ਇਹੁ ਕਾਰਣੁ ਕਰਤਾ ਕਰੇ ਜੋਤੀ ਜੋਤਿ ਸਮਾਇ ॥੪॥੩॥੫॥
ସୃଜନ କର୍ତ୍ତା ପ୍ରଭୁ ଏହି କାର୍ଯ୍ୟ ସମ୍ପୂର୍ଣ କରିଛନ୍ତି ତଥା ମାନବର ଜ୍ୟୋତି ନାନକଙ୍କ ଜ୍ୟୋତିରେ ମିଶି ଯାଇଛି॥4॥3॥5॥
ਗੂਜਰੀ ਮਹਲਾ ੩ ॥
ଗୁଜରୀ ମହଲା 3 ॥
ਰਾਮ ਰਾਮ ਸਭੁ ਕੋ ਕਹੈ ਕਹਿਐ ਰਾਮੁ ਨ ਹੋਇ ॥
ସବୁଲୋକ ଜିଭରେ ‘ରାମ-ରାମ’ କହିଥାନ୍ତି, କିନ୍ତୁ ଏହିପରି କହିବା ଦ୍ଵାରା ରାମ ପ୍ରାପ୍ତ ହୁଅନ୍ତି ନାହିଁ।
ਗੁਰ ਪਰਸਾਦੀ ਰਾਮੁ ਮਨਿ ਵਸੈ ਤਾ ਫਲੁ ਪਾਵੈ ਕੋਇ ॥੧॥
ଯଦି ଗୁରୁଙ୍କ କୃପାରୁ କାହାର ମନରେ ରାମ ବାସ କରିଥାନ୍ତି, ତାହାହେଲେ କେହି ରାମ-ନାମ ଜପିବା ଫଳ ପ୍ରାପ୍ତ କରିଥାଏ॥1॥
ਅੰਤਰਿ ਗੋਵਿੰਦ ਜਿਸੁ ਲਾਗੈ ਪ੍ਰੀਤਿ ॥
ଯେଉଁ ମନୁଷ୍ୟ ହୃଦୟରେ ଗୋବିନ୍ଦଙ୍କ ପ୍ରୀତି ଲାଗି ଯାଇଛି,
ਹਰਿ ਤਿਸੁ ਕਦੇ ਨ ਵੀਸਰੈ ਹਰਿ ਹਰਿ ਕਰਹਿ ਸਦਾ ਮਨਿ ਚੀਤਿ ॥੧॥ ਰਹਾਉ ॥
ସେ ପ୍ରଭୁଙ୍କୁ କଦାପି ବିସ୍ମୃତ କରେ ନାହିଁ ଆଉ ସର୍ବଦା ହିଁ ମନ ଏବଂ ଚିତ୍ତରେ ହରି ହରି କରିଥାଏ॥1॥ରୁହ॥
ਹਿਰਦੈ ਜਿਨੑ ਕੈ ਕਪਟੁ ਵਸੈ ਬਾਹਰਹੁ ਸੰਤ ਕਹਾਹਿ ॥
ଯାହାର ହୃଦୟରେ କପଟ ନିବାସ କରିଥାଏ, ପରନ୍ତୁ ବାହାରୁ ସନ୍ଥ ବୋଲି କହିଥାଏ,
ਤ੍ਰਿਸਨਾ ਮੂਲਿ ਨ ਚੁਕਈ ਅੰਤਿ ਗਏ ਪਛੁਤਾਹਿ ॥੨॥
ତାହାର ତୃଷ୍ଣା କେବେ ଶେଷ ହୁଏନାହିଁ ଆଉ ଅନ୍ତରେ ସେ ପଶ୍ଚାତାପ କରି ସଂସାରରୁ ଚାଲିଯାଏ॥2॥
ਅਨੇਕ ਤੀਰਥ ਜੇ ਜਤਨ ਕਰੈ ਤਾ ਅੰਤਰ ਕੀ ਹਉਮੈ ਕਦੇ ਨ ਜਾਇ ॥
ମନୁଷ୍ୟ ଅନେକ ତୀର୍ଥ ସ୍ଥଳରେ ସ୍ନାନ କରୁ, ପରନ୍ତୁ ତାହାର ମନର ଅହଂକାର କେବେ ଦୂର ହୁଏନାହିଁ।
ਜਿਸੁ ਨਰ ਕੀ ਦੁਬਿਧਾ ਨ ਜਾਇ ਧਰਮ ਰਾਇ ਤਿਸੁ ਦੇਇ ਸਜਾਇ ॥੩॥
ଯେଉଁ ମନୁଷ୍ୟର ଦ୍ଵିଧା ଦୂର ହୁଏନାହିଁ, ଧର୍ମରାଜ ତାହାକୁ ଦଣ୍ଡିତ କରିଥାନ୍ତି॥3॥
