ਐਥੈ ਮਿਲਹਿ ਵਡਾਈਆ ਦਰਗਹਿ ਪਾਵਹਿ ਥਾਉ ॥੩॥
ଏଠାରେ ତୁମକୁ ନାମ ସମ୍ମାନ ପ୍ରାପ୍ତ ହେବ ଆଉ ପ୍ରଭୁଙ୍କ ଦରବାରରେ ମଧ୍ୟ ଶ୍ରେଷ୍ଠ ସ୍ଥାନ ପ୍ରାପ୍ତ ହେବ ॥3॥
ਕਰੇ ਕਰਾਏ ਆਪਿ ਪ੍ਰਭੁ ਸਭੁ ਕਿਛੁ ਤਿਸ ਹੀ ਹਾਥਿ ॥
ଅକାଳ ପୁରୁଷ ସ୍ଵୟଂ ହିଁ କରିବା ଓ କରାଇବା ବାଲା ଅଟନ୍ତି, ପରମେଶ୍ଵର ସର୍ବ କର୍ତ୍ତା, ସବୁ କିଛି ତାଙ୍କରି ଅଧୀନ ଅଟେ।
ਮਾਰਿ ਆਪੇ ਜੀਵਾਲਦਾ ਅੰਤਰਿ ਬਾਹਰਿ ਸਾਥਿ ॥
ସେହି ସର୍ବ ବ୍ୟାପକ ପ୍ରଭୁ କୋଣ କୋଣରେ ବିଦ୍ୟମାନ ଅଟନ୍ତି, ଯିଏ ସ୍ଵୟଂ ହିଁ ମାରିବା ବାଲା ତଥା ଜୀବନ ଦାତା, ଭିତରୁ ଓ ବାହାରୁ ପ୍ରାଣୀର ସାଥି ଅଟନ୍ତି॥
ਨਾਨਕ ਪ੍ਰਭ ਸਰਣਾਗਤੀ ਸਰਬ ਘਟਾ ਕੇ ਨਾਥ ॥੪॥੧੫॥੮੫॥
ହେ ନାନକ! ପ୍ରଭୁ ସମସ୍ତ ଜୀବଙ୍କ ସ୍ଵାମୀ ଅଟନ୍ତି, ଏଣୁ ମୁଁ ତାଙ୍କରି ଶରଣରେ ଆସିଛି ॥4॥15॥75॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਸਰਣਿ ਪਏ ਪ੍ਰਭ ਆਪਣੇ ਗੁਰੁ ਹੋਆ ਕਿਰਪਾਲੁ ॥
ଯେତେବେଳେ ମୋର ଗୁରୁ ମୋ’ ଉପରେ କୃପାଳୁ ହୋଇଛନ୍ତି, ତାହାହେଲେ ମୁଁ ନିଜର ପ୍ରଭୁଙ୍କ ଶରଣରେ ଆସିଅଛି।
ਸਤਗੁਰ ਕੈ ਉਪਦੇਸਿਐ ਬਿਨਸੇ ਸਰਬ ਜੰਜਾਲ ॥
ସଦଗୁରୁଙ୍କ ଉପଦେଶ ଦ୍ଵାରା ମୋର ସମସ୍ତ ବନ୍ଧନ ଦୂର ହୋଇଯାଇଛି।
ਅੰਦਰੁ ਲਗਾ ਰਾਮ ਨਾਮਿ ਅੰਮ੍ਰਿਤ ਨਦਰਿ ਨਿਹਾਲੁ ॥੧॥
ଯେତେବେଳେ ଅନ୍ତର୍ମନ ରାମ ନାମର ସ୍ମରଣରେ ଲୀନ ହୋଇଯାଇଛି, ସେତେବେଳେ ମୁଁ ଗୁରୁଙ୍କ କୃପାରୁ କୃତାର୍ଥ ହୋଇଯାଇଛି ॥1॥
ਮਨ ਮੇਰੇ ਸਤਿਗੁਰ ਸੇਵਾ ਸਾਰੁ ॥
ହେ ମୋର ମନ! ସଦଗୁରୁଙ୍କ ସେବା ଶ୍ରେଷ୍ଠ ଅଟେ।
ਕਰੇ ਦਇਆ ਪ੍ਰਭੁ ਆਪਣੀ ਇਕ ਨਿਮਖ ਨ ਮਨਹੁ ਵਿਸਾਰੁ ॥ ਰਹਾਉ ॥
ସେହି ପ୍ରଭୁଙ୍କୁ ଏକ ପଲକ ପାଇଁ ମଧ୍ୟ ବିସ୍ମୃତ କର ନହିଁ, ତାହାହେଲେ ସେ ତୁମ ଉପରେ କୃପା-ଦୃଷ୍ଟି କରିବେ ॥ରୁହ॥
