ਧਨ ਪਿਰਹਿ ਮੇਲਾ ਹੋਇ ਸੁਆਮੀ ਆਪਿ ਪ੍ਰਭੁ ਕਿਰਪਾ ਕਰੇ ॥
ସ୍ଵାମୀ-ପ୍ରଭୁ ଯେବେ ସ୍ଵୟଂ କୃପା କରିଥାନ୍ତି, ସେତେବେଳେ ଜୀବ-ସ୍ତ୍ରୀର ନିଜ ପ୍ରିୟ ସାଥିରେ ମିଳନ ହୋଇଯାଏ।
ਸੇਜਾ ਸੁਹਾਵੀ ਸੰਗਿ ਪਿਰ ਕੈ ਸਾਤ ਸਰ ਅੰਮ੍ਰਿਤ ਭਰੇ ॥
ନିଜ ପ୍ରିୟ ସାଥିରେ ତାହାର ସେଜ ସୁନ୍ଦର ହୋଇଯାଏ, ଆଉ ତାହାର ଇନ୍ଦ୍ରିୟ ଅମୃତରେ ଭରିଯାଏ।
ਕਰਿ ਦਇਆ ਮਇਆ ਦਇਆਲ ਸਾਚੇ ਸਬਦਿ ਮਿਲਿ ਗੁਣ ਗਾਵਓ ॥
ହେ ଦୟାଳୁ ସଚ୍ଚା ପ୍ରଭୁ! ମୋ’ ଉପରେ ଦୟା ଏବଂ କୃପା କର, କାରଣ ସଙ୍ଗତିରେ ମିଶି ସଚ୍ଚା ଶବ୍ଦ ଦ୍ଵାରା ତୋର ଗୁଣଗାନ କରିଥାଏ।
ਨਾਨਕਾ ਹਰਿ ਵਰੁ ਦੇਖਿ ਬਿਗਸੀ ਮੁੰਧ ਮਨਿ ਓਮਾਹਓ ॥੧॥
ହେ ନାନକ! ନିଜର ବର ହରିଙ୍କୁ ଦେଖି ମୁଗ୍ଧା ନାରୀ ଫୁଲ ଭଳି ଖୁସି ହୋଇଯାଇଛି ଆଉ ତାହାର ମନ ପ୍ରସନ୍ନ ହୋଇଯାଇଛି॥1॥
ਮੁੰਧ ਸਹਜਿ ਸਲੋਨੜੀਏ ਇਕ ਪ੍ਰੇਮ ਬਿਨੰਤੀ ਰਾਮ ॥
ହେ ସ୍ଵାଭାବିକ ମୁଗ୍ଧା ! ନିଜ ରାମଙ୍କ ସମ୍ମୁଖରେ ଏକ ପ୍ରେମ ଭରା ବିନତି କର।
ਮੈ ਮਨਿ ਤਨਿ ਹਰਿ ਭਾਵੈ ਪ੍ਰਭ ਸੰਗਮਿ ਰਾਤੀ ਰਾਮ ॥
ମୋର ତନ-ମନକୁ ହରି ଭଲ ଲାଗିଥାନ୍ତି ଆଉ ମୁଁ ପ୍ରଭୁ ରାମଙ୍କ ସଂଗମରେ ମୋହିତ ହୋଇଯାଇଛି।
ਪ੍ਰਭ ਪ੍ਰੇਮਿ ਰਾਤੀ ਹਰਿ ਬਿਨੰਤੀ ਨਾਮਿ ਹਰਿ ਕੈ ਸੁਖਿ ਵਸੈ ॥
ମୁଁ ପ୍ରଭୁଙ୍କ ପ୍ରେମରେ ରଙ୍ଗୀନ ହୋଇଯାଇଛି, ହରିଙ୍କ ସମ୍ମୁଖରେ ବିନତି କରିଥାଏ ଆଉ ହରିଙ୍କ ନାମ ଦ୍ଵାରା ମୁଁ ସୁଖରେ ରହିଛି।
ਤਉ ਗੁਣ ਪਛਾਣਹਿ ਤਾ ਪ੍ਰਭੁ ਜਾਣਹਿ ਗੁਣਹ ਵਸਿ ਅਵਗਣ ਨਸੈ ॥