ਕਰਮੁ ਹੋਵੈ ਸੋਈ ਜਨੁ ਪਾਏ ਗੁਰਮੁਖਿ ਬੂਝੈ ਕੋਈ ॥
ଯେଉଁ ବ୍ୟକ୍ତି ଉପରେ ପ୍ରଭୁଙ୍କ ଅନୁକମ୍ପା ହୋଇଥାଏ, ସେ ତାହାକୁ ପ୍ରାପ୍ତ କରିଥାଏ, କେହି ଗୁରୁମୁଖୀ ବନିଲେ ହିଁ ସତ୍ୟ ବୁଝିଥାଏ।
ਨਾਨਕ ਵਿਚਹੁ ਹਉਮੈ ਮਾਰੇ ਤਾਂ ਹਰਿ ਭੇਟੈ ਸੋਈ ॥੪॥੪॥੬॥
ହେ ନାନକ! ଯଦି ମନୁଷ୍ୟ ନିଜ ଭିତରୁ ଅହଂକାର ନଷ୍ଟ କରିଦିଏ, ତାହାହେଲେ ସେ ପ୍ରଭୁଙ୍କ ସହିତ ମିଳନ କରିଥାଏ॥4॥4॥6॥
ਗੂਜਰੀ ਮਹਲਾ ੩ ॥
ଗୁଜରୀ ମହଲା 3 ॥
ਤਿਸੁ ਜਨ ਸਾਂਤਿ ਸਦਾ ਮਤਿ ਨਿਹਚਲ ਜਿਸ ਕਾ ਅਭਿਮਾਨੁ ਗਵਾਏ ॥
ଇଶ୍ଵର ଯେଉଁ ମନୁଷ୍ୟର ଅଭିମାନ ଦୂର କରିଛନ୍ତି, ତାହାକୁ ଶାନ୍ତି ପ୍ରାପ୍ତ ହୋଇଥାଏ ତଥା ତାହାର ବୁଦ୍ଧି ସର୍ବଦା ନିଶ୍ଚଳ ରହିଥାଏ।
ਸੋ ਜਨੁ ਨਿਰਮਲੁ ਜਿ ਗੁਰਮੁਖਿ ਬੂਝੈ ਹਰਿ ਚਰਣੀ ਚਿਤੁ ਲਾਏ ॥੧॥
ସେହି ମନୁଷ୍ୟ ନିର୍ମଳ ହୋଇଯାଏ, ଯିଏ ଗୁରୁଙ୍କ ଉପଦେଶ ଦ୍ଵାରା ସତ୍ୟକୁ ବୁଝିଥାଏ ତଥା ନିଜ ଚିତ୍ତକୁ ହରି-ଚରଣରେ ଲଗାଇଥାଏ॥1॥
ਹਰਿ ਚੇਤਿ ਅਚੇਤ ਮਨਾ ਜੋ ਇਛਹਿ ਸੋ ਫਲੁ ਹੋਈ ॥
ହେ ମୋର ଅଚେତ ମନ! ଭଗବାନଙ୍କୁ ସ୍ମରଣ କର, ତୋତେ ମନୋବାଞ୍ଛିତ ଫଳ ପ୍ରାପ୍ତ ହେବ।
ਗੁਰ ਪਰਸਾਦੀ ਹਰਿ ਰਸੁ ਪਾਵਹਿ ਪੀਵਤ ਰਹਹਿ ਸਦਾ ਸੁਖੁ ਹੋਈ ॥੧॥ ਰਹਾਉ ॥
ଗୁରୁଙ୍କ କୃପାରୁ ତୋତେ ହରି-ରସ ପ୍ରାପ୍ତ ହେବ, ଯାହାକୁ ପାନ କରିଲେ ସର୍ବଦା ସୁଖ ଉପଲବ୍ଧି ହୋଇଥାଏ॥1॥ରୁହ॥
ਸਤਿਗੁਰੁ ਭੇਟੇ ਤਾ ਪਾਰਸੁ ਹੋਵੈ ਪਾਰਸੁ ਹੋਇ ਤ ਪੂਜ ਕਰਾਏ ॥
ଯେବେ ସଦଗୁରୁଙ୍କ ସହିତ ମନୁଷ୍ୟର ଭେଟ ହୋଇଥାଏ, ସେତେବେଳେ ସେ ପାରସ ବନିଯାଏ, ପ୍ରଭୁ ଜୀବଙ୍କ ଦ୍ଵାରା ତାହାର ପୂଜା କରାଇ ଥାଆନ୍ତି,
ਜੋ ਉਸੁ ਪੂਜੇ ਸੋ ਫਲੁ ਪਾਏ ਦੀਖਿਆ ਦੇਵੈ ਸਾਚੁ ਬੁਝਾਏ ॥੨॥