ਗੁਣ ਗੋਵਿੰਦ ਨਿਤ ਗਾਵੀਅਹਿ ਅਵਗੁਣ ਕਟਣਹਾਰ ॥
ଆମେ ପ୍ରତିଦିନ ସେହି ଗୋବିନ୍ଦ ପ୍ରଭୁଙ୍କ ଯଶୋଗାନ କରିବା ଉଚିତ, ଯିଏ ମନୁଷ୍ୟକୁ ସମସ୍ତ ଅବଗୁଣରୁ ନିବୃତ୍ତ କରିଥାନ୍ତି।
ਬਿਨੁ ਹਰਿ ਨਾਮ ਨ ਸੁਖੁ ਹੋਇ ਕਰਿ ਡਿਠੇ ਬਿਸਥਾਰ ॥
ଅନେକ ବ୍ୟକ୍ତି ମାୟାକୁ ପ୍ରପଞ୍ଚ କରି ଦେଖିଛନ୍ତି, କିନ୍ତୁ ହଋ ନାମ ବ୍ୟତୀତ ସୁଖ ମିଳେ ନାହିଁ।
ਸਹਜੇ ਸਿਫਤੀ ਰਤਿਆ ਭਵਜਲੁ ਉਤਰੇ ਪਾਰਿ ॥੨॥
ଯେଉଁ ବ୍ୟକ୍ତି ଭଗବାନଙ୍କୁ ନିଜର କରିବାରେ ମଗ୍ନ ରହିଥାଏ, ସେ ଭବ ସାଗରରୁ ସହଜରେ ପାର ହୋଇଯାଏ ॥2॥
ਤੀਰਥ ਵਰਤ ਲਖ ਸੰਜਮਾ ਪਾਈਐ ਸਾਧੂ ਧੂਰਿ ॥
ଲକ୍ଷେ ତୀର୍ଥରେ ସ୍ନାନ, ଲକ୍ଷେ ବ୍ରତ ରଖିବା ଓ ଇନ୍ଦ୍ରିୟକୁ ବିକାର ଠାରୁ ରୋକିବାର ଫଳ ସନ୍ଥଙ୍କ ଚରଣ ଧୁଳି ଗ୍ରହଣ କରିବାରେ ହିଁ ପ୍ରାପ୍ତ ହୋଇଯାଏ।
ਲੂਕਿ ਕਮਾਵੈ ਕਿਸ ਤੇ ਜਾ ਵੇਖੈ ਸਦਾ ਹਦੂਰਿ ॥
ହେ ଭାଇ! ମାନବ କାହାକୁ ଲୁଚାଇ ପାପ ଅର୍ଜନ କରେ, ଯେତେବେଳେ ସେହି ପ୍ରଭୁ ସର୍ବଦା ସମ୍ମୁଖରେ ଦେଖୁଛନ୍ତି।
ਥਾਨ ਥਨੰਤਰਿ ਰਵਿ ਰਹਿਆ ਪ੍ਰਭੁ ਮੇਰਾ ਭਰਪੂਰਿ ॥੩॥
ମୋର ପରିପୂର୍ଣ୍ଣ ପରମେଶ୍ଵର ସର୍ବତ୍ର ବ୍ୟାପ୍ତ ହୋଇ ରହିଛନ୍ତି ॥3॥
ਸਚੁ ਪਾਤਿਸਾਹੀ ਅਮਰੁ ਸਚੁ ਸਚੇ ਸਚਾ ਥਾਨੁ ॥
ସତ୍ୟ ପରମେଶ୍ଵରଙ୍କ ସାମ୍ରାଜ୍ୟ ସତ୍ୟ ଅଟେ, ତାଙ୍କରି ଆଦେଶ ମଧ୍ୟ ସତ୍ୟ, ସେହି ସତ୍ୟ ପରମେଶ୍ଵରଙ୍କ ସ୍ଥିର ରହିବା ବାଲା ସ୍ଥାନ ମଧ୍ୟ ସତ୍ୟ ଅଟେ।
ਸਚੀ ਕੁਦਰਤਿ ਧਾਰੀਅਨੁ ਸਚਿ ਸਿਰਜਿਓਨੁ ਜਹਾਨੁ ॥
ସେ ସତ୍ୟ ଶକ୍ତି ଧାରଣ କରିଛନ୍ତି ଆଉ ସେ ସତ୍ୟ ସୃଷ୍ଟିର ରଚନା କରିଛନ୍ତି।
ਨਾਨਕ ਜਪੀਐ ਸਚੁ ਨਾਮੁ ਹਉ ਸਦਾ ਸਦਾ ਕੁਰਬਾਨੁ ॥੪॥੧੬॥੮੬॥
