ਮੇਰੇ ਮਨ ਹਰਿ ਹਰਿ ਨਾਮੁ ਧਿਆਇ ॥
ହେ ମୋର ମନ! ତୁ ହରି-ପରମେଶ୍ଵରଙ୍କ ନାମ ଧ୍ୟାନ କର।
ਨਾਮੁ ਸਹਾਈ ਸਦਾ ਸੰਗਿ ਆਗੈ ਲਏ ਛਡਾਇ ॥੧॥ ਰਹਾਉ ॥
ଯେହେତୁ ଭଗବାନଙ୍କ ନାମ ସ୍ମରଣ ହିଁ ସର୍ବଦା ସାଥିରେ ରହିଥାଏ ଆଉ ସହାୟକ ହୋଇଥାଏ ଯାହା ପରେ ଯମର କଷ୍ଟରୁ ଛଡାଇ ନିଏ ॥1॥ରୁହ॥
ਦੁਨੀਆ ਕੀਆ ਵਡਿਆਈਆ ਕਵਨੈ ਆਵਹਿ ਕਾਮਿ ॥
ହେ ଜୀବ! ଦୁନିଆ ଦ୍ଵାରା ଦିଆଯାଇଥିବା ସମ୍ମାନ କେବେ ମଧ୍ୟ କାମରେ ଆସିବ ନାହିଁ।
ਮਾਇਆ ਕਾ ਰੰਗੁ ਸਭੁ ਫਿਕਾ ਜਾਤੋ ਬਿਨਸਿ ਨਿਦਾਨਿ ॥
ମାୟାର ରଙ୍ଗ ଫିକା ଅଟେ, ଯାହା ଶେଷରେ ନଷ୍ଟ ହୋଇଯାଏ।
ਜਾ ਕੈ ਹਿਰਦੈ ਹਰਿ ਵਸੈ ਸੋ ਪੂਰਾ ਪਰਧਾਨੁ ॥੨॥
ଯାହାର ହୃଦୟରେ ପ୍ରଭୁ ବାସ କରିଥାନ୍ତି, ସେ ହିଁ ଆଦରଣୀୟ ଏବଂ ମୁଖ୍ୟ ଅଟେ।।2॥
ਸਾਧੂ ਕੀ ਹੋਹੁ ਰੇਣੁਕਾ ਅਪਣਾ ਆਪੁ ਤਿਆਗਿ ॥
ହେ ପ୍ରାଣୀ! ନିଜର ଅହଂ ଭାବନା ତ୍ୟାଗ କର, ସନ୍ଥଙ୍କ ଚରଣର ଧୁଳି ହୋଇଯାଅ।
ਉਪਾਵ ਸਿਆਣਪ ਸਗਲ ਛਡਿ ਗੁਰ ਕੀ ਚਰਣੀ ਲਾਗੁ ॥
ସମସ୍ତ ବ୍ୟର୍ଥ ଉପାୟ ଓ ଚତୁରତା ତ୍ୟାଗ କର ଆଉ ଗୁରୁଙ୍କ ଚରଣ ଆଶ୍ରୟକୁ ଆସିଯାଅ।
ਤਿਸਹਿ ਪਰਾਪਤਿ ਰਤਨੁ ਹੋਇ ਜਿਸੁ ਮਸਤਕਿ ਹੋਵੈ ਭਾਗੁ ॥੩॥
କେବଳ ସିଏ ନାମ ରୂପୀ ରତ୍ନକୁ ପ୍ରାପ୍ତ କରିଥାଏ, ଯାହାର କପାଳରେ ଭାଗ୍ୟ ରେଖା ଉଜ୍ଜଳ ହୋଇଥାଏ ॥3॥
ਤਿਸੈ ਪਰਾਪਤਿ ਭਾਈਹੋ ਜਿਸੁ ਦੇਵੈ ਪ੍ਰਭੁ ਆਪਿ ॥
