Odia Page 539

ਜਨ ਤ੍ਰਾਹਿ ਤ੍ਰਾਹਿ ਸਰਣਾਗਤੀ ਮੇਰੀ ਜਿੰਦੁੜੀਏ ਗੁਰ ਨਾਨਕ ਹਰਿ ਰਖਵਾਲੇ ਰਾਮ ॥੩॥
ନାନକ କହନ୍ତି ଯେ ହେ ମୋର ଆତ୍ମା! ପରମାତ୍ମାଙ୍କ ଦାସ ତ୍ରାହି-ତ୍ରାହି କରି ତାହାଙ୍କ ଶରଣରେ ଆସିଥାଏ ଆଉ ଗୁରୁ ପରମାତ୍ମା ତାହାର ରକ୍ଷକ ବନିଯାନ୍ତି ||3||    

ਹਰਿ ਜਨ ਹਰਿ ਲਿਵ ਉਬਰੇ ਮੇਰੀ ਜਿੰਦੁੜੀਏ ਧੁਰਿ ਭਾਗ ਵਡੇ ਹਰਿ ਪਾਇਆ ਰਾਮ ॥
ହେ ମୋର ଆତ୍ମା! ପରମାତ୍ମାଙ୍କ ଭକ୍ତ ତାହାଙ୍କ ଠାରେ ସୁରତି ଲଗାଇ ସଂସାର ସାଗର ପାର କରିନିଏ, ପ୍ରାରମ୍ଭରୁ ହିଁ ଅହୋଭାଗ୍ୟରୁ ସେ ନିଜ ପରମାତ୍ମାଙ୍କୁ ପ୍ରାପ୍ତ କରିନିଏ।    

ਹਰਿ ਹਰਿ ਨਾਮੁ ਪੋਤੁ ਹੈ ਮੇਰੀ ਜਿੰਦੁੜੀਏ ਗੁਰ ਖੇਵਟ ਸਬਦਿ ਤਰਾਇਆ ਰਾਮ ॥
ହେ ମୋର ଆତ୍ମା! ପରମାତ୍ମାଙ୍କ ନାମ ଏକ ଜାହାଜ ଅଟେ ଏବଂ ଗୁରୁ କେପଟେନ ନିଜ ଶବ୍ଦ ମାଧ୍ୟମରେ ଜୀବକୁ ତାହାଙ୍କ ନାମ ଦ୍ଵାରା ସେହି ଭବସାଗରରୁ ପାର କରି ଦିଅନ୍ତି। 

ਹਰਿ ਹਰਿ ਪੁਰਖੁ ਦਇਆਲੁ ਹੈ ਮੇਰੀ ਜਿੰਦੁੜੀਏ ਗੁਰ ਸਤਿਗੁਰ ਮੀਠ ਲਗਾਇਆ ਰਾਮ ॥
ହେ ମୋର ଆତ୍ମା! ପରମାତ୍ମା ସର୍ବଶକ୍ତିମା ତଥା ବଡ ଦୟାଳୁ ଅଟନ୍ତି ଏବଂ ଗୁରୁ ସଦଗୁରୁଙ୍କ କୃପାରୁ ସେ ମନୁଷ୍ୟକୁ ମିଠା ଲାଗିଥାଏ। 

ਕਰਿ ਕਿਰਪਾ ਸੁਣਿ ਬੇਨਤੀ ਹਰਿ ਹਰਿ ਜਨ ਨਾਨਕ ਨਾਮੁ ਧਿਆਇਆ ਰਾਮ ॥੪॥੨॥
ହେ ମୋର ଆତ୍ମା! କୃପା କରି ମୋର ପ୍ରାର୍ଥନା ଶୁଣ, କାରଣ ନାନକ ତୋର ନାମର ହିଁ ଆରାଧନା କରିଛନ୍ତି॥4॥2॥ 

ਬਿਹਾਗੜਾ ਮਹਲਾ ੪ ॥
ବିହଗଡା ମହଲା 4 ॥ 

ਜਗਿ ਸੁਕ੍ਰਿਤੁ ਕੀਰਤਿ ਨਾਮੁ ਹੈ ਮੇਰੀ ਜਿੰਦੁੜੀਏ ਹਰਿ ਕੀਰਤਿ ਹਰਿ ਮਨਿ ਧਾਰੇ ਰਾਮ ॥
ହେ ମୋର ଆତ୍ମା!ପରମାତ୍ମାଙ୍କ ନାମର ଯଶୋଗାନ କରିବା ହିଁ ଏହି ଦୁନିଆରେ ଏକ ସୁକର୍ମ ଅଟେ, ପରମାତ୍ମାଙ୍କ କୀର୍ତ୍ତି କରିବା ଦ୍ଵାରା ହିଁ ସେ ମନରେ ବାସ କରିଥାନ୍ତି। 

