Odia Page 653

ਨਾਨਕ ਭਏ ਪੁਨੀਤ ਹਰਿ ਤੀਰਥਿ ਨਾਇਆ ॥੨੬॥
ହେ ନାନକ! ଯିଏ ହରିନାମ ରୂପୀ ତୀର୍ଥରେ ସ୍ନାନ କରିଥାଏ, ସେ ପବିତ୍ର-ପାବନ ହୋଇଯାଏ॥26॥    

ਸਲੋਕੁ ਮਃ ੪ ॥
ଶ୍ଳୋକ ମହଲା 4 ॥ 

ਗੁਰਮੁਖਿ ਅੰਤਰਿ ਸਾਂਤਿ ਹੈ ਮਨਿ ਤਨਿ ਨਾਮਿ ਸਮਾਇ ॥
ଗୁରୁମୁଖୀ ମନରେ ଶାନ୍ତି ଥାଏ ଆଉ ତାହାର ମନ ଓ ତନ ନାମରେ ହିଁ ରହିଥାଏ।

ਨਾਮੋ ਚਿਤਵੈ ਨਾਮੁ ਪੜੈ ਨਾਮਿ ਰਹੈ ਲਿਵ ਲਾਇ ॥
ସେ ନାମକୁ ହିଁ ସ୍ମରଣ କରିଥାଏ, ନାମକୁ ହିଁ ପଢିଥାଏ ଆଉ ନାମରେ ହିଁ ସୁରତି ଲଗାଇ ରଖିଥାଏ। 

ਨਾਮੁ ਪਦਾਰਥੁ ਪਾਇਆ ਚਿੰਤਾ ਗਈ ਬਿਲਾਇ ॥
ଅମୂଲ୍ୟ ନାମ ପଦାର୍ଥକୁ ପାଇ ତାହାର ସବୁ ଚିନ୍ତା ଦୂର ହୋଇଯାଏ।          

ਸਤਿਗੁਰਿ ਮਿਲਿਐ ਨਾਮੁ ਊਪਜੈ ਤਿਸਨਾ ਭੁਖ ਸਭ ਜਾਇ ॥
ଗୁରଙ୍କୁ ମିଳନ ଦ୍ଵାରା ହିଁ ମନରେ ନାମ ଉତ୍ପନ୍ନ ହୋଇଥାଏ ଆଉ ଏହା ଦ୍ଵାରା ତୃଷ୍ଣାର ସବୁ କ୍ଷୁଧା ଦୂର ହୋଇଯାଏ।                         

ਨਾਨਕ ਨਾਮੇ ਰਤਿਆ ਨਾਮੋ ਪਲੈ ਪਾਇ ॥੧॥
ହେ ନାନକ! ପରମାତ୍ମାଙ୍କ ନାମରେ ମଗ୍ନ ହେବା ଦ୍ଵାରା ସେ ନିଜ ହୃଦୟରେ ନାମ ପ୍ରାପ୍ତ କରିନିଏ॥1॥          

ਮਃ ੪ ॥
ମହଲା 4 ॥ 

ਸਤਿਗੁਰ ਪੁਰਖਿ ਜਿ ਮਾਰਿਆ ਭ੍ਰਮਿ ਭ੍ਰਮਿਆ ਘਰੁ ਛੋਡਿ ਗਇਆ ॥
ଯେଉଁ ବ୍ୟକ୍ତିକୁ ମହାପୁରୁଷ ସଦଗୁରୁ ଧିକ୍କାର କରିଛନ୍ତି, ସେ ନିଜ ଘର ତ୍ୟାଗ କରି ସର୍ବଦା ବୁଲୁଥାଏ।                  

ਓਸੁ ਪਿਛੈ ਵਜੈ ਫਕੜੀ ਮੁਹੁ ਕਾਲਾ ਆਗੈ ਭਇਆ ॥
ତାହା ପରେ ତାହାର ବହୁତ ନିନ୍ଦା ହୋଇଥାଏ ଆଉ ପରଲୋକରେ ତାହାର ମୁହଁ କଳା ହୋଇଯାଏ।       

ਓਸੁ ਅਰਲੁ ਬਰਲੁ ਮੁਹਹੁ ਨਿਕਲੈ ਨਿਤ ਝਗੂ ਸੁਟਦਾ ਮੁਆ ॥
ତାହାର ମୁହଁରୁ ଅଯଥା ବ୍ୟର୍ଥ କଥା ବାହାରିଥାଏ ଆଉ ସେ ନିତ୍ୟ ଝଗଡା କରିଥାଏ ଅର୍ଥାତ ନିନ୍ଦିତ କର୍ମ କରି ପ୍ରାଣ ତ୍ୟାଗ କରିଥାଏ।   

