ਪ੍ਰਿਉ ਸਹਜ ਸੁਭਾਈ ਛੋਡਿ ਨ ਜਾਈ ਮਨਿ ਲਾਗਾ ਰੰਗੁ ਮਜੀਠਾ ॥
ମୋର ପ୍ରିୟ ପ୍ରଭୁ ନିଜ ସ୍ଵାଭାବିକ ସ୍ଵଭାବ ଦ୍ଵାରା ମୋତେ ତ୍ୟାଗ କରନ୍ତି ନାହିଁ, ମୋର ମନରେ ପ୍ରଭୁ ଗାଢ ରଙ୍ଗ ଲଗାଇ ଦେଇଛନ୍ତି।
ਹਰਿ ਨਾਨਕ ਬੇਧੇ ਚਰਨ ਕਮਲ ਕਿਛੁ ਆਨ ਨ ਮੀਠਾ ॥੧॥
ହେ ନାନକ! ହରିଙ୍କ ଚରଣ କମଳ ମୋର ମନରେ ଲାଗି ଯାଇଛି ଆଉ ମୋତେ ଆଉ କିଛି ଭଲ ଲାଗୁନାହିଁ॥1॥
ਜਿਉ ਰਾਤੀ ਜਲਿ ਮਾਛੁਲੀ ਤਿਉ ਰਾਮ ਰਸਿ ਮਾਤੇ ਰਾਮ ਰਾਜੇ ॥
ଯେପରି ମାଛ ଜଳରେ ମସ୍ତ ରହିଥାଏ, ସେପରି ହିଁ ମୁଁ ରାମରସରେ ମସ୍ତ ହୋଇଛି।
ਗੁਰ ਪੂਰੈ ਉਪਦੇਸਿਆ ਜੀਵਨ ਗਤਿ ਭਾਤੇ ਰਾਮ ਰਾਜੇ ॥
ପୂର୍ଣ୍ଣ ଗୁରୁ ମୋତେ ଉପଦେଶ ଦେଇଛନ୍ତି ଆଉ ମୁଁ ରାମଙ୍କ ସହିତ ପ୍ରେମ କରିଥାଏ, ଯିଏ ମୋତେ ଜୀବନ ମୁକ୍ତିର ଦାନ ପ୍ରଦାନ କରିଛନ୍ତି।
ਜੀਵਨ ਗਤਿ ਸੁਆਮੀ ਅੰਤਰਜਾਮੀ ਆਪਿ ਲੀਏ ਲੜਿ ਲਾਏ ॥
ଯେଉଁ ମନୁଷ୍ୟକୁ ଅନ୍ତର୍ଯାମୀ ସ୍ଵାମୀ ନିଜ ସାଥିରେ ଲଗାଇଛନ୍ତି, ସେ ଜୀବନରେ ମୁକ୍ତି ପ୍ରାପ୍ତ କରିଥାଏ।
ਹਰਿ ਰਤਨ ਪਦਾਰਥੋ ਪਰਗਟੋ ਪੂਰਨੋ ਛੋਡਿ ਨ ਕਤਹੂ ਜਾਏ ॥
ହରି ନିଜ ରତ୍ନ ଭଳି ଅମୂଲ୍ୟ ନାମ ନିଜ ଭକ୍ତଙ୍କ ହୃଦୟରେ ପ୍ରକଟ କରିଛନ୍ତି, ସେ ସବୁ ଜୀବଙ୍କ ଠାରେ ରହିଛନ୍ତି ଆଉ ନିଜ ଭକ୍ତଙ୍କୁ ଛାଡି କେଉଁ ଆଡେ ଯାଆନ୍ତି ନାହିଁ।
ਪ੍ਰਭੁ ਸੁਘਰੁ ਸਰੂਪੁ ਸੁਜਾਨੁ ਸੁਆਮੀ ਤਾ ਕੀ ਮਿਟੈ ਨ ਦਾਤੇ ॥
ଜଗତର ସ୍ଵାମୀ ପ୍ରଭୁ ସୁନ୍ଦର ସ୍ୱରୂପ ଏବଂ ବୁଦ୍ଧିମାନ ଅଟନ୍ତି, ତାହାଙ୍କ ଦାନ କେବେ ସମାପ୍ତ ହୁଏନାହିଁ।
ਜਲ ਸੰਗਿ ਰਾਤੀ ਮਾਛੁਲੀ ਨਾਨਕ ਹਰਿ ਮਾਤੇ ॥੨॥
