ਸੰਤਾ ਸੰਗਤਿ ਮਨਿ ਵਸੈ ਪ੍ਰਭੁ ਪ੍ਰੀਤਮੁ ਬਖਸਿੰਦੁ ॥
ସନ୍ଥଙ୍କ ସଙ୍ଗତି ଦ୍ଵାରା କ୍ଷମାବାନ ପ୍ରିୟତମ ପ୍ରଭୁ ହୃଦୟରେ ବାସ କରନ୍ତି।
ਜਿਨਿ ਸੇਵਿਆ ਪ੍ਰਭੁ ਆਪਣਾ ਸੋਈ ਰਾਜ ਨਰਿੰਦੁ ॥੨॥
ଯିଏ ପ୍ରଭୁଙ୍କ ନାମକୁ ସ୍ମରଣ କରିଅଛି, ସେ ରାଜାଙ୍କର ମଧ୍ୟ ରାଜା ଅଟନ୍ତି॥2॥
ਅਉਸਰਿ ਹਰਿ ਜਸੁ ਗੁਣ ਰਮਣ ਜਿਤੁ ਕੋਟਿ ਮਜਨ ਇਸਨਾਨੁ ॥
ଯେଉଁ ସମୟରେ ହରି ନାମର ଯଶ ଓ ଗୁଣର ଚିନ୍ତନ କରାଯାଏ, ତାହା କୋଟି କୋଟି ତୀର୍ଥ ସ୍ନାନ ସହିତ ସମାନ ଅଟେ।
ਰਸਨਾ ਉਚਰੈ ਗੁਣਵਤੀ ਕੋਇ ਨ ਪੁਜੈ ਦਾਨੁ ॥
ହରି ସ୍ମରଣ ଦ୍ଵାରା ଖୁସି ଗୁଣ ଯୁକ୍ତ ହୋଇଯାଏ, ପୁନଃ ତାହା ତୁଳନାରେ କିଛି ଦାନ ନାହିଁ।
ਦ੍ਰਿਸਟਿ ਧਾਰਿ ਮਨਿ ਤਨਿ ਵਸੈ ਦਇਆਲ ਪੁਰਖੁ ਮਿਹਰਵਾਨੁ ॥
ଅକାଳ ପୁରୁଷ ଦୟାଳୁ ଏବଂ ଅନୁକମ୍ପା ଯୁକ୍ତ ଅଟନ୍ତି, ସେ ନିଜ କୃପା-ଦୃଷ୍ଟି ଦ୍ଵାରା ଜୀବର ମନ ଓ ତନରେ ବିରାଜମାନ ଥାଆନ୍ତି।
ਜੀਉ ਪਿੰਡੁ ਧਨੁ ਤਿਸ ਦਾ ਹਉ ਸਦਾ ਸਦਾ ਕੁਰਬਾਨੁ ॥੩॥
ଜୀବର ତନ ଏବଂ ଧାନ ସେହି ପରମାତ୍ମାଙ୍କ ଦ୍ଵାରା ଦିଆଯାଇଛି, ମୁଁ ତାଙ୍କ ପାଖରେ ସର୍ବଦା ଉତ୍ସର୍ଗିତ ଅଟେ ॥3॥
ਮਿਲਿਆ ਕਦੇ ਨ ਵਿਛੁੜੈ ਜੋ ਮੇਲਿਆ ਕਰਤਾਰਿ ॥
ଯାହାକୁ ପରମାତ୍ମା ନିଜ ସାଥିରେ ମିଳାଇଛନ୍ତି, ସେ ପରମାତ୍ମାଙ୍କ ସହିତ ମିଳନ ହୋଇ ହିଁ ରହିଥାଏ, ପୁଣି କେବେ ବିଚ୍ଛେଦ ହୁଏ ନାହିଁ।
ਦਾਸਾ ਕੇ ਬੰਧਨ ਕਟਿਆ ਸਾਚੈ ਸਿਰਜਣਹਾਰਿ ॥
ରଚୟିତା ପ୍ରଭୁ ନିଜର ସେବକଙ୍କ ମାୟା ରୂପୀ ବନ୍ଧନ କାଟି ଦେଇଛନ୍ତି।