ਹਰਿ ਹਰਿ ਨਾਮੁ ਪਵਿਤੁ ਹੈ ਮੇਰੀ ਜਿੰਦੁੜੀਏ ਜਪਿ ਹਰਿ ਹਰਿ ਨਾਮੁ ਉਧਾਰੇ ਰਾਮ ॥
ହେ ମୋର ଆତ୍ମା! ପରମେଶ୍ଵରଙ୍କ ନାମ ବଡ ପବିତ୍ର ଅଟେ, ତାହାଙ୍କ ନାମର ଜପ କରି ଜୀବ ଉଦ୍ଧାର ହୋଇଯାଏ। 

ਸਭ ਕਿਲਵਿਖ ਪਾਪ ਦੁਖ ਕਟਿਆ ਮੇਰੀ ਜਿੰਦੁੜੀਏ ਮਲੁ ਗੁਰਮੁਖਿ ਨਾਮਿ ਉਤਾਰੇ ਰਾਮ ॥
ହେ ମୋର ଆତ୍ମା! ପରମାତ୍ମାଙ୍କ ନାମଦ୍ଵାର ସବୁ କ୍ଲେଶ, ପାପ ଏବଂ ଦୁଃଖ ନାସ ହୋଇଯାଏ ଏବଂ ଗୁରୁ ପରମାତ୍ମାଙ୍କ ନାମ ଦ୍ଵାରା ଆମର ଅହଂତ୍ଵର ମଇଳା ବାହାର କରି ଦେଇଛନ୍ତି।  

ਵਡ ਪੁੰਨੀ ਹਰਿ ਧਿਆਇਆ ਜਨ ਨਾਨਕ ਹਮ ਮੂਰਖ ਮੁਗਧ ਨਿਸਤਾਰੇ ਰਾਮ ॥੧॥
ନାନକ କହନ୍ତି ଯେ ବଡ ପୂଣ୍ୟ କର୍ମ ଦ୍ଵାରା ହିଁ ହରିଙ୍କ ନାମର ଆରାଧନା କରିଛି ଆଉ ଏହିପରି ଆମ ପରି ମୂର୍ଖ ଏବଂ ଅଜ୍ଞାନର ଉଦ୍ଧାର ହୋଇଛି॥1॥

ਜੋ ਹਰਿ ਨਾਮੁ ਧਿਆਇਦੇ ਮੇਰੀ ਜਿੰਦੁੜੀਏ ਤਿਨਾ ਪੰਚੇ ਵਸਗਤਿ ਆਏ ਰਾਮ ॥
ହେ ମୋର ଆତ୍ମା! ଯେଉଁ ବ୍ୟକ୍ତି ହରିଙ୍କ ନାମର ଧ୍ୟାନ ଚିନ୍ତନ କରିଥାଏ, ବିକାର ତାହାର ବଶରେ ଆସିଥାଏ। 

ਅੰਤਰਿ ਨਵ ਨਿਧਿ ਨਾਮੁ ਹੈ ਮੇਰੀ ਜਿੰਦੁੜੀਏ ਗੁਰੁ ਸਤਿਗੁਰੁ ਅਲਖੁ ਲਖਾਏ ਰਾਮ ॥
ହେ ମୋର ଆତ୍ମା! ଅନ୍ତରାତ୍ମାରେ ହିଁ ହରିଙ୍କ ନାମର ନବନିଧି ଅଛି, କିନ୍ତୁ ଏହି ଅଲକ୍ଷ୍ୟକୁ ଗୁରୁ-ସଦଗୁରୁ ଦେଖାଇ ଦେଇଛନ୍ତି। 

