ਸਾਧਸੰਗਤਿ ਕੀ ਸਰਨੀ ਪਰੀਐ ਚਰਣ ਰੇਨੁ ਮਨੁ ਬਾਛੈ ॥੧॥
ଏଥିପାଇଁ ସାଧୁସଙ୍ଗତିର ଶରଣରେ ଆସିବା ଉଚିତ ଆଉ ମୋର ମନ ତାହାଙ୍କ ଚରଣ ଧୂଳି କାମନା କରିଥାଏ॥1॥
ਜੁਗਤਿ ਨ ਜਾਨਾ ਗੁਨੁ ਨਹੀ ਕੋਈ ਮਹਾ ਦੁਤਰੁ ਮਾਇ ਆਛੈ ॥
ନା ମୁଁ କିଛି ଯୁକ୍ତି ଜାଣିଛି ଆଉ ନା ମୋ’ ଠାରେ କୌଣସି ଗୁଣ ବିଦ୍ୟମାନ ଅଛି, ସେହି ମାୟା ରୂପୀ ଜଗତ ସାଗରରୁ ପାର ହେବା ବହୁତ ଦୁର୍ଗମ ଅଟେ।
ਆਇ ਪਇਓ ਨਾਨਕ ਗੁਰ ਚਰਨੀ ਤਉ ਉਤਰੀ ਸਗਲ ਦੁਰਾਛੈ ॥੨॥੨॥੨੮॥
ହେ ନାନକ! ବର୍ତ୍ତମାନ, ଯେବେ ମୁଁ ଗୁରୁଙ୍କ ଚରଣକୁ ଆସିଛି, ସେତେବେଳେ ମୋର ଦୁର୍ବାସନା ନାଶ ହୋଇ ଯାଇଛି ||2||2||28||
ਦੇਵਗੰਧਾਰੀ ੫ ॥
ଦେବଙ୍ଗଧାରୀ 5 ॥
ਅੰਮ੍ਰਿਤਾ ਪ੍ਰਿਅ ਬਚਨ ਤੁਹਾਰੇ ॥
ହେ ପ୍ରିୟ! ତୁମର ବଚନ ଅମୃତ ପରି ଅଟେ।
ਅਤਿ ਸੁੰਦਰ ਮਨਮੋਹਨ ਪਿਆਰੇ ਸਭਹੂ ਮਧਿ ਨਿਰਾਰੇ ॥੧॥ ਰਹਾਉ ॥
ହେ ପ୍ରିୟ ପ୍ରଭୁ! ତୁ ବହୁତ ସୁନ୍ଦର ଅଟୁ ଆଉ ମନକୁ ମୁଗ୍ଧ କରୁ, ତୁ ସବୁଙ୍କ ଠାରେ ରହିଛୁ॥1॥ରୁହ॥
ਰਾਜੁ ਨ ਚਾਹਉ ਮੁਕਤਿ ਨ ਚਾਹਉ ਮਨਿ ਪ੍ਰੀਤਿ ਚਰਨ ਕਮਲਾਰੇ ॥
ହେ ପ୍ରଭୁ! ନା ମୋତେ ରାଜ କାମନା ଅଛି ଆଉ ନା ହିଁ ମୋ’ ଠାରେ ମୁକ୍ତିର ଅଭିଳାଷ ଅଛି, ମୋର ମନରେ କେବଳ ତୋର ଚରଣ-କମଳର ପ୍ରେମର ତୀବ୍ର ଲାଳସା ରହିଛି।
ਬ੍ਰਹਮ ਮਹੇਸ ਸਿਧ ਮੁਨਿ ਇੰਦ੍ਰਾ ਮੋਹਿ ਠਾਕੁਰ ਹੀ ਦਰਸਾਰੇ ॥੧॥
ଦୁନିଆର ଲୋକମାନେ ବ୍ରହ୍ମା, ମହେଶ୍ଵର, ସିଦ୍ଧ, ମୁନି ଏବଂ ଇନ୍ଦ୍ରଦେବଙ୍କ ଦର୍ଶନର ଅଭିଳାଷ କରିଥାନ୍ତି, କିନ୍ତୁ ମୁଁ ଏହି ସବୁଙ୍କ ମାଲିକ ଏକ ଈଶ୍ଵରଙ୍କ ଦର୍ଶନର ଅଭିଲାଷ କରୁଅଛି॥1॥