ହେ ନାନକ! ଯେପରି ମାଛ ଜଳରେ ଲୀନ ହୋଇଥାଏ, ସେପରି ହିଁ ମୁଁ ପ୍ରଭୁଙ୍କ ଠାରେ ରହିଥାଏ॥2॥
ਚਾਤ੍ਰਿਕੁ ਜਾਚੈ ਬੂੰਦ ਜਿਉ ਹਰਿ ਪ੍ਰਾਨ ਅਧਾਰਾ ਰਾਮ ਰਾਜੇ ॥
ଯେପରି ଚାତକ ଜଳ ବିନ୍ଦୁର ଲାଳସା କରିଥାଏ, ସେପରି ହିଁ ହରି ମୋର ପ୍ରାଣର ଆଧାର ଅଟନ୍ତି।
ਮਾਲੁ ਖਜੀਨਾ ਸੁਤ ਭ੍ਰਾਤ ਮੀਤ ਸਭਹੂੰ ਤੇ ਪਿਆਰਾ ਰਾਮ ਰਾਜੇ ॥
ପ୍ରଭୁ ମୋତେ ଧନ-ଭଣ୍ଡାର, ପୁତ୍ର, ଭାଇ ଏବଂ ମିତ୍ର ସବୁଠାରୁ ପ୍ରିୟ ଅଟନ୍ତି।
ਸਭਹੂੰ ਤੇ ਪਿਆਰਾ ਪੁਰਖੁ ਨਿਰਾਰਾ ਤਾ ਕੀ ਗਤਿ ਨਹੀ ਜਾਣੀਐ ॥
ସବୁଠାରୁ ପ୍ରିୟ ଆଦିପୁରୁଷ ମୋତେ ସବୁଠାରୁ ପ୍ରିୟ ଲାଗନ୍ତି, ତାହାଙ୍କ ଗତି କିଛି ମଧ୍ୟ ମନୁଷ୍ୟ ଜାଣିପାରେ ନାହିଁ।
ਹਰਿ ਸਾਸਿ ਗਿਰਾਸਿ ਨ ਬਿਸਰੈ ਕਬਹੂੰ ਗੁਰ ਸਬਦੀ ਰੰਗੁ ਮਾਣੀਐ ॥
ପ୍ରତ୍ୟେକ ଶ୍ଵାସ ଏବଂ ଗ୍ରାସ ସମୟରେ ହରିଙ୍କୁ ବିସ୍ମୃତ କରେ ନାହିଁ, ଗୁରୁଙ୍କ ଶବ୍ଦ ଦ୍ଵାରା ମୁଁ ତାହାଙ୍କ ପ୍ରେମର ଆନନ୍ଦ ପ୍ରାପ୍ତ କରିଥାଏ।
ਪ੍ਰਭੁ ਪੁਰਖੁ ਜਗਜੀਵਨੋ ਸੰਤ ਰਸੁ ਪੀਵਨੋ ਜਪਿ ਭਰਮ ਮੋਹ ਦੁਖ ਡਾਰਾ ॥
ପରମପୁରୁଷ ପ୍ରଭୁ ଜଗତର ଜୀବନ ଅଟନ୍ତି, ସନ୍ଥଜନ ହରିରସର ପାନ କରିଥାନ୍ତି ଆଉ ତାହାଙ୍କ ସ୍ମରଣ କରି ନିଜ ଭ୍ରମ, ମୋହ ଏବଂ ଦୁଃଖ ଦୂର କରି ନିଅନ୍ତି।
ਚਾਤ੍ਰਿਕੁ ਜਾਚੈ ਬੂੰਦ ਜਿਉ ਨਾਨਕ ਹਰਿ ਪਿਆਰਾ ॥੩॥
ଯେପରି ଚାତକ ଜଳ ବୁନ୍ଦା ଅଭିଳାଷ କରିଥାଏ, ସେପରି ହିଁ ନାନକଙ୍କୁ ହରି ପ୍ରିୟ ଲାଗିଥାଏ॥3॥
ਮਿਲੇ ਨਰਾਇਣ ਆਪਣੇ ਮਾਨੋਰਥੋ ਪੂਰਾ ਰਾਮ ਰਾਜੇ ॥
ନିଜ ନାରାୟଣଙ୍କ ସହିତ ମିଶି ମୋର ମନୋରଥ ପୁରା ହୋଇଯାଇଛି।
ਢਾਠੀ ਭੀਤਿ ਭਰੰਮ ਕੀ ਭੇਟਤ ਗੁਰੁ ਸੂਰਾ ਰਾਮ ਰਾਜੇ ॥