ଯଦି ତୁମେ ତାହାଙ୍କ ଗୁଣ ଜାଣି ନିଅ, ତାହେହେଲେ ତୁମେ ପ୍ରଭୁଙ୍କୁ ଜାଣି ନେବ।
ਤੁਧੁ ਬਾਝੁ ਇਕੁ ਤਿਲੁ ਰਹਿ ਨ ਸਾਕਾ ਕਹਣਿ ਸੁਨਣਿ ਨ ਧੀਜਏ ॥
ହେ ପ୍ରଭୁ! ତୋ’ ବିନା ମୁଁ ଏକ କ୍ଷଣ ମଧ୍ୟ ରହି ପାରିବି ନାହିଁ, କେବଳ ଶୁଣିବା ଏବଂ କହିବା ଦ୍ଵାରା ମୋର ଧୈର୍ଯ୍ୟ ରହେ ନାହିଁ।
ਨਾਨਕਾ ਪ੍ਰਿਉ ਪ੍ਰਿਉ ਕਰਿ ਪੁਕਾਰੇ ਰਸਨ ਰਸਿ ਮਨੁ ਭੀਜਏ ॥੨॥
ହେ ନାନକ! ଯେଉଁ ଜୀବ ରୂପୀ ନାରୀ ପ୍ରିୟ ପ୍ରିୟ କହି ପ୍ରଭୁଙ୍କୁ ସ୍ମରଣ କରିଥାଏ, ତାହାର ମନ ଏବଂ ଜିହ୍ଵା ପ୍ରଭୁଙ୍କ ଅମୃତ ସହିତ ଭିଜି ଯାଇଛି ॥2॥
ਸਖੀਹੋ ਸਹੇਲੜੀਹੋ ਮੇਰਾ ਪਿਰੁ ਵਣਜਾਰਾ ਰਾਮ ॥
ହେ ମୋର ସଖୀ! ମୋର ପ୍ରିୟ ରାମ ନାମର ବ୍ୟାପାରୀ ଅଟନ୍ତି।
ਹਰਿ ਨਾਮੋੁ ਵਣੰਜੜਿਆ ਰਸਿ ਮੋਲਿ ਅਪਾਰਾ ਰਾਮ ॥
ହରିଙ୍କ ନାମ ମୁଁ ତାହାଙ୍କ ଠାରୁ କ୍ରୟ କରିଛି, ଅର୍ଥାତ ତାହାଙ୍କ ସାଥିରେ ନାମର ବ୍ୟାପାର କରିଛି, ସେହି ରାମଙ୍କ ନାମ ଅମୂଲ୍ୟ ଅଟେ।
ਮੋਲਿ ਅਮੋਲੋ ਸਚ ਘਰਿ ਢੋਲੋ ਪ੍ਰਭ ਭਾਵੈ ਤਾ ਮੁੰਧ ਭਲੀ ॥
ସେହି ନାମ ପ୍ରାପ୍ତ କରି ମୁଁ ଅମୂଲ୍ୟ ବନିଯାଇଛି , ସେ ନିଜର ପ୍ରିୟର ସତ୍ୟର ଘରେ ରହିଥାଏ, ଯଦି ମୁଗ୍ଧା ପ୍ରିୟତମ ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହାହେଲେ ସେ ପ୍ରିୟ ବନିଯାଏ।
ਇਕਿ ਸੰਗਿ ਹਰਿ ਕੈ ਕਰਹਿ ਰਲੀਆ ਹਉ ਪੁਕਾਰੀ ਦਰਿ ਖਲੀ ॥
କିଛି ପ୍ରଭୁଙ୍କ ସହିତ ଆନନ୍ଦ ପୂର୍ବକ ରମନ କରିଥାଏ, ଯେତେବେଳେ ମୁଁ ତାହାଙ୍କ ଦ୍ଵାରରେ ରହି ଡାକୁ ଅଛି।
ਕਰਣ ਕਾਰਣ ਸਮਰਥ ਸ੍ਰੀਧਰ ਆਪਿ ਕਾਰਜੁ ਸਾਰਏ ॥
