ਪਹਿਲਾ ਫਾਹਾ ਪਇਆ ਪਾਧੇ ਪਿਛੋ ਦੇ ਗਲਿ ਚਾਟੜਿਆ ॥੫॥
କାରଣ ପ୍ରଥମେ ପଣ୍ଡିତର ଗଳାରେ ମାୟାର ଫନ୍ଦା ପଡିଥାଏ ଆଉ ତା’ପରେ ନିଜ ଶିଷ୍ୟର ଗଳାରେ ମଧ୍ୟ ସେହି ଫାଶୀ ପଡିଯାଏ ॥5॥
ਸਸੈ ਸੰਜਮੁ ਗਇਓ ਮੂੜੇ ਏਕੁ ਦਾਨੁ ਤੁਧੁ ਕੁਥਾਇ ਲਇਆ ॥
ସ- ହେ ମୂର୍ଖ! ତୁ ନିଜ ସଂଯମତା ହରାଇ ଦେଇଛୁ, ତୁ ଅଯୋଗ୍ୟ ଦାନ ନେଇଛୁ,
ਸਾਈ ਪੁਤ੍ਰੀ ਜਜਮਾਨ ਕੀ ਸਾ ਤੇਰੀ ਏਤੁ ਧਾਨਿ ਖਾਧੈ ਤੇਰਾ ਜਨਮੁ ਗਇਆ ॥੬॥
ଯଜମାନର ପୁତ୍ରୀ ତୋର ନିଜର ହିଁ ପୁତ୍ରୀ ଅଟେ ଆଉ ତାହାର ବିବାହ କରାଇ ଦାନ ନେଇ ପାପ କରିଛୁ, ଏହି ଧନକୁ ନେଇ ତୁ ନିଜ ଜନ୍ମର ସତ୍ୟନାଶ କରି ଦେଇଛୁ॥6॥
ਮੰਮੈ ਮਤਿ ਹਿਰਿ ਲਈ ਤੇਰੀ ਮੂੜੇ ਹਉਮੈ ਵਡਾ ਰੋਗੁ ਪਇਆ ॥
ମ- ହେ ମୂର୍ଖ! ତୋର ବୁଦ୍ଧି ଭ୍ରଷ୍ଟ ହୋଇଯାଇଛି, ଅହଙ୍କାରର ବଡ ରୋଗ ତୋ’ ଠାରେ ଲାଗିଛି।
ਅੰਤਰ ਆਤਮੈ ਬ੍ਰਹਮੁ ਨ ਚੀਨੑਿਆ ਮਾਇਆ ਕਾ ਮੁਹਤਾਜੁ ਭਇਆ ॥੭॥
ନିଜ ଅନ୍ତରାତ୍ମାରେ ତୁ ବ୍ରହ୍ମାଙ୍କୁ ଜାଣି ପାରି ନାହୁଁ ଆଉ ମାୟା ଉପରେ ନିର୍ଭର କରି ରହିଯାଇଛୁ॥7॥
ਕਕੈ ਕਾਮਿ ਕ੍ਰੋਧਿ ਭਰਮਿਓਹੁ ਮੂੜੇ ਮਮਤਾ ਲਾਗੇ ਤੁਧੁ ਹਰਿ ਵਿਸਰਿਆ ॥
କ- ହେ ମୂର୍ଖ! ତୁ କାମ ବାସନା ଏବଂ କ୍ରୋଧରେ ପଥଭ୍ରଷ୍ଟ ରହିଛ ଆଉ ସାଂସାରିକ ମମତା ସାଥିରେ ଲଗାଇ ତୁ ହରିଙ୍କୁ ଭୁଲିଯାଇଛୁ।
ਪੜਹਿ ਗੁਣਹਿ ਤੂੰ ਬਹੁਤੁ ਪੁਕਾਰਹਿ ਵਿਣੁ ਬੂਝੇ ਤੂੰ ਡੂਬਿ ਮੁਆ ॥੮॥
ତୁମେ ଧାର୍ମିକ ଗ୍ରନ୍ଥ ପଢୁଅଛ, ତାହାର ଗୁଣର ବିଷୟରେ ଚିନ୍ତନ କରୁଛ ଆଉ ବହୁତ ବଡ ବଡ କଥା ଅନ୍ୟକୁ ଶୁଣାଉଛ, ପରନ୍ତୁ ଜ୍ଞାନକୁ ବୁଝିବା ବିନା ତୁମେ ମରିଯାଇଛ॥8॥