ହେ ନାନକ! ମୁଁ ତାଙ୍କ ପ୍ରତି ସମର୍ପିତ, ଯିଏ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ନାମ ସ୍ମରଣ କରିଥାଏ ॥4॥16॥86॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਉਦਮੁ ਕਰਿ ਹਰਿ ਜਾਪਣਾ ਵਡਭਾਗੀ ਧਨੁ ਖਾਟਿ ॥
ହେ ଭାଗ୍ୟବାନ ପୁରୁଷ! ପରିଶ୍ରମ କରି ହରି ନାମ ସ୍ମରଣ ରୂପୀ ଆତ୍ମ-ଧନ ଏକତ୍ର କର ।
ਸੰਤਸੰਗਿ ਹਰਿ ਸਿਮਰਣਾ ਮਲੁ ਜਨਮ ਜਨਮ ਕੀ ਕਾਟਿ ॥੧॥
ସତସଙ୍ଗକୁ ଯାଇ ହରିନାମର ସ୍ମରଣ କରାଯାଇଥାଏ, ଯାହା ଦ୍ଵାରା ଜନ୍ମ-ଜନ୍ମର ପାପର ମଇଳା ଦୂର ହୋଇଯାଏ॥1॥
ਮਨ ਮੇਰੇ ਰਾਮ ਨਾਮੁ ਜਪਿ ਜਾਪੁ ॥
ହେ ମୋର ମନ! ରାମ ନାମ ରୂପୀ ଜପର ସ୍ମରଣ କର।
ਮਨ ਇਛੇ ਫਲ ਭੁੰਚਿ ਤੂ ਸਭੁ ਚੂਕੈ ਸੋਗੁ ਸੰਤਾਪੁ ॥ ਰਹਾਉ ॥
ଏହା ଦ୍ଵାରା ତୁମକୁ ମନୋବାଞ୍ଚିତ ଫଳ ପ୍ରାପ୍ତ ହେବ ଆଉ ତୁମର ଦୁଃଖ ତଥା ସନ୍ତାପ ସବୁ ନଷ୍ଟ ହୋଇଯାଏ ॥ରୁହ॥
ਜਿਸੁ ਕਾਰਣਿ ਤਨੁ ਧਾਰਿਆ ਸੋ ਪ੍ਰਭੁ ਡਿਠਾ ਨਾਲਿ ॥
ଯେଉଁ ଭଗବାନଙ୍କୁ ପାଇବା ପାଇଁ ଏହି ମନୁଷ୍ୟ ଶରୀରକୁ ଧାରଣ କରିଛି, ସେହି ପ୍ରଭୁ ନିଜ ସାଥିରେ ହିଁ ଦେଖିଛନ୍ତି।
ਜਲਿ ਥਲਿ ਮਹੀਅਲਿ ਪੂਰਿਆ ਪ੍ਰਭੁ ਆਪਣੀ ਨਦਰਿ ਨਿਹਾਲਿ ॥੨॥
ସେହି ପରିପୂର୍ଣ୍ଣ ପ୍ରଭୁ ଜଳରେ, ମାଟିରେ, ଆକାଶରେ, ଗଗନରେ ସର୍ବତ୍ର ବ୍ୟାପକ ଅଟନ୍ତି, ସେ ହିଁ ସବୁ ପ୍ରାଣୀଙ୍କୁ ଦୟାର ଦୃଷ୍ଟିରେ ଦେଖନ୍ତି ॥2॥
ਮਨੁ ਤਨੁ ਨਿਰਮਲੁ ਹੋਇਆ ਲਾਗੀ ਸਾਚੁ ਪਰੀਤਿ ॥
ସଚ୍ଚା ସ୍ଵାମୀ ପ୍ରଭୁଙ୍କ ସାଥିରେ ପ୍ରୀତି ତନ-ମନ ସବୁ ପବିତ୍ର ହୋଇଯାଏ।
ਚਰਣ ਭਜੇ ਪਾਰਬ੍ਰਹਮ ਕੇ ਸਭਿ ਜਪ ਤਪ ਤਿਨ ਹੀ ਕੀਤਿ ॥੩॥
ଯେଉଁ ପ୍ରାଣୀ ପ୍ରଭୁଙ୍କ ଚରଣର ଧ୍ୟାନ କରିଥାଏ, ଭବ, ସିଏ ସମସ୍ତ ଜପ-ତପ କରିନେଇଛି॥3॥
ਰਤਨ ਜਵੇਹਰ ਮਾਣਿਕਾ ਅੰਮ੍ਰਿਤੁ ਹਰਿ ਕਾ ਨਾਉ ॥
ଅମୃତ ରୂପୀ ହରିଙ୍କ ନାମ ହୀରା, ରତ୍ନ ଠାରୁ ମଧ୍ୟ ଅମୂଲ୍ୟ ଅଟେ।
