ਖਾਨ ਪਾਨ ਸੀਗਾਰ ਬਿਰਥੇ ਹਰਿ ਕੰਤ ਬਿਨੁ ਕਿਉ ਜੀਜੀਐ ॥
ମୋର ଖାଇବା, ପିଇବା ତଥା ସବୁ ଶୃଙ୍ଗାର ବ୍ୟର୍ଥ ଅଟେ, ନିଜ ପତି-ପ୍ରଭୁଙ୍କ ବିନା ବଞ୍ଚିବା ଅସମ୍ଭବ ଅଟେ।
ਆਸਾ ਪਿਆਸੀ ਰੈਨਿ ਦਿਨੀਅਰੁ ਰਹਿ ਨ ਸਕੀਐ ਇਕੁ ਤਿਲੈ ॥
ମୁଁ ରାତି ଦିନ ତାହାଙ୍କ ଦର୍ଶନର ତୃଷ୍ଣାର୍ତ୍ତ ରହିଛି, ତାହାଙ୍କ ବିନା କ୍ଷଣକ ପାଇଁ ମଧ୍ୟ ରହିପାରୁ ନାହିଁ।
ਨਾਨਕੁ ਪਇਅੰਪੈ ਸੰਤ ਦਾਸੀ ਤਉ ਪ੍ਰਸਾਦਿ ਮੇਰਾ ਪਿਰੁ ਮਿਲੈ ॥੨॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ସନ୍ଥଜନ! ମୁଁ ତୁମର ଦାସୀ ଅଟେ, ମୋର ପ୍ରିୟତମ ପ୍ରଭୁ ତୁମର କୃପାରୁ ହିଁ ମିଳିପାରିବେ ||2||
ਸੇਜ ਏਕ ਪ੍ਰਿਉ ਸੰਗਿ ਦਰਸੁ ਨ ਪਾਈਐ ਰਾਮ ॥
ନିଜ ପ୍ରିୟ ପ୍ରଭୁଙ୍କ ସହିତ ହିଁ ମୋର ସେଜ ଅଟେ, କିନ୍ତୁ ,ତଥାପି ତାହାଙ୍କ ଦର୍ଶନର ପ୍ରାପ୍ତି ହୋଇନାହିଁ।
ਅਵਗਨ ਮੋਹਿ ਅਨੇਕ ਕਤ ਮਹਲਿ ਬੁਲਾਈਐ ਰਾਮ ॥
ମୋ’ ଠାରେ ଅନେକ ଅବଗୁଣ ଅଛି, ଯାହା ଫଳରେ ମୋର ପତି-ପ୍ରଭୁ ମୋତେ ତାହାଙ୍କ ଦରବାରକୁ କିପରି ଆମନ୍ତ୍ରିତ କରିପାରିବେ?
