ਗੁਰ ਕਿਰਪਾ ਤੇ ਹਰਿ ਮਨਿ ਵਸੈ ਹੋਰਤੁ ਬਿਧਿ ਲਇਆ ਨ ਜਾਈ ॥੧॥
କିନ୍ତୁ ଗୁରୁଙ୍କ କୃପାରୁ ହିଁ ପ୍ରଭୁ ମନରେ ବାସ କରିଥାନ୍ତି ତଥା ଅନ୍ୟ କୌଣସି ବିଧି ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରିବ ନାହିଁ॥1॥
ਹਰਿ ਧਨੁ ਸੰਚੀਐ ਭਾਈ ॥
ହେ ଭାଇ! ହରି-ନାମ ରୂପୀ ଧନ ସଞ୍ଚୟ କରିବା ଉଚିତ,
ਜਿ ਹਲਤਿ ਪਲਤਿ ਹਰਿ ਹੋਇ ਸਖਾਈ ॥੧॥ ਰਹਾਉ ॥
କାରଣ ଲୋକ-ପରଲୋକରେ ସେ ସହାୟକ ବନି ରହିଥାନ୍ତି॥1॥ରୁହ॥
ਸਤਸੰਗਤੀ ਸੰਗਿ ਹਰਿ ਧਨੁ ਖਟੀਐ ਹੋਰ ਥੈ ਹੋਰਤੁ ਉਪਾਇ ਹਰਿ ਧਨੁ ਕਿਤੈ ਨ ਪਾਈ ॥
ହରିନାମ ରୂପୀ ଧନ ସତସଙ୍ଗୀଙ୍କ ସାଥିରେ ମିଶି ହିଁ ପ୍ରାପ୍ତ କରାଯାଇ ଥାଏ, ଅନ୍ୟ କୌଣସି ସ୍ଥାନରେ ଏବଂ ଅନ୍ୟ କୌଣସି ଉପାୟରେ ହରି-ଧନ କେଉଁଠି ମଧ୍ୟ ପ୍ରାପ୍ତ କରାଯାଇ ପାରିବ ନାହିଁ।
ਹਰਿ ਰਤਨੈ ਕਾ ਵਾਪਾਰੀਆ ਹਰਿ ਰਤਨ ਧਨੁ ਵਿਹਾਝੇ ਕਚੈ ਕੇ ਵਾਪਾਰੀਏ ਵਾਕਿ ਹਰਿ ਧਨੁ ਲਇਆ ਨ ਜਾਈ ॥੨
ହରିନାମ ରୂପୀ ରତ୍ନର ବ୍ୟାପାରୀ ହରି-ଧନ ରୂପୀ ରତ୍ନକୁ ହିଁ କ୍ରୟ କରିଥାଏ। ପରନ୍ତୁ, ମାୟା ଧନର ବ୍ୟାପାରୀ ଦ୍ଵାରା କେବଳ କେବଳ କଥାରେ ହରି ଧନ କ୍ରୟ କରାଯାଇ ପାରିବ ନାହିଁ॥2॥
ਹਰਿ ਧਨੁ ਰਤਨੁ ਜਵੇਹਰੁ ਮਾਣਕੁ ਹਰਿ ਧਨੈ ਨਾਲਿ ਅੰਮ੍ਰਿਤ ਵੇਲੈ ਵਤੈ ਹਰਿ ਭਗਤੀ ਹਰਿ ਲਿਵ ਲਾਈ ॥
ହରି ଧନ ଅମୂଲ୍ୟ ରତ୍ନ, ମାଣିକ ଅଟେ। ହରିଙ୍କ ଭକ୍ତ ହରି ଧନ ଦ୍ଵାରା ବ୍ରହ୍ମ ମୂହୁର୍ତ୍ତରେ ଜାଗି ରହି ହରିଙ୍କ ଠାରେ ନିଜର ସୁରତି ଲଗାଇ ଥାଏ।
