ਗੂਜਰੀ ਮਹਲਾ ੩ ਤੀਜਾ ॥
ଗୁଜରି ମହଲା 3 ତିଜା॥
ਏਕੋ ਨਾਮੁ ਨਿਧਾਨੁ ਪੰਡਿਤ ਸੁਣਿ ਸਿਖੁ ਸਚੁ ਸੋਈ ॥
ହେ ପଣ୍ଡିତ ! ଧ୍ୟାନ ଦେଇ ଶୁଣ, ଏକ ଈଶ୍ବରଙ୍କ ନାମ ହିଁ ଅକ୍ଷୟ ଖଜଣା ଅଟେ, ଏହାକୁ ହିଁ ସତ୍ୟ ଭାବି ଶିକ୍ଷା ନିଅ।
ਦੂਜੈ ਭਾਇ ਜੇਤਾ ਪੜਹਿ ਪੜਤ ਗੁਣਤ ਸਦਾ ਦੁਖੁ ਹੋਈ ॥੧॥
ଦୈତ୍ୟଭାବ ଦ୍ଵାରା ଯାହା କିଛି ତୁ ପଢୁ, ଏପରି ପଢିବା ଏବଂ ଚିନ୍ତନ କରିବା ଦ୍ଵାରା ତୋତେ ସର୍ବଦା ଦୁଃଖ ମିଳିଥାଏ॥1॥
ਹਰਿ ਚਰਣੀ ਤੂੰ ਲਾਗਿ ਰਹੁ ਗੁਰ ਸਬਦਿ ਸੋਝੀ ਹੋਈ ॥
ତୁ ହରିଙ୍କ ଚରଣରେ ଲାଗି ରହ, ଗୁରୁଙ୍କ ଶବ୍ଦ ଦ୍ଵାରା ତୋତେ ଜ୍ଞାନ ମିଳିଯିବ।
ਹਰਿ ਰਸੁ ਰਸਨਾ ਚਾਖੁ ਤੂੰ ਤਾਂ ਮਨੁ ਨਿਰਮਲੁ ਹੋਈ ॥੧॥ ਰਹਾਉ ॥
ନିଜ ଜିହ୍ଵାରେ ତୁ ହରି-ରସ ପାନ କର, ତୋର ମନ ନିର୍ମଳ ହୋଇଯିବ॥1॥ରୁହ॥
ਸਤਿਗੁਰ ਮਿਲਿਐ ਮਨੁ ਸੰਤੋਖੀਐ ਤਾ ਫਿਰਿ ਤ੍ਰਿਸਨਾ ਭੂਖ ਨ ਹੋਇ ॥
ସଦଗୁରୁଙ୍କ ସହିତ ମିଳନ କଲେ ମନ ସନ୍ତୁଷ୍ଟ ହୋଇଯାଏ ଆଉ ପୁଣି ତୃଷ୍ଣା ଏବଂ କ୍ଷୁଧା ଗ୍ରାସ କରେ ନାହିଁ।
ਨਾਮੁ ਨਿਧਾਨੁ ਪਾਇਆ ਪਰ ਘਰਿ ਜਾਇ ਨ ਕੋਇ ॥੨॥
ନାମର ଖଜଣାକୁ ପ୍ରାପ୍ତ କରି କେହି ମନୁଷ୍ୟ ପର ଘରକୁ ଯାଏ ନାହିଁ॥2॥
ਕਥਨੀ ਬਦਨੀ ਜੇ ਕਰੇ ਮਨਮੁਖਿ ਬੂਝ ਨ ਹੋਇ ॥
ଯଦି ମନମୁଖୀ ମନୁଷ୍ୟ ମୁଖରେ କେବଳ କଥା କରିଥାଏ, ତାହାହେଲେ ତାହାକୁ ନାମ-ଧନର ଜ୍ଞାନ ହୁଏନାହିଁ।
ਗੁਰਮਤੀ ਘਟਿ ਚਾਨਣਾ ਹਰਿ ਨਾਮੁ ਪਾਵੈ ਸੋਇ ॥੩॥
ଯାହାର ହୃଦୟରେ ଗୁରୁଙ୍କ ମତି ଦ୍ଵାରା ଜ୍ଞାନ ରୂପୀ ଆଲୋକ ହୋଇଯାଏ, ସେ ହରିନାମ ପ୍ରାପ୍ତ କରିଥାଏ॥3॥
ਸੁਣਿ ਸਾਸਤ੍ਰ ਤੂੰ ਨ ਬੁਝਹੀ ਤਾ ਫਿਰਹਿ ਬਾਰੋ ਬਾਰ ॥
