୍କ ନାମର ଆଧାର ପ୍ରାପ୍ତ ଅଛି, ତା’ଠାରେ କୌଣସି ଦୁଃଖ-ଦରଦ ଉତ୍ପର୍ଣ୍ଣ ହୁଏ ନାହିଁ।

ਬਾਹ ਪਕੜਿ ਗੁਰਿ ਕਾਢਿਆ ਸੋਈ ਉਤਰਿਆ ਪਾਰਿ ॥੩॥
ଯେଉଁ ପ୍ରାଣୀକୁ ଗୁରୁ ହାତରେ ଧରି ଉଦ୍ଧାର କରିଛନ୍ତି, ସେ ଭବସାଗରରୁ ପାର ହୋଇଯାଏ ॥3॥

ਥਾਨੁ ਸੁਹਾਵਾ ਪਵਿਤੁ ਹੈ ਜਿਥੈ ਸੰਤ ਸਭਾ ॥
ସେହି ସ୍ଥାନ ବହୁତ ପବିତ୍ର ଏବଂ ଶୋଭାବାନ ଅଟେ, ଯେଉଁଠି ପ୍ରଭୁଙ୍କ ନାମର ଯଶୋଗାନ (ସତସଙ୍ଗ) ହୋଇଥାଏ।

ਢੋਈ ਤਿਸ ਹੀ ਨੋ ਮਿਲੈ ਜਿਨਿ ਪੂਰਾ ਗੁਰੂ ਲਭਾ ॥
ସେହି ବ୍ୟକ୍ତିତ୍ଵକୁ ହିଁ ପ୍ରଭୁଙ୍କ ଦରବାରର ଆଶ୍ରୟ ମିଳିଥାଏ, ଯାହାକୁ ପୂର୍ଣ୍ଣ ଗୁରୁଦେବଙ୍କ ପ୍ରାପ୍ତି ହୋଇଯାଇଛି।

ਨਾਨਕ ਬਧਾ ਘਰੁ ਤਹਾਂ ਜਿਥੈ ਮਿਰਤੁ ਨ ਜਨਮੁ ਜਰਾ ॥੪॥੬॥੭੬॥
ହେ ନାନକ! ଗୁରୁମୁଖ ପ୍ରାଣୀ ନିଜ ଘର ସେଠାରେ ବନାଇଛନ୍ତି, ଯେଉଁଠି ନା ମୃତ୍ୟୁ, ନା ଜନ୍ମ ଆଉ ନା ହିଁ ବୁଢାପଣ ଥାଏ ॥4॥6॥76॥

ਸ੍ਰੀਰਾਗੁ ਮਹਲਾ ੫ ॥
ସିରିରଗ ମହଲା 5 ॥

ਸੋਈ ਧਿਆਈਐ ਜੀਅੜੇ ਸਿਰਿ ਸਾਹਾਂ ਪਾਤਿਸਾਹੁ ॥
ହେ ଜୀବ! ସେହି ଭାଗ୍ୟବାନର ଧ୍ୟାନ କର, ଯିଏ ରାଜା ଆଉ ମହାରାଜାଙ୍କର ମଧ୍ୟ ବାଦଶାହ ଅଟନ୍ତି।

ਤਿਸ ਹੀ ਕੀ ਕਰਿ ਆਸ ਮਨ ਜਿਸ ਕਾ ਸਭਸੁ ਵੇਸਾਹੁ ॥
ସେହି ଭଗବାନଙ୍କ ମନରେ ଆଶା ରଖ, ଯାହା ଉପରେ ସବୁଙ୍କ ଭରସା ଅଛି।

ਸਭਿ ਸਿਆਣਪਾ ਛਡਿ ਕੈ ਗੁਰ ਕੀ ਚਰਣੀ ਪਾਹੁ ॥੧॥
ନିଜର ସମସ୍ତ ଚାଲାକି ତ୍ୟାଗ କରିଗୁରୁଙ୍କ ଚରଣରେ ଶରଣ ପ୍ରାପ୍ତ କର ॥1॥

ਮਨ ਮੇਰੇ ਸੁਖ ਸਹਜ ਸੇਤੀ ਜਪਿ ਨਾਉ ॥
ହେ ମୋର ମନ! ସୁଖ ଆଉ ଶାନ୍ତିରେ ପ୍ରଭୁଙ୍କ ନାମ ଅଭ୍ୟାସ କର।

ਆਠ ਪਹਰ ਪ੍ਰਭੁ ਧਿਆਇ ਤੂੰ ਗੁਣ ਗੋਇੰਦ ਨਿਤ ਗਾਉ ॥੧॥ ਰਹਾਉ ॥
ଆଠ ପାହାର ପ୍ରଭୁଙ୍କ ଧ୍ୟାନ କର ତଥା ଗୋବିନ୍ଦ ହରିଙ୍କ ମହିମା ନିତ୍ୟ ହିଁ ଗାନ କର ॥1॥ରୁହ॥

ਤਿਸ ਕੀ ਸਰਨੀ ਪਰੁ ਮਨਾ ਜਿਸੁ ਜੇਵਡੁ ਅਵਰੁ ਨ ਕੋਇ ॥
ହେ ମୋର ମନ! ଯେଉଁ ସ୍ୱରୂପ ଏତେ ବଡ , ଅନ୍ୟ କେହି ସେପରି ନାହିଁ, ତୁମେ ସେହି ପରମାତ୍ମାଙ୍କ ଶରଣରେ ରୁହ।