ਕਿਆ ਹੋਵੈ ਕਿਸੈ ਹੀ ਦੈ ਕੀਤੈ ਜਾਂ ਧੁਰਿ ਕਿਰਤੁ ਓਸ ਦਾ ਏਹੋ ਜੇਹਾ ਪਇਆ ॥
କେହି କଣ କରିବା ଦ୍ଵାରା କଣ ସମ୍ଭବ ହୋଇ ପାରିବ? ଯେତେବେଳେ ତାହାର ପୂର୍ବ କର୍ମ ଯୋଗୁଁ ତାହାର ଭାଗ୍ୟରେ ଏହା ଲେଖା ହୋଇଥାଏ। 

ਜਿਥੈ ਓਹੁ ਜਾਇ ਤਿਥੈ ਓਹੁ ਝੂਠਾ ਕੂੜੁ ਬੋਲੇ ਕਿਸੈ ਨ ਭਾਵੈ ॥
ସେ ଯେଉଁ ଆଡେ ଗଲେ ମଧ୍ୟ ମିଥ୍ୟା ହିଁ କହିଥାଏ ଆଉ ମିଥ୍ୟାବାଦୀ ମାନାଯାଏ, ଏହା କାହାକୁ ମଧ୍ୟ ଭଲ ଲାଗେ ନାହିଁ।     

ਵੇਖਹੁ ਭਾਈ ਵਡਿਆਈ ਹਰਿ ਸੰਤਹੁ ਸੁਆਮੀ ਅਪੁਨੇ ਕੀ ਜੈਸਾ ਕੋਈ ਕਰੈ ਤੈਸਾ ਕੋਈ ਪਾਵੈ ॥
ହେ ଭାଇ! ସେ ସନ୍ଥ! ନିଜ ସ୍ଵାମୀ ପ୍ରଭୁଙ୍କ ବଡପଣ ଦେଖ, ଯେପରି କୌଣସି କର୍ମ କରିଥାଏ, ତାହାକୁ ସେପରି ଫଳ ପ୍ରାପ୍ତି ହୋଇଥାଏ।                     

ਏਹੁ ਬ੍ਰਹਮ ਬੀਚਾਰੁ ਹੋਵੈ ਦਰਿ ਸਾਚੈ ਅਗੋ ਦੇ ਜਨੁ ਨਾਨਕੁ ਆਖਿ ਸੁਣਾਵੈ ॥੨॥
ସତ୍ୟର ଦରବାରରେ ଏହି ବ୍ରହ୍ମ-ବିଚାର ହୋଇଥାଏ, ଏଥିପାଇଁ ନାନକ ଏହାକୁ ପୂର୍ବରୁ କହି ଶୁଣାଇ ଥାଆନ୍ତି॥2॥               

ਪਉੜੀ ॥
ପଉଡି॥ 

ਗੁਰਿ ਸਚੈ ਬਧਾ ਥੇਹੁ ਰਖਵਾਲੇ ਗੁਰਿ ਦਿਤੇ ॥
ସଚ୍ଚା ଗୁରୁ ସତସଙ୍ଗଟି ରୂପୀ ଏକ ଉତ୍ତମ ଗାଁ ନିର୍ମାଣ କରିଛନ୍ତି ଏବଂ ସେହି ଗାଁ ପାଇଁ ସ୍ଵୟଂ ଏକ ରଖୁଆଳ ଦେଇଛନ୍ତି।               

ਪੂਰਨ ਹੋਈ ਆਸ ਗੁਰ ਚਰਣੀ ਮਨ ਰਤੇ ॥
ଗୁରୁଙ୍କ ଚରଣରେ ମନ ମଗ୍ନ କରି ଆମର ଆଶା ପୂର୍ଣ୍ଣ ହୋଇ ଯାଇଛି।             

ਗੁਰਿ ਕ੍ਰਿਪਾਲਿ ਬੇਅੰਤਿ ਅਵਗੁਣ ਸਭਿ ਹਤੇ ॥
ଆମର ଗୁରୁ ଅନନ୍ତ ଓ କୃପାଳୁ ଅଟନ୍ତି, ଯିଏ ଆମର ସବୁ ଅବଗୁଣ ନାଶ କରି ଦିଅନ୍ତି।    

ਗੁਰਿ ਅਪਣੀ ਕਿਰਪਾ ਧਾਰਿ ਅਪਣੇ ਕਰਿ ਲਿਤੇ ॥
ଗୁରୁ ନିଜ କୃପା କରି ଆମକୁ ନିଜର ବନାଇଛନ୍ତି।               

ਨਾਨਕ ਸਦ ਬਲਿਹਾਰ ਜਿਸੁ ਗੁਰ ਕੇ ਗੁਣ ਇਤੇ ॥੨੭॥
ନାନକ ସର୍ବଦା ତାହାଙ୍କ ପ୍ରତି ସମର୍ପିତ ଅଟନ୍ତି, ଯେଉଁ ଗୁରୁଙ୍କ ଭିତରେ ଏପରି ଅନନ୍ତ ଗୁଣ ଥାଏ॥27॥  

ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1 ॥ 

ਤਾ ਕੀ ਰਜਾਇ ਲੇਖਿਆ ਪਾਇ ਅਬ ਕਿਆ ਕੀਜੈ ਪਾਂਡੇ ॥
ହେ ପଣ୍ଡିତ! ଏବେ କଣ କରି ପାରିବା? କାରଣ ସେହି ପରମାତ୍ମାଙ୍କ ଇଛା ଅନୁସାରେ ଯାହା ଲେଖା ହୋଇଥାଏ, ତାହା ପ୍ରାପ୍ତ ହୋଇଥାଏ।

ਹੁਕਮੁ ਹੋਆ ਹਾਸਲੁ ਤਦੇ ਹੋਇ ਨਿਬੜਿਆ ਹੰਢਹਿ ਜੀਅ ਕਮਾਂਦੇ ॥੧॥
ଯେବେ ତାହାଙ୍କ ହୁକୁମ ଥିଲା, ସେତେବେଳେ ତୋର ଭାଗ୍ୟର ନିର୍ଣ୍ଣୟ ହୋଇ ଯାଇଥିଲା ଆଉ ତାହାଙ୍କ ହୁକୁମ ଅନୁସାରେ ହିଁ ଜୀବ ନିଜ ଜୀବନ ଆଚରଣ କରିଥାଏ॥1॥               

ਮਃ ੨ ॥
ମହଲା 2 ॥ 

ਨਕਿ ਨਥ ਖਸਮ ਹਥ ਕਿਰਤੁ ਧਕੇ ਦੇ ॥
ସୃଷ୍ଟିର ପ୍ରତ୍ୟେକ ପ୍ରାଣୀ ନାକରେ ଦଣ୍ଡୀ ଭଳି ସେହି ମାଲିକଙ୍କ ହୁକୁମ ରୂପୀ ଦଣ୍ଡୀ ଲାଗିଛି, ସବୁକିଛି ତାହାଙ୍କ ବଶରେ ଆଉ ଜୀବ କରିଥିବା କାମ ହିଁ ତାହାକୁ ନେଇଥାଏ।      

ਜਹਾ ਦਾਣੇ ਤਹਾਂ ਖਾਣੇ ਨਾਨਕਾ ਸਚੁ ਹੇ ॥੨
ହେ ନାନକ! କେବ ଏହା ସତ୍ୟ ଯେ ଜୀବର ଭୋଜନ ନିର୍ବାହ ଯେଉଁଠି ଥାଏ, ସେଟାକୁ ସେ ଖାଇବା ପାଇଁ ଯାଏ॥2॥                     

ਪਉੜੀ ॥
ପଉଡି॥ 

ਸਭੇ ਗਲਾ ਆਪਿ ਥਾਟਿ ਬਹਾਲੀਓਨੁ ॥
ଜଗତ ରଚନାର ସବୁ ଯୋଜନା ପରମାତ୍ମା ସ୍ଵୟଂ ବନାଇ ନିୟତ କରିଛନ୍ତି।          

ਆਪੇ ਰਚਨੁ ਰਚਾਇ ਆਪੇ ਹੀ ਘਾਲਿਓਨੁ ॥
ସେ ସ୍ଵୟଂ ହିଁ ଜଗତ ରଚନା କରି ସ୍ଵୟଂ ହିଁ ତାହାର ନାଶ କରିଥାନ୍ତି। 

ਆਪੇ ਜੰਤ ਉਪਾਇ ਆਪਿ ਪ੍ਰਤਿਪਾਲਿਓਨੁ ॥
ସେ ସ୍ଵୟଂ ହିଁ ସବୁ ଜୀବଙ୍କୁ ଜନ୍ମ ଦେଇ ସ୍ଵୟଂ ହିଁ ପାଳନ-ପୋଷଣ କରିଥାନ୍ତି। 

ਦਾਸ ਰਖੇ ਕੰਠਿ ਲਾਇ ਨਦਰਿ ਨਿਹਾਲਿਓਨੁ ॥
ସେ ନିଜ ସେବକକୁ ନିଜ ଗଳାରେ ଲାଗାଇ ରଖିଥାନ୍ତି ଆଉ କୃପା ଦୃଷ୍ଟି ଦ୍ଵାରା ତାହାକୁ ପ୍ରସନ୍ନ କରି ଦିଅନ୍ତି।     

