ਅਭੈ ਪਦੁ ਦਾਨੁ ਸਿਮਰਨੁ ਸੁਆਮੀ ਕੋ ਪ੍ਰਭ ਨਾਨਕ ਬੰਧਨ ਛੋਰਿ ॥੨॥੫॥੯॥
ହେ ମୋର ସ୍ଵାମୀ! ମୋତେ ଅଭୟ ପଦ ଓ ସ୍ମରଣର ଦାନ ପ୍ରଦାନ କର, ହେ ନାନକ! ସେହି ପ୍ରଭୁ ଜୀବଙ୍କ ବନ୍ଧନ କାଟିବା ବାଲା ଅଟନ୍ତି||2||5||9||
ਜੈਤਸਰੀ ਮਹਲਾ ੫ ॥
ଜୈତସରୀ ମହଲା 5
ਚਾਤ੍ਰਿਕ ਚਿਤਵਤ ਬਰਸਤ ਮੇਂਹ ॥
ଯେପରି ଚାତକ ପ୍ରତି ସମୟରେ ବର୍ଷାର ଅଭିଳାଷ କରିଥାଏ,
ਕ੍ਰਿਪਾ ਸਿੰਧੁ ਕਰੁਣਾ ਪ੍ਰਭ ਧਾਰਹੁ ਹਰਿ ਪ੍ਰੇਮ ਭਗਤਿ ਕੋ ਨੇਂਹ ॥੧॥ ਰਹਾਉ ॥
ସେପରି ହିଁ କୃପାର ସମୁଦ୍ର ପ୍ରଭୁ! ମୋ’ ଉପରେ କରୁଣା କର ଯାହା ଫଳରେ ତୋର ପ୍ରେମ-ଭକ୍ତିରେ ମୋର ପ୍ରୀତି ବନି ରହିବ॥1॥ରୁହ॥
ਅਨਿਕ ਸੂਖ ਚਕਵੀ ਨਹੀ ਚਾਹਤ ਅਨਦ ਪੂਰਨ ਪੇਖਿ ਦੇਂਹ ॥
ଚକ୍ଵୀ ଅନ୍ୟ ସୁଖର ଲାଳସା ନଥାଏ, ପରନ୍ତୁ ସୂର୍ଯ୍ୟକୁ ଦେଖି ସେ ଆନନ୍ଦରେ ଭରି ଯାଏ।
ਆਨ ਉਪਾਵ ਨ ਜੀਵਤ ਮੀਨਾ ਬਿਨੁ ਜਲ ਮਰਨਾ ਤੇਂਹ ॥੧॥
ମାଛ ଜଳ ବିନା ଆଉ କୌଣସି ଉପାୟରେ ଜୀବିତ ରହି ପାରିବ ନାହିଁ ଏବଂ ଜଳ ବିନା ସେ ନିଜ ପ୍ରାଣ ତ୍ୟାଗ କରିଥାଏ॥1॥
ਹਮ ਅਨਾਥ ਨਾਥ ਹਰਿ ਸਰਣੀ ਅਪੁਨੀ ਕ੍ਰਿਪਾ ਕਰੇਂਹ ॥
ହେ ମୋର ମାଲିକ! ତୋ’ ବିନା ଆମେ ଅନାଥ ଅଟୁ, ହେ ପ୍ରଭୁ! କୃପା କରି ନିଜ ଶରଣରେ ରଖ।
ਚਰਣ ਕਮਲ ਨਾਨਕੁ ਆਰਾਧੈ ਤਿਸੁ ਬਿਨੁ ਆਨ ਨ ਕੇਂਹ ॥੨॥੬॥੧੦॥
ନାନକ ପ୍ରଭୁଙ୍କ ଚରଣ କମଳ ହିଁ ଆରାଧନା କରିଥାନ୍ତି ଆଉ ତାହାଙ୍କ ବିନା ଅନ୍ୟ କିଛି ତାହାକୁ ଉପଯୁକ୍ତ ଲାଗେ ନାହିଁ ||2||6||10||
ਜੈਤਸਰੀ ਮਹਲਾ ੫ ॥
ଜୈତସରୀ ମହଲା 5