ਜਿਸੁ ਸਿਮਰਤ ਸੁਖੁ ਹੋਇ ਘਣਾ ਦੁਖੁ ਦਰਦੁ ਨ ਮੂਲੇ ਹੋਇ ॥
ତାହାଙ୍କର ଆରାଧନା କରିଲେ ବହୁତ ଆତ୍ମିକ ସୁଖ ମିଳିଥାଏ ତଥା ପୀଡା ଏବଂ ଦୁଃଖର ସଂପୂର୍ଣ୍ଣ ନାଶ ହୋଇଯାଏ।

ਸਦਾ ਸਦਾ ਕਰਿ ਚਾਕਰੀ ਪ੍ਰਭੁ ਸਾਹਿਬੁ ਸਚਾ ਸੋਇ ॥੨॥
ଏଥିପାଇଁ ତୁ ସର୍ବଦା ସେହି ପରଂବ୍ରହ୍ମଙ୍କ ସେବା ଅର୍ଥାତ ଯଶୋଗାନରେ ଲିପ୍ତ ରହିଥାଏ ॥2॥

ਸਾਧਸੰਗਤਿ ਹੋਇ ਨਿਰਮਲਾ ਕਟੀਐ ਜਮ ਕੀ ਫਾਸ ॥
ସାଧୁ- ସନ୍ଥଙ୍କ ସଙ୍ଗତି କରିଲେ ମନ ପବିତ୍ର ହୋଇଯାଏ ଆଉ ମୃତ୍ୟୁର ଫନ୍ଦା କଟିଯାଏ ।

ਸੁਖਦਾਤਾ ਭੈ ਭੰਜਨੋ ਤਿਸੁ ਆਗੈ ਕਰਿ ਅਰਦਾਸਿ ॥
ସେହି ପରମାତ୍ମା ସୁଖର ଦାତା ତଥା ଭୟ ନାଶ କରିବାବାଲା, ଏଥିପାଇଁ ତାଙ୍କରି ସମ୍ମୁଖରେ ବନ୍ଦନା କର।

ਮਿਹਰ ਕਰੇ ਜਿਸੁ ਮਿਹਰਵਾਨੁ ਤਾਂ ਕਾਰਜੁ ਆਵੈ ਰਾਸਿ ॥੩॥
ସେହି କୃପାଳୁ ତଥା ଦୟାଳୁ ପରମାତ୍ମା ଯାହା ଉପରେ ନିଜ କୃପା ଦୃଷ୍ଟି କରନ୍ତି, ତାହାର ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଏ ॥3॥

ਬਹੁਤੋ ਬਹੁਤੁ ਵਖਾਣੀਐ ਊਚੋ ਊਚਾ ਥਾਉ ॥
ସେହି ପ୍ରଭୁଙ୍କୁ ବିଶାଳରୁ ହିଁ ବିଶାଳ କୁହାଯାଏ ଆଉ ତାହାଙ୍କ ନିବାସ ଉଚ୍ଚରୁ ଉଚ୍ଚ ସର୍ବୋଚ୍ଚ ଅଟେ।

ਵਰਨਾ ਚਿਹਨਾ ਬਾਹਰਾ ਕੀਮਤਿ ਕਹਿ ਨ ਸਕਾਉ ॥
ସେ ବର୍ଣ୍ଣ-ଭେଦ ଜାତି-ଚିହ୍ନ ଆଦି ରହିତ ଅଟନ୍ତି ଆଉ ମୁଁ ତାହାଙ୍କ ମୂଲ୍ୟର ବର୍ଣ୍ଣନା କରିପାରିବି ନାହିଁ।

ਨਾਨਕ ਕਉ ਪ੍ਰਭ ਮਇਆ ਕਰਿ ਸਚੁ ਦੇਵਹੁ ਅਪੁਣਾ ਨਾਉ ॥੪॥੭॥੭੭॥
ହେ ସତ୍ୟ ପରମେଶ୍ଵର! ନାନକ ଉପରେ ନିଜର ଦୟା ଦୃଷ୍ଟି କରି ତାହାଙ୍କୁ ନିଜର ସତ୍ୟ ସ୍ୱରୂପ ନାମ ପ୍ରଦାନ କର॥4॥7॥77॥

ਸ੍ਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥

ਨਾਮੁ ਧਿਆਏ ਸੋ ਸੁਖੀ ਤਿਸੁ ਮੁਖੁ ਊਜਲੁ ਹੋਇ ॥
ଯେଉଁ ବ୍ୟକ୍ତିତ୍ବ ପ୍ରଭୁଙ୍କ ନାମ ସ୍ମରଣ କରିଥାଏ, ସେ ଇହଲୋକରେ ସୁଖୀ ରହିଥାଏ ତଥା ତାହାରି ମୁଖ ପ୍ରଭୁଙ୍କ ସଭାରେ ଉଜ୍ଜଳ ହୋଇଥାଏ।

ਪੂਰੇ ਗੁਰ ਤੇ ਪਾਈਐ ਪਰਗਟੁ ਸਭਨੀ ਲੋਇ ॥
କିନ୍ତୁ ପ୍ରଭୁଙ୍କ ନାମ ପୂର୍ଣ୍ଣ ଗୁରୁ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ, ସେ ସମସ୍ତ ଲୋକରେ ପ୍ରସିଦ୍ଧ ହୋଇଯାଏ।

ਸਾਧਸੰਗਤਿ ਕੈ ਘਰਿ ਵਸੈ ਏਕੋ ਸਚਾ ਸੋਇ ॥੧॥
ସେହି ସତ୍ୟ ପରମେଶ୍ଵର ସାଧୁସଙ୍ଗତ ଗୃହରେ ନିବାସ କରିଥାଏ ॥1॥

error: Content is protected !!