ਭੂਲਾ ਮਾਰਗਿ ਪਾਇਓਨੁ ਗੁਣ ਅਵਗੁਣ ਨ ਬੀਚਾਰਿ ॥
ନିଜର ସେବକଙ୍କ ଗୁଣ ଅବଗୁଣର ବିଚାର ନ କରି ବିଚ୍ୟୁତ ହୋଇଥିବା ସେବକକୁ ଭକ୍ତି ମାର୍ଗକୁ ଆଣନ୍ତି।
ਨਾਨਕ ਤਿਸੁ ਸਰਣਾਗਤੀ ਜਿ ਸਗਲ ਘਟਾ ਆਧਾਰੁ ॥੪॥੧੮॥੮੮॥
ନାନକ କହନ୍ତି ଯେ ସେହି ଭଗବାନଙ୍କ ଶରଣରେ ପଡି ଯାଅ, ଯିଏ ସମସ୍ତ ଜୀବଙ୍କ ଆଧାର ଅଟେ ॥4॥18॥88॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਰਸਨਾ ਸਚਾ ਸਿਮਰੀਐ ਮਨੁ ਤਨੁ ਨਿਰਮਲੁ ਹੋਇ ॥
ଯଦି ସତ୍ୟ ପରମାତ୍ମାଙ୍କୁ ପ୍ରେମର ସହିତ ସ୍ମରଣ କରାଯାଏ ତାହାହେଲେ ଜୀବର ମନ ଏବଂ ତନ ଦୁଇଟି ପବିତ୍ର ହୋଇଯାଏ।
ਮਾਤ ਪਿਤਾ ਸਾਕ ਅਗਲੇ ਤਿਸੁ ਬਿਨੁ ਅਵਰੁ ਨ ਕੋਇ ॥
ଜୀବର ମତ, ପିତା, ବନ୍ଧୁ ସହୋଦର ବହୁତ ଥାଆନ୍ତି, କିନ୍ତୁ ଇହଲୋକ ଆଉ ପରଲୋକରେ ସେହି ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ସହାୟକ ନାହାନ୍ତି।
ਮਿਹਰ ਕਰੇ ਜੇ ਆਪਣੀ ਚਸਾ ਨ ਵਿਸਰੈ ਸੋਇ ॥੧॥
ଯଦି ପରମାତ୍ମା ନିଜ କୃପା-ଦୃଷ୍ଟି କରନ୍ତି ତାହାହେଲେ ମନୁଷ୍ୟ ତାହାକୁ କ୍ଷଣ ମାତ୍ର ପାଇଁ ମଧ୍ୟ ବିସ୍ମୃତ କରେ ନାହିଁ ॥1॥
ਮਨ ਮੇਰੇ ਸਾਚਾ ਸੇਵਿ ਜਿਚਰੁ ਸਾਸੁ ॥
ହେ ମୋର ମନ! ଯେ ପର୍ଯ୍ୟନ୍ତ ତୋର ପ୍ରାଣ ଅଛି, ସେହି ସତ୍ୟ ପରମାତ୍ମାଙ୍କ ସ୍ମରଣ କରିଯାଅ।
ਬਿਨੁ ਸਚੇ ਸਭ ਕੂੜੁ ਹੈ ਅੰਤੇ ਹੋਇ ਬਿਨਾਸੁ ॥੧॥ ਰਹਾਉ ॥