ତୁ ଶାସ୍ତ୍ର ଶୁଣି ମଧ୍ୟ ନାମ-ଧନକୁ ବୁଝି ନାହୁଁ, ଏଥିପାଇଁ ବାରମ୍ବାର ଏଠି ସେଠି ପଥଭ୍ରଷ୍ଟ ରହିଥାଏ।
ਸੋ ਮੂਰਖੁ ਜੋ ਆਪੁ ਨ ਪਛਾਣਈ ਸਚਿ ਨ ਧਰੇ ਪਿਆਰੁ ॥੪॥
ସେହି ମନୁଷ୍ୟ ମୂର୍ଖ ଅଟେ, ଯିଏ ନିଜ ଆତ୍ମସ୍ଵରୂପକୁ ଜାଣିପାରେ ନାହିଁ ଆଉ ସତ୍ୟ ସହିତ ପ୍ରେମ କରେ ନାହିଁ॥4॥
ਸਚੈ ਜਗਤੁ ਡਹਕਾਇਆ ਕਹਣਾ ਕਛੂ ਨ ਜਾਇ ॥
ସତ୍ୟସ୍ଵରୂପ ପ୍ରଭୁ ଏହି ଜଗତକୁ କୁମାର୍ଗଗାମୀ କରିଛି ଆଉ ମନୁଷ୍ୟ କିଛି କହିପାରେ ନାହିଁ।
ਨਾਨਕ ਜੋ ਤਿਸੁ ਭਾਵੈ ਸੋ ਕਰੇ ਜਿਉ ਤਿਸ ਕੀ ਰਜਾਇ ॥੫॥੭॥੯॥
ହେ ନାନକ! ଯାହା କିଛି ପରମାତ୍ମାଙ୍କୁ ମଞ୍ଜୁର ଅଛି, ନିଜ ଇଚ୍ଛା ଅନୁସାରେ ତାହା କରିଥାନ୍ତି॥5॥7॥6॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ
ਰਾਗੁ ਗੂਜਰੀ ਮਹਲਾ ੪ ਚਉਪਦੇ ਘਰੁ ੧ ॥
ରାଗ ଗୁଜରୀ ମହଲା 4 ଚଉପଦୀ ଘର 1॥
ਹਰਿ ਕੇ ਜਨ ਸਤਿਗੁਰ ਸਤ ਪੁਰਖਾ ਹਉ ਬਿਨਉ ਕਰਉ ਗੁਰ ਪਾਸਿ ॥
ହେ ପରମାତ୍ମା ସ୍ୱରୂପ! ହେ ସଦଗୁରୁ ସଦପୁରଷ! ଆପଣଙ୍କୁ ମୋର ଏହି ବିନତି ଯେ
ਹਮ ਕੀਰੇ ਕਿਰਮ ਸਤਿਗੁਰ ਸਰਣਾਈ ਕਰਿ ਦਇਆ ਨਾਮੁ ਪਰਗਾਸਿ ॥੧॥
ମୁଁ ତୁଚ୍ଛ ଜୀବ ତୋର ଶରଣ ନେଇଛି, ହେ ସଦଗୁରୁ! କୃପା କରି ମୋର ମନରେ ହରିନାମର ପ୍ରକାଶ କର॥1॥
ਮੇਰੇ ਮੀਤ ਗੁਰਦੇਵ ਮੋ ਕਉ ਰਾਮ ਨਾਮੁ ਪਰਗਾਸਿ ॥
ହେ ମୋର ମିତ ଗୁରୁଦେବ! ମୋର ମନରେ ରାମ ନାମର ପ୍ରକାଶ କର।
ਗੁਰਮਤਿ ਨਾਮੁ ਮੇਰਾ ਪ੍ਰਾਨ ਸਖਾਈ ਹਰਿ ਕੀਰਤਿ ਹਮਰੀ ਰਹਰਾਸਿ ॥੧॥ ਰਹਾਉ ॥
ଗୁରୁ ଉପଦେଶ ଭାବରେ ବତାଇଛନ୍ତି ଯେ ପରମାତ୍ମାଙ୍କ ନାମ ତାହାଙ୍କ ପ୍ରାଣର ସଖା ଅଟନ୍ତି ଆଉ ହରିଙ୍କ କୀର୍ତ୍ତି କରିବା ହିଁ ଆମର ରୀତି ଅଟେ॥1॥ରୁହ॥
