ਜੈਤਸਰੀ ਮਹਲਾ ੫ ਘਰੁ ੪ ਦੁਪਦੇ
ଜୈତସରୀ ମହଲା 5 ଘର 4 ଦୁପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਅਬ ਮੈ ਸੁਖੁ ਪਾਇਓ ਗੁਰ ਆਗੵਿ ॥
ବର୍ତ୍ତମାନ, ମୁଁ ଗୁରୁଙ୍କ ଆଜ୍ଞାରେ ରହି ସୁଖ ପ୍ରାପ୍ତ କରି ନେଇଛି।
ਤਜੀ ਸਿਆਨਪ ਚਿੰਤ ਵਿਸਾਰੀ ਅਹੰ ਛੋਡਿਓ ਹੈ ਤਿਆਗੵਿ ॥੧॥ ਰਹਾਉ ॥
ମୁଁ ସବୁ ପ୍ରକାର ଚତୁରତା ଛାଡି ଦେଇଛି, ନିଜ ଚିନ୍ତାକୁ ଭୁଲି ଯାଇଛି ଆଉ ନିଜ ଅହଂତ୍ଵକୁ ସଂପୂର୍ଣ୍ଣ ଭାବେ ଛାଡି ଦେଇଛି॥1॥ରୁହ॥
ਜਉ ਦੇਖਉ ਤਉ ਸਗਲ ਮੋਹਿ ਮੋਹੀਅਉ ਤਉ ਸਰਨਿ ਪਰਿਓ ਗੁਰ ਭਾਗਿ ॥
ମୁଁ ଯେତେବେଳେ ଏହା ଦେଖିଛି ଯେ ଦୁନିଆର ସବୁ ଲୋକ ମାୟାର ମୋହରେ ଲିପ୍ତ ଅଛନ୍ତି, ମୁଁ ତୁରନ୍ତ ଗୁରୁଙ୍କ ଶରଣକୁ ଦୌଡି ଆସିଛି।
ਕਰਿ ਕਿਰਪਾ ਟਹਲ ਹਰਿ ਲਾਇਓ ਤਉ ਜਮਿ ਛੋਡੀ ਮੋਰੀ ਲਾਗਿ ॥੧॥
ଯେତେବେଳେ ଗୁରୁ କୃପା କରି ମୋତେ ଭଗବାନଙ୍କ ଉପାସନାରେ ଲଗାଇଛନ୍ତି, ଯମ ମଧ୍ୟ ମୋର ପିଛା ଛାଡି ଦେଇଛି ॥1॥
ਤਰਿਓ ਸਾਗਰੁ ਪਾਵਕ ਕੋ ਜਉ ਸੰਤ ਭੇਟੇ ਵਡ ਭਾਗਿ ॥
ଅହୋଭାଗ୍ୟରୁ ଯେତେବେଳେ ସନ୍ଥଙ୍କ ସହିତ ମୋର ଭେଟ ହୋଇଛି, ଜଗତର ଅଗ୍ନି ସାଗରକୁ ପାର କରି ନେଇଛି।
ਜਨ ਨਾਨਕ ਸਰਬ ਸੁਖ ਪਾਏ ਮੋਰੋ ਹਰਿ ਚਰਨੀ ਚਿਤੁ ਲਾਗਿ ॥੨॥੧॥੫॥
|ନାନକ କହନ୍ତି ଯେ ଏବେ ମୁଁ ସର୍ବ ସୁଖ ପ୍ରାପ୍ତ କରି ନେଇଛି, କାରଣ ମୋର ଚିତ୍ତ ଭଗବାନଙ୍କ ସୁନ୍ଦର ଚରଣରେ ଲାଗି ଯାଇଛି||2||1||5||
ਜੈਤਸਰੀ ਮਹਲਾ ੫ ॥
ଜୈତସରୀ ମହଲା 5॥
ਮਨ ਮਹਿ ਸਤਿਗੁਰ ਧਿਆਨੁ ਧਰਾ ॥
ମୁଁ ନିଜ ମନରେ ସଦଗୁରୁଙ୍କ ଧ୍ୟାନ ଧାରଣ କରିଛି,