ସେହି ପରମାତ୍ମାଙ୍କ ବିନା ସମସ୍ତ ସୃଷ୍ଟି ମିଥ୍ୟା ଅଟେ ଆଉ ଶେଷରେ ନାଶ ହୋଇଯାଏ ॥1॥ରୁହ॥
ਸਾਹਿਬੁ ਮੇਰਾ ਨਿਰਮਲਾ ਤਿਸੁ ਬਿਨੁ ਰਹਣੁ ਨ ਜਾਇ ॥
ମୋର ପରମାତ୍ମା ବଡ ନିର୍ମଳ ଅଟନ୍ତି, ତାଙ୍କରି ବିନା ମୁଁ କେବେ ରହିପାରିବି ନାହିଁ।
ਮੇਰੈ ਮਨਿ ਤਨਿ ਭੁਖ ਅਤਿ ਅਗਲੀ ਕੋਈ ਆਣਿ ਮਿਲਾਵੈ ਮਾਇ ॥
ମୋର ମନ ଏବଂ ତନରେ ପରମେଶ୍ଵରଙ୍କ ପାଇଁ ପରମ ତୃଷ୍ଣା ଅଛି। କେହି ମଧ୍ୟ ଆସି ମୋତେ ମିଳାଇ ଦିଅ।
ਚਾਰੇ ਕੁੰਡਾ ਭਾਲੀਆ ਸਹ ਬਿਨੁ ਅਵਰੁ ਨ ਜਾਇ ॥੨॥
ମୁଁ ଚାରିଦିଗରେ ତାହାର ସନ୍ଧାନ କରିଅଛି, ପର୍ମ-ପିତା ପରମେଶ୍ଵରଙ୍କ ବିନା ଅନ୍ୟ କୌଣସି ମଧ୍ୟ ବିଶ୍ରାମ ସ୍ଥଳ ନାହିଁ ॥2॥
ਤਿਸੁ ਆਗੈ ਅਰਦਾਸਿ ਕਰਿ ਜੋ ਮੇਲੇ ਕਰਤਾਰੁ ॥
ସେହି ଗୁରୁଙ୍କ ସମ୍ମୁଖରେ ପ୍ରାର୍ଥନା କର, ଯିଏ ତୁମକୁ ଏହି ସୃଷ୍ଟିର ରଚୟିତା ସହିତ ତୁମର ମିଳନ କରାଇଦେଇଛନ୍ତି।
ਸਤਿਗੁਰੁ ਦਾਤਾ ਨਾਮ ਕਾ ਪੂਰਾ ਜਿਸੁ ਭੰਡਾਰੁ ॥
ସଦଗୁରୁ ନାମର ଦାତା ଅଟନ୍ତି, ଯାହା ପାଖରେ ଭକ୍ତିର ପୂର୍ଣ୍ଣ ଭଣ୍ଡାର ଅଛି।
ਸਦਾ ਸਦਾ ਸਾਲਾਹੀਐ ਅੰਤੁ ਨ ਪਾਰਾਵਾਰੁ ॥੩॥
ସର୍ବଦା ସେହି ପ୍ରଭୁଙ୍କ ପ୍ରଶଂସା କର, ଯାହାର ସୀମାର ଅନ୍ତ ଜାଣିପାରିବା ନାହିଁ ॥3॥
ਪਰਵਦਗਾਰੁ ਸਾਲਾਹੀਐ ਜਿਸ ਦੇ ਚਲਤ ਅਨੇਕ ॥
ସେହି ପାଳନ କର୍ତ୍ତା ପରମାତ୍ମାଙ୍କ ଯଶ ଗାନ କରିବା, ଯାହା ପାଖରେ ଅନେକ କୌତୁକ ଅଛି।
ਸਦਾ ਸਦਾ ਆਰਾਧੀਐ ਏਹਾ ਮਤਿ ਵਿਸੇਖ ॥
ବିଶେଷ ବୁଦ୍ଧିମତା ଏହା ଯେ ସେହି ପରମାତ୍ମାଙ୍କୁ ସର୍ବଦା ଆରାଧନା କରିବା ଉଚିତ।
