Odia Page 661

ਜਬ ਲਗੁ ਦੁਨੀਆ ਰਹੀਐ ਨਾਨਕ ਕਿਛੁ ਸੁਣੀਐ ਕਿਛੁ ਕਹੀਐ ॥
ହେ ନାନକ! ଆମେ ଯେ ପର୍ଯ୍ୟନ୍ତ ଦୁନିଆରେ ରହିବାର ଅଛି, ପ୍ରଭୁଙ୍କ ବିଷୟରେ ଆମେ କିଛି କହିବା ଓ ଶୁଣିବା ଉଚିତ।         

ਭਾਲਿ ਰਹੇ ਹਮ ਰਹਣੁ ਨ ਪਾਇਆ ਜੀਵਤਿਆ ਮਰਿ ਰਹੀਐ ॥੫॥੨॥
ଆମେ ବହୁତ ସନ୍ଧାନ କରିଛୁ, କିନ୍ତୁ ଚିରଦିନ ରହିବା ପାଇଁ କୌଣସି ମାର୍ଗ ମିଳିନାହିଁ, ଏଥିପାଇଁ, ଯେ ପର୍ଯ୍ୟନ୍ତ ବଞ୍ଚିବାର ଅଛି, ଅହଂକାର ନାଶ କରି ବଞ୍ଚିବା ଉଚିତ॥5॥2॥            

ਧਨਾਸਰੀ ਮਹਲਾ ੧ ਘਰੁ ਦੂਜਾ
ଧନାସରୀ ମହଲା 1 ଘର 1 ଦ୍ଵିତୀୟ 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।         

ਕਿਉ ਸਿਮਰੀ ਸਿਵਰਿਆ ਨਹੀ ਜਾਇ ॥
ମୁଁ କିପରି ସ୍ମରଣ କରିବି? ମୋ’ ଦ୍ଵାରା ପରମାତ୍ମାଙ୍କ ଭଜନ-ସ୍ମରଣ କରାଯାଉ ନାହିଁ।             

ਤਪੈ ਹਿਆਉ ਜੀਅੜਾ ਬਿਲਲਾਇ ॥
ସ୍ମରଣ ବିନା ମୋର ହୃଦୟ ଅଗ୍ନି ଭଳି ଜଳୁଅଛି ଆଉ ମୋର ଆତ୍ମା ମଧ୍ୟ ଦୁଃଖରେ ବିଳାପ କରୁଅଛି।   

ਸਿਰਜਿ ਸਵਾਰੇ ਸਾਚਾ ਸੋਇ ॥
ଯେତେବେଳେ ପରମ-ସତ୍ୟ ପରମାତ୍ମା ସବୁ ଜୀବଙ୍କୁ ଜାତ କରି ସ୍ଵୟଂ ତାହାକୁ ଗୁଣବାନ ବନାଇ ଥାଆନ୍ତି, ସେତେବେଳେ            

ਤਿਸੁ ਵਿਸਰਿਐ ਚੰਗਾ ਕਿਉ ਹੋਇ ॥੧॥
ପୁଣି ସେହି ପ୍ରଭୁଙ୍କୁ ବିସ୍ମୃତ କରିବା ଦ୍ଵାରା କଣ ଭଲ ହୋଇପାରିବ?॥1॥             

ਹਿਕਮਤਿ ਹੁਕਮਿ ਨ ਪਾਇਆ ਜਾਇ ॥
କୌଣସି ଚତୁରତା ଓ ହୁକୁମ ଦ୍ଵାରା ପ୍ରଭୁଙ୍କୁ ପ୍ରାପ୍ତ କରାଯାଇ ପାରିବ ନାହିଁ।        

ਕਿਉ ਕਰਿ ਸਾਚਿ ਮਿਲਉ ਮੇਰੀ ਮਾਇ ॥੧॥ ਰਹਾਉ ॥
ହେ ମୋର ମାତା! ସେହି ପରମ-ସତ୍ୟ ଈଶ୍ଵରଙ୍କୁ ମୁଁ କିପରି ମିଳନ କରି ପାରିବି?॥1॥ରୁହ॥     

ਵਖਰੁ ਨਾਮੁ ਦੇਖਣ ਕੋਈ ਜਾਇ ॥
କେହି ବିରଳ ବ୍ୟକ୍ତି ହିଁ ନାମ ରୂପୀ ସଉଦା ଦେଖିବା ପାଇଁ ଯାଇଥାଏ।      

ਨਾ ਕੋ ਚਾਖੈ ਨਾ ਕੋ ਖਾਇ ॥
ଏହି ନାମାମୃତକୁ ନା କେହି ଆସ୍ଵାଦନ କରିଥାଏ ଆଉ ନା ଏହାକୁ କେହି ଖାଇଥାଏ।        

