ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਮਿਲਿ ਸਤਿਗੁਰ ਸਭੁ ਦੁਖੁ ਗਇਆ ਹਰਿ ਸੁਖੁ ਵਸਿਆ ਮਨਿ ਆਇ ॥
ସଦଗୁରୁଙ୍କ ମିଳନରୁ ସମସ୍ତ ଦୁଃଖ ନିବୃତ୍ତ ହୋଇଯାଇଛି ଆଉ ସୁଖ ସ୍ୱରୂପ ପରମାତ୍ମା ହୃଦୟରେ ଆସି ବାସ କରନ୍ତି।
ਅੰਤਰਿ ਜੋਤਿ ਪ੍ਰਗਾਸੀਆ ਏਕਸੁ ਸਿਉ ਲਿਵ ਲਾਇ ॥
ଏକ ଈଶ୍ଵରଙ୍କ ସାଥିରେ ମନ ଲଗାଇଲେ ଅନ୍ତର୍ମନ ପବିତ୍ର ଜ୍ଞାନ-ଜ୍ୟୋତିର ପ୍ରକାଶ ହୋଇଯାଏ।
ਮਿਲਿ ਸਾਧੂ ਮੁਖੁ ਊਜਲਾ ਪੂਰਬਿ ਲਿਖਿਆ ਪਾਇ ॥
ସାଧୁ-ସନ୍ଥ ସହିତ ଭେଟ କରି ମୋର ଚେହେରା ଉଜ୍ଜଳ ହୋଇଯାଇଛି ତଥା ପୂର୍ବ କର୍ମର ଶୁଭ ଲେଖା କାରଣରୁ ମୁଁ ପରମାତ୍ମାଙ୍କୁ ପ୍ରାପ୍ତ କରିଅଛି।
ਗੁਣ ਗੋਵਿੰਦ ਨਿਤ ਗਾਵਣੇ ਨਿਰਮਲ ਸਾਚੈ ਨਾਇ ॥੧॥
ସୃଷ୍ଟିର ସ୍ଵାମୀ ଗୋବିନ୍ଦ ତଥା ସତ୍ୟ ନାମର ଯଶ ସର୍ବଦା କରି ମୁଁ ନିର୍ମଳ ହୋଇଯାଇଛି ॥1॥
ਮੇਰੇ ਮਨ ਗੁਰ ਸਬਦੀ ਸੁਖੁ ਹੋਇ ॥
ହେ ମୋର ମନ! ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ସୁଖ ପ୍ରାପ୍ତ ହୋଇଥାଏ।
ਗੁਰ ਪੂਰੇ ਕੀ ਚਾਕਰੀ ਬਿਰਥਾ ਜਾਇ ਨ ਕੋਇ ॥੧॥ ਰਹਾਉ ॥
ସଦଗୁରୁଙ୍କ ସେବା କେବେ ବ୍ୟର୍ଥ ଯାଏ ନାହିଁ, କାରଣ ଗୁରୁଙ୍କ ସେବାରେ ଅବଶ୍ୟ ଫଳ ପ୍ରାପ୍ତ ହୋଇଥାଏ ॥1॥
ਮਨ ਕੀਆ ਇਛਾਂ ਪੂਰੀਆ ਪਾਇਆ ਨਾਮੁ ਨਿਧਾਨੁ ॥
ଭଗବାନ ମୋର ମନୋକାମନା ପୂର୍ଣ୍ଣ କରିଦେଇଛନ୍ତି ଆଉ ମୋତେ ନାମ ରୂପୀ ଖଜଣା ପ୍ରାପ୍ତ ହୋଇଯାଇଛି।
ਅੰਤਰਜਾਮੀ ਸਦਾ ਸੰਗਿ ਕਰਣੈਹਾਰੁ ਪਛਾਨੁ ॥
ଅନ୍ତର୍ଯାମୀ ସର୍ବଦା ତୋ’ ସହିତ ଅଛନ୍ତି ତଥା ସେ ନିରପେକ୍ଷ କର୍ତ୍ତା, ତାହାଙ୍କୁ ଜାଣ।
ਗੁਰ ਪਰਸਾਦੀ ਮੁਖੁ ਊਜਲਾ ਜਪਿ ਨਾਮੁ ਦਾਨੁ ਇਸਨਾਨੁ ॥
ଗୁରୁକୃପା ଦ୍ଵାରା ନାମ ସ୍ମରଣ, ଦାନ ପୂଣ୍ୟ ଏବଂ ପବିତ୍ର ତୀର୍ଥ-ସ୍ନାନ କରିଲେ ମାନବର ମୁଖ ଉଜ୍ଜଳ ହୋଇଯାଏ ଅର୍ଥାତ ଖ୍ୟାତି ପ୍ରାପ୍ତ ହୋଇଥାଏ।
