Odia Page 540

ਨਾਨਕ ਹਰਿ ਜਪਿ ਸੁਖੁ ਪਾਇਆ ਮੇਰੀ ਜਿੰਦੁੜੀਏ ਸਭਿ ਦੂਖ ਨਿਵਾਰਣਹਾਰੋ ਰਾਮ ॥੧॥
ନାନକ କହନ୍ତି ଯେ ହେ ମୋର ଆତ୍ମା! ହରିଙ୍କ ଜପ କରିଲେ ସୁଖ ଉପଲବ୍ଧି ହୋଇଥାଏ, କାରଣ ସେ ସର୍ବ ଦୁଃଖ ନାଶକ ଅଟନ୍ତି॥1॥ 

ਸਾ ਰਸਨਾ ਧਨੁ ਧੰਨੁ ਹੈ ਮੇਰੀ ਜਿੰਦੁੜੀਏ ਗੁਣ ਗਾਵੈ ਹਰਿ ਪ੍ਰਭ ਕੇਰੇ ਰਾਮ ॥
ହେ ମୋର ଆତ୍ମା! ସେହି ଜିହ୍ଵା ଧନ୍ୟ-ଧନ୍ୟ ଅଟେ ଯିଏ ଭଗବାନଙ୍କ ଯଶୋଗାନ କରିଥାଏ। 

ਤੇ ਸ੍ਰਵਨ ਭਲੇ ਸੋਭਨੀਕ ਹਹਿ ਮੇਰੀ ਜਿੰਦੁੜੀਏ ਹਰਿ ਕੀਰਤਨੁ ਸੁਣਹਿ ਹਰਿ ਤੇਰੇ ਰਾਮ ॥
ସେହି କାନ ମଧ୍ୟ ଉତ୍ତମ ଓ ଅତି ସୁନ୍ଦର ଅଟେ ଯାହା ଭାଗବାନଙ୍କ ଭଜନ କୀର୍ତ୍ତନ ଶୁଣିଥାଏ।  

ਸੋ ਸੀਸੁ ਭਲਾ ਪਵਿਤ੍ਰ ਪਾਵਨੁ ਹੈ ਮੇਰੀ ਜਿੰਦੁੜੀਏ ਜੋ ਜਾਇ ਲਗੈ ਗੁਰ ਪੈਰੇ ਰਾਮ ॥
ସେହି ମସ୍ତକ ମଧ୍ୟ ଉତ୍ତମ ଓ ପବିତ୍ର-ପାବନ ଅଟେ ଯାହା ଗୁରୁଙ୍କ ଚରଣରେ ଲାଗିଥାଏ।        

ਗੁਰ ਵਿਟਹੁ ਨਾਨਕੁ ਵਾਰਿਆ ਮੇਰੀ ਜਿੰਦੁੜੀਏ ਜਿਨਿ ਹਰਿ ਹਰਿ ਨਾਮੁ ਚਿਤੇਰੇ ਰਾਮ ॥੨॥
ହେ ମୋର ଆତ୍ମା! ନାନକ ସେହି ଗୁରୁଙ୍କ ପ୍ରତି ସମର୍ପିତ ଅଟନ୍ତି, ଯିଏ ଭଗବାନଙ୍କ ନାମ ସ୍ମରଣ କରାଇ ଥାନ୍ତି॥2॥        

ਤੇ ਨੇਤ੍ਰ ਭਲੇ ਪਰਵਾਣੁ ਹਹਿ ਮੇਰੀ ਜਿੰਦੁੜੀਏ ਜੋ ਸਾਧੂ ਸਤਿਗੁਰੁ ਦੇਖਹਿ ਰਾਮ ॥
ସେହି ନେତ୍ର ମଧ୍ୟ ଶୁଭ ଏବଂ ସତ୍ୟର ଦରବାରରେ ସ୍ଵୀକୃତ ହୋଇଥାଏ, ଯିଏ ସାଧୁ ସଦଗୁରୁଙ୍କ ଦର୍ଶନ କରିଥାଏ।        