ਦੀਨੁ ਦੁਆਰੈ ਆਇਓ ਠਾਕੁਰ ਸਰਨਿ ਪਰਿਓ ਸੰਤ ਹਾਰੇ ॥
ହେ ଠାକୁର! ମୁଁ, ଦୀନ, ତୋର ଦ୍ଵାରକୁ ଆସିଛି ତଥା ଥକି ଯାଇ ତୋର ସନ୍ଥଙ୍କ ଶରଣରେ ଆସିଛି।
ਕਹੁ ਨਾਨਕ ਪ੍ਰਭ ਮਿਲੇ ਮਨੋਹਰ ਮਨੁ ਸੀਤਲ ਬਿਗਸਾਰੇ ॥੨॥੩॥੨੯॥
ହେ ନାନକ! ମୋତେ ମନୋହର ପ୍ରଭୁ ମିଳି ଯାଇଛନ୍ତି, ଯାହା ଫଳରେ ମୋର ମନ ଶୀତଳ ହୋଇଯାଇଛି ଏବଂ ଫୁଲ ଭଳି ଖୁସି ହୋଇ ଯାଇଛି ||2||3||29||
ਦੇਵਗੰਧਾਰੀ ਮਹਲਾ ੫ ॥
ଦେବଙ୍ଗଧାରୀ ମହଲା 5 ॥
ਹਰਿ ਜਪਿ ਸੇਵਕੁ ਪਾਰਿ ਉਤਾਰਿਓ ॥
ହରିଙ୍କ ନାମ ଜପି ତାହାଙ୍କ ସେବକ ଭବସାଗରରୁ ମୁକ୍ତ ହୋଇଯାଇଛି।
ਦੀਨ ਦਇਆਲ ਭਏ ਪ੍ਰਭ ਅਪਨੇ ਬਹੁੜਿ ਜਨਮਿ ਨਹੀ ਮਾਰਿਓ ॥੧॥ ਰਹਾਉ ॥
ଦୀନଦୟାଳୁ ପରମାତ୍ମା ଯେବେ ସେବକର ନିଜର ବନିଯାନ୍ତି, ସେତେବେଳେ ସେ ବାରମ୍ବାର ଜନ୍ମ ମରଣ ଚକ୍ରରେ ପଡେ ନାହିଁ॥1॥ରୁହ॥
ਸਾਧਸੰਗਮਿ ਗੁਣ ਗਾਵਹ ਹਰਿ ਕੇ ਰਤਨ ਜਨਮੁ ਨਹੀ ਹਾਰਿਓ ॥
ଯିଏ ସାଧୁସଙ୍ଗତିରେ ହରିଙ୍କ ଗୁଣଗାନ କରିଥାଏ, ସେ ନିଜ ହରି ଭଳି ଅମୂଲ୍ୟ ଜନ୍ମ ହାରେ ନାହିଁ।
ਪ੍ਰਭ ਗੁਨ ਗਾਇ ਬਿਖੈ ਬਨੁ ਤਰਿਆ ਕੁਲਹ ਸਮੂਹ ਉਧਾਰਿਓ ॥੧॥
ପ୍ରଭୁଙ୍କ ଯଶୋଗାନ କରିବା ଦ୍ଵାରା ବିକାରର ସାଗରରୁ ପାର ହୋଇଯାଏ ଆଉ ନିଜ ବଂଶକୁ ମଧ୍ୟ ଉଦ୍ଧାର କରିନିଏ॥1॥
ਚਰਨ ਕਮਲ ਬਸਿਆ ਰਿਦ ਭੀਤਰਿ ਸਾਸਿ ਗਿਰਾਸਿ ਉਚਾਰਿਓ ॥
ପ୍ରଭୁଙ୍କ ଚରଣ-କମଳ ତାହାର ହୃଦୟରେ ବାସ କରିଥାନ୍ତି ଏବଂ ନିଜର ପ୍ରତି ଶ୍ଵାସ ଓ ଗ୍ରାସରେ ସେ ପ୍ରଭୁନାମର ଉଚ୍ଚାରଣ କରିଥାଏ।