ਹਰਿ ਧਨੁ ਅੰਮ੍ਰਿਤ ਵੇਲੈ ਵਤੈ ਕਾ ਬੀਜਿਆ ਭਗਤ ਖਾਇ ਖਰਚਿ ਰਹੇ ਨਿਖੁਟੈ ਨਾਹੀ ॥
ମହା ମୁହୂର୍ତ୍ତରେ ବୁଣିଥିବା ହରି ଧନ ଭକ୍ତ ଖାଇଥାଏ ଏବଂ ଅନ୍ୟକୁ ଖୁଆଇ ଥାଏ। ପରନ୍ତୁ, ଏହା କେବେ ସମାପ୍ତ ହୁଏନାହିଁ।
ਹਲਤਿ ਪਲਤਿ ਹਰਿ ਧਨੈ ਕੀ ਭਗਤਾ ਕਉ ਮਿਲੀ ਵਡਿਆਈ ॥੩॥
ଲୋକ-ପରଲୋକରେ ଭକ୍ତକୁ ହରି ଧନର ବଡିମା ମିଳିଛି॥3॥
ਹਰਿ ਧਨੁ ਨਿਰਭਉ ਸਦਾ ਸਦਾ ਅਸਥਿਰੁ ਹੈ ਸਾਚਾ ਇਹੁ ਹਰਿ ਧਨੁ ਅਗਨੀ ਤਸਕਰੈ ਪਾਣੀਐ ਜਮਦੂਤੈ ਕਿਸੈ ਕਾ ਗਵਾਇਆ ਨ ਜਾਈ ॥
ହରି ନାମ ରୂପୀ ଧନ ନିର୍ଭୟ ଏବଂ ସଦା ସର୍ବଦା ସ୍ଥିର ଅଟେ। ସେ ସଦା ଶାଶ୍ଵତ ଅଟନ୍ତି ଆଉ ଏହା ଅଗ୍ନି, ଚୋର, ପାଣି ଏବଂ ଯମଦୂତ ଇତ୍ୟାଦି ଦ୍ଵାରା ପ୍ରଭାବିତ ହୁଏନାହିଁ।
ਹਰਿ ਧਨ ਕਉ ਉਚਕਾ ਨੇੜਿ ਨ ਆਵਈ ਜਮੁ ਜਾਗਾਤੀ ਡੰਡੁ ਨ ਲਗਾਈ ॥੪॥
ହରି ଧନ ଲୁଟିବା ପାଇଁ କେହି ବି ଲୁଟେରା ନିକଟକୁ ଆସେ ନାହିଁ ତଥା ଯମରାଜ ରୂପୀ ମହସୁଲ ଏଥିରେ ଲାଗେ ନାହିଁ॥4॥
ਸਾਕਤੀ ਪਾਪ ਕਰਿ ਕੈ ਬਿਖਿਆ ਧਨੁ ਸੰਚਿਆ ਤਿਨਾ ਇਕ ਵਿਖ ਨਾਲਿ ਨ ਜਾਈ ॥
ମାୟାବୀ ଜୀବ ପାପ କରି ଯେଉଁ ବିଷ ରୂପୀ ଧନ ଏକାଠି କରିଛି, ଏହି ଧନ ଏକ କଦମ ମଧ୍ୟ ତାହା ସାଥିରେ ଯାଏ ନାହିଁ।
ਹਲਤੈ ਵਿਚਿ ਸਾਕਤ ਦੁਹੇਲੇ ਭਏ ਹਥਹੁ ਛੁੜਕਿ ਗਇਆ ਅਗੈ ਪਲਤਿ ਸਾਕਤੁ ਹਰਿ ਦਰਗਹ ਢੋਈ ਨ ਪਾਈ ॥੫॥
ମାୟାବୀ ଇହଲୋକରେ ବଡ ଦୁଃଖୀ ହୋଇଥାଏ, ଯେତେବେଳେ ଏହି ଧନ ତାହାଙ୍କ ହାତରୁ ଚାଲି ଯାଇଥାଏ, ପରଲୋକରେ ପରମାତ୍ମାଙ୍କ ଦରବାରରେ ତାହାକୁ କୌଣସି ସାହାରା ମିଳେନାହିଁ॥5॥