ହେ ସଜ୍ଜନ! ଯାହାକୁ ପରମାତ୍ମା ସ୍ଵୟଂ ପ୍ରଦାନ କରିଥାନ୍ତି, ସେ ହିଁ ନାମକୁ ପ୍ରାପ୍ତ କରିଥାଏ।
ਸਤਿਗੁਰ ਕੀ ਸੇਵਾ ਸੋ ਕਰੇ ਜਿਸੁ ਬਿਨਸੈ ਹਉਮੈ ਤਾਪੁ ॥
ଯେଉଁ ମନୁଷ୍ୟ ନିଜ ଅହଂତ୍ଵ ରୂପୀ ରୋଗ ଦୂର କରିଦେଇଛି, ସେ ହିଁ ସଦଗୁରୁଙ୍କ ସେବା କରିପାରେ।
ਨਾਨਕ ਕਉ ਗੁਰੁ ਭੇਟਿਆ ਬਿਨਸੇ ਸਗਲ ਸੰਤਾਪ ॥੪॥੮॥੭੮॥
ହେ ନାନକ! ଯାହାକୁ ଗୁରୁ ମିଳିଛନ୍ତି, ତାହାର ସବୁ ଦୁଃଖ- ସନ୍ତାପ ନଷ୍ଟ ହୋଇଯାଇଛି ॥4॥8॥78॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਇਕੁ ਪਛਾਣੂ ਜੀਅ ਕਾ ਇਕੋ ਰਖਣਹਾਰੁ ॥
ଏକ ପରମାତ୍ମା ହିଁ ମନୁଷ୍ୟକୁ ଜଣା ଅଛି ତଥା ସେ ଏକ ହିଁ ତାହାର ସଂରକ୍ଷକ ଅଟନ୍ତି।
ਇਕਸ ਕਾ ਮਨਿ ਆਸਰਾ ਇਕੋ ਪ੍ਰਾਣ ਅਧਾਰੁ ॥
କେବଳ ସେ ହିଁ ମନର ସାହାରା ଅଟନ୍ତି ଆଉ ପ୍ରାଣଧାର ସେ ଏକ ହିଁ ପ୍ରଭୁ ଅଟନ୍ତି।
ਤਿਸੁ ਸਰਣਾਈ ਸਦਾ ਸੁਖੁ ਪਾਰਬ੍ਰਹਮੁ ਕਰਤਾਰੁ ॥੧॥
ସେହି ପରଂବ୍ରହ୍ମ ପରମାତ୍ମାଙ୍କ ଶରଣ ନେଲେ ସର୍ବଦା ସୁଖ ଉପଲବ୍ଧି ହୋଇଥାଏ ॥1॥
ਮਨ ਮੇਰੇ ਸਗਲ ਉਪਾਵ ਤਿਆਗੁ ॥
ହେ ମୋର ମନ! ପ୍ରଭୁ-ପ୍ରାପ୍ତି ପାଇଁ ନିଜର ଅନ୍ୟ ସବୁ ଉପାୟ ତ୍ୟାଗ କରି ଦିଅ।
ਗੁਰੁ ਪੂਰਾ ਆਰਾਧਿ ਨਿਤ ਇਕਸੁ ਕੀ ਲਿਵ ਲਾਗੁ ॥੧॥ ਰਹਾਉ ॥
କେବଳ ପରିପୂର୍ଣ୍ଣ ଗୁରୁଙ୍କୁ ନିତ୍ୟ ଆରାଧନା କର ତଥା ଗୁରୁଙ୍କ ମାର୍ଗ ଦର୍ଶନ ଦ୍ଵାରା ସେହି ଏକ ପରମରମଙ୍କ ଠାରେ ଲୀନ ହୋଇ ଯାଅ ॥1॥ରୁହ॥
ਇਕੋ ਭਾਈ ਮਿਤੁ ਇਕੁ ਇਕੋ ਮਾਤ ਪਿਤਾ ॥