ସୁରବୀର ଗୁରୁଙ୍କୁ ମିଳନ ଦ୍ଵାରା ଭ୍ରମର ପ୍ରାଚୀର ଧ୍ଵସ୍ତ ହୋଇଯାଇଛି।
ਪੂਰਨ ਗੁਰ ਪਾਏ ਪੁਰਬਿ ਲਿਖਾਏ ਸਭ ਨਿਧਿ ਦੀਨ ਦਇਆਲਾ ॥
ପୂର୍ଣ୍ଣ ଗୁରୁ ସେମାନଙ୍କୁ ହିଁ ମିଳିଥାନ୍ତି, ଯେଉଁମାନେ ନିଜ ପୂର୍ବ ଜନ୍ମ କର୍ମ ଅନୁସାରେ ନିଜ ଭାଗ୍ୟରେ ସର୍ବନିଧି ଦେଉଥିବା ଦୀନଦୟାଳୁ ପରମାତ୍ମାଙ୍କ ଦ୍ଵାରା ଶୁଭ ଲେଖା ଲେଖାଇଛନ୍ତି।
ਆਦਿ ਮਧਿ ਅੰਤਿ ਪ੍ਰਭੁ ਸੋਈ ਸੁੰਦਰ ਗੁਰ ਗੋਪਾਲਾ ॥
ସୁନ୍ଦର ଗୁରୁ ଗୋପାଳ ପ୍ରଭୁ ହିଁ ସୃଷ୍ଟିର ଆଦି, ମଧ୍ୟ ଏବଂ ଅନ୍ତ ପର୍ଯ୍ୟନ୍ତ ବିଦ୍ୟମାନ ଅଛନ୍ତି।
ਸੂਖ ਸਹਜ ਆਨੰਦ ਘਨੇਰੇ ਪਤਿਤ ਪਾਵਨ ਸਾਧੂ ਧੂਰਾ ॥
ସାଧୁଙ୍କ ଚରଣ ଧୂଳି ପତିତକୁ ପାବନ କରିଥାଏ ଆଉ ବଡ ସୁଖ ଏବଂ ସ୍ଵାଭାବିକ ଆନନ୍ଦ ପ୍ରଦାନ କରିଥାଏ।
ਹਰਿ ਮਿਲੇ ਨਰਾਇਣ ਨਾਨਕਾ ਮਾਨੋਰਥੋੁ ਪੂਰਾ ॥੪॥੧॥੩॥
ନାନକଙ୍କୁ ନାରାୟଣ ମିଲିଯାଇଛନ୍ତି ଆଉ ତାହାଙ୍କ ମନୋରଥ ପୁରା ହୋଇଯାଇଛି॥4॥1॥3॥
ਆਸਾ ਮਹਲਾ ੫ ਛੰਤ ਘਰੁ ੬
ଆଶା ମହଲା 5 ଛନ୍ତ ଘର 6
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕੁ ॥
ଶ୍ଳୋକ ॥
ਜਾ ਕਉ ਭਏ ਕ੍ਰਿਪਾਲ ਪ੍ਰਭ ਹਰਿ ਹਰਿ ਸੇਈ ਜਪਾਤ ॥
ଯେଉଁ ମନୁଷ୍ୟ ଉପରେ ପ୍ରଭୁ କୃପାଳୁ ହୋଇଯାନ୍ତି, ସେ ହରିନାମ ହିଁ ଜପ କରିଥାଏ।
ਨਾਨਕ ਪ੍ਰੀਤਿ ਲਗੀ ਤਿਨੑ ਰਾਮ ਸਿਉ ਭੇਟਤ ਸਾਧ ਸੰਗਾਤ ॥੧॥
ହେ ନାନକ! ସାଧୁ ସଙ୍ଗତିରେ ମିଳନ ଦ୍ଵାରା ହିଁ ତାହାର ପ୍ରେମ ରାମଙ୍କ ସହିତ ଲାଗି ଯାଇଛି॥1॥
ਛੰਤੁ ॥
ଛନ୍ଦ
ਜਲ ਦੁਧ ਨਿਆਈ ਰੀਤਿ ਅਬ ਦੁਧ ਆਚ ਨਹੀ ਮਨ ਐਸੀ ਪ੍ਰੀਤਿ ਹਰੇ ॥