ਦ੍ਰਿੜ੍ਹ੍ਹਿਓ ਗਿਆਨੁ ਮੰਤ੍ਰੁ ਹਰਿ ਨਾਮਾ ਪ੍ਰਭ ਜੀਉ ਮਇਆ ਕਰਾ ॥੧॥ ਰਹਾਉ ॥
ମୁଁ ନିଜ ମନରେ ଭଗବାନଙ୍କ ନାମ-ମନ୍ତ୍ର ଏବଂ ଜ୍ଞାନ ଦୃଢ କରି ନେଇଛି, ଯାହା ଫଳରେ ପ୍ରଭୁ ମୋ’ ଉପରେ ବଡ କରୁଣା କରିଛନ୍ତି॥1॥ରୁହ॥
ਕਾਲ ਜਾਲ ਅਰੁ ਮਹਾ ਜੰਜਾਲਾ ਛੁਟਕੇ ਜਮਹਿ ਡਰਾ ॥
ବର୍ତ୍ତମାନ କାଳର ଜାଲ, ସାଂସାରିକ ବନ୍ଧନର ମହା ଜଞ୍ଜାଳ ଏବଂ ମୃତ୍ୟୁର ଭୟ ସବୁ ଲୁପ୍ତ ହୋଇ ଯାଇଛି।
ਆਇਓ ਦੁਖ ਹਰਣ ਸਰਣ ਕਰੁਣਾਪਤਿ ਗਹਿਓ ਚਰਣ ਆਸਰਾ ॥੧॥
ହେ କରୁଣା ପତି! ତୁ ସମସ୍ତ ଦୁଃଖ ହରଣ କରିବା ବାଲା ଅଟୁ, ଏଣୁ, ମୁଁ ତୋର ଶରଣରେ ଆସିଛି ଆଉ ତୋର ଚରଣର ହିଁ ସାହାରା ନେଇଛି॥1॥
ਨਾਵ ਰੂਪ ਭਇਓ ਸਾਧਸੰਗੁ ਭਵ ਨਿਧਿ ਪਾਰਿ ਪਰਾ ॥
ସାଧୁ ସନ୍ଥଙ୍କ ସଙ୍ଗତି ଭବସାଗରରୁ ପାର ହେବା ପାଇଁ ଏକ ନାବ ଭଳି ଅଟେ।
ਅਪਿਉ ਪੀਓ ਗਤੁ ਥੀਓ ਭਰਮਾ ਕਹੁ ਨਾਨਕ ਅਜਰੁ ਜਰਾ ॥੨॥੨॥੬॥
ହେ ନାନକ! ଏବେ ମୁଁ ନାମାମୃତ ପାନ କରିଛି, ଯାହା ଦ୍ଵାରା ମୋର ଦ୍ଵିଧା ନାଶ ହୋଇ ଯାଇଛି ତଥା ଅମର ଅବସ୍ଥା ପ୍ରାପ୍ତ ହେବା କାରଣରୁ ମୋତେ ବାର୍ଦ୍ଧକ୍ୟ ଆସେ ନାହିଁ ||2||2||6||
ਜੈਤਸਰੀ ਮਹਲਾ ੫ ॥
ଜୈତସରୀ ମହଲା 5॥
ਜਾ ਕਉ ਭਏ ਗੋਵਿੰਦ ਸਹਾਈ ॥
ପରମାତ୍ମା ଯେଉଁ ଜୀବଙ୍କ ସହାୟକ ବନିଛନ୍ତି,
ਸੂਖ ਸਹਜ ਆਨੰਦ ਸਗਲ ਸਿਉ ਵਾ ਕਉ ਬਿਆਧਿ ਨ ਕਾਈ ॥੧॥ ਰਹਾਉ ॥
ସେ ଆତ୍ମିକ ସୁଖ ଏବଂ ସବୁ ହର୍ଷୋଲ୍ଲାସ ପ୍ରାପ୍ତ କରି ନେଇଛି ଆଉ ତାହାକୁ କେହି ପ୍ରଭାବିତ କରି ପାରେ ନାହିଁ॥1॥ରୁହ॥
ਦੀਸਹਿ ਸਭ ਸੰਗਿ ਰਹਹਿ ਅਲੇਪਾ ਨਹ ਵਿਆਪੈ ਉਨ ਮਾਈ ॥