ਹਰਿ ਜਨ ਕੇ ਵਡਭਾਗ ਵਡੇਰੇ ਜਿਨ ਹਰਿ ਹਰਿ ਸਰਧਾ ਹਰਿ ਪਿਆਸ ॥
ହରିଙ୍କ ଭକ୍ତର ବଡ ସୌଭାଗ୍ୟ ଯେ ହରିନାମରେ ଅଗାଢ ଶ୍ରଦ୍ଧା ଅଛି ଆଉ ହରିନାମ ଜପିବାରେ ଯାହାର ତୀବ୍ର ଲାଳସା ଅଛି।
ਹਰਿ ਹਰਿ ਨਾਮੁ ਮਿਲੈ ਤ੍ਰਿਪਤਾਸਹਿ ਮਿਲਿ ਸੰਗਤਿ ਗੁਣ ਪਰਗਾਸਿ ॥੨॥
ହରି-ପ୍ରଭୁଙ୍କ ନାମକୁ ପ୍ରାପ୍ତ କରି ସେ ତୃପ୍ତ ହୋଇଯାଏ ତଥା ସତସଙ୍ଗତିରେ ମିଶି ତାହାର ମନରେ ହରିଙ୍କ ଗୁଣ ରୂପୀ ପ୍ରକାଶ ହୋଇଯାଏ॥2॥
ਜਿਨੑ ਹਰਿ ਹਰਿ ਹਰਿ ਰਸੁ ਨਾਮੁ ਨ ਪਾਇਆ ਤੇ ਭਾਗਹੀਣ ਜਮ ਪਾਸਿ ॥
ଯିଏ ହରିଙ୍କ ‘ହରି, ହରି ରସ’କୁ ଆସ୍ଵାଦନ କରି ନାହିଁ, ସେ ଭାଗ୍ୟହୀନ ଅଟେ ତଥା ଯମର ଫାଶରେ ଫସି ରହିଥାଏ।
ਜੋ ਸਤਿਗੁਰ ਸਰਣਿ ਸੰਗਤਿ ਨਹੀ ਆਏ ਧ੍ਰਿਗੁ ਜੀਵੇ ਧ੍ਰਿਗੁ ਜੀਵਾਸਿ ॥੩॥
ଯେଉଁ ମନୁଷ୍ୟ ସଦଗୁରୁଙ୍କ ଶରଣ ଏବଂ ସଙ୍ଗତିରେ ନାହିଁ ସେହି ବିମୁଖ ବ୍ୟକ୍ତିର ଜୀବନକୁ ଧିକ୍କାର ଅଟେ ତଥା ଭବିଷ୍ୟତରେ ତାହାଙ୍କ ବଞ୍ଚିବା ମଧ୍ୟ ଧିକ୍କାର ଅଟେ॥3॥
ਜਿਨ ਹਰਿ ਜਨ ਸਤਿਗੁਰ ਸੰਗਤਿ ਪਾਈ ਤਿਨ ਧੁਰਿ ਮਸਤਕਿ ਲਿਖਿਆ ਲਿਖਾਸਿ ॥
ଯେଉଁ ହରି-ଭକ୍ତକୁ ସଦଗୁରୁଙ୍କ ସଙ୍ଗତି ପ୍ରାପ୍ତ ହୋଇଛି, ତାହାର ମସ୍ତକ ଉପରେ ଜନ୍ମ ପୂର୍ବରୁ ହିଁ ପରମାତ୍ମା ଏପରି ଭାଗ୍ୟ ଲେଖିଛନ୍ତି।
ਧੰਨੁ ਧੰਨੁ ਸਤਸੰਗਤਿ ਜਿਤੁ ਹਰਿ ਰਸੁ ਪਾਇਆ ਮਿਲਿ ਨਾਨਕ ਨਾਮੁ ਪਰਗਾਸਿ ॥੪॥੧॥
ହେ ନାନକ!ସେହି ସତସଙ୍ଗତି ଧନ୍ୟ-ଧ୍ନାୟ ଅଟେ ଯେଉଁଠି ହରିରସର ଉପଲବ୍ଧି ହୋଇଥାଏ ଆଉ ପରମାତ୍ମାଙ୍କ ଭକ୍ତକୁ ତାହାଙ୍କ ନାମର ଜ୍ଞାନ-ପ୍ରକାଶ ମିଳିଥାଏ, ଏଥିପାଇଁ ହେ ସଦଗୁରୁ! ମୋତେ କେବଳ ପରମାତ୍ମାଙ୍କ ନାମର ଦାନ ପ୍ରଦାନ କର ॥4॥1॥