ਲੋਕਿ ਪਤੀਣੈ ਨਾ ਪਤਿ ਹੋਇ ॥
ଲୋକଙ୍କ ଖୋସାମତ କଲେ ମନୁଷ୍ୟକୁ ମାନ-ସମ୍ମାନ ପ୍ରାପ୍ତ ହୁଏନାହିଁ।      

ਤਾ ਪਤਿ ਰਹੈ ਰਾਖੈ ਜਾ ਸੋਇ ॥੨॥
ମନୁଷ୍ୟର ମାନ-ସମ୍ମାନ ସେତେବେଳେ ରହିଥାଏ, ଯଦି ସେହି ସଚ୍ଚା ପରମେଶ୍ଵର ସ୍ଵୟଂ ମାନ ରଖିଥାନ୍ତି॥2॥       

ਜਹ ਦੇਖਾ ਤਹ ਰਹਿਆ ਸਮਾਇ ॥
ହେ ଇଶ୍ଵର! ଯେଉଁଠି ମଧ୍ୟ ମୁଁ ଦେଖିଲେ ତୁ ସ୍ଵୟଂ ବିଦ୍ୟମାନ ଅଛୁ।    

ਤੁਧੁ ਬਿਨੁ ਦੂਜੀ ਨਾਹੀ ਜਾਇ ॥
ତୋ’ ବିନା ମୋର ଆଉ କିଛି ସୁଖର ସ୍ଥାନ ନାହିଁ। 

ਜੇ ਕੋ ਕਰੇ ਕੀਤੈ ਕਿਆ ਹੋਇ ॥
ଯଦି କୌଣସି ମନୁଷ୍ୟ କିଛି କରିବାର ପ୍ରୟାସ ମଧ୍ୟ କରିଥାଏ, ତାହାହେଲେ ମଧ୍ୟ କିଛି ହୋଇନଥାଏ।      

ਜਿਸ ਨੋ ਬਖਸੇ ਸਾਚਾ ਸੋਇ ॥੩॥
ସେହି ସଚ୍ଚା ପରମେଶ୍ଵର ଯାହା ଉପରେ କରୁଣା କରିଥାନ୍ତି, ସେ ହିଁ କିଛି କରିପାରେ॥3॥  

ਹੁਣਿ ਉਠਿ ਚਲਣਾ ਮੁਹਤਿ ਕਿ ਤਾਲਿ ॥
ଏକ ମୁହୂର୍ତ୍ତ ଅଥବା ହାତରେ ତାଳି ବଜାଇବା ପାଇଁ ଯେତେ ସମୟ ଅବବଶ୍ୟକ, ମୁଁ ଏଠାରୁ ସେତିକି ସମୟ ପାଇଁ ଚାଲି ଯିବାକୁ ହେବ।   

ਕਿਆ ਮੁਹੁ ਦੇਸਾ ਗੁਣ ਨਹੀ ਨਾਲਿ ॥
ମୋ’ ଠାରେ କିଛି ମଧ୍ୟ ଗୁଣ ବିଦ୍ୟମାନ ନାହିଁ, ପୁଣି ମୁଁ ସେହି ପ୍ରଭୁଙ୍କୁ ନିଜର କେଉଁ ମୁହଁ ଦେଖାଇବି?       

ਜੈਸੀ ਨਦਰਿ ਕਰੇ ਤੈਸਾ ਹੋਇ ॥
ଯେପରି ଦୃଷ୍ଟି ପରମାତ୍ମା କରିଥାନ୍ତି, ସେପରି ହିଁ ମନୁଷ୍ୟ ହୋଇଯାଏ।                         

ਵਿਣੁ ਨਦਰੀ ਨਾਨਕ ਨਹੀ ਕੋਇ ॥੪॥੧॥੩॥
ହେ ନାନକ! ତାହାଙ୍କ କୃପାଦୃଷ୍ଟି ବିନା କେହି ଜୀବ ନାହାନ୍ତି॥4॥1॥3॥       

ਧਨਾਸਰੀ ਮਹਲਾ ੧ ॥
ଧନାସରୀ ମହଲା 1 ॥   

ਨਦਰਿ ਕਰੇ ਤਾ ਸਿਮਰਿਆ ਜਾਇ ॥
ଯଦି ପରମାତ୍ମା ନିଜ କୃପାଦୃଷ୍ଟି କରିଥାନ୍ତି, ତାହାହେଲେ ହିଁ ତାହାଙ୍କ ଭଜନ ସ୍ମରଣ କରାଯାଏ।    