ସେ ସବୁଙ୍କ ସାଥିରେ ରହିଥାନ୍ତି, ପରନ୍ତୁ ତଥାପି ନିର୍ଲିପ୍ତ ରହିଥାନ୍ତି ଆଉ ମାୟା ତାହାକୁ ଆଦୌ ସ୍ପର୍ଶ କରେ ନାହିଁ।
ਏਕੈ ਰੰਗਿ ਤਤ ਕੇ ਬੇਤੇ ਸਤਿਗੁਰ ਤੇ ਬੁਧਿ ਪਾਈ ॥੧॥
ସେ ଏକ ପରମେଶ୍ଵରଙ୍କ ରଙ୍ଗରେ ମଗ୍ନ ରହିଥାଏ ତଥା ପ୍ରଭୁ ପ୍ରେମୀ ବନିଯାଏ, ପରନ୍ତୁ ଏହି ବୁଦ୍ଧି ମଧ୍ୟ ତାହାଙ୍କୁ ସଦଗୁରୁଙ୍କ ଠାରୁ ପ୍ରାପ୍ତ ହୋଇଥାଏ॥1॥
ਦਇਆ ਮਇਆ ਕਿਰਪਾ ਠਾਕੁਰ ਕੀ ਸੇਈ ਸੰਤ ਸੁਭਾਈ ॥
ଯାହାଙ୍କ ଉପରେ ଠାକୁରଙ୍କ ଦୟା, କରୁଣା ଏବଂ କୃପା ହୋଇଥାଏ, ସେ ହିଁ ସନ୍ଥ ସ୍ଵଭାବ ବାଲା ଅଟେ।
ਤਿਨ ਕੈ ਸੰਗਿ ਨਾਨਕ ਨਿਸਤਰੀਐ ਜਿਨ ਰਸਿ ਰਸਿ ਹਰਿ ਗੁਨ ਗਾਈ ॥੨॥੩॥੭॥
ହେ ନାନକ! ଯେଉଁ ମହାପୁରୁଷ ଭଗବାନଙ୍କ ପ୍ରେମପୂର୍ବକ ଗୁଣଗାନ କରିଥାନ୍ତି, ତାହାଙ୍କ ସଙ୍ଗତିରେ ରହିବା ଦ୍ଵାରା ମୋକ୍ଷ ପ୍ରାପ୍ତ ହୋଇଥାଏ||2||3||7||
ਜੈਤਸਰੀ ਮਹਲਾ ੫ ॥
ଜୈତସରୀ ମହଲା 5॥
ਗੋਬਿੰਦ ਜੀਵਨ ਪ੍ਰਾਨ ਧਨ ਰੂਪ ॥
ହେ ଗୋବିନ୍ଦ! ତୁ ହିଁ ଆମର ଜୀବନ, ପ୍ରାଣ, ଧନ-ଦୌଲତ ଏବଂ ସୌନ୍ଦର୍ଯ୍ୟ ଅଟୁ।
ਅਗਿਆਨ ਮੋਹ ਮਗਨ ਮਹਾ ਪ੍ਰਾਨੀ ਅੰਧਿਆਰੇ ਮਹਿ ਦੀਪ ॥੧॥ ਰਹਾਉ ॥
ଅଜ୍ଞାନତା କାରଣରୁ ପ୍ରାଣୀ ମୋହରେ ମଗ୍ନ ରହିଥାଏ ଆଉ ଏହି ଅଜ୍ଞାନତାର ଅନ୍ଧକାରରେ ପରମେଶ୍ଵର ହିଁ ଏକମାତ୍ର ଜ୍ଞାନର ଦୀପକ ଅଟନ୍ତି॥1॥ରୁହ॥
ਸਫਲ ਦਰਸਨੁ ਤੁਮਰਾ ਪ੍ਰਭ ਪ੍ਰੀਤਮ ਚਰਨ ਕਮਲ ਆਨੂਪ ॥
ହେ ପ୍ରିୟତମ ପ୍ରଭୁ! ତୋର ଚରଣ କମଳ ବଡ ଅନୁପମ ଅଟେ ଆଉ ତୋର ଦର୍ଶନ ବଡ ଫଳ ଦାୟକ ଅଟେ।
ਅਨਿਕ ਬਾਰ ਕਰਉ ਤਿਹ ਬੰਦਨ ਮਨਹਿ ਚਰ੍ਹਾਵਉ ਧੂਪ ॥੧॥