ਕਾਮੁ ਕ੍ਰੋਧੁ ਲੋਭੁ ਬਿਨਸਿਆ ਤਜਿਆ ਸਭੁ ਅਭਿਮਾਨੁ ॥੨॥
ଏପରି ବ୍ୟକ୍ତିତ୍ଵର ଅନ୍ତର୍ମନରେ କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ସବୁ ନଷ୍ଟ ହୋଇଯାଇଥାଏ ତଥା ଅହଂକାର ତ୍ୟାଗ କରିଦେଇଥାଏ ॥2॥
ਪਾਇਆ ਲਾਹਾ ਲਾਭੁ ਨਾਮੁ ਪੂਰਨ ਹੋਏ ਕਾਮ ॥
ଯିଏ ଜୀବନରେ ଭଗବାନଙ୍କ ନାମ-ସ୍ମରଣ ଅର୍ଜନ କରିଅଛି, ତାହାର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ।
ਕਰਿ ਕਿਰਪਾ ਪ੍ਰਭਿ ਮੇਲਿਆ ਦੀਆ ਅਪਣਾ ਨਾਮੁ ॥
ଏପରି ଯିବାକୁ ଭଗବାନ ସ୍ଵୟଂ କୃପା କରି ନିଜ ସହିତ ମିଳାନ୍ତି ଆଉ ତାହାକୁ ନିଜର ନାମ-ସ୍ମରଣ ପ୍ରଦାନ କରନ୍ତି।
ਆਵਣ ਜਾਣਾ ਰਹਿ ਗਇਆ ਆਪਿ ਹੋਆ ਮਿਹਰਵਾਨੁ ॥
ଯାହା ଉପରେ ଭଗବାନ କୃପାଳୁ ହୋଇଥାନ୍ତି, ତାହାର ଜନ୍ମ ମୃତ୍ୟୁ ସମାପ୍ତ ହୋଇଯାଇଥାଏ।
ਸਚੁ ਮਹਲੁ ਘਰੁ ਪਾਇਆ ਗੁਰ ਕਾ ਸਬਦੁ ਪਛਾਨੁ ॥੩॥
ସେ ଗୁରୁଙ୍କ ଉପଦେଶ ମନନ କରି ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଦ୍ଵାର ପ୍ରାପ୍ତ କରିଅଛି ॥3॥
ਭਗਤ ਜਨਾ ਕਉ ਰਾਖਦਾ ਆਪਣੀ ਕਿਰਪਾ ਧਾਰਿ ॥
ପରମାତ୍ମା ନିଜ ଦୟା-ଦୃଷ୍ଟିରେ ଭକ୍ତଙ୍କୁ ସ୍ଵୟଂ ବିକାରରୁ ରକ୍ଷା କରନ୍ତି।
ਹਲਤਿ ਪਲਤਿ ਮੁਖ ਊਜਲੇ ਸਾਚੇ ਕੇ ਗੁਣ ਸਾਰਿ ॥
ଇହଲୋକ ଏବଂ ପରଲୋକରେ ତାହାର ମୁଖ ଉଜ୍ଜଳହୋଇଯାଏ, ଯିଏ ପରଂବ୍ରହ୍ମଙ୍କ ଗୁଣକୁ ହୃଦୟରେ ସ୍ମରଣ କରିଥାଏ।
ਆਠ ਪਹਰ ਗੁਣ ਸਾਰਦੇ ਰਤੇ ਰੰਗਿ ਅਪਾਰ ॥
ସେ ଦିନର ଆଠ ପହର ଈଶ୍ଵରଙ୍କ ସର୍ବଗୁଣର ଯଶୋଗାନ କରିଥାଏ ତଥା ତାଙ୍କରି ଅନନ୍ତ ପ୍ରୀତିରେ ମଗ୍ନ ରହିଥାଏ।
ਪਾਰਬ੍ਰਹਮੁ ਸੁਖ ਸਾਗਰੋ ਨਾਨਕ ਸਦ ਬਲਿਹਾਰ ॥੪॥੧੧॥੮੧॥
ହେ ନାନକ! ସୁଖର ସାଗର ପରଂବ୍ରହ୍ମ ପ୍ରତି ସର୍ବଦା ଉତ୍ସର୍ଗୀକୃତ ଅଟେ ॥4॥11॥71॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਪੂਰਾ ਸਤਿਗੁਰੁ ਜੇ ਮਿਲੈ ਪਾਈਐ ਸਬਦੁ ਨਿਧਾਨੁ ॥