ଶ୍ରୀଧର ପ୍ରଭୁ ସବୁ କିଛି କରିବା ଏବଂ କରାଇବା ପାଇଁ ସମର୍ଥ ଅଟନ୍ତି, ସେ ସ୍ଵୟଂ ହିଁ ସବୁ କାର୍ଯ୍ୟ ସିଦ୍ଧ କରିଥାନ୍ତି।
ਨਾਨਕ ਨਦਰੀ ਧਨ ਸੋਹਾਗਣਿ ਸਬਦੁ ਅਭ ਸਾਧਾਰਏ ॥੩॥
ହେ ନାନକ! ନିଜ ପତି-ପ୍ରଭୁଙ୍କ କୃପା ଦୃଷ୍ଟି ଦ୍ଵାରା ଜୀବ ରୂପୀ ନାରୀ ସୁହାଗିନୀ ବନିଯାଇଛି, ଶବ୍ଦ ତାହାର ହୃଦୟକୁ ସାହାରା ଦେଇଛି॥3॥
ਹਮ ਘਰਿ ਸਾਚਾ ਸੋਹਿਲੜਾ ਪ੍ਰਭ ਆਇਅੜੇ ਮੀਤਾ ਰਾਮ ॥
ମୋର ହୃଦୟ ଘରେ ସତ୍ୟର ସ୍ତୁତିଗାନ ହୋଇଥାଏ, କାରଣ ମୋର ମିତ୍ର ପ୍ରଭୁ ରାମ ମୋର ହୃଦୟ ଘରେ ଅଛନ୍ତି।
ਰਾਵੇ ਰੰਗਿ ਰਾਤੜਿਆ ਮਨੁ ਲੀਅੜਾ ਦੀਤਾ ਰਾਮ ॥
ପ୍ରେମରେ ଅନୁରକ୍ତ ହୋଇ ପ୍ରଭୁ ମୋ’ ସାଥିରେ ରମନ କରିଥାନ୍ତି, ସେହି ରାମଙ୍କ ମନ ମୁଁ ମୋହିତ କରି ଦେଇଛି ଆଉ ନିଜ ମନ ତାହାକୁ ଅର୍ପଣ କରିଛି ।
ਆਪਣਾ ਮਨੁ ਦੀਆ ਹਰਿ ਵਰੁ ਲੀਆ ਜਿਉ ਭਾਵੈ ਤਿਉ ਰਾਵਏ ॥
ମୁଁ ନିଜ ମନ ଅର୍ପଣ କରି ହରିଙ୍କୁ ବର ରୂପରେ ପାଇଛି, ଯେପରି ତାହାଙ୍କୁ ଭଲ ଲାଗିଥାଏ, ସେପରି ହିଁ ସେ ମୋତେ ରମଣ କରିଥାନ୍ତି।
ਤਨੁ ਮਨੁ ਪਿਰ ਆਗੈ ਸਬਦਿ ਸਭਾਗੈ ਘਰਿ ਅੰਮ੍ਰਿਤ ਫਲੁ ਪਾਵਏ ॥
ମୁଁ ନିଜ ଏହି ତନ-ମନ ପ୍ରିୟତମ ପ୍ରଭୁଙ୍କ ପାଖରେ ଅର୍ପଣ କରିଛି ଆଉ ନାମ ଦ୍ଵାରା ସୌଭାଗ୍ୟଶାଳୀ ବନିଯାଇଛି, ନିଜ ହୃଦୟ ଘରେ ମୁଁ ଅମୃତ ଫଳ ପ୍ରାପ୍ତ କରିଛି।
ਬੁਧਿ ਪਾਠਿ ਨ ਪਾਈਐ ਬਹੁ ਚਤੁਰਾਈਐ ਭਾਇ ਮਿਲੈ ਮਨਿ ਭਾਣੇ ॥
ବୁଦ୍ଧି, ପୂଜାପାଠ ଏବଂ ଅଧିକ ଚତୁରତା ଦ୍ଵାରା ପ୍ରଭୁ ପ୍ରାପ୍ତ ହୁଏନାହିଁ, ଯାହା କିଛି ମନ ଚାହିଁ ଥାଏ, ତାହା ପ୍ରେମ ଭାବରେ ପ୍ରାପ୍ତ ହୋଇଥାଏ।