ਤਤੈ ਤਾਮਸਿ ਜਲਿਓਹੁ ਮੂੜੇ ਥਥੈ ਥਾਨ ਭਰਿਸਟੁ ਹੋਆ ॥
ତ- ହେ ମୂର୍ଖ! କ୍ରୋଧାଗ୍ନି ତୋତେ ଜଳାଇ ରଖି ଦେଇଛି, ଥ- ଯେଉଁ ସ୍ଥାନ ଉପରେ ତୁମେ ରହିଛ, ତାହା ମଧ୍ୟ ଭ୍ରଷ୍ଟ ହୋଇ ଯାଇଛି।
ਘਘੈ ਘਰਿ ਘਰਿ ਫਿਰਹਿ ਤੂੰ ਮੂੜੇ ਦਦੈ ਦਾਨੁ ਨ ਤੁਧੁ ਲਇਆ ॥੯॥
ଘ- ହେ ମୂର୍ଖ! (ପଣ୍ଡିତ)! ତୁମେ ଘରକୁ ଘର ମାଗୁଅଛ, ଦ- ପ୍ରଭୁ ନାମର ଦାନ ତୁମେ ଏ ପର୍ଯ୍ୟନ୍ତ କେଉଁ ଗୁରୁଙ୍କ ଠାରୁ ନେଇ ନାହଁ ॥9॥
ਪਪੈ ਪਾਰਿ ਨ ਪਵਹੀ ਮੂੜੇ ਪਰਪੰਚਿ ਤੂੰ ਪਲਚਿ ਰਹਿਆ ॥
ପ- ହେ ମୂର୍ଖ! ତୁମେ ଦୁନିଆର ପ୍ରବଞ୍ଚନାରେ ଏତେ ଲିପ୍ତ ହୋଇଛ ଯେ ତୁମେ ଭବସାଗରରୁ ପାର ହୋଇ ପାରିବ ନାହିଁ।
ਸਚੈ ਆਪਿ ਖੁਆਇਓਹੁ ਮੂੜੇ ਇਹੁ ਸਿਰਿ ਤੇਰੈ ਲੇਖੁ ਪਇਆ ॥੧੦॥
ସତ୍ୟ ପ୍ରଭୁ ତୋତେ ସ୍ଵୟଂ ମୋହ ମାୟାରେ କୁମାର୍ଗଗାମୀ କରିଛନ୍ତି, ହେ ମୂର୍ଖ! ତୋର କପାଳରେ ଏହି ଭାଗ୍ୟ ଲେଖା ହୋଇଛି॥10॥
ਭਭੈ ਭਵਜਲਿ ਡੁਬੋਹੁ ਮੂੜੇ ਮਾਇਆ ਵਿਚਿ ਗਲਤਾਨੁ ਭਇਆ ॥
ଭ- ହେ ମୂର୍ଖ! ତୁ ମାୟାରେ ଏତେ ଲୀନ ହୋଇଛୁ ଯେ ଭବସାଗରରେ ବୁଡି ଯାଉଛୁ।
ਗੁਰ ਪਰਸਾਦੀ ਏਕੋ ਜਾਣੈ ਏਕ ਘੜੀ ਮਹਿ ਪਾਰਿ ਪਇਆ ॥੧੧॥
ଯିଏ ଗୁରୁଙ୍କ କୃପାରୁ ଏକ ଈଶ୍ଵରଙ୍କୁ ବୁଝିଥାଏ, ସେ ଏକ କ୍ଷଣରେ ହିଁ ଭବସାଗରରୁ ପାର ହୋଇଯାଏ॥11॥
ਵਵੈ ਵਾਰੀ ਆਈਆ ਮੂੜੇ ਵਾਸੁਦੇਉ ਤੁਧੁ ਵੀਸਰਿਆ ॥
ୱ- ହେ ମୂର୍ଖ! ତୋର ଭାଗ୍ୟରେ ଏବେ ମାନବ ଜନ୍ମରେ ଗୋବିନ୍ଦ ମିଳନର ସମୟ ଆସିଛି, କିନ୍ତୁ ତୁ ବାସୁଦେବଙ୍କୁ ଭୁଲି ଯାଇଛୁ।
ਏਹ ਵੇਲਾ ਨ ਲਹਸਹਿ ਮੂੜੇ ਫਿਰਿ ਤੂੰ ਜਮ ਕੈ ਵਸਿ ਪਇਆ ॥੧੨॥