ਗੁਰਿ ਆਸਾ ਮਨਸਾ ਪੂਰੀਆ ਮੇਰੀ ਜਿੰਦੁੜੀਏ ਹਰਿ ਮਿਲਿਆ ਭੁਖ ਸਭ ਜਾਏ ਰਾਮ ॥
ହେ ମୋର ଆତ୍ମା! ଗୁରୁ ଆମର ଆଶା ଏବଂ ଆକାଂକ୍ଷା ପୁରା କରିଛନ୍ତି, ପ୍ରଭୁଙ୍କ ମିଳନ ଦ୍ଵାରା ସବୁ କ୍ଷୁଧା ଦୂର ହୋଇଯାଇଛି। 

ਧੁਰਿ ਮਸਤਕਿ ਹਰਿ ਪ੍ਰਭਿ ਲਿਖਿਆ ਮੇਰੀ ਜਿੰਦੁੜੀਏ ਜਨ ਨਾਨਕ ਹਰਿ ਗੁਣ ਗਾਏ ਰਾਮ ॥੨॥
ନାନକ କହନ୍ତି ଯେ ହେ ମୋର ଆତ୍ମା! ଯାହାର କପାଳରେ ଭଗବାନ ପ୍ରାରମ୍ଭରୁ ହିଁ ଲେଖିଛନ୍ତି, ସେ ହରିଙ୍କ ଗୁଣଗାନ କରିଥାଏ॥2॥         

ਹਮ ਪਾਪੀ ਬਲਵੰਚੀਆ ਮੇਰੀ ਜਿੰਦੁੜੀਏ ਪਰਦ੍ਰੋਹੀ ਠਗ ਮਾਇਆ ਰਾਮ ॥
ହେ ମୋର ଆତ୍ମା! ଆମେ ଅଜ୍ଞାନ, ପାପୀ ଏବଂ କପଟୀ ଅଟୁ ତଥା ଅନ୍ୟ ସହିତ ଦ୍ରୋହ କରି ଧନ ଠକି ନେଉ। 

ਵਡਭਾਗੀ ਗੁਰੁ ਪਾਇਆ ਮੇਰੀ ਜਿੰਦੁੜੀਏ ਗੁਰਿ ਪੂਰੈ ਗਤਿ ਮਿਤਿ ਪਾਇਆ ਰਾਮ ॥
ହେ ମୋର ଆତ୍ମା! ସୌଭାଗ୍ୟରୁ ହିଁ ଗୁରୁ ପ୍ରାପ୍ତ ହୋଇଛି ଆଉ ପୂର୍ଣ୍ଣ ଗୁରୁଙ୍କ ମାଧ୍ୟମରୁ ଗତି(ମୋକ୍ଷ)ର ମାର୍ଗ ପ୍ରାପ୍ତ ହୋଇଛି। 

ਗੁਰਿ ਅੰਮ੍ਰਿਤੁ ਹਰਿ ਮੁਖਿ ਚੋਇਆ ਮੇਰੀ ਜਿੰਦੁੜੀਏ ਫਿਰਿ ਮਰਦਾ ਬਹੁੜਿ ਜੀਵਾਇਆ ਰਾਮ ॥
ହେ ମୋର ଆତ୍ମା! ଗୁରୁ ହରିନାମାମୃତ ମୋର ମୁଖରେ ଦେଇଛନ୍ତି ଏବଂ ମୋର ମୃତ ଆତ୍ମା ପୁନର୍ବାର ଜୀବିତ ହୋଇଛି। 

ਜਨ ਨਾਨਕ ਸਤਿਗੁਰ ਜੋ ਮਿਲੇ ਮੇਰੀ ਜਿੰਦੁੜੀਏ ਤਿਨ ਕੇ ਸਭ ਦੁਖ ਗਵਾਇਆ ਰਾਮ ॥੩॥
ନାନକ କହନ୍ତି ଯେ ହେ ମୋର ଆତ୍ମା! ଯିଏ ସଚ୍ଚା ଗୁରୁଙ୍କୁ ମିଶିଛି, ତାହାର ସବୁ ଦୁଃଖ ନଷ୍ଟ ହୋଇଯାଇଛି॥3॥      

ਅਤਿ ਊਤਮੁ ਹਰਿ ਨਾਮੁ ਹੈ ਮੇਰੀ ਜਿੰਦੁੜੀਏ ਜਿਤੁ ਜਪਿਐ ਪਾਪ ਗਵਾਤੇ ਰਾਮ ॥
ହେ ମୋର ଆତ୍ମା! ହରିଙ୍କ ନାମ ଅତି ଉତ୍ତମ ଅଟେ, ଯାହାଙ୍କ ଆରାଧନା କରିଲେ ପାପ ନାଶ ହୋଇଯାଏ। 