ਨਾਨਕ ਠਾਕੁਰ ਮੀਤ ਹਮਾਰੇ ਹਮ ਨਾਹੀ ਲੋਕਾਣੇ ॥੪॥੧॥
ହେ ନାନକ! ଠାକୁର ମୋର ମିତ୍ର ଅଟନ୍ତି, ଆମେ ଲୋକଙ୍କର ନୁହେଁ ପ୍ରଭୁଙ୍କର ଅଟୁ॥4॥1॥
ਆਸਾ ਮਹਲਾ ੧ ॥
ଆଶା ମହଲା 1 ॥
ਅਨਹਦੋ ਅਨਹਦੁ ਵਾਜੈ ਰੁਣ ਝੁਣਕਾਰੇ ਰਾਮ ॥
ମୋର ମନରେ ରୁଣୁଝୁଣୁ ଘୁଙ୍ଗୁର ଏବଂ ବାଦ୍ୟ ଜନ୍ତ୍ର ଧ୍ୱନି ନିରନ୍ତର ବାଜୁଅଛି।
ਮੇਰਾ ਮਨੋ ਮੇਰਾ ਮਨੁ ਰਾਤਾ ਲਾਲ ਪਿਆਰੇ ਰਾਮ ॥
ମୋର ମନ ନିଜ ପ୍ରିୟତମ ରାମଙ୍କ ପ୍ରେମରେ ରଙ୍ଗୀନ ହୋଇ ଯାଇଛି।
ਅਨਦਿਨੁ ਰਾਤਾ ਮਨੁ ਬੈਰਾਗੀ ਸੁੰਨ ਮੰਡਲਿ ਘਰੁ ਪਾਇਆ ॥
ବୈରାଗୀ ମନ ରାତିଦିନ ଏକ ଈଶ୍ଵରଙ୍କ ଠାରେ ଲୀନ ରହିଥାଏ ଆଉ ଶୂନ୍ୟ ମଣ୍ଡଳରେ ବାସ କରିଥାଏ।
ਆਦਿ ਪੁਰਖੁ ਅਪਰੰਪਰੁ ਪਿਆਰਾ ਸਤਿਗੁਰਿ ਅਲਖੁ ਲਖਾਇਆ ॥
ସଦଗୁରୁ ମୋତେ ଅପାରମ୍ପାର, ଅଦୃଷ୍ଟ ଏବଂ ପ୍ରିୟ ଆଦିପୁରୁଷ ଦେଖା ଯାଉଛନ୍ତି।
ਆਸਣਿ ਬੈਸਣਿ ਥਿਰੁ ਨਾਰਾਇਣੁ ਤਿਤੁ ਮਨੁ ਰਾਤਾ ਵੀਚਾਰੇ ॥
ନିଜ ଆସନରେ ବସିଥିବା ନାରାୟଣ ସର୍ବଦା ସ୍ଥିର ରହିଥାନ୍ତି, ମୋର ମନ ତାହାଙ୍କ ପ୍ରେମରେ ମଗ୍ନ ରହିଥାଏ ଆଉ ତାହାଙ୍କ ହିଁ ସ୍ମରଣ କରିଥାଏ।
ਨਾਨਕ ਨਾਮਿ ਰਤੇ ਬੈਰਾਗੀ ਅਨਹਦ ਰੁਣ ਝੁਣਕਾਰੇ ॥੧॥
ହେ ନାନକ! ଯିଏ ପରମାତ୍ମାଙ୍କ ନାମରେ ମଗ୍ନ ରହିଥାଏ, ତାହାର ମନରେ ବୈରାଗ୍ୟ ଜାତ ହୋଇଥାଏ ଆଉ ତାହାର ମନରେ ଶବ୍ଦର ମୁରଲୀ ବାଜୁଥାଏ॥1॥
ਤਿਤੁ ਅਗਮ ਤਿਤੁ ਅਗਮ ਪੁਰੇ ਕਹੁ ਕਿਤੁ ਬਿਧਿ ਜਾਈਐ ਰਾਮ ॥
କୁହ, ମୁଁ ଅଗମ୍ୟ ରାମଙ୍କ ସେହି ଅଗମ୍ୟ ନଗରରେ କିପରି ପ୍ରବେଶ କରିବି?