ଏକ ଇଶ୍ଵର ହିଁ ସଚ୍ଚା ଭ୍ରାତା, ମିତ୍ର ଏବଂ ମାତା-ପିତା ଅଟନ୍ତି।
ਇਕਸ ਕੀ ਮਨਿ ਟੇਕ ਹੈ ਜਿਨਿ ਜੀਉ ਪਿੰਡੁ ਦਿਤਾ ॥
ମୋର ମନ ପ୍ରଭୁଙ୍କ ଅଶ୍ରାରେ ହିଁ ଅଛି, ଯିଏ ମୋତେ ଆତ୍ମା ତଥା ଏହି ଦେହ ପ୍ରଦାନ କରିଛନ୍ତି।
ਸੋ ਪ੍ਰਭੁ ਮਨਹੁ ਨ ਵਿਸਰੈ ਜਿਨਿ ਸਭੁ ਕਿਛੁ ਵਸਿ ਕੀਤਾ ॥੨॥
ସେହି ପ୍ରଭୁ, ଯିଏ ସଂସାରର ପ୍ରତ୍ୟେକ ବସ୍ତୁକୁ ନିଜ ଅଧୀନରେ ରଖିଥାନ୍ତି, ମୋର ମନରୁ କଦାପି ବିସ୍ମୃତ ହୁଅ ନାହିଁ ॥2॥
ਘਰਿ ਇਕੋ ਬਾਹਰਿ ਇਕੋ ਥਾਨ ਥਨੰਤਰਿ ਆਪਿ ॥
ସେହି ସର୍ବବ୍ୟାପକ ପରମେଶ୍ଵର ହୃଦୟ ରୂପୀ ଘରେ ମଧ୍ୟ ବିଦ୍ୟମାନ ଆଉ ବିଶ୍ଵର ସର୍ବତ୍ର ବିଦ୍ୟମାନ।
ਜੀਅ ਜੰਤ ਸਭਿ ਜਿਨਿ ਕੀਏ ਆਠ ਪਹਰ ਤਿਸੁ ਜਾਪਿ ॥
ଯେଉଁ ସୃଷ୍ଟିକର୍ତ୍ତା ମନୁଷ୍ୟ ଏବଂ ଅନ୍ୟ ଜୀବଙ୍କୁ ରଚନା କରିଛନ୍ତି, ତାହାଙ୍କ ଆରାଧନା ଆଠ ପହର କରିବା ଉଚିତ।
ਇਕਸੁ ਸੇਤੀ ਰਤਿਆ ਨ ਹੋਵੀ ਸੋਗ ਸੰਤਾਪੁ ॥੩॥
ଯଦି ଏକ ଈଶ୍ଵରଙ୍କ ପ୍ରେମରେ ମଗ୍ନ ହୋଇ ଯାଅ ତାହାହେଲେ ତୁମର ସମସ୍ତ ଶୋକ-ସନ୍ତାପ ବିନାଶ ହୋଇଯାଏ ॥3॥
ਪਾਰਬ੍ਰਹਮੁ ਪ੍ਰਭੁ ਏਕੁ ਹੈ ਦੂਜਾ ਨਾਹੀ ਕੋਇ ॥
ଏକ ପରମାତ୍ମା ହିଁ ପରଂବ୍ରହ୍ମ ଅଟନ୍ତି, ଅନ୍ୟ କେହି ନୁହେଁ।
ਜੀਉ ਪਿੰਡੁ ਸਭੁ ਤਿਸ ਕਾ ਜੋ ਤਿਸੁ ਭਾਵੈ ਸੁ ਹੋਇ ॥
ମନୁଷ୍ୟର ଜୀବନ ଏବଂ ଶରୀର ସମସ୍ତ ତାଙ୍କରି ପ୍ରଦତ୍ତ ଅଟେ, ଯାହା ତାଙ୍କୁ ଭଲ ଲାଗେ ତାହା ହିଁ ହୋଇଥାଏ।