ਆਤਮਾ ਦ੍ਰਵੈ ਰਹੈ ਲਿਵ ਲਾਇ ॥
ଯେତେବେଳେ ମନୁଷ୍ୟର ଆତ୍ମା କୋମଳ ହୋଇଯାଏ, ସେତେବେଳେ ସେ ନିଜ ଧ୍ୟାନ ସତ୍ୟରେ ହିଁ ଲଗାଇ ଥାଏ।     

ਆਤਮਾ ਪਰਾਤਮਾ ਏਕੋ ਕਰੈ ॥
ଯେତେବେଳେ ସେହି ଆତ୍ମା ପରମାତ୍ମାଙ୍କୁ ଏକ ରୂପ ବୁଝିଥାଏ, ସେତେବେଳେ               

ਅੰਤਰ ਕੀ ਦੁਬਿਧਾ ਅੰਤਰਿ ਮਰੈ ॥੧॥
ତାହାର ମନର ଦ୍ଵିଧା ତାହାର ମନରେ ହିଁ ମରିଯାଏ॥1॥    

ਗੁਰ ਪਰਸਾਦੀ ਪਾਇਆ ਜਾਇ ॥
ଭଗବାନଙ୍କ ପ୍ରାପ୍ତି ଗୁରୁଙ୍କ ଅପାର କୃପାରୁ ହିଁ ହୋଇଥାଏ।        

ਹਰਿ ਸਿਉ ਚਿਤੁ ਲਾਗੈ ਫਿਰਿ ਕਾਲੁ ਨ ਖਾਇ ॥੧॥ ਰਹਾਉ ॥
ଯଦି ମନୁଷ୍ୟର ଚିତ୍ତ ଭଗବାନଙ୍କ ସାଥିରେ ଲାଗିଯାଏ, ତାହାହେଲେ କାଳ ତାହାକୁ ଗ୍ରାସ କରିପାରେ ନାହିଁ॥1॥ରୁହ॥                

ਸਚਿ ਸਿਮਰਿਐ ਹੋਵੈ ਪਰਗਾਸੁ ॥
ସେହି ସଚ୍ଚା ପ୍ରଭୁଙ୍କୁ ସ୍ମରଣ କରିବା ଦ୍ଵାରା ମନରେ ହିଁ ସତ୍ୟର ଆଲୋକ ହୋଇଯାଏ ଆଉ 

ਤਾ ਤੇ ਬਿਖਿਆ ਮਹਿ ਰਹੈ ਉਦਾਸੁ ॥
ସେ ବିଷ ରୂପୀ ମାୟାରେ ହିଁ ନିର୍ଲିପ୍ତ ରହିଥାଏ।    

ਸਤਿਗੁਰ ਕੀ ਐਸੀ ਵਡਿਆਈ ॥
ସଦଗୁରୁଙ୍କ ଏପରି ବଡିମା ଯେ     

ਪੁਤ੍ਰ ਕਲਤ੍ਰ ਵਿਚੇ ਗਤਿ ਪਾਈ ॥੨॥
ମନୁଷ୍ୟ ନିଜ ପୁତ୍ର ଓ ପତ୍ନୀ ମଧ୍ୟରେ ରହି ମୋକ୍ଷ ପ୍ରାପ୍ତ କରିନିଏ॥2॥    

ਐਸੀ ਸੇਵਕੁ ਸੇਵਾ ਕਰੈ ॥
ପ୍ରଭୁଙ୍କ ସେବକ ତାହାରଏପରି ସେବା କରିଥାଏ ଯେ          

ਜਿਸ ਕਾ ਜੀਉ ਤਿਸੁ ਆਗੈ ਧਰੈ ॥
ଯେଉଁ ପ୍ରଭୁ ଏହି ପ୍ରାଣ ଦେଇଛନ୍ତି, ସେ ନିଜକୁ ତାହାଙ୍କ ସମ୍ମୁଖରେ ଅର୍ପଣ କରିଦିଏ।        

ਸਾਹਿਬ ਭਾਵੈ ਸੋ ਪਰਵਾਣੁ ॥
ଯେଉଁ ମନୁଷ୍ୟ ପ୍ରଭୁଙ୍କୁ ଭଲ ଲାଗିଥାଏ, ସେ ସ୍ଵୀକୃତ ହୋଇଯାଏ।        

ਸੋ ਸੇਵਕੁ ਦਰਗਹ ਪਾਵੈ ਮਾਣੁ ॥੩॥
ଏପରି ସେବକ ପ୍ରଭୁଙ୍କ ଦରବାରରେ ବଡ ଶୋଭା ପ୍ରାପ୍ତ କରିଥାଏ॥3॥   

ਸਤਿਗੁਰ ਕੀ ਮੂਰਤਿ ਹਿਰਦੈ ਵਸਾਏ ॥
ସଦଗୁରୁଙ୍କ ମୂର୍ତ୍ତିକୁ ହିଁ ନିଜ ହୃଦୟରେ ସ୍ଥାପନ କରିଥାଏ, ଆଉ     