ਸੂਖ ਸਹਜ ਆਨੰਦ ਰਸ ਜਨ ਨਾਨਕ ਹਰਿ ਗੁਣ ਗਾਉ ॥੪॥੧੭॥੮੭॥
ହେ ନାନକ! ଯିଏ ପ୍ରେମ ଭାବରେ ଭଗବାନଙ୍କ ମହିମା ଗାନ କରିଅଛି, ତାହାକୁ ସ୍ଵାଭାବିକ ଭାବରେ ଅଚ୍ୟୁତ ସୁଖର ଆନନ୍ଦର ରସ ପ୍ରାପ୍ତ ହୋଇଯାଇଛି ॥4॥17॥87॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਸੋਈ ਸਾਸਤੁ ਸਉਣੁ ਸੋਇ ਜਿਤੁ ਜਪੀਐ ਹਰਿ ਨਾਉ ॥
ସେହି ଧାର୍ମିକ ଶାସ୍ତ୍ର ଉଚିତ ଅଟେ ଆଉ ସେହି ଶକୁନ ଶୁଭ ଅଟେ ଯାହା ଦ୍ଵାରା ହରିନାମର ସ୍ମରଣ କରାଯାଏ।
ਚਰਣ ਕਮਲ ਗੁਰਿ ਧਨੁ ਦੀਆ ਮਿਲਿਆ ਨਿਥਾਵੇ ਥਾਉ ॥
ଯେଉଁ ମାନବ ଜୀବକୁ ଗୁରୁ ଚରଣ କମଳ ରୂପୀ ଧନ ଦେଇଛନ୍ତି ସେହି ଆଶ୍ରୟହୀନ ବ୍ୟକ୍ତିତ୍ଵକୁ ଆଶ୍ରୟ ମିଳିଯାଇଛି।
ਸਾਚੀ ਪੂੰਜੀ ਸਚੁ ਸੰਜਮੋ ਆਠ ਪਹਰ ਗੁਣ ਗਾਉ ॥
ଆଠ ପହର ଭଗବାନଙ୍କ ଗୁଣ ଗାନ କରିବା ହିଁ ସତ୍ୟ ରାଶି ଅଟେ ତଥା ସତ୍ୟ ସଂଯମ ଅଟେ।
ਕਰਿ ਕਿਰਪਾ ਪ੍ਰਭੁ ਭੇਟਿਆ ਮਰਣੁ ਨ ਆਵਣੁ ਜਾਉ ॥੧॥
ସ୍ଵୟଂ ଭଗବାନ ଯାହାକୁ କୃପା କରି ମିଳିଛନ୍ତି , ସେ ଜନ୍ମ ମରଣର ଚକ୍ରରୁ ମୁକ୍ତ ହୋଇଯାଏ ॥1॥
ਮੇਰੇ ਮਨ ਹਰਿ ਭਜੁ ਸਦਾ ਇਕ ਰੰਗਿ ॥
ହେ ମୋର ମନ! ତୁ ସର୍ବଦା ଏକାଗ୍ର ଚିତ୍ତ ହୋଇ ଭଗବାନଙ୍କ ଭଜନ କର,
ਘਟ ਘਟ ਅੰਤਰਿ ਰਵਿ ਰਹਿਆ ਸਦਾ ਸਹਾਈ ਸੰਗਿ ॥੧॥ ਰਹਾਉ ॥
ଯେହେତୁ ଭଗବାନ ପ୍ରତ୍ୟେକ ହୃଦୟର ଅନ୍ତରରେ ବିଦ୍ୟମାନ ତଥା ଜୀବର ସାଥି ହୋଇ ସହାୟତା କରିଥାନ୍ତି ॥1॥ରୁହ॥
ਸੁਖਾ ਕੀ ਮਿਤਿ ਕਿਆ ਗਣੀ ਜਾ ਸਿਮਰੀ ਗੋਵਿੰਦੁ ॥
ଯେତେବେଳେ ପ୍ରଭୁ ସ୍ମରଣ କରିଛନ୍ତି, ସେତେବେଳେ ଏତେ ସୁଖର ଉପଲବ୍ଧି ହୋଇଅଛି ଯେ ତାହା ଗଣା ଯାଇପାରିବ ନାହିଁ।
ਜਿਨ ਚਾਖਿਆ ਸੇ ਤ੍ਰਿਪਤਾਸਿਆ ਉਹ ਰਸੁ ਜਾਣੈ ਜਿੰਦੁ ॥
ଯିଏ ବି ହରି ରସକୁ ଚାଖିଅଛି, ସେ ତୃପ୍ତ ହୋଇଯାଇଛି ତଥା ସେହି ରସକୁ ସେହି ଆତ୍ମା ଜାଣିଥଏ।