ਸਚੁ ਸੰਜਮੋ ਸਾਰਿ ਗੁਣਾ ਗੁਰ ਸਬਦੁ ਕਮਾਈਐ ਰਾਮ ॥
ସତ୍ୟ, ସଂଯମ ଏବଂ ପ୍ରଭୁଙ୍କ ଗୁଣକୁ ଗ୍ରହଣ କରି ଗୁରୁଙ୍କ ଶବ୍ଦକୁ ଅର୍ଜ୍ଜନ କରିବା ଉଚିତ।
ਸਚੁ ਸਬਦੁ ਕਮਾਈਐ ਨਿਜ ਘਰਿ ਜਾਈਐ ਪਾਈਐ ਗੁਣੀ ਨਿਧਾਨਾ ॥
ସତ୍ୟ ଶବ୍ଦର ଅନୁକୂଳ ଆଚରଣ ବନାଇବା ଦ୍ଵାରା ମନୁଷ୍ୟ ପ୍ରଭୁଙ୍କ ଘର ପହଞ୍ଚିଯାଏ ଆଉ ଗୁଣର ଭଣ୍ଡାରକୁ ପ୍ରାପ୍ତ କରି ନିଏ।
ਤਿਤੁ ਸਾਖਾ ਮੂਲੁ ਪਤੁ ਨਹੀ ਡਾਲੀ ਸਿਰਿ ਸਭਨਾ ਪਰਧਾਨਾ ॥
ଶି ଭଗବାନଙ୍କ ଆଶ୍ରୟ ନେଲେ ତାହାଙ୍କ ଶାଖା, ଡାଳ, ଜଡ ଏବଂ ପତ୍ରର କିଛି ଆବଶ୍ୟକ ନାହିଁ, କାରଣ ସେ ନିଜେ ହିଁ ସବୁଙ୍କ ଠାରୁ ପ୍ରଧାନ ଅଟନ୍ତି।
ਜਪੁ ਤਪੁ ਕਰਿ ਕਰਿ ਸੰਜਮ ਥਾਕੀ ਹਠਿ ਨਿਗ੍ਰਹਿ ਨਹੀ ਪਾਈਐ ॥
ଲୋକ ଜପ, ତପ ଏବଂ ସଂଯମ କରି ଥକି ଯାଇଛନ୍ତି, ନିଗ୍ରହ ଦ୍ଵାରା ତାହାଙ୍କୁ ଭଗବାନ ପ୍ରାପ୍ତ ହୁଏନାହିଁ।
ਨਾਨਕ ਸਹਜਿ ਮਿਲੇ ਜਗਜੀਵਨ ਸਤਿਗੁਰ ਬੂਝ ਬੁਝਾਈਐ ॥੨॥
ହେ ନାନକ! ସ୍ଵାଭାବିକତାରେ ରହି ଜଗଜ୍ଜୀବନ ପ୍ରଭୁ ମିଳିଥାନ୍ତି, କିନ୍ତୁ ତାହାଙ୍କ ଜ୍ଞାନ ସଦଗୁରୁଙ୍କ ଠାରୁ ହିଁ ମିଳିଥାଏ॥2॥
ਗੁਰੁ ਸਾਗਰੋ ਰਤਨਾਗਰੁ ਤਿਤੁ ਰਤਨ ਘਣੇਰੇ ਰਾਮ ॥
ଗୁରୁ ଏକ ସାଗର ଏବଂ ରତ୍ନାଗର ଅଟନ୍ତି, ଯାହାଙ୍କ ପାଖରେ ଅନେକ ରତ୍ନ ବିଦ୍ୟମାନ ଅଛି।