ਬਿਖਮੋ ਬਿਖਮੁ ਅਖਾੜਾ ਮੈ ਗੁਰ ਮਿਲਿ ਜੀਤਾ ਰਾਮ ॥
ଗୁରୁଙ୍କ ସହିତ ମିଶି ମୁଁ ବିଷମ ଜଗତ ରୂପୀ ଆଖଡା ଜିତି ଯାଇଛି
ਗੁਰ ਮਿਲਿ ਜੀਤਾ ਹਰਿ ਹਰਿ ਕੀਤਾ ਤੂਟੀ ਭੀਤਾ ਭਰਮ ਗੜਾ ॥
ମୁଁ ଗୁରୁଙ୍କ ସହିତ ମିଶି ଏହି ଜଗତ ରୂପୀ ଆଖଡା ଜିତି ଯାଇଛି, ଯେବେ ମୁଁ ପରମାତ୍ମାଙ୍କ ନାମ ସ୍ମରଣ କରିଛି, ସେତେବେଳେ ମୋର ମନରେ ଥିବା ଭ୍ରମ ଦୂର ହୋଇଯାଇଛି।
ਪਾਇਆ ਖਜਾਨਾ ਬਹੁਤੁ ਨਿਧਾਨਾ ਸਾਣਥ ਮੇਰੀ ਆਪਿ ਖੜਾ ॥
ମୋତେ ଅନେକ ଖଜଣାର ନିଧି ପ୍ରାପ୍ତ ହୋଇଯାଇଛି ଆଉ ପ୍ରଭୁ ସ୍ଵୟଂ ମୋର ସହାୟତା ପାଇଁ ଅଛନ୍ତି।
ਸੋਈ ਸੁਗਿਆਨਾ ਸੋ ਪਰਧਾਨਾ ਜੋ ਪ੍ਰਭਿ ਅਪਨਾ ਕੀਤਾ ॥
ସେହି ବ୍ୟକ୍ତି ଶ୍ରେଷ୍ଠ ଜ୍ଞାନୀ ଏବଂ ସର୍ବୋଚ୍ଚ ଅଟେ, ଯାହାକୁ ପ୍ରଭୁ ନିଜର ବନାଇଛନ୍ତି।
ਕਹੁ ਨਾਨਕ ਜਾਂ ਵਲਿ ਸੁਆਮੀ ਤਾ ਸਰਸੇ ਭਾਈ ਮੀਤਾ ॥੪॥੧॥
ହେ ନାନକ! ଯେବେ ସ୍ଵାମୀ ପକ୍ଷଧର ହୋଇଛନ୍ତି, ସେତେବେଳେ ତାହାଙ୍କ ସବୁ ମିତ୍ର ଏବଂ ଭାଇ ମଧ୍ୟ ଖୁସି ହୋଇଯାଇଛନ୍ତି॥4॥1॥
ਆਸਾ ਮਹਲਾ ੫ ॥
ଆଶା ମହଲା 5 ॥
ਅਕਥਾ ਹਰਿ ਅਕਥ ਕਥਾ ਕਿਛੁ ਜਾਇ ਨ ਜਾਣੀ ਰਾਮ ॥
ହରିଙ୍କ କଥା ଅବର୍ଣ୍ଣନୀୟ ଅଟେ ଆଉ ସେ ତାହାଙ୍କୁ କିଛି ମାତ୍ରାରେ ମଧ୍ୟ ଜାଣି ହୁଏନାହିଁ।
ਸੁਰਿ ਨਰ ਸੁਰਿ ਨਰ ਮੁਨਿ ਜਨ ਸਹਜਿ ਵਖਾਣੀ ਰਾਮ ॥
ଦେବତା, ମନୁଷ୍ୟ ଆଉ ମୁନିଜନ ବଡ ସହଜରେ ହରି-କଥା ବର୍ଣ୍ଣନା କରିଛନ୍ତି।
ਸਹਜੇ ਵਖਾਣੀ ਅਮਿਉ ਬਾਣੀ ਚਰਣ ਕਮਲ ਰੰਗੁ ਲਾਇਆ ॥