ਮਨਿ ਤਨਿ ਬਸਿ ਰਹੇ ਮੇਰੇ ਪ੍ਰਾਨ ॥
ମୋର ପ୍ରାଣର ଆଧାର ପରମାତ୍ମା ମୋର ମନ ଓ ତନରେ ବାସ କରିଛନ୍ତି।
ਕਰਿ ਕਿਰਪਾ ਸਾਧੂ ਸੰਗਿ ਭੇਟੇ ਪੂਰਨ ਪੁਰਖ ਸੁਜਾਨ ॥੧॥ ਰਹਾਉ ॥
ସେହି ଚତୁର ପରମପୁରୁଷ ସର୍ବ ବ୍ୟାପୀ ଅଟନ୍ତି ଆଉ ନିଜ କୃପା କରି ସାଧୁଙ୍କ ସଙ୍ଗତି ଦ୍ଵାରା ମୋତେ ମିଳିଛନ୍ତି॥1॥ରୁହ॥
ਪ੍ਰੇਮ ਠਗਉਰੀ ਜਿਨ ਕਉ ਪਾਈ ਤਿਨ ਰਸੁ ਪੀਅਉ ਭਾਰੀ ॥
ସେ ଯେଉଁ ମନୁଷ୍ୟର ମୁଖରେ ସତ୍ୟ ଔଷଧ ଦେଇଛନ୍ତି, ସେ ଉତ୍ତମ ହରିନାମ ରୂପୀ ରସ ପାନ କରିଛି।
ਤਾ ਕੀ ਕੀਮਤਿ ਕਹਣੁ ਨ ਜਾਈ ਕੁਦਰਤਿ ਕਵਨ ਹਮ੍ਹ੍ਹਾਰੀ ॥੧॥
ମୁଁ ତାହାଙ୍କ ମୂଲ୍ୟାଙ୍କନ ବତାଇ ପାରିବି ନାହିଁ, କାରଣ ଏପରି କରିବା ପାଇଁ ମୋର କି କ୍ଷମତା ଅଛି?॥1॥
ਲਾਇ ਲਏ ਲੜਿ ਦਾਸ ਜਨ ਅਪੁਨੇ ਉਧਰੇ ਉਧਰਨਹਾਰੇ ॥
ପ୍ରଭୁ ନିଜ ଭକ୍ତକୁ ନିଜ ସାଥିରେ ଲଗାଇଛନ୍ତି ଆଉ ସେହି ଭକ୍ତ ଭବସାଗରରୁ ପାର ହୋଇ ଯାଇଛି।
ਪ੍ਰਭੁ ਸਿਮਰਿ ਸਿਮਰਿ ਸਿਮਰਿ ਸੁਖੁ ਪਾਇਓ ਨਾਨਕ ਸਰਣਿ ਦੁਆਰੇ ॥੨॥੭॥੧੧॥
ନଅଙ୍କ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ବାରମ୍ବାର ତୋର ସ୍ମରଣ କରିବା ଦ୍ଵାରା ହିଁ ସୁଖ ପ୍ରାପ୍ତ ହୋଇଛି ଆଉ ମୁଁ ତୋର ଦ୍ଵାରରେ ତୋର ଶରଣରେ ଆସିଛି ||2||7||11||
ਜੈਤਸਰੀ ਮਹਲਾ ੫ ॥
ଜୈତସରୀ ମହଲା 5॥
ਆਏ ਅਨਿਕ ਜਨਮ ਭ੍ਰਮਿ ਸਰਣੀ ॥
ହେ ଇଶ୍ଵର! ଅନେକ ଜନ୍ମ ପଥଭ୍ରଷ୍ଟ ହେବା ପରେ ମୁଁ ତୋର ଶରଣରେ ଆସିଛି।
ਉਧਰੁ ਦੇਹ ਅੰਧ ਕੂਪ ਤੇ ਲਾਵਹੁ ਅਪੁਨੀ ਚਰਣੀ ॥੧॥ ਰਹਾਉ ॥