ମନୁଷ୍ୟକୁ ଯଦି ପୂର୍ଣ୍ଣ ସଦଗୁରୁ ମିଳିଯାଏ ତାହାହେଲେ ତାହାକୁ ନାମ ରୂପୀ ଖଜଣା ମିଳିଯାଏ।
ਕਰਿ ਕਿਰਪਾ ਪ੍ਰਭ ਆਪਣੀ ਜਪੀਐ ਅੰਮ੍ਰਿਤ ਨਾਮੁ ॥
ହେ ପ୍ରଭୁ! ତୁମେ ମୋ’ ଉପରେ ନିଜର ଏପରି କୃପା କର ଯେ ମୁଁ ତୁମର ନାମାମୃତକୁ ଜପ କରିବି।
ਜਨਮ ਮਰਣ ਦੁਖੁ ਕਾਟੀਐ ਲਾਗੈ ਸਹਜਿ ਧਿਆਨੁ ॥੧॥
ମୋର ଜନ୍ମ ମରଣର ଦୁଃଖ ଦୂର ହୋଇଯାଏ ତାହାହେଲେ ମୋର ଧ୍ୟାନ ତୁମ ଠାରେ ଲାଗିଯାଏ ॥1॥
ਮੇਰੇ ਮਨ ਪ੍ਰਭ ਸਰਣਾਈ ਪਾਇ ॥
ହେ ମୋର ମନ! ତୁମେ ପ୍ରଭୁଙ୍କ ଶରଣ ପ୍ରାପ୍ତ କର।
ਹਰਿ ਬਿਨੁ ਦੂਜਾ ਕੋ ਨਹੀ ਏਕੋ ਨਾਮੁ ਧਿਆਇ ॥੧॥ ਰਹਾਉ ॥
ସେହି ଏକ ପରମାତ୍ମାଙ୍କ ନାମ ଧ୍ୟାନ କର, କାରଣ ସେହି ହରିଙ୍କ ବିନା ଅନ୍ୟ କେହି ନାହିଁ ॥1॥ରୁହ॥
ਕੀਮਤਿ ਕਹਣੁ ਨ ਜਾਈਐ ਸਾਗਰੁ ਗੁਣੀ ਅਥਾਹੁ ॥
ସେହି ପରମେଶ୍ଵରଙ୍କ ମୂଲ୍ୟାଙ୍କନ କରାଯାଇପାରିବ ନାହିଁ, କାରଣ ସେହି ପରମାତ୍ମା ଅଥଳ ଗୁଣର ସାଗର ଅଟନ୍ତି।
ਵਡਭਾਗੀ ਮਿਲੁ ਸੰਗਤੀ ਸਚਾ ਸਬਦੁ ਵਿਸਾਹੁ ॥
ସୌଭାଗ୍ୟ କାରଣରୁ ତୁମେ ସତସଙ୍ଗରେ ମିଶିଯାଅ ତଥା ସେଠାରେ ଶ୍ରଦ୍ଧା ରୂପୀ ମୂଲ୍ୟ ଦେଇ ଗୁରୁଙ୍କ ଠାରୁ ସତ୍ୟ ଉପଦେଶ ଖରିଦ କର।
ਕਰਿ ਸੇਵਾ ਸੁਖ ਸਾਗਰੈ ਸਿਰਿ ਸਾਹਾ ਪਾਤਿਸਾਹੁ ॥੨॥
ସେହି ସୁଖର ସାଗରକୁ ସେବା କର ଅର୍ଥାତ ଶ୍ରଦ୍ଧା ସହିତ ସେହି ପରମାତ୍ମାଙ୍କ ଆରାଧନା କର, ସେ ରାଜାମାନଙ୍କ ମଧ୍ୟରେ ମହାରାଜା, ସବୁଠାରୁ ବଡ ମାଲିକ ଅଟନ୍ତି ॥2॥
ਚਰਣ ਕਮਲ ਕਾ ਆਸਰਾ ਦੂਜਾ ਨਾਹੀ ਠਾਉ ॥
ମୋର ସାହାରା କେବଳପ୍ରଭୁଙ୍କ ଚରଣ ଅଟେ, କାରଣ ତାହାଙ୍କ ଅତିରିକ୍ତ ଅନ୍ୟ କୌଣସି ଠିକଣା ନାହିଁ।
ਮੈ ਧਰ ਤੇਰੀ ਪਾਰਬ੍ਰਹਮ ਤੇਰੈ ਤਾਣਿ ਰਹਾਉ ॥
ହେ ପରମେଶ୍ଵର! ତୁମରି ଶକ୍ତିରୁ ହିଁ ମୋର ଅସ୍ତିତ୍ଵ ଅଛି, ମୁଁ ଆପଣଙ୍କ ଆଶ୍ରୟ ଓ ସତ୍ୟ ଦ୍ଵାରା ହିଁ ଜୀବିତ ଅଛି।