ਗੁਰਿ ਪੂਰੈ ਪੂਰਾ ਭਇਆ ਜਪਿ ਨਾਨਕ ਸਚਾ ਸੋਇ ॥੪॥੯॥੭੯॥
ହେ ନାନକ! ପରିପୂର୍ଣ୍ଣ ଗୁରୁ ଦ୍ଵାରା ମନୁଷ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇ ଅଛି, କାରଣ ସେ ଗୁରୁମୁଖ ହୋଇ ଭଗବାନଙ୍କ ନାମ ସ୍ମରଣ କରିଅଛି ॥4॥6॥76॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਜਿਨਾ ਸਤਿਗੁਰ ਸਿਉ ਚਿਤੁ ਲਾਇਆ ਸੇ ਪੂਰੇ ਪਰਧਾਨ ॥
ଯିଏ ସଦଗୁରୁଙ୍କ ଉପଦେଶକୁ ଚିନ୍ତନ କରିଅଛି, ସେହି ମନୁଷ୍ୟ ପୂର୍ଣ୍ଣ ଓ ଶ୍ରେଷ୍ଠ ହୋଇଯାଏ।
ਜਿਨ ਕਉ ਆਪਿ ਦਇਆਲੁ ਹੋਇ ਤਿਨ ਉਪਜੈ ਮਨਿ ਗਿਆਨੁ ॥
ਜਿਨ ਕਉ ਮਸਤਕਿ ਲਿਖਿਆ ਤਿਨ ਪਾਇਆ ਹਰਿ ਨਾਮੁ ॥੧॥
ଯାହାର କପାଳରେ ଶୁଭ ଭାଗ୍ୟ ଅଙ୍କିତ ହୋଇ ଅଛି, ସେ ହିଁ ଭଗବାନଙ୍କ ନାମ-ସ୍ମରଣ ପ୍ରାପ୍ତ କରିଥାଏ ॥1॥
ਮਨ ਮੇਰੇ ਏਕੋ ਨਾਮੁ ਧਿਆਇ ॥
ହେ ମୋର ମନ! ଏଥିପାଇଁ ତୁମେ ସେହି ଏକ ପରମାତ୍ମାଙ୍କ ନାମ ଧ୍ୟାନ କର,
ਸਰਬ ਸੁਖਾ ਸੁਖ ਊਪਜਹਿ ਦਰਗਹ ਪੈਧਾ ਜਾਇ ॥੧॥ ਰਹਾਉ ॥
କାରଣ ନାମ-ସ୍ମରଣ ଦ୍ଵାରା ହିଁ ମାନବ ଜୀବନରେ ଶ୍ରେଷ୍ଠ ସୁଖ ଉତ୍ପର୍ଣ୍ଣ ହୋଇଥାଏ ତଥା ପ୍ରଭୁଙ୍କ ଦରବାରରେ ସେ ପ୍ରତିଷ୍ଠିତ ପୋଷାକ ପିନ୍ଧି ଯାଏ ॥1॥ରୁହ॥
ਜਨਮ ਮਰਣ ਕਾ ਭਉ ਗਇਆ ਭਾਉ ਭਗਤਿ ਗੋਪਾਲ ॥
ଭଗବାନଙ୍କ ପ୍ରେମ-ଭକ୍ତି କରିଲେ ମନୁଷ୍ୟ ଜନ୍ମ-ମରଣ ଭୟରୁ ମୁକ୍ତ ହୋଇଥାଏ।
ਸਾਧੂ ਸੰਗਤਿ ਨਿਰਮਲਾ ਆਪਿ ਕਰੇ ਪ੍ਰਤਿਪਾਲ ॥