ଆମର ଶରୀରକୁ ଅଜ୍ଞାନତାର କୂଅରୁ ବାହାରକୁ କାଢ ଆଉ ନିଜ ଚରଣରେ ଲଗାଅ॥1॥ରୁହ॥
ਗਿਆਨੁ ਧਿਆਨੁ ਕਿਛੁ ਕਰਮੁ ਨ ਜਾਨਾ ਨਾਹਿਨ ਨਿਰਮਲ ਕਰਣੀ ॥
ମୁଁ ଜ୍ଞାନ, ଧ୍ୟାନ ଏବଂ ଉତ୍ତମ କର୍ମ କିଛି ମଧ୍ୟ ଜାଣି ନାହିଁ ଆଉ ନା ହିଁ ମୋର ଜୀବନ-ଆଚରଣ ଶୁଦ୍ଧ ଅଟେ।
ਸਾਧਸੰਗਤਿ ਕੈ ਅੰਚਲਿ ਲਾਵਹੁ ਬਿਖਮ ਨਦੀ ਜਾਇ ਤਰਣੀ ॥੧॥
ହେ ପ୍ରଭୁ! ମୋତେ ସନ୍ଥଙ୍କ ଶରଣରେ ଲଗାଇ ଦିଅ, ଯାହା ଫଳରେ ତାହାଙ୍କ ସଙ୍ଗତିରେ ରହି ବିଷମ ସଂସାର ସାଗରରୁ ପାର ହୋଇଯିବି॥1॥
ਸੁਖ ਸੰਪਤਿ ਮਾਇਆ ਰਸ ਮੀਠੇ ਇਹ ਨਹੀ ਮਨ ਮਹਿ ਧਰਣੀ ॥
ସଂସାରର ସୁଖ ସମ୍ପତ୍ତି ଏବଂ ମାୟାର ମିଠା ରସକୁ ନିଜ ମନରେ ଧାରଣ କରିବା ଉଚିତ ନୁହେଁ।
ਹਰਿ ਦਰਸਨ ਤ੍ਰਿਪਤਿ ਨਾਨਕ ਦਾਸ ਪਾਵਤ ਹਰਿ ਨਾਮ ਰੰਗ ਆਭਰਣੀ ॥੨॥੮॥੧੨॥
ହେ ନାନକ! ଭଗବାନଙ୍କ ଦର୍ଶନ ଦ୍ଵାରା ତୃପ୍ତ ହୋଇ ଯାଇଛି ଆଉ ଭଗବାନଙ୍କ ନାମର ପ୍ରୀତି ହିଁ ମୋର ଆଭୁଷଣ ଅଟେ ||2||8||12||
ਜੈਤਸਰੀ ਮਹਲਾ ੫ ॥
ଜୈତସରୀ ମହଲା 5
ਹਰਿ ਜਨ ਸਿਮਰਹੁ ਹਿਰਦੈ ਰਾਮ ॥
ହେ ଭକ୍ତଜନ! ନିଜ ମନରେ ରାମଙ୍କ ନାମ-ସ୍ମରଣ କର।
ਹਰਿ ਜਨ ਕਉ ਅਪਦਾ ਨਿਕਟਿ ਨ ਆਵੈ ਪੂਰਨ ਦਾਸ ਕੇ ਕਾਮ ॥੧॥ ਰਹਾਉ ॥
ଭକ୍ତଜନକ ପାଖରେ କୌଣସି ବିପଦ ଆସେ ନାହିଁ ଆଉ ଦାସର ସବୁ ମନୋରଥ ପୂର୍ଣ୍ଣ ହୋଇ ଯାଇଥାଏ॥1॥ରୁହ॥
ਸਹਿ ਹਰਿ ਸੇਵਾ ਨਿਹਚਲੁ ਗੋਵਿਦ ਧਾਮ ॥
ଭଗବାନଙ୍କ ଉପାସନା କରିବା ଦ୍ଵାରା କୋଟି କୋଟି ବିଘ୍ନ ନଷ୍ଟ ହୋଇଯାଏ ଆଉ ଗୋବିନ୍ଦଙ୍କ ଅଟଳ ଧାମ ପ୍ରାପ୍ତ ହୋଇଯାଏ।
