ਸਾਚਿ ਸਹਜਿ ਸੋਭਾ ਘਣੀ ਹਰਿ ਗੁਣ ਨਾਮ ਅਧਾਰਿ ॥
ସତ୍ୟ ଇଶ୍ଵରଙ୍କ ଯଶୋଗାନ ଦ୍ଵାରା ତାହାଙ୍କୁ ସ୍ଵାଭାବିକ ଅବସ୍ଥାର ଉପଲବ୍ଧି ହୋଇଥାଏ ଆଉ ମନୁଷ୍ୟ ବହୁତ ଶୋଭା ପ୍ରାପ୍ତ କରିଥାଏ। ସେ ହରି ନାମର ସାହାରାରେ ରହିଥାଏ।
ਜਿਉ ਭਾਵੈ ਤਿਉ ਰਖੁ ਤੂੰ ਮੈ ਤੁਝ ਬਿਨੁ ਕਵਨੁ ਭਤਾਰੁ ॥੩॥
ହେ ପ୍ରଭୁ! ତୁମକୁ ଯେଉଁ ଭଳି ଭଲ ଲାଗେ ମୋତେ ସେପରି ହିଁ ରଖ କାରଣ ତୋ’ ବିନା ମୋର କେହି ନାହିଁ ॥3॥
ਅਖਰ ਪੜਿ ਪੜਿ ਭੁਲੀਐ ਭੇਖੀ ਬਹੁਤੁ ਅਭਿਮਾਨੁ ॥
ନିରନ୍ତର ଗ୍ରନ୍ଥକୁ ଅଧ୍ୟୟନ କରି ମନୁଷ୍ୟ ମିଥ୍ୟାରେ ପଡିଯାଏ ଆଉ ଧାର୍ମିକ ବେଶ ଧାରଣ କରି ସେ ବହୁତ ଅଭିମାନ କରିଥାଏ।
ਤੀਰਥ ਨਾਤਾ ਕਿਆ ਕਰੇ ਮਨ ਮਹਿ ਮੈਲੁ ਗੁਮਾਨੁ ॥
ତୀର୍ଥ ସ୍ଥଳରେ ସ୍ନାନ କରି କଣ ଲାଭ ଅଟେ, ଯେତେବେଳେ ତାହାର ଚିତ୍ତରେ ଅହଙ୍କାରର ମଇଳା ଅଛି?
ਗੁਰ ਬਿਨੁ ਕਿਨਿ ਸਮਝਾਈਐ ਮਨੁ ਰਾਜਾ ਸੁਲਤਾਨੁ ॥੪॥
ମନ ଶରୀର ରୂପୀ ନଗରର ରାଜା ଅଟେ, ତାହାକୁ ଗୁରୁ ବିନା ଆଉ କିଏ ବୁଝାଇ ପାରିବ? ॥4॥
ਪ੍ਰੇਮ ਪਦਾਰਥੁ ਪਾਈਐ ਗੁਰਮੁਖਿ ਤਤੁ ਵੀਚਾਰੁ ॥
ଗୁରୁ ଦ୍ଵାରା ବାସ୍ତବିକତାକୁ ବୁଝାଇବା ଦ୍ଵାରା ପ୍ରଭୁ-ପ୍ରେମର ଧନ ପ୍ରାପ୍ତ ହୋଇଥାଏ।
ਸਾ ਧਨ ਆਪੁ ਗਵਾਇਆ ਗੁਰ ਕੈ ਸਬਦਿ ਸੀਗਾਰੁ ॥
ନିଜକୁ ନିଜେ ଗୁରୁଙ୍କ ଶବ୍ଦ ଦ୍ଵାରା ଶୃଙ୍ଗାର କରି, ପତ୍ନୀ ନିଜ ଅହଂକାରକୁ ନିବୃତ୍ତ କରିଦେଇଛି।
ਘਰ ਹੀ ਸੋ ਪਿਰੁ ਪਾਇਆ ਗੁਰ ਕੈ ਹੇਤਿ ਅਪਾਰੁ ॥੫॥
ଗୁରୁଙ୍କ ଅପାର ପ୍ରେମ ଦ୍ଵାରା ସେ ନିଜ ଗୃହ ଭିତରେ ହିଁ ସେହି ପତିକୁ ପ୍ରାପ୍ତ କରିନିଏ। ॥5॥