ମୁଁ ବାରମ୍ବାର ତୋର ହିଁ ବନ୍ଦନା କରିଥାଏ ଏବଂ ନିଯନ ମନକୁ ଧୂପ-ସାମଗ୍ରୀ ରୂପରେ ଅର୍ପଣ କରିଥାଏ॥1॥
ਹਾਰਿ ਪਰਿਓ ਤੁਮ੍ਹ੍ਹਰੈ ਪ੍ਰਭ ਦੁਆਰੈ ਦ੍ਰਿੜ੍ਹ੍ਹੁ ਕਰਿ ਗਹੀ ਤੁਮ੍ਹ੍ਹਾਰੀ ਲੂਕ ॥
ହେ ପ୍ରଭୁ! ଅସହାୟ ହୋଇ ଏବେ ମୁଁ ତୁମ ଦ୍ଵାରକୁ ଆସିଛି ଆଉ ତୋର ସାହାରାକୁ ଧରିଛି।
ਕਾਢਿ ਲੇਹੁ ਨਾਨਕ ਅਪੁਨੇ ਕਉ ਸੰਸਾਰ ਪਾਵਕ ਕੇ ਕੂਪ ॥੨॥੪॥੮॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ଏହି ସଂସାର ରୂପୀ ଅଗ୍ନିର କୂଅରୁ ମୋତେ ବାହାର କର ||2||4||8||
ਜੈਤਸਰੀ ਮਹਲਾ ੫ ॥
ଜୈତସରୀ ମହଲା 5
ਕੋਈ ਜਨੁ ਹਰਿ ਸਿਉ ਦੇਵੈ ਜੋਰਿ ॥
ଯଦି କେହି ମହାପୁରୁଷ ମୋତେ ଭଗବାନଙ୍କ ସାଥିରେ ମିଳାଇ ଦେବେ, ତାହାହେଲେ
ਚਰਨ ਗਹਉ ਬਕਉ ਸੁਭ ਰਸਨਾ ਦੀਜਹਿ ਪ੍ਰਾਨ ਅਕੋਰਿ ॥੧॥ ਰਹਾਉ ॥
ମୁଁ ତାହାଙ୍କ ଚରଣ ଧରିବି, ନିଜ ଜିହ୍ଵାରେ ଉତ୍ତମ ବଚନ କହିବି ତଥା ନିଜ ପ୍ରାଣ ମଧ୍ୟ ତାହାଙ୍କୁ ଅର୍ପଣ କରିବି॥1॥ରୁହ॥
ਮਨੁ ਤਨੁ ਨਿਰਮਲ ਕਰਤ ਕਿਆਰੋ ਹਰਿ ਸਿੰਚੈ ਸੁਧਾ ਸੰਜੋਰਿ ॥
ନିଜ ମନ ଓ ତନକୁ ନିର୍ମଳ ବନାଇ ମୁଁ ତାହା ଉପରେ ହରିନାମାମୃତ ସିଂଚନ କରିଥାଏ।
ਇਆ ਰਸ ਮਹਿ ਮਗਨੁ ਹੋਤ ਕਿਰਪਾ ਤੇ ਮਹਾ ਬਿਖਿਆ ਤੇ ਤੋਰਿ ॥੧॥
ଭଗବାନଙ୍କ କୃପାରୁ ହିଁ ପ୍ରାଣୀ ଏହି ଅମୃତରେ ମଗ୍ନ ରହିଥାଏ ଆଉ ବିକାର ଠାରୁ ଅଲଗା ହୋଇଯାଏ॥1॥
ਆਇਓ ਸਰਣਿ ਦੀਨ ਦੁਖ ਭੰਜਨ ਚਿਤਵਉ ਤੁਮ੍ਹ੍ਹਰੀ ਓਰਿ ॥
ହେ ଦୀନର ଦୁଃଖ ନଷ୍ଟ କରିବା ବାଲା ପ୍ରଭୁ! ମୁଁ ତୋର ଶରଣରେ ଆସିଛି ଆଉ ତୁମର ସାହାରାକୁ ହିଁ ସ୍ମରଣ କରିଥାଏ।