ਨਾਨਕ ਓਟ ਗਹੀ ਜਗਦੀਸੁਰ ਪੁਨਹ ਪੁਨਹ ਬਲਿਹਾਰਿਓ ॥੨॥੪॥੩੦॥
ହେ ନାନକ! ମୁଁ ସେହି ଜଗଦୀଶ୍ଵରଙ୍କ ଶରଣ ନେଇଛି ଆଉ ପୁନଃ ପୁନଃ ତାହାଙ୍କ ପ୍ରେଆତି ସମର୍ପିତ ହେଉଛି ||2||4||30||
ਰਾਗੁ ਦੇਵਗੰਧਾਰੀ ਮਹਲਾ ੫ ਘਰੁ ੪
ରାଗ ଦେବଙ୍ଗଧାରୀ ମହଲା 5 ଘର 4 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਕਰਤ ਫਿਰੇ ਬਨ ਭੇਖ ਮੋਹਨ ਰਹਤ ਨਿਰਾਰ ॥੧॥ ਰਹਾਉ ॥
ଅନେକ ଲୋକ ଅନେକ ବେଶ ଧାରଣ କରି ଭଗବାନଙ୍କ ପାଇଁ ଜଙ୍ଗଲରେ ବୁଲୁଥାନ୍ତି, କିନ୍ତୁ ମୋହନ-ପ୍ରଭୁ ସବୁଙ୍କ ଠାରୁ ହିଁ ଅଲଗା ରହିଥାନ୍ତି ॥1॥ରୁହ॥
ਕਥਨ ਸੁਨਾਵਨ ਗੀਤ ਨੀਕੇ ਗਾਵਨ ਮਨ ਮਹਿ ਧਰਤੇ ਗਾਰ ॥੧॥
ସେ କଥନ କରନ୍ତି ଏବଂ ଉପଦେଶ ଶୁଣାନ୍ତି ତଥା ମଧୁର ଗୀତ ଗାନ କରନ୍ତି, କିନ୍ତୁ ତାହାର ମନରେ ବିକାରର ମଇଳା ଥାଏ॥1॥
ਅਤਿ ਸੁੰਦਰ ਬਹੁ ਚਤੁਰ ਸਿਆਨੇ ਬਿਦਿਆ ਰਸਨਾ ਚਾਰ ॥੨॥
ବାସ୍ତବରେ ବ୍ୟକ୍ତି ବିଦ୍ୟା ଯୋଗୁଁ ମଧୁରଭାଷୀ ଏବଂ ସୂକ୍ଷ୍ମ ବକ୍ତା ହୋଇଥାଏ, ସେ ଅତି ସୁନ୍ଦର, ବହୁତ ଚତୁର ଏବଂ ବୁଦ୍ଧିମାନ ଅଟେ॥2॥
ਮਾਨ ਮੋਹ ਮੇਰ ਤੇਰ ਬਿਬਰਜਿਤ ਏਹੁ ਮਾਰਗੁ ਖੰਡੇ ਧਾਰ ॥੩॥
ଅଭିମାନ, ମୋହ ଏବଂ ନିଜ-ପରରେ ବିବର୍ଜିତ ରହିବାର ମାର୍ଗ କୃପାଣ ଧାର ଭଳି ତୀକ୍ଷଣ ଏବଂ ଦୁର୍ଗମ ଅଟେ॥3॥
ਕਹੁ ਨਾਨਕ ਤਿਨਿ ਭਵਜਲੁ ਤਰੀਅਲੇ ਪ੍ਰਭ ਕਿਰਪਾ ਸੰਤ ਸੰਗਾਰ ॥੪॥੧॥੩੧॥
ହେ ନାନକ! ପ୍ରଭୁଙ୍କ କୃପାରୁ ଯେଉଁ ବ୍ୟକ୍ତି ସନଥଙ୍କ ସଙ୍ଗତିରେ ରହିଥାଏ, ସେ ଭବସାଗରରୁ ପାର ହୋଇଯାଏ ||4||1||31||