ਨਿਮਾਣਿਆ ਪ੍ਰਭੁ ਮਾਣੁ ਤੂੰ ਤੇਰੈ ਸੰਗਿ ਸਮਾਉ ॥੩॥
ହେ ପ୍ରଭୁ! ତୁ ସମ୍ମାନହୀନର ସମ୍ମାନ, ଯାହା ଉପରେ ତୁମର କୃପା ହୋଇଅଛି, ସେ ତୁମ ଠାରେ ହିଁ ବିଲୀନ ହୋଇଅଛି ॥3॥
ਹਰਿ ਜਪੀਐ ਆਰਾਧੀਐ ਆਠ ਪਹਰ ਗੋਵਿੰਦੁ ॥
ଆଠ ପହର ଗୋବିନ୍ଦଙ୍କୁ ଜପିବା ଉଚିତ, ତାହାଙ୍କ ଆରାଧନା କରିବା ଉଚିତ।
ਜੀਅ ਪ੍ਰਾਣ ਤਨੁ ਧਨੁ ਰਖੇ ਕਰਿ ਕਿਰਪਾ ਰਾਖੀ ਜਿੰਦੁ ॥
ଭଗବାନ ନିଜ କୃପା କରି ଜୀବର ପ୍ରାଣ, ତନ, ଧନକୁ ବିକାରରୁ ରକ୍ଷା କରିଥାନ୍ତି।
ਨਾਨਕ ਸਗਲੇ ਦੋਖ ਉਤਾਰਿਅਨੁ ਪ੍ਰਭੁ ਪਾਰਬ੍ਰਹਮ ਬਖਸਿੰਦੁ ॥੪॥੧੨॥੮੨॥
ହେ ନାନକ! ପରମାତ୍ମା ମୋର ସମସ୍ତ ପାପ ଦୂର କରିଦେଇଛନ୍ତି, ଯେହେତୁ ସେହି ପରଂବ୍ରହ୍ମ କ୍ଷମାଶୀଳ ଅଟନ୍ତି ॥4॥12॥62॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਪ੍ਰੀਤਿ ਲਗੀ ਤਿਸੁ ਸਚ ਸਿਉ ਮਰੈ ਨ ਆਵੈ ਜਾਇ ॥
ଭକ୍ତକୁ ସେହି ପରମସତ୍ୟ ପରମାତ୍ମା ସହିତ ପ୍ରୀତି ଲାଗି ଅଛି, ଯିଏ କେବେ ଜନ୍ମ ନିଅନ୍ତି ନାହିଁ କିମ୍ବା ମୃତ୍ୟୁ ମୁଖରେ ପଡନ୍ତି ନାହିଁ।
ਨਾ ਵੇਛੋੜਿਆ ਵਿਛੁੜੈ ਸਭ ਮਹਿ ਰਹਿਆ ਸਮਾਇ ॥
ଅଲଗା କଲେ ମଧ୍ୟ ସିଏ ଅଲଗା ହୁଅନ୍ତି ନାହିଁ, କାରଣ ସେହି ପରମାତ୍ମା କୋଣ କୋଣରେ ବିଦ୍ୟମାନ ଅଟନ୍ତି।
ਦੀਨ ਦਰਦ ਦੁਖ ਭੰਜਨਾ ਸੇਵਕ ਕੈ ਸਤ ਭਾਇ ॥
ସେହି ପ୍ରଭୁ ଅନାଥଙ୍କ ଦୁଃଖ-ଦରଦ ନାଶ କରନ୍ତି ଆଉ ନିଜ ଭକ୍ତଙ୍କୁ ଆଦର ସହିତ ମିଳନ କରନ୍ତି।
ਅਚਰਜ ਰੂਪੁ ਨਿਰੰਜਨੋ ਗੁਰਿ ਮੇਲਾਇਆ ਮਾਇ ॥੧॥
ହେ ମୋର ମାତା! ସେହି ମାୟା ରହିତ ପ୍ରଭୁ ଆଶ୍ଚର୍ଯ୍ୟଜନକ ସ୍ୱରୂପ ବାଲା ଅଟନ୍ତି ତଥା ଗୁରୁ ଆସି ମୋତେ ତାଙ୍କରି ସହିତ ମିଳନ କରିଛନ୍ତି ॥1॥
ਭਾਈ ਰੇ ਮੀਤੁ ਕਰਹੁ ਪ੍ਰਭੁ ਸੋਇ ॥
ହେ ଭାଇ! ସେହି ପରମେଶ୍ଵରଙ୍କୁ ନିଜର ମିତ୍ର ବନାଅ।