ਤੇ ਹਸਤ ਪੁਨੀਤ ਪਵਿਤ੍ਰ ਹਹਿ ਮੇਰੀ ਜਿੰਦੁੜੀਏ ਜੋ ਹਰਿ ਜਸੁ ਹਰਿ ਹਰਿ ਲੇਖਹਿ ਰਾਮ ॥
ସେହି ହାତ ମଧ୍ୟ ପବିତ୍ର ଅଟେ, ଯିଏ ହରି ଯଶ ଏବଂ ହରିନାମ ଲେଖିଥାଏ।     

ਤਿਸੁ ਜਨ ਕੇ ਪਗ ਨਿਤ ਪੂਜੀਅਹਿ ਮੇਰੀ ਜਿੰਦੁੜੀਏ ਜੋ ਮਾਰਗਿ ਧਰਮ ਚਲੇਸਹਿ ਰਾਮ ॥
ସେହି ଭକ୍ତଙ୍କ ଚରଣରେ ନିତ୍ୟ ପୂଜା କରିବା ଉଚିତ, ଯିଏ ଧର୍ମ ମାର୍ଗର ଅନୁସରଣ କରିଥାଏ।   

ਨਾਨਕੁ ਤਿਨ ਵਿਟਹੁ ਵਾਰਿਆ ਮੇਰੀ ਜਿੰਦੁੜੀਏ ਹਰਿ ਸੁਣਿ ਹਰਿ ਨਾਮੁ ਮਨੇਸਹਿ ਰਾਮ ॥੩॥
ହେ ମୋର ଆତ୍ମା! ନାନକ ତାହାଙ୍କ ପ୍ରତି ସମର୍ପିତ ହୋଇଥାନ୍ତି, ଯିଏ ହରି-ଯଶ ଶୁଣିଥାଏ ଏବଂ ସେହି ନାମ ଉପରେ ଆସ୍ଥା ଧାରଣ କରିଥାଏ॥3॥       

ਧਰਤਿ ਪਾਤਾਲੁ ਆਕਾਸੁ ਹੈ ਮੇਰੀ ਜਿੰਦੁੜੀਏ ਸਭ ਹਰਿ ਹਰਿ ਨਾਮੁ ਧਿਆਵੈ ਰਾਮ ॥
ହେ ମୋର ଆତ୍ମା! ସ୍ଥଳ, ପାତାଳ ତଥା ଆକାଶ ସମସ୍ତେ ପରମାତ୍ମାଙ୍କ ନାମର ଆରାଧନା କରିଥାନ୍ତି।       

ਪਉਣੁ ਪਾਣੀ ਬੈਸੰਤਰੋ ਮੇਰੀ ਜਿੰਦੁੜੀਏ ਨਿਤ ਹਰਿ ਹਰਿ ਹਰਿ ਜਸੁ ਗਾਵੈ ਰਾਮ ॥
ପବନ, ପାଣି ଏବଂ ଅଗ୍ନି ନିତ୍ୟ ପରମେଶ୍ଵରଙ୍କ ଯଶ ଗାନ କରିଥାନ୍ତି।        

ਵਣੁ ਤ੍ਰਿਣੁ ਸਭੁ ਆਕਾਰੁ ਹੈ ਮੇਰੀ ਜਿੰਦੁੜੀਏ ਮੁਖਿ ਹਰਿ ਹਰਿ ਨਾਮੁ ਧਿਆਵੈ ਰਾਮ ॥
ବନ, ତୃଣ ତଥା ସାରା ଜଗତ ନିଜ  ମୁଖରେ ଈଶ୍ବରଙ୍କ ନାମ ସ୍ମରଣ କରିଥାଏ।    

ਨਾਨਕ ਤੇ ਹਰਿ ਦਰਿ ਪੈਨੑਾਇਆ ਮੇਰੀ ਜਿੰਦੁੜੀਏ ਜੋ ਗੁਰਮੁਖਿ ਭਗਤਿ ਮਨੁ ਲਾਵੈ ਰਾਮ ॥੪॥੪॥
ନାନକ କହନ୍ତି ଯେ ହେ ମୋର ଆତ୍ମା! ଯେଉଁ ବ୍ୟକ୍ତି ଗୁରୁମୁଖୀ ବନି ପରମାତ୍ମାଙ୍କ ଭକ୍ତିକୁ ମନରେ ଧାରଣ କରିଥାଏ, ତାହାକୁ ସତ୍ୟର ଦରବାରରେ ପ୍ରତିଷ୍ଠିତ କରାଯାଏ॥4॥4॥        