ସନ୍ଥଙ୍କ ସଙ୍ଗତି କରିଲେ ମନୁଷ୍ୟ ନିର୍ମଳ ହୋଇଯାଏ ଯାହାର ଫଳସ୍ଵରୂପ ସ୍ଵାମୀ(ପ୍ରଭୁ) ସ୍ଵୟଂ ତାହାର ପାଳନ –ପୋଷଣ କରିଥାନ୍ତି।
ਜਨਮ ਮਰਣ ਕੀ ਮਲੁ ਕਟੀਐ ਗੁਰ ਦਰਸਨੁ ਦੇਖਿ ਨਿਹਾਲ ॥੨॥
ତାହାର ଜନ୍ମ-ମରଣର ମଇଳା ଲିଭିଯାଏ ଆଉ ସଦଗୁରୁଙ୍କ ଦର୍ଶନ କରି କୃତାର୍ଥ ହୋଇଯାଏ ॥2॥
ਥਾਨ ਥਨੰਤਰਿ ਰਵਿ ਰਹਿਆ ਪਾਰਬ੍ਰਹਮੁ ਪ੍ਰਭੁ ਸੋਇ ॥
ପରମ ପରମେଶ୍ଵର କୋଣ କୋଣରେ ବିଦ୍ୟମାନ ଅଛନ୍ତି।
ਸਭਨਾ ਦਾਤਾ ਏਕੁ ਹੈ ਦੂਜਾ ਨਾਹੀ ਕੋਇ ॥
କେବଳ ପରମାତ୍ମା ହିଁ ସମସ୍ତ ପ୍ରାଣୀଙ୍କ ସ୍ଵାମୀ ଅଟନ୍ତି, ଅନ୍ୟ କେହି ନାହିଁ।
ਤਿਸੁ ਸਰਣਾਈ ਛੁਟੀਐ ਕੀਤਾ ਲੋੜੇ ਸੁ ਹੋਇ ॥੩॥
ତାହାଙ୍କ ଶରଣରେ ଆସିଲେ ଜୀବକୁ ଜନ୍ମ ମରଣ ବନ୍ଧନରୁ ମୁକ୍ତି ମିଳିଯାଏ, ପରମେଶ୍ଵର ଯାହା କରିବାକୁ ଚାହାନ୍ତି, ତାହା ହିଁ ହୋଇଥାଏ ॥3॥
ਜਿਨ ਮਨਿ ਵਸਿਆ ਪਾਰਬ੍ਰਹਮੁ ਸੇ ਪੂਰੇ ਪਰਧਾਨ ॥
ଯାହାର ହୃଦୟରେ ସର୍ବ ଜ୍ଞାତା ପରମେଶ୍ଵର ବାସ କରନ୍ତି, ସେ ସଂପୂର୍ଣ୍ଣ ଏବଂ ପ୍ରମୁଖ ଅଟେ।
ਤਿਨ ਕੀ ਸੋਭਾ ਨਿਰਮਲੀ ਪਰਗਟੁ ਭਈ ਜਹਾਨ ॥
ସେହି ଜୀବ ଶୁଭ ଗୁଣ କାରଣରୁ ଶ୍ରେଷ୍ଠ ପୁରୁଷ ହୋଇଯାଏ, ତାହାର ସୁକୀର୍ତି ପବିତ୍ର ହୋଇ ସଂପୂର୍ଣ୍ଣ ବିଶ୍ଵରେ ବ୍ୟାପିଯାଏ।
ਜਿਨੀ ਮੇਰਾ ਪ੍ਰਭੁ ਧਿਆਇਆ ਨਾਨਕ ਤਿਨ ਕੁਰਬਾਨ ॥੪॥੧੦॥੮੦॥
ହେ ନାନକ! ଯିଏ ମୋର ପରମାତ୍ମାଙ୍କୁ ଧ୍ୟାନ କରିଛନ୍ତି, ମୁଁ ତାଙ୍କ ପାଖରେ ଉତ୍ସର୍ଗୀକୃତ ଅଟେ ॥4॥10॥80॥