ଯିଏ ଭଗବାନଙ୍କ ସୁନ୍ଦର ଚରଣରେ ପ୍ରେମ ଲଗାଇଛି, ସିଏ ସ୍ଵାଭାବିକ ଭାରେ ହିଁ ଅମୃତ ବାଣୀର ବର୍ଣ୍ଣନା କରିଛି।
ਜਪਿ ਏਕੁ ਅਲਖੁ ਪ੍ਰਭੁ ਨਿਰੰਜਨੁ ਮਨ ਚਿੰਦਿਆ ਫਲੁ ਪਾਇਆ ॥
ଏକ ଅଲକ୍ଷ୍ୟ ଏବଂ ନିରଞ୍ଜନ ପ୍ରଭୁଙ୍କ ଜପ କରିବା ଦ୍ଵାରା ସେ ମନୋବାଞ୍ଛିତ ଫଳ ପାଇଯାଏ।
ਤਜਿ ਮਾਨੁ ਮੋਹੁ ਵਿਕਾਰੁ ਦੂਜਾ ਜੋਤੀ ਜੋਤਿ ਸਮਾਣੀ ॥
ଅଭିମାନ, ମୋହ, ଦୈତ୍ୟଭାବ ଏବଂ ବିକାରକୁ ତ୍ୟାଗ କରି ସେହି ଜ୍ୟୋତି ପରମ ଜ୍ୟୋତିରେ ରହିଥାଏ,
ਬਿਨਵੰਤਿ ਨਾਨਕ ਗੁਰ ਪ੍ਰਸਾਦੀ ਸਦਾ ਹਰਿ ਰੰਗੁ ਮਾਣੀ ॥੧॥
ନାନକ ପ୍ରାର୍ଥନା କରନ୍ତି ଯେ ଗୁରୁଙ୍କ କୃପାରୁ ସେ ସର୍ବଦା ହରି ରଙ୍ଗର ଆନନ୍ଦ ନେଇଥାଏ॥1॥
ਹਰਿ ਸੰਤਾ ਹਰਿ ਸੰਤ ਸਜਨ ਮੇਰੇ ਮੀਤ ਸਹਾਈ ਰਾਮ ॥
ହରିଙ୍କ ସନ୍ଥଜନ ହିଁ ମୋର ସଜ୍ଜନ, ମିତ୍ର ଏବଂ ସାଥି ଅଟନ୍ତି।
ਵਡਭਾਗੀ ਵਡਭਾਗੀ ਸਤਸੰਗਤਿ ਪਾਈ ਰਾਮ ॥
ହେ ରାମ! ବଡ ସୌଭାଗ୍ୟରୁ ମୋତେ ସତସଙ୍ଗତି ପ୍ରାପ୍ତ ହୋଇଛି।
ਵਡਭਾਗੀ ਪਾਏ ਨਾਮੁ ਧਿਆਏ ਲਾਥੇ ਦੂਖ ਸੰਤਾਪੈ ॥
ଅହୋଭାଗ୍ୟରୁ ମୋତେ ସତସଙ୍ଗତି ମିଳିଯାଇଛି ଆଉ ମୁଁ ପ୍ରଭୁଙ୍କ ନାମ ସ୍ମରଣ କରିଛି ତଥା ମୋର ଦୁଃଖ ଏବଂ ସନ୍ତାପ ନିବୃତ୍ତ ହୋଇଯାଇଛି।
ਗੁਰ ਚਰਣੀ ਲਾਗੇ ਭ੍ਰਮ ਭਉ ਭਾਗੇ ਆਪੁ ਮਿਟਾਇਆ ਆਪੈ ॥
ମୁଁ ଗୁରୁଙ୍କ ଚରଣରେ ଲାଗିଛି, ଯାହା ଦ୍ଵାରା ମୋର ଭ୍ରମ ଭୟ ଦୂର ହୋଇଯାଇଛି, ପରମାତ୍ମା ସ୍ଵୟଂ ମୋର ଅହଂ ଦୂର କରି ଦେଇଛନ୍ତି।
ਕਰਿ ਕਿਰਪਾ ਮੇਲੇ ਪ੍ਰਭਿ ਅਪੁਨੈ ਵਿਛੁੜਿ ਕਤਹਿ ਨ ਜਾਈ ॥