ਇਸੁ ਹਰਿ ਧਨ ਕਾ ਸਾਹੁ ਹਰਿ ਆਪਿ ਹੈ ਸੰਤਹੁ ਜਿਸ ਨੋ ਦੇਇ ਸੁ ਹਰਿ ਧਨੁ ਲਦਿ ਚਲਾਈ ॥
ହେ ସନ୍ଥଜନ! ଏହି ହରି ଧନର ସାହୁକାର ହରି ଆପଣ ହିଁ ଅଟନ୍ତି, ଯାହାକୁ ସେ ଏହି ଧନ ଦେଇଥାନ୍ତି, ସେ ତାହାକୁ ନିଜ ସାଥିରେ ନେଇ ଯାଇଥାଏ।
ਇਸੁ ਹਰਿ ਧਨੈ ਕਾ ਤੋਟਾ ਕਦੇ ਨ ਆਵਈ ਜਨ ਨਾਨਕ ਕਉ ਗੁਰਿ ਸੋਝੀ ਪਾਈ ॥੬॥੩॥੧੦॥
ହେ ନାନକ! ଗୁରୁ ଏହି ଜ୍ଞାନ ଦେଇଛନ୍ତି ଯେ ଏହି ହରି ଧନରେ କେବେ କୌଣସି ଅଭାବ ଆସେ ନାହିଁ ||6||3||10||
ਸੂਹੀ ਮਹਲਾ ੪ ॥
ସୁହୀ ମହଲା 4 ॥
ਜਿਸ ਨੋ ਹਰਿ ਸੁਪ੍ਰਸੰਨੁ ਹੋਇ ਸੋ ਹਰਿ ਗੁਣਾ ਰਵੈ ਸੋ ਭਗਤੁ ਸੋ ਪਰਵਾਨੁ ॥
ଯେଉଁ ବ୍ୟକ୍ତି ଉପରେ ଭଗବାନ ସୁପ୍ରସନ୍ନ ହୋଇଥାନ୍ତି, ସେ ହିଁ ତାହାଙ୍କ ଗୁଣଗାନ କରିଥାଏ, ସେ ତାହାଙ୍କ ସଚ୍ଚା ଭକ୍ତ ହୋଇଥାଏ ଏବଂ ତାହାଙ୍କୁ ସ୍ଵୀକୃତ ହୋଇଥାଏ।
ਤਿਸ ਕੀ ਮਹਿਮਾ ਕਿਆ ਵਰਨੀਐ ਜਿਸ ਕੈ ਹਿਰਦੈ ਵਸਿਆ ਹਰਿ ਪੁਰਖੁ ਭਗਵਾਨੁ ॥੧॥
ଯାହାର ହୃଦୟରେ ଭଗବାନ ବାସ କରିଛନ୍ତି, ତାହାଙ୍କ ମହିମା କଣ ବର୍ଣ୍ଣନା କରାଯିବ॥1॥
ਗੋਵਿੰਦ ਗੁਣ ਗਾਈਐ ਜੀਉ ਲਾਇ ਸਤਿਗੁਰੂ ਨਾਲਿ ਧਿਆਨੁ ॥੧॥ ਰਹਾਉ ॥
ହୃଦୟର ସହିତ ଗୋବିନ୍ଦଙ୍କ ଗୁଣଗାନ କରିବା ଉଚିତ ତଥା ସଦଗୁରୁଙ୍କ ଠାରେ ହିଁ ଧ୍ୟାନ ଲଗାଇବା ଉଚିତ॥1॥ରୁହ॥
ਸੋ ਸਤਿਗੁਰੂ ਸਾ ਸੇਵਾ ਸਤਿਗੁਰ ਕੀ ਸਫਲ ਹੈ ਜਿਸ ਤੇ ਪਾਈਐ ਪਰਮ ਨਿਧਾਨੁ ॥