ଯିଏ ତାହାର ପୂଜା କରିଥାଏ, ସେ ଫଳ ପ୍ରାପ୍ତ କରିନିଏ। ଅନ୍ୟକୁ ଦୀକ୍ଷା ଦେଇ ସେ ସେମାନଙ୍କୁ ସତ୍ୟ ମାର୍ଗରେ ପ୍ରେରିତ କରିଥାଏ॥2॥
ਵਿਣੁ ਪਾਰਸੈ ਪੂਜ ਨ ਹੋਵਈ ਵਿਣੁ ਮਨ ਪਰਚੇ ਅਵਰਾ ਸਮਝਾਏ ॥
ପାରସ(ମହାନ) ବନିବା ବିନା ମନୁଷ୍ୟ ପୂଜାର ଯୋଗ୍ୟ ହୁଏନାହିଁ, ନିଜ ମନକୁ ବୁଝାଇବା ବିନା ସେ ଅନ୍ୟକୁ ବୁଝାଇଥାଏ।
ਗੁਰੂ ਸਦਾਏ ਅਗਿਆਨੀ ਅੰਧਾ ਕਿਸੁ ਓਹੁ ਮਾਰਗਿ ਪਾਏ ॥੩॥
ଅଜ୍ଞାନ ଅନ୍ଧ ମନୁଷ୍ୟ ନିଜକୁ ନିଜେ ଗୁରୁ କହିଥାଏ, କିନ୍ତୁ କଣ ସେ କାହାର ମାର୍ଗ ଦର୍ଶନ କରି ପାରିବ?॥3॥
ਨਾਨਕ ਵਿਣੁ ਨਦਰੀ ਕਿਛੂ ਨ ਪਾਈਐ ਜਿਸੁ ਨਦਰਿ ਕਰੇ ਸੋ ਪਾਏ ॥
ହେ ନାନକ! ପ୍ରଭୁଙ୍କ ଦୟା ବିନା କିଛି ମଧ୍ୟ ପ୍ରାପ୍ତ ହୁଏନାହିଁ, ଯେଉଁ ମନୁଷ୍ୟ ଉପରେ ଭଗବାନ ଦୟା ଦୃଷ୍ଟି ଧାରଣ କରିଥାନ୍ତି, ସେ ଏହା ପ୍ରାପ୍ତ କରିଥାଏ।
ਗੁਰ ਪਰਸਾਦੀ ਦੇ ਵਡਿਆਈ ਅਪਣਾ ਸਬਦੁ ਵਰਤਾਏ ॥੪॥੫॥੭॥
ଗୁରୁଙ୍କ କୃପାରୁ ପ୍ରଭୁ ପ୍ରଶଂସା ପ୍ରଦାନ କରିଥାନ୍ତି ଆଉ ନିଜ ଶବ୍ଦର ପ୍ରସାର ଚାରିଆଡେ କରିଥାନ୍ତି॥4॥5॥7॥
ਗੂਜਰੀ ਮਹਲਾ ੩ ਪੰਚਪਦੇ ॥
ଗୁଜରୀ ମହଲା 3 ପଞ୍ଚପଦୀ ॥
ਨਾ ਕਾਸੀ ਮਤਿ ਊਪਜੈ ਨਾ ਕਾਸੀ ਮਤਿ ਜਾਇ ॥
ନା କାଶୀ ଗଲେ ବୁଦ୍ଧି ଉତ୍ପନ୍ନ ହୋଇଥାଏ ଆଉ ନା ହିଁ କାଶୀରେ ବୁଦ୍ଧି ଦୂର ହୋଇଥାଏ।
ਸਤਿਗੁਰ ਮਿਲਿਐ ਮਤਿ ਊਪਜੈ ਤਾ ਇਹ ਸੋਝੀ ਪਾਇ ॥੧॥
ସଦଗୁରୁଙ୍କ ମିଳନ ଦ୍ଵାରା ବୁଦ୍ଧି ଉତ୍ପନ୍ନ ହୋଇଥାଏ ଆଉ ସେତେବେଳେ ମନୁଷ୍ୟକୁ ଏହି ଜ୍ଞାନ ପ୍ରାପ୍ତ ହୋଇଥାଏ॥1॥
ਹਰਿ ਕਥਾ ਤੂੰ ਸੁਣਿ ਰੇ ਮਨ ਸਬਦੁ ਮੰਨਿ ਵਸਾਇ ॥
ହେ ମନ! ତୁ ଶ୍ରଦ୍ଧା ସହିତ ହରିକଥା ଶୁଣ ତଥା ତାହାଙ୍କ ନାମକୁ ନିଜ ହୃଦୟରେ ବସାଅ।
ਇਹ ਮਤਿ ਤੇਰੀ ਥਿਰੁ ਰਹੈ ਤਾਂ ਭਰਮੁ ਵਿਚਹੁ ਜਾਇ ॥੧॥ ਰਹਾਉ ॥