ਬਿਹਾਗੜਾ ਮਹਲਾ ੪ ॥
ବିହଗଡା ମହଲା 4 ॥ 

ਜਿਨ ਹਰਿ ਹਰਿ ਨਾਮੁ ਨ ਚੇਤਿਓ ਮੇਰੀ ਜਿੰਦੁੜੀਏ ਤੇ ਮਨਮੁਖ ਮੂੜ ਇਆਣੇ ਰਾਮ ॥
ହେ ମୋର ଆତ୍ମା! ଯିଏ କେବେ ପ୍ରଭୁଙ୍କ ନାମର ସ୍ମରଣ କରି ନାହିଁ, ସେହି ସ୍ଵେଚ୍ଛାଚାରୀ ଜୀବ ବିମୂଢ ତଥା ଅବୁଝା ଅଟେ।             

ਜੋ ਮੋਹਿ ਮਾਇਆ ਚਿਤੁ ਲਾਇਦੇ ਮੇਰੀ ਜਿੰਦੁੜੀਏ ਸੇ ਅੰਤਿ ਗਏ ਪਛੁਤਾਣੇ ਰਾਮ ॥
ଯେଉଁ ବ୍ୟକ୍ତି ନିଜ ଚିତ୍ତ ମୋହ-ମାୟାରେ ଲଗାଇଥାଏ, ହେ ମୋର ଆତ୍ମା!       

ସେ ଅନ୍ତକାଳରେ ମୃତ୍ୟୁ ଲୋକରେ ପଶ୍ଚାତାପର ଅଗ୍ନିରେ ଜଳି ଚାଲିଯାଏ।   

ਹਰਿ ਦਰਗਹ ਢੋਈ ਨਾ ਲਹਨੑਿ ਮੇਰੀ ਜਿੰਦੁੜੀਏ ਜੋ ਮਨਮੁਖ ਪਾਪਿ ਲੁਭਾਣੇ ਰਾਮ ॥
ଯେଉଁ ସ୍ଵେଚ୍ଛାଚାରୀ ଜୀବ ପାପରେ ଅନୁରକ୍ତ ରହିଥାଏ, ତାହାକୁ ହରିଙ୍କ ଦରବାରର ସାହାରା ମିଳେନାହିଁ।       

ਜਨ ਨਾਨਕ ਗੁਰ ਮਿਲਿ ਉਬਰੇ ਮੇਰੀ ਜਿੰਦੁੜੀਏ ਹਰਿ ਜਪਿ ਹਰਿ ਨਾਮਿ ਸਮਾਣੇ ਰਾਮ ॥੧॥
ନାନକ କହନ୍ତି ଯେ ହେ ମୋର ଆତ୍ମା! ଗୁରୁଙ୍କ ମିଳନ ଦ୍ଵାରା ଜୀବ ଭବସାଗରରୁ ଉଦ୍ଧାର ହୋଇଯାଏ॥1॥ 

ਸਭਿ ਜਾਇ ਮਿਲਹੁ ਸਤਿਗੁਰੂ ਕਉ ਮੇਰੀ ਜਿੰਦੁੜੀਏ ਜੋ ਹਰਿ ਹਰਿ ਨਾਮੁ ਦ੍ਰਿੜਾਵੈ ਰਾਮ ॥
ହେ ମୋର ଆତ୍ମା! ତୁମେ ସମସ୍ତେ ସଚ୍ଚା ଗୁରୁଙ୍କ ସହିତ ମିଳନ କର, ଯିଏ ହରିଙ୍କ ନାମ ଚିତ୍ତରେ ସ୍ଥାପନ କରିଥାନ୍ତି। 