ପ୍ରଭୁ କୃପା-ଦୃଷ୍ଟି କରି ମୋତେ ନିଜ ସାଥିରେ ଲୀନ କରାଇଛନ୍ତି ଆଉ ଏବେ ମୁଁ ନା ବିଚ୍ଛେଦ ହେବି ନା କେଉଁ ଆଡେ ଯିବି।
ਬਿਨਵੰਤਿ ਨਾਨਕ ਦਾਸੁ ਤੇਰਾ ਸਦਾ ਹਰਿ ਸਰਣਾਈ ॥੨॥
ନାନକ ବନ୍ଦନା କରନ୍ତି ଯେ ହେ ହରି! ମୁଁ ତୋର ଦାସ ଅଟେ ଆଉ ସଦା ନିଜ ଶରଣରେ ରଖ॥2॥
ਹਰਿ ਦਰੇ ਹਰਿ ਦਰਿ ਸੋਹਨਿ ਤੇਰੇ ਭਗਤ ਪਿਆਰੇ ਰਾਮ ॥
ହେ ହରି! ତୋର ଦ୍ଵାରରେ ତୋର ପ୍ରିୟ ଭକ୍ତ ଶୋଭା ଦେଇଥାଏ।
ਵਾਰੀ ਤਿਨ ਵਾਰੀ ਜਾਵਾ ਸਦ ਬਲਿਹਾਰੇ ਰਾਮ ॥
ହେ ରାମ! ମୁଁ ସେହି ଭକ୍ତ ପ୍ରତି ସଦା ସମର୍ପିତ ଅଟେ।
ਸਦ ਬਲਿਹਾਰੇ ਕਰਿ ਨਮਸਕਾਰੇ ਜਿਨ ਭੇਟਤ ਪ੍ਰਭੁ ਜਾਤਾ ॥
ମୁଁ ତାହାଙ୍କୁ ପ୍ରଣାମ କରୁଛି ଆଉ ସଦା ତାହାଙ୍କ ପ୍ରତି ସମର୍ପିତ ଅଟେ, ଯାହାଙ୍କୁ ସାକ୍ଷାତ କରି ମୁଁ ଭଗବାନଙ୍କ ଜ୍ଞାନ ପାଇଛି।
ਘਟਿ ਘਟਿ ਰਵਿ ਰਹਿਆ ਸਭ ਥਾਈ ਪੂਰਨ ਪੁਰਖੁ ਬਿਧਾਤਾ ॥
ପୂର୍ଣ୍ଣ ଅକାଳପୁରୁଷ ବିଧାତା ପ୍ରତ୍ୟେକ ହୃଦୟରେ ଅଛନ୍ତି।
ਗੁਰੁ ਪੂਰਾ ਪਾਇਆ ਨਾਮੁ ਧਿਆਇਆ ਜੂਐ ਜਨਮੁ ਨ ਹਾਰੇ ॥
ଯିଏ ପୂର୍ଣ୍ଣ ଗୁରୁଙ୍କୁ ପାଇ ପରମାତ୍ମାଙ୍କ ନାମ ସ୍ମରଣ କରିଛି, ସେ ନିଜ ଜୀବନ ଜୁଆରେ ହାରେ ନାହିଁ।
ਬਿਨਵੰਤਿ ਨਾਨਕ ਸਰਣਿ ਤੇਰੀ ਰਾਖੁ ਕਿਰਪਾ ਧਾਰੇ ॥੩॥
ନାନକ ପ୍ରାର୍ଥନା କରନ୍ତି ଯେ,ହେ ପ୍ରଭୁ! ମୁଁ ତୋର ଶରଣ ନେଇଛି, କୃପା କରି ମୋର ରକ୍ଷା କର॥3॥
ਬੇਅੰਤਾ ਬੇਅੰਤ ਗੁਣ ਤੇਰੇ ਕੇਤਕ ਗਾਵਾ ਰਾਮ ॥
ହେ ରାମ! ତୋର ଗୁଣ ଅନନ୍ତ ଅଟେ, ପୁଣି ସେଥି ମଧ୍ୟରୁ କେଉଁ ଗୁଣ ଗାନ କରିବି?