ਰਾਗੁ ਦੇਵਗੰਧਾਰੀ ਮਹਲਾ ੫ ਘਰੁ ੫
ରାଗ ଦେବଙ୍ଗଧାରୀ ମହଲା 5 ଘର 4 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਮੈ ਪੇਖਿਓ ਰੀ ਊਚਾ ਮੋਹਨੁ ਸਭ ਤੇ ਊਚਾ ॥
ହେ ସଖୀ! ସେହି ମୋହନ ପ୍ରଭୁଙ୍କୁ ମୁଁ ସବୁଠାରୁ ଉଚ୍ଚରେ ହିଁ ଦେଖିଥାଏ।
ਆਨ ਨ ਸਮਸਰਿ ਕੋਊ ਲਾਗੈ ਢੂਢਿ ਰਹੇ ਹਮ ਮੂਚਾ ॥੧॥ ਰਹਾਉ ॥
ମୁଁ ବହୁତ ସନ୍ଧାନ କରିଛି, କିନ୍ତୁ ଦୁନିଆରେ ତାହାଙ୍କ ତୁଳନା ଅନ୍ୟ କାହା ସହିତ କରାଯାଇ ପାରିବ ନାହିଁ॥1॥ରୁହ॥
ਬਹੁ ਬੇਅੰਤੁ ਅਤਿ ਬਡੋ ਗਾਹਰੋ ਥਾਹ ਨਹੀ ਅਗਹੂਚਾ ॥
ସେହି ପ୍ରଭୁ ଅନନ୍ତ, ବହୁତ ବଡ, ଗଭୀର ତଥା ଅଥଳ ଅଟନ୍ତି, ସେ ପହଞ୍ଚରୁ ଉର୍ଦ୍ଧ୍ଵରେ ଅଛନ୍ତି।
ਤੋਲਿ ਨ ਤੁਲੀਐ ਮੋਲਿ ਨ ਮੁਲੀਐ ਕਤ ਪਾਈਐ ਮਨ ਰੂਚਾ ॥੧॥
ସେ ଅତୁଳନୀୟ ତଥା ତାହାଙ୍କ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ, ପୁଣି ମନରେ ମନୋହର ପ୍ରଭୁଙ୍କୁ କିପରି ପ୍ରାପ୍ତ କରାଯାଇ ପାରିବ?॥1॥
ਖੋਜ ਅਸੰਖਾ ਅਨਿਕ ਤਪੰਥਾ ਬਿਨੁ ਗੁਰ ਨਹੀ ਪਹੂਚਾ ॥
ଅନେକ ମାର୍ଗ ଦ୍ଵାରା ଅସଂଖ୍ୟ ତାହାଙ୍କୁ ଖୋଜନ୍ତି, କିନ୍ତୁ ଗୁରୁଙ୍କ ବିନା କେହି ମଧ୍ୟ ତାହାଙ୍କ ପାଖରେ ପହଞ୍ଚି ପାରନ୍ତି ନାହିଁ।
ਕਹੁ ਨਾਨਕ ਕਿਰਪਾ ਕਰੀ ਠਾਕੁਰ ਮਿਲਿ ਸਾਧੂ ਰਸ ਭੂੰਚਾ ॥੨॥੧॥੩੨॥
ହେ ନାନକ! ଠାକୁର ମୋ’ ଉପରେ କୃପା କରିଛନ୍ତି ଆଉ ସାଧୁଙ୍କ ସହିତ ମିଶି ଏବେ ହରିରସର ଆନନ୍ଦ ପ୍ରାପ୍ତ କରୁଅଛି ||2||1||32||