ਜੋ ਇਛੈ ਸੋਈ ਫਲੁ ਪਾਏ ॥
ଯାହା ତାହାର ଇଚ୍ଛା ହୋଇଥାଏ, ସେହି ଫଳ ପ୍ରାପ୍ତ କରିନିଏ।     

ਸਾਚਾ ਸਾਹਿਬੁ ਕਿਰਪਾ ਕਰੈ ॥
ସଚ୍ଚା ପରମେଶ୍ଵର ସ୍ଵୟଂ ତାହା ଉପରେ ନିଜ କୃପା କରିଥାନ୍ତି, ତାହାହେଲେ 

ਸੋ ਸੇਵਕੁ ਜਮ ਤੇ ਕੈਸਾ ਡਰੈ ॥੪॥
ଏପରି ସେବକ କିପରି ମୃତ୍ୟୁକୁ ଭୟ କରି ପାରିବ॥4॥    

ਭਨਤਿ ਨਾਨਕੁ ਕਰੇ ਵੀਚਾਰੁ ॥
ହେ ନାନକ! ଯେଉଁ ମନୁଷ୍ୟ ଶବ୍ଦର ବିଚାର କରିଥାଏ ଆଉ            

ਸਾਚੀ ਬਾਣੀ ਸਿਉ ਧਰੇ ਪਿਆਰੁ ॥
ସଚ୍ଚା ବାଣୀ ସହିତ ପ୍ରେମ କରିଥାଏ,     

ਤਾ ਕੋ ਪਾਵੈ ਮੋਖ ਦੁਆਰੁ ॥
ତାହାକୁ ମୋକ୍ଷର ଦ୍ଵାର ପ୍ରାପ୍ତ ହୋଇଯାଏ।           

ਜਪੁ ਤਪੁ ਸਭੁ ਇਹੁ ਸਬਦੁ ਹੈ ਸਾਰੁ ॥੫॥੨॥੪॥
ଏହି ଶବ୍ଦ ହିଁ ସମସ୍ତ ଜପ ଓ ତପର ସାର ଅଟେ ॥5॥2॥4॥         

ਧਨਾਸਰੀ ਮਹਲਾ ੧ ॥
ଧନାସରୀ ମହଲା 1 ॥ 

ਜੀਉ ਤਪਤੁ ਹੈ ਬਾਰੋ ਬਾਰ ॥
ମୋର ଆତ୍ମା ବାରମ୍ବାର ଅଗ୍ନି ଭଳି ଜଳୁଅଛି।   

ਤਪਿ ਤਪਿ ਖਪੈ ਬਹੁਤੁ ਬੇਕਾਰ ॥
ଏହା ଜଳି ଜଳି ଦୁଃଖୀ ହୋଇଥାଏ ଆଉ ଅନେକ ବିକାରରେ ଫସି ଯାଏ।          

ਜੈ ਤਨਿ ਬਾਣੀ ਵਿਸਰਿ ਜਾਇ ॥
ଯେଉଁ ଶରୀରକୁ ବାଣୀ ବିସ୍ମୃତ ହୋଇଯାଏ,     

ਜਿਉ ਪਕਾ ਰੋਗੀ ਵਿਲਲਾਇ ॥੧॥
ସେ ଗମ୍ଭୀର ରୋଗୀ ଭଳି ବିଳାପ କରିଥାଏ॥1॥          

ਬਹੁਤਾ ਬੋਲਣੁ ਝਖਣੁ ਹੋਇ ॥
ଅଧିକ କହିବା ବ୍ୟର୍ଥ ହୋଇଯାଏ, କାରଣ          

ਵਿਣੁ ਬੋਲੇ ਜਾਣੈ ਸਭੁ ਸੋਇ ॥੧॥ ਰਹਾਉ ॥
ସେହି ପ୍ରଭୁ ଆମେ କହିବା ବିନା ଆମ ବିଷୟରେ ସବୁ ଜାଣିଥାନ୍ତି॥1॥ରୁହ॥      

ਜਿਨਿ ਕਨ ਕੀਤੇ ਅਖੀ ਨਾਕੁ ॥
ଯିଏ ଆମର କାନ, ଆଖି ଓ ନାକ ବନାଇଛନ୍ତି,        

ਜਿਨਿ ਜਿਹਵਾ ਦਿਤੀ ਬੋਲੇ ਤਾਤੁ ॥
ଯିଏ ଆମକୁ ଜିହ୍ଵା ଦେଇଛନ୍ତି, ଯାହା ଶୀଘ୍ର ବୋଲିଥାଏ,     

error: Content is protected !!