ਗੁਰ ਕੀ ਸੇਵਾ ਚਾਕਰੀ ਮਨੁ ਨਿਰਮਲੁ ਸੁਖੁ ਹੋਇ ॥
ଗୁରୁଙ୍କ ସେବା କରିଲେ ମନ ନିର୍ମଳ ହୋଇଯାଏ ଆଉ ତାହାକୁ ସୁଖ ଉପଲବ୍ଧି ହୋଇଥାଏ।
ਗੁਰ ਕਾ ਸਬਦੁ ਮਨਿ ਵਸਿਆ ਹਉਮੈ ਵਿਚਹੁ ਖੋਇ ॥
ଗୁରୁଙ୍କ ଶବ୍ଦ ଅନ୍ତଃ କାରଣରେ ନିବାସ କରିନେଇଥାଏ ଅନ୍ତରରୁ ଅଭିମାନ ନିବୃତ୍ତ ହୋଇଯାଏ।
ਨਾਮੁ ਪਦਾਰਥੁ ਪਾਇਆ ਲਾਭੁ ਸਦਾ ਮਨਿ ਹੋਇ ॥੬॥
ଏହା ଦ୍ଵାରା ନାମ ରୂପୀ ଦୌଲତ ପ୍ରାପ୍ତ ହୋଇଯାଏ ଆଉ ଆତ୍ମା ସର୍ବଦା ଲାଭ ଅର୍ଜନ କରିଥାଏ। ॥6॥
ਕਰਮਿ ਮਿਲੈ ਤਾ ਪਾਈਐ ਆਪਿ ਨ ਲਇਆ ਜਾਇ ॥
ଯଦି ନାମ ଉପରେ ପରମାତ୍ମାଙ୍କ ଅନୁକମ୍ପା ହୋଇଥାଏ, ତାହାହେଲେ ଆମକୁ ନାମ ପ୍ରାପ୍ତ ହୋଇଥାଏ। ଆମେ ନିଜର ସାଧନା ଦ୍ଵାରା ଏହାକୁ ପ୍ରାପ୍ତ କରିପାରିବା ନାହିଁ।
ਗੁਰ ਕੀ ਚਰਣੀ ਲਗਿ ਰਹੁ ਵਿਚਹੁ ਆਪੁ ਗਵਾਇ ॥
ଏଥିପାଇଁ ଅହଙ୍କାରର ନାଶ କରି ଗୁରୁଙ୍କ ଆଶ୍ରୟକୁ ଯାଅ।
ਸਚੇ ਸੇਤੀ ਰਤਿਆ ਸਚੋ ਪਲੈ ਪਾਇ ॥੭॥
ସତ୍ୟନାମ ସାଥିରେ ରଙ୍ଗୀନ ହୋଇଲେ ସଚ୍ଚା ଶାହିବ ପରମାତ୍ମା ପ୍ରାପ୍ତ ହୋଇଯାନ୍ତି। ॥7॥
ਭੁਲਣ ਅੰਦਰਿ ਸਭੁ ਕੋ ਅਭੁਲੁ ਗੁਰੂ ਕਰਤਾਰੁ ॥
ସବୁ ପ୍ରାଣୀ ଭୁଲ କରନ୍ତି , କିନ୍ତୁ, ଗୁରୁ ଆଉ ପରମାତ୍ମା ଅମୋଘ ଅଟନ୍ତି।
ਗੁਰਮਤਿ ਮਨੁ ਸਮਝਾਇਆ ਲਾਗਾ ਤਿਸੈ ਪਿਆਰੁ ॥
ଯିଏ ଗୁରୁଙ୍କ ଉପଦେଶ ଦ୍ଵାରା ନିଜର ମନକୁ ସୁଧାରନ୍ତି, ତାହାଙ୍କ ଈଶ୍ବରଙ୍କ ସହିତ ସ୍ନେହ ହୋଇଯାଏ।
ਨਾਨਕ ਸਾਚੁ ਨ ਵੀਸਰੈ ਮੇਲੇ ਸਬਦੁ ਅਪਾਰੁ ॥੮॥੧੨॥