ਮਨਿ ਤਨਿ ਮਿਠਾ ਤਿਸੁ ਲਗੈ ਜਿਸੁ ਮਸਤਕਿ ਨਾਨਕ ਲੇਖ ॥੪॥੧੯॥੮੯॥
ହେ ନାନକ! ପରମାତ୍ମାଙ୍କ ନାମ ସେହି ଜୀବଙ୍କ ମନ ଏବଂ ତନକୁ ମିଠା ଲାଗିଥାଏ, ଯାହାର କପାଳରେ ଶୁଭ କର୍ମ ଲେଖା ହୋଇଛି ॥4॥19॥79॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਸੰਤ ਜਨਹੁ ਮਿਲਿ ਭਾਈਹੋ ਸਚਾ ਨਾਮੁ ਸਮਾਲਿ ॥
ହେ ଭାଇ! ସନ୍ଥଙ୍କ ସଙ୍ଗତି କରି ସତ୍ୟନାମର ଆରାଧନା କର।
ਤੋਸਾ ਬੰਧਹੁ ਜੀਅ ਕਾ ਐਥੈ ਓਥੈ ਨਾਲਿ ॥
ଜୀବନ ଯାତ୍ରାରେ ନାମ ରୂପୀ ଭୋଜନ ବୁଦ୍ଧି ରୂପୀ ରକ୍ଷୀ ସହିତ ବାନ୍ଧ, ଯାହା ଇହଲୋକ ଅପରଲୋକରେ ତୁମର ସହାୟକ ହେବ।
ਗੁਰ ਪੂਰੇ ਤੇ ਪਾਈਐ ਅਪਣੀ ਨਦਰਿ ਨਿਹਾਲਿ ॥
ଯଦି ସ୍ଵାମୀ କୃପା କରନ୍ତି ତାହାହେଲେ ଏହି ଭୋଜନ ଗୁରୁଙ୍କ ସଙ୍ଗତିରୁ ପ୍ରାପ୍ତ କରିହୁଏ।
ਕਰਮਿ ਪਰਾਪਤਿ ਤਿਸੁ ਹੋਵੈ ਜਿਸ ਨੋ ਹੋਇ ਦਇਆਲੁ ॥੧॥
ଯାହା ଉପରେ ଇଶ୍ଵର କୃପାଳୁ ହୋଇଯାନ୍ତି, ତାହାକୁ ନାମ ରୂପୀ ଭୋଜନ ଶୁଭ କର୍ମ ଦ୍ଵାରା ମିଳିଯାଏ ॥1॥
ਮੇਰੇ ਮਨ ਗੁਰ ਜੇਵਡੁ ਅਵਰੁ ਨ ਕੋਇ ॥
ହେ ମୋର ମନ! ଗୁରୁଙ୍କ ଭଳି ଅନ୍ୟ କେହି ମହାନ ନହିଁ।
ਦੂਜਾ ਥਾਉ ਨ ਕੋ ਸੁਝੈ ਗੁਰ ਮੇਲੇ ਸਚੁ ਸੋਇ ॥੧॥ ਰਹਾਉ ॥
ମୁଁ ଅନ୍ୟ କୌଣସି ସ୍ଥାନର ଖିଆଲ ରଖେ ନାହିଁ, କେବଳ ଗୁରୁ ହିଁ ମୋତେ ସତ୍ୟ ପରମେଶ୍ଵରଙ୍କ ସହିତ ମିଳାଇ ପାରନ୍ତି ॥1॥ରୁହ॥
ਸਗਲ ਪਦਾਰਥ ਤਿਸੁ ਮਿਲੇ ਜਿਨਿ ਗੁਰੁ ਡਿਠਾ ਜਾਇ ॥