ଯଦି ତୋର ଏହି ବୁଦ୍ଧି ସ୍ଥିର ରହିଥାଏ, ତାହାହେଲେ ଅନ୍ତରରୁ ସାରା ଭ୍ରମ ନିବୃତ୍ତ ହୋଇଯାଏ॥1॥ରୁହ॥
ਹਰਿ ਚਰਣ ਰਿਦੈ ਵਸਾਇ ਤੂ ਕਿਲਵਿਖ ਹੋਵਹਿ ਨਾਸੁ ॥
ହେ ମନ! ହରିଙ୍କ ସୁନ୍ଦର ଚରଣ ନିଜ ହୃଦୟରେ ସ୍ଥାପନ କର, ତୋର ସମସ୍ତ ପାପ ନାଶ ହୋଇଯିବ।
ਪੰਚ ਭੂ ਆਤਮਾ ਵਸਿ ਕਰਹਿ ਤਾ ਤੀਰਥ ਕਰਹਿ ਨਿਵਾਸੁ ॥੨॥
ଯଦି ତୁମେ ପାଞ୍ଚ ସୂକ୍ଷ୍ମ ତତ୍ତ୍ଵରେ ବନିଥିବା ଆତ୍ମାକୁ ବଶରେ ରଖ, ତାହାହେଲେ ତୁମର ନିବାସ ସତ୍ୟର ତୀର୍ଥ ହୋଇଯିବ॥2॥
ਮਨਮੁਖਿ ਇਹੁ ਮਨੁ ਮੁਗਧੁ ਹੈ ਸੋਝੀ ਕਿਛੂ ਨ ਪਾਇ ॥
ମନମୁଖୀ ବ୍ୟକ୍ତିର ଏହି ମନ ମୂର୍ଖ ଅଟେ ଆଉ ତାହାକୁ କିଛି ଜ୍ଞାନ ପ୍ରାପ୍ତ ହୁଏନାହିଁ।
ਹਰਿ ਕਾ ਨਾਮੁ ਨ ਬੁਝਈ ਅੰਤਿ ਗਇਆ ਪਛੁਤਾਇ ॥੩॥
ମୂର୍ଖ ମନ ହରିଙ୍କ ନାମକୁ ଜାଣେ ନାହିଁ ଆଉ ଶେଷରେ ପଶ୍ଚାତାପ କରି ଦୁନିଆରୁ ଚାଲିଯାଏ॥3॥
ਇਹੁ ਮਨੁ ਕਾਸੀ ਸਭਿ ਤੀਰਥ ਸਿਮ੍ਰਿਤਿ ਸਤਿਗੁਰ ਦੀਆ ਬੁਝਾਇ ॥
ସଚ୍ଚା ଗୁରୁ ମୋତେ ଏହି ଶିକ୍ଷା ଦେଇଛନ୍ତି ଯେ ଏହି ମନ ହିଁ କାଶୀ, ସବୁ ତୀର୍ଥ ସ୍ଥାନ ଏବଂ ସ୍ମୃତି ଅଟେ।
ਅਠਸਠਿ ਤੀਰਥ ਤਿਸੁ ਸੰਗਿ ਰਹਹਿ ਜਿਨ ਹਰਿ ਹਿਰਦੈ ਰਹਿਆ ਸਮਾਇ ॥੪॥
ଯାହାର ହୃଦୟରେ ହରି ରହିଥାନ୍ତି, ତାହା ସାଥିରେ ସଦା ଅଠଷଠି ତୀର୍ଥ ରହିଥାଏ॥4॥
ਨਾਨਕ ਸਤਿਗੁਰ ਮਿਲਿਐ ਹੁਕਮੁ ਬੁਝਿਆ ਏਕੁ ਵਸਿਆ ਮਨਿ ਆਇ ॥
ହେ ନାନକ! ସଦଗୁରଙ୍କୁ ମିଳନ ଦ୍ଵାରା ପ୍ରଭୁଙ୍କ ହୁକୁମ ଜାଣିହୁଏ ଆଉ ଏକ ଇଶ୍ଵର ଆସି ମନୁଷ୍ୟର ହୃଦୟରେ ବାସ କରିଥାନ୍ତି।
ਜੋ ਤੁਧੁ ਭਾਵੈ ਸਭੁ ਸਚੁ ਹੈ ਸਚੇ ਰਹੈ ਸਮਾਇ ॥੫॥੬॥੮॥
ହେ ସଚ୍ଚା ପ୍ରଭୁ! ତୋତେ ଯାହା ଭଲ ଲାଗିଥାଏ, ତାହା ସବୁ ସତ୍ୟ ଅଟେ ଆଉ ସତ୍ୟରେ ହିଁ ଲୀନ ହୋଇଥାଏ॥5॥6॥8॥