ହେ ମୂର୍ଖ! ଏହି ଶୁଭ ଅବସର ତୋତେ ପୁଣି ପ୍ରାପ୍ତ ହେବ ନାହିଁ, ତୁ ଯମଦୂତର ବଶରେ ଆସିଯିବୁ॥12॥
ਝਝੈ ਕਦੇ ਨ ਝੂਰਹਿ ਮੂੜੇ ਸਤਿਗੁਰ ਕਾ ਉਪਦੇਸੁ ਸੁਣਿ ਤੂੰ ਵਿਖਾ ॥
ଝ- ହେ ମୂର୍ଖ! ତୋତେ କେବେ ଦୁଃଖ-କ୍ଲେଶ ହେବ ନାହିଁ ଯଦି ତୁ ସଚ୍ଚା ଗୁରୁଙ୍କ ଉପଦେଶ ଶୁଣିବୁ।
ਸਤਿਗੁਰ ਬਾਝਹੁ ਗੁਰੁ ਨਹੀ ਕੋਈ ਨਿਗੁਰੇ ਕਾ ਹੈ ਨਾਉ ਬੁਰਾ ॥੧੩॥
ସଚ୍ଚା ଗୁରୁଙ୍କ ବିନା ଆଉ କେହି ଗୁଡ଼ ନାହାନ୍ତି ଆଉ ଗୁରୁହୀନର ନାମ ମନ୍ଦ ଅଟେ॥13॥
ਧਧੈ ਧਾਵਤ ਵਰਜਿ ਰਖੁ ਮੂੜੇ ਅੰਤਰਿ ਤੇਰੈ ਨਿਧਾਨੁ ਪਇਆ ॥
ଧ- ହେ ମୂର୍ଖ! ବିକାରରେ ପଥଭ୍ରଷ୍ଟ ହୋଇ ମନରେ ଅଙ୍କୁଶ ଲଗାଅ, କାରଣ ତୋର ଅନ୍ତର୍ମନରେ ହିଁ ପ୍ରଭୁ ନାମର ଖଜଣା ଅଛି।
ਗੁਰਮੁਖਿ ਹੋਵਹਿ ਤਾ ਹਰਿ ਰਸੁ ਪੀਵਹਿ ਜੁਗਾ ਜੁਗੰਤਰਿ ਖਾਹਿ ਪਇਆ ॥੧੪॥
ଯଦି ମନୁଷ୍ୟ ଗୁରୁମୁଖୀ ବନିଯାଏ, ତାହାହେଲେ ସେ ହରିରସକୁ ପାନ କରିଥାଏ ଆଉ ଯୁଗ-ଯୁଗାନ୍ତର ପର୍ଯ୍ୟନ୍ତ ସେ ତାହାକୁ ପାନ କରି ଚାଲିଥାଏ ॥14॥
ਗਗੈ ਗੋਬਿਦੁ ਚਿਤਿ ਕਰਿ ਮੂੜੇ ਗਲੀ ਕਿਨੈ ਨ ਪਾਇਆ ॥
ଗ- ହେ ମୂର୍ଖ! ଗୋବିନ୍ଦଙ୍କ ସ୍ମରଣ କର, କେବଳ ନିରର୍ଥକ କଥା କରି କେହି ମଧ୍ୟ ତାହାଙ୍କୁ ପ୍ରାପ୍ତ କରି ନାହିଁ।
ਗੁਰ ਕੇ ਚਰਨ ਹਿਰਦੈ ਵਸਾਇ ਮੂੜੇ ਪਿਛਲੇ ਗੁਨਹ ਸਭ ਬਖਸਿ ਲਇਆ ॥੧੫॥
ହେ ମୂର୍ଖ! ଗୁରୁଙ୍କ ଚରଣ ନିଜ ହୃଦୟରେ ସ୍ଥାପନ କର, ସେ ତୋର ପୂର୍ବ ଦୋଷ କ୍ଷମା କରି ଦେବେ॥15॥
ਹਾਹੈ ਹਰਿ ਕਥਾ ਬੂਝੁ ਤੂੰ ਮੂੜੇ ਤਾ ਸਦਾ ਸੁਖੁ ਹੋਈ ॥
ହ- ହେ ମୂର୍ଖ! ହରିଙ୍କ କଥାକୁ ବୁଝ, ତାହାହେଲେ ହିଁ ତୋତେ ସର୍ବଦା ସୁଖ ପ୍ରାପ୍ତ ହେବ।