ଯେଉଁ ପ୍ରାଣୀ ଗୁରୁଜୀଙ୍କ ଦର୍ଶନ କରିଥାଏ, ତାହାର ସଂସାରର ସମସ୍ତ ପଦାର୍ଥ (ଧନ, ଦୌଲତ, ଐଶ୍ଚର୍ଯ୍ୟ) ପ୍ରାପ୍ତ ହୋଇଯାଏ।
ਗੁਰ ਚਰਣੀ ਜਿਨ ਮਨੁ ਲਗਾ ਸੇ ਵਡਭਾਗੀ ਮਾਇ ॥
ହେ ମୋର ମାତା! ସେହି ପ୍ରାଣୀ ବଡ ସୌଭାଗ୍ୟଶାଳୀ ଅଟେ, ଯାହାର ମନ ଗୁରୁ ଚରଣରେ ଲୀନ ହୋଇଯାଏ।
ਗੁਰੁ ਦਾਤਾ ਸਮਰਥੁ ਗੁਰੁ ਗੁਰੁ ਸਭ ਮਹਿ ਰਹਿਆ ਸਮਾਇ ॥
ଗୁରୁଜୀ ଦାନଶୀଳ, ସର୍ବ ଶକ୍ତିମାନ, ଇଶ୍ଵର ରୂପୀ, ସମସ୍ତଙ୍କ ଶରୀରରେ ବିଦ୍ୟମାନ ଅଟନ୍ତି।
ਗੁਰੁ ਪਰਮੇਸਰੁ ਪਾਰਬ੍ਰਹਮੁ ਗੁਰੁ ਡੁਬਦਾ ਲਏ ਤਰਾਇ ॥੨॥
ଗୁରୁ ହିଁ ପରମେଶ୍ଵର ଏବଂ ପରଂବ୍ରହ୍ମ ଅଟନ୍ତି, ଗୁରୁ ହିଁ ଡୁବିଜଉଥିବାକୁ ପାର କରାନ୍ତି, ସେ ପ୍ରାଣିକୁ ଜୀବନ-ମୃତ୍ୟୁ ରୂପୀ ସାଗରରୁ ପାର କରାନ୍ତି ॥2॥
ਕਿਤੁ ਮੁਖਿ ਗੁਰੁ ਸਾਲਾਹੀਐ ਕਰਣ ਕਾਰਣ ਸਮਰਥੁ ॥
ମୁଁ କିପରି ଗୁରୁଙ୍କ ପ୍ରଶଂସା କରିବି, ଯିଏ କରିବା ଓ କରାଇବା ପାଇଁ ସମର୍ଥ ଅଟନ୍ତି।
ਸੇ ਮਥੇ ਨਿਹਚਲ ਰਹੇ ਜਿਨ ਗੁਰਿ ਧਾਰਿਆ ਹਥੁ ॥
ସେହି ମସ୍ତକ ସର୍ବଦା ସ୍ଥିର ରହିଥାଏ, ଯାହା ଉପରେ ଗୁରୁ ଅନୁକମ୍ପାର ହାତ ରଖିଛନ୍ତି।
ਗੁਰਿ ਅੰਮ੍ਰਿਤ ਨਾਮੁ ਪੀਆਲਿਆ ਜਨਮ ਮਰਨ ਕਾ ਪਥੁ ॥
ଗୁରୁ ମୋତେ ଜନ୍ମ ମରଣର ଭୟ ନାଶ କରୁଥିବା ଅମୃତ ନାମ ପାନ କରାନ୍ତି।
ਗੁਰੁ ਪਰਮੇਸਰੁ ਸੇਵਿਆ ਭੈ ਭੰਜਨੁ ਦੁਖ ਲਥੁ ॥੩॥
ମୁଁ ଗୁରୁ ପରମେଶ୍ଵରଙ୍କ ଭରପୁର ସେବାର ଫଳ ପ୍ରାପ୍ତ କରିଅଛି, ଯିଏ ସବୁ ଭୟ-ଭଞ୍ଜନ ଏବଂ ମୋର ଦୁଃଖକୁ ନିବୃତ୍ତ କରିଦେଇଛନ୍ତି ॥3॥