ਨਿਰਗੁਨਿ ਨਿਮਾਣੀ ਅਨਾਥਿ ਬਿਨਵੈ ਮਿਲਹੁ ਪ੍ਰਭ ਕਿਰਪਾ ਨਿਧੇ ॥
ନିର୍ଗୁଣ, ବିନୀତ ତଥା ଅନାଥ ଜୀବାତ୍ମା ବିନତି କରେ ଯେ ହେ କୃପାନିଧି! ମୋତେ ଦର୍ଶନ ଦେଇ କୃତାର୍ଥ କର।
ਭ੍ਰਮ ਭੀਤਿ ਖੋਈਐ ਸਹਜਿ ਸੋਈਐ ਪ੍ਰਭ ਪਲਕ ਪੇਖਤ ਨਵ ਨਿਧੇ ॥
ଏକ କ୍ଷଣ ପାଇଁ ମଧ୍ୟ ନବନିଧିର ସ୍ଵାମୀ ପ୍ରଭୁଙ୍କ ଦର୍ଶନ କରିଲେ ଭ୍ରମର ପ୍ରାଚୀର ଧ୍ଵଂସ ହୋଇଯାଏ ଏବଂ ମୁଁ ସ୍ଵାଭାବିକ ସୁଖରେ ଶୟନ କରିଥାଏ।
ਗ੍ਰਿਹਿ ਲਾਲੁ ਆਵੈ ਮਹਲੁ ਪਾਵੈ ਮਿਲਿ ਸੰਗਿ ਮੰਗਲੁ ਗਾਈਐ ॥
ଯଦି ମୋର ପ୍ରିୟତମ ପ୍ରଭୁ ମୋର ହୃଦୟ-ଘରକୁ ଆସନ୍ତି, ତାହାହେଲେ ସେଠାରେ ରହି ମୁ ତାହାଙ୍କ ସାଥିରେ ମିଶି ମଙ୍ଗଳ ଗୀତ ଗାନ କରିବି।
ਨਾਨਕੁ ਪਇਅੰਪੈ ਸੰਤ ਸਰਣੀ ਮੋਹਿ ਦਰਸੁ ਦਿਖਾਈਐ ॥੩॥
ନାନକ ସନ୍ଥଙ୍କ ଚରଣ ଛୁଅନ୍ତି ଏବଂ ତାହାଙ୍କ ଶରଣରେ ପଡିଥାନ୍ତି, ହେ ସନ୍ଥଜନ! ମୋତେ ପ୍ରଭୁଙ୍କ ଦର୍ଶନ କରାଇ ଦିଅ ||3||
ਸੰਤਨ ਕੈ ਪਰਸਾਦਿ ਹਰਿ ਹਰਿ ਪਾਇਆ ਰਾਮ ॥
ସନ୍ଥଜନଙ୍କ ଅପାର କୃପାରୁ ମୁଁ ଭଗବାନଙ୍କୁ ପାଇଛି।
ਇਛ ਪੁੰਨੀ ਮਨਿ ਸਾਂਤਿ ਤਪਤਿ ਬੁਝਾਇਆ ਰਾਮ ॥
ମୋର ଇଚ୍ଛା ପୂର୍ଣ୍ଣ ହୋଇଯାଇଛି, ମନକୁ ଶାନ୍ତି ମିଳିବା ଦ୍ଵାରା ତୃଷ୍ଣାର ଜ୍ଜ୍ଵଳନ ଲିଭି ଯାଇଛି।
ਸਫਲਾ ਸੁ ਦਿਨਸ ਰੈਣੇ ਸੁਹਾਵੀ ਅਨਦ ਮੰਗਲ ਰਸੁ ਘਨਾ ॥
ସେହି ଦିନ ବଡ ଶୁଭ ଅଟେ, ସେହି ରାତି ବହୁତ ସୁନ୍ଦର ଅଟେ, ଆନନ୍ଦ, ମଙ୍ଗଳ ତଥା ହର୍ଷୋଲ୍ଲାସ ଅଧିକ ଅଟେ,
ਪ੍ਰਗਟੇ ਗੁਪਾਲ ਗੋਬਿੰਦ ਲਾਲਨ ਕਵਨ ਰਸਨਾ ਗੁਣ ਭਨਾ ॥
ଯେବେ ପ୍ରିୟତମ ଗୋପାଳ ଗୋବିନ୍ଦ ମୋର ହୃଦୟରେ ପ୍ରକଟ ହୋଇଛନ୍ତି, କେଉଁ ଜିହ୍ଵାରେ ମୁଁ ତାହାଙ୍କ ଗୁଣ ଉଚ୍ଚାରଣ କରିବି?
ਭ੍ਰਮ ਲੋਭ ਮੋਹ ਬਿਕਾਰ ਥਾਕੇ ਮਿਲਿ ਸਖੀ ਮੰਗਲੁ ਗਾਇਆ ॥
ମୋର ଭ୍ରମ, ଲୋଭ, ମୋହ ତଥା ବିକାର ନଷ୍ଟ ହୋଇଯାଇଛି ତଥା ନିଜ ଜ୍ଞାନେନ୍ଦ୍ରିୟ ରୂପୀ ସଖୀ ସାଥିରେ ମଙ୍ଗଳ ଗୀତ ଗାନ କରୁଛି।
ਨਾਨਕੁ ਪਇਅੰਪੈ ਸੰਤ ਜੰਪੈ ਜਿਨਿ ਹਰਿ ਹਰਿ ਸੰਜੋਗਿ ਮਿਲਾਇਆ ॥੪॥੨॥
ନାନକ ସେହି ସନ୍ଥଙ୍କ ଚରଣରେ ପଡିଥାନ୍ତି ଏବଂ ତାହାଙ୍କ ସମ୍ମୁଖରେ ପ୍ରାର୍ଥନା କରିଥାନ୍ତି, ଯିଏ ସଂଯୋଗ ବନାଇ ତାହାଙ୍କୁ ଭଗବାନଙ୍କ ସହିତ ମିଳନ କରାଇଛନ୍ତି ||4||2||
ਬਿਹਾਗੜਾ ਮਹਲਾ ੫ ॥
ବିହଗଡା ମହଲା 5 ॥
ਕਰਿ ਕਿਰਪਾ ਗੁਰ ਪਾਰਬ੍ਰਹਮ ਪੂਰੇ ਅਨਦਿਨੁ ਨਾਮੁ ਵਖਾਣਾ ਰਾਮ ॥
ହେ ମୋର ପୂର୍ଣ୍ଣ ଗୁରୁ ପରଂବ୍ରହ୍ମ! ମୋତେ ଏପରି କୃପା କର, ଯାହା ଫଳରେ ଦିନ ରାତି ତୋର ନାମ ହିଁ ସ୍ମରଣ କରିବି।
ਅੰਮ੍ਰਿਤ ਬਾਣੀ ਉਚਰਾ ਹਰਿ ਜਸੁ ਮਿਠਾ ਲਾਗੈ ਤੇਰਾ ਭਾਣਾ ਰਾਮ ॥
ମୁଁ ଅମୃତ ବାଣୀ ଉଚ୍ଚାରଣ କରିବି ଏବଂ ହରି-ଯଶ ଦ୍ଵାରା ତୋର ଇଚ୍ଛା ମୋତେ ମିଠା ଲାଗିବ।
ਕਰਿ ਦਇਆ ਮਇਆ ਗੋਪਾਲ ਗੋਬਿੰਦ ਕੋਇ ਨਾਹੀ ਤੁਝ ਬਿਨਾ ॥
ହେ ଗୋପାଳ ଗୋବିନ୍ଦ! ମୋ’ ଉପରେ ଦୟା କର, କାରଣ ତୋ’ ବିନା ମୋର କିଛି ଆଧାର ନାହିଁ।
ਸਮਰਥ ਅਗਥ ਅਪਾਰ ਪੂਰਨ ਜੀਉ ਤਨੁ ਧਨੁ ਤੁਮ੍ਹ੍ਹ ਮਨਾ ॥
ହେ ସର୍ବଶକ୍ତିମାନ, ଅକଥନୀୟ, ଅପାର ତଥା ସର୍ବବ୍ୟାପକ ପରମେଶ୍ଵର! ମୋର ପ୍ରାଣ, ତନ, ଧନ ଏବଂ ମନ ସବୁ ତୋ’ ଦ୍ଵାରା ଦିଆଯାଇଛି।
ਮੂਰਖ ਮੁਗਧ ਅਨਾਥ ਚੰਚਲ ਬਲਹੀਨ ਨੀਚ ਅਜਾਣਾ ॥
ମୁଁ ମୂର୍ଖ, ବିମୂଢ, ଅନାଥ, ଚଞ୍ଚଳ, ବଳହୀନ, ତୁଚ୍ଛ ତଥା ଅବୁଝା ଜୀବ ଅଟେ।
ਬਿਨਵੰਤਿ ਨਾਨਕ ਸਰਣਿ ਤੇਰੀ ਰਖਿ ਲੇਹੁ ਆਵਣ ਜਾਣਾ ॥੧॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପରମେଶ୍ଵର! ମୁଁ ତୋର ହିଁ ଶରଣ ନେଇଛି, ମୋତେ ଜନ୍ମ ମରଣ ଚକ୍ରରୁ ରକ୍ଷା କର॥1॥
ਸਾਧਹ ਸਰਣੀ ਪਾਈਐ ਹਰਿ ਜੀਉ ਗੁਣ ਗਾਵਹ ਹਰਿ ਨੀਤਾ ਰਾਮ ॥
ସାଧୁଙ୍କ ଶରଣରେ ଆସିଲେ ପରମେଶ୍ଵରଙ୍କ ଲବଧି ହୋଇଯାଏ, ଯେଉଁଠି ନିତ୍ୟ ପରମେଶ୍ଵରଙ୍କ ଗୁଣଗାନ କରାଯାଏ।
ਧੂਰਿ ਭਗਤਨ ਕੀ ਮਨਿ ਤਨਿ ਲਗਉ ਹਰਿ ਜੀਉ ਸਭ ਪਤਿਤ ਪੁਨੀਤਾ ਰਾਮ ॥
ହେ ପୂଜ୍ୟ ପରମେଶ୍ଵର! ଯଦି ତୋର ଭକ୍ତର ଚରଣ-ଧୂଳି ମନ ଏବଂ ତନକୁ ଲାଗିଯାଏ, ତାହାହେଲେ ସବୁ ପତିତ ଜୀବ ପାବନ ହୋଇଯାନ୍ତି।
ਪਤਿਤਾ ਪੁਨੀਤਾ ਹੋਹਿ ਤਿਨੑ ਸੰਗਿ ਜਿਨੑ ਬਿਧਾਤਾ ਪਾਇਆ ॥
ଯିଏ ନିଜ ବିଧାତାଙ୍କୁ ପ୍ରାପ୍ତ କରିନେଇଛି, ତାହାଙ୍କ ସଂଗତି କରିଲେ ପତିତ ବ୍ୟକ୍ତି ପାବନ ହୋଇଯାଏ।
ਨਾਮ ਰਾਤੇ ਜੀਅ ਦਾਤੇ ਨਿਤ ਦੇਹਿ ਚੜਹਿ ਸਵਾਇਆ ॥
ପରମେଶ୍ଵରଙ୍କ ନାମରେ ଅନୁରକ୍ତ ହୋଇ ଭକ୍ତମାନେ ଜୀବଙ୍କୁ ନିତ୍ୟ ଆଧ୍ୟାତ୍ମିକ ଦାନ ଦେଇଥାନ୍ତି ଏବଂ ତାହାଙ୍କ ଦାନ ପ୍ରତିଦିନ ବଢିଥାଏ।
ਰਿਧਿ ਸਿਧਿ ਨਵ ਨਿਧਿ ਹਰਿ ਜਪਿ ਜਿਨੀ ਆਤਮੁ ਜੀਤਾ ॥
ଯେଉଁ ପ୍ରାଣୀ ହରିନାମର ଜପ କରି ନିଜ ମନକୁ ଜିତିଥାଏ, ତାହାକୁ ରିଦ୍ଧି-ସିଦ୍ଧି ଏବଂ ନବନିଧି ମିଳିଯାଏ।
ਬਿਨਵੰਤਿ ਨਾਨਕੁ ਵਡਭਾਗਿ ਪਾਈਅਹਿ ਸਾਧ ਸਾਜਨ ਮੀਤਾ ॥੨॥
ନାନକ ପ୍ରାର୍ଥନା କରନ୍ତି ଯେ ଅହୋଭାଗ୍ୟରୁ ହିଁ ସାଧୁ ରୂପୀ ସାଥି ତଥା ମିତ୍ର ମିଳିଥାନ୍ତି॥2॥
ਜਿਨੀ ਸਚੁ ਵਣੰਜਿਆ ਹਰਿ ਜੀਉ ਸੇ ਪੂਰੇ ਸਾਹਾ ਰਾਮ ॥
ହେ ପ୍ରଭୁ! ଯିଏ ତୋର ସତ୍ୟ-ନାମର ବ୍ୟାପାର କରିଥାଏ, ସେ ହିଁ ପୂର୍ଣ୍ଣ ସାହୁକାର ଅଟେ।
ਬਹੁਤੁ ਖਜਾਨਾ ਤਿੰਨ ਪਹਿ ਹਰਿ ਜੀਉ ਹਰਿ ਕੀਰਤਨੁ ਲਾਹਾ ਰਾਮ ॥
ହେ ଶ୍ରୀହରି! ତାହାର ପାଖରେ ତୋର ନାମର ଅପାର ଖଜଣା ଅଛି ଏବଂ ସେ ହରି-କୀର୍ତ୍ତନର ଲାଭ ପ୍ରାପ୍ତ କରିଥାଏ।
ਕਾਮੁ ਕ੍ਰੋਧੁ ਨ ਲੋਭੁ ਬਿਆਪੈ ਜੋ ਜਨ ਪ੍ਰਭ ਸਿਉ ਰਾਤਿਆ ॥
ଯେଉଁ ବ୍ୟକ୍ତି ପ୍ରଭୁଙ୍କ ପ୍ରେମ ରଙ୍ଗରେ ଅନୁରକ୍ତ ହୋଇଥାଏ, ସେ କାମ, କ୍ରୋଧ ତଥା ଲୋଭ ଠାରୁ ଦୂରରେ ରହିଥାଏ।
ਏਕੁ ਜਾਨਹਿ ਏਕੁ ਮਾਨਹਿ ਰਾਮ ਕੈ ਰੰਗਿ ਮਾਤਿਆ ॥
ସେ କେବଳ ଏକ ପରମେଶ୍ଵରଙ୍କୁ ହିଁ ଜାଣିଥାଏ, ସେହି ଏକ ଉପରେ ହିଁ ଆସ୍ଥା ଧାରଣ କରିଥାଏ ଏବଂ ତାହାଙ୍କ ରଙ୍ଗରେ ମଗ୍ନ ରହିଥାଏ।
ਲਗਿ ਸੰਤ ਚਰਣੀ ਪੜੇ ਸਰਣੀ ਮਨਿ ਤਿਨਾ ਓਮਾਹਾ ॥
ସେ ସନ୍ଥଙ୍କ ଚରଣ ସ୍ପର୍ଶ କରିଥାଏ, ତାହାଙ୍କ ଶରଣ ନେଇଥାଏ ତଥା ତାହାର ମନରେ ଖୁସି ହୋଇଥାଏ।
ਬਿਨਵੰਤਿ ਨਾਨਕੁ ਜਿਨ ਨਾਮੁ ਪਲੈ ਸੇਈ ਸਚੇ ਸਾਹਾ ॥੩॥
ନାନକ ପ୍ରାର୍ଥନା କରନ୍ତି ଯେ ଯାହା ପାଖରେ ପରମାତ୍ମାଙ୍କ ନାମ ଥାଏ, ସେ ହିଁ ସଚ୍ଚା ସାହୁକାର ଅଟନ୍ତି॥3॥
ਨਾਨਕ ਸੋਈ ਸਿਮਰੀਐ ਹਰਿ ਜੀਉ ਜਾ ਕੀ ਕਲ ਧਾਰੀ ਰਾਮ ॥
ହେ ନାନକ ସେହି ପୂଜ୍ୟ ପରମେଶ୍ଵରଙ୍କ ହିଁ ଆରାଧନା କରିବା ଉଚିତ, ଯାହାଙ୍କ ଶକ୍ତି ସଂପୂର୍ଣ୍ଣ ଜଗତରେ ସକ୍ରିୟ ଅଟେ।