ହେ ନାନକ! ଯାହାକୁଆପାର ପ୍ରଭୁ ନିଜ ନାମ ସାଥିରେ ମିଳିଯାନ୍ତି, ସେ ସତ୍ୟନାମକୁ କଦାପି ବିସ୍ମୃତ କରେ ନାହିଁ ॥8॥12॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਤ੍ਰਿਸਨਾ ਮਾਇਆ ਮੋਹਣੀ ਸੁਤ ਬੰਧਪ ਘਰ ਨਾਰਿ ॥
ମୋହିନୀ ମାୟାର ତୃଷ୍ଣା ପୁତ୍ର, ବନ୍ଧୁବାନ୍ଧବ ଏବଂ ଘରର ସ୍ତ୍ରୀ ସମସ୍ତଙ୍କୁ ଲାଗିଛି।
ਧਨਿ ਜੋਬਨਿ ਜਗੁ ਠਗਿਆ ਲਬਿ ਲੋਭਿ ਅਹੰਕਾਰਿ ॥
ଏହି ଜଗତକୁ ଧାନ, ଯୌବନ, ଲାଳସା, ଲୋଭ ଆଉ ଅହଂକାର ଛଳ କରି ନେଇଛି।
ਮੋਹ ਠਗਉਲੀ ਹਉ ਮੁਈ ਸਾ ਵਰਤੈ ਸੰਸਾਰਿ ॥੧॥
ମୋହ ରୂପୀ ଠଗ ଦ୍ଵାରା ମୁଁ ଲୁଟ ହୋଇଯାଇଛି, ଏହିଅପରି ଅନ୍ୟ ସମସ୍ତଙ୍କୁ ହେଉଛି। ॥1॥
ਮੇਰੇ ਪ੍ਰੀਤਮਾ ਮੈ ਤੁਝ ਬਿਨੁ ਅਵਰੁ ਨ ਕੋਇ ॥
ହେ ମୋର ପ୍ରିୟତମ ପ୍ରଭୁ! ତୋ’ ବିନା ମୋର ଆଉ କେହି ନାହାନ୍ତି।
ਮੈ ਤੁਝ ਬਿਨੁ ਅਵਰੁ ਨ ਭਾਵਈ ਤੂੰ ਭਾਵਹਿ ਸੁਖੁ ਹੋਇ ॥੧॥ ਰਹਾਉ ॥
ତୋ’ ବିନା ମୋତେ ଆଉ କିଛି ଲୋଭୀ କରିପାରେ ନାହିଁ, ତୋତେ ପ୍ରେମ କରିଲେ ମୋତେ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ॥1॥ରୁହ॥
ਨਾਮੁ ਸਾਲਾਹੀ ਰੰਗ ਸਿਉ ਗੁਰ ਕੈ ਸਬਦਿ ਸੰਤੋਖੁ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ସନ୍ତୋଷ ଧାରଣ କର ଆଉ ପ୍ରେମାପୂର୍ବକ ପରମାତ୍ମାଙ୍କ ନାମର ପ୍ରଶଂସା କର।
ਜੋ ਦੀਸੈ ਸੋ ਚਲਸੀ ਕੂੜਾ ਮੋਹੁ ਨ ਵੇਖੁ ॥
ସମସ୍ତ ଦୃଶ୍ୟମାନ ସଂସାର ନଶ୍ଵର ଅଟେ, ଏହାର ମିଥ୍ୟା ମୋହ ସାଥିରେ ପ୍ରୀତି ଲଗାଅ ନାହିଁ।