ਮਨਮੁਖਿ ਪੜਹਿ ਤੇਤਾ ਦੁਖੁ ਲਾਗੈ ਵਿਣੁ ਸਤਿਗੁਰ ਮੁਕਤਿ ਨ ਹੋਈ ॥੧੬॥
ମନମୁଖୀ ଯେତେ ପଢିଥାଏ, ସେ ସେତେ ଅଧିକ ଦୁଃଖ ପାଇଥାଏ, ସଚ୍ଚା ଗୁରୁଙ୍କ ବିନା ତାହାର ଜୀବନ-ମୃତ୍ୟୁରୁ ମୁକ୍ତି ହୁଏନାହିଁ॥16॥
ਰਾਰੈ ਰਾਮੁ ਚਿਤਿ ਕਰਿ ਮੂੜੇ ਹਿਰਦੈ ਜਿਨੑ ਕੈ ਰਵਿ ਰਹਿਆ ॥
ର- ହେ ମୂର୍ଖ! ଯାହାର ହୃଦୟରେ ରାମ ବାସ କରିଛନ୍ତି, ତାହାଙ୍କ ସଂଗତି କରି ତୁ ରାମଙ୍କୁ ସ୍ମରଣ କର।
ਗੁਰ ਪਰਸਾਦੀ ਜਿਨੑੀ ਰਾਮੁ ਪਛਾਤਾ ਨਿਰਗੁਣ ਰਾਮੁ ਤਿਨੑੀ ਬੂਝਿ ਲਹਿਆ ॥੧੭॥
ଗୁରୁଙ୍କ କୃପାରୁ ଯିଏ ରାମଙ୍କୁ ଜାଣିଥାଏ, ସେ ନିର୍ଗୁଣ ରାମଙ୍କୁ ପାଇନିଏ॥17॥
ਤੇਰਾ ਅੰਤੁ ਨ ਜਾਈ ਲਖਿਆ ਅਕਥੁ ਨ ਜਾਈ ਹਰਿ ਕਥਿਆ ॥
ହେ ପ୍ରଭୁ! ତୋର ଅନ୍ତ ପାଇ ପାରିବା ନାହିଁ, ଅକଥନୀୟ ହରିଙ୍କ କଥନ କରାଯାଇ ପାରିବ ନାହିଁ।
ਨਾਨਕ ਜਿਨੑ ਕਉ ਸਤਿਗੁਰੁ ਮਿਲਿਆ ਤਿਨੑ ਕਾ ਲੇਖਾ ਨਿਬੜਿਆ ॥੧੮॥੧॥੨॥
ହେ ନାନକ! ଯାହାକୁ ସଚ୍ଚା ଗୁରୁ ମିଳିଯାଇଛନ୍ତି ତାହାର କର୍ମର ଲେଖା ଦୂର ହୋଇଯାଇଛି॥18॥1॥2॥
ਰਾਗੁ ਆਸਾ ਮਹਲਾ ੧ ਛੰਤ ਘਰੁ ੧
ରାଗ ଆଶା ମହଲା 1 ଛନ୍ତ ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਮੁੰਧ ਜੋਬਨਿ ਬਾਲੜੀਏ ਮੇਰਾ ਪਿਰੁ ਰਲੀਆਲਾ ਰਾਮ ॥
ହେ ମୁଗ୍ଧ ଯୌବନ ବାଲା! ମୋର ପ୍ରିୟ ରାମ ବଡ ରଙ୍ଗିଲା, ଆନନ୍ଦ ବିନୋଦୀ ଅଟନ୍ତି
ਧਨ ਪਿਰ ਨੇਹੁ ਘਣਾ ਰਸਿ ਪ੍ਰੀਤਿ ਦਇਆਲਾ ਰਾਮ ॥
ଯଦି ପତି-ପତ୍ନୀ ମଧ୍ୟରେ ବଡ ପ୍ରେମ ହୋଇଯାଏ, ଦୟାଳୁ ରାମ ଆହୁରି ପ୍ରୀତି ପ୍ରଦାନ କରିଥାନ୍ତି।