ਤੇਰੇ ਚਰਣਾ ਤੇਰੇ ਚਰਣ ਧੂੜਿ ਵਡਭਾਗੀ ਪਾਵਾ ਰਾਮ ॥
ତୋର ଚରଣ ଏବଂ ଚରଣ ଧୂଳି ମୋତେ ସୌଭାଗ୍ୟରୁ ପ୍ରାପ୍ତ ହୋଇଛି।
ਹਰਿ ਧੂੜੀ ਨੑਾਈਐ ਮੈਲੁ ਗਵਾਈਐ ਜਨਮ ਮਰਣ ਦੁਖ ਲਾਥੇ ॥
ହରିଙ୍କ ଚରଣ ଧୂଳିରେ ସ୍ନାନ କରିଲେ ପାପର ମଇଳା ଧୋଇ ହୋଇଯାଏ ଆଉ ଜନ୍ମ ମରଣର ଦୁଃଖ ସମାପ୍ତ ହୋଇଯାଏ।
ਅੰਤਰਿ ਬਾਹਰਿ ਸਦਾ ਹਦੂਰੇ ਪਰਮੇਸਰੁ ਪ੍ਰਭੁ ਸਾਥੇ ॥
ଭିତରେ ଏବଂ ବାହାରେ ପରମେଶ୍ଵର ସଦା ଜୀବ ସାଥିରେ ରହିଥାଏ।
ਮਿਟੇ ਦੂਖ ਕਲਿਆਣ ਕੀਰਤਨ ਬਹੁੜਿ ਜੋਨਿ ਨ ਪਾਵਾ ॥
ପ୍ରଭୁଙ୍କ କୀର୍ତ୍ତନ କରିଲେ କଲ୍ୟାଣ ପ୍ରାପ୍ତ ହୋଇଥାଏ, ଦୁଃଖ ଦୂର ହୋଇଯାଏ ଆଉ ମନୁଷ୍ୟ ପୁଣି ଯୋନିର ଚକ୍ରରେ ଫସେ ନାହିଁ।
ਬਿਨਵੰਤਿ ਨਾਨਕ ਗੁਰ ਸਰਣਿ ਤਰੀਐ ਆਪਣੇ ਪ੍ਰਭ ਭਾਵਾ ॥੪॥੨॥
ନାନକ ପ୍ରାର୍ଥନା କରନ୍ତି ଯେ, ଗୁରୁଙ୍କ ଶରଣରେ ଆସିଲେ ମନୁଷ୍ୟ ସଂସାର ସାଗରରୁ ଉଧାର ହୋଇଯାଏ ଆଉ ନିଜ ପ୍ରଭୁଙ୍କୁ ସେ ପ୍ରିୟ ଲାଗିଥାଏ ॥4॥2॥
ਆਸਾ ਛੰਤ ਮਹਲਾ ੫ ਘਰੁ ੪
ଆଶା ଛନ୍ତ ମହଲା 5 ଘର 4 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਹਰਿ ਚਰਨ ਕਮਲ ਮਨੁ ਬੇਧਿਆ ਕਿਛੁ ਆਨ ਨ ਮੀਠਾ ਰਾਮ ਰਾਜੇ ॥
ମୋର ମନ ହରିଙ୍କ ଚରଣ କମଳରେ ଲାଗି ଯାଇଛି, ଏଥିପାଇଁ ପ୍ରଭୁଙ୍କ ବିନା ମୋତେ ଆଉ କିଛି ମିଠା ଲାଗେ ନାହିଁ।
ਮਿਲਿ ਸੰਤਸੰਗਤਿ ਆਰਾਧਿਆ ਹਰਿ ਘਟਿ ਘਟੇ ਡੀਠਾ ਰਾਮ ਰਾਜੇ ॥
ସନ୍ଥଙ୍କ ସଙ୍ଗତିରେ ମିଶି ମୁଁ ହରିଙ୍କ ଆରାଧନା କରିଛି ଆଉ ସବୁଙ୍କ ହୃଦୟରେ ପ୍ରଭୁଙ୍କ ଦର୍ଶନ କରିଥାଏ।
ਹਰਿ ਘਟਿ ਘਟੇ ਡੀਠਾ ਅੰਮ੍ਰਿਤੋੁ ਵੂਠਾ ਜਨਮ ਮਰਨ ਦੁਖ ਨਾਠੇ ॥
ମୁଁ ହରିଙ୍କୁ ପ୍ରତ୍ୟେକ ହୃଦୟରେ ଦେଖିଥାଏ ଆଉ ତାହାଙ୍କ ନାମାମୃତ ମୋ’ ଉପରେ ବର୍ଷା ହୋଇଛି ତଥା ଜନ୍ମ-ମରଣର ଦୁଃଖ ଦୂର ହୋଇ ଯାଇଛି।
ਗੁਣ ਨਿਧਿ ਗਾਇਆ ਸਭ ਦੂਖ ਮਿਟਾਇਆ ਹਉਮੈ ਬਿਨਸੀ ਗਾਠੇ ॥
ଗୁଣର ଭଣ୍ଡାର ପରମାତ୍ମାଙ୍କ ଗୁଣଗାନ କରି ମୋର ସବୁ ଦୁଃଖ ନାଶ ହୋଇଯାଇଛି ଆଉ ମୋର ଅହଂ ନଷ୍ଟ ହୋଇଯାଇଛି।