ସେ ହିଁ ସଦଗୁରୁ ଅଟନ୍ତି ଆଉ ସେହି ସଦଗୁରୁଙ୍କ ସେବା ସଫଳ ଅଟେ, ଯାହାଙ୍କ ଠାରୁ ନାମ ରୂପୀ ପରମ ଖଜଣା ମିଳିଥାଏ।
ਜੋ ਦੂਜੈ ਭਾਇ ਸਾਕਤ ਕਾਮਨਾ ਅਰਥਿ ਦੁਰਗੰਧ ਸਰੇਵਦੇ ਸੋ ਨਿਹਫਲ ਸਭੁ ਅਗਿਆਨੁ ॥੨॥
ଯେଉଁ ମୟାବୀ ଜୀବ ଦୈତ୍ୟଭାବରେ ଫସି ନିଜ ମନୋକାମନା ପୁରା କରିବା ପାଇଁ ବିକାରର ଦୁର୍ଗନ୍ଧ ଭୋଗ କରିଥାଏ, ଅଜ୍ଞାନ ଅଟେ ଏବଂ ତାହାର ସବୁ କର୍ମ ନିଷ୍ଫଳ ହୋଇଥାଏ॥2॥
ਜਿਸ ਨੋ ਪਰਤੀਤਿ ਹੋਵੈ ਤਿਸ ਕਾ ਗਾਵਿਆ ਥਾਇ ਪਵੈ ਸੋ ਪਾਵੈ ਦਰਗਹ ਮਾਨੁ ॥
ଭଗବାନଙ୍କ ପ୍ରତି ଯାହାର ଶ୍ରଦ୍ଧା ହୋଇଥାଏ, ତାହାର ସ୍ତୁତି ଗାନ ହିଁ ସ୍ଵୀକୃତ ହୋଇଥାଏ ଏବଂ ସେ ଦରବାରରେ ଆଦର ସତ୍କାର ପାଇଥାଏ।
ਜੋ ਬਿਨੁ ਪਰਤੀਤੀ ਕਪਟੀ ਕੂੜੀ ਕੂੜੀ ਅਖੀ ਮੀਟਦੇ ਉਨ ਕਾ ਉਤਰਿ ਜਾਇਗਾ ਝੂਠੁ ਗੁਮਾਨੁ ॥੩॥
ଯେଉଁ କପଟୀ ମନୁଷ୍ୟ ଶ୍ରଦ୍ଧା ବିନା ମିଥ୍ୟାରେ ହିଁ ଆଖି ବନ୍ଦ କରିଥାଏ, ତାହାର ମିଥ୍ୟା ଅଭିମାନ ଦୂର ହୋଇଯାଏ॥3॥
ਜੇਤਾ ਜੀਉ ਪਿੰਡੁ ਸਭੁ ਤੇਰਾ ਤੂੰ ਅੰਤਰਜਾਮੀ ਪੁਰਖੁ ਭਗਵਾਨੁ ॥
ହେ ଭଗବାନ! ତୁ ଅନ୍ତର୍ଯାମୀ ଅଟୁ, ଏହି ଯେତେ ପ୍ରାଣ ଏବଂ ଶରୀର ଇତ୍ୟାଦି ଅଛି, ଏହି ସବୁ ତୋ’ ଦ୍ଵାରା ହିଁ ଦିଆ ହୋଇଛି।
ਦਾਸਨਿ ਦਾਸੁ ਕਹੈ ਜਨੁ ਨਾਨਕੁ ਜੇਹਾ ਤੂੰ ਕਰਾਇਹਿ ਤੇਹਾ ਹਉ ਕਰੀ ਵਖਿਆਨੁ ॥੪॥੪॥੧੧॥
ନାନକ କହନ୍ତି, ‘ହେ ଇଶ୍ଵର! ମୁଁ ତୋର ଦାସର ଦାସ ଅଟେ, ଯାହା ତୁ ମୋ’ ଦ୍ଵାରା କୁହାଉଛୁ, ମୁଁ ତାହା ବର୍ଣ୍ଣନା କରିଥାଏ||4||4||11||