ਹਰਿ ਜਪਦਿਆ ਖਿਨੁ ਢਿਲ ਨ ਕੀਜਈ ਮੇਰੀ ਜਿੰਦੁੜੀਏ ਮਤੁ ਕਿ ਜਾਪੈ ਸਾਹੁ ਆਵੈ ਕਿ ਨ ਆਵੈ ਰਾਮ ॥
ହରିଙ୍କ ନାମ ସ୍ମରଣ କରିବାରେ ଏକ କ୍ଷଣ ମଧ୍ୟ ବିଳମ୍ବ କର ନାହିନ, କାରଣ କାହାକୁ ଜଣା ଅଛି ଯେ ପୁଣି ଶ୍ଵାସ ଆସିବ ନା ନାହିଁ।     

ਸਾ ਵੇਲਾ ਸੋ ਮੂਰਤੁ ਸਾ ਘੜੀ ਸੋ ਮੁਹਤੁ ਸਫਲੁ ਹੈ ਮੇਰੀ ਜਿੰਦੁੜੀਏ ਜਿਤੁ ਹਰਿ ਮੇਰਾ ਚਿਤਿ ਆਵੈ ਰਾਮ ॥
ହେ ମୋର ଆତ୍ମା! ସେହି ସମୟ, ମୂହୁର୍ତ୍ତ, ଘଡି ତଥା କ୍ଷଣ ଶୁଭ ଅଟେ, ଯେବେ ମୋର ଚିତ୍ତରେ ପରମାତ୍ମା ଆସନ୍ତି। 

ਜਨ ਨਾਨਕ ਨਾਮੁ ਧਿਆਇਆ ਮੇਰੀ ਜਿੰਦੁੜੀਏ ਜਮਕੰਕਰੁ ਨੇੜਿ ਨ ਆਵੈ ਰਾਮ ॥੨॥
ନାନକ କହନ୍ତି ଯେ ହେ ମୋର ଆତ୍ମା! ଯିଏ ପରମାତ୍ମାଙ୍କ ନାମର ସ୍ମରଣ କରିଛି, ଯମଦୂତ ତାହାଙ୍କ ନିକଟକୁ ଆସେ ନାହିଁ॥2॥ 

ਹਰਿ ਵੇਖੈ ਸੁਣੈ ਨਿਤ ਸਭੁ ਕਿਛੁ ਮੇਰੀ ਜਿੰਦੁੜੀਏ ਸੋ ਡਰੈ ਜਿਨਿ ਪਾਪ ਕਮਤੇ ਰਾਮ ॥
ହେ ମୋର ଆତ୍ମା! ଭଗବାନ ନିତ୍ୟ ସବୁ କିଛି ଦେଖନ୍ତି ଏବଂ ଶୁଣନ୍ତି, ଯେଉଁ ଲୋକ ପାପ କରିଥାଏ, ତାହାକୁ ଡର ଲାଗିଥାଏ। 

ਜਿਸੁ ਅੰਤਰੁ ਹਿਰਦਾ ਸੁਧੁ ਹੈ ਮੇਰੀ ਜਿੰਦੁੜੀਏ ਤਿਨਿ ਜਨਿ ਸਭਿ ਡਰ ਸੁਟਿ ਘਤੇ ਰਾਮ ॥
ଯେଉଁ ମନୁଷ୍ୟର ହୃଦୟ ଶୁଦ୍ଧ ଅଟେ, ସେ ନିଜର ସବୁ ଭୟ ଦୂରକୁ ଫିଙ୍ଗି ଦେଇଥାଏ। 

ਹਰਿ ਨਿਰਭਉ ਨਾਮਿ ਪਤੀਜਿਆ ਮੇਰੀ ਜਿੰਦੁੜੀਏ ਸਭਿ ਝਖ ਮਾਰਨੁ ਦੁਸਟ ਕੁਪਤੇ ਰਾਮ ॥
ହେ ମୋର ଆତ୍ମା! ଯେଉଁ ଜୀବର ଆସ୍ଥା ନିର୍ଭୟ ଭଗବାନଙ୍କ ଉପରେ ଅଛି, ତାହାର ସବୁ ଦୁଷ୍ଟ ଶତ୍ରୁ ମରିବାକୁ ଲାଗନ୍ତି।

error: Content is protected !!