ਭਗਵੰਤ ਭਗਤ ਕਉ ਭਉ ਕਿਛੁ ਨਾਹੀ ਆਦਰੁ ਦੇਵਤ ਜਾਮ ॥੧॥
ଭଗବାନଙ୍କ ଭକ୍ତକୁ କୌଣସି ପ୍ରକାର ଭୟ ପ୍ରଭାବିତ କରେ ନାହିଁ ଆଉ ମୃତ୍ୟୁର ଦେବତା ଯମରାଜ ମଧ୍ୟ ତାହାକୁ ପୂର୍ଣ୍ଣ ଆଦର କରିଥାନ୍ତି॥1॥
ਤਜਿ ਗੋਪਾਲ ਆਨ ਜੋ ਕਰਣੀ ਸੋਈ ਸੋਈ ਬਿਨਸਤ ਖਾਮ ॥
ଈଶ୍ବରଙ୍କ ତ୍ୟାଗ କରି ଅନ୍ୟ ସବୁ କର୍ମ କ୍ଷଣଭଙ୍ଗୁର ଏବଂ ମିଥ୍ୟା ଅଟେ
ਚਰਨ ਕਮਲ ਹਿਰਦੈ ਗਹੁ ਨਾਨਕ ਸੁਖ ਸਮੂਹ ਬਿਸਰਾਮ ॥੨॥੯॥੧੩॥
ହେ ନାନକ! ନିଜ ହୃଦୟରେ ପ୍ରଭୁଙ୍କ ଚରଣ କମଳ ଧାରଣ କର, କାରଣ ତାହାଙ୍କ ଚରଣ ସର୍ବ ସୁଖର ପରମ ନିବାସ ଅଟେ||2||9||13||
ਜੈਤਸਰੀ ਮਹਲਾ ੯
ଜୈତସରୀ ମହଲା 9
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਭੂਲਿਓ ਮਨੁ ਮਾਇਆ ਉਰਝਾਇਓ ॥
ମୋର ଭୁଲିଥିବା (ବିଚଳିତ ପଥ) ମନ ମାୟାର ମୋହରେ ଆନନ୍ଦିତ ହୋଇଛି।
ਜੋ ਜੋ ਕਰਮ ਕੀਓ ਲਾਲਚ ਲਗਿ ਤਿਹ ਤਿਹ ਆਪੁ ਬੰਧਾਇਓ ॥੧॥ ਰਹਾਉ ॥
ଲୋଭରେ ଆସି ସେ ଯେଉଁ କର୍ମ କରିଛି, ସେ ସବୁଙ୍କ ସାଥିରେ ସ୍ଵୟଂକୁ ହିଁ ବନ୍ଧନରେ ଫସାଇଛି॥1॥ରୁହ॥
ਸਮਝ ਨ ਪਰੀ ਬਿਖੈ ਰਸ ਰਚਿਓ ਜਸੁ ਹਰਿ ਕੋ ਬਿਸਰਾਇਓ ॥
ତାହାକୁ ସତ୍ୟ ମାର୍ଗର କୌଣସି ଜ୍ଞାନ ନଥାଏ ଆଉ ବିକାରର ସ୍ଵାଦରେ ହିଁ ଲୀନ ରହିଥାଏ ଓ ହରିଯଶକୁ ଭୁଲିଥାଏ।
ਸੰਗਿ ਸੁਆਮੀ ਸੋ ਜਾਨਿਓ ਨਾਹਿਨ ਬਨੁ ਖੋਜਨ ਕਉ ਧਾਇਓ ॥੧॥
ସ୍ଵାମୀ ପ୍ରଭୁ ହୃଦୟର ସାଥି ହିଁ ଅଟନ୍ତି, ପରନ୍ତୁ ତାହାଙ୍କୁ ଜାଣି ନଥାଏ ଆଉ ବ୍ୟର୍ଥରେ ଭଗବାନଙ୍କ ସନ୍ଧାନ ପାଇଁ ଜଙ୍ଗଲରେ ଦୌଡି ଥାଏ॥1॥