ਗੂਜਰੀ ਮਹਲਾ ੪ ॥
ଗୁଜରୀ ମହଲା 4 ॥
ਗੋਵਿੰਦੁ ਗੋਵਿੰਦੁ ਪ੍ਰੀਤਮੁ ਮਨਿ ਪ੍ਰੀਤਮੁ ਮਿਲਿ ਸਤਸੰਗਤਿ ਸਬਦਿ ਮਨੁ ਮੋਹੈ ॥
ଦୁନିଆର ମାଲିକ ଗୋବିନ୍ଦ ମୋର ପ୍ରିୟତମ ଅଟନ୍ତି ଆଉ ମୋର ପ୍ରିୟତମ ମନରେ ବହୁତ ପ୍ରିୟ ଅଟେ, ସତସଙ୍ଗତିରେ ଶବ୍ଦ ଦ୍ଵାରା ସେ ମୋର ମନକୁ ମୋହି ନିଅନ୍ତି।
ਜਪਿ ਗੋਵਿੰਦੁ ਗੋਵਿੰਦੁ ਧਿਆਈਐ ਸਭ ਕਉ ਦਾਨੁ ਦੇਇ ਪ੍ਰਭੁ ਓਹੈ ॥੧॥
ଗୋବିନ୍ଦଙ୍କ ନାମ ଜପ କର, ଗୋବିନ୍ଦଙ୍କ ହିଁ ଧ୍ୟାନ କରି ରହିବା ଉଚିତ, ସେହି ପ୍ରଭୁ ହିଁ ସବୁ ଜୀବଙ୍କୁ ଦାନ ଦେଇଥାନ୍ତି॥1॥
ਮੇਰੇ ਭਾਈ ਜਨਾ ਮੋ ਕਉ ਗੋਵਿੰਦੁ ਗੋਵਿੰਦੁ ਗੋਵਿੰਦੁ ਮਨੁ ਮੋਹੈ ॥
ହେ ମୋର ଭକ୍ତ ଭାଇ! ‘ଗୋବିନ୍ଦ-ଗୋବିନ୍ଦ’ ନାମ ଜପି ଗୋବିନ୍ଦ ମୋର ମନକୁ ମୋହି ନେଇଛନ୍ତି।
ਗੋਵਿੰਦ ਗੋਵਿੰਦ ਗੋਵਿੰਦ ਗੁਣ ਗਾਵਾ ਮਿਲਿ ਗੁਰ ਸਾਧਸੰਗਤਿ ਜਨੁ ਸੋਹੈ ॥੧॥ ਰਹਾਉ ॥
ମୁଁ ଗୋବିନ୍ଦ-ଗୋବିନ୍ଦ କହି ଗୋବିନ୍ଦଙ୍କ ଗୁଣଗାନ କରିଥାଏ, ଗୁରୁଙ୍କ ସହିତ ମିଶି ସାଧୁସଙ୍ଗତିରେ ତୋର ଭକ୍ତ ବହୁତ ସୁନ୍ଦର ଲାଗୁଅଛି॥1॥ରୁହ॥
ਸੁਖ ਸਾਗਰ ਹਰਿ ਭਗਤਿ ਹੈ ਗੁਰਮਤਿ ਕਉਲਾ ਰਿਧਿ ਸਿਧਿ ਲਾਗੈ ਪਗਿ ਓਹੈ ॥
ହରିଙ୍କ ଭକ୍ତି ସୁଖର ସାଗର ଅଟେ, ଗୁରୁଙ୍କ ଉପଦେଶ ଦ୍ଵାରା ଲକ୍ଷ୍ମୀ, ରିଦ୍ଧି-ସିଦ୍ଧି ତାହାଙ୍କ ଚରଣରେ ଲାଗିଥାନ୍ତି।
ਜਨ ਕਉ ਰਾਮ ਨਾਮੁ ਆਧਾਰਾ ਹਰਿ ਨਾਮੁ ਜਪਤ ਹਰਿ ਨਾਮੇ ਸੋਹੈ ॥੨॥
ରାମଙ୍କ ନାମ ତାହାଙ୍କ ସେବକର ଜୀବନର ଆଧାର ଅଟେ, ସେ ହରିଙ୍କ ନାମ ଜପିଥାଏ ଆଉ ହରିନାମ ସହିତ ହିଁ ସୁନ୍ଦର ଲାଗିଥାଏ॥2॥