ਨਾਨਕ ਭਗਤਾ ਸਦਾ ਅਨੰਦੁ ਭਾਉ ਦੂਜਾ ਜਾਲਿਓਨੁ ॥੨੮॥
ହେ ନାନକ! ପରମାତ୍ମାଙ୍କ ଭକ୍ତ ସର୍ବଦା ଆନନ୍ଦିତ ରହିଥାଏ ଆଉ ଦୈତ୍ୟଭାବକୁ ଜଳାଇ ଦେଇଥାଏ॥28॥    

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥ 

ਏ ਮਨ ਹਰਿ ਜੀ ਧਿਆਇ ਤੂ ਇਕ ਮਨਿ ਇਕ ਚਿਤਿ ਭਾਇ ॥
ହେ ମନ! ତୁ ଏକାଗ୍ରଚିତ୍ତ ହୋଇ ସଚ୍ଚା ମନରେ ଭଗବାନଙ୍କ ଧ୍ୟାନ କର।      

ਹਰਿ ਕੀਆ ਸਦਾ ਸਦਾ ਵਡਿਆਈਆ ਦੇਇ ਨ ਪਛੋਤਾਇ ॥
ସେହି ପରମେଶ୍ଵରଙ୍କ ମହିମା ସର୍ବଦା ମହାନ ଅଟେ, ଯିଏ ଜୀବକୁ ଦାନ ଦେଇ ପଶ୍ଚାତାପ କରନ୍ତି ନାହିଁ।        

ਹਉ ਹਰਿ ਕੈ ਸਦ ਬਲਿਹਾਰਣੈ ਜਿਤੁ ਸੇਵਿਐ ਸੁਖੁ ਪਾਇ ॥
ମୁଁ ସେହି ଈଶ୍ବରଙ୍କ ପ୍ରତି ସର୍ବଦା ସମର୍ପିତ ଅଟେ, ଯାହାଙ୍କ ଉପାସନା କରିଲେ ସୁଖ ପ୍ରାପ୍ତ ହୁଏ।       

ਨਾਨਕ ਗੁਰਮੁਖਿ ਮਿਲਿ ਰਹੈ ਹਉਮੈ ਸਬਦਿ ਜਲਾਇ ॥੧॥
ହେ ନାନକ! ଗୁରୁମୁଖୀ ଶବ୍ଦ ଦ୍ଵାରା ନିଜ ଆତ୍ମାଭିମାନକୁ ଜଳାଇ ସତ୍ୟରେ ଲୀନ ରହିଥାଏ॥1॥             

ਮਃ ੩ ॥
ମହଲା 3 ॥ 

ਆਪੇ ਸੇਵਾ ਲਾਇਅਨੁ ਆਪੇ ਬਖਸ ਕਰੇਇ ॥
ପରମାତ୍ମା ସ୍ଵୟଂ ଜୀବକୁ ନିଜ ସେବାରେ ଲଗାଇଛନ୍ତି ଆଉ ସ୍ଵୟଂ ହିଁ ତାହା ଉପରେ ନିଜ କୃପା କରିଛନ୍ତି।         

ਸਭਨਾ ਕਾ ਮਾ ਪਿਉ ਆਪਿ ਹੈ ਆਪੇ ਸਾਰ ਕਰੇਇ
ସେ ସ୍ଵୟଂ ହିଁ ସବୁଙ୍କ ମାତା ଆଉ ସ୍ଵୟଂ ହିଁ ସବୁଙ୍କ ପାଳନ-ପୋଷଣ କରିଥାନ୍ତି।  

ਨਾਨਕ ਨਾਮੁ ਧਿਆਇਨਿ ਤਿਨ ਨਿਜ ਘਰਿ ਵਾਸੁ ਹੈ ਜੁਗੁ ਜੁਗੁ ਸੋਭਾ ਹੋਇ ॥੨॥
ହେ ନାନକ! ଯେଉଁ ଭକ୍ତ ନାମର ଆରାଧନା କରିଥାଏ, ନିଜ ବାସ୍ତବିକ ଘରେ ପ୍ରଭୁଙ୍କ ଚରଣରେ ତାହାର ନିବାସ ହୋଇଥାଏ॥2॥                

ਪਉੜੀ ॥
ପଉଡି ॥ 

ਤੂ ਕਰਣ ਕਾਰਣ ਸਮਰਥੁ ਹਹਿ ਕਰਤੇ ਮੈ ਤੁਝ ਬਿਨੁ ਅਵਰੁ ਨ ਕੋਈ ॥
ହେ ସୃଜନହାର ପ୍ରଭୁ! ତୁ ସବୁକିଛି କରିବା ଓ କରାଇବାରେ ସମର୍ଥ ଅଟୁ ଆଉ ତୋ’ ବିନା ମୋର ଅନ୍ୟ କିଛି ସାହାରା ନାହିଁ।               

error: Content is protected !!