ਪਤਿਤ ਪਵਿਤ੍ਰ ਗੁਰਿ ਹਰਿ ਕੀਏ ਮੇਰੀ ਜਿੰਦੁੜੀਏ ਚਹੁ ਕੁੰਡੀ ਚਹੁ ਜੁਗਿ ਜਾਤੇ ਰਾਮ ॥
ହେ ମୋର ଆତ୍ମା! ଗୁରୁ ହରି ପତିତକୁ ମଧ୍ୟ ପବିତ୍ର କରିଛନ୍ତି ଆଉ ସେ ଚାରି ଦିଗରେ ଓ ଚାରି ଯୁଗରେ ପ୍ରଖ୍ୟାତ ହୋଇଛନ୍ତି। 

ਹਉਮੈ ਮੈਲੁ ਸਭ ਉਤਰੀ ਮੇਰੀ ਜਿੰਦੁੜੀਏ ਹਰਿ ਅੰਮ੍ਰਿਤਿ ਹਰਿ ਸਰਿ ਨਾਤੇ ਰਾਮ ॥
ହେ ମୋର ଆତ୍ମା! ହରିନାମାମୃତର ସରୋବରରେ ସ୍ନାନ କରି ମନୁଷ୍ୟର ଅହଙ୍କାରର ମଇଳା ଦୂର ହୋଇଯାଇଛି।  

ਅਪਰਾਧੀ ਪਾਪੀ ਉਧਰੇ ਮੇਰੀ ਜਿੰਦੁੜੀਏ ਜਨ ਨਾਨਕ ਖਿਨੁ ਹਰਿ ਰਾਤੇ ਰਾਮ ॥੪॥੩॥
ନାନକ କହନ୍ତି ଯେ ହେ ମୋର ଆତ୍ମା! ଏକ କ୍ଷଣ ପାଇଁ ମଧ୍ୟ ହରିଙ୍କ ନାମରେ ଲୀନ ହୋଇ  ଅପରାଧୀ ପାପୀ ଜୀବ ଭବସାଗରରୁ ଉଦ୍ଧାର ହୋଇଯାଇଛି॥4॥3॥   

ਬਿਹਾਗੜਾ ਮਹਲਾ ੪ ॥
ବିହଗଡା ମହଲା 4 ॥  

ਹਉ ਬਲਿਹਾਰੀ ਤਿਨੑ ਕਉ ਮੇਰੀ ਜਿੰਦੁੜੀਏ ਜਿਨੑ ਹਰਿ ਹਰਿ ਨਾਮੁ ਅਧਾਰੋ ਰਾਮ ॥
ହେ ମୋର ଆତ୍ମା! ମୁଁ ତାହାଙ୍କ ପ୍ରତି ସମର୍ପିତ, ଯିଏ ପରମେଶ୍ଵରଙ୍କ ନାମକୁ ନିଜ ଜୀବନର ଆଧାର ବନାଇଛି। 

ਗੁਰਿ ਸਤਿਗੁਰਿ ਨਾਮੁ ਦ੍ਰਿੜਾਇਆ ਮੇਰੀ ਜਿੰਦੁੜੀਏ ਬਿਖੁ ਭਉਜਲੁ ਤਾਰਣਹਾਰੋ ਰਾਮ ॥
ହେ ମୋର ଆତ୍ମା! ଗୁରୁ-ସଦଗୁରୁ ମୋର ମନରେ ପରମାତ୍ମାଙ୍କ ନାମ ସ୍ଥାପନ କରିଛନ୍ତି ଆଉ ସେ ମୋତେ ଭବସାଗରରୁ ପାର କରାଇ ଦେଇଛନ୍ତି। 

ਜਿਨ ਇਕ ਮਨਿ ਹਰਿ ਧਿਆਇਆ ਮੇਰੀ ਜਿੰਦੁੜੀਏ ਤਿਨ ਸੰਤ ਜਨਾ ਜੈਕਾਰੋ ਰਾਮ ॥
ହେ ମୋର ଆତ୍ମା! ଯିଏ ଏକାଗ୍ରଚିତ୍ତ ହୋଇ ଈଶ୍ବରଙ୍କ ଧ୍ୟାନ କରିଥାଏ, ମୁଁ ସେହି ସନ୍ଥଙ୍କ ଜୟ-ଜୟକାର କରିଥାଏ।  

error: Content is protected !!