ਵਾਟ ਵਟਾਊ ਆਇਆ ਨਿਤ ਚਲਦਾ ਸਾਥੁ ਦੇਖੁ ॥੨॥
ତୁମେ ମାର୍ଗର ପଥିକ ଭଳି ଆସିଛ, ଅର୍ଥାତ, ସାରା ଜଗତ ଯାତ୍ରୀ ଅଟେ, ପ୍ରତିଦିନ ଆମ ସାଥୀଙ୍କୁ ଆମେ ଚାଲିବା ଦେଖୁଅଛୁ। ॥2॥
ਆਖਣਿ ਆਖਹਿ ਕੇਤੜੇ ਗੁਰ ਬਿਨੁ ਬੂਝ ਨ ਹੋਇ ॥
କେତେ ପୁରୁଷ ଧର୍ମ ଉପଦେଶର ପ୍ରଚାର କରୁଛନ୍ତି, କିନ୍ତୁ ଗୁରୁଙ୍କ ବିନା ଜ୍ଞାନ ପ୍ରାପ୍ତ ହୁଏ ନାହିଁ।
ਨਾਮੁ ਵਡਾਈ ਜੇ ਮਿਲੈ ਸਚਿ ਰਪੈ ਪਤਿ ਹੋਇ ॥
ଯଦି ବ୍ୟକ୍ତିକୁ ନାମର ପ୍ରଶଂସା ପ୍ରାପ୍ତ ହୋଇଯାଏ , ତାହାହେଲେ ସତ୍ୟ ସାଥିରେ ରଙ୍ଗୀନ ହୋଇଯାଏ ଆଉ ମାନ-ସମ୍ମାନ ପାଇନିଏ।
ਜੋ ਤੁਧੁ ਭਾਵਹਿ ਸੇ ਭਲੇ ਖੋਟਾ ਖਰਾ ਨ ਕੋਇ ॥੩॥
ହେ ପ୍ରଭୁ! ତୋତେ ଯାହା ଭଲ ଲାଗେ, ତାହା ସର୍ବୋତ୍ତମ ଅଟେ, ନିଜେ କହିଲେ କିଛି ହୁଏ ନାହିଁ।
ਗੁਰ ਸਰਣਾਈ ਛੁਟੀਐ ਮਨਮੁਖ ਖੋਟੀ ਰਾਸਿ ॥
ଗୁରୁଙ୍କ ଶରଣ ନେଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତ କରିଥାଏ, ମନମୁଖର ପୁଞ୍ଜି ହିଁ ଅସତ୍ୟ ଅଟେ।
ਅਸਟ ਧਾਤੁ ਪਾਤਿਸਾਹ ਕੀ ਘੜੀਐ ਸਬਦਿ ਵਿਗਾਸਿ ॥
ବାଦଶାହର ନିଜର ଆଠଟି ଧାତୁ ଉପରେ ଅଧିକାର ହୋଇଥାଏ, ଗୁରୁଙ୍କ ଇଚ୍ଛା ଅନୁସାରେ ଟଙ୍କା ଦେଇ ମୂଲ୍ୟ ମିଳେ।
ਆਪੇ ਪਰਖੇ ਪਾਰਖੂ ਪਵੈ ਖਜਾਨੈ ਰਾਸਿ ॥੪॥
ପରିକ୍ଷକ ନିଜେ ଟଙ୍କାକୁ ପରୀକ୍ଷା କରେ ଆଉ ବିଶୁଦ୍ଧକୁ ନିଜ କୋଷରେ ରଖେ। ॥4॥
ਤੇਰੀ ਕੀਮਤਿ ਨਾ ਪਵੈ ਸਭ ਡਿਠੀ ਠੋਕਿ ਵਜਾਇ ॥
ହେ ପ୍ରଭୁ!ତୋର ମୂଲ୍ୟ ମିଳିପାରିବ ନାହିଁ, ମୁଁ ସବୁ କିଛି ମୂଲ୍ୟାଙ୍କନ କରି ଦେଖିନେଇଛି।