ହେ ମନ! ଈଶ୍ଵରଙ୍କ ସହିତ ଏପରି ପ୍ରେମ କର, ଯେପରି ଜଳର ପ୍ରେମ ଦୁଧ ସହିତ ହୋଇଥାଏ, ଯେବେ ଦୁଇଟିକୁ ରଖାଯାଏ, ସେତେବେଳେ ଜଳ ଦୁଧକୁ ଆଞ୍ଚ ଆସିବାକୁ ଦିଏ ନାହିଁ।
ਅਬ ਉਰਝਿਓ ਅਲਿ ਕਮਲੇਹ ਬਾਸਨ ਮਾਹਿ ਮਗਨ ਇਕੁ ਖਿਨੁ ਭੀ ਨਾਹਿ ਟਰੈ ॥
ଯେପରି ଭଅଁର କମଳର ସୁଗନ୍ଧିରେ ମଗ୍ନ ହୋଇ ଫସିଯାଇଥାଏ, ସେତେବେଳେ ଏକ କ୍ଷଣ ପାଇଁ ମଧ୍ୟ ଏହାଠାରୁ ଦୂର ହୁଏନାହିଁ।
ਖਿਨੁ ਨਾਹਿ ਟਰੀਐ ਪ੍ਰੀਤਿ ਹਰੀਐ ਸੀਗਾਰ ਹਭਿ ਰਸ ਅਰਪੀਐ ॥
ହେ ମନ! ଏହିପରି ଏକ କ୍ଷଣ ପାଇଁ ପ୍ରଭୁଙ୍କ ପ୍ରେମ ଠାରୁ ପଛକୁ ହଟିବା ଉଚିତ ନୁହେଁ, ନିଜ ସାରା ଶୃଙ୍ଗାର ଏବଂ ରସ ପ୍ରଭୁଙ୍କୁ ଅର୍ପଣ କରିବା ଉଚିତ।
ਜਹ ਦੂਖੁ ਸੁਣੀਐ ਜਮ ਪੰਥੁ ਭਣੀਐ ਤਹ ਸਾਧਸੰਗਿ ਨ ਡਰਪੀਐ ॥
ଯେଉଁଠି ଦୁଃଖ ଶୁଣାଯାଏ ଆଉ ଯମର ମାର୍ଗ କୁହାଯାଏ, ସେଠାରେ ସତସଙ୍ଗତିର ପ୍ରଭାବ ଦ୍ଵାରା କୌଣସି ଭୟ ପ୍ରଭାବିତ କରେ ନାହିଁ।
ਕਰਿ ਕੀਰਤਿ ਗੋਵਿੰਦ ਗੁਣੀਐ ਸਗਲ ਪ੍ਰਾਛਤ ਦੁਖ ਹਰੇ ॥
ଗୋବିନ୍ଦଙ୍କ କୀର୍ତ୍ତିର ଗୁଣଗାନ କର, ଏହା ଦ୍ଵାରା ସବୁ ଦୁଃଖ ଏବଂ ପାପ ଦୂର ହୋଇଯାଏ।
ਕਹੁ ਨਾਨਕ ਛੰਤ ਗੋਵਿੰਦ ਹਰਿ ਕੇ ਮਨ ਹਰਿ ਸਿਉ ਨੇਹੁ ਕਰੇਹੁ ਐਸੀ ਮਨ ਪ੍ਰੀਤਿ ਹਰੇ ॥੧॥
ନାନକ କହନ୍ତି ଯେ ହେ ମନ! ଗୋବିନ୍ଦଙ୍କ ମହିମାର ଗୀତ ଗାନ କର ଆଉ ହରିଙ୍କ ସହିତ ପ୍ରେମ ରଖ, ହେ ମନ! ଏପରି ପ୍ରେମ ରଖ॥1॥
ਜੈਸੀ ਮਛੁਲੀ ਨੀਰ ਇਕੁ ਖਿਨੁ ਭੀ ਨਾ ਧੀਰੇ ਮਨ ਐਸਾ ਨੇਹੁ ਕਰੇਹੁ ॥
ଯେପରି ମାଛ ଜଳ ବିନା ରହିପାରେ ନାହିଁ, ହେ ମନ! ସେପରି ହିଁ ପ୍ରାଭୁଙ୍କ ସହିତ ପ୍ରେମ କାୟମ କର।