ਕਹਣੈ ਹਾਥ ਨ ਲਭਈ ਸਚਿ ਟਿਕੈ ਪਤਿ ਪਾਇ ॥
କହିବା ଦ୍ଵାରା ତାହାଙ୍କ ଗଭୀରତା ପାଇପାରିବା ନାହିଁ, ଯଦି ମନୁଷ୍ୟ ସତଯୁଆର ଭିତରେ ଲାଖି ରହିଯାଏ, ସେ ସମ୍ମାନ ପାଇନିଏ।
ਗੁਰਮਤਿ ਤੂੰ ਸਾਲਾਹਣਾ ਹੋਰੁ ਕੀਮਤਿ ਕਹਣੁ ਨ ਜਾਇ ॥੫॥
ଗୁରୁଙ୍କ ଉପଦେଶ ଦ୍ଵାରା, ହେ ପ୍ରଭୁ! ମୁଁ ତୁମର କୀର୍ତ୍ତି କରୁଛି। ଅନ୍ୟ କୌଣସି ପ୍ରକାରେ ତୋର ମୂଲ୍ୟ ବର୍ଣ୍ଣନା କରାଯାଇପାରିବ ନାହିଁ। ॥5॥
ਜਿਤੁ ਤਨਿ ਨਾਮੁ ਨ ਭਾਵਈ ਤਿਤੁ ਤਨਿ ਹਉਮੈ ਵਾਦੁ ॥
ଯେଉଁ ଶରୀରକୁ ନାମ ଭଲ ଲାଗେ ନାହିଁ, ସେହି ଶରୀର ବାଦ-ବିବାଦରେ ବୁଡି ରହେ।
ਗੁਰ ਬਿਨੁ ਗਿਆਨੁ ਨ ਪਾਈਐ ਬਿਖਿਆ ਦੂਜਾ ਸਾਦੁ ॥
ଗୁରୁଙ୍କ ବିନା ଜ୍ଞାନ ପ୍ରାପ୍ତ ହୁଏ ନାହିଁ, ଅନ୍ୟ ତ୍ରାସ ସଂପୂର୍ଣ୍ଣ ଭାବରେ ବିଷାକ୍ତ ଅଟେ।
ਬਿਨੁ ਗੁਣ ਕਾਮਿ ਨ ਆਵਈ ਮਾਇਆ ਫੀਕਾ ਸਾਦੁ ॥੬॥
ଗୁଣ ବିନା କିଛି ମଧ୍ୟ କାମରେ ଆସିବ ନାହିଁ, ଧାନ –ଦଉଲଟର ସ୍ଵାଦ ବହୁତ ଫିକା ଅଟେ। ॥6॥
ਆਸਾ ਅੰਦਰਿ ਜੰਮਿਆ ਆਸਾ ਰਸ ਕਸ ਖਾਇ ॥
ଆଶାରେ ହିଁ ମନୁଷ୍ୟ ଉତ୍ପର୍ଣ୍ଣ ହୋଇଥାଏ ଆଉ ଆଶା ମଧ୍ୟରେ ହିଁ ସେ ମିଠା ଆଉ ଖାତା ପଦାର୍ଥ ସେବନ କରିଥାଏ।
ਆਸਾ ਬੰਧਿ ਚਲਾਈਐ ਮੁਹੇ ਮੁਹਿ ਚੋਟਾ ਖਾਇ ॥
ତୃଷ୍ଣାରେ ବନ୍ଧା ହୋଇ ସେ ବିତାଡିତ ହୋଇଥାଏ ଆଉ ନିଜ ମୁଖ ଉପରେ ପୁନଃ ପୁନଃ ଚୋଟ ଖାଇଥାଏ।
ਅਵਗਣਿ ਬਧਾ ਮਾਰੀਐ ਛੂਟੈ ਗੁਰਮਤਿ ਨਾਇ ॥੭॥
କିନ୍ତୁ ଗୁରୁଙ୍କ ଶିକ୍ଷା ଅନୁସାରେ ନାମ-ସ୍ମରଣ କରିଲେ ତାହାର ମୁକ୍ତି